PM Modi unveils common mobility card, says India is now among one of the few countries in the world having a One Nation-One Card for transportation
From wellness centres to medical colleges, government is building quality healthcare infrastructure throughout the country: PM
Won't spare those who sponsor terrorism, strict action will be taken against elements working against the nation: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦ ଗସ୍ତ କରି ବିଭିନ୍ନ ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।

ଅହମ୍ମଦାବାଦର ଭସ୍ତ୍ରଲ ଗମ ମେଟ୍ରୋ ଷ୍ଟେସନ ଠାରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ମେଟ୍ରୋ ସେବାର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଥିଲେ । ଅହମ୍ମଦାବାଦ ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟ ଲାଗି ସେ ଆଧାରଶିଳା ରଖିଥିଲେ । ଏହି ଅବସରରେ ସେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ପଇଠ ପ୍ରଣାଳୀ ଏବଂ ସ୍ୱୟଂଚାଳିତ ଭଡ଼ା ସଂଗ୍ରହ ପ୍ରଣାଳୀକୁ ମଧ୍ୟ ଲୋକାର୍ପଣ କରିଥିଲେ । ଏହି ପ୍ରଣାଳୀ ‘ଏକ ରାଷ୍ଟ୍ର, ଏକ କାର୍ଡ’ ବ୍ୟବସ୍ଥା ଉପରେ ଆଧାରିତ । ଏହାପରେ ପ୍ରଧାନମନ୍ତ୍ରୀ ମେଟ୍ରୋ ଟ୍ରେନକୁ ସବୁଜ ପତାକା ଦେଖାଇଥିଲେ ଏବଂ ମେଟ୍ରୋ ଟ୍ରେନରେ ଯାତ୍ରା ମଧ୍ୟ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଅହମ୍ମଦାବାଦରେ 1200 ଶଯ୍ୟା ବିଶିଷ୍ଟ ନୂଆ ସିଭିଲ ହସପିଟାଲ, ନୂଆ କ୍ୟାନସର ହସପିଟାଲ, ଦନ୍ତ ଏବଂ ନେତ୍ର ଚିକିତ୍ସାଳୟକୁ ମଧ୍ୟ ଉଦଘାଟନ କରିଥିଲେ । ସେ ଦହୋଦ ରେଳବାଇ ୱାର୍କସପ ଏବଂ ପାଟନ ବିନ୍ଦି ରେଳ ଲାଇନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ  । ଲୋଥଲ ମେରିଟାଇମ୍ୟୁଜିୟମ ପାଇଁ ମଧ୍ୟ ଶିଳାନ୍ୟାସ କରିଥିଲେ ।

ବିଜେ ମେଡ଼ିକାଲ କଲେଜ ଗ୍ରାଉଣ୍ଡରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଏକ ଐତିହାସିକ ଦିନ କାରଣ ଅହମ୍ମଦାବାଦ ମେଟ୍ରୋର ସ୍ୱପ୍ନ ପୂରଣ ହୋଇଛି । ସେ କହିଥିଲେ ଯେ ମେଟ୍ରୋ ଅହମ୍ମଦାବାଦର ଲୋକମାନଙ୍କୁ ଏକ ଆରାମଦାୟକ ଏବଂ ପରିବେଶ ଅନୁକୂଳ ଯାତାୟାତ ସୁବିଧା ପ୍ରଦାନ କରିବ । ଅହମ୍ମଦାବାଦର ଲୋକମାନଙ୍କୁ ଏକ ଆରାମଦାୟକ ଏବଂ ପରିବେଶ ଅନୁକୂଳ ଯାତାୟାତର ସୁବିଧା ମିଳିବ । 2014 ପୂର୍ବରୁ ଦେଶରେ 250 କିଲୋମିଟର ଲାଇନରେ ମେଟ୍ରୋ ଚଳାଚଳ ହେଉଥିଲା । ଆଜି ଏହା ବୃଦ୍ଧି ପାଇ 655 କିଲୋମିଟର ହୋଇଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି କମନ ମୋବିଲିଟି କାର୍ଡର ଉନ୍ମୋଚନ ହେବା ପରେ ସାରା ଦେଶରେ ଯାତ୍ରା ଲାଗି ବିଭିନ୍ନ ପ୍ରକାରର କାର୍ଡ ଉପଯୋଗ କରିବାର ଆବଶ୍ୟକତା ରହିବ ନାହିଁ । ଏହି କାର୍ଡ ଯାତ୍ରା ନିମନ୍ତେ‘ଏକ ରାଷ୍ଟ୍ର, ଏକ କାର୍ଡ’ର ଉପଯୋଗିତାକୁ ସୁନିଶ୍ଚିତ କରିବ । ସେ କହିଥିଲେ ଯେ ଏହି କାର୍ଡ ସ୍ୱଦେଶୀ ଭାବେ ହିଁ ବିକଶିତ ହୋଇଛି । ପୂର୍ବରୁ ଏପରି କାର୍ଡ ନିର୍ମାଣ ଲାଗି ବିଦେଶ ଉପରେ କରିବାକୁ ପଡ଼ୁଥିବା ନିର୍ଭରଶୀଳତା ହ୍ରାସ ପାଇବ । ଭାରତ ବିଶ୍ୱର ହାତଗଣତି ଦେଶମଧ୍ୟରେ ସାମିଲ ହୋଇଯାଇଛି, ଯେଉଁଠି ଯାତ୍ରା ନିମନ୍ତେ“ଏକ ରାଷ୍ଟ୍ର ଏକ କାର୍ଡ” ସୁବିଧା ହୋଇଛି ।

ପ୍ରଧାନମନ୍ତ୍ରୀ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଗୁଜରାଟର ବିକାଶ ଲାଗି ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ । ଜଳ ଯୋଗାଣ ଯୋଜନା, ସମସ୍ତଙ୍କ ପାଇଁ ବିଦ୍ୟୁତ ସଂଯୋଗ,ଭିତ୍ତିଭୂମି ବିକାଶ, ସମସ୍ତଙ୍କ ପାଇଁ ବାସଗୃହ ଓ ଗରିବ ଓ ଆଦିବାସୀ ସମ୍ପ୍ରଦାୟଙ୍କ କଲ୍ୟାଣ ପାଇଁ ଲାଗିୁ ଯୋଜନା ବିଷୟରେ ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଲୋଥମ ମେରିଟାଇମ ହେରିଟେଜ କମ୍ପ୍ଲେକ୍ସର ନିର୍ମାଣ ହେବା ପରେ ଏହି ସଂଗ୍ରହାଳୟ ଭାରତର ପ୍ରାଚୀନ ସାମୁଦ୍ରିକ ଶକ୍ତିକୁ ଦର୍ଶାଇବ । ସେ କହିଥିଲେ ଯେ ସଂଗ୍ରହାଳୟରେ ବିଶ୍ୱସ୍ତରର ସୁବିଧା ରହିବ ଏବଂ ଏଥିରେ ରାଜ୍ୟର ପର୍ଯ୍ୟଟନ କ୍ଷମତା ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସ୍ୱାସ୍ଥ୍ୟ, ସରକାରଙ୍କ ପ୍ରାଥମିକତା । ସରକାର ସାରା ଦେଶରେ ସ୍ୱାସ୍ଥ୍ୟ ଯତ୍ନ ଭିତ୍ତିଭୂମିର ନିର୍ମାଣ କରୁଛନ୍ତି । ଏହାର ଅନ୍ତର୍ଗତ ଆରୋଗ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ମେଡ଼ିକାଲ କଲେଜ ପର୍ଯ୍ୟନ୍ତ ନିର୍ମାଣ କରାଯାଉଛି । ସେ କହିଥିଲେ ଯେ ପ୍ରସ୍ତୁତ ହେବା ପରେ ମେଡ଼ିସିଟି 10 ହଜାର ରୋଗୀଙ୍କୁ ଚିକିତ୍ସା ସୁବିଧା ଦେବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ସରକାର ଭ୍ରଷ୍ଟାଚାରଠାରୁ ଆରମ୍ଭ କରି ଆତଙ୍କବାଦ ଭଳି ବିପଦ ସହ ଲଢ଼ିବା ନିମନ୍ତେ ପ୍ରତିବଦ୍ଧ । ସେ ଲୋକମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ରାଷ୍ଟ୍ରର ସ୍ୱାର୍ଥ ବିରୋଧରେ କାମ କରୁଥିବା ଲୋକମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଭୋଟ ବ୍ୟାଙ୍କ ରାଜନୀତି ନକରିବା ଲାଗି ସେ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ କରିଥିଲେ । ଏପରି କାର୍ଯ୍ୟ ଦ୍ୱାରା ସେନାବାହିନୀର ମନୋବଳ  ହ୍ରାସ ପାଇବ ଏବଂ ଆମର ଶତ୍ରୁମାନେ ଦୃଢ଼ ହେବେ ।

 Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi