India is being seen as a bright spot. Growth is projected to remain among the highest in the world: PM
In less than 3 years, our government has transformed the economy: PM Modi
Financial markets can play an important role in the modern economy, says the Prime Minister
Government is very keen to encourage start-ups. Stock markets are essential for the start-up ecosystem: PM
My aim is to make India a developed country in one generation: PM Narendra Modi

ଏହା ମୋର ସୌଭାଗ୍ୟ ଯେ, ମତେ ଏଠାରେ ଉପସ୍ଥିତ ରହି ଏହି ନୂଆ କ୍ୟାମ୍ପସ ଉଦ୍ଘାଟନ କରିବାର ସୁଯୋଗ ମିଳିଛି । ଏବେ ବିଶ୍ୱ ଅର୍ଥବ୍ୟବସ୍ଥାର ମାନ୍ଦା ସମୟ । ବିକାଶଶୀଳ ଦେଶସମୂହ  ଓ ନୂତନ ଭାବେ ମୁଣ୍ଡଟେକୁଥିବା ବଜାର - ଉଭୟେ ମାନ୍ଦା ଅବସ୍ଥାର ସମ୍ମୁଖିନ ହେଉଛନ୍ତି । ଏହି ପୃଷ୍ଠଭୂମିରେ, ଭାରତକୁ ଏକ ଉଜ୍ଜ୍ୱଳ ସ୍ଥାନରେ ଦେଖିବାକୁ ମିଳୁଛି । ସାରା ବିଶ୍ୱରେ ଆମ ଦେଶକୁ ସର୍ବବୃହତ ଅଭିବୃଦ୍ଧି ନେଇ ଆକଳନ କରାଯାଉଛି ।

ଭାରତର ସ୍ଥାନ ଦୃତ ଅଭିବୃଦ୍ଧି ହାସଲକାରୀ ବୃହତ ଅର୍ଥବ୍ୟବସ୍ଥା ଭାବେ ଅତୀତରୁ ଆସି ନଥିଲା । ଆମେ କେତେ ପଥ ଅତିକ୍ରମ କରିଛେ ଆସନ୍ତୁ ଦେଖିବା, ଆମେ ୨୦୧୨-୧୩କୁ ଦେଖିବା । ଆର୍ଥିକ ନିଅଣ୍ଟ ପରିମାଣ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚି ଥିଲା । ଟଙ୍କାର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଉଥିଲା । ମୁଦ୍ରାସ୍ଫୀତି ଦର ବଢି ଚାଲିଥିଲା । ଚଳନ୍ତି ଜମା ନିଅଣ୍ଟ ପରିମାଣ ବୃଦ୍ଧି ପାଉଥିଲା । ଆମ ଅର୍ଥବ୍ୟବସ୍ଥା ଉପରେ ଆସ୍ଥା ହ୍ରାସ ପାଉଥିବାରୁ ବିଦେଶୀ ନିବେଶକମାନେ ଭାରତରୁ ପ୍ରତ୍ୟାବର୍ତ୍ତନ କରୁଥିଲେ । ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତକୁ ଏକ ଦୁର୍ବଳ ଦେଶ ଭାବେ ଗଣନା କରାଯାଉଥିଲା ।

ମାତ୍ର ତିନି ବର୍ଷରୁ କମ୍ ସମୟ ମଧ୍ୟରେ, ଏହି ସରକାର ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆଣି ପାରିଲେ । ଆମେ ପ୍ରତିବର୍ଷ ଆର୍ଥିକ ନିଅଣ୍ଟିଆ ପରିମାଣକୁ କମ୍ କରିବା ସହିତ ପ୍ରତିବର୍ଷ ଲକ୍ଷ୍ୟ ହାସଲ କରିବାରେ ସଫଳ ହେଲୁ । ଚଳନ୍ତି ଜମା ନିଅଣ୍ଟ ପରିମାଣ କମ୍ ଥିଲା । ୨୦୧୩ର ସ୍ୱତନ୍ତ୍ର ମୁଦ୍ରା ଋଣ ପରିଶୋଧ ପରେ ମଧ୍ୟ, ବିଦେଶୀ ମୁଦ୍ରା ପ୍ରତିବଦଳ ହାର ଅଧିକ ଥିଲା । ମୁଦ୍ରାସ୍ଫିତୀ କମିଲା, ପୂର୍ବ ସରକାର ଅମଳରେ ମୁଦ୍ରାସ୍ଫିତୀ ଦୁଇ ଅଙ୍କରେ ଥିବା ବେଳେ, ଚାରି ପ୍ରତିଶତରୁ କମ୍ ରହିବାରେ ଲାଗିଲା । ଯେତବେଳେ ଆର୍ଥିକ ନିଅଣ୍ଟ ପରିମାଣ କମିଗଲା, ସାଧାରଣ ନିବେଶ ପରିମାଣ ଦ୍ରୁତ ଗତିରେ ବୃଦ୍ଧି ପାଇଲା । ମୁଦ୍ରାସ୍ଫିତୀ ଦର ନିୟନ୍ତ୍ରଣ ଲକ୍ଷ୍ୟ ହାସଲ କରିବା ପାଇଁ ଏକ ନୂତନ ବାଧ୍ୟତାମୂଳକ ନିୟମର ଯୋଜନା ପ୍ରସ୍ତୁତ କରାଗଲା । ସାମଗ୍ରୀ ଓ ସେବାକର ସମ୍ବିଧାନ ସଂଶୋଧନ ବିଧେୟକ ଦୀର୍ଘଦିନ ଧରି ପଡି ରହିଥିଲା । ଏହା ଏବେ ଗୃହିତ ହୋଇଛି   ଏବଂ ବହୁ ପ୍ରତିକ୍ଷିତ ବସ୍ତୁ ଓ ସେବା କର(GST) ବିଲ୍ ଖୁବ୍ ଶୀଘ୍ର ବାସ୍ତବତାର ରୂପ ନେବ । ବ୍ୟବସାୟ ଅନୁକୂଳ ପରିବେଶ ସୃଷ୍ଟି ନିମନ୍ତେ ବିକାଶ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଆମେ କାର୍ଯ୍ୟ କରୁଛୁ । ଏହି ସବୁ ଯୋଜନାର ଫଳାଫଳ ସ୍ୱରୂପ, ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜି ନିବେଶ ପରିମାଣ ରେକର୍ଡ ସ୍ତରରେ ପହଞ୍ଚିଛି । ବିମୁଦ୍ରୀକରଣ ଦ୍ୱାରା ଦ୍ରୁତ ଗତିମାନ ଯାନର ପଥରୋଧ କରାଯାଉଥିବା ନେଇ ଦାବି କରୁଥିବା ସମାଲୋଚକମାନେ, ଆମ ଦ୍ରୁତ ବିକାଶ ସଂପର୍କରେ ଅବଗତ ହେବା ଦରକାର ।

ଆପଣମାନଙ୍କ ଆଗରେ ମୁଁ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହେଁ: ଏହି ସରକାର ଏକ ସୁସ୍ଥ ଓ ପରିଣାମଦର୍ଶୀ ଅର୍ଥନୈତିକ ଯୋଜନାର ନୀତି ଅନୁସରଣ କରିବ, ଯାହା ଦୀର୍ଘମିଆଦୀ ଭିତ୍ତିରେ ଭାରତର ଭବିଷ୍ୟତକୁ ଉଜ୍ଜ୍ୱଳ କରିବ । ରାଜନୈତିକ ଦୃଷ୍ଟିକୋଣରୁ ସ୍ୱଳ୍ପ ମିଆଦୀ ଲକ୍ଷ୍ୟ ହାସଲ ପାଇଁ ଆମେ କିଛି ପଦକ୍ଷେପ ନେବୁ ନାହିଁ । କଠୋର ପଦକ୍ଷେପ ନେବାକୁ ଆମେ କୁଣ୍ଠାବୋଧ କରିବୁ ନାହିଁ, ଯଦି ସେହି ପଦକ୍ଷେପ ଦେଶର ହିତ ସାଧନ କରିବ । ବିମୁଦ୍ରୀକରଣ ଏକ ଉଦାହରଣ । ଏହା ସ୍ୱଳ୍ପ ସମୟ ପାଇଁ କଷ୍ଟ ଦେବ କିନ୍ତୁ ଦୀର୍ଘକାଳ ପାଇଁ ବହୁତ ସୁଫଳ ଆଣି ଦେବ ।

ଅର୍ଥନୈତିକ ବଜାର ଆଧୁନିକ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିପାରିବ । ସଞ୍ଚୟକୁ ଗତିଶୀଳ କରିବାରେ ସେମାନେ ସାହାଯ୍ୟ କରିପାରିବେ । ସଞ୍ଚୟକୁ ଉତ୍ପାଦନମୁଖୀ ନିବେଶ ଆଡକୁ ଅଗ୍ରସର କରାଇବାରେ ସେମାନେ ନୂଆ ପ୍ରଣାଳୀ ସୃଷ୍ଟି କରିବେ ।

ଯଦିଓ ଇତିହାସ ଦେଖାଇଦେଇଛି ଯେ, ଅର୍ଥନୈତିକ ବଜାରକୁ ସଠିକ୍ ନିୟନ୍ତ୍ରଣ ନ କଲେ ତାହା ମଧ୍ୟ ବିପର୍ଯ୍ୟୟ ଘଟାଇପାରେ । ଭଲ ନିୟନ୍ତ୍ରଣ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଦ୍ୱାରା ଭାରତୀୟ ପ୍ରତିଭୂତି ଓ ବିନମିୟ ବୋର୍ଡ(ସେବି) ପ୍ରତିଷ୍ଠା କରାଯାଇଥିଲା । ପ୍ରତିଭୂତି ବଜାରର ଉନ୍ନତିକୁ ପ୍ରୋତ୍ସାହନ ଦେବା ଓ ନିରାପଦ ବଜାର ସୃଷ୍ଟି କରିବା କ୍ଷେତ୍ରରେ ସେବି ମଧ୍ୟ ଭୁମିକା ତୁଲାଇଛି ।

ନିକଟରେ ଅଗ୍ର-ବଜାର ଆୟୋଗ (Forward Markets Commission)କୁ ଉଚ୍ଛେଦ କରାଯାଇଛି । ସାମଗ୍ରୀ ନିୟନ୍ତ୍ରଣ ଓ ବ୍ୟୁତ୍ପତ୍ତି ନିର୍ଣ୍ଣୟ ଦୟୀତ୍ୱ ମଧ୍ୟ ସେବି ଉପରେ ନ୍ୟସ୍ତ କରାଯାଇଛି ।  ଏହା ଏକ ବଡ଼ ଆହ୍ୱାନ । ସାମଗ୍ରୀ ବଜାରରେ, ନିର୍ଦ୍ଦିଷ୍ଟ ବଜାର ସେବି ଦ୍ୱାରା ନିୟନ୍ତ୍ରିତ ହୁଏ ନାହିଁ । କୃଷି ବଜାର ରାଜ୍ୟଗୁଡିକ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଅନେକ ସାମଗ୍ରୀ ସିଧାସଳଖ ଗରିବ ଓ ଦରିଦ୍ର ଲୋକମାନଙ୍କ ଠାରୁ ନିବେଶକମାନଙ୍କ ଦ୍ୱାରା କିଣାଯାଇ ନଥାଏ । ତେଣୁ ସାମଗ୍ରୀ ବ୍ୟୁତ୍ପତ୍ତି ସିଦ୍ଧତା ନେଇ ଅର୍ଥନୈତିକ ଓ ସାମାଜିକ ପ୍ରଭାବ ଅଧିକ ସମ୍ବେଦନଶୀଳ ।

ଅର୍ଥନୈତିକ ବଜାର ସଫଳତାର ସହ ଚାଲିବା ପାଇଁ, ଅଂଶ ଗ୍ରହଣକାରୀ ସଂପୂର୍ଣ୍ଣ ସଚେତନ ହେବା ଆବଶ୍ୟକ । ମୁଁ ଖୁସିର ସହିତ କହିବାକୁ ଚାହେଁ ଯେ, ରାଷ୍ଟ୍ରୀୟ ପ୍ରତିଭୂତି ପ୍ରବନ୍ଧନ ସଂସ୍ଥାନ ବିଭିନ୍ନ ଅଂଶଗ୍ରହଣକାରୀମାନଙ୍କୁ ଶିକ୍ଷିତ କରାଇବାରେ ଓ ଦକ୍ଷତା ପ୍ରମାଣନ କ୍ଷେତ୍ରରେ ପ୍ରମୁଖ ଭୁମିକା ତୁଲାଇବ । ବର୍ତ୍ତମାନ ଆମର ଲକ୍ଷ୍ୟ ଏକ ‘କୁଶଳ ଭାରତ’ । ପୃଥିବୀର ଯେ କୌଣସି କୋଣରେ ଭାରତୀୟ ଯୁବକ ନିଜ ପ୍ରତିପକ୍ଷ ସହିତ ପ୍ରତିଦ୍ୱନ୍ଦିତା କରିବାକୁ ସକ୍ଷମ ହେବେ । ସେହିଭଳି ଦକ୍ଷତା ବିକାଶ କ୍ଷେତ୍ରରେ ଏହି ପ୍ରତିଷ୍ଠାନ ଏକ ପ୍ରମୁଖ ଭୁମିକା ଗ୍ରହଣ କରିବ । ମତେ କୁହାଯାଇଛି ଯେ, NISM ରେ  ପ୍ରତିବର୍ଷ ପ୍ରାୟ ଏକ ଲକ୍ଷ ୫୦ ହଜାର ଆବେଦନକାରୀ ପରୀକ୍ଷା ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ପାଞ୍ଚ ଲକ୍ଷରୁ ଅଧିକ ଆବେଦନକାରୀ ଏନ୍ଆଇଏସ୍ଏମ୍ ମାଧ୍ୟମରେ ପ୍ରମାଣପତ୍ର ପାଇ ସାରିଛନ୍ତି ।

ପ୍ରତିଭୂତି ବଜାର ସୁ-ନିୟନ୍ତ୍ରଣ କ୍ଷେତ୍ରରେ ଭାରତ ଭଲ ସୁନାମ ଅର୍ଜନ କରିଛି । ଇଲୋକ୍ଟ୍ରୋନିକ ମାଧ୍ୟମରେ ବ୍ୟବସାୟର ପ୍ରସାର ଏବଂ ଜମାକାରୀଙ୍କର ବ୍ୟବହାର ଆମ ବଜାରକୁ ଅଧିକ ସ୍ୱଚ୍ଛ କରିପାରିଛି । ଏ କ୍ଷେତ୍ରରେ ସେବି ଏକ ପ୍ରତିଷ୍ଠାନ ଭାବେ ନିଶ୍ଚିତ ଗୌରବର ଅଧିକାରୀ ।

ତଥାପି ପ୍ରତିଭୂତି ଓ ସାମଗ୍ରୀ ବଜାରରେ ଆମକୁ ଦୀର୍ଘ ପଥ ଯିବାକୁ ଅଛି । ଯେତେବେଳେ ମୁଁ ଅର୍ଥନୈତିକ ସମ୍ବାଦପତ୍ର ଦେଖେ, ମୁଁ ବେଳେବେଳେ ଆଇପିଓଙ୍କ ସଫଳତାର କାହାଣୀ ପଢେ ଓ କେମିତି ଦକ୍ଷ ଉଦ୍ୟୋଗୀ ହଠାତ୍ କୋଟିପତି ହୋଇଯାଇଥାନ୍ତି ଜାଣିବାକୁ ପାଏ । ଆପଣମାନେ ଜାଣନ୍ତି, ମୋ ସରକାର ଷ୍ଟାର୍ଟ-ଅପ୍ ମାନଙ୍କୁ ଉତ୍ସାହିତ କରିବା ପାଇଁ ଅଧିକ ଆଗ୍ରହ ଦେଖାଉଛନ୍ତି । ଷ୍ଟାର୍ଟ-ଅପ୍  ବ୍ୟବସ୍ଥା ପାଇଁ ସେୟାର ବଜାର ଅତି ଜରୁରୀ । ତଥାପି ଆନ୍ତର୍ଜାତିକ ନିବେଶକାରୀ ଅବା ଆର୍ଥିକ ବିଶାରଦମାନଙ୍କ ପାଇଁ ପ୍ରତିଭୂତି ବଜାରର ସଫଳତା ମଧ୍ୟ ଯଥେଷ୍ଟ ନୁହେଁ ବୋଲି ଧରାଯିବ ।  ସଂପତ୍ତି ସୃଷ୍ଟି କରିବା ଭଲ, କିନ୍ତୁ ମୋ ପାଇଁ ଏହା ମୂଳ ଲକ୍ଷ୍ୟ ନୁହେଁ । ଆମ ପ୍ରତିଭୂତି ବଜାରର ପ୍ରକୃତ ମୂଲ୍ୟ ସେମାନଙ୍କର ଅବଦାନ ଉପରେ ନିର୍ଭର କରେ..

  • ଦେଶର ଉନ୍ନତି ପାଇଁ
  • ସବୁ ବର୍ଗର ଉନ୍ନତି ପାଇଁ ଏବଂ
  • ବୃହତ ନାଗରିକ ସମାଜର କଲ୍ୟାଣ ପାଇଁ

ତେବେ ଯାଇ ଅର୍ଥନୈତିକ ବଜାର ସଂପୂର୍ଣ୍ଣ ସଫଳ ହୋଇଛି ବୋଲି ମୁଁ ବିବେଚନା କରିବି, ସେମାନେ ତିନୋଟି ଆହ୍ୱାନର ସମ୍ମୁଖୀନ ହେବା ଆବଶ୍ୟକ ।

ପ୍ରଥମତଃ, ଆମ ସେୟାର ବଜାରର ପ୍ରାଥମିକ ଲକ୍ଷ୍ୟ ଉତ୍ପାଦକତା ଉଦ୍ଦେଶ୍ୟରେ ପୁଞ୍ଜି ବୃଦ୍ଧି ପାଇଁ ସାହାଯ୍ୟ କରିବା । ପରିଚାଳନାଗତ ବିପଦ କ୍ଷେତ୍ରରେ ବ୍ୟୁତ୍ପତ୍ତି ନିର୍ଣ୍ଣୟକୁ ବ୍ୟବହାର କରାଯାଇ ପାରିବ । କିନ୍ତୁ ଅନେକ ଲୋକ ଭାବନ୍ତି ଯେ, ବ୍ୟୁତ୍ପତ୍ତି ନିର୍ଣ୍ଣୟ ବଜାର ଉପରେ ପ୍ରାଧାନ୍ୟ ବିସ୍ତାର କରେ ଏବଂ କୁକୁର ଲାଞ୍ଜ ହଲାଇବା ଭଳି କାମ କରେ । ପୁଞ୍ଜି ବଜାର କିପରି ଭଲ ଭାବେ କାର୍ଯ୍ୟକରି ପୁଞ୍ଜି ଯୋଗାଣ କ୍ଷେତ୍ରରେ ଆଲୋଡନ ସୃଷ୍ଟି କରୁଛି ତାହା ଦେଖିବା ଦରକାର ।

 ଆମ ବଜାର ସଫଳତାର ସହ ପୁଞ୍ଜି ବୃଦ୍ଧି କରି, ଆମ ଜନସଂଖ୍ୟାର ସଂଖ୍ୟାଧିକ ବର୍ଗଙ୍କୁ ସୁବିଧା ପହଞ୍ଚାଇବ ତାହା କରି ଦେଖାଇବା ଦରକାର । ନିର୍ଦ୍ଧିଷ୍ଟ ଭାବରେ ଭିତ୍ତିଭୂମୀ କ୍ଷେତ୍ର ପ୍ରତି ମୁଁ ଦୃଷ୍ଟିଦେଉଛି । ଆଜି ଆମର ଅଧିକାଂଶ ଭିତ୍ତିଭୂମୀ ପ୍ରକଳ୍ପ ସରକାର କିମ୍ବା ବ୍ୟାଙ୍କ ଦ୍ୱାରା ଆର୍ଥିକ ସହାୟତା ପାଉଛନ୍ତି । ଭିତ୍ତିଭୂମୀ କ୍ଷେତ୍ର ପାଇଁ ପୁଞ୍ଜି ବଜାର ଆର୍ଥିକ ସହାୟତା ଦେବା ବହୁତ କ୍ୱଚିତ । ଭିତ୍ତିଭୂମୀ ପ୍ରକଳ୍ପ ତିଷ୍ଠି ରହିବା ପାଇଁ ଦୀର୍ଘକାଳୀନ ଭିତ୍ତିରେ ଉଦ୍ଧାର ଦେବା ବହୁତ ଗରୁତ୍ୱପୂର୍ଣ୍ଣ । ଏହା କୁହାଯାଏ ଯେ ଆମର ଏକ ଦୀର୍ଘ ମିଆଦୀ ସୁସ୍ପଷ୍ଟ ବଣ୍ଡ ବଜାର ନାହିଁ । ଏଥିପାଇଁ ଅନେକ କାରଣ ଦର୍ଶାଯାଏ । କିନ୍ତୁ ଏଠାରେ ଉପସ୍ଥିତ ଥିବା ଅର୍ଥନୈତିକ ଚିନ୍ତାଧାରା ସମ୍ପର୍ଣ୍ଣ ମସ୍ତିଷ୍କ ନିଶ୍ଚିତ ଏହି ସମସ୍ୟାର ସମାଧାନ କରି ପାରିବ, ଯଦି ପ୍ରକୃତରେ ଆପଣ ନିଜ ମସ୍ତିଷ୍କକୁ ଏଥିରେ ଲଗାଇବେ । ମୁଁ ଆପଣମାନଙ୍କୁ ଏହି ଆହ୍ୱାନ କରିବି ଯେ, ଭିତ୍ତିଭୂମୀ କ୍ଷେତ୍ର ପାଇଁ ଦୀର୍ଘ ମିଆଦୀ ପୁଞ୍ଜି ବଜାର ଯୋଗାଇଦେବା ନିମନ୍ତେ ମାର୍ଗ ବାହାର କରିବା । ବର୍ତ୍ତମାନ କେବଳ ସରକାର କିମ୍ବା ବିଶ୍ୱ ବ୍ୟାଙ୍କ ଅବା ଜାପାନ ଆନ୍ତର୍ଜାତିକ ସହଯୋଗ ସଂସ୍ଥା (ଜାଇକା) ଭଳି ବାହାର ଋଣଦାତା ଭିତ୍ତିଭୂମୀ ପାଇଁ  ଦୀର୍ଘ ସୂତ୍ରରେ ଅର୍ଥ ଯୋଗାଉଛନ୍ତି ।

ଆପଣ ସମସ୍ତେ ଅବଗତ ଯେ, ସହରୀ ଭିତ୍ତିଭୂମୀର ବିକାଶ ପାଇଁ ବିପୁଳ ପୁଞ୍ଜି ଆବଶ୍ୟକ । ଏହି ସରକାର ମହତ୍ୱାକାଂକ୍ଷୀ ସ୍ମାର୍ଟ ସିଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ, ମୁଁ ଦୁଃଖିତ ଯେ ବର୍ତ୍ତମାନ ସୁଦ୍ଧା, ଆମର ମ୍ୟୁନିସପାଲ ବଣ୍ଡ ମାର୍କେଟ ମଧ୍ୟ ନାହିଁ । ସେହିଭଳି ବଜାର ସୃଷ୍ଟି କରିବା ପାଇଁ ସମସ୍ୟା ଓ ଅସୁବିଧା ଦେଖାଦେବ । କିନ୍ତୁ ଜଣେ ଦକ୍ଷ ଉଦ୍ଭାବନ ପାଇଁ ପ୍ରକୃତ ପରୀକ୍ଷା ସେତେବେଳେ ଆସେ ଯେତେବେଳେ ଜଟିଳ ସମସ୍ୟାକୁ ସେ ସମାଧାନ କରିଥାଏ । କ’ଣ ସେବି ଏବଂ ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ଏକ ବର୍ଷ ମଧ୍ୟରେ ଅତ୍ୟନ୍ତ ୧୦ଟି ସହରରେ ମ୍ୟୁନିସପାଲ ବଣ୍ଡ ଜାରି କରିବା ସୁନିଶ୍ଚିତ କରିପାରିବେ?

ଦ୍ୱିତୀୟତଃ, ବଜାରଗୁଡିକ ଆମ ସମାଜର ବୃହତର ବର୍ଗଙ୍କୁ ସୁବିଧା ଯୋଗାଇ ଦେବ - ଉଦାହରଣ ସ୍ୱରୂପ ଆମ କୃଷକମାନଙ୍କୁ । ପ୍ରକୃତ ସଫଳ ପରିଣାମର ପ୍ରଭାବ ଗାଁ ଗୁଡିକରେ, ଦଲାଲ ଷ୍ଟ୍ରିଟ୍ କିମ୍ବା ଦିଲ୍ଲୀର ଲୁଟିୟେନସ୍ ରେ ନୁହେଁ । ସେହି ମାନଦଣ୍ଡ ଅନୁସାରେ, ଆମକୁ ବହୁ ପଥ ଯିବାକୁ ହେବ । ଆମ ଷ୍ଟକ୍ ବଜାର ଅଭିନବ ଉପାୟରେ କୃଷି ପ୍ରକଳ୍ପ ପାଇଁ ପୁଞ୍ଜି ସୃଷ୍ଟି କରିବା ଆବଶ୍ୟକ । ଆମ ସାମଗ୍ରୀ ବଜାର ଆମ କୃଷକମାନଙ୍କ ପାଇଁ ନିଶ୍ଚୟ ଉପଯୋଗୀ ହେବା ଦରକାର, ଖାଲି କେବଳ ପୂର୍ବାନୁମାନ ଉପରେ ପର୍ଯ୍ୟବେଶିତ ହେବା ଉଚିତ ନୁହେଁ । ଲୋକେ କହନ୍ତି ବ୍ୟୁତ୍ପତ୍ତି ନିର୍ଣ୍ଣୟ କୃଷକମାନଙ୍କର ସଂକଟ ଅବସ୍ଥା ଦିଗରେ ବ୍ୟବହାର କରାଯାଇପାରେ । କିନ୍ତୁ ବାସ୍ତବ କ୍ଷେତ୍ରରେ ଭାରତରେ ଖୁବ୍ ବେଶୀରେ କୌଣସି କୃଷକ ବ୍ୟୁତ୍ପତ୍ତି ନିର୍ଣ୍ଣୟ ବ୍ୟବହାର କରିଥାଏ । ତାହା ହିଁ ପ୍ରକୃତ ତଥ୍ୟ । ଯେତେବେଳ ଯାଏ ଆଉ ଯେ ପର୍ଯ୍ୟନ୍ତ ଆମେ ସାମଗ୍ରୀ ବଜାରକୁ ସିଧାସଳଖ କୃଷକ ଉପଯୋଗୀ ନ କରିଛେ, ତାହା କେବଳ ମାତ୍ର ଆମ ଅର୍ଥବ୍ୟବସ୍ଥା ପାଇଁ ବହୁମୂଲ୍ୟ ଅଳଙ୍କାର ହୋଇ ରହିବ, ଉପଯୋଗୀ ଉପକରଣ ହୋଇପାରିବ ନାହିଁ । ଏହି ସରକାର ଇ-ନାମ(E-NAM) ଇଲୋକଟ୍ରୋନିକ୍ସ ରାଷ୍ଟ୍ରୀୟ କୃଷକ ବଜାର ବ୍ୟବସ୍ଥା ସୃଷ୍ଟି କରିଛନ୍ତି । ସେବି ଏ କ୍ଷେତ୍ରରେ କୃଷକମାନଙ୍କୁ ଲାଭ କରାଇବା ପାଇଁ ଇ-ନାମ ଭଳି ସ୍ପଷ୍ଟ ବଜାର ଏବଂ ବ୍ୟୁତ୍ପତ୍ତି ନିର୍ଣ୍ଣୟ ବଜାରର ନିକଟତମ ସଂଯୋଜକ ଭାବେ କାର୍ଯ୍ୟ କରିବ ।

ତୃତୀୟତଃ, ଯେଉଁମାନେ ଆର୍ଥିକ ବଜାରରୁ ଲାଭ ଅର୍ଜନ କରିବେ ଟିକସ ପଇଠ କରି ରାଷ୍ଟ୍ର ନିର୍ମାଣରେ ଉପଯୁକ୍ତ ଯୋଗଦାନ କରିବେ । ବିଭିନ୍ନ କାରଣରୁ, ଯେଉଁମାନେ ବଜାରରୁ ଧନ ଉପାର୍ଜନ କରୁଛନ୍ତି ଟିକସ ବାବଦ ଯୋଗଦାନ କମିବାରେ ଲାଗିଛି ।  କେତେକ କ୍ଷେତ୍ରରେ ଅସାଧୁ କାର୍ଯ୍ୟକଳାପ ଓ ଚଞ୍ଚକତା ଯୋଗୁ ଏହା ହେଉଛି । ଏହାକୁ ରୋକିବା ପାଇଁ ସେବି ଅତ୍ୟଧିକ ସତର୍କ ହେବା ଦରକାର । କେତେକ କ୍ଷେତ୍ରରେ ଆମ ଟିକସ ନିୟମ ପ୍ରଣାଳୀ ଯୋଗୁଁ କମ୍ ପରିମାଣର ଟିକସ ଯୋଗଦାନ ହୋଇଥାଏ । କେତେ ପ୍ରକାରର ଆର୍ଥିକ ଆୟ କ୍ଷେତ୍ରରେ କମ୍ କିମ୍ବା ଶୂନ୍ୟ ଦରରେ ଟିକସ ଦେବାକୁ ପଡିଥାଏ । ମୁଁ ଆପଣମାନଙ୍କୁ ଆହ୍ୱାନ କରୁଛି ବଜାରରେ ଅଂଶ ଗ୍ରହଣକାରୀଙ୍କ ରାଜସ୍ୱ ଯୋଗଦାନ ସଂପର୍କରେ ଚିନ୍ତା କରନ୍ତୁ । ଏକ ସ୍ୱଚ୍ଛ, ସଚ୍ଚୋଟ ଓ ଦକ୍ଷତାର ସହ ଏହାର ବୃଦ୍ଧି ଦିଗରେ ଉପାୟ ଚିନ୍ତା କରିବା ଆବଶ୍ୟକ । ପୂର୍ବରୁ ଅନୁଭବ ହେଉଥିଲା ଯେ, କେତେକ ନିବେଶକାରୀ ଟିକସ ବୁଝାମଣା କରି ଅସାଧୁ କାରବାର କରୁଛନ୍ତି । ଆପଣମାନେ ଯାହା ଜାଣନ୍ତି ସେହି ବୁଝାମଣାକୁ ଏହି ସରକାର ସଂଶୋଧିତ କରିଛନ୍ତି । ଏବେ ସମୟ ଆସିଛି ପୁନର୍ବିଚାର କରି ଏକ ଭଲ ଡିଜାଇନ ଅନୁସାରେ ଆଗେଇ ଆସି ସାଧାରଣ ଓ ସ୍ୱଚ୍ଛ ଭାବରେ, କିନ୍ତୁ ନ୍ୟାଯ୍ୟ ଓ ବିକାଶଶୀଳ ଭାବରେ ।

ବନ୍ଧୁଗଣ,

ମୁଁ ଜାଣିଛି ଯେ, ବଜେଟ୍ ଦୃଷ୍ଟିକୋଣରୁ ଆର୍ଥିକ ବଜାରର ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବନ୍ଧ ରହିଛି । ବାସ୍ତବ ଅର୍ଥବ୍ୟବସ୍ଥା ଉପରେ ବଜେଟ୍ ଚକ୍ରର ଏକ ପ୍ରଭାବ ରହିଛି । ଆମ  ପ୍ରଚଳିତ ବଜେଟ କ୍ୟାଲେଣ୍ଡର ଅନୁସାରେ ବଜେଟର କ୍ଷମତାପ୍ରାପ୍ତ ବ୍ୟୟବରାଦ ମୌସୁମୀର ଆଗମନ ସହିତ ହୋଇଥାଏ । ପ୍ରାକ୍ ମୌସୁମୀ ମାସମାନଙ୍କରେ ସରକାରୀ କାର୍ଯ୍ୟକ୍ରମ ସକ୍ରିୟ ଉତ୍ପାଦକତା ହୋଇ ନଥାଏ । ଏଣିକି ଚଳିତ ବର୍ଷଠାରୁ, ଆମେ ଆଗୁଆ ବଜେଟ୍ ଆଗତ କରିବାକୁ ଦିନ ଧାର୍ଯ୍ୟ କରିଛୁ କାରଣ ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ବ୍ୟୟବରାଦ ପାଇଁ କ୍ଷମତା ପ୍ରଦାନ କରାଯାଇ ପାରିବ । ଏହା ଉତ୍ପାଦକତା ଓ ଫଳାଫଳ ପ୍ରଦାନ କ୍ଷେତ୍ରରେ ଉନ୍ନତି ଆଣି ପାରିବ ।

ବନ୍ଧୁଗଣ,

ମୋର ଲକ୍ଷ୍ୟ ଭାରତକୁ ଗୋଟିଏ ଯୁଗ ପର୍ଯ୍ୟନ୍ତ ବିକଶିତ ରାଷ୍ଟ୍ର ଭାବରେ ଗଢି ତୋଳିବା । ବିଶ୍ୱସ୍ତରୀୟ ପ୍ରତିଭୂତି ଓ ସାମଗ୍ରୀ ବଜାର ବିନା ଭାରତ କେବେ ବି ବିକଶିତ ରାଷ୍ଟ୍ର ହୋଇପାରିବ ନାହିଁ । ତେଣୁ ମୁଁ ଦେଖିପାରୁଛି ଆଗାମୀ ଯୁଗରେ ଅର୍ଥନୈତିକ ବଜାରକୁ ପ୍ରାସଙ୍ଗିକ ଭାବେ ଆପଣ ସମସ୍ତଙ୍କର କ୍ରମବର୍ଦ୍ଧିଷ୍ଣୁ ଯୋଗଦାନ ରହିବ । NISM ର ସମସ୍ତ ସଫଳତା କାମନା କରୁଛି । ମୁଁ ମଧ୍ୟ ସମସ୍ତଙ୍କୁ ମେରୀ ଖ୍ରୀଷ୍ଟମାସ ଓ ନବ ବର୍ଷର ଶୁଭେଚ୍ଛା ଜଣାଉଛି ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Political stability helped India seal major trade deals: PM Narendra Modi

Media Coverage

Political stability helped India seal major trade deals: PM Narendra Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister meets the former President of India
February 16, 2026

Prime Minister Shri Narendra Modi met the former President Shri Ram Nath Kovind Ji today.

In a post on X, Shri Modi wrote:

“Wonderful meeting former President Shri Ram Nath Kovind Ji. His insights on various subjects are always thoughtful and enriching.”