ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ସମର୍ପିତ କରିବା ପାଇଁ ଅଖଣ୍ଡଜ୍ୟୋତି ପ୍ରଜ୍ୱଳିତ କରିଛନ୍ତି । ଏହି ଅବସରରେ ସେ ସ୍ମାରକର ବିଭିନ୍ନ ବିଭାଗ ପରିଦର୍ଶନ କରିଥିଲେ ।

ଏହା ପୂର୍ବରୁ ପୂର୍ବତନ ସୈନିକମାନଙ୍କ ବିଶାଳ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଲକ୍ଷ ଲକ୍ଷ ସୈନିକଙ୍କ ବୀରତ୍ୱ ଓ ସମର୍ପଣ ଯୋଗୁଁ ହିଁ ଭାରତୀୟ ସେନା ଆଜି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ଭାବେ ପରିଗଣିତ ହେଉଛି । 

 ଶତ୍ରୁ ବିପକ୍ଷରେ ହେଉ କି ପ୍ରାକୃତିକ ବିପର୍ଯ୍ୟୟ ବେଳେ ହେଉ ସୈନିକମାନେ ସବୁବେଳେ ଆଗରେ ରହିଥାନ୍ତି ।

ପ୍ରଧାନମନ୍ତ୍ରୀ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ସିଆରପିଏଫ ଯବାନଙ୍କ ବଳିଦାନକୁ ମନେ ପକାଇବା ସହ ଦେଶ ପାଇଁ ପ୍ରାଣୋତ୍ସର୍ଗ କରିଥିବା ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବିଶ୍ୱରେ ଆଜି ନୂଆ ଭାରତର ଗୌରବ ବଢ଼ିଛି ଓ ଏଥିରେ ଦେଶର ସଶସ୍ତ୍ର ସେନାର ଅବଦାନ ଗୁରୁତ୍ୱପୂର୍ଣ୍ଣ । ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ବା ଜାତୀୟ ସମର ସ୍ମାରକ ସମର୍ପଣ କରି ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ।

ସୈନିକ ଓ ପୂର୍ବତନ ସୈନିକଙ୍କ ପାଇଁ “ୱାନ ରାଙ୍କ, ୱାନ ପେନସନ” ଲାଗୁ କରି କେନ୍ଦ୍ର ସରକାର ନିଜ ସଂକଳ୍ପ ପୂରଣ କରିଛନ୍ତି । ଓଆରଓପି ଲାଗୁ ହେବାରୁ ପେନସନରେ 40% ବୃଦ୍ଧି ଓ 2014 ତୁଳନାରେ ସେନା କର୍ମୀଙ୍କ ବେତନରେ 55% ବୃଦ୍ଧି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ହେଉଥିବା ଦାବି ସଂପର୍କରେ ଉଲ୍ଲେଖ କରିବା ସହ ତିନିଟି ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି ।

ସଶସ୍ତ୍ର ସେନା ପ୍ରତି ସରକାରଙ୍କ ଆଭିମୁଖ୍ୟ ସଂପର୍କରେ କିଛି ଉଦାହରଣ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସେନା ଦିବସ, ନୌସେନା ଦିବସ ଓ ବାୟୁସେନା ଦିବସ ଅବସରରେ ସେନା କର୍ମଚାରୀମାନଙ୍କୁ ଅଭିନବ ପ୍ରୟୋଗ ପାଇଁ ପ୍ରୋତ୍ସାହିତ କରାଯାଉଛି । 15 ଅଗଷ୍ଟ, 2017ରେ ଲଞ୍ଚ ହୋଇଥିବା ବୀରତା ପୁରସ୍କାର ପୋର୍ଟାଲ ସଂପର୍କରେ ସେ ସୂଚନା ଦେଇଛନ୍ତି । ମହିଳାମାନେ ଏବେ ଫାଇଟର ପାଇଲଟ ହେବାର ସୁଯୋଗ ପାଉଛନ୍ତି ବୋଲି ସେ କହିଛନ୍ତି । ସର୍ଟ ସର୍ଭିସ କମିଶନରେ ଥିବା ମହିଳାମାନଙ୍କୁ ପୁରୁଷ ସହକର୍ମୀଙ୍କ ସମକକ୍ଷ ସ୍ଥାୟୀ କମିଶନ ପାଇଁ ସୁଯୋଗ ମିଳୁଛି ।

ପ୍ରତିରକ୍ଷା ସାମଗ୍ରୀ କ୍ରୟର ଇକୋ-ବ୍ୟବସ୍ଥା ବଦଳାଇବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପାରଦର୍ଶିତା ଓ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ ସରକାରଙ୍କ ଆଭିମୁଖ୍ୟ ବୋଲି ପ୍ରଧାନମନ୍ତ୍ରୀ କହିବା ସହ “ମେକ୍ ଇନ ଇଣ୍ଡିଆ”କୁ ଗୁରୁତ୍ୱ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ସେନା ଜାତିସଂଘର 70 ପ୍ରମୁଖ ଶାନ୍ତି ମିଶନରୁ ପ୍ରାୟ 50ଟିରେ ଭାଗ ନେଇଛି ଓ ପ୍ରାୟ ଦୁଇ ଲକ୍ଷ ସୈନିକ ଏସବୁ ଅପରେସନରେ ଭାଗ ନେଇଛନ୍ତି । 2016 ମସିହାରେ ଭାରତୀୟ ନୌସେନା ଦ୍ୱାରା ଆୟୋଜିତ ଅନ୍ତର୍ଜାତିକ ଫ୍ଲିଟ ରିଭ୍ୟୁରେ 50ଟି ଦେଶର ନୈାସେନା ଭାଗ ନେଇଥିଲେ । ଆମ ସଶସ୍ତ୍ର ସେନା ପ୍ରତିବର୍ଷ ପ୍ରାୟ 10ଟି ବଡ ଧରଣର ଅଭ୍ୟାସ ବନ୍ଧୁ ଦେଶମାନଙ୍କ ସହ ମିଶି କରୁଛି ବୋଲି ସେ କହିଛନ୍ତି ।

ଭାରତର ସାମରିକ ଶକ୍ତି ଓ ଆନ୍ତର୍ଜାତିକ ଭାଗୀଦାରି ଯୋଗୁଁ ଭାରତ ମହାସାଗରରେ ଦସ୍ୟୁ ଉପଦ୍ରବ ଅନେକାଂଶରେ କମିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 1.86 ଲକ୍ଷ ବୁଲେଟ ପ୍ରୁଫ ଜ୍ୟାକେଟ ପାଇଁ ଭାରତୀୟ ସେନାର ଦୀର୍ଘ ଦିନର ଦାବି ସଂପର୍କରେ ସେ କହିଛନ୍ତି ଯେ, କେନ୍ଦ୍ର ସରକାର ବିଗତ ସାଢ଼େ ଚାରି ବର୍ଷରେ 2.30 ଲକ୍ଷ ବୁଲେଟ ପ୍ରୁଫ ଜ୍ୟାକେଟ କିଣି ସାରିଛନ୍ତି । କେନ୍ଦ୍ର ସରକାର ଭାରତୀୟ ସେନା ପାଇଁ ଅତ୍ୟାଧୁନିକ ଏୟାରକ୍ରାଫ୍ଟ, ହେଲିକପ୍ଟର, ବୁଡାଜାହାଜ, ଜାହାଜ ଓ ଅସ୍ତ୍ରଶସ୍ତ୍ର ମଞ୍ଜୁର କରିଛନ୍ତି । ବହୁ ଦିନରୁ ହୋଇ ଆସୁଥିବା ଦାବିଗୁଡ଼ିକୁ ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପୂରଣ କରାଯାଇଛି ।

 

 

 

 

ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ଭଳି ଜାତୀୟ ପୁଲିସ ସ୍ମାରକ ମଧ୍ୟ ନିର୍ମାଣ ହୋଇଛି । ସର୍ଦ୍ଦାର ପଟେଲ, ବାବାସାହେବ ଆମ୍ବେଦକର ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ମହାନ ଜାତୀୟ ନେତାଙ୍କୁ ସ୍ୱୀକୃତି ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ନିଷ୍ପତ୍ତି ନେବା ଜାରି ରଖିବେ ବୋଲି ସେ କହିଛନ୍ତି ।

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From Vajpayee to Modi: India’s growing influence at the G-7 Summit

Media Coverage

From Vajpayee to Modi: India’s growing influence at the G-7 Summit
NM on the go

Nm on the go

Always be the first to hear from the PM. Get the App Now!
...
PM Modi highlights youth-led development and India's thriving innovation ecosystem
June 13, 2026
PM emphasizes the remarkable contributions of Yuva Shakti across diverse sectors and their growing impact on the global stage

Prime Minister Shri Narendra Modi today stated that the Government is strongly working towards youth-led development. He noted that one of the defining features of the last 12 years has been the confidence with which India’s youth have pursued their aspirations.

Shri Modi highlighted that through initiatives such as Startup India, Digital India, Skill India, and Atal Innovation Mission, an ecosystem has emerged that encourages innovation, entrepreneurship, and enterprise. The Prime Minister pointed out that today, India is among the world’s leading StartUp destinations and many of these success stories are being scripted by our Yuva Shakti, and that too from smaller towns and villages.

The Prime Minister observed that India’s youth are making their mark across various sectors, from science and technology to manufacturing, space, semiconductors, and drones. He expressed that it is heartening to see young Indians contributing to areas that will shape the future of the nation and the world.
Shri Modi emphasized that our youth have also brought immense glory to the nation in the field of sports, consistently enhancing national pride in numerous international competitions. He further stated that a stronger sporting ecosystem, better infrastructure, and greater support for athletes are creating new opportunities for young talent and encouraging them to pursue sports.

In a series of posts on X, the Prime Minister shared:

"The NDA Government is one that is strongly working towards youth-led development. One of the defining features of the last 12 years has been the confidence with which India’s youth have pursued their aspirations.

Through initiatives such as Startup India, Digital India, Skill India and Atal Innovation Mission, an ecosystem has emerged that encourages innovation, entrepreneurship and enterprise.

Today, India is among the world’s leading StartUp destinations and many of these success stories are being scripted by our Yuva Shakti and that too from smaller towns and villages.

#12YearsOfYuvaShakti”

“India’s youth are making their mark across various sectors, from science and technology to manufacturing, space, semiconductors and drones. It is heartening to see young Indians contributing to areas that will shape the future of our nation and the world.

Our youth have also brought immense glory to the nation in the field of sports. In numerous international competitions, young Indian athletes have consistently enhanced national pride.
At the same time, a stronger sporting ecosystem, better infrastructure and greater support for athletes are creating new opportunities for young talent and encouraging them to pursue sports.

#12YearsOfYuvaShakti"