ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଡୁଚେରୀଠାରେ NH45-Aର ଚାରିଲେନ ବିଶିଷ୍ଟ ରାସ୍ତାର ଶିଳାନ୍ୟାସ କରିଛନ୍ତି । ଏହା କରାଇକାଲ ଜିଲ୍ଲା ଏବଂ କରାଇକାଲଠାରେ ମେଡିକାଲ କଲେଜର ନୂତନ କ୍ୟାମ୍ପସ ତଥା କରାଇକାଲ ଜିପମର ପ୍ରଥମ ଖଣ୍ଡକୁ ସଂଯୋଗ କରିବ । ଏହାଛଡା ଶ୍ରୀ ମୋଦୀ ସାଗରମାଳା ଯୋଜନା ଅଧୀନରେ ପୁଡୁଚେରୀ କ୍ଷୁଦ୍ରବନ୍ଦର ବିକାଶ ଓ ପୁଡୁଚେରୀ ଇନ୍ଦିରା ଗାନ୍ଧୀ କ୍ରୀଡା ପରିସରର ସିନ୍ଥେଟିକ ଟ୍ରାକର ମଧ୍ୟ ଶିଳାନ୍ୟାସ କରିଛନ୍ତି ।

ଶ୍ରୀ ମୋଦୀ ପୁଡୁଚେରୀସ୍ଥିତ ଜବାହାର ସ୍ନାତକୋତ୍ତର ମେଡିକାଲ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଜିପମାର)ର ରକ୍ତ କେନ୍ଦ୍ର, ଲସପେଟର ମହିଳା କ୍ରୀଡାବିତଙ୍କ ନିମନ୍ତେ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସକୁ ମଧ୍ୟ ଉଦଘାଟନ କରିଛନ୍ତି । ଏହାଛଡା ସେ ପୁନର୍ବିନ୍ୟାସ କରାଯାଇଥିବା ମେରୀ ଐତିହ୍ୟ ଭବନର ମଧ୍ୟ ଉଦଘାଟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୁଡୁଚେରୀ ହେଉଛି ଋଷି, ବିଦ୍ୱାନ ଓ କବି ଏବଂ ମହାକବି ସୁବ୍ରମନିୟମ ଭାରତୀ ଓ ଯୋଗୀ ଅରବିନ୍ଦଙ୍କ କର୍ମଭୂମୀ । ବିବିଧତାର ପ୍ରତୀକ ପୁଡୁଚେରୀର ପ୍ରଶଂସା କରିବା ସହ ଏଠାରେ ଲୋକମାନେ ଭିନ୍ନ ଭିନ୍ନ ଭାଷା ଓ ଧର୍ମ ବିଶ୍ୱାସୀ ହେଲେ ମଧ୍ୟ ଏକତାର ସୂତ୍ରରେ ବାନ୍ଧି ହୋଇ ରହିଥିବା ସେ କହିଛନ୍ତି ।

ପୁନର୍ବିନ୍ୟାସ ହୋଇଥିବା ମେରୀ ଭବନର ଉଦଘାଟନ କରି ଏହା ବେଳାଭୂମୀର ସୁରମ୍ୟ ପରିବେଶକୁ ଅଧିକ ମନୋରମ କରିବା ସହ ଅଧିକ ପର୍ଯ୍ୟଯକଙ୍କୁ ଆକୃଷ୍ଟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ NH45-A ଚାରିଲେନ ଯୁକ୍ତ ହେବା ଫଳରେ ଏହା କରାଇକାଲ ଜିଲ୍ଲାରେ ଗମନାଗମନ ସୁଗମ କରିବା ସହ ସନିସ୍ୱରନ ମନ୍ଦିର ଓ ଆନ୍ତଃରାଜ୍ୟ ସଂଯୋଗ ବାସିଲିକା ଆଫ୍ ଆୱାର ଲେଡି ଅଫ ଗୁଡ ହେଲଥ ଏବଂ ନାଗୋର ଦରଘା ସହ କରିବ । ସରକାର ଗ୍ରାମାଞ୍ଚଳ ଓ ବେଳାଭୂମି ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଅନେକ ଉଦ୍ୟମ କରିଛନ୍ତି, ଯାହା ଫଳରେ କୃଷି କ୍ଷେତ୍ର ମଧ୍ୟ ଏହାଦ୍ୱାରା ଲାଭାନ୍ୱିତ ହେବ । ସରକାରଙ୍କ ଦାୟୀତ୍ୱ ହେଉଛି ଚାଷୀର ଉତ୍ପାଦିତ ସାମଗ୍ରୀ ସମୟାନୁସାରେ ଭଲ ବଜାରରେ ପହଞ୍ଚାଇବା । ସଡକ ପଥର ସୁଗମତା ଏହି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି । ରାଜପଥର ଏହି ଚାରିଲେନ ଯୋଗୁ ଆର୍ଥିକ ସ୍ଥାନୀୟ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଯୁବଗୋଷ୍ଠୀଙ୍କ ନିମନ୍ତେ ରୋଜଗାର ସୁଯୋଗ ମଧ୍ୟ ସୃଷ୍ଟି ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ସାତ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ଓ ସୁସ୍ଥତା ଦିଗରେ ଭାରତ ଅନେକ ପଦକ୍ଷେପ ନେଇଛି କାରଣ ଆର୍ଥିକ ଅଭିବୃଦ୍ଧି ଉତ୍ତମ ସ୍ୱାସ୍ଥ୍ୟ ସହ ଅଙ୍ଗାଙ୍ଗୀଭାବେ ଜଡିତ । ଏହି ପରିପ୍ରେକ୍ଷୀରେ ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ସେ ଏକ ଚାରି ଶହ ମିଟର ସିନ୍ଥେଟିକ ଆଥଲେଟିକ ଟ୍ରାକର ଶିଳାନ୍ୟାସ କରିଛନ୍ତି । ଏହା ଆମର ଯୁବଗୋଷ୍ଠୀ ମଧ୍ୟରେ କ୍ରୀଡାର ବିକାଶ ଘଟାଇବ । ପୁଡୁଚେରୀରେ କ୍ରୀଡା ଭିତ୍ତିଭୂମି ପ୍ରତିଷ୍ଠା ଦ୍ୱାରା ଏଠାକାର କ୍ରୀଡାବିତମାନେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିବେ । ଲସପେଟରେ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦଘାଟିତ ହୋଇଛି । ସେଠାରେ ହକି, ଭଲିବଲ, ଭାରତ୍ତୋଳନ, କବାଡି ଏବଂ ହ୍ୟାଣ୍ଡବଲ ଖେଳାଳୀମାନେ ସାଇର ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ତାଲିମ ଗ୍ରହଣ କରିପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦିନରେ ସ୍ୱାସ୍ଥ୍ୟସେବା ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ । ସମସ୍ତଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟ ନେଇ ଜିପମାରରେ ଏକ ରକ୍ତକେନ୍ଦ୍ର ଉଦଘାଟିତ ହୋଇଛି । ଏଥିରେ ଦୀର୍ଘସ୍ଥାୟୀ ରକ୍ତ ସଂରକ୍ଷଣ ସହ ରକ୍ତର ଆନୁସଙ୍ଗିକ ଉପାଦାନ ଓ ମଜ୍ଜା ବ୍ୟାଙ୍କ ଇତ୍ୟାଦି ଅତ୍ୟାଧୁନିକ ସୁବିଧା ରହିବ । ଏହି କେନ୍ଦ୍ର ଏକ ଗବେଷଣା ୟୁନିଟ ଭାବେ କାର୍ଯ୍ୟ କରିବା ସହ ରକ୍ତ ଦେବା ନେବା ସହ ସମସ୍ତ ତାଲିମ ଏଥି ସହ ସଂଶ୍ଳିଷ୍ଟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଦାନ କରାଯିବ ।

ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ହେଲେ ଆମର ପେଶାଦାର ସ୍ୱାସ୍ଥ୍ୟ ଚିକିତ୍ସକଙ୍କ ଆବଶ୍ୟକତା ରହିଛି । କରାଇକାଲର ପ୍ରଥମ ପର୍ଯ୍ୟାୟ ମେଡିକାଲ ପ୍ରକଳ୍ପ ଏକ ଅନୁକୂଳ ପରିବେଶ ଭିତ୍ତିକ ଭବନ ଯେଉଁଠି ଏମବିବିଏସ ଛାତ୍ରଛାତ୍ରୀଙ୍କ ନିମନ୍ତେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ରହିଛି ।

ସାଗରମାଳା ଯୋଜନା ଅଧୀନରେ ପୁଡୁଚେରୀ ବନ୍ଦର ବିକାଶର ଶିଳାନ୍ୟାସ କରି ଏହା ସମ୍ପୂର୍ଣ୍ଣ ହେଲେ ଏହା ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କ ନିମନ୍ତେ ବେଶ ଉପାଦେୟ ହେବବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ଚେନ୍ନାଇ ସହ ସମୁଦ୍ର ମାର୍ଗରେ ଯୋଗାଯୋଗ ସ୍ଥାପନ କରିପାରିବ । ଏହା ପୁଡୁଚେରୀକୁ ମାଲ ପରିବହନ କରିବା ସହ ଚେନ୍ନାଇ ବନ୍ଦରର ବୋଝ ହାଲୁକା କରିପାରିବ । ସାମୁଦ୍ରିକ ନଗରୀଗୁଡିକୁ ଯାତ୍ରୀ ପରିବହନରେ ମଧ୍ୟ ଏହା ସହାୟକ ହେବ ବୋଲି ସେ କହିଛନ୍ତି ।

ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ ବିଭିନ୍ନ କଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କ ନିମନ୍ତେ ବେଶ ସହାୟକ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ଦ୍ୱାରା ଜନସାଧାରଣ ନିଜ ଇଛା ମୁତାବକ ସଶକ୍ତ ହୋଇପାରିଛନ୍ତି । ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଯୋଗୁଁ ପୁଡୁଚେରୀରେ ଉନ୍ନତ ମାନବସମ୍ବଳ ଉପଲବ୍ଧ ହେଉଛି । ଶିଳ୍ପ ଓ ପର୍ଯ୍ୟଟନର ବିକାଶ ନିମନ୍ତେ ପୁଡୁଚେରୀରେ ଅନେକ ସୁବିଧା ରହିଛି ଯାହା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ପୁଡୁଚେରୀର ଜନସାଧାରଣ ମେଧାବୀ । ଏହି ଭୂମୀ ଅତ୍ୟନ୍ତ ମନୋରମ । ପୁଡୁଚେରୀର ବିକାଶ ପାଇଁ ମୋ ସରକାର ପକ୍ଷରୁ ସମସ୍ତ ସମ୍ଭାବ୍ୟ ସହାୟତା ଦେବାକୁ ଏଠାରେ ରହି ମୁଁ ଘୋଷଣା କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Two defence industrial corridors have attracted investment commitments of about Rs 70,000 crore: Defence secretary

Media Coverage

Two defence industrial corridors have attracted investment commitments of about Rs 70,000 crore: Defence secretary
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the role of teachers on Guru Purnima
July 29, 2026

The Prime Minister, Shri Narendra Modi, extended his heartfelt greetings to the people of the country on the occasion of Guru Purnima. He said that, along with imparting knowledge, teachers infuse their students with positive energy and shape them through noble thoughts and values. The Prime Minister called upon everyone to make the ideals of their gurus a guiding force in their lives.

The Prime Minister shared a Sanskrit Subhashitam-

“प्रेरकः सूचकश्चैव वाचको दर्शकस्तथा।

शिक्षकः बोधकश्चैव षडेते गुरवः स्मृताः॥”

The Subhashitam conveys that one who provides the right direction, imparts knowledge and truth, shows the righteous path, offers education and awakens an understanding of truth in life, paving the way for self-development. These are regarded as the six forms of a Guru.

The Prime Minister wrote on X;

“गुरु पूर्णिमा की सभी देशवासियों को बहुत-बहुत बधाई। गुरु ज्ञान के साथ ही अपने शिष्यों में सकारात्मक ऊर्जा का संचार कर उन्हें सुविचार और सुसंस्कारों से सुशिक्षित करते हैं। आइए, उनके आदर्शों को अपने जीवन का संबल बनाएं।

प्रेरकः सूचकश्चैव वाचको दर्शकस्तथा।

शिक्षकः बोधकश्चैव षडेते गुरवः स्मृताः॥”