ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର କୋଲ୍ଲାମ ଗସ୍ତ କରିଥିଲେ । ସେ 66 ନଂ ଜାତୀୟ ରାଜପଥ ଉପରେ ଥିବା 13 କିଲୋମିଟର ଲମ୍ବ ଦୁଇ ଲେନ ବିଶିଷ୍ଟ କୋଲ୍ଲାମ ବାଇପାସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । କେରଳ ରାଜ୍ୟପାଳ ଶ୍ରୀ ଜଷ୍ଟିସ ପି. ସଦାଶିବମ, କେରଳ ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାୟୀ ବିଜୟନ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ କେ ଜେ ଆଲଫୋନ୍ସଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି ଅବସରରେ ଉପସ୍ଥିତ ଥିଲେ ।

କୋଲ୍ଲାମସ୍ଥିତ ଆଶ୍ରମ ପଡ଼ିଆରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭିତ୍ତିଭୂମି ବିକାଶ ତାଙ୍କ ସରକାରଙ୍କ ପ୍ରାଥମିକତା ଏବଂ କୋଲ୍ଲାମ ବାଇପାସ ଏହାର ଉଦାହରଣ ।

ସେ ଏଥିପ୍ରତି ମଧ୍ୟ ଆଲୋକପାତ କରିଥିଲେ ଯେ ଏହି ପ୍ରକଳ୍ପ ଜାନୁଆରୀ 2015ରେ ଚୂଡ଼ାନ୍ତ ଅନୁମୋଦନ ହାସଲ କରିଥିଲା ଏବଂ ବର୍ତ୍ତମାନ ଏହା ବାସ୍ତବରୂପ ନେଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନସାଧାରଣଙ୍କ ସହଜ ଜୀବନଧାରଣ ଲାଗି ତାଙ୍କ ସରକାର ସବକା ସାଥ ସବକା ବିକାଶ ନୀତିରେ ବିଶ୍ୱାସ କରିଥାଏ ଏବଂ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଲାଗି କେରଳ ସରକାରଙ୍କ ଯୋଗଦାନ ଏବଂ ସହଯୋଗର ପ୍ରଶଂସା କରିଥିଲେ ।

କୋଲ୍ଲାମ ବାଇପାସ ଆଲାପ୍ପୁଝା ଏବଂ ଥିରୁଅନନ୍ତପୁରମ ମଧ୍ୟରେ ଯାତ୍ରା ସମୟ ହ୍ରାସ କରିବ ଓ କୋଲ୍ଲାମ ସହରରେ ଟ୍ରାଫିକ ଭିଡ଼ ଦୂର କରିପାରିବ ।

କେରଳର ପ୍ରକଳ୍ପଗୁଡ଼ିକ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତମାଳା ପ୍ରକଳ୍ପ ଅଧୀନରେ ମୁମ୍ବାଇ-କନ୍ୟାକୁମାରୀ କରିଡର ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ପଥରେ ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତ ପ୍ରକଳ୍ପଗୁଡ଼ିକୁ ଠିକ ସମୟରେ ସମ୍ପୂର୍ଣ୍ଣ କରିବା ଦିଗରେ ତାଙ୍କ ସରକାର ପ୍ରତିବଦ୍ଧ । ସେ କହିଥିଲେ ଯେ ପ୍ରଗତି ଜରିଆରେ 12 ଲକ୍ଷ କୋଟି ଟଙ୍କା ମୂଲ୍ୟର 250ରୁ ଅଧିକ ପ୍ରକଳ୍ପ ସମୀକ୍ଷା କରାଯାଉଛି ।

ସଡ଼କ ସଂଯୋଗରେ ହୋଇଥିବା ଅଗ୍ରଗତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ବିଗତ ସରକାର ତୁଳନାରେ ଜାତୀୟ ରାଜପଥ ଏବଂ ଗ୍ରାମୀଣ ସଡ଼କ ନିର୍ମାଣର ଗତି ଦ୍ୱିଗୁଣିତ ହୋଇଛି । ପୂର୍ବ ସରକାରଙ୍କ ଅମଳରେ ମାତ୍ର 56% ଗ୍ରାମକୁ ସଡ଼କ ସଂଯୋଗ ହୋଇଥିବା ବେଳେ 90%ରୁ ଅଧିକ ଗ୍ରାମକୁ ସଂଯୋଗ ହୋଇପାରିଛି । ଖୁବଶୀଘ୍ର ତାଙ୍କ ସରକାର 100% ଗ୍ରାମୀଡ଼ ସଡ଼କ ସଂଯୋଗ ଲକ୍ଷ୍ୟ ହାସଲ କରିପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଆଂଚଳିକ ବିମାନ ଯୋଗାଯୋଗ ଏବଂ ରେଳପଥର ସମ୍ପ୍ରସାରଣରେ ଉନ୍ନତି ଆସିଛି ଫଳତଃ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ, “ଆମେ ଯେତେବେଳେ ସଡ଼କ ଏବଂ ସେତୁ ନିର୍ମାଣ କରୁଛୁ, ଆମେ କେବଳ ସହର ଏବଂ ଗ୍ରାମଗୁଡ଼ିକୁ ସଂଯୋଗ କରୁନାହୁଁ, ଆମେ ମଧ୍ୟ ଆଶାଆକାଂକ୍ଷା ସହିତ ଉପଲବ୍ଧୀ, ଆଶାବାଦ ସହିତ ସମ୍ଭବାନ ଏବଂ ଆଶା ସହିତ ଆନନ୍ଦକୁ ସଂଯୋଗ କରୁଛୁ ।”

ଆୟୁଷ୍ମାନ ଭାରତ ସମ୍ପର୍କରେ, ସେ କହିଥିଲେ ଯେ 8 ଲକ୍ଷ ରୋଗୀ ଏହି ଯୋଜନା ଅଧୀନରେ ଉପକୃତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସରକାର ଏହି ଯୋଜନାରେ 100 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ଲାଗି ସେ କେରଳ ସରକାରଙ୍କୁ ଅନୁରୋଧ କରିଥିଲେ, ଯଦ୍ଦ୍ୱାରା କେରଳବାସୀ ଉପକୃତ ହୋଇପାରିବେ ।

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ କେରଳର ଅର୍ଥନୈତିକ ବିକାଶରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ଏହା ରାଜ୍ୟର ଅର୍ଥନୀତିରେ ପ୍ରମୁଖ ଯୋଗଦାନ ଦେଉଛି । ସେ ଆହୁରି ଉଲ୍ଲେଖ କରିଥିଲେ ଯେ କେରଳର ପର୍ଯ୍ୟଟନ ସମ୍ଭାବନାକୁ ବିବେଚନା କରି, ସରକାର ରାଜ୍ୟ ପାଇଁ ସ୍ୱଦେଶ ଦର୍ଶନ ଏବଂ ପ୍ରସାଦ ଯୋଜନାରେ 7ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି, ଏଥିପାଇଁ 559 କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ପର୍ଯ୍ୟଟନ କ୍ଷେତ୍ରର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅଭିବୃଦ୍ଧି ଉପରେ ଆଲୋକପାତ କରିଥିଲେ ।  2016 ପର ଠାରୁ ସାରା ବିଶ୍ୱରେ ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି 7% ଥିବା ବେଳେ ଭାରତ 14% ଅଭିବୃଦ୍ଧି ହାସଲ କରିଛି । ବିଶ୍ୱ ଭ୍ରମଣ ଏବଂ ପର୍ଯ୍ୟଟନ ପରିଷଦ ରିପୋର୍ଟ 2018ର ପାୱାର ମାନ୍ୟତାରେ ଭାରତ ବର୍ତ୍ତମାନ ତୃତୀୟ ସ୍ଥାନରେ ରହିଛି । ଭାରତରେ ବିଦେଶୀ ପର୍ଯ୍ୟଟକମାନଙ୍କ ଆଗମନ 42%କୁ ବୃଦ୍ଧି ପାଇଛି । 2013ରେ ଏହା 70 ଲକ୍ଷ ଥିବା ବେଳେ 2017ରେ ଏହା 1କୋଟି ପାଖାପାଖି ପହଁଚିଛି । ପର୍ଯ୍ୟଟନ କ୍ଷେତ୍ରରୁ ଭାରତର ବୈଦେଶିକ ମୁଦ୍ରା ବିନିମୟ 50% ଉନ୍ନତି ପରିଲକ୍ଷିତ ହୋଇଛି, 2013ରେ ଏହା 18 ବିଲିୟନ ଆମେରିକୀୟ ଡଲାରରୁ ବୃଦ୍ଧି ପାଇ 2017ରେ 27 ବିଲିୟନ ଡଲାରରେ ପହଁଚିଛି । ଇ-ଭିସା ବ୍ୟବସ୍ଥାର ଶୁଭାରମ୍ଭ ଭାରତୀୟ ପର୍ଯ୍ୟଟନ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଯାହା ବର୍ତ୍ତମାନ 166 ଦେଶର ନାଗରିକମାନଙ୍କ ପାଇଁ ଉପଲବ୍ଧ ହୋଇଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore

Media Coverage

Parliament passes Jan Vishwas Bill 2026, decriminalising 717 offences, fines up to Rs 1 crore
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 3, 2026
April 03, 2026

India’s Sweet, Fast & High-Tech Revolution: FY26 Milestones That Signal Viksit Bharat Has Arrived