ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି, ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଭାରତୀୟଜନୌଷଧି ପରିଯୋଜନାର ହିତାଧିକାରୀ ଏବଂ ଜନୌଷଧି କେନ୍ଦ୍ରଗୁଡ଼ିକର ଷ୍ଟୋର ମାଲିକମାନଙ୍କସହିତ ମତ ବିନିମୟ କରିଥିଲେ । ଜେନେରିକ ଔଷଧର ଉପଯୋଗ ପାଇଁ ସଚେତନତା ସୃଷ୍ଟି କରିବାଏବଂ ଏହାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ସାରା ଦେଶରେ 7 ମାର୍ଚ୍ଚ, 2019କୁ ‘ଜନୌଷଧି ଦିବସଭାବେ ପାଳନ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ।  

ପାଞ୍ଚ ହଜାରରୁ ଅଧିକ ସ୍ଥାନରୁ ହିତାଧିକାରୀ ଏବଂ ଷ୍ଟୋର ମାଲିକମାନଙ୍କ ସହିତ ମତ ବିନିମୟ କରିପ୍ରଧାନମନ୍ତ୍ରୀ କହିଥିଲେ ଯେ କମ ମୂଲ୍ୟରେ ଉଚ୍ଚ ମାନର ଔଷଧ ଉପଲବ୍ଧ କରାଇବା ନିମନ୍ତେ ସରକାରଦୁଇଟି ପ୍ରମୁଖ ପଦକ୍ଷେପ ନେଇଛନ୍ତି । ପ୍ରଥମତଃ, 850ଟି ଜରୁରି ଔଷଧର ମୂଲ୍ୟ ନିୟନ୍ତ୍ରଣ କରାଯାଇଛିଏବଂ ହୃତପିଣ୍ଡ ଷ୍ଟେଂଟ ଓ ଆଣ୍ଠୁ ଅସ୍ତ୍ରୋପଚାର ସରଞ୍ଜାମ ମୂଲ୍ୟ ହ୍ରାସ କରାଯାଇଛି । ଦ୍ୱିତୀୟତଃ,ଦେଶବ୍ୟାପୀ ସଂଖ୍ୟାଧିକ ଜନୌଷଧି କେନ୍ଦ୍ର ଆରମ୍ଭ କରାଯାଇଛି । ଏସବୁ ପଦକ୍ଷେପ କେବଳଗରିବମାନଙ୍କୁ ନୁହେଁ, ବରଂ ମଧ୍ୟମବର୍ଗଙ୍କୁ ଲାଭାନ୍ୱିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜନୌଷଧି କେନ୍ଦ୍ରଗୁଡ଼ିକରେ ବଜାର ଦର ତୁଳନାରେ 50ରୁ 90 ପ୍ରତିଶତକମ ମୂଲ୍ୟରେ ଔଷଧ ମିଳିପାରୁଛି । ଗତ ସାଢ଼େ ଚାରି ବର୍ଷ ମଧ୍ୟରେ 5 ହଜାରରୁ ଅଧିକ ଜନୌଷଧିକେନ୍ଦ୍ର ଖୋଲାଯାଇଥିବା ସେ ଉଲ୍ଲେଖ କରିଥିଲେ । ଏହି କେନ୍ଦ୍ରଗୁଡ଼ିକ କେବଳ ଉନ୍ନତମାନର ଔଷଧଯୋଗାଇ ଦେଉନାହାନ୍ତି ବରଂ ଆତ୍ମନିଯୁକ୍ତି ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛନ୍ତି ବୋଲିପ୍ରଧାନମନ୍ତ୍ରୀ କହିଥିଲେ ।

ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମଗ୍ରୀକ ପରିବର୍ତ୍ତନ ଆଣିବା ଲାଗି ସଂକଳ୍ପ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେସରକାରଙ୍କ ଆଭିମୁଖ୍ୟ ହେଉଛି “ଶୂନ୍ୟତା ନୁହେଁ–କେବଳ ସମାଧାନ” ।  ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତସମସ୍ତ ଅଂଶୀଦାର ଏହି କ୍ଷେତ୍ରକୁ ପରିବର୍ତ୍ତିତ କରିବା ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲିପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଗତ ସାଢ଼େ ଚାରି ବର୍ଷ ମଧ୍ୟରେ 15ଟି ନୂଆ ଏମ୍ସଖୋଲାଯାଇଛି କିମ୍ବା ନିର୍ମାଣାଧୀନ ରହିଛି । ଏଥିସହିତ ମେଡ଼ିକାଲ କ୍ଷେତ୍ରରେ 31 ହଜାର ଏମବିବିଏସଓ ସ୍ନାତ୍ତୋକୋତର ଡାକ୍ତରୀ ସିଟ ବୃଦ୍ଧି କରାଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ସହିତ ମତ ବିନିମୟ କରି, ଜନୌଷଧି କେନ୍ଦ୍ରରେ ଉନ୍ନତ ମାନର ଔଷଧ ଉପଲବ୍ଧହେଉଥିବା ନେଇ ହିତାଧିକାରୀମାନେ ଖୁସି ବ୍ୟକ୍ତ କରିଥିଲେ । ହିତାଧିକାରୀମାନେ ଉଲ୍ଲେଖ କରିଥିଲେଯେ ଔଷଧଗୁଡ଼ିକର କମ ମୂଲ୍ୟ କାରଣରୁ ସେମାନେ ଉପଯୁକ୍ତ ଚିକିତ୍ସା ପାଇବା ସହିତ ଅର୍ଥ ସଂଚୟକରିବାରେ ସକ୍ଷମ ହେଉଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's creator economy quadruples in five years as non-metro creators dominate growth: Report

Media Coverage

India's creator economy quadruples in five years as non-metro creators dominate growth: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Thiru K. Kamaraj Ji on his birth anniversary
July 15, 2026

Prime Minister Shri Narendra Modi today, paid homage to Thiru K. Kamaraj Ji on his birth anniversary, remembering him as a stalwart of India's freedom movement and an exceptional public figure who dedicated his life to nation-building. Shri Modi said that Thiru K. Kamaraj Ji's unwavering commitment to education, inclusive development and the welfare of the underprivileged continues to inspire generations.

Shri Modi posted on X;

Remembering Thiru K. Kamaraj Ji on his birth anniversary. A stalwart of India’s freedom movement and an exceptional public figure, he dedicated his life to nation-building. His unwavering commitment to areas like education, inclusive development and the welfare of the underprivileged continues to guide generations.