ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ଉତ୍ତର ପ୍ରଦେଶର ରାଜ୍ୟପାଳ ଓ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଉଣୀ ଆନନ୍ଦୀ ବେନ, ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଜୀ, ଉପ ମୁଖ୍ୟମନ୍ତ୍ରୀ ନିତିନ ପଟେଲ ଜୀ ଏବଂ ଏଠାରେ ଉପସ୍ଥିତ ସମସ୍ତ ମହାନୁଭବ, ଦେବୀ ଏବଂ ସଜ୍ଜନ ।
ଅନେକ ଚେହେରା 12-15 ବର୍ଷ ପରେ ମୁଁ ଦେଖୁଛି । ଏଠାରେ ଏପରି ବି ଚେହେରା ଦେଖାଯାଉଛି ଯେଉଁମାନେ କି ସେମାନଙ୍କ ଯୁବାବସ୍ଥା ଗୁଜୁରାଟ ପାଇଁ ହରେଇ ଦେଇଛନ୍ତି । ଅନେକ ଅବସରପ୍ରାପ୍ତ ଅଧିକାରୀ ନଜରରେ ଆସୁଛନ୍ତି ଯେଉଁମାନେ କି ସେମାନଙ୍କ ସମୟରେ ଗୁଜୁରାଟକୁ ଅନେକ କିଛି ଦେଇଛନ୍ତି ଏବଂ ଏହି କାରଣରୁ ଆଜି ଗୁଜୁରାଟର ଦ୍ୱୀପ ଅନ୍ୟମାନଙ୍କୁ ଆଲୋକ ପ୍ରଦାନ କରୁଛି ।

ତେଣୁ ମୁଁ ଖାସ କରି ଗୁଜୁରାଟ ସରକାରଙ୍କ ପାଖରେ ଏଥିପାଇଁ କୃତଜ୍ଞ କି ଭବନ ତ ଠିକ ଅଛି, କିଏ ବି ସେଠାରେ ରିବନ କାଟି ଦେଇଥା’ନ୍ତେ, ମାତ୍ର ମୋତେ ଆପଣମାନଙ୍କୁ ସମସ୍ତଙ୍କୁ ଦର୍ଶନ କରିବାର ସୁଯୋଗ ମିଳିଗଲା ।

ସର୍ବପ୍ରଥମେ ଆପଣମାନଙ୍କୁ ସମସ୍ତଙ୍କୁ ଗଣେଶ ଚତୁର୍ଥୀର ଅନେକ ଅନେକ ଶୁଭକାମନା । ଭଗବାନ ଗଣେଶଙ୍କ କୃପା ଦେଶବାସୀଙ୍କ ଉପରେ ରହିଥାଉ । ରାଷ୍ଟ୍ର ନିର୍ମାଣର ସମସ୍ତ ସଂକଳ୍ପ ସିଦ୍ଧ ହେଉ । ଏହି ପବିତ୍ର ପର୍ବ ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ଓ ଦେଶବାସୀଙ୍କୁ ମଧ୍ୟ ଏବଂ ବିଶେଷ କରି ଆଜି ଗୁଜୁରାଟରେ କାର୍ଯ୍ୟକ୍ରମ ଥିବାରୁ ଗୁଜୁରାଟ ଜନସାଧାରଣଙ୍କୁ ଅନେକ ଅନେକ ମଙ୍ଗଳକାମନା । ଗଶେଶ ଚତୁର୍ଥୀରେ ସଂଧ୍ୟା ବେଳକୁ ପ୍ରତିକ୍ରମଣ ପୂର୍ଣ୍ଣ ହେବା ପରେ ଏକ ବହୁତ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଆମେ କରିଥାଉ ଏବଂ ଜୈନ ପରମ୍ପରାରେ ଏହା ଏକ ଅତ୍ୟନ୍ତ ଉତ୍ତମ ସଂସ୍କାର ‘ମିଚ୍ଛାମି ଦୁକଡମ’ । ମନରେ, ବଚନରେ, କର୍ମରେ, କେତେବେଳେ ବି, କାହାକୁ ଦୁଃଖ ପହଂଚାଇଥିଲେ କ୍ଷମା ଯାଚନାର ପର୍ବ ଭାବେ ‘ମିଚ୍ଛାମି ଦୁକଡମ’କୁ ମନେ କରାଯାଇଥାଏ । ତେଣୁ ମୋ ତରଫରୁ ଗୁଜୁରାଟର ଜନସାଧାରଣଙ୍କୁ, ଦେଶର ଜନସାଧାରଣଙ୍କୁ ଏବଂ ଏବେ ତ ବିଶ୍ୱର ଜନସାଧାରଣଙ୍କୁ ବି ‘ମିଚ୍ଛାମି ଦୁକଡମ’ ।

 

ମୁଁ ଖୁସି ଯେ ଭଗବାନ ସିଦ୍ଧ ବିନାୟକଙ୍କ ପର୍ବରେ ଆମେ ଆଉ ଏକ ସିଦ୍ଧିର ଉତ୍ସବ ପାଳନ କରିବା ପାଇଁ ଏକାଠି ହୋଇଛୁ । ଗର୍ବି ଗୁଜୁରାଟ ସଦନ କୋଟିକୋଟି ଜନସାଧାରଣଙ୍କ ଭାବନା, ପରମ୍ପରା ଏବଂ ସଂସ୍କୃତିର ଅନୁକୂଳ ସମସ୍ତଙ୍କ ସେବା ପାଇଁ ପ୍ରସ୍ତୁତ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ଗୁଜୁରାଟ ବାସୀଙ୍କୁ ଏଥିପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ଏବେ ତ ଆପଣମାନେ ଗୁଜୁରାଟ ଭବନ ଉପରେ ଏକ ଚଳଚ୍ଚିତ୍ର ଦେଖିଲେ, ମାତ୍ର ମୁଁ ଏବେ ସେଠାରୁ ଯାଇକି ଆସିଛି । କିଛି ସମୟ ପୂର୍ବରୁ ଗୁଜୁରାଟ ସଂସ୍କୃତିର ଅନୁଭବ ଝଲକ ମଧ୍ୟ ଏଠାରେ ଆମକୁ ଦେଖିବାକୁ ମିଳିଛି । ଏକପ୍ରକାର କଳାକାରମାନେ କମ ସମୟ ମଧ୍ୟରେ ଏବଂ କମ ସ୍ଥାନରେ ସୁନ୍ଦର ପ୍ରସ୍ତୁତି କରିଛନ୍ତି ।

ବନ୍ଧୁଗଣ, ଗୁଜୁରାଟ ଭବନ ପରେ ଏବେ ଗର୍ବି ଗୁଜୁରାଟ ସଦନର ଉପସ୍ଥିତି ଅନେକ ପ୍ରକାରର ନୂତନ ସୁବିଧା ପ୍ରଦାନ କରିବ । ମୁଁ ଏହି ବିଲ୍ଡିଂର ନିର୍ମାଣ ସହିତ ଜଡିତ ସାଥୀମାନଙ୍କୁ ବଧେଇ ଜଣାଉଛି, ଯେଉଁମାନେ କି ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ସୁନ୍ଦର ଭବନର ନିର୍ମାଣ କରିଛନ୍ତି ।

ଦୁଇ ବର୍ଷ ପୂର୍ବରୁ ସେପ୍ଟେମ୍ବରରେ ମୁଁ ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀ ଜୀ ଏହାର ଶିଳାନ୍ୟାସ କରିଥିଲୁ ଏବଂ ଆଜି ସେପ୍ଟେମ୍ବର ପ୍ରାରମ୍ଭରେ ହିଁ ଏହାର ଉଦଘାଟନ କରିବାର ସୁଯୋଗ ମୋତେ ମିଳିଛି । ମୁଁ ଖୁସି ଯେ ଠିକ ସମୟରେ ପ୍ରକଳ୍ପ ପୁରା କରିବାର ଅଭ୍ୟାସ ସରକାରୀ ସଂସ୍ଥାରେ, ସରକାରୀ ଏଜେନ୍ସିରେ ବିକଶିତ ହେଉଛି ।

ଆଉ ଯେବେ ମୁଁ ଗୁଜୁରାଟରେ ଥିଲି ତ ଦୃଢ଼ତାର ସହ କହୁଥିଲି କି ଯାହାର ଶିଳାନ୍ୟାସ ମୁଁ କରୁଛି ତାହାର ଉଦଘାଟନ ମଧ୍ୟ ମୁଁ କରିବି ଏବଂ ଏଥିରେ ଅହଙ୍କାର ନଥିଲା, ସାର୍ବଜନୀନ ସଂକଳ୍ପବଦ୍ଧତା ଥିଲା । ଏହି କାରଣରୁ ମୋର ସମସ୍ତ ସାଥୀଙ୍କୁ ଏହି କାମରେ ଲାଗି ରହିବାକୁ ପଡିଥାଏ ଏବଂ ଏହାର ପରିଣାମ ମଧ୍ୟ ମିଳିଥାଏ । ଏହି କାର୍ଯ୍ୟ ସଂସ୍କୃତିକୁ କେବଳ ଆମେ ଆପଣାଇବା ନାହିଁ ବରଂ ସମସ୍ତ ସ୍ତରରେ ଏହାର ବିସ୍ତାର ହେବା ବହୁତ ଜରୁରୀ ।

ବନ୍ଧୁଗଣ, ଏହି ଭବନ ମିନି ଗୁଜୁରାଟର ମଡେଲ ହୋଇପାରେ, ମାତ୍ର ଏହା ନୂତନ ଭାରତର ସେହି ଭାବନାର ପ୍ରତ୍ୟକ୍ଷ ପ୍ରମାଣ, ଯେଉଁଥିରେ ଆମେ ଆମର ସାଂସ୍କୃତିକ ଐତିହ୍ୟକୁ, ଆମର ପରମ୍ପରାକୁ ଆଧୁନିକତା ସହିତ ଯୋଡି ଆଗକୁ ବଢ଼ିବା କଥା କହିଥାଉ । ଆମେ ମୂଳ ସହିତ ଜଡିତ ରହିବାକୁ ଚାହିଁଥାଉ, ଆାକାଶକୁ ଛୁଇଁବାକୁ ଚାହିଁଥାଉ ।

ଏହି ଭବନରେ ଯାହା କୁହାଯାଇଥିଲା ପରିବେଶ ଅନୁକୂଳ, ଜଳ ଅମଳ, ଜଳ ପୁନଃଚକ୍ରଣ ପରି ଆଧୁନିକ ବ୍ୟବସ୍ଥାର ଭରପୁର ଉପଯୋଗ ରହିଛି ତ ଅନ୍ୟପକ୍ଷରେ ରାଣୀ ଗିବାବର ମଧ୍ୟ ଚିତ୍ରଣ ରହିଛି । ଏଥିରେ ଯେଉଁଠାରେ ସୌର ଶକ୍ତି ଉତ୍ପାଦନର ବ୍ୟବସ୍ଥା ରହିଛି, ସେହିଠାରେ ମୋଢ଼େରା ସୂର୍ଯ୍ୟ ମନ୍ଦିରକୁ ମଧ୍ୟ ସ୍ଥାନ ମିଳିଛି । କଠିନ ବର୍ଯ୍ୟବସ୍ତୁ ପରିଚାଳନାର ଆଧୁନିକ ଜ୍ଞାନକୌଶଳ ସହିତ ଏହି ଇମାରତରେ କଚ୍ଚର ଲିପି କଳାକୁ ମଧ୍ୟ ସ୍ଥାନିତ କରାଯାଇଛି ଯେଉଁଥିରେ ପଶୁମାନଙ୍କର ବର୍ଯ୍ୟକୁ କଳାର ଚିତ୍ର ପ୍ରଦାନ କରାଯାଇଥାଏ ।

ଭାଇ ଓ ଭଉଣୀମାନେ, ନିଶ୍ଚିତ ଭାବେ ଏହା ଗୁଜୁରାଟର କଳା ଓ ହସ୍ତଶିଳ୍ପ ପାଇଁ ଏବଂ ଗୁଜୁରାଟର ଐତିହାସିକ ପର୍ଯ୍ୟଟନକୁ ପ୍ରସାର କରିବାରେ ବହୁତ ଗୁରୁତ୍ୱପୂର୍ଣ୍ଣ ସିଦ୍ଧ ହୋଇପାରେ । ଦେଶର ରାଜଧାନୀରେ ଯେଉଁଠାରେ ସାରା ବିଶ୍ୱର ଜନସାଧାରଣ, ବ୍ୟବସାୟୀ ଏବଂ କାରବାରକାରୀ ମାନଙ୍କର ଯାତାୟତ ରହିଛି, ସେଠାରେ ଏହି ପ୍ରକାରର ସୁବିଧା ରହିବା ଅତ୍ୟନ୍ତ ଉପଯୋଗୀ । ଏହିପରି ଗୁଜୁରାଟୀ ସଂସ୍କୃତି ଉପରେ ଆଧାରିତ ପ୍ରଦର୍ଶନୀ ପାଇଁ ସଦନର କେନ୍ଦ୍ରୀୟ ଆରକିଏମର ଉପଯୋଗ କରିବାର ବିଚାର ମଧ୍ୟ ଅତ୍ୟନ୍ତ ଅଭିନନ୍ଦନୀୟ ।

ମୁଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆଗ୍ରହ ପ୍ରକାଶ କରିବି କି ଏଠାରେ ଗୁଜୁରାଟ ପର୍ଯ୍ୟଟନ ସହିତ ଜଡିତ ଯେଉଁ ବ୍ୟବସ୍ଥା ରହିଛି ତାହାକୁ ଆହୁରି ଅଧିକ ସଶକ୍ତ କରାଯାଉ । ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଫୁଡ ଫେଷ୍ଟିଭାଲ ପରି ଆୟୋଜନ ମାଧ୍ୟମରେ ଦିଲ୍ଲୀର, ସମଗ୍ର ଦେଶର ପର୍ଯ୍ୟଟକମାନଙ୍କୁ ଗୁଜୁରାଟ ସହିତ ସଂଯୋଗ କରାଯାଇ ପାରିବ ।

ଏକ ସମୟ ଥିଲା କି ଗୁଜୁରାଟର ଖାଦ୍ୟ ବିଶେଷ କରି ଉତ୍ତର ଭାରତର ଜନସାଧାରଣଙ୍କୁ ପସନ୍ଦ ଆସୁନଥିଲା, କହୁଥିଲେ ବନ୍ଧୁ ବହୁତ ମିଠା ଏବଂ କହୁଥିଲେ ବନ୍ଧୁ କେରଳରେ ମଧ୍ୟ ଆପଣ ମିଠା ପକାନ୍ତି ? ମାତ୍ର ଏହି ଦୁଇଟା ଯାକ ମୁଁ ଦେଖିଛି, ଲୋକ ପଚାରନ୍ତି ଭାଇ ଭଲ ଗୁଜୁରାଟ ଖାଦ୍ୟ କେଉଁଠାରେ ମିଳିବ? ଭଲ ଗୁଜୁରାଟୀ ଥାଳି କେଉଁଠାରେ ମିଳିବ? ଏବଂ ଗୁଜୁରାଟ ଲୋକଙ୍କର ବିଶେଷତ୍ୱ ହେଉଛି, ଯେତେବେଳେ ସେମାନେ ଗୁଜୁରାଟରେ ଥା’ନ୍ତି ତ ଶନିବାର, ରବିବାର ସଂଧ୍ୟାବେଳେ ରୋଷେଇ କରନ୍ତି ନାହିଁ, ସେମାନେ ବାହାରକୁ ଯାଆନ୍ତି ଏବଂ ଯେତେବେଳେ ଗୁଜୁରାଟରେ ଥା’ନ୍ତି ସେତବେଳେ ଇଟାଲିଆନ ଖୋଜନ୍ତି, ମେକ୍ସିକାନ ଖୋଜନ୍ତି, ଦକ୍ଷିଣ ଭାରତୀୟ ଖାଦ୍ୟ ଖୋଜନ୍ତି । ମାତ୍ର ଗୁଜୁରାଟ ବାହାରକୁ ଗଲାବେଳେ ଗୁଜୁରାଟୀ ଖାଦ୍ୟ ଖୋଜନ୍ତି । ଏଠାରେ ଖମଣକୁ ବି ଢ଼ୋକଲା କୁହନ୍ତି ଏବଂ ହାଁଡବାକୁ ମଧ୍ୟ ଢ଼ୋକଲା କୁହନ୍ତି । ଏହା ଏକ ପରିବାରର ହୋଇଥାଏ, ଏବେ ଯଦି ଗୁଜୁରାଟ ଲୋକ ଭଲ ବ୍ରାଣ୍ଡିଂ କରନ୍ତି, ଏହି ଜିନିଷକୁ ପହଂଚାନ୍ତି ତେବେ ଲୋକମାନଙ୍କୁ ଜଣାପଡିବ କି ଭାଇ ଖମଣ ଅଲଗା ହୋଇଥାଏ, ଢ଼ୋକଲା ଅଲଗା ଆଉ ହାଁଡବା ମଧ୍ୟ ଅଲଗା ।

ନୂତନ ସଦନରେ ଗୁଜୁରାଟରେ ନିବେଶ ଆକର୍ଷିତ କରିବା ପାଇଁ, ଗୁଜୁରାଟରେ ଉଦ୍ୟୋଗ ପାଇଁ, ଏକ ପ୍ରମୁଖ କେନ୍ଦ୍ର ନିର୍ମାଣ ହେଉ ସେଥିପାଇଁ ନୂତନ ବ୍ୟବସ୍ଥା କରାଯାଇଛି ଏବଂ ମୋର ବିଶ୍ୱାସ ରହିଛି କି ଏହି ସୁବିଧା ଫଳରେ ଗୁଜୁରାଟରେ ନିବେଶ ପାଇଁ ଇଚ୍ଛୁକ ଭାରତୀୟ ଏବଂ ବିଦେଶୀ ନିବେଶକ ମାନଙ୍କୁ ଆହୁରି ଅଧିକ ସୁବିଧା ମିଳିବ ।

ବନ୍ଧୁଗଣ, ଏପରି ମାହୋଲରେ ଯେତବେଳେ ସଦନର ଆଧୁନିକ ଡାଇନିଂ ହଲରେ ଲୋକମାନେ ବସିବେ ଏବଂ ସାମନାରେ ଢ଼ୋକଲା ଥିବ, ଫାଫଡା ଥିବ, ଖାଂଡବୀ ଥିବ, ପୁଦିନା ମୁଠିଆ ଥିବ, ମୋହନଥାଲ ଥିବ, ଥେପାଲ ଥିବ, ସେଉ ତଥା ଟମାଟୋର ଚାର୍ଟ ଥିବ, କ’ଣ କ’ଣ ହେବ କହି ହେବ ନାହିଁ… ଥରେ ଜଣେ ସାମ୍ବାଦିକ ମୋ ପାଖରୁ ସମୟ ମାଗିଥିଲେ । ସେତେବେଳେ ମୁଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି । ଆଉ ତାଙ୍କର ଏକ ଅଭ୍ୟାସ ଥିଲା କି ସେ ପ୍ରାତଃଭୋଜନ ସମୟରେ ସମୟ ମାଗୁଥିଲେ ଏବଂ ପ୍ରାତଃଭୋଜନ କରିବା ସମୟରେ ସାକ୍ଷାତକାର କରୁଥିଲେ । ସାକ୍ଷାତକାର ତ ଭଲ ହେଇ ହିଁ ଗଲା, ସେଥିରେ ତ ମୁଁ ଜାଣିଛି ମୋତେ କ’ଣ କହିବାର ଅଛି, କ’ଣ କହିବାର ନାହିଁ ଏବଂ ଅଧିକ ଜଣାଅଛି କ’ଣ କହିବାର ନାହିଁ । ମାତ୍ର ଏହାପରେ ବି ଯେତେବେଳେ ସେ ରିପୋର୍ଟ କଲେ ତେବେ ଲେଖିଲେ- ମୁଁ ଗୁଜୁରାଟ ଭବନ ଯାଇଥିଲି, ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେଲି, ମାତ୍ର ଦୁଃଖିତ ଯେ ସେ ଗୁଜୁରାଟୀ ଜଳଖିଆ ଦେଲେ ନାହିଁ, ଦକ୍ଷିଣ ଭାରତୀୟ ଜଳଖିଆ ଦେଲେ । ମୁଁ ଚାହିଁବି କି ଏବେ କାହାକୁ ଏପରି କହିବାର ସୁଯୋଗ ନଆସୁ । ଗୁଜୁରାଟ ଭବନରେ ଏହାର ନିଜସ୍ୱ ପରିଚୟ ସୃଷ୍ଟି ହେବା ଆବଶ୍ୟକ । ଲୋକ ଖୋଜି ଖୋଜି ଆସିବା ଆବଶ୍ୟକ ।

ଗୁଜୁରାଟ ବିକାଶକୁ, ଉଦ୍ୟମକୁ, ପରିଶ୍ରମକୁ ସବୁବେଳେ ମହତ୍ୱ ପ୍ରଦାନ କରିଛି । ବିକାଶ ପାଇଁ ଗୁଜୁରାଟୀ ଲୋକଙ୍କୁ ଖୁବ ପାଖରୁ ଦେଢ଼ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ଭାବେ ମୁଁ ଦେଖିଛି । ବିଗତ ପାଞ୍ଚ ବର୍ଷ ଧରି ମୁଁ ଦେଖୁଛି କି ଗୁଜୁରାଟ ବିକାଶ କ୍ଷେତ୍ରରେ ଏହାର ଯାତ୍ରାକୁ ଆହୁରି ଦ୍ରୂତ କରିଛି । ପୂର୍ବରୁ ଆନନ୍ଦୀବେନ ପଟେଲ ବିକାଶର ଗତିକୁ ନୂତନ ଉର୍ଜା ପ୍ରଦାନ କରିଥିଲେ, ନୂତନ ସାମର୍ଥ୍ୟ ଦେଇଥିଲେ ଏବଂ ଏହାପରେ ରୂପାନୀ ଜୀ ନୂତନ ସୋପାନକୁ ଛୁଇଁବା ପାଇଁ ଅନେକ ପ୍ରୟାସ କରିଛନ୍ତି । ଏଇ ନିକଟ ବର୍ଷମାନଙ୍କରେ ଗୁଜୁରାଟର ବିକାଶ ହାର 10 ପ୍ରତିଶତରୁ ଅଧିକ ରହିଛି ।

ବନ୍ଧୁଗଣ, କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ନେତୃତ୍ୱରେ ସରକାର ହେବା ପରେ ଦୁଇ ସରକାରଙ୍କ ମିଳିତ ପ୍ରୟାସ ଫଳରେ ଗୁଜୁରାଟର ବିକାଶରେ ଆସୁଥିବା ଅନେକ ସମସ୍ୟା ଦୂର ହୋଇଛି । ନର୍ମଦା ନଦୀକୁ ନେଇ ଏକ ସମସ୍ୟା ରହିଥିଲା ଏବଂ ଏବେ ବିଜୟ ଜୀ ଏହାର ଅନେକ ବର୍ଣ୍ଣନ ମଧ୍ୟ କରିଛନ୍ତି । ଆଜି ଆମେ ଅନୁଭବ କରିଛୁ କି ସମସ୍ୟାର ସମାଧାନ ହେବା ପରେ କିପରି ନର୍ମଦାର ପାଣି ଗୁଜୁରାଟର ଅନେକ ଗ୍ରାମର ଶୋଷ ଦୂର କରୁଛି, କୃଷକମାନଙ୍କୁ ଲାଭ ପହଂଚାଉଛନ୍ତି ।

ବନ୍ଧୁଗଣ, ସୋନୀ ଯୋଜନା ହେଉ ବା ସୁଜଲାମ-ସୁଫଲାମ ଯୋଜନା, ଏହି ଦୁଇ ଯୋଜନା ଯେଉଁ ଗତି ଧରିଛି, ଏହାଫଳରେ ଆଜି ଗୁଜୁରାଟର ଲକ୍ଷ ଲକ୍ଷ ପରିବାରକୁ ସୁବିଧା ମିଳୁଛି । ଗୁଜୁରାଟରେ ପାଣିର ଉପଲବ୍ଧତା ସୁନିଶ୍ଚିତ ହୋଇପାରୁଛି ।

ଆଉ ମୁଁ ଖୁସି ଯେ ଜଳ ସଂରକ୍ଷଣ ହେଉ କିମ୍ବା ପ୍ରତି ଗ୍ରାମରେ ଜଳ ପହଂଚାଇବାର ଅଭିଯାନ, ଗୁଜୁରାଟ ଏଥିରେ ସଫଳତା ହାସଲ କରିଛି, ଯୋଜନାବଦ୍ଧ ଭାବେ ସିଦ୍ଧି ପ୍ରାପ୍ତ କରିଛି ଏବଂ ଏଥିରେ ସେଠାକାର ନାଗରିକମାନେ ମଧ୍ୟ ଭାଗିଦାର ଅଛନ୍ତି । ଏହା ଜନଭାଗିଦାରୀତା ଫଳରେ ହୋଇଛି ଏବଂ ଏପରି ପ୍ରୟାସ ଆମେ 2024 ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ଘରେ ଜଳ ପହଂଚାଇବାରେ…ସମଗ୍ର ଦେଶର କଥା ମୁଁ କହୁଛି..ଆମେ ଏଥିରେ ସଫଳ ହେବୁ ।

ବନ୍ଧୁଗଣ, ସିଂଚନ ବ୍ୟତୀତ ଭିତ୍ତିଭୂମିର ଦ୍ୱିତୀୟ କ୍ଷେତ୍ରରେ ମଧ୍ୟ ଅଦ୍ଭୁତପୂର୍ବ ନିବେଶ ବିଗତ ପାଞ୍ଚ ବର୍ଷ ମଧ୍ୟରେ ଗୁଜୁରାଟରେ ହୋଇଛି ଏବଂ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣର ଗତି ମଧ୍ୟ ବଢ଼ିଛି । ଅହମ୍ମଦାବାଦରେ ମେଟ୍ରୋ ସହିତ ଆଧୁନିକ ଭିତ୍ତିଭୂମିର ଅନେକ ପ୍ରକଳ୍ପ ଦ୍ରୂତଗତିରେ ପୁରଣ ହୋଇଛନ୍ତି । ବରୋଦା, ରାଜକୋଟ, ସୁରତ ଓ ଅହମ୍ମଦାବାଦର ବିମାନବନ୍ଦରକୁ ଆଧୁନିକ କରାଯାଇଛି ।

ଏତଦବ୍ୟତୀତ ଦ୍ୱାରକା ଭଳି ଧୋଲେରା ବିମାନବନ୍ଦର ଏବଂ ଏକ୍ସପ୍ରେସ ୱେର ମଞ୍ଜୁରି ବିଜୟ ଜୀ ମଧ୍ୟ କରିଛନ୍ତି, ସେଠାରେ ଏକ ପୁଲର ନିର୍ମାଣ ସେ ଦ୍ୱାରକା ପାଇଁ, ରେଲୱେ ବିଶ୍ୱବିଦ୍ୟାଳୟ, ମାରିଟି ସଂଗ୍ରହାଳୟ, ମାରାଇନ ପୋଲିସ ଏକାଡେମୀ, ଗାନ୍ଧୀ ସଂଗ୍ରହାଳୟ ପରି ଅନେକ କାର୍ଯ୍ୟ ଯାହାକି ଗୁଜୁରାଟରେ ଏହି ପାଞ୍ଚବର୍ଷ ମଧ୍ୟରେ ହୋଇଛି । ଷ୍ଟାଚ୍ୟୁ ଅଫ ୟୁନିଟି ତ ବିଶ୍ୱର ପର୍ଯ୍ୟଟନ ମାନଚିତ୍ରରେ ଭାରତକୁ ଅଧିକ ସମ୍ମାନ ପ୍ରଦାନ କରିବାରେ ସହାୟତା କରିଛି । ବିଶ୍ୱର ଜଣାଶୁଣା ପତ୍ରିକା ଖାସକରି ପର୍ଯ୍ୟଟନ କ୍ଷେତ୍ର ସହିତ ଜଡିତ ପତ୍ରିକା ଷ୍ଟାଚ୍ୟୁ ଅଫ ୟୁନିଟର ଚର୍ଚ୍ଚା ଅବଶ୍ୟ କରନ୍ତି । ଆଉ ମୁଁ ଏଇ କିଛି ଦିନ ପୂର୍ବରୁ ପଢ଼ୁଥିଲି, ମୁଁ ଖୁସି ମଧ୍ୟ ଯେ ଜନ୍ମାଷ୍ଟମୀ ଦିନ 34 ହଜାର ଲୋକ ଷ୍ଟାଚ୍ୟୁ ଅଫ ୟୁନିଟ, ସର୍ଦ୍ଦାର ସାହେବଙ୍କ ଦର୍ଶନ କରିବାକୁ ପହଂଚିଥିଲେ । ଗୋଟିଏ ଦିନରେ 34 ହଜାର ଲୋକ ଯିବା ଏକ ବହୁତ ବଡ କଥା ।

ବନ୍ଧୁଗଣ, ସାଧାରଣ ଜନତାଙ୍କୁ ସୁବିଧା ପହଂଚାଇବା ଏବଂ ସ୍ୱାସ୍ଥ୍ୟକୁ ଉତ୍ତମ କରିବା ପାଇଁ ମଧ୍ୟ ଗୁଜୁରାଟ ପ୍ରଶଂସନୀୟ କାର୍ଯ୍ୟ କରିଛି । ବିଗତ 5-6 ବର୍ଷ ମଧ୍ୟରେ ଗୁଜୁରାଟରେ ମେଡିକାଲ ଭିତ୍ତିଭୂମିରେ ଅଧିକ ଦ୍ରୂତ ଗତିରେ କାମ ହୋଇଛି । ଅହମ୍ମଦାବାଦ ସହିତ ରାଜ୍ୟର ଅନେକ ଭାଗରେ ଆଧୁନିକ ହସପିଟାଲ ଏବଂ ମେଡିକାଲ କଲେଜର ଜାଲ ବିଛାଯାଉଛି । ଏହାଫଳରେ ଯୁବକମାନଙ୍କୁ ଗୁଜୁରାଟରେ ମେଡିକାଲ ଶିକ୍ଷା ଏବଂ ରୋଜଗାରର ଅବସର ମଧ୍ୟ ମିଳୁଛି ।

ସ୍ୱାସ୍ଥ୍ୟ ସହିତ ଉଜ୍ଜ୍ୱଳା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲାଗୁ କରିବାରେ ମଧ୍ୟ ଗୁଜୁରାଟ ଅନେକ ଆଗରେ ରହିଛି । ଗୁଜୁରାଟର ଜନସାଧାରଣ ଜୀବନକୁ ସହଜ କରିବା ନେଇ ଜୀବନ ଧାରଣରେ ସହଜତାକୁ ଆଗକୁ ବଢ଼ାଇବା ପାଇଁ ଆମେ ଏଥିରେ ଅଧିକ ଗତି ଦେଉଛୁ ।
ବନ୍ଧୁଗଣ, ଭାରତରେ ଭିନ୍ନ ଭିନ୍ନ ରାଜ୍ୟମାନଙ୍କର ସାଂସ୍କୃତିକ, ସାମାଜିକ ଏବଂ ଆର୍ଥିକ ଶକ୍ତି ହିଁ ଏହାକୁ ମହାନ କରିଥାଏ, ଶକ୍ତିଶାଳୀ କରିଥାଏ । ଫଳସ୍ୱରୂପ ଦେଶର ସମସ୍ତ ଭାଗ, ପ୍ରତ୍ୟେକ ରାଜ୍ୟର ସାମର୍ଥ୍ୟ, ଶକ୍ତିକୁ ଚିହ୍ନଟ କରି ଆମକୁ ଆଗକୁ ବଢ଼ିବାକୁ ପଡିବ । ଏମାନଙ୍କୁ ଜାତୀୟ ତଥା ବୈଶ୍ୱିକ ମଂଚରେ ସୁଯୋଗ ଦେବାକୁ ପଡିବ । ଏହି ମିଳିତ ଶକ୍ତି ଦ୍ୱାରା ଆମେ ସେହି ସଂକଳ୍ପକୁ ସିଦ୍ଧ କରିପାରିବୁ, ଯାହାକି ଆଗାମୀ ପାଞ୍ଚ ବର୍ଷ ପାଇଁ ସ୍ଥିର କରାଯାଇଛି ।

ଦିଲ୍ଲୀରେ ପାଖାପାଖି ସବୁ ରାଜ୍ୟର ଭବନ ରହିଛି, ସଦନ ରହିଛି । ଏହା ଅତିଥି ଭବନ ଭାବେ ସୀମିତ ନରହୁ, ଏହାର ଧ୍ୟାନ ରଖାଯିବା ଆବଶ୍ୟକ । ରାଜ୍ୟମାନଙ୍କର ଏହି ସଦନ ଦିଲ୍ଲୀରେ ପ୍ରକୃତ ରୂପେ ରାଜ୍ୟମାନଙ୍କର ବ୍ରାଣ୍ଡ ଭାବେ ପ୍ରତିନିଧି ଓ ଦେଶ ଏବଂ ଦୁନିଆ ସହିତ ସମ୍ବନ୍ଧିତ କରିବା ଆବଶ୍ୟକ ଏବଂ ଏଥିପାଇଁ କାମ କରିବା ଜରୁରୀ । ଏହି ଭବନ ପର୍ଯ୍ୟଟନ ଏବଂ ବାଣିଜ୍ୟର କେନ୍ଦ୍ର ହେଉ, ଏହି ଦିଗରେ ମଧ୍ୟ କାମ କରାଯିବା ଆବଶ୍ୟକ ।

ବନ୍ଧୁଗଣ, ଦେଶରେ ଅନେକ ରାଜ୍ୟ ଅଛନ୍ତି ଯେଉଁମାନେ ସଂଯୋଗ କ୍ଷେତ୍ରରେ ଟିକେ ପଛରେ ରହିଛନ୍ତି । ଦେଶ ବିଦେଶର ବ୍ୟବସାୟିକ ନେତା ଉଦ୍ୟମୀମାନଙ୍କୁ ଦିଲ୍ଲୀରୁ ସେଠାକୁ ଯିବାରେ ଅନେକ ସମୟରେ ବହୁତ ସମୟ ମଧ୍ୟ ଲାଗିଯାଏ । ଯେତବେଳେ ସମୟ କମ ଥାଏ, ସେତବେଳେ ଦେଶର ରାଜଧାନୀରେ ସେହି ରାଜ୍ୟର ବ୍ୟାବସାୟିକ କେନ୍ଦ୍ର ଏହାର ସଂସ୍କୃତି, ଶିଳ୍ପ ଏବଂ କଳାକୁ ପ୍ରଦର୍ଶିତ କରିବା ପାଇଁ ମଧ୍ୟ ସେଠାରେ ସୁବିଧା ହେବା ଅତ୍ୟନ୍ତ ଉପଯୋଗୀ ହେବ ।

ଜାମ୍ମୁ-କାଶ୍ମୀର ଓ ଲେହ-ଲଦାଖରୁ ନେଇ ଉତ୍ତର-ପୂର୍ବାଂଚଳ ପର୍ଯ୍ୟନ୍ତ, ବିନ୍ଧ୍ୟର ଅଧିବାସୀ ଅଂଚଳରୁ ଆରମ୍ଭ କରି ଦକ୍ଷିଣର ସାମୁଦ୍ରୀକ ବିସ୍ତାର ପର୍ଯ୍ୟନ୍ତ, ଆମର ପଡୋଶୀ ଦେଶମାନଙ୍କ ସହିତ ସେୟାର କରିବା ଏବଂ ବିଶ୍ୱକୁ ପ୍ରଦାନ କରିବା ପାଇଁ ଅନେକ କିଛି ରହିଛି । ଏବେ ଆମେ ଏହାକୁ ପ୍ରଚାର କରିବା ପାଇଁ ନିଜର ସକ୍ରିୟତା ବୃଦ୍ଧି କରିବାକୁ ହେବ । ଏପରି କ୍ଷେତ୍ରରେ ରାଜ୍ୟମାନଙ୍କର ଭବନରେ ଏପରି ବ୍ୟବସ୍ଥା ହେବା ଆବଶ୍ୟକ କି କିଏବି ଏଠାକୁ ଆସି ପର୍ଯ୍ୟଟନରୁ ଆରମ୍ଭ କରି ନିବେଶ ପର୍ଯ୍ୟନ୍ତ ସମସ୍ତ ପ୍ରଶ୍ନର ଉତ୍ତର ହାସଲ କରିପାରିବେ ।

ମୁଁ ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ଗର୍ବି ଗୁଜୁରାଟ ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ଆଉ ମୁଁ ଆଶା କରୁଛି କି ଗୁଜୁରାଟ ତରକାରିର ସ୍ୱାଦ ନେଇ ନିଶ୍ଚିତ ଭାବେ ସ୍ମରଣ ରଖିବେ କି ଆମକୁ ଦେଶକୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକରୁ ମୁକ୍ତ କରିବାକୁ ପଡିବ । ମୋର ବିଶ୍ୱାସ ଯେ ଏହି ମିଶନରେ ମଧ୍ୟ ଗର୍ବି ଗୁଜୁରାଟ ସଦନ ଉଦାହରଣୀୟ ହେବ ।

ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ ଏହି ନୂତନ ଭବନ ପାଇଁ ଅଭିନନ୍ଦନ, ଶୁଭକାମନା । ଆଉ ଭଲ ଲାଗିଲା, ଅନେକ ମିଶନର ଲୋକ ମଧ୍ୟ ଏଠାକୁ ଆସିଛନ୍ତି, ତେଣୁ ମଝିରେ ମଝିରେ ମିଶନର ଲୋକମାନଙ୍କୁ ଗୁଜୁରାଟ ଭବନ ବୁଲାନ୍ତୁ, ତେବେ ଆପେ ଆପେ କାରବାର ବୃଦ୍ଧି ପାଇବ । ତେଣୁ ଏହା କରିବା ଆବଶ୍ୟକ ।

ଅନେକ ଅନେକ ଧନ୍ୟବାଦ, ଅନେକ ଅନେକ ଶୁଭକାମନା ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet approves Rs 4,415 crore upgrade of 233 km NH-347B in Madhya Pradesh

Media Coverage

Cabinet approves Rs 4,415 crore upgrade of 233 km NH-347B in Madhya Pradesh
NM on the go

Nm on the go

Always be the first to hear from the PM. Get the App Now!
...
UK Foreign Secretary meets Prime Minister
June 04, 2026

UK Foreign Secretary Yvette Cooper today met Prime Minister Shri Narendra Modi.

The Prime Minister expressed his pleasure upon the meeting and appreciated the deepening of the India-UK partnership in recent times which has unlocked unprecedented growth opportunities for both countries.

The Prime Minister affirmed that the India-UK Vision 2035 will continue to guide the partnership and strengthen joint efforts for the global good.

The Prime Minister posted on X:

"Pleased to meet UK Foreign Secretary Yvette Cooper. Appreciated the deepening of the India-UK partnership in recent times that has unlocked unprecedented growth opportunities for both our countries.

India-UK Vision 2035 will continue to guide our partnership and strengthen our joint efforts for global good.@YvetteCooperMP"