Our commitment to peace is just as strong as our commitment to protecting our people & our territory: PM Modi
The Defence Procurement Procedure has been revised with many specific provisions for stimulating growth of domestic defence industry: PM Modi
We are committed to establishing 2 Defence Industrial Corridors: 1 in Tamil Nadu & 1 in Uttar Pradesh; the corridors will become engines of economic development & growth of defence industrial base: PM
We have launched the ‘Innovation for Defence Excellence’ scheme. It will set up Defence Innovation Hubs throughout the country: PM
Not now, Not anymore, Never again, says PM Modi on the issue of policy paralysis in defence sector
Our government resolved the issue of providing bullet proof jackets to Indian soldiers was kept hanging for years: PM Modi

ତାମିଲନାଡ଼ୁର ରାଜ୍ୟପାଳ,

ଲୋକସଭା ଉପବାଚସ୍ପତି,

ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ,

ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ,

ସମ୍ମାନିତ ପରିଦର୍ଶକଗଣ

ବନ୍ଧୁଗଣ,

କାଲଇ ୱଣକମ୍

ନମସ୍କାରମ୍

ଆପଣମାନଙ୍କୁ ସମସ୍ତଙ୍କୁ ଶୁଭ ସକାଳ

ଏହା ପ୍ରତିରକ୍ଷା ପ୍ରଦର୍ଶନୀ ବା ଡିଫେ-ଏକ୍ସପୋର ଦଶମ ସଂସ୍କରଣ  ।

ଆପଣମାନଙ୍କ ମଧ୍ୟରୁ ଅନେକ  ପୂର୍ବରୁ ଏହି ଏକ୍ସପୋ’ରେ ଯୋଗ ଦେଇସାରିଥିବେ । କେତେଜଣ ବୋଧହୁଏ ଆରମ୍ଭ ହେବା ଦିନଠାରୁ ଏଥିରେ ଯୋଗ ଦେଉଥିବେ ।

କିନ୍ତୁ ମୁଁ ପ୍ରଥମ ଥର ପାଇଁ ପ୍ରତିରକ୍ଷା ପ୍ରଦର୍ଶନୀରେ ଯୋଗ ଦେଉଛି  । ତାମିଲନାଡ଼ୁ ଭଳି ମହାନ ରାଜ୍ୟର ଐତିହାସିକ ସ୍ଥାନ କାଞ୍ଚିପୁରମରେ ଏକତ୍ରିତ ହୋଇଥିବା ଉତ୍ସାହୀ ଜନତା ଓ ଆୟୋଜନକୁ ଦେଖି ମୁଁ ଆନନ୍ଦିତ ଏବଂ ଉତ୍ସାହିତ ।

ବାଣିଜ୍ୟ ଏବଂ ଶିକ୍ଷା  ମାଧ୍ୟମରେ ସଭ୍ୟତାକୁ ଯୋଡ଼ିଥିବା ମହାନ ଚୋଳମାନଙ୍କ ଭୂମିକୁ ଆସି ମୁଁ ଅତ୍ୟନ୍ତ ଆନନ୍ଦିତ  ।

ଏହା ସେହି ମାଟି ଯେଉଁଠି ଭାରତ ହଜାର ହଜାର ବର୍ଷ ପୂର୍ବେ ପୂର୍ବ ଆଡ଼କୁ ଦେଖିଥିଲା ଏବଂ ପୂର୍ବର ବିକାଶ ଦିଗରେ କାର୍ଯ୍ୟ କରିଥିଲା  ।

ବନ୍ଧୁଗଣ,

5ଶହରୁ ଉର୍ଦ୍ଧ୍ଵ ଭାରତୀୟ କମ୍ପାନୀ ସହିତ 150ରୁ ଉର୍ଦ୍ଧ୍ଵ ବିଦେଶୀ କମ୍ପାନୀ ଏଠାରେ ଯୋଗ ଦେବା ଆନନ୍ଦର ବିଷୟ  ।

40ରୁ ଉର୍ଦ୍ଧ୍ଵ ଦେଶ ସେମାନଙ୍କ ସରକାରୀ ପ୍ରତିନିଧି ଦଳଙ୍କୁ ପଠାଇଛନ୍ତି  । ଏହା ଏପରି ଏକ ଅବସର ଯାହା ପୂର୍ବରୁ କେବେ ଦେଖାଯାଇନଥିଲା, ଏଠାରେ କେବଳ ଭାରତର ପ୍ରତିରକ୍ଷା ଆବଶ୍ୟକତା ପ୍ରଦର୍ଶନ କରାଯାଇନାହିଁ, ବରଂ ଏପରି ଏକ ଢଙ୍ଗରେ ସାରା ବିଶ୍ୱକୁ ଭାରତର ନିଜସ୍ୱ ପ୍ରତିରକ୍ଷା ଉତ୍ପାଦନ କ୍ଷମତା ପ୍ରଦର୍ଶନ କରାଯାଇଛି  ।

ସାରା ବିଶ୍ୱର ସଶସ୍ତ୍ର ବାହିନୀ ଯୋଗାଣ ଶୃଙ୍ଖଳାର ଗୁରୁତ୍ୱକୁ ବୁଝିଥାଏ ।  କିନ୍ତୁ କେବଳ ଯୁଦ୍ଧଭୂମିରେ ନୁହେଁ, ବରଂ ପ୍ରତିରକ୍ଷା ଉତ୍ପାଦନ ଉଦ୍ୟୋଗର କାରଖାନାରେ ରଣନୈତିକ ନିଷ୍ପତ୍ତି ନିଆଯାଇଥାଏ  ।

ଆଜି, ଆମେ ଆନ୍ତଃସଂଯୁକ୍ତ ବିଶ୍ୱରେ ରହୁଛୁ । କୌଣସି ଉତ୍ପାଦନ ଉଦ୍ୟୋଗ ପାଇଁ ଯୋଗାଣ ଶୃଙ୍ଖଳାର ଦକ୍ଷତା ଗୁରୁତ୍ୱପୂର୍ଣ୍ଣ । ତେଣୁ, ଭାରତରେ ନିର୍ମାଣ, ଭାରତ ପାଇଁ ନିର୍ମାଣ ଏବଂ ଭାରତରୁ ବିଶ୍ୱକୁ ଯୋଗାଣର ରଣନୈତିକ ଅନିବାର୍ଯ୍ୟତା ପୂର୍ବାପେକ୍ଷା ଅଧିକ ସୁଦୃଢ଼ ହୋଇଛି  ।

ବନ୍ଧୁଗଣ,

ଭାରତର ହଜାର ହଜାର ବର୍ଷର ଇତିହାସ ସାକ୍ଷୀ ରହିଛି ଯେ ଆମେ ଅନ୍ୟ କାହାର କ୍ଷେତ୍ର ପ୍ରତି କେବେ ଲୋଭ କରିନାହୁଁ ।

ଯୁଦ୍ଧରେ ଦେଶ ଉପରେ ବିଜୟ ହାସଲ କରିବା ଅପେକ୍ଷା, ଭାରତ ହୃଦୟ ଜିଣିବା ପାଇଁ ପ୍ରୟାସ କରିଥାଏ । ବୈଦିକ କାଳରୁ ଏହି ମାଟିରୁ ଶାନ୍ତି ଏବଂ ବିଶ୍ୱ ଭ୍ରାତୃତ୍ୱର ବାର୍ତ୍ତା ପ୍ରସାରିତ ହୋଇଛି  ।

ଏହା ସେହି ମାଟି ଯେଉଁଠୁ ବୌଦ୍ଧଧର୍ମର ଆଲୋକ ସାରା ବିଶ୍ୱରେ ପ୍ରସାରିତ ହୋଇଛି । ଏପରିକି, ଅଶୋକଙ୍କ ସମୟ କିମ୍ବା ତା’ପୂର୍ବରୁ ମାନବତାର ଶ୍ରେଷ୍ଠ ଆଦର୍ଶର ସୁରକ୍ଷା ପାଇଁ ବଳର ଉପଯୋଗ କରିବାରେ ଭାରତ ବିଶ୍ୱାସ କରିଆସିଛି ।

ଆଧୁନିକ ସମୟରେ ଏକ ଲକ୍ଷ ତିରିଶ ହଜାର ଭାରତୀୟ ସୈନ୍ୟ  ବିଗତ ଶତାବ୍ଦୀର ବିଶ୍ୱ ଯୁଦ୍ଧରେ ସେମାନଙ୍କ ପ୍ରାଣବଳୀ ଦେଇଛନ୍ତି । କ୍ଷେତ୍ର ଉପରେ ଭାରତର କୌଣସି ଦାବି ନଥାଏ । କିନ୍ତୁ ଭାରତୀୟ ସେନା ଶାନ୍ତି ପ୍ରତିଷ୍ଠା ଓ ମାନବୀୟ ମୂଲ୍ୟବୋଧ ବଜାୟ ରଖିବା ଲାଗି ଯୁଦ୍ଧ କରିଥା’ନ୍ତି ଏବଂ ଆତ୍ମବଳିର ଜ୍ଜ୍ଵଳନ୍ତ ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ।

ସ୍ୱାଧୀନ ଭାରତ ମଧ୍ୟ ଅନ୍ୟତମ ସର୍ବାଧିକ ସଂଖ୍ୟକ ମିଳିତ ଜାତିସଂଘ ଶାନ୍ତି ସେନାନୀଙ୍କୁ ବିଶ୍ୱର ବିଭିନ୍ନ ସ୍ଥାନକୁ ପଠାଇଛି ।

ଅନୁରୂପ ଭାବେ, ନିଜ ନାଗରିକମାନଙ୍କୁ ସୁରକ୍ଷା ଦେବା ଦେଶର ଗୁରୁତ୍ୱପୂର୍ଣ୍ଣ ଉତ୍ତରଦାୟିତ୍ୱ । ମହାନ ଭାରତୀୟ ବିଚାରକ ଏବଂ ରଣନୀତିକାର – କୌଟିଲ୍ୟ ଦୁଇ ହଜାର ବର୍ଷ ପୂର୍ବେ ଅର୍ଥଶାସ୍ତ୍ର ରଚନା କରିଥିଲେ । ସେ କହିଥିଲେ ରାଜା ବା ଶାସକ ନିଜ ପ୍ରଜାଙ୍କ ସୁରକ୍ଷା କରିବା ଉଚିତ । ଏବଂ, ସେ ମଧ୍ୟ କହିଥିଲେ ଯେ ଯୁଦ୍ଧ ଅପେକ୍ଷା ଶାନ୍ତି ଶ୍ରେୟସ୍କର । ଭାରତର ପ୍ରତିରକ୍ଷା ପ୍ରସ୍ତୁତି ଏସବୁ ବିଚାର ଦ୍ୱାରା ଅନୁପ୍ରାଣିତ । ଆମ ନାଗରିକ ଏବଂ ଆମ କ୍ଷେତ୍ରର ସୁରକ୍ଷା ପାଇଁ ଆମର ପ୍ରତିବଦ୍ଧତା ଯେତିକି ସୁଦୃଢ଼ ଶାନ୍ତି ପାଇଁ ଆମର ପ୍ରତିବଦ୍ଧତା ମଧ୍ୟ ସେତିକି ସୁଦୃଢ଼ । ଏବଂ ସେଥିପାଇଁ, ଆମର ସଶସ୍ତ୍ରବାହିନୀକୁ ସଶକ୍ତ କରିବା ଲାଗି ଆବଶ୍ୟକ ସମସ୍ତ ପଦକ୍ଷେପ ନେବା ପାଇଁ ଆମେ ପ୍ରସ୍ତୁତ । ଏଥିରେ ରଣନୈତିକ ଦୃଷ୍ଟିରୁ ସ୍ୱାଧୀନ ପ୍ରତିରକ୍ଷା ଶିଳ୍ପ କମ୍ପ୍ଲେକ୍ସ ମଧ୍ୟ ରହିଛି ।

ବନ୍ଧୁଗଣ,

ଏକ ପ୍ରତିରକ୍ଷା ଶିଳ୍ପ କମ୍ପ୍ଲେକ୍ସ ନିର୍ମାଣ କରିବା ସହଜ ନୁହେଁ ଏହା ଆମେ ଜାଣିଛୁ । ଆମେ ଜାଣିଛୁ ଯେ ଅନେକ କିଛି ଆମକୁ କରିବାର ଅଛି, ଏବଂ ଗୋଲକଧନ୍ଦାର ଅନେକ ଖଣ୍ଡକୁ ଏକାଠି ମିଳିତ କରିବାର ଅଛି । ଆମେ ଏ ବିଷୟରେ ମଧ୍ୟ ସଚେତନ ଯେ ସରକାରଙ୍କ ସମ୍ପୃକ୍ତି ଦୃଷ୍ଟିରୁ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ର ଅଭିନବ । ଉତ୍ପାଦନକାରୀଙ୍କୁ ଲାଇସେନ୍ସ ଦେବା ଲାଗି ସରକାରଙ୍କ ଆବଶ୍ୟକତା ରହିଛି ।  ସରକାର ଏକମାତ୍ର କ୍ରେତା ହୋଇଥିବାରୁ, ଅର୍ଡର ଦେବା ଲାଗି ସରକାରଙ୍କର ଆବଶ୍ୟକତା ରହିଛି ।

ଏବଂ ଏପରିକି ଏକ ରପ୍ତାନି ସକାଶେ ସରକାରଙ୍କ ଅନୁମତିର ଆବଶ୍ୟକତା ରହିଛି ।

ତେଣୁ, ଗତ କିଛି ବର୍ଷ ମଧ୍ୟରେ ଆମେ ଏକ ବିନମ୍ର ଶୁଭାରମ୍ଭ କରିଛୁ  ।

ପ୍ରତିରକ୍ଷା ଉତ୍ପାଦନ ଲାଇସେନ୍ସ, ପ୍ରତିରକ୍ଷା ଅଫସେଟ, ପ୍ରତିରକ୍ଷା ରପ୍ତାନୀକୁ ମଞ୍ଜୁରି, ପ୍ରତିରକ୍ଷା ଉତ୍ପାଦନରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜନିବେଶ ଏବଂ ପ୍ରତିରକ୍ଷା କ୍ରୟରେ ସଂସ୍କାର ଉପରେ ଆମେ ଅନେକ ପଦକ୍ଷେପ ନେଇଛୁ ।

ଏ ସମସ୍ତ କ୍ଷେତ୍ରରେ, ଆମର ନିୟନ୍ତ୍ରଣ, ପ୍ରକ୍ରିୟା ଏବଂ ପଦ୍ଧତିକୁ ଅଧିକ ଶିଳ୍ପ ଅନୁକୂଳ, ଅଧିକ ପାରଦର୍ଶୀ ଏବଂ ଅଧିକ ଆକଳନଯୋଗ୍ୟ ଏବଂ ଅଧିକ ଫଳାଫଳ ଆଧାରିତ କରିଦିଆଯାଇଛି । ଲାଇସେନ୍ସ ଜାରି କରିବା ଉଦ୍ଦେଶ୍ୟରେ ପ୍ରତିରକ୍ଷା ଉତ୍ପାଦର ତାଲିକା ସଂଶୋଧନ କରାଯାଇଛି । ଶିଳ୍ପ ପାଇଁ ପ୍ରବେଶ ବାଧା ହ୍ରାସ କରିବା ଲାଗି ଅଧିକାଂଶ ଉପାଦାନ, ସରଞ୍ଜାମ, ସବ-ସିଷ୍ଟମ, ଟେଷ୍ଟିଂ ସରଞ୍ଜାମ ଏବଂ ଉତ୍ପାଦନ ସରଞ୍ଜାମକୁ ତାଲିକାରୁ ବାଦ ଦିଆଯାଇଛି, ବିଶେଷ କରି କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ।

ଶିଳ୍ପ ଲାଇସେନ୍ସର ପ୍ରାରମ୍ଭିକ ଅବଧି 3 ବର୍ଷରୁ 15 ବର୍ଷକୁ ବୃଦ୍ଧି କରାଯାଇଛି, ଏଥିରେ ଆହୁରି ତିନି ବର୍ଷ ସମ୍ପ୍ରସାରଣ କରାଯିବାର ବ୍ୟବସ୍ଥା ରହିଛି ।

ଇଣ୍ଡିଆନ ଅଫସେଟ ସହଯୋଗୀଙ୍କ ପାଇଁ ଅଫସେଟ ଉପାଦାନ, ଏପରିକି ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ଚୁକ୍ତିରେ ପରିବର୍ତ୍ତନକୁ ଅନୁମତି ଦେଇ ଅଫସେଟ ଗାଇଡଲାଇନ ବା ମାର୍ଗଦର୍ଶିକାକୁ  କୋହଳ/ନମନୀୟ କରାଯାଇଛି ।

ଚୁକ୍ତି ସ୍ୱାକ୍ଷର କରିବା ସମୟରେ ବୈଦେଶିକ ମୂଳ ସରଞ୍ଜାମ ନିର୍ମାତାମାନଙ୍କୁ ସେମାନଙ୍କ ଭାରତୀୟ ଅଫସେଟ ସହଯୋଗୀ ଏବଂ ଉତ୍ପାଦର ବିବରଣୀ ଉଲ୍ଲେଖ କରିବାର ଆବଶ୍ୟକତା ପଡ଼ିବ ନାହିଁ  । ଅଫସେଟକୁ ନିର୍ବହନ କରିବା ଉଦ୍ଦେଶ୍ୟରେ ଆମେ ସେବାଗୁଡ଼ିକୁ ସଂଚାଳନ କରିଛୁ ।

ରପ୍ତାନୀ ଅଧିକାର ଜାରି କରିବା ଲାଗି ମାନକ ପରିଚାଳନା ପ୍ରକ୍ରିୟାକୁ ସହଜ କରାଯାଇଛି ଏବଂ ଏହାକୁ ସର୍ବସାଧାରଣରେ ଉନ୍ମୋଚନ କରାଯାଇଛି ।

ପାର୍ଟସ ଏବଂ ଉପାଦାନ ଏବଂ ଅନ୍ୟ ଅଣ-ସମ୍ବେଦନଶୀଳ ପ୍ରତିରକ୍ଷା ଷ୍ଟୋର, ସବ-ଆସେମ୍ବ୍ଲି ଏବଂ ସବ-ସିଷ୍ଟମଗୁଡ଼ିକ ରପ୍ତାନି ପାଇଁ ସରକାରୀ ସ୍ୱାକ୍ଷରିତ ଓ ବ୍ୟବହାରକାରୀ ପ୍ରମାଣପତ୍ରର ଆବଶ୍ୟକତାକୁ ଉଚ୍ଛେଦ କରିଦିଆଯାଇଛି ।

ପ୍ରତିରକ୍ଷା କ୍ଷେତ୍ର ମେ 2001 ପର୍ଯ୍ୟନ୍ତ ଘରୋଇ କ୍ଷେତ୍ର ପାଇଁ ବନ୍ଦ ରହିଥିଲା, ପ୍ରଥମ ଥର ପାଇଁ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଅମଳରେ ଏହାକୁ ଉନ୍ମୁକ୍ତ କରାଯାଇଥିଲା ।

ଆମେ ଆଉ ପାଦେ ଆଗେଇଯାଇଥିଲୁ ଏବଂ ସ୍ୱୟଂକ୍ରିୟ ମାର୍ଗରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ସୀମାକୁ 26 ପ୍ରତିଶତରୁ ସଂଶୋଧନ କରି 49 ପ୍ରତିଶତ କରିଦେଲୁ, କେତେକ ମାମଲାରେ ଏହାକୁ 100 ପ୍ରତିଶତକୁ ବୃଦ୍ଧି କଲୁ ।

ପ୍ରତିରକ୍ଷା କ୍ରୟ ପ୍ରକ୍ରିୟା ମଧ୍ୟ ସଂଶୋଧନ ହେଲା । ଘରୋଇ ପ୍ରତିରକ୍ଷା ଉଦ୍ୟୋଗର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ କେତେକ ବ୍ୟବସ୍ଥା କରାଗଲା ।

ପୂର୍ବରୁ ଗୋଳାବାରୁଦା କାରଖାନା ଦ୍ୱାରା ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଉଥିବା କେତେକ ଉତ୍ପାଦକୁ ଆମେ ଡି-ନୋଟିଫାଏଡ କରିଦେଲୁ, ଯାହାଦ୍ୱାରା ଘରୋଇ କ୍ଷେତ୍ର ବିଶେଷ କରି କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏ କ୍ଷେତ୍ରରେ ପ୍ରବେଶ କରିପାରିବେ ।

ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗର ବିକାଶକୁ ପ୍ରୋତ୍ସାହିତ କରିବା ଲାଗି ପ୍ରତିରକ୍ଷା କ୍ଷେତ୍ରରେ ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ପାଇଁ ସାଧାରଣ କ୍ରୟ ନୀତି- ଯାହା 2012ରେ ବିଜ୍ଞାପିତ ହୋଇଥିଲା- 2015 ଏପ୍ରିଲରୁ ବାଧ୍ୟତାମୂଳକ କରିଦିଆଗଲା ।

ଏବଂ ଆମେ କେତେକ ପ୍ରାରମ୍ଭିକ ଉତ୍ସାହଜନକ ଫଳାଫଳ ପାଇଲୁ ।  ମେ 2014ରେ ମୋଟ ଜାରି ହୋଇଥିବା ପ୍ରତିରକ୍ଷା ଲାଇସେନ୍ସ 2015 ଥିଲା  । 4-ବର୍ଷରୁ କମ ସମୟରେ ଆମେ ଅଧିକ ପାରଦର୍ଶୀ ଏବଂ ଆକଳନଯୋଗ୍ୟ ପ୍ରକ୍ରିୟାରେ 144 ଲାଇସେନ୍ସ ଜାରି କରିଛୁ ।

ମେ 2014ସୁଦ୍ଧା ମୋଟ ପ୍ରତିରକ୍ଷା ରପ୍ତାନି ଅନୁମତି ସଂଖ୍ୟା 118 ଥିଲା, ଯାହାର ମୋଟ ମୂଲ୍ୟ 577 ନିୟୁତ ଥିଲା । 4 ବର୍ଷରୁ କମ୍ ସମୟରେ ଆମେ 794ରୁ ଅଧିକ ରପ୍ତାନି ଅନୁମତି ଦେଇଛୁ ଯାହାର ମୋଟ ମୂଲ୍ୟ 1.3 ବିଲିୟନ ଡଲାର । 2007 ରୁ 2013 ମଧ୍ୟରେ ଲକ୍ଷ୍ୟ ରଖାଯାଇଥିବା ଅଫସେଟ ବାଧ୍ୟବାଧକତା 1.24 ବିଲିୟନ ଡଲାର ଥିବା ବେଳେ ଏଥିମଧ୍ୟରୁ ମାତ୍ର 0.79ବିଲିୟନ ଡଲାର ମୂଲ୍ୟର ଅଫସେଟ ବାସ୍ତବରେ ଜାରି କରାଯାଇଥିଲା  । ଏଥିରେ ହାଲର ହାର ପାଖାପାଖି 63 ପ୍ରତିଶତ ଥିଲା ।

2014ରୁ 2017 ମଧ୍ୟରେ ଲକ୍ଷ୍ୟ ରଖାଯାଇଥିବା ଅଫସେଟ ବାଧ୍ୟବାଧକତା 1.73 ବିଲିୟନ ଡଲାର ଥିଲା, ଏଥିମଧ୍ୟରୁ 1.42 ବିଲିୟନ ଡଲାର ମୂଲ୍ୟର ଅଫସେଟ ବାସ୍ତବରେ ପରିଣତ ହୋଇଥିଲା । ଏହାର ସଫଳତା ହାର 80 ପ୍ରତିଶତ ଥିଲା । ସୂକ୍ଷ୍ମ ଏବଂ କ୍ଷୁଦ୍ର ଉଦ୍ୟୋଗ ନିକଟରୁ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଗୋଳାବାରୁଦ କାରଖାନାଗୁଡ଼ିକ ଦ୍ୱାରା କ୍ରୟ ପରିମାଣ 2014-15 ରେ 3300 କୋଟି ଟଙ୍କା ଥିବା ବେଳେ ଏହା 2016-17ରେ ବୃଦ୍ଧି ପାଇ 4250 କୋଟି ଟଙ୍କାରେ ପହଁଚିଛି । ଏଥିରେ 30 ପ୍ରତିଶତରୁ ଅଧିକ ବୃଦ୍ଧି ଦେଖାଦେଇଛି ।

ଗତ 4 ବର୍ଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରକୁ  କ୍ଷୁଦ୍ର ଏବଂ ମଧ୍ୟମ କ୍ଷେତ୍ରର ଯୋଗଦାନ 200 ପ୍ରତିଶତରୁ ଅଧିକ ବୃଦ୍ଧି ପାଇବା ଉତ୍ସାହଜନକ  ।

ଏବଂ, ସେମାନେ ବିଶ୍ୱ ଯୋଗାଣ ଶୃଙ୍ଖଳାର ବର୍ଦ୍ଧିତ ଅଂଶବିଶେଷ ପାଲଟିବାରେ ଲାଗିଛନ୍ତି ।

2011-14ରେ ପ୍ରତିରକ୍ଷା ପୁଞ୍ଜି ବ୍ୟୟ ଜରିଆରେ କ୍ରୟ ଆଦେଶରେ ଭାରତୀୟ ଭେଣ୍ଡରଙ୍କ ଅଂଶବିଶେଷ 50 ପ୍ରତିଶତ ଥିବା ବେଳେ ଗତ ତିନି ବର୍ଷରେ ଏହା ବୃଦ୍ଧି ପାଇ 60 ପ୍ରତିଶତରୁ ଅଧିକ ହୋଇଥିବା ଦେଖି ମୁଁ ଆନନ୍ଦିତ ।

ଆଗାମୀ ବର୍ଷଗୁଡ଼ିକରେ ଏହା ଆହୁରି ବୃଦ୍ଦି ପାଇବ ବୋଲି ମୁଁ ନିଶ୍ଚିତ ।

ବନ୍ଧୁଗଣ,

ଏହା କହିବା ସମୟରେ, ମୁଁ ସଚେତନ ଯେ ଆମକୁ ଆହୁରି ଅନେକ କିଛି କରିବାର ଅଛି । ଏବଂ ଆମେ ତାହା କରିବା ଲାଗି ପ୍ରତିବଦ୍ଧ ମଧ୍ୟ ।

ଆମେ ଏକ ପ୍ରତିରକ୍ଷା ଶିଳ୍ପ କମ୍ପ୍ଲେକ୍ସ ନିର୍ମାଣ କରିବା ଲାଗି ପ୍ରତିବଦ୍ଧ ଏଥିରେ ସମସ୍ତଙ୍କ ପାଇଁ – ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଘରୋଇ କ୍ଷେତ୍ର ଏବଂ ବୈଦେଶିକ ଫାର୍ମଙ୍କ ପାଇଁ ସ୍ଥାନ ରହିବ ।

ଆମେ ଦୁଇଟି ପ୍ରତିରକ୍ଷା ଶିଳ୍ପ କରିଡର ପ୍ରତିଷ୍ଠା କରିବା ଲାଗି ପ୍ରତିବଦ୍ଧ- ଗୋଟିଏ ଏଠାରେ ତାମିଲନାଡ଼ୁରେ ଏବଂ ଅନ୍ୟଟି ଉତ୍ତର ପ୍ରଦେଶରେ । ଏହି ପ୍ରତିରକ୍ଷା ଶିଳ୍ପ କରିଡରଗୁଡ଼ିକ ଏସବୁ ଅଂଚଳରେ ବର୍ତ୍ତମାନ ଥିବା ପ୍ରତିରକ୍ଷା ଉତ୍ପାଦନ ବାତାବରଣକୁ ଉପଯୋଗ କରିବ ଏବଂ  ଆହୁରି ଏହା ଉପରେ ନିର୍ମାଣ କରିବ ।

ଏହି କରିଡରଗୁଡ଼ିକ ଦେଶରେ ଅର୍ଥନୈତିକ ବିକାଶ ଏବଂ ପ୍ରତିରକ୍ଷା ଶିଳ୍ପ ଭିତ୍ତିଭୂମି ଅଭିବୃଦ୍ଧିର ଇଞ୍ଜିନରେ ପରିଣତ ହେବ । ପ୍ରତିରକ୍ଷା ଉତ୍ପାଦନରେ ସମ୍ପୃକ୍ତ ନିବେଶକମାନଙ୍କୁ ସହାୟତା ଯୋଗାଇ ଦେବା ଲାଗି ଆମେ ପ୍ରତିରକ୍ଷା ନିବେଶ ସେଲ ପ୍ରତିଷ୍ଠା କରିଛୁ ।

ବନ୍ଧୁଗଣ,

ପ୍ରତିରକ୍ଷା କ୍ଷେତ୍ର ପାଇଁ ପ୍ରଯୁକ୍ତି, ଉଦ୍ଭାବନା, ଗବେଷଣା ଏବଂ ବିକାଶକୁ ସରକାରଙ୍କ ସହାୟତା ପ୍ରତିରକ୍ଷା କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ।

ଯୋଜନା ଏବଂ ପ୍ରଯୁକ୍ତି ବିକାଶ ଆରମ୍ଭ, ଭାଗିଦାରୀ ଏବଂ ଉତ୍ପାଦନ ବ୍ୟବସ୍ଥାରେ ଶିଳ୍ପଗୁଡ଼ିକୁ ସହାୟତା ଲାଗି ଏକ ପ୍ରଯୁକ୍ତି ଅନୁକୂଳ ଏବଂ ଦକ୍ଷତା ମାର୍ଗଚିତ୍ର ଜାରି କରାଯାଇଛି ।

ଗତ କିଛିବର୍ଷ ମଧ୍ୟରେ ଭାରତୀୟ ବାଣିଜ୍ୟ ପରିବେଶରେ ଉଦ୍ଭାବନ ଏବଂ ଉଦ୍ୟୋଗୀତାକୁ ପ୍ରୋତ୍ସାହନ ଦେବା ଲାଗି ଆମେ ବିଭିନ୍ନ ପଦକ୍ଷେପ ଯେପରିକି ମେକ ଇନ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆ ଏବଂ ଅଟଳ ଇନୋଭେସନ ମିଶନ ଆଦି ହାତକୁ ନେଇଛୁ  ।

ଆଜି, ଆମେ ‘ପ୍ରତିରକ୍ଷା ଉତ୍କର୍ଷ ପାଇଁ ଉଦ୍ଭାବନ’ ଯୋଜନା ଆରମ୍ଭ କରିଛୁ । ପ୍ରତିରକ୍ଷା କ୍ଷେତ୍ରରେ ଷ୍ଟାର୍ଟଅପଗୁଡ଼ିକୁ ଭିତ୍ତିଭୂମି ଏବଂ  ପ୍ରକ୍ରିୟାଗତ ସହାୟତା ପ୍ରଦାନ ଦ୍ଵାରା ସାରା ଦେଶରେ ଏହି ଯୋଜନା ଜରିଆରେ ପ୍ରତିରକ୍ଷା ଉଦ୍ଭାବନ କେନ୍ଦ୍ର ପ୍ରତିଷ୍ଠା କରାଯିବ ।

ପ୍ରତିରକ୍ଷା କ୍ଷେତ୍ରରେ ଘରୋଇ ଉଦ୍ୟୋଗ ପୁଞ୍ଜି, ବିଶେଷ କରି ଷ୍ଟାର୍ଟଅପଗୁଡ଼ିକ ପାଇଁକୁ ଉତ୍ସାହିତ କରାଯିବ ।

ଆଗାମୀ ଭବିଷ୍ୟତରେ କୌଣସି ପ୍ରତିରକ୍ଷା ବାହିନୀ ପାଇଁ ଆର୍ଟିଫିସିଆଲ ଇଂଟେଲିଜେନ୍ସି ଏବଂ ରୋବୋଟିକ୍ସ ଭଳି ନୂଆ ଏବଂ ଉଦୀୟମାନ ପ୍ରଯୁକ୍ତି ବୋଧହୁଏ ପ୍ରତିରକ୍ଷାତ୍ମକ ଏବଂ ଆକ୍ରମଣାତ୍ମକ  କ୍ଷମତାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଧାରକ ସାଜିବ । ଭାରତ, ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନିଜର ନେତୃତ୍ୱ ନେଇଆସିଛି । ତେଣୁ ନିଜର ଅଗ୍ରଗତିରେ  ଭାରତ ଏହି ପ୍ରଯୁକ୍ତିର ଉପଯୋଗ କରିବା ପ୍ରତି ଗୁରୁତ୍ୱ ଦେବ ।

ବନ୍ଧୁଗଣ,

ପୂର୍ବତନ ରାଷ୍ଟ୍ରପତି ଏବଂ ଭାରତ ଓ ତାମିଲନାଡ଼ୁର ମହାନ ପୁତ୍ର, ଭାରତରତ୍ନ ଡ.ଏପିଜେ ଅବଦୁଲ କାଲାମ ଏକଦା କହିଥିଲେ ଯେ “ସ୍ୱପ୍ନ! ସ୍ୱପ୍ନ! ସ୍ୱପ୍ନ ଦେଖ! ସ୍ୱପ୍ନ ଚିନ୍ତାଧାରାରେ ପରିଣତ ହୁଏ, ଏବଂ ଚିନ୍ତାଧାରା କାର୍ଯ୍ୟରେ ପରିଣତ ହୋଇଥାଏ” ।

ଆମର ସ୍ୱପ୍ନ ପ୍ରତିରକ୍ଷା ନିର୍ମାଣ କ୍ଷେତ୍ରରେ ନୂଆ ଏବଂ ସୃଜନଶୀଳ ଉଦ୍ୟୋଗୀତା ପରିବେଶକୁ ପ୍ରୋତ୍ସାହନ ଦେବା ଲାଗି ସକାରାତ୍ମକ ବାତାବରଣ ବିକଶିତ କରିବା ।

ଏବଂ ସେଥିପାଇଁ, ଆଗାମୀ ସପ୍ତାହକ ମଧ୍ୟରେ, ଆମର ପ୍ରତିରକ୍ଷା ଉତ୍ପାଦନ ଏବଂ ପ୍ରତିରକ୍ଷା କ୍ରୟ ନୀତି କ୍ଷେତ୍ର ବିଷୟରେ ଆମେ ଉଭୟ ଭାରତୀୟ ଏବଂ ବିଦେଶୀ କମ୍ପାନୀଙ୍କ ସମେତ ଅଂଶୀଦାରମାନଙ୍କ ସହ ବିସ୍ତୃତ ଭାବେ ବିଚାର ଆଲୋଚନା କରିବୁ ।  ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଲାଗି ମୁଁ ଆପଣମାନଙ୍କୁ ଆହ୍ୱାନ ଜଣାଉଛି ।  କେବଳ ଆଲୋଚନା ଆମର ଲକ୍ଷ୍ୟ ନୁହେଁ, ବରଂ ଉଚିତ ଶିକ୍ଷା ଲାଭ କରିବା । ଆମ ଉଦ୍ଦେଶ୍ୟ ପରାମର୍ଶ ଦେବା ନୁହେଁ, ବରଂ ଶୁଣିବା । ଆମର ଲକ୍ଷ୍ୟ କେବଳ ଟିଙ୍କରିଂ  କରିବା ନୁହେଁ, ବରଂ ରୂପାନ୍ତରିତ କରିବା ।

ବନ୍ଧୁଗଣ,

ଆମେ ଦ୍ରୁତଗତିରେ ଯିବାକୁ ଚାହୁଁଛୁ । କିନ୍ତୁ ଆମେ ସର୍ଟକଟ୍ ଚାହୁଁନୁ ।

ଏମିତି ଏକ ସମୟ ଥିଲା ଯେତେବେଳେ ପ୍ରଶାସନର ଅନ୍ୟ ଦିଗ ଭଳି ପ୍ରତିରକ୍ଷା ପ୍ରସ୍ତୁତି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମଧ୍ୟ ନୀତି ପକ୍ଷାଘାତ ଦ୍ୱାରା ପ୍ରଭାବିତ ହୋଇଥିଲା ।

ଏପରି ଅଳସୁଆମୀ, ଅକ୍ଷମତା କିମ୍ବା କିଛି ନିରବ ଉଦ୍ଦେଶ୍ୟ ଦ୍ୱାରା ଦେଶର କ୍ଷତି ହୋଇଥିବା ଆମେ ଦେଖିଛୁ ।

ଏବେ ତାହା ନାହିଁ । ଆଉ ନାହିଁ । ଆଉ କେବେ ଆସିବ ନାହିଁ ।  ଯେଉଁ ପ୍ରସଙ୍ଗଗୁଡ଼ିକ ପୂର୍ବ ସରକାରଙ୍କ ଅମଳରେ ସମାଧାନ ହେବାର ଥିଲା ତାହା ବର୍ତ୍ତମାନ ସମାଧାନ ହୋଇପାରିଛି ।

ଆପଣମାନେ ଦେଖିଥିବେ କିପରି ଭାରତୀୟ ସେନା ଯବାନମାନଙ୍କୁ ବୁଲେଟ ପ୍ରୁଫ ଜ୍ୟାକେଟ ଯୋଗାଣ ପ୍ରସଙ୍ଗ ବର୍ଷ ବର୍ଷ ଧରି ଝୁଲି ରହିଥିଲା ।

ଏବଂ, ଆପଣମାନେ ଏହା ମଧ୍ୟ ଦେଖିଥିବେ ଆମେ କିପରି ଏହି ପ୍ରକ୍ରିୟାକୁ ଚୁଡ଼ାନ୍ତ ରୂପ ଦେଲୁ, ଯାହାଦ୍ୱାରା ଭାରତରେ ପ୍ରତିରକ୍ଷା ଉତ୍ପାଦନକୁ ପ୍ରୋତ୍ସାହନ ମିଳିପାରିବ । ଯୁଦ୍ଧ ବିମାନ କିଣିବା ପ୍ରକ୍ରିୟା କିଭଳି ଦୀର୍ଘଦିନ ଧରି ପଡ଼ି ରହିଥିଲା ଏବଂ ଏହା ଚୁଡ଼ାନ୍ତ ରୂପ ନେଇପାରିନଥିଲା ତାହା ମଧ୍ୟ ଆପଣ ମନେ ପକାଇ ପାରିବେ ।

ଆମର ଜରୁରୀ ଆବଶ୍ୟକତା ପୂରଣ ପାଇଁ ଆମେ କେବଳ ସାହସୀ ପଦକ୍ଷେପ ନେଲୁନାହିଁ, ବରଂ 110ଟି ଯୁଦ୍ଧ ବିମାନ କ୍ରୟ ପାଇଁ ଏକ ନୂଆ ପ୍ରକ୍ରିୟା ଆରମ୍ଭ ଆରମ୍ଭ କଲୁ । କୌଣସି ଫଳପ୍ରଦ ପରିଣାମ ବିନା 10 ବର୍ଷ ଆଲୋଚନାରେ ବିତାଇବା ଲାଗି ଆମେ ଚାହିଁଲୁ ନାହିଁ  । ଆମର ପ୍ରତିରକ୍ଷା ବାହିନକୁ ଅତ୍ୟାଧୁନିକ ବ୍ୟବସ୍ଥା ଦ୍ୱାରା ସୁସଜ୍ଜିତ କରିବା ଏବଂ ଏହାକୁ ହାସଲ କରିବା ଲାଗି ଜରୁରୀ ଘରୋଇ ଉତ୍ପାଦନ ବାତାବରଣ ବିକଶିତ କରିବା ଲାଗି ଆମେ ଆପଣମାନଙ୍କ ସହିତ ମିଶନ ମୋଡରେ କାମ କରିବୁ । ଏବଂ, ଆପଣମାନଙ୍କ ସହିତ ଭାଗିଦାରୀରେ ଦକ୍ଷତା ଏବଂ ପ୍ରଭାବଶୀଳତା ହାସଲ କରିବା ଲାଗି ଆମେ ଆମର ପ୍ରୟାସରେ ବିଶ୍ୱସନୀୟତା ଏବଂ ପ୍ରାମାଣିକତାର ଆଦର୍ଶରେ ପରିଚାଳିତ ହେବୁ ।

ବନ୍ଧୁଗଣ,

ଏହି ପବିତ୍ର ତାମିଲନାଡୁ ମାଟି ପ୍ରସିଦ୍ଧ ତାମିଲ କବି ଏବଂ ଦାର୍ଶନିକ ଥିରୁବଲ୍ଲୁଭରଙ୍କ ସ୍ମରଣ କରାଇ ଦେଇଥାଏ ।

ସେ କହିଥିଲେ : “ଏହି ଗଭୀର ବାଲୁକାରେ, ଯେତେବେଳେ ଆପଣ ଅତି ଗଭୀରକୁ ଯିବେ, ସେଠାରେ ଆପଣ ବସନ୍ତକୁ ପ୍ରାପ୍ତ କରିବେ, ଯେତେ ଅଧିକ ଆପଣ ଶିକ୍ଷା ଲାଭ କରିବେ, ଜ୍ଞାନ ସେତିକି ମୁକ୍ତ ହୋଇ ପ୍ରବାହିତ ହେବ ।”

ସାମରିକ ଶିଳ୍ପ ଉଦ୍ୟୋଗ ବିକାଶିତ କରିବା ଲାଗି ପେସାଦାର ଏବଂ ଶିଳ୍ପଜଗତକୁ ଏହି ପ୍ରତିରକ୍ଷା ଏକ୍ସପୋ ସୁଯୋଗ ଯୋଗାଇ ଦେବ ବୋଲି ମୋର ବିଶ୍ୱାସ ।

ଧନ୍ୟବାଦ

ବହୁତ ବହୁତ ଧନ୍ୟବାଦ

I am delighted & overwhelmed to see an enthusiastic gathering in this historic region of Kanchipuram in the great State of Tamil Nadu.

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
Prime Minister hold talks with Myanmar President U Min Aung Hlaing
June 01, 2026

The Prime Minister, Shri Narendra Modi, today held productive talks with the President of Myanmar, U Min Aung Hlaing.

The Prime Minister noted that India is honoured that President U Min Aung Hlaing chose India for his first foreign visit as President. He also expressed happiness that the President began his programme in India from Bodh Gaya with the blessings of Lord Buddha.

During the talks, the two leaders reviewed the full range of India-Myanmar relations and discussed ways to further strengthen bilateral cooperation.

The discussions covered avenues to deepen cooperation in trade, rare earths, healthcare, connectivity, heritage restoration and capacity building. The two sides also agreed to work closely in areas such as maritime security, cyber security and other sectors of mutual interest.

The Prime Minister underlined that Myanmar is vital to India’s ‘Neighbourhood First’, ‘Act East’ and Indo-Pacific policies, reaffirming the importance India attaches to its relations with Myanmar.

The Prime Minister wrote on X;

“Had a productive meeting with President U Min Aung Hlaing of Myanmar. We in India are honoured that he has chosen India for his first foreign visit as President. Equally gladdening is the fact that he began the visit from Bodh Gaya, with the blessings of Lord Buddha. We reviewed the full range of India-Myanmar relations. Myanmar is vital to India’s policies of ‘Neighbourhood First’, ‘Act East’ and Indo-Pacific.”

“Our talks covered ways to deepen cooperation in trade, rare earths, healthcare, connectivity, heritage restoration and capacity building. We also agreed to work closely in areas such as maritime security, cyber security and more.”