ପ୍ରଧାନମନ୍ତ୍ରୀ ମୋଦୀ #AyushmanBharat ଯୋଜନା ଶୁଭାରମ୍ଭ କରିଛନ୍ତି ,ଯାହା 10 କୋଟିରୁ ଅଧିକ ଗରିବ ପରିବାରକୁ ବାର୍ଷିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ
ଧର୍ମ ,ଜାତି ଅବା ବର୍ଗ ନୁହେଁ ବରଂ #AyushmanBharat ସ୍ୱାସ୍ଥ୍ୟ ଯୋଜନାର ଲାଭ ସମସ୍ତଙ୍କ ପାଇଁ ହେବ :ପ୍ରଧାନମାନୀଟରୀ ମୋଦୀ
#AyushmanBharat ହେଉଛି ବିଶ୍ୱର ସବୁଠୁ ବଡ଼ ରାଷ୍ଟ୍ର-ବିତ୍ତ ପୋଷିତ ସ୍ୱାସ୍ଥ୍ୟ ଯୋଜନା :ପ୍ରଧାନମନ୍ତ୍ରୀ ମୋଦୀ
#AyushmanBharat ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଆନୁମାନିକ ୟୁରୋପୀୟ ସଂଘ ରାଷ୍ଟ୍ର କିମ୍ବା ଆମେରିକା, କାନାଡା ଏବଂ ମେକ୍ସିକୋର ସମୁଦାୟ ଜନସଂଖ୍ୟା ସହିତ ସମାନ ହେବ : ପ୍ରଧାନମନ୍ତ୍ରୀ ମୋଦୀ
ଆୟୁଷ୍ମାନ ଭାରତର ପ୍ରଥମ ଭାଗ-ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର, ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଶୁଭାରମ୍ଭ କରାଯାଇଥିଲା ଏବଂ ଦ୍ୱିତୀୟ ଭାଗ-ସ୍ୱାସ୍ଥ୍ୟ ବୀମା ଯୋଜନା, ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀର ଦୁଇ ଦିନ ପୂର୍ବରୁ ଆରମ୍ଭ କରାଯାଉଛି :ପ୍ରଧାନମନ୍ତ୍ରୀ ମୋଦୀ
#AyushManBharat ଯୋଜନା ମାଧ୍ୟମରେ ଗରିବଙ୍କୁ କ୍ୟାନସର ଏବଂ ମଧୁମେହ ଭଳି ରୋଗ ଲାଗି ସର୍ବଶ୍ରେଷ୍ଠ ଚିକିତ୍ସା ସୁବିଧା ମିଳିବ :ପ୍ରଧାନମନ୍ତ୍ରୀ
#AyushmanBharat ମାଧ୍ୟମରେ 5 ଲକ୍ଷ ଟଙ୍କାରେ ସମସ୍ତ ଯାଂଚ, ମେଡ଼ିସିନ, ହସପିଟାଲ ପୂର୍ବବର୍ତ୍ତି ଖର୍ଚ୍ଚ ଆଦି ସାମିଲ ;ଆଗରୁ ଥିବା ରୋଗକୁ ମଧ୍ୟ ଏହା କଭର କରିବ:ପ୍ରଧାନମନ୍ତ୍ରୀ ମୋଦୀ
ବର୍ତ୍ତମାନସୁଦ୍ଧା ଦେଶର 13,000 ଡାକ୍ତରଖାନା #AyushmanBharat ଯୋଜନାର ଅଂଶବିଶେଷ ହୋଇସାରିଲେଣି :ପ୍ରଧାନମନ୍ତ୍ରୀ ମୋଦୀ
ଦେଶରେ 2,300 ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ଚାଲିଛି ,ଭାରତରେ ଏପରି 1.5 ଲକ୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଆମେ ଲକ୍ଷ୍ୟ ରଖିଛୁ :ପ୍ରଧାନମନ୍ତ୍ରୀ ମୋଦୀ
ସରକାର ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରର ଉନ୍ନତି ଲାଗି ସାମୂହିକ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛନ୍ତି । ଉଭୟ “ସୁଲଭ ସ୍ୱାସ୍ଥ୍ୟସେବା” ଏବଂ “ପ୍ରତିଷେଧକ ସ୍ୱାସ୍ଥ୍ୟସେବା” ଉପରେ ଗୁରୁତ୍ୱ ଦିଆଯାଉଛି :ପ୍ରଧାନମନ୍ତ୍ରୀ ମୋଦୀ
ପିଏମଜେଏୱାଇ ସହିତ ସମ୍ପୃକ୍ତ ସମସ୍ତଙ୍କ ପ୍ରୟାସ ଏବଂ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା, ଆଶା, ଏଏନଏମ ଆଦିଙ୍କ ସମର୍ପଣ ଭାବ ଦ୍ୱାରା #AyushmanBharat ଯୋଜନା ସଫଳ ହୋଇପାରିବ :ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଞ୍ଚିରୁ ଦେଶବ୍ୟାପୀ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି ।

ବିଶାଳ ଜନସମାଗମ ମଧ୍ୟରେ ପିଏମଜେୱାଇର ଶୁଭାରମ୍ଭ କରିବା ଲାଗି ମଂଚକୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ଯୋଜନା ଉପରେ ଆୟୋଜିତ ଏକ ପ୍ରଦର୍ଶନୀକୁ ପରିଦର୍ଶନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଫଳକ ଉନ୍ମୋଚନ ପୂର୍ବକ ଚାଇବାସା ଏବଂ କୋଦେର୍ମାଠାରେ ମେଡ଼ିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେ ମଧ୍ୟ 10ଟି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ରର ଉଦଘାଟନ କରିଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜର ଦରିଦ୍ରରୁ ଦରିଦ୍ରତମ ଏବଂ ବଞ୍ଚିତବର୍ଗର ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଲକ୍ଷ୍ୟ ରଖାଯାଇ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ସେ କହିଥିଲେ, ଏହି ଯୋଜନାରେ ବାର୍ଷିକ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ ଯାଦ୍ୱାରା 50 କୋଟି ଲୋକ ଉପକୃତ ହେବେ ଏବଂ ଏହା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା ହେବ । ସେ କହିଥିଲେ ଯେ ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ଆନୁମାନିକ ୟୁରୋପୀୟ ସଂଘ ରାଷ୍ଟ୍ର କିମ୍ବା ଆମେରିକା, କାନାଡା ଏବଂ ମେକ୍ସିକୋର ସମୁଦାୟ ଜନସଂଖ୍ୟା ସହିତ ସମାନ ହେବ ।

ସେ କହିଥିଲେ ଯେ ଆୟୁଷ୍ମାନ ଭାରତର ପ୍ରଥମ ଭାଗ-ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର, ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ଶୁଭାରମ୍ଭ କରାଯାଇଥିଲା ଏବଂ ଦ୍ୱିତୀୟ ଭାଗ-ସ୍ୱାସ୍ଥ୍ୟ ବୀମା ଯୋଜନା,ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀର ଦୁଇ ଦିନ ପୂର୍ବରୁ ଆରମ୍ଭ କରାଯାଉଛି ।

ପିଏମଜେଏୱାଇର ବ୍ୟାପକତା ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୋଜନାରେ 1300 ପ୍ରକାର ରୋଗକୁ ଅର୍ନ୍ତଭୁକ୍ତ କରାଯାଇଛି । ଏଥିରେ କ୍ୟାନସର ଏବଂ ହୃଦରୋଗ ଭଳି ଗୁରୁତର ରୋଗ ମଧ୍ୟ ରହିଛି । ସେ କହିଥିଲେ ଘରୋଇ ଡାକ୍ତରଖାନାଗୁଡ଼ିକ ମଧ୍ୟ ଏହି ଯୋଜନାର ଅଂଶବିଶେଷ ହେବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 5 ଲକ୍ଷ ଟଙ୍କାରେ ସମସ୍ତ ଯାଂଚ, ମେଡ଼ିସିନ, ହସପିଟାଲ ପୂର୍ବବର୍ତ୍ତି ଖର୍ଚ୍ଚ ଆଦି ସାମିଲ । ସେ କହିଥିଲେ ଯେ ଆଗରୁ ଥିବା ରୋଗକୁ ମଧ୍ୟ ଏହା କଭର କରିବ । ସେ କହିଥିଲେ ଯେ ଲୋକମାନେ 14555 ନିଶୁଳ୍କ ନମ୍ବରକୁ କଲ କରି କିମ୍ବା ସେମାନଙ୍କ ଜନ ସେବା କେନ୍ଦ୍ରଗୁଡ଼ିକ ଜରିଆରେ ଯୋଜନା ବିଷୟରେ ଜାଣିପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପିଏମଜେଏୱାଇର ଅଂଶବିଶେଷ ହୋଇଥିବା ରାଜ୍ୟଗୁଡ଼ିକ ପାଇଁ ସେଠାକାର ଲୋକମାନେ ଯେଉଁ ରାଜ୍ୟକୁ ଯାଆନ୍ତୁ ନା କାହିଁକି ବୀମା ସୁବିଧା ପାଇପାରିବେ । ସେ କହିଥିଲେ  ବର୍ତ୍ତମାନସୁଦ୍ଧା ଦେଶର 13,000 ଡାକ୍ତରଖାନା  ଏହି ଯୋଜନାର ଅଂଶବିଶେଷ ହୋଇସାରିଲେଣି ।

ପ୍ରଧାନମନ୍ତ୍ରୀ ମଧ୍ୟ ଆଜି ଉଦଘାଟିତ ହୋଇଥିବା 10ଟି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର ବିଷୟରେ କହିଥିଲେ । ସେ କହିଥିଲେ ଦେଶରେ ଏପରି କେନ୍ଦ୍ରଗୁଡ଼ିକର ସଂଖ୍ୟା 2300ରେ ପହଁଚିଛି । ସେ କହିଥିଲେ 4 ବର୍ଷ ମଧ୍ୟରେ ଭାରତରେ ଏପରି 1.5 ଲକ୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରର ଉନ୍ନତି ଲାଗି ସାମୂହିକ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛନ୍ତି । ସେ କହିଥିଲେ ଉଭୟ “ସୁଲଭ ସ୍ୱାସ୍ଥ୍ୟସେବା” ଏବଂ“ପ୍ରତିଷେଧକ ସ୍ୱାସ୍ଥ୍ୟସେବା” ଉପରେ ଗୁରୁତ୍ୱ ଦିଆଯାଉଛି ।

ପ୍ରଧାନମନ୍ତ୍ରୀ ବିଶ୍ୱାସ ପ୍ରକଟ କରି କହିଥିଲେ ଯେ ପିଏମଜେଏୱାଇ ସହିତ ସମ୍ପୃକ୍ତ ସମସ୍ତଙ୍କ ପ୍ରୟାସ ଏବଂ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ସଂସ୍ଥା, ଆଶା, ଏଏନଏମ ଆଦିଙ୍କ ସମର୍ପଣ ଭାବ ଦ୍ୱାରା ଏହି ଯୋଜନା ସଫଳ ହୋଇପାରିବ ।

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Give mothers, sisters their due rights’: PM Modi pushes for women's reservation from the ramparts of Red Fort

Media Coverage

‘Give mothers, sisters their due rights’: PM Modi pushes for women's reservation from the ramparts of Red Fort
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 16, 2026
August 16, 2026

Aatmanirbhar Ambitions Meet Global Alliances: The Modi Doctrine in Action