PM flags off the first #UDAN flight under the regional connectivity scheme
PM Modi lays Foundation Stone of a Hydro Engineering College at Bilaspur, Himal Pradesh
The lives of the middle class are being transformed and their aspirations are rising. If given the right chance, they can do wonders: PM Modi
Aviation sector in India is filled with immense opportunity: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିମଲା ବିମାନବନ୍ଦରରୁ ଆଞ୍ଚଳିକ ବିମାନ ଚଳାଚଳ ସେବା-ଉଡାନର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଆଜି ସିମଲା, ନାଡେଡ଼ ଏବଂ କଡ଼ପାରୁ ବିମାନ ଉଡ଼ାଣ ଆରମ୍ଭ ହୋଇଛି ।

 

ପ୍ରଧାନମନ୍ତ୍ରୀ ଏହି ଅବସରରେ ହିମାଚଳ ପ୍ରଦେଶର ବିଳାସପୁର ଠାରେ ଏକ ହାଇଡ୍ରୋ ଇଞ୍ଜିନିୟରିଂ କଲେଜର ଭିତିପ୍ରସ୍ତର ସ୍ଥାପନ ନିମନ୍ତେ ଇ-ପ୍ଲାକ୍ ଉନ୍ମୋଚନ କରିଥିଲେ ।

ପ୍ରଧାନମନ୍ତ୍ରୀ ସିମଲା ବିମାନବନ୍ଦରରେ ଉପସ୍ଥିତ ଜନସାଧାରଣ ଏବଂ ଭିଡିଓ ଲିଙ୍କ୍ ମାଧ୍ୟମରେ ନାଡେଡ଼ ଓ କଡପାରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ ।

ସେ କହିଥିଲେ ଯେ ଦେଶର ମଧ୍ୟମବର୍ଗ ଲୋକଙ୍କ ଜୀବନଧାରା ରୂପାନ୍ତରିତ ହେଉଛି ଏବଂ ସେମାନଙ୍କର ଆଶା ଆକାଂକ୍ଷା ବଢ଼ୁଛି । ସେ କହିଥିଲେ ଉଚିତ୍ ସୁଯୋଗ ମିଳିଲେ ସେମାନେ ଅସମ୍ଭବକୁ ସମ୍ଭବ କରିପାରିବେ । ସେ ଆହୁରି କହିଥିଲେ ଯେ ଭାରତରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅନେକ ସୁଯୋଗ ରହିଛି । ଉଡ଼ାନ-ଉଡ଼େ ଦେଶ କା ଆମ ନାଗରିକ- ଯୋଜନା ସମ୍ପର୍କରେ ଉଲ୍ଲେଖ କରି ସେ କହିଥିଲେ ଯେ, ପୂର୍ବରୁ ବିମାନ ସେବା କେବଳ କିଛି ବଚ୍ଛାବଚ୍ଛା ଲୋକଙ୍କ ପାଇଁ ଥିଲା । କିନ୍ତୁ ଏବେ ସ୍ଥିତି ବଦଳିବାକୁ ଲାଗିଛି, ଭାରତର ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରିବା ଲାଗି ନୂଆ ବିମାନ ସେବା ନୀତି ଆରମ୍ଭ କରାଯାଇଛି । ସେ କହିଥିଲେ ଟାୟାର-୨ ଏବଂ ଟାୟାର-୩ ସହରଗୁଡ଼ିକ ଏବେ ଅଭିବୃଦ୍ଧିର ଇଞ୍ଜିନ୍ ପାଲଟିଛନ୍ତି ଏବଂ ଏ ସବୁ ସହର ବିମାନ ଯୋଗାଯୋଗ ଦ୍ୱାରା ଲାଭବାନ ହେବେ । ସେ କହିଥିଲେ ଯେ ହିମାଚଳ ପ୍ରଦେଶରେ ପର୍ଯ୍ୟଟନ କ୍ଷେତ୍ର ଉଡାନ ଯୋଜନା ଦ୍ୱାରା ଲାଭାନ୍ୱିତ ହେବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s FTA push: Why India’s MSMEs now have a bigger export opportunity

Media Coverage

PM Modi’s FTA push: Why India’s MSMEs now have a bigger export opportunity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 17, 2026
August 17, 2026

India Ascendant: Citizens Hail PM Modi's Vision and India’s Multi-Sectoral Growth