Bapu knew the value of salt. He opposed the British to make salt costly: PM Modi
Gandhi Ji chose cleanliness over freedom. We are marching ahead on the path shown by Bapu: PM Modi
Swadeshi was a weapon in the freedom movement, today handloom is also a huge weapon to fight poverty: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ଆଜି ଗୁଜରାଟର ନବସାରୀ ଜିଲ୍ଲାରେ ଦାଣ୍ଡିସ୍ଥିତ ରାଷ୍ଟ୍ରୀୟ ଲବଣ ସତ୍ୟାଗ୍ରହ ସ୍ମାରକୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।

 

ସ୍ମାରକ ସ୍ଥଳୀରେ ସେ ମହାତ୍ମା ଗାନ୍ଧୀ ଏବଂ ବ୍ରିଟିଶ ଆଇନ ବିରୋଧରେ ସମୁଦ୍ର ଜଳରୁ ଲୁଣ ମାରିବା ଲାଗି 1930ରେ ଐତିହାସିକ ଦାଣ୍ଡି ଲବଣ ଯାତ୍ରା କାଳରେ ତାଙ୍କ ସହିତ ରହିଥିବା 80 ଜଣ ସତ୍ୟାଗ୍ରହୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହି ସ୍ମାରକରେ 1930ର ଐତିହାସିକ ଦାଣ୍ଡି ଯାତ୍ରା ସହିତ ଜଡ଼ିତ ବିଭିନ୍ନ ଘଟଣା ଏବଂ କାହାଣୀକୁ ଦର୍ଶାଉଥିବା 24ଟି ବର୍ଣ୍ଣନାତ୍ମକ ଭିତ୍ତିଚିତ୍ର ରହିଛି । ସ୍ମାରକୀ ପରିସରରେ ଇନ୍ଧନ ଆବଶ୍ୟକତାକୁ ପୂରଣ କରିବା ଲାଗି ଏଥିରେ ସୌର ବୃକ୍ଷ ଲଗାଯାଇଛି । ପ୍ରଧାନମନ୍ତ୍ରୀ ସ୍ମାରକୀକୁ ସମ୍ପୂର୍ଣ୍ଣ ଭାବେ ପରିଦର୍ଶନ କରିଥିଲେ ।

 

ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ସ୍ମାରକୀ ଲାଗି କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, “ଏହି ସ୍ମାରକୀ ଆମକୁ ସ୍ୱାଧୀନତା ଲାଗି ଆମ ଦେଶର ଲୋକମାନଙ୍କ ମହାନ ବଳିଦାନର ସ୍ମରଣ କରାଇଦେଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦାଣ୍ଡି ସ୍ମାରକ ମହାତ୍ମା ଗାନ୍ଧୀଙ୍କ ଆଗ୍ରହ, ସ୍ୱଚ୍ଛାଗ୍ରହ ଏବଂ ସତ୍ୟାଗ୍ରହ ଆଦର୍ଶକୁ ପ୍ରତିଫଳନ କରୁଛି ଏବଂ ଏହା ଆଗାମୀ ଦିନରେ ପର୍ଯ୍ୟଟକମାନଙ୍କ ଆକର୍ଷଣର ପ୍ରମୁଖ କେନ୍ଦ୍ର ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ, “ଗାନ୍ଧୀଜୀଙ୍କ ଜୀବନ ପରମ୍ପରାକୁ ଆଗେଇ ନେବାର ଏକ ପ୍ରୟାସ ସ୍ୱରୂପ, ଆମ ସରକାର ଖଦି ସହ ଜଡ଼ିତ ପାଖାପାଖି 2 ହଜାର ସଂସ୍ଥାନର ଆଧୁନିକୀକରଣ କରିଛନ୍ତି । ଏହାଦ୍ୱାରା ଲକ୍ଷାଧିକ ଶିଳ୍ପ ଏବଂ ଶ୍ରମିକ ଲାଭବାନ ହେବେ । ଖଦି ଏବେ କେବଳ ଫେଶନ ନୁହେଁ ବରଂ ମହିଳା ସଶକ୍ତିକରରଣର ଏକ ପ୍ରତୀକ ମଧ୍ୟ ହୋଇଯାଇଛି । ”ସ୍ୱଦେଶୀ ସ୍ୱାଧୀନତା ଆନ୍ଦୋଳନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି, ସେହିପରି ହସ୍ତଶିଳ୍ପ ଦାରିଦ୍ର୍ୟ ଦୂରୀକରଣରେ ସହାୟକ ହେବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ହସ୍ତଶିଳ୍ପକୁ ପ୍ରୋତ୍ସାହନ ଦେବା ଲାଗି ପ୍ରତ୍ୟେକ ବର୍ଷ 7 ଅଗଷ୍ଟକୁ ହସ୍ତଶିଳ୍ପ ଦିବସ ରୂପେ ପାଳନ କରିବା ଲାଗି ସରକାର ଘୋଷଣା କରିଛନ୍ତି ।

 

ସ୍ୱଚ୍ଛତା ପ୍ରତି ଗାନ୍ଧୀଜୀ ସର୍ବାଧିକ ଗୁରୁତ୍ୱ ଦେଉଥିବା ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମେ ସ୍ୱଚ୍ଛ ଭାରତ ଲାଗି ସେହି ଆଦର୍ଶକୁ ଆତ୍ମସାତ କରିଛୁ । ସ୍ୱଚ୍ଛ ଭାରତ ଅଭିଯାନର ପ୍ରଭାବ କାରଣରୁ ଗ୍ରାମାଂଚଳରେ ସ୍ୱଚ୍ଛତା ଏନଡିଏ ସରକାର ଆସିବା ପରେ 2014ର 38 ପ୍ରତିଶତ ତୁଳନାରେ ବୃଦ୍ଧି ପାଇ 98 ପ୍ରତିଶତ ହୋଇଯାଇଛି ।

 

ଗ୍ରାମାଂଚଳରେ ରୋଷେଇ ପାଇଁ ସ୍ୱଚ୍ଛ ଇନ୍ଧନଠାରୁ ଆରମ୍ଭ କରି ବିଦ୍ୟୁତ ଏବଂ ସ୍ୱାସ୍ଥ୍ୟସେବା ଠାରୁ ଆରମ୍ଭ କରି ଆର୍ଥିକ ସେବା ଭଳି ମୌଳିକ ସୁବିଧା ଦେବା ପାଇଁ ନିଜର ପ୍ରୟାସକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଆମ ମିଶନ ଏବଂ ଗ୍ରାମୋଦୟରୁ ଭାରତ ଉଦୟ ପର୍ଯ୍ୟନ୍ତ ବିଚାର ଉପରେ ଆଧାରିତ ।

 

ପ୍ରଧାନମନ୍ତ୍ରୀ ଦିନିକିଆ ଗୁଜରାଟ ଗସ୍ତରେ ଅଛନ୍ତି । ପ୍ରଧାନମନ୍ତ୍ରୀ ସୁରଟ ବିମାନ ବନ୍ଦର ଟର୍ମିନାଲ କୋଠା ସମ୍ପ୍ରସାରଣ ଲାଗି ଶିଳାନ୍ୟାସ କରିଛନ୍ତି ଏବଂ ସୁରଟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ । ସେ ସୁରଟରେ ଅତ୍ୟାଧୁନିକ ରସିଲାବେନ ସେୱନ୍ତିଲାଲ ଶାହ ଭେନସ ହସପିଟାଲକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ପ୍ରଧାନମନ୍ତ୍ରୀ ସୁରଟରେ ନିଉ ଇଣ୍ଡିଆ ଯୁବ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 29, 2026
August 29, 2026

New India, New Speed, New Stage: Missiles, Medals, Multilateralism under PM Modi