PM Modi dedicates world’s tallest statue, the ‘Statue of Unity’, to the nation
Statue of Unity will continue to remind future generations of the courage, capability and resolve of Sardar Patel: PM Modi
The integration of India by Sardar Patel, has resulted today in India’s march towards becoming a big economic and strategic power: PM Modi
The aspirations of the youth of India can be achieved only through the mantra of “Ek Bharat, Shrestha Bharat": PM Modi

ଗୁଜରାଟର ନର୍ମଦା ଜିଲ୍ଲାର କେବଡିୟାଠାରେ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଏକ ସୁଉଚ୍ଚ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଏହି ପ୍ରତିମୂର୍ତ୍ତିର ଉଚ୍ଚତା ହେଉଛି 182 ମିଟର ।“ଷ୍ଟେଚ୍ୟୁ ଅଫ ୟୁନିଟି” ଭାବେ ପରିଚିତ ଏହି ପ୍ରତିମା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି । ଆଜି ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଉଚ୍ଚତମପ୍ରତିମୂର୍ତ୍ତିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପ୍ରଥମେ ଏକ କଳସରେ ନର୍ମଦା ନଦୀର ମାଟି ଓ ଜଳକୁ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ଗଣମାନ୍ୟ ଅତିଥିମାନେ ଭର୍ତ୍ତି କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ଏକ ଲିଭର ଉପରେ ଚାପ ପ୍ରୟୋଗ କରି ସର୍ଦ୍ଦାର ପଟେଲଙ୍କ “ଷ୍ଟେଚ୍ୟୁ ଅଫ ୟୁନିଟି”କୁ ଉନ୍ମୋଚନ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକତା ପ୍ରାଚୀରକୁ ମଧ୍ୟ ଉଦ୍ଘାଟନ କରିଥିଲେ । ପ୍ରଧାନମନ୍ତ୍ରୀ “ଷ୍ଟେଚ୍ୟୁ ଅଫ ୟୁନିଟି”ର ପାଦଦେଶରେ ସ୍ୱତନ୍ତ୍ର ପ୍ରାର୍ଥନା କରିଥିଲେ । ପ୍ରଧାନମନ୍ତ୍ରୀ ଏହି ସମାରୋହ କାଳରେ ସେଠାରେ ପ୍ରତିଷ୍ଠିତ ସଂଗ୍ରହାଳୟ, ପ୍ରଦର୍ଶନୀ ଓ ପରିଦର୍ଶକ ଗ୍ୟାଲେରୀ ବୁଲି ଦେଖିଥିଲେ । ପ୍ରାୟ 153 ମିଟର ଉଚ୍ଚରେ ସ୍ଥାପିତ ଦର୍ଶକ ଗ୍ୟାଲେରୀରେ ଏକାସଙ୍ଗେ 200 ପର୍ଯ୍ୟଟକ ବସିବା ଭଳି ବ୍ୟବସ୍ଥା ରହିଛି । ସେଠାରୁ ଦର୍ଶକମାନେ ସର୍ଦ୍ଦାର ସରୋବର ଡ୍ୟାମ, ଜଳଭଣ୍ଡାର ତଥା ସାତପୁରା ଏବଂ ବିନ୍ଧ୍ୟ ପର୍ବତମାଳାର ଅନୁପମ ଦୃଶ୍ୟ ଦେଖିପାରିବେ ।

ସମାରୋହ ବେଳେ ଭାରତୀୟ ବାୟୁସେନା ପକ୍ଷରୁ “ଷ୍ଟେଚ୍ୟୁ ଅଫ ୟୁନିଟି” ଉପରେ ଫ୍ଲାଇପାଷ୍ଟ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉଦ୍ଘାଟନ ସମାରୋହରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଏକତା ଦିବସର ଶୁଭକାମନା ଜଣାଇଥିଲେ ।

 

ସେ କହିଥିଲେ ଯେ, ଆଜିର ଏହି ଦିବସ ଭାରତ ଇତିହାସରେ ଏକ ସ୍ୱତନ୍ତ୍ର ମୂହୁର୍ତ୍ତ ବହନ କରେ ।“ଷ୍ଟେଚ୍ୟୁ ଅଫ ୟୁନିଟି” ଦେଶବାସୀଙ୍କୁ ତଥା ଭବିଷ୍ୟ ପିଢ଼ିଙ୍କୁ ସବୁବେଳେ ସାହାସ, ସାମର୍ଥ୍ୟ ଏବଂ ସଂକଳ୍ପର ପ୍ରେରଣା ଦେଇ ଚାଲିବ । ପିଢ଼ି ପରେ ପିଢ଼ି ଦେଶ ଏକତ୍ରୀକରଣ, ଆର୍ଥିକ ପ୍ରଗତୀ ଏବଂ ସାମରିକ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସର୍ଦ୍ଦାର ପଟେଲଙ୍କ ଭୂମିକାକୁ ସ୍ମରଣ କରୁଥିବେ ।

 

ଭାରତର ପ୍ରଶାସନିକ ସେବାକୁ ଏକ ମଜବୁତ୍ ଢ଼ାଂଚା ପ୍ରଦାନ କରିବାରେ ସର୍ଦ୍ଦାର ପଟେଲଙ୍କ ଭୂମିକା ଅବିସ୍ମରଣୀୟ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, “ଷ୍ଟେଚ୍ୟୁ ଅଫ ୟୁନିଟି”କୃଷକମାନଙ୍କ ପାଇଁ ଆତ୍ମ ମର୍ଯ୍ୟଦାର ଏକ ଜ୍ୱଳନ୍ତ ନିଦର୍ଶନ, ଯେଉଁମାନେ କି ଲୌହମାନବଙ୍କ ପ୍ରତିମୂର୍ତ୍ତି ଲାଗି ନିଜ ନିଜର ଜମିରୁ ମାଟି ଏବଂ କୃଷି ସାମଗ୍ରୀର ଲୁହା ପ୍ରଦାନ କରିଛନ୍ତି । କେବଳ “ଏକ ଭାରତ ଶ୍ରେଷ୍ଠ ଭାରତ” ମନ୍ତ୍ର ଦ୍ୱାରା ହିଁ ଭାରତର ଯୁବଶକ୍ତି ନିଜର ଆକାଂକ୍ଷା ପୁରଣ କରିପାରିବେ । ଏହି ବିଶାଳକାୟ ପ୍ରତିମୂର୍ତ୍ତି ନିର୍ମାଣରେ ଶ୍ରମଦାନ କରିଥିବା ସମସ୍ତ ଅଂଶୀଦାରମାନଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ, ଏହା କେବଳ ଏକ ପ୍ରତିମୂର୍ତ୍ତି ନୁହେଁ, ବରଂ ଦେଶ ବିଦେଶରୁ ଶହ ଶହ ପର୍ଯ୍ୟଟକଙ୍କୁ ନର୍ମଦା କୂଳକୁ ଆକୃଷ୍ଟ କରିବ ଏବଂ ପର୍ଯ୍ୟଟନ ଶିଳ୍ପ ଲାଗି ଅନେକ ସମ୍ଭାବନା ସୃଷ୍ଟି କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱତନ୍ତ୍ରତା ସଂଗ୍ରାମୀ ଏବଂ ମହାନ ନେତାମାନଙ୍କ ସ୍ମୃତିଚାରଣ ପାଇଁ ଅନେକ ସ୍ମାରକୀ ନିକଟ ଅତିତରେ ପ୍ରତିଷ୍ଠା କରାଯାଇଛି । “ଷ୍ଟେଚ୍ୟୁ ଅଫ ୟୁନିଟି” ବ୍ୟତିତ ଦିଲ୍ଲୀରେ ପ୍ରତିଷ୍ଠା କରାଯାଇଥିବା ସର୍ଦ୍ଦାର ପଟେଲଙ୍କ ସଂଗ୍ରହାଳୟ, ଗାନ୍ଧୀନଗରର ଦାଣ୍ଡି କୂଟୀର ଓ ମହାତ୍ମା ମନ୍ଦିର, ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପଞ୍ଚତୀର୍ଥ, ହରିୟାଣାର ଶ୍ରୀ ଛୋଟୁରାମଙ୍କ ପ୍ରତିମୂର୍ତ୍ତି, କଚ୍ଛରେ ବୀର ନାୟକ ଗୋବିନ୍ଦ ଗୁରୁ ଏବଂ ଶ୍ୟାମଜୀ କୃଷ୍ଣ ବର୍ମାଙ୍କ ସ୍ମାରକୀ ଆଦି ପ୍ରମୂଖ ସ୍ମୃତିସ୍ଥଳମାନଙ୍କ ମଧ୍ୟରେ ଅନ୍ୟତମ । ଏହାଛଡା ଦିଲ୍ଲୀରେ ସୁବାଷ ଚନ୍ଦ୍ର ବୋଷଙ୍କ ପାଇଁ ଏକ ଜାତୀୟ ସ୍ମାରକୀ, ମୁମ୍ବାଇରେ ଶିବାଜୀଙ୍କ ପ୍ରତିମୂର୍ତ୍ତି ଏବଂ ଦେଶବ୍ୟାପୀ ଆଦିବାସୀ ସଂଗ୍ରହାଳୟମାନ ପ୍ରତିଷ୍ଠା କରାଯାଉଛି ।

 

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଏକ ଶକ୍ତିଶାଳୀ ଓ ସର୍ବସମାବେଶୀ ଭାରତ ଗଠନରେ ସର୍ଦ୍ଦାର ପଟେଲଙ୍କ ଦୂରଦୃଷ୍ଟି ଓ ଅବଦାନର ସ୍ମୃତିଚାରଣ କରିଥିଲେ । ସେ କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ତାଙ୍କ ସରକାର ପ୍ରଯତ୍ନଶୀଳ । ସମସ୍ତଙ୍କ ପାଇଁ ଆବାସ,ବିଜୁଳି ସେବା, ରାସ୍ତା ଓ ଡିଜିଟାଲ ସଂଯୋଗୀକରଣ, ଉନ୍ନତ ଭିତ୍ତିଭୂମି ନିର୍ମାଣ ଭଳି ଅନେକ ସେବା ଲୋକଙ୍କୁ ଯୋଗାଇ ଦେବା ହେଲା ପଟେଲଙ୍କ ସ୍ୱପ୍ନକୁ ସାକାର କରିବା ସଦୃଶ । ସେ କହିଥିଲେ ଯେ,ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ବସ୍ତୁ ଓ ସେବା କର ବ୍ୟବସ୍ଥା, ଇ-ନାମ, ଏକ ରାଷ୍ଟ୍ର ଏକ ଗ୍ରୀଡ ଭଳି ବ୍ୟବସ୍ଥା ଦେଶକୁ ଆର୍ଥିକ ଦୃଷ୍ଟିରୁ ବହୁଧା ଶକ୍ତିଶାଳୀ କରିବ ଏବଂ ଅଭିବୃଦ୍ଧିରେ ସହାୟକ ହେବ ।

ଦେଶ ବିଭାଜନକାରୀ ଶକ୍ତିମାନଙ୍କ ମୁକାବିଲା ତଥା ରାଷ୍ଟ୍ରର ଏକତା ଓ ଅଖଣ୍ଡତା ବଜାୟ ରଖିବା ସବୁ ନାଗରୀକଙ୍କ ସାମୁହିକ ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
PM expresses happiness at enthusiasm of young friends from Uzbekistan
August 29, 2026

The Prime Minister, Shri Narendra Modi expressed happiness at the enthusiasm of young friends from Uzbekistan ahead of his visit to the country. Sharing a video showcasing their enthusiasm, the Prime Minister said that it was especially heartwarming to see them express themselves so beautifully in Hindi.

Shri Modi posted on X:

As I am about to begin my Uzbekistan visit, I am very happy to see the enthusiasm of my young friends from Uzbekistan, beautifully expressed in this video.

What makes it even more special is the fact that they did it in Hindi and they did it so well!