ପାକୟୋଙ୍ଗ ବିମାନବନ୍ଦର ସହିତ ଦେଶରେ ମୋଟ ବିମାନବନ୍ଦର ସଂଖ୍ୟା 100ରେ ପହଂଚିଛି :ପ୍ରଧାନମନ୍ତ୍ରୀ ମୋଦୀ
ପାକୟୋଙ୍ଗ ବିମାନବନ୍ଦର ଫଳରେ ସିକ୍କିମକୁ ସଂଯୋଗ ବ୍ୟବସ୍ଥା ଉନ୍ନତ ହେବ ,ପର୍ଯ୍ୟଟନକୁ ପ୍ରୋତ୍ସାହନ କରିବ ଏବଂ ବ୍ୟାପାରକୁ ମଜବୁତ କରିବ :ପ୍ରଧାନମନ୍ତ୍ରୀ ମୋଦୀ
ଆଜି ଦେଶରେ ଥିବା 100ଟି ବିମାନବନ୍ଦର ମଧ୍ୟରୁ ଗତ 4 ବର୍ଷ ମଧ୍ୟରେ 35ଟି କାର୍ଯ୍ୟକ୍ଷମ କରାଯାଇଛି : ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିକ୍କିମରେ ପାକୟୋଙ୍ଗ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି । ଏହା ହେଉଛି ଏହି ହିମାଳୟ ରାଜ୍ୟର ପ୍ରଥମ ଏବଂ ଦେଶର 100ତମ ବିମାନବନ୍ଦର ।

ଏହି ଅବସରରେ ଏକ ବିରାଟ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହାକୁ ସିକ୍ମିମ ପାଇଁ ଏକ ଐତିହାସିକ ଏବଂ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିବସ ଭାବେ ଅଭିହିତ କରିଥିଲେ । ସେ କହିଲେ ଯେ ପାକୟୋଙ୍ଗ ବିମାନବନ୍ଦର ସହିତ ଦେଶରେ ମୋଟ ବିମାନବନ୍ଦର ସଂଖ୍ୟା 100ରେ ପହଂଚିଛି । ପ୍ରଧାନମନ୍ତ୍ରୀ ମଧ୍ୟ ସିକ୍କିମର ଯୁବ କ୍ରିକେଟର ନିଲେଶ ଲାମିଚାନେଙ୍କ ବିଷୟରେ କହିଥିଲେ, ଯିଏକି ରାଜ୍ୟର ପ୍ରଥମ କ୍ରିକେଟର ଭାବେ ବିଜୟ ହଜାରେ ଟ୍ରଫିରେ ଶତକ ହାସଲ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ପାକୟୋଙ୍ଗ ବିମାନବନ୍ଦର ଫଳରେ ସିକ୍କିମକୁ ସଂଯୋଗ ବ୍ୟବସ୍ଥା ଉନ୍ନତ ହେବ । ସାଧାରଣ ଲୋକଙ୍କ ପାଇଁ ଉପଯୋଗୀ ହେବା ନିଶ୍ଚିତ କରିବା ପାଇଁ ଏହି ବିମାନବନ୍ଦରକୁ ଉଡାନ ଯୋଜନାର ଅଂଶବିଶେଷ ଭାବେ ସାମିଲ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଦୃତଗତିରେ ସମଗ୍ର ଉତ୍ତର ପୂର୍ବାଂଚଳର ଭିତ୍ତିଭୂମି ଏବଂ ଭାବପ୍ରବଣଗତସଂଯୋଗୀକରଣରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଉଛି । ସେ ବ୍ୟକ୍ତିଗତ ଭାବେ ଅନେକ ଥର ବିକାଶ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଉତ୍ତରପୂର୍ବାଂଚଳ ରାଜ୍ୟମାନଙ୍କୁ ଗସ୍ତ କରିଛନ୍ତି । ସେ ମଧ୍ୟ କହିଲେ ଯେ କେନ୍ଦ୍ର ମନ୍ତ୍ରୀମାନେ ନିୟିମତ ଭାବେ ଏହି ଅଂଚଳ ଗସ୍ତ କରିଥା’ନ୍ତି । ପ୍ରଧାନମନ୍ତ୍ରୀ କହିଲେ ଯେ ଏହାର ଫଳ ମଧ୍ୟ ଏଠାରେ ଦେଖିବାକୁ ମିଳୁଛି । ଏହାଦ୍ୱାରା ବାୟୁ ଓ ରେଳ ସଂଯୋଗ, ଭଲ ରାସ୍ତା, ବଡ ପୋଲ ନିର୍ମାଣ କ୍ଷେତ୍ରରେ ଉନ୍ନତି ଆସିଥିବା ପରିଲକ୍ଷିତ ହେଉଛି ।

 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଦେଶରେ ଥିବା 100ଟି ବିମାନବନ୍ଦର ମଧ୍ୟରୁ ଗତ 4 ବର୍ଷ ମଧ୍ୟରେ 35ଟି କାର୍ଯ୍ୟକ୍ଷମ କରାଯାଇଛି ।

ଜୈବ କୃଷିରେ ସିକ୍କିମର ଅଗ୍ରଗତୀ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ସେ କହିଥିଲେ ଯେ କେନ୍ଦ୍ର ସରକାର “ଉତ୍ତର ପୂର୍ବାଂଚଳ ପାଇଁ ଜୈବିକ ମୂଲ୍ୟ ବିକାଶ ମିଶନ” (Mission Organic Value Development for North Eastern Region)ର ପ୍ରଚଳନ କରିଛନ୍ତି ।

 

 

 

 

 

 

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auto sector reports strong sales momentum; SUVs and exports drive growth across industry

Media Coverage

Auto sector reports strong sales momentum; SUVs and exports drive growth across industry
NM on the go

Nm on the go

Always be the first to hear from the PM. Get the App Now!
...
Chief Minister of Haryana meets the Prime Minister
April 02, 2026

Chief Minister of Haryana, Shri Nayab Saini met with the Prime Minister Shri Narendra Modi, today, at New Delhi.

The Prime Minister posted on X;

“Chief Minister of Haryana, Shri @NayabSainiBJP had a meeting with Prime Minister @narendramodi.”

@cmohry