ଦ୍ୱାଦଶ ଶ୍ରେଣୀ ଫଳାଫଳ ଏକ ନିର୍ଦ୍ଦିଷ୍ଟ ପରିଭାଷିତ ମାନଦଣ୍ଡ ଅନୁଯାୟୀ ଏକ ସମୟସୀମା ଅନୁଯାୟୀ ପ୍ରସ୍ତୁତ କରାଯିବ
ଦ୍ୱାଦଶ ଶ୍ରେଣୀ ସିବିଏସଇ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ନିଆଯାଇଛି : ପ୍ରଧାନମନ୍ତ୍ରୀ
ଆମ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ଆମର ସର୍ବୋଚ୍ଚ ପ୍ରାଥମିକତା ଏବଂ ଏଥିରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ : ପ୍ରଧାନମନ୍ତ୍ରୀ
ଏପରି ଚାପଯୁକ୍ତ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ବସିବା ଲାଗି ବାଧ୍ୟ କରାଯିବା ଅନୁଚିତ୍ : ପ୍ରଧାନମନ୍ତ୍ରୀ
ଏପରି ଚାପଯୁକ୍ତ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ବସିବା ଲାଗି ବାଧ୍ୟ କରାଯିବା ଅନୁଚିତ୍ : ପ୍ରଧାନମନ୍ତ୍ରୀ
ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ଅଂଶୀଦାର ସମ୍ବେଦନଶୀଳତା ପ୍ରକଟ କରିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆୟୋଜନ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ବର୍ତ୍ତମାନ ସୁଦ୍ଧା ଏ ବିଷୟରେ ହୋଇଥିବା ବ୍ୟାପକ ବିଚାରବିମର୍ଶ ସଂକ୍ରାନ୍ତରେ ଏକ ବିସ୍ତୃତ ଉପସ୍ଥାପନା ଦେଇଥିଲେ ଏବଂ ରାଜ୍ୟ ସରକାରଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ଠାରୁ ମିଳିଥିବା ମତାମତ ସମ୍ପର୍କରେ ଅବଗତ କରାଇଥିଲେ।

କୋଭିଡ କାରଣରୁ ଦେଖାଦେଇଥିବା ଅନିଶ୍ଚିତ ପରିସ୍ଥିତି ଏବଂ ବିଭିନ୍ନ ଅଂଶୀଦାରମାନଙ୍କ ଠାରୁ ମିଳିଥିବା ମତାମତକୁ ଦୃଷ୍ଟିରେ ରଖି, ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଭଲ ଭାବେ ପରିଭାଷିତ ଏକ ଲକ୍ଷ୍ୟକୁ ନେଇ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଫଳାଫଳ ପ୍ରସ୍ତୁତ କରାଯିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସଂକ୍ରାନ୍ତରେ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ନିଆଯାଇଛି। ସେ କହିଥିଲେ ଯେ କୋଭିଡ-19 ଶିକ୍ଷାବର୍ଷକୁ ପ୍ରଭାବିତ କରିଛି ଏବଂ ବୋର୍ଡ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକମାନଙ୍କ ମଧ୍ୟରେ ଏକ ଭୟ ରହିଛି, ଯାହାର ନିଶ୍ଚିତ ଭାବେ ଅନ୍ତ ହେବା ଆବଶ୍ୟକ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶରେ କୋଭିଡ କାରଣରୁ ଏକ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ କେତେକ ରାଜ୍ୟ ପ୍ରଭାବୀ ମାଇକ୍ରୋ କଣ୍ଟେନମେଣ୍ଟ ଜରିଆରେ ପରିସ୍ଥିତିକୁ ଭଲ ଭାବେ ପରିଚାଳନା କରୁଛନ୍ତି। କେତେକ ରାଜ୍ୟ ବର୍ତ୍ତମାନ ସୁଦ୍ଧା ଲକଡାଉନ ଜାରି ରଖିଛନ୍ତି। ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନେଇ ନିଶ୍ଚିତ ଭାବେ ଚିନ୍ତିତ ରହିଥିବେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀଙ୍କୁ ଏପରି ଚାପଯୁକ୍ତ ପରିସ୍ଥିତିରେ ପରୀକ୍ଷାରେ ବସିବା ଲାଗି ବାଧ୍ୟ କରାଯିବା ଅନୁଚିତ୍।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଆମ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ଏବଂ ଏ ଦିଗରେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ। ସେ କହିଥିଲେ ଯେ ଆଜିର ଦିନରେ, ଏପରି ପରୀକ୍ଷା ଆୟୋଜନ କରି ଆମର ଯୁବପିଢ଼ିଙ୍କୁ ବିପଦରେ ପକାଇବା ଅନୁଚିତ୍।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ପ୍ରତି ସମସ୍ତ ଅଂଶୀଦାର ସମ୍ବେଦନଶୀଳତା ପ୍ରଦର୍ଶନ କରିବା ଆବଶ୍ୟକ। ଛାତ୍ରଛାତ୍ରୀଙ୍କ ଫଳାଫଳ ଭଲ ଭାବେ ପରିଭାଷିତ ନିୟମ ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସମୟରେ ଓ ସ୍ୱଚ୍ଛତାର ସହିତ ପ୍ରକାଶ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବ୍ୟାପକ ବିଚାରବିମର୍ଶ ପ୍ରକ୍ରିୟା ସମ୍ପର୍କରେ ଉଲ୍ଲେଖ କରିବା ସହ ସାରା ଭାରତରେ ସମସ୍ତ ଅଂଶୀଦାରମାନଙ୍କ ସହିତ  ଆଲୋଚନା କରି ଏକ ଛାତ୍ର ଅନୁକୂଳ ନିଷ୍ପତ୍ତି ଗ୍ରହଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ପ୍ରସଙ୍ଗରେ ମତାମତ ଦେଇଥିବାରୁ ସେ ମଧ୍ୟ ରାଜ୍ୟଗୁଡ଼ିକୁ ଧନ୍ୟବାଦ ଜଣାଇଥିଲେ।

ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ଯେ ପୂର୍ବ ବର୍ଷ ଭଳି, ଯଦି କିଛି ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଚାହାନ୍ତି, ତା’ହେଲେ ପରିସ୍ଥିତି ଅନୁକୂଳ ହେଲେ ସେମାନଙ୍କୁ ସିବିଏସଇ ପକ୍ଷରୁ ଏହି ବିକଳ୍ପ ଯୋଗାଇ ଦିଆଯିବ। 

ମାନନୀୟ ପ୍ରଧାନମନ୍ତ୍ରୀ ପୂର୍ବରୁ 21/05/2021ରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ କରିଥିଲେ ଏଥିରେ ମନ୍ତ୍ରୀ ଓ ଅଧିକାରୀମାନେ ଯୋଗ ଦେଇଥିଲେ। ଏହାପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ 23.05.2021ରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ରାଜ୍ୟର ଶିକ୍ଷାମନ୍ତ୍ରୀମାନେ ଯୋଗ ଦେଇଥିଲେ। ସିବିଏସଇ ପରୀକ୍ଷା ଆୟୋଜନ ସମ୍ପର୍କରେ ବିଭିନ୍ନ ବିକଳ୍ପ ନେଇ ବୈଠକରେ ଆଲୋଚନା କରାଯାଇଥିଲା ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଠାରୁ ମତାମତ ଗ୍ରହଣ କରାଯାଇଥିଲା।

ଆଜିର ବୈଠକରେ କେନ୍ଦ୍ର ଗୃହ, ପ୍ରତିରକ୍ଷା, ଅର୍ଥ, ବାଣିଜ୍ୟ, ସୂଚନା ଓ ପ୍ରସାରଣ, ପେଟ୍ରୋଲିୟମ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କ୍ୟାବିନେଟ ସଚିବ, ବିଦ୍ୟାଳୟ ଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଗଣ ଯୋଗ ଦେଇଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'We'll provide AI skill training to 1 crore youth': PM Modi's big announcement on Independence Day 2026

Media Coverage

'We'll provide AI skill training to 1 crore youth': PM Modi's big announcement on Independence Day 2026
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 15, 2026
August 15, 2026

Azadi Ka Amrit Mahotsav Continues: PM Modi’s Independence Day Vision Unites Growth, Youth Power & National Pride