Competition brings qualitative change, says PM Modi
E-governance, M-governance, Social Media - these are good means to reach out to the people and for their benefits: PM
Civil servants must ensure that every decision is taken keeping national interest in mind: PM
Every policy must be outcome centric: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକାଦଶ ପ୍ରଶାସନିକ ସେବା ଦିବସରେ ଉଲ୍ଲେଖନୀୟ ସେବା ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ପୁରସ୍କାର ପ୍ରଦାନ ସହ ସେମାନଙ୍କୁ ସମ୍ବୋଧିତ କରିଥିଲେ ।

ଏହି ଦିବସକୁ ପୁନଃସମର୍ପଣ ଦିନ ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପରିବର୍ତ୍ତିର ସମୟରେ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କର ଶକ୍ତି, ସାମର୍ଥ୍ୟ, ଆହ୍ଵାନ ଏବଂ ଦାୟିତ୍ଵବୋଧ ସମ୍ପର୍କରେ ପୂର୍ଣ୍ଣରୂପେ ସଚେତନ ଅଛନ୍ତି ।

ସେ କହିଥିଲେ ଯେ, ଦୁଇ ଦଶନ୍ଧି ପୂର୍ବେ ଥିବା ପରିସ୍ଥିତି ଏବେ ଆଉ ନାହିଁ । ବହୁତ ପରିବର୍ତ୍ତନ ଘଟିଛି । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆହୁରି ପରିବର୍ତ୍ତନ ଘଟିବ । ଏ ସମ୍ପର୍କରେ ଅଧିକ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପୂର୍ବରୁ ସରକାରମାନେ ଏକମାତ୍ର
ସେବା ଓ ସାମଗ୍ରୀ ପ୍ରଦାନକାରୀ ଥିଲେ । ଏହିପରି ବ୍ୟବସ୍ଥାରେ ଅନେକ ତ୍ରୁଟିବିଚ୍ୟୁତି ରହୁଥିଲା ଯାହାକୁ ଅଣଦେଖା କରାଯିବାର ବହୁତ ସୁଯୋଗ ରହିଥିଲା । ଏବେ ସାଧାରଣ ଲୋକମାନେ ଜାଣିଲେଣି ଯେ, ସରକାରଙ୍କ ଅପେକ୍ଷା ଘରୋଇ ଉଦ୍ୟୋଗ ବେଶ ଭଲ ସେବା ଯୋଗାଇ ଦେଉଛନ୍ତି । ବିଭିନ୍ନ ସ୍ତରରେ ଏବଂ ବିଭିନ୍ନ କ୍ଷେତ୍ରରେ ବିକଳ୍ପ ସେବା ମିଳୁଥିବାରୁ ଏହା ସରକାର ଏବଂ ସରକାରୀ ଅଧିକାରୀମାନଙ୍କ ପାଇଁ ଏକ ବଡ ଚାଲେଞ୍ଜ ହେବା ସହ ଉତ୍ତରଦାୟିତ୍ଵ ବଢି ଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତିଯୋଗିତାମୂଳକ ଭାବନାର ଗୁରୁତ୍ଵ ସମ୍ପର୍କରେ ଅବତାରଣା କରିଥିଲେ । ଏଭଳି ଭାବନା ସମାଜର ପ୍ରତ୍ୟେକ ସ୍ତରରେ ଗୁଣାତ୍ମକ ପରିବର୍ତ୍ତନ ଆଣିଥାଏ । ଯେତେ ଶୀଘ୍ର ସରକାରୀ ସ୍ତରରେ ନିୟନ୍ତ୍ରକ ମନୋଭାବ ସୁଯୋଗ ପ୍ରଦାନକାରୀ ରୂପେ ପରିବର୍ତ୍ତିତ ହେବ ସେତେ ଶୀଘ୍ର ଆହ୍ଵାନଗୁଡିକ ସୁଯୋଗରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେତେକ କାର୍ଯ୍ୟକ୍ଷେତ୍ରରେ ସରକାରୀ ଉପସ୍ଥିତିର ଅଭାବ ଜଳ ଜଳ ହୋଇ ଉପଲବ୍ଧି ହେଉଥିବା ବେଳେ ଏହା ଲୋକଙ୍କ ଉପରେ ବୋଝ ହେବା ଉଚିତ ନୁହେଁ । ପ୍ରଶାସନ ସବୁବେଳେ ଲୋକଙ୍କ ସେବାରେ ନିୟୋଜିତ ହେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଶାସନିକ ସେବା ଦିବସ ପୁରସ୍କାର ପାଇଁ କ୍ରମେ କ୍ରମେ ଦରଖାସ୍ତକାରୀଙ୍କ ସଂଖ୍ୟା ବଢୁଥିବା ସୂଚନା ଦେଇ ସେ କହିଥିଲେ ଯେ, ଗତବର୍ଷ ଏହି ସଂଖ୍ୟା 100ରୁ କମ ଥିବା ବେଳେ ଏବର୍ଷ ତାହା 500 ରୁ ଅଧିକରେ ପହଞ୍ଚିଛି । ଏବେ ସେବାର ମାନ ବୃଦ୍ଧି କରିବା ଏବଂ ଏହାକୁ ନୂତନ ଶୀର୍ଷରେ ପହଞ୍ଚାଇବା ଦିଗରେ ପ୍ରୟାସ ହେବା ଜରୁରୀ ।

ଅନୁଭୂତି କେବେ ହେଲେ ଯୁବ ଅଧିକାରୀମାନଙ୍କ ସୃଜନାତ୍ମକ ଭାବନାର କଣ୍ଠରୋଧ କରିବା ଉଚିତ ନୁହେଁ । ବରିଷ୍ଠ ଅଧିକାରୀମାନେ ଏ ଦିଗରେ ଅଧିକ ଯତ୍ନଶୀଳ ହେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ବିନା ପ୍ରଶଂସାରେ ଲୋକଙ୍କ ସେବା କରିବା ହେଲା ପ୍ରଶାସନିକ ସେବାର ଏକ ବଡ ଶକ୍ତି । ତେବେ ସାମାଜିକ ଗଣମାଧ୍ୟମର ବ୍ୟାପକ ଉପଯୋଗ ଦ୍ଵାରା ଏହି ସାମର୍ଥ୍ୟର ହ୍ରାସ ଘଟିବା ଉଚିତ ନୁହେଁ । ସାମାଜିକ ଗଣମାଧ୍ୟମ ଓ ଇ-ପ୍ରଶାସନ ପରିବ୍ୟାପ୍ତ ହେବା ଦ୍ଵାରା ସରକାରୀ ଯୋଜନାଗୁଡିକର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ସହଜ ହୋଇଥାଏ ।

ସଂସ୍କାର, କାର୍ଯ୍ୟ ସମ୍ପାଦନ ଓ ବିବର୍ତ୍ତନ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସଂସ୍କାର ପାଇଁ ଦୃଢ ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ । କିନ୍ତୁ କାର୍ଯ୍ୟ ସମ୍ପାଦନ ଦିଗଟି ପ୍ରଶାସନିକ ଅଧିକାରୀମାନଙ୍କ ପାଖରୁ ଆସିବାକୁ ପଡିବ । ଅପରପକ୍ଷରେ ଜନ ଭାଗିଦାରୀ ବଢିଲେ ବିବର୍ତ୍ତନ ସଫଳ ହୋଇଥାଏ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜାତୀୟ ସ୍ଵାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନିକ ଅଧିକାରୀମାନେ ପ୍ରତ୍ୟେକ ନିଷ୍ପତ୍ତି ନେବାକୁ ପଡିବ । ଏହାହିଁ ସେମାନଙ୍କ ନିର୍ଣ୍ଣୟ ବା ନୀତି ନିର୍ଦ୍ଧାରଣ ପ୍ରକ୍ରିୟାର ପରିମାପକ ହେବା ଉଚିତ ।

ଆସନ୍ତା 2022ରେ ସ୍ୱାଧିନତା ପ୍ରାପ୍ତିର 75 ବର୍ଷ ପୂର୍ତ୍ତି ହେଉଥିବାରୁ ପ୍ରଶାସକମାନେ ସ୍ଵାଧୀନତା ସଂଗ୍ରାମୀଙ୍କ ସ୍ଵପ୍ନକୁ ସାକାର କରିବା ଦିଗରେ କାରକ ଭାବେ ଭୂମିକା ତୁଲାଇବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ ଦେଇଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi