ई-गवर्नेंस, एम-गवर्नेंस और सोशल मीडिया लोगों तक पहुंचने और उन्हें लाभान्वित करने का एक बेहतर माध्यम: प्रधानमंत्री मोदी 
राजनीतिक नेतृत्व से सुधार को बढ़ावा मिलता है, सुधारों का क्रियान्वयन अधिकारियों के माध्यम से सुनिश्चित होता है एवं बदलाव जनभागीदारी से आता है: पीएम मोदी 
हमें ‘रेग्युलेटर’ से आगे बढ़कर ‘एनब्लिंग एंटिटी’ अर्थात लोगों को सक्षम बनाने की दिशा में काम करने की जरुरत: पीएम मोदी की नौकरशाहों को सलाह 
गुणात्मक बदलाव लाने में प्रतिस्पर्धा की एक अहम भूमिका: प्रधानमंत्री नरेन्द्र मोदी

ସର୍ବ ଭାରତୀୟ ପ୍ରଶାସନିକ ଦିବସ ରୂପେ ଆଜିର ଏହି ଦିବସ ଗୋଟିଏ ପ୍ରକାରେ ପୁନଃସମର୍ପଣ ଦିବସ । ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ଯେଉଁ ମହାନୁଭବମାନେ ଏହି କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି, ଆଜି ଦେଶର ପ୍ରତ୍ୟେକ କୋଣରେ ଏହି ସେବା ଅନ୍ତର୍ଗତ କାର୍ଯ୍ୟରତ ଆପଣ ସମସ୍ତଙ୍କୁ ବହୁତ-ବହୁତ ଅଭିନନ୍ଦନ, ବହୁତ-ବହୁତ ଶୁଭକାମନା ।

ଆପଣମାନେ ଏତେ ଅନୁଭବୀ ଅଟନ୍ତି । ମୁଁ ଜାଣିପାରୁ ନାହିଁ କି ଆପଣମାନଙ୍କୁ ନିଜ ଶକ୍ତିର ଅନୁଭବ ନାହିଁ, କିମ୍ବା ଆପଣଙ୍କୁ ଆହ୍ୱାନର ଅନୁମାନ ଅଛି, ଏଭଳି ନୁହେଁ । ଶକ୍ତି ମଧ୍ୟ ଜଣା ଅଛି, ଆହ୍ୱାନ ମଧ୍ୟ ଜଣା ଅଛି, ଦାୟିତ୍ୱଗୁଡିକ ମଧ୍ୟ ଜଣା ଅଛି । ଆଉ ଆମେ ଦେଖିଛୁ ଯେ ଏହି ଉପଲବ୍ଧ ବ୍ୟବସ୍ଥା ଦ୍ୱାରା ଦେଶକୁ ଉତ୍ତମ ପରିଣାମ ମଧ୍ୟ ମିଳିଛି । କିନ୍ତୁ ଆଜକୁ 15-20ବର୍ଷ ପୂର୍ବେ ଏବଂ ଆଜିର ସ୍ଥିତିରେ ବହୁତ ପ୍ରଭେଦ ରହିଛି ଏବଂ ଆଜିଠାରୁ ପାଂଚ ବର୍ଷ ପରର ସ୍ଥିତିରେ ବୋଧହୁଏ ବହୁତ ହିଁ ଅନ୍ତର ରହିବ । କାରଣ 15-20ବର୍ଷ ପୂର୍ବେ ଆମେ ହିଁ ଆମେ ଥିଲୁ, ଯାହା କିଛି ବି ଥିଲୁ ଆମେ ହିଁ ଥିଲୁ । ସାଧାରଣ ମଣିଷର ଜୀବନର ସମସ୍ତ ଆବଶ୍ୟକତା ଆମରି ବାଟ ଦେଇ ଯାଉଥିଲା । ତାକୁ ପଢିବାର ଥିଲା ତ ସରକାରଙ୍କ ପାଖକୁ ହିଁ ଆସିବାକୁ ପଡୁଥିଲା । ତାକୁ ସିମେଂଟ ଦରକାର, ଲୁହା ଦରକାର ତାହେଲେ ମଧ୍ୟ ସରକାରଙ୍କ ପାଖକୁ ଆସିବାକୁ ପଡୁଥିଲା । ଅର୍ଥାତ ଜୀବନର ସେହି ସମୟ ଥିଲା ଯେଉଁଥିରେ ସରକାର ହିଁ ସବୁକିଛି ଥିଲେ । ଆଉ ଯେବେ ସରକାର ହିଁ ସବୁକିଛି ଥିଲେ ତ ଆମେ ହିଁ ଆମେ ସବୁ କିଛି ଥିଲୁ । ଆଉ ଆମେ ହିଁ ଆମେ ସବୁକିଛି ହେଉ ତ ଖରାପ ବ୍ୟବସ୍ଥା ଆସିବାର ସ୍ୱଭାବିକ ପ୍ରବୃତି ରହେ । ତ୍ରୁଟି ବିଚ୍ୟୁତି ଅଣଦେଖା କରିବାର ଅଭ୍ୟାସ ମଧ୍ୟ ହୋଇ ଯାଇଥାଏ, କିନ୍ତୁ ବିଗତ 15-20 ବର୍ଷରେ ଏକ ପ୍ରତିଯୋଗୀତାମୟ ସମୟ ଆରମ୍ଭ ହୋଇଛି । ଆଉ ସେହି କାରଣରୁ ସାଧାରଣ ମଣିଷ ମଧ୍ୟ ଏହି ତୁଳନା କରୁଛି କି ଭାଇ ସରକାରଙ୍କର ଉଡାଜାହାଜ ତ ଏମିତି ଯାଉଛି, ଘରୋଇ ଉଡାଜାହାଜ ଏପରି ଯାଉଛି । ଆଉ ତାକୁ ସଙ୍ଗେ ସଙ୍ଗେ ଲାଗୁଛି କି ସରକାର ହେଉଛନ୍ତି ବେକାର । ସରକାରୀ କଳ ବେକାର, କାରଣ ତାହାକୁ ଏହି ବିକଳ୍ପ ଦେଖିବାକୁ ମିଳିଛି ।

ଆଗରୁ ତାକୁ ସରକାରୀ ଡାକ୍ତରଖାନାରେ ଡାକ୍ତର ସ୍ନେହର ସହିତ ଆସି କିଛି ନ କଲେ ମଧ୍ୟ, ଏଭଳି ରକ୍ତଚାପ ମାପିଦେଲେ, ତ ତାକୁ ମଧ୍ୟ ଲାଗୁଥିଲା କି ମୋ ସ୍ୱାସ୍ଥ୍ୟ ଠିକ ହେଉଅଛି, ଡାକ୍ତର ମୋର ସେବା କରିଛନ୍ତି । ଆଜି ଦଶ ଥର ମଧ୍ୟ ଡାକ୍ତର ଆସନ୍ତୁ, ତ ଏହା ହେଉଛି ସରକାରୀ, ଘରୋଇ ଜାଗାକୁ ଯାଇଥାନ୍ତି ତ ଭଲ ହୋଇଥାନ୍ତା । ଅର୍ଥାତ ସାଧାରଣ ମଣିଷ ଜୀବନରେ 10-15-20ବର୍ଷରେ ଏକ ବିକଳ୍ପ ଉପଲବ୍ଧ ହୋଇଛି । ଏବେ ବିକଳ୍ପ ଉପଲବ୍ଧ ହେବା କାରଣରୁ ସରକାର ନାମକ ବ୍ୟବସ୍ଥା ଆଡକୁ, ସରକାରରେ ବସିଥିବା ଲୋକମାନଙ୍କ ଆଡକୁ ବିଶେଷକରି ପ୍ରଶାସନିକ ସେବା ସହିତ ଯୋଡି ହୋଇଥିବା ଲୋକଙ୍କର ଦାୟିତ୍ୱ ଆଜି ଠାରୁ 20 ବର୍ଷ ପୁର୍ବରୁ ଯାହା ଥିଲା ତାହାଠାରୁ ବହୁତ ବଢି ଯାଇଛି । କାର୍ଯ୍ୟର ବୋଝ ବଢି ନାହିଁ । ଆହ୍ୱାନ ବଢିଛି । କାର୍ଯ୍ୟର ବୋଝ କାରଣରୁ ଅସୁବିଧା ସୃଷ୍ଟି ହୋଇ ନାହିଁ । ଆହ୍ୱାନଗୁଡିକର ସାମ୍ନାରେ ଦଣ୍ଡାୟମାନ ହୋଇ ରହିବାରେ ଅଭାବ ଦେଖା ଦେଇଛି । କୌଣସି ବ୍ୟବସ୍ଥା ପ୍ରତିଯୋଗିତା ମୂଳକ ହେବା ଦରକାର ଏବଂ ତାହା ମୁଣାତ୍ମକ ପରିବର୍ତ୍ତନ  ଆଣିବାରେ ବହୁତ ବଡ଼ ଭୂମିକା ତୁଲାଇ ଥାଏ । ଯଦି ସ୍ଥାଣୁତା ଅଛି, ଆକାଂକ୍ଷ୍ୟା ନାହିଁ, ତୁଳନାତ୍ମକ ଭାବେ କୌଣସି ବ୍ୟବସ୍ଥା ନାହିଁ ତ ଲାଗେ ଯାହା ଅଛି ତ ସବୁ ଭଲ ଅଛି । କିନ୍ତୁ ଯେବେ ତୁଳନାତ୍ମକ ସ୍ଥିତି ଆସେ ଆମକୁ ମଧ୍ୟ ଲାଗେ ଯେ ଆମକୁ ମଧ୍ୟ ଆଗକୁ ବଢିବାକୁ ହେବ । ଏବେ ତାହାର ଉପାୟ ଏହା ନୁହେଁ ଯେ ବନ୍ଧୁ ତାକୁ ତଳକୁ ପକାଅ, ଆମକୁ ଆଗକୁ ଦେଖିବା ଦରକାର, ନଚେତ ଯେଉଁମାନେ ମଧ୍ୟ ବଢି ପାରିବେ ସେମାନଙ୍କୁ ବଢିବାକୁ ଦେବା ଆଉ ଭଲ ଏହା ହେବ ଯେତେ ଶୀଘ୍ର ଆମେ ଆମର କାର୍ଯ୍ୟଶୈଳୀ ବଦଳେଇବା, ଆମେ ଆମର ଚିନ୍ତା କରିବା ଶୈଳୀକୁ ବଦଳେଇବା । ଯେତେ ଶୀଘ୍ର ଆମେ ନିୟନ୍ତ୍ରକ ମନୋଭାବରୁ ବାହାରି ଏକ ସୁଯୋଗ ପ୍ରଦାନକାରୀ ରୂପରେ ବିକଶିତ ହେବା ସେତେ ଭଲ । ଏହି ଆହ୍ୱାନଗୁଡିକ ସୁଯୋଗରେ ପରିବର୍ତ୍ତନ ହୋଇଯିବ । ଯାହା ଆଜି ଆମକୁ ଆହ୍ୱାନ ବୋଲି ଲାଗୁଛି, ତାହା ସୁଯୋଗ ହୋଇଯିବ ଆଉ ଏଥିପାଇଁ ପରିବର୍ତ୍ତିତ ସମୟରେ ସରକାରଙ୍କ ବିନା ଅଭାବ ଅନୁଭବ ହେଉ, କିନ୍ତୁ ସରକାର ଥାଉ ଥାଉ ବୋଝ ଅନୁଭବ ନ ହେଉ । ଏହି ବ୍ୟବସ୍ଥା କିପରି ବିକଶିତ କରିବା । ଆଉ ଏହି ବ୍ୟବସ୍ଥା ସେତେବେଳେ ବିକଶିତ ହେବ, ଯେତେବେଳେ ଆମେ ଜିନିଷଗୁଡିକୁ ସେହି ଭଳି ଭାବେ ଦେଖିବା ଆରମ୍ଭ କରିବା ।



ଏବେ ଏଠାରେ କିଛି ପ୍ରୟାସ ଚାଲିଛି । ଆପଣ ଖାଲି ଏହି ପ୍ରଶାସନିକ ଦିବସକୁ ହିଁ ମନେ ପକାନ୍ତୁ କି ପ୍ରଥମେ କିପରି ଥିଲା, ଏବେ ଏମିତି ହୋଇଛି କାହିଁକି? ଏହାର ଉତ୍ତର ଏହାତ ନ ହେବା ଉଚିତ କି ପ୍ରଧାନମନ୍ତ୍ରୀ ଭାବିଲେ ଆମେ କରିଦେଲୁ, ଆଜ୍ଞା ନୁହେଁ । ଭାବିବାର ଶୈଳୀ ଏହା ହେବା ଦରକାର କି ଏତେ ବଡ଼ ଭଲ ସୁଯୋଗ ଥିଲା ଆମେ ତାକୁ ଆନୁଷ୍ଠାନିକ ବିଧିବିଧାନ କରି ଦେଇଥିଲୁ । ଯଦି ପ୍ରାଣବାନ କରିଥାନ୍ତୁ, ସେଥିରେ ଜୀବନ୍ୟାସ ଦେଇଥାନ୍ତୁ, ନିଜକୁ ନିଜେ ଯୋଡି ଦେଇଥାନ୍ତୁ, ଭବିଷ୍ୟତ ଦିନ ପାଇଁ ଚିନ୍ତା ରଖିଥାନ୍ତୁ ତ ସେହି ସୁଯୋଗ ଆମକୁ ଏକ ନୂଆ ଶକ୍ତି ଦେଇଥାନ୍ତା । ଏହି ଗୋଟିଏ ସୁଯୋଗରେ ଯେଉଁ ପରିବର୍ତ୍ତନ  ଦେଖିବାକୁ ମିଳୁଛି ଆଉ ଯଦି ଆପଣଙ୍କୁ ଏହା ଠିକ୍ ଲାଗୁଛି, ତ ଆପଣଙ୍କୁ ପ୍ରତ୍ୟେକ କାମରେ ଏହି ସମ୍ଭାବନା ଗୁଡିକ ଲୁଚି ରହିଛି, ଅନ୍ତର୍ନିହିତ ଅଛି ।  ଖାଲି ତାକୁ ଥରେ ସ୍ପର୍ଶ କରିବାର ଆବଶ୍ୟକତା ଥାଏ, ଅନୁଭୂତି ହେଇଯିବ । କ’ଣ ଆମେ ଏଥିରୁ ଏହି କଥା ଶିଖି ପାରିବା । କ’ଣ କାରଣ ଅଛି ଆପଣ ମଧ୍ୟ କେବେ ଏହି ପ୍ରକ୍ରିୟାରୁ ବାହାରିବେ । ଆପଣ ମଧ୍ୟ କୌଣସି ଗାଁରେ କାମ କରିଥିବେ । ଧିରେ ଧିରେ ପୁଣି ଜିଲ୍ଲାକୁ ଆସିଲେ, ଏଭଳି କରି କରି ଆମେ ଏ ପର୍ଯ୍ୟନ୍ତ ପହଁଚିଛେ । ଆହୁରି ମଧ୍ୟ ବହୁତ ଲୋକ ଯେଉଁମାନେ ଗତଥର ଜିଲ୍ଳାରେ କାମ କରୁଥିଲେ, ଏଥର ମଧ୍ୟ ଜିଲ୍ଳାରେ କାମ କରୁଛନ୍ତି । କିନ୍ତୁ ଆଗେ ତାଙ୍କୁ ଲାଗୁ ନ ଥିଲା, ତେଣୁ ପ୍ରବେଶ ପତ୍ର ଶହେରୁ ମଧ୍ୟ କମ୍ ଆସିଲା । ଆଉ ଏଥର ବହୁତ ଅଧିକ ମାତ୍ରାରେ ଆସିଲା । ପରିମାଣାତ୍ମକ ଅଭିବୃଦ୍ଧି ତ ହୋଇଛି ଆଉ ମୁଁ ଏହାର ସ୍ୱାଗତ କରୁଛି । ହୋଇପାରେ କିଏ ପଚାରିଥିବ କି କ’ଣ ତୁମେ ପଠାଇ ଦେଇଛ କି ପଠାଇ ନାହଁ । ତ ତାଙ୍କୁ ଲାଗିଥିବ କି ବନ୍ଧୁ ନାହିଁ ପଠାଇଲେ ମଧ୍ୟ ପ୍ରଶ୍ନ ଉଠିବ, ତେଣୁ  ପଠାଇ ତ ଦିଅ । କିନ୍ତୁ ଯେବେ ମୋ ସାମ୍ନାରେ ରିପୋର୍ଟ ଆସିଲା ମୋ ମୁଣ୍ଡକୁ ଅନ୍ୟ କିଛି କଥା ଆସିଲା । ମୁଁ କହିଲି ଏଭଳି କରନ୍ତୁ ଭାଇ ଭଲ କଥା ପରିମାଣାତ୍ମକ ଅଭିବୃଦ୍ଧି ହୋଇଛି । 100 ତଳକୁ ଥିଲେ, ଏବେ 500 ରୁ ଅଧିକ ହୋଇଗଲେ । ଏବେ କିଛି ଗୁଣାତ୍ମକ ବିଶ୍ଳେଷଣ ହେବା ଦରକାର । ଆମେ ଏହାତ ଦେଖିଲେ ଯାହାକୁ ଆମେ ହୁଏତ ଏକ ନମ୍ବର, ଦୁଇ ନମ୍ବର, ତିନି ନମ୍ବର ଦେଇ ପାରିବା ନାହିଁ, କିନ୍ତୁ ଟିକେ ଗୁରୁତର ଭାବେ ଦେଖିବାକୁ ପଡିବ, ମନ କରିବ ସାଙ୍ଗ ଟିକେ ଦେଖ ତ କିଭଳି କରିଛି । ସର୍ବୋତ୍ତମ ଶ୍ରେଣୀରେ ଆସିବେ, ଏଥିରେ ଏଭଳି କେତେ ଅଛନ୍ତି । ମୁଁ ସେହି ସଂଖ୍ୟା କହିବାକୁ ଚାହୁଁ ନାହିଁ, ଟିଭିର ସିଧା ପ୍ରସାରଣ ହେଉଛି । କିନ୍ତୁ ପୁଣି ମଧ୍ୟ ମୁଁ ସନ୍ତୁଷ୍ଟ ଅଛି, ଚାଲନ୍ତୁ ଭାଇ ଏକ ଶୁଭାରମ୍ଭ ତ ହୋଇଛି, ପରିମାଣାତ୍ମକ ଅଭିବୃଦ୍ଧି ହୋଇଛି । ଏବେ ମୁଁ ଚାହୁଁଛି କି ଗୋଟିଏ ବର୍ଷରେ ଗୁଣାତ୍ମକ ପରିବର୍ତ୍ତନ  ହେବା ଦରକାର । ସର୍ବୋତ୍ତମ ଶ୍ରେଣୀରୁ ତଳକୁ କୌଣସି ପ୍ରବେଶ ହେବା ହିଁ ଦରକାର । କାରଣ ଏହି ବ୍ୟବସ୍ଥାରେ ସେହି ଲୋକ ଅଛନ୍ତି ଯେଉଁମାନଙ୍କ ଠାରେ ସର୍ବୋତ୍ତମର ମୋହର ଲାଗିଛି, ତେବେ ତ ଏଠାରେ ପହଁଚିଛୁ ଆଜ୍ଞା ।

ଏହା ଠିକ୍ ଯେ ସେ କେଉଁ କୋଚିଂ କ୍ଳାସରେ ଯୋଗ ଦେଇଥିବେ... ଚାଲନ୍ତୁ ଆପଣମାନେ ବୁଝିଗଲେ । କିନ୍ତୁ ପୁଣି ମଧ୍ୟ ମୋହର ତ ଲାଗିଗଲା କି ଯେଉଁମାନେ ସର୍ବୋତ୍ତମ ସେମାନେ ଏଠାରେ ଅଛନ୍ତି । ଯଦି ସର୍ବୋତ୍ତମ ଏଠାରେ ଅଛନ୍ତି, ଏଠାରେ ମୋହର ଅଛି ତ ସେହିଭଳି ପ୍ରଦର୍ଶନ କରିବା ପାଇଁ ଆମକୁ ଅଭ୍ୟାସ କରିବାକୁ ହେବ ଆଉ ଧୀରେ ଧୀରେ କେବେ କେବେ ଆପଣମାନେ ଦେଖିଥିବେ କି ଜଣେ ଗୃହିଣୀ ଥିବେ, କେବେ ତାଙ୍କର ମର୍ଯ୍ୟାଦା, ତାଙ୍କର କୌଶଳ, ତାଙ୍କର କ୍ଷମତା ପରିବାରର ଦୃଷ୍ଟିକୁ ଆସ ନ ଥିବ । ଗୋଟିଏ ଥାଏ ବିନା ପ୍ରମାଣରେ ଠିକ୍ ମାନିନେବା । କିନ୍ତୁ ପରିବାରର ମୁଖିଆଙ୍କୁ ଯଦି ଈଶ୍ୱର ଛଡାଇ ନିଅନ୍ତି ତ ଅଚାନକ ଦୃଷ୍ଟିକୁ ଆସିଥାଏ କି ରୋଷେଇବାସ ସହିତ ଜଡିତ ଜଣେ ଗୃହିଣୀ ପୁରା ପରିବାରର କାରବାର ଚଳାଇବାରେ ଲାଗିଯାଆନ୍ତି । ପିଲାମାନଙ୍କର ଲାଳନ ପାଳନ ଏଭଳି ଉତ୍ତମ ଭାବେ କରିଥାନ୍ତି । ଆଉ ଆଖ ପାଖର ପୁରୁଷମାନଙ୍କୁ ମଧ୍ୟ ଲାଜ ଲାଗିବ ତାଠାରୁ ଉତ୍ତମ ଭାବେ ନିଜର ପାରିବାରିକ ଜୀବନକୁ ଶୀର୍ଷକୁ ନେଇ ଯାଇଥାନ୍ତି । କାଲି ପର୍ଯ୍ୟନ୍ତ ସେ ଚୁପଚାପ ଥିଲେ, ଅର୍ଥାତ ଅନ୍ତର୍ନିହିତ ଶକ୍ତି ପଡି ରହିଥିଲା, ଯେମିତି ସୁଯୋଗ ଆସିଲା ସେ ନିଜକୁ  ବିସ୍ତାରିତ କରି ଦେଖାଇ ଦେଲେ, ବିକଶିତ କରି ଦାୟିତ୍ୱବୋଧ ଗୁଡିକୁ ତୁଳାଇଲେ । ଏଠାରେ ସେଭଳି ଲୋକ ଅଛନ୍ତି ଯେଉଁମାନେ ପରୀକ୍ଷା ଦେଉଥିବା ସମୟରେ କେତେ ଚାପ ମଧ୍ୟ ଦେଇ ଯାଇଥିବେ, କିନ୍ତୁ ଏବେ ଆପଣଙ୍କ ପାଖକୁ ଏତେବଡ଼ ବ୍ୟବସ୍ଥା ଆସିଯାଇଛି । ଏତେ ବଡ଼ ସୁଯୋଗ ଆସି ଯାଇଛି, ଜିନିଷଗୁଡିକୁ ନୂଆ ରୂପରେ ଦେଖିବାର ସୁଯୋଗ ମିଳି ଯାଇଛି । କ’ଣ ଆପଣ ଏହାକୁ ଗ୍ରହଣ କରୁଛନ୍ତି । ମୁଁ ଗୋଟିଏ ଅନୁଭବ କରୁଛି, ପଦାନୁକ୍ରମର ବୋଝ ତାହା ହିଁ ତ ଅଛି । ବୋଧହୁଏ ତାହା ହେଉଛି ବ୍ରିଟିଶ ଅମଳର ପରମ୍ପରା, ଯାହାକୁ ମସୁରୀରୁ ମଧ୍ୟ ଆମେ ବାହାର କରି ପାରିନାହୁଁ । କିନ୍ତୁ ମତେ ସବୁ ଆସେ, ମୋ ସମୟରେ ମଧ୍ୟ ଏହା ହେଉଥିଲା । ଆରେ ତମେ ତ ଏବେ ନୂଆ ଆସିଛ ସାଙ୍ଗ ଆମେ ତ କେତେ ବର୍ଷ ପୂର୍ବେ, 20 ବର୍ଷ ପୂର୍ବେ ଜିଲ୍ଳାରେ ଜିଲ୍ଲାପାଳ ହୋଇ ଆସିଛୁ, ଏହା ହେଉଛି ଯେଉଁ ଅନୁଭବର ବୋଝ । ସେହି ବୋଝକୁ ଆମେ ହସ୍ତାନ୍ତର କରି ଚାଲିଛୁ । ଆମେ ଭାବିବା ବରିଷ୍ଠ ଲୋକ ଭାବିବେ ଏହି ଅନୁଭବ ବୋଝ ତ ହେଉ ନାହିଁ । କେଉଁଠି ଆମର ଅନୁଭବ ନୂଆ ପରୀକ୍ଷଣ ପାଇଁ ପ୍ରତିବନ୍ଧକର କାମ ତ କରୁ ନାହିଁ ।  କାହିଁକି ମତେ ଏମିତି ତ ଳାଗୁ ନାହିଁ କି ମୁଁ ଏବେ ଏଠାରେ ସଚିବ ହୋଇଯାଇ ନାହିଁ । ସେହି ଜିଲ୍ଲାରେ ମୁଁ ପ୍ରଥମେ କାମ କରୁଥିଲି ମୁଁ ମୋ ସମୟରେ ଏହି କାମକୁ ସଂପୂର୍ଣ୍ଣ କରିବା ପାଇଁ ଚେଷ୍ଟା କରିଥିଲି, କରିନି । 20 ବର୍ଷ ବିତିଗଲା । ଏବେ ଇଏ ନୂଆ ପିଲା ଆସିଛି ସେ କରୁଛି, ସାଙ୍ଗ ମୋ ମାନସମ୍ମାନ ଖରାପ ହୋଇଯିବ । କିଏ ପଚାରିବ ତୁମେ ଥିଲ ହେଲା ନାହିଁ, ଦେଖ ଏ ପିଲା କରିଦେଲା । ତ ମୋର ଅନୁଭବର ବୋଝ ବାଧା ବଢାଉଛି ଆଉ ମୁଁ ହିଁ ପ୍ରତିରୋଧୀ ହୋଇ ଯାଉଛି । କେଉଁ ଅନ୍ୟ ଜିଲ୍ଲାର ତ କରିଦେବି, କିନ୍ତୁ ଯେଉଁ ଜିଲ୍ଲାରୁ ମୁଁ କାମ କରି ଆସିଥିଲି ଆଉ ମୋ ରହଣୀ ସମୟରେ ହୋଇ ନ ଥିଲା । ଏବେ ତୁମେ କରି ଇଜ୍ଜତ ପାଇ ପାରିବ ନାହିଁ...ଏହା ହେଉଛି । ଭଲ ଳାଗୁ, ଖରାପ ଲାଗୁ , କିନ୍ତୁ ଏହା ହେଉଛି । ଆମର ଗର୍ବ କରିବାର କଥା ଯେଉଁ କ୍ଷେତରେ ମୁଁ ହଳ କରିଥିଲି, ମୁଁ ସେଠାରୁ ଚାଲି ଆସିଲି, କିନ୍ତୁ ମୋ ପରେ ଯିଏ ଆସିଲା ସେ ପାଣିର ବ୍ୟବସ୍ଥା କରିଥିଲା, ତା’ ପରେ ତୃତୀୟରେ ଯିଏ ଆସିଲା ସେ କେଉଁଠାରୁ ଗଛ ଆଣିଥିଲା, ଚତୁର୍ଥ ଜଣଙ୍କ ଆସିଲା ସେ ତାହାକୁ  ବଟ ବୃକ୍ଷ କରିଦେଲା । ପଞ୍ଚମ ଜଣ ଆସିଲେ, ମୋ ପାଖକୁ ଫଳ ନେଇ କରି ଆସିଗଲେ । ପାଂଚ ଜଣଙ୍କର ମୂଲ୍ୟ ଅଛି, ତେବେ ଯାଇ ପରିଣାମ ମିଳିଛି । ଏହି ଭାବ ସହିତ ଯଦି ଏହି ପରମ୍ପରାକୁ ଆମେ ଆଗକୁ ବଢାଇନେବା ତ ଆମେ ଶକ୍ତି ଯୋଡିବା ଆଉ ଶକ୍ତିକୁ ଯୋଡିବା ଏହା ଆମମାନଙ୍କର ପ୍ରୟାସ ହେବା ଦରକାର । ଆମକୁ ଚେଷ୍ଟା କରିବା ଦରକାର ।



ମୁଁ ଗତ ଥର ମଧ୍ୟ କହିଥିଲି ପ୍ରଶାସନିକ ସେବାର ସବୁଠାରୁ ବଡ଼ ଶକ୍ତି କ’ଣ ରହିଛି । ଆଉ ଏହା ଛୋଟ ଶକ୍ତି ନୁହେଁ । ଆଉ ଆମ ଗୁଜରାଟରେ ଏକ ରୁଢି ଅଛି ହିନ୍ଦୀରେ କ’ଣ ହେବ, ମୋତେ ଜଣା ନାହିଁ । ଯିଏ ପାଠ ପଢାରେ ଦୁର୍ବଳ ଥାଏ, ତାକୁ ଯିଏ ପଢିବାରେ ଆଗୁଆ ଥାଏ, ତାହାର ମୂଲ୍ୟ ତାହାକୁ ଅନୁଭୂତ ହୋଇଥାଏ କି ହଁ ସେ ଆଗୁଆ ଅଛି ଯିଏ କେବଳ ଦୁର୍ବଳ ଥାଏ, ତାକୁ ଜଣା ଥାଏ । ଏପରି ଏକ ଗୁଣ ଅଛି ଯାହା ଆପଣମାନଙ୍କୁ ଏବଂ ଆମ ରାଜନେତାମାନଙ୍କୁ ସମାନ ଭାବେ ବୁଝା ପଡିଥାଏ । ଆଉ ମୁଁ ବୁଝିବାରେ ଏହା ହେଉଛି ବହୁତ ବଡ଼ ଶକ୍ତି । ଏହାକୁ ହରାଇଦେବା ଅନୁଚିତ । ବହୁତ ବଡ଼ ଶକ୍ତି ହେଉଛି ଆଉ ତାହା ହେଉଛି, ଅନାମିକତା ବା ଅଜଣାଭାବ । କେତେ ଅଫିସର ଆପଣ ଦେଖିଥିବେ ସେମାନେ ନିଜ କାର୍ଯ୍ୟାଳୟରେ ଏମିତି କିଛି ଦୃଷ୍ଟିଭଙ୍ଗି ତାଙ୍କ ମନରେ ଆସିଥିବ, କଳ୍ପନା ଆସିଥିବ । ତାକୁ କାର୍ଯ୍ୟକାରୀ କରାଯାଇଥିବ, ତାକୁ ପୂରା କାର୍ଯ୍ୟକାରୀ କରିବାର କାର୍ଯ୍ୟଖସଡା ପ୍ରସ୍ତୁତ କରିଥିବେ ଆଉ ତାର ପରିଣାମ ପୂରା ଦେଶକୁ ମିଳିଥିବ । କିନ୍ତୁ ଖୋଜିବା ସମୟରେ ଜଣା ମଧ୍ୟ ପଡି ନ ଥିବ ଏହା କେଉଁ ସୁଯୋଗ ଥିଲା, ବନ୍ଧୁ । କାହାମୁଣ୍ଡକୁ ଏହି କଳ୍ପନା ଆସିଥିଲା । କେମିତି କରିଥିଲେ । ଏହି ଅନାମିକା, ଏହା ହେଉଛି ଏହି ଦେଶର ପ୍ରଶାସନିକ ସେବାର ସର୍ବୋତ୍ତମ ଶକ୍ତି, ଏପରି ମୁଁ ମାନିଥାଏ । କାରଣ ମତେ ଜଣା ଅଛି କାହାର ଶକ୍ତି କ’ଣ ହୋଇଥାଏ । କିନ୍ତୁ ଦୁର୍ଭାଗ୍ୟ କାରଣରୁ କେଉଁଠାରେ, ସେଠାରେ ଅଭାବ ତ ଆସି ନ ଥାଏ । ମୁଁ ହେଉଛି ସାମାଜିକ ଗଣମାଧ୍ୟମର ଶକ୍ତିକୁ ଚିହ୍ନିଲାବାଲା ମଣିଷ । ତାହାର ମହତ୍ୱକୁ ବୁଝିଲାବାଲା ମଣିଷ । କିନ୍ତୁ ବ୍ୟବସ୍ଥା ଗୁଡିକର ବିକାଶ ଯଦି ଏହା ମାଧ୍ୟମରେ ହୋଇଥାଏ, ଆଉ ଏହି ବ୍ୟବସ୍ଥା ଗୁଡିକୁ ଜନତା ଜନାର୍ଦ୍ଦନଙ୍କ ସହ ଯୋଡିବା କାମରେ ଆସିଥାଏ, ତାହା ତ ହେଉଛି ତାହାର ଉପଯୋଗ । ଯଦି ମୁଁ ସାମାଜିକ ଗଣମାଧ୍ୟମର ନେଟୱାର୍କ ଦ୍ୱାରା ଗୋଟିଏ ଜିଲ୍ଲାର ଅଫିସର ଅଟେ ଆଉ ମୁଁ ଟୀକାକରଣର ପ୍ରଚାର କରିବା ପାଇଁ ସାମାଜିକ ଗଣମାଧ୍ୟମକୁ ଉପଯୋଗ କରୁଛି କି 20 ତାରିଖ ଦିନ ଟୀକାକରଣ ହେବ, ନିଶ୍ଚିତ ଆସିବେ, ଏହି କଥାକୁ ପହଂଚାନ୍ତୁ । ମୁଁ ସାମାଜିକ ଗଣମାଧ୍ୟମର ଉପଯୋଗ କରୁଛି, କିନ୍ତୁ ଯଦି ମୁଁ ଟୀକାକରଣରେ, ଦୁଇ ବୁନ୍ଦା ପିଆଇବାକୁ ଯାଇଛି ଏବଂ ମୋ ଫଟୋ ଫେସବୁକ୍ ରେ ପ୍ରଚାରିତ ହେଉଛି ତ ଅଜଣା ଲୋକଙ୍କ ପାଇଁ ପ୍ରଶ୍ନ ଚିହ୍ନ ପାଲଟି ଯାଇଥାଏ । ଗୋଟିଏ ବ୍ୟବସ୍ଥାକୁ ମୁଁ କେମିତି ଉପଯୋଗ କରିବି । ଆଜି ମୁଁ ଦେଖୁଛି ଜିଲ୍ଲା ସ୍ତରରେ ଯେଉଁ ଅଫିସର ଅଛନ୍ତି ସେ ଏତେ ବ୍ୟସ୍ତ ଅଛନ୍ତି, ଏତେ ବ୍ୟସ୍ତ ଅଛନ୍ତି, ଏତେ ବ୍ୟସ୍ତ ଅଛନ୍ତି, କି ଅଧିକାଂଶ ସମୟ ଏମିତିରେ ଯାଇଥାଏ । ମୁଁ ଆଜିକାଲି ମୋ ମିଟିଂରେ ସମସ୍ତଙ୍କର ପ୍ରବେଶ ବନ୍ଦ କରି ଦେଇଛି । ନଚେତ ସମସ୍ତେ ମିଟିଂ/ବୈଠକକୁ ବାହାରି ଆସିଥାନ୍ତି । ଯେଉଁ ଶକ୍ତି କୌଣସି କାମରେ ଆସିବା ଦରକାର, କାହାପାଇଁ ଆସିବା ଦରକାର ନାହିଁ । ଏହାର ଯଦି ବିବେକ ନ ରହିବ ତାହେଲେ ସବୁ ନିଷ୍ଫଳ  । ଏବେ ଜନ-ଜନଙ୍କ ପାଖରେ ପହଁଚିବା ପାଇଁ ଉତ୍ତମ ସାଧନ ଆମ ହାତକୁ ଆସିଛି ।

ଇ-ଗଭର୍ଣ୍ଣାନ୍ସରୁ ଏମ୍-ଗଭର୍ଣ୍ଣାନ୍ସ ଆଡକୁ ଦୁନିଆ ଅଗ୍ରସର ହେଉଛି । ମୋବାଇଲ ଗଭର୍ଣ୍ଣାନ୍ସ ଏହା ହେଉଛି ସମୟର ସତ୍ୟତା । ଆମେ ଏହାଠାରୁ ଦୂରେଇ ରହି ପାରିବାନାହିଁ । କିନ୍ତୁ ତାହା ଜନ-ଆବଶ୍ୟକତା ପୂରଣ କରିବା ପାଇଁ ହେଉ, ଜନ-ସୁବିଧା ଗୁଡିକୁ ପୂରଣ କରିବା ପାଇଁ ହେଉ, ମୁଁ ବୁଝିପାରୁଛି କି ଇଏ ଯେଉଁ ଅନାମିକା; ଏହା ଯେଉଁ ଆମର ପୂରା ଶକ୍ତି ରହିଛି । ତାଜମହଲ କେତେଜଣ ଡିଜାଇନ କରିଥିବେ, କେତେଜଣ ପରିକଳ୍ପନା କାଗଜପତ୍ର ପ୍ରସ୍ତୁତ କରିଥିବେ, କେତେଜଣ ପରିଶ୍ରମ କରିଥିବେ, କିନ୍ତୁ ନା ଆପଣ ଜାଣିଥିବେ, ନା ମୁଁ ଜାଣିଛି; କିନ୍ତୁ ତାଜମହଲ ଆମକୁ ସ୍ମରଣ କରାଏ କି ଯାହା ହେଉ ଅଳ୍ପ ବହୁତେ ଏହି କ୍ଷେତ୍ରର ଲୋକ ହିଁ କାମ କରିଛନ୍ତି ଜୀବନରେ କେବେ କେବେ ତ ତାକୁ ନିଜକୁ ପଚାରିବେ ଅବସର ନେବା ପରେ, 20 ବର୍ଷ ପରେ ପଚାରିବେ ଭାଇ ଟିକେ ଏହି ଗୋଟିଏ ପାଞ୍ଚଟି କଥା କୁହନ୍ତୁ, ତ ତାଙ୍କର ମଧ୍ୟ ମନେ ନ ଥିବ କାରଣ ସେ ଏତେ ସମର୍ପଣ ଭାବରେ ଯୋଡି ହୋଇ ଯାଇଥିଲେ ତ ତାଙ୍କୁ ଲାଗୁଥିଲା କି ଆରେ ଭାଇ ମୁଁ ଧାଡିରେ ଥିଲି, ମୁଁ କରିଦେଲି, ଚଲାଇ ଦେଲି, ଚାଲ ଆଗକୁ ଚାଲ ଭାଇ । ଏହା କେତେ ବଡ଼ ଶକ୍ତି ଅଛି ଆମ ଦେଶ ପାଖରେ । ଆଉ ଏହି ଶକ୍ତିର ମାଲିକ ହେଉଛନ୍ତି ଆପଣ । ଆଉ ଏହାର ମୂଲ୍ୟ ମେତେ ଠିକ୍ ଠିକ୍ ଭାବେ ଜଣାଅଛି କାରଣ ଆମେ ଜାଣିଛୁ କି ଆମର ଯେଉଁ ଫଟୋ ଏଠାରୁ ସେଠାକୁ ଯାଉଛି ତ ଆମର ମଧ୍ୟ ରାତି ଖରାପ ହୋଇଯାଏ, ଆମମାନଙ୍କର ସଂପର୍କୀୟ ହେଉଛନ୍ତି ଏପରି । ଆଉ ଏଥି ପାଇଁ ମତେ ଜଣା ଅଛି କି ନିଜର ପରିଚୟ ତିଆରି କରିବା ବିନା ଦେଶ ପାଇଁ ଦିନ ରାତି କାମ କରିବା, ଏହା ଛୋଟ ଜିନିଷ ନୁହେଁ ଆଜ୍ଞା । ଏହାକୁ ମୁଁ ଭଲ ଭାବେ ପସନ୍ଦ କରିପାରିବି ଆଜ୍ଞା । ଏହାର ଶକ୍ତିକୁ ମୁଁ ଭଲ ଭାବେ ବୁଝିଛି । କିନ୍ତୁ ଏହା ଯଉଁ ପରମ୍ପରା ଆମ ଆଗାମୀ ପିଢି ଏବଂ ଆମର ବରିଷ୍ଠ ପିଢି ଯାହା ନିର୍ମାଣ କରିଛନ୍ତି, ତାହାକୁ ବଜାୟ ରଖିବା ଆମ ନୂଆ ପିଢିର ହେଉଛି ବହୁତ ବଡ଼ ଦାୟିତ୍ୱ ଆଉ ସେଥିରେ ଦାଗ ନ ଆସୁ, ଏହା ଦେଖିବାର ଆବଶ୍ୟକତା ଅଛି ।

ଆମେ ଏହି ପ୍ରଶାସନିକ ସେବା ଦିବସ ପାଳନ କରୁଛୁ ଯେତେବେଳେ ସରକାରରେ ସଂସ୍କାର ପାଇଁ ଅସଂଖ୍ୟ କମିଟି ଗଠନ କରାଯାଇଥିବ, କମିଶନ ବସିଥିବ, କେନ୍ଦ୍ର ସରକାରରେ ବସିଥିବେ, ରାଜ୍ୟ ସରକାରରେ ବସିଥିବେ । ଆଉ ଯେଉଁମାନେ ତିଆରି କରିଥିବେ, ସେମାନେ ମଧ୍ୟ ପୂରା ପଢି ନ ଥିବେ । କାରଣ କେତେ ଜଣ କିଛି କିଛି ଲେଖିଥିବେ ପୁଣି କେହି ତୃତୀୟ ଏହାକୁ ଏକାଠି କରିଥିବେ । ଏହା ଯେଉଁ ସତ୍ୟତା ଯାହାକୁ ଭଲ ଲାଗୁ ଖରାପ ଲାଗୁ, ଯାହା ବାସ୍ତବତା ଏହା ତାହା । ଆଉ ତା’ପରେ ବୋଧହୁଏ ଠିକଣା ମଧ୍ୟ ଜଣା ନ ଥିବ, କେଉଁଠି ପଡିଥିବ । ରାଜ୍ୟରେ ମଧ୍ୟ ଏହିପରି ଅନେକ ଗୁଡିଏ, ପ୍ରତ୍ୟେକ ସରକାରଙ୍କୁ  ଲାଗୁଥିବ, କିଛି ସଂସ୍କାର ଆଣିବା, କିଛି ସଂସ୍କାର ଆଣିବା, କମିଶନ ବସାଇବା, ଆଉ ଠିକ୍ ଅଛି କିଛି କିଛି ଲୋକଙ୍କୁ କାମ ଦାମ ମିଳି ଯାଉଛି ଅବସର ନେବା ପରେ ମଧ୍ୟ, କିନ୍ତୁ ପରିବର୍ତ୍ତନ ଆସି ନ ଥାଏ । ମୋର ଆଜି ମଧ୍ୟ ଅନୁଭବରୁ ମୁଁ କହି ପାରୁଛି, ମୋର ସୌଭାଗ୍ୟ ରହିଛି କି ମୁଁ ମଧ୍ୟ ଯଦି ଆପଣଙ୍କ ଭଳି ଏହି ବ୍ୟବସ୍ଥାରେ ଥାଆନ୍ତି, ହୋଇପାରି ନ ଥାନ୍ତା, କାରଣ ମତେ କୋଚିଂ କ୍ଲାସ ତ କେଉଁଠି ମିଳିବାର ନ ଥିଲା, କିନ୍ତୁ 16 ବର୍ଷ କେହି ଚାକିରି କରେ ତ କ’ଣ ହୋଇପାରେ, ଉପ ସଚିବ ହୋଇଯିବ, କ’ଣ ହୋଇପାରେ? ନିର୍ଦ୍ଦେଶକ ହୋଇଯିବ, ତ ମୁଁ  ନିର୍ଦ୍ଦେଶକଙ୍କ ଶ୍ରେଣୀରେ ଆସିଯାଇଥାନ୍ତି, କାରଣ ମୁଁ 16 ବର୍ଷ ଧରି ଆପଣମାନଙ୍କ ସହିତ କାମ କରୁଛି । ଏହି ବ୍ୟବସ୍ଥା ସହିତ ହିଁ ଲୋକମାନଙ୍କ ମଧ୍ୟରେ କାମ କରୁଛି । ଆଉ ଏଥି ପାଇଁ ମୋର ମତ ହେଉଛି ଏବଂ ମୁଁ ଅନୁଭବରୁ ଦେଖିଛି ପ୍ରକୃତରେ ଏହି ବ୍ୟବସ୍ଥାରେ କାମ କରୁଥିବା ଲୋକଙ୍କର ଯେଉଁ ଅନୁଭବ ଅଛି ଏବଂ ସେମାନଙ୍କର ପରାମର୍ଶ ରହିଛି ଏହା ଦ୍ୱାରା ବଡ଼ ସଂସ୍କାର ପାଇଁ କୌଣସି କମିଶନ ପରାମର୍ଶ ଦେଇ ପାରିବେ ନାହିଁ ଆଜ୍ଞା, ଏହା ଆମର ଭୁଲ ଧାରଣା ଆଜ୍ଞା । ଆପଣମାନଙ୍କ ପାଖରେ ଯାହା ଅଛି, ତାଠାରୁ ଉତ୍ତମ ପରାମର୍ଶ ବାହାରୁ ଆସି ହିଁ ପାରିବ ନାହିଁ ସାହେବ । ଏହା ଆମେ ଏବେ ମଧ୍ୟ ତାହାକୁ ଗୁରୁତ୍ୱ ଦେଉ ନାହୁଁ କିମ୍ବା ନାହିଁ ଆମେ ତାକୁ ଅନୁସରଣ କରୁଛେ । କ’ଣ ଆମେ ଆମ ଚରିତ୍ରରେ ଆଣିପାରିବା, ଭାଇ ଛୋଟ ବ୍ୟକ୍ତିଟିଏ ନିଜ ଅନୁଭବରୁ ଏଇ ଯେଉଁ ମନ୍ଥନ ଚାଲୁ ରହିଚି ନା, ଯାହା କାଗଜ ଲେଖୁଛି, ନୂଆ ଲୋକଙ୍କ ସହିତ ମୁଁ ଶେଷ ଚାରୋଟି ବ୍ୟାଚର ଯେଉଁ ଲୋକ ଅଛନ୍ତି, ସେମାନଙ୍କୁ କହିଲି ଭାଇ ଆପଣ ଲେଖିକରି ଦିଅନ୍ତୁ, ଏକ ନୂତନ ଚିନ୍ତାଧାରା ଆମ ପାଖକୁ ଆସୁ, ଆସୁ, ସମସ୍ତେ ଲେଖିଲେ । ହୋଇପାରେ କିଛିଜଣ କଟା-ଯୋଡା କରିଥିବେ । ମୁଁ ସଂପୂର୍ଣ୍ଣ ଦେଖି ନାହିଁ କିନ୍ତୁ ଏ ସବୁ ମଣିଷର ସ୍ୱଭାବ ଅଟେ, ହୋଇ ଚାଲିଥାଏ । କିନ୍ତୁ ପୁଣି ମଧ୍ୟ, ପୁଣି ମଧ୍ୟ, କିଛି ନା କିଛି ଏଭଳି ଆସିଥିବ, ଯେଉଁଥିରେ ମନ୍ଥନ ହୋଇଥିବ । ଏବେ ଏହି ବ୍ୟବସ୍ଥାର ମୁଖ୍ୟ ଲୋକଙ୍କର କାମ ହେଉଛି ଯେ, ଯେଉଁ ଅଭ୍ୟାସ କାର୍ଯ୍ୟ ଥିଲା, ଆମେ କୌଣସି ଡିଗ୍ରୀ ପାଇବା ପାଇଁ କରିନାହୁଁ; ଶୈକ୍ଷିକ ମାନ୍ୟତା ପାଇଁ କରି ନାହୁଁ, ମୋର କାଗଜ ସ୍ୱୀକୃତ ହେବ ସେଥିପାଇଁ କରି ନାହୁଁ । ଯେଉଁମାନେ ଆସିଛନ୍ତି, ଅନୁଭବର କଥା ଆସିଛି, ମାଟିରେ କାମ କରୁଥିବା ଲୋକ ହିଁ କହିଛନ୍ତି, ଯେଉଁମାନେ ନିତିଦିନ କୃଷକଙ୍କ ସହିତ ଜୀବନ କାଟୁଛନ୍ତି, ନିତିଦିନ ନିଜ କିରାଣୀ କାମ କରୁଥିବା ଲୋକଙ୍କ ସହିତ ଜୀବନ କାଟୁଛନ୍ତି, ଯେଉଁମାନେ ନିଜର ନୂଆ କମ୍ପ୍ୟୁଟର ଅପରେଟର ସହିତ ଜୀବନ କାଟୁଛନ୍ତି, ଅଫିସ୍ ସମୟ କାରଣ ଏବଂ ଋତୁ ସହିତ ଯେଉଁ ସଂକଟ ଆସେ, ତାହାକୁ ଯିଏ ଦେଖିଛି; ସିଏ କହିଛି ।



ଆମେ ଏହାକୁ ଏକ ପବିତ୍ର ଗ୍ରନ୍ଥ ଭାବେ ଧରି ପାରୁ କି? ହୁଏତ ଛୋଟ ବ୍ୟକ୍ତି କହିଥିବେ, କିନ୍ତୁ ଆମ ଅନ୍ତରରୁ କହିଛନ୍ତି ତା ହେଲେ ତାହାର ଶକ୍ତି ହେଉଛି ବହୁତ ବଡ଼, ଏହାକୁ ଆମେ ଆମର ମାନସିକ ପ୍ରସ୍ତୁତି କରି ପାରିବା କି? ଆପଣ ଦେଖନ୍ତୁ । ଆମକୁ, ଭଲ, ଯେବେ ଅନ୍ତରରୁ କଥା ଆସେ ତାହେଲେ ତାହାର ମାଲିକାନା ହୋଇଥାଏ ଆଜ୍ଞା । ମାଲିକାନା କୌଣସି ସଫଳତାର ପ୍ରଥମ ଗ୍ୟାରେଣ୍ଟି ହୋଇଥାଏ ଆଜ୍ଞା । ସଫଳତା ସେତେବେଳେ ମିଳିଥାଏ ଯେତେବେଳେ ସଂଘବଦ୍ଧ ମାଲିକାନା ନେଇଥାଏ । ମାଲିକାନା ସଂଖ୍ୟା ଯେତେ ବଢିବ, ସଫଳତା ସେତେ ତୀବ୍ର ଗତିରେ ବଢେ, ଦାୟିତ୍ୱ କମିଯାଇଥାଏ, ବୋଝ କମିଯାଇଥାଏ, ପରିଣାମର ଖ୍ୟାତି ସମସ୍ତଙ୍କୁ ମିଳେ । ଏଇ ଯେଉଁ ପ୍ରୟାସ ତାହା ଏକ ପ୍ରକାର ମାଲିକାନାର ଆନ୍ଦୋଳନ ଅଟେ । ଏହି ଦୁଇ ଦିନ ଯେଉଁ ଆମେ ବସୁଚେ ନା, ଏହା ସବୁଠାରୁ ବଡ଼ କଥା ହେଉଛି ଏହା ଏକ ମାଲିକାନାର ଆନ୍ଦୋଳନ ଅଟେ । ପ୍ରତ୍ୟେକଙ୍କୁ ଲାଗୁଛି ଯେ ହଁ ଏହି ଦେଶ ହେଉଛି ମୋର, ସରକାର ହେଉଛି ମୋର, ଦାୟିତ୍ୱ ହେଉଛି ମୋର, ପରିଣାମ ମତେ ଆଣିବାକୁ ହେବ, ସମସ୍ୟାର ସମାଧାନ ମତେ ଦେବାକୁ ହେବ ।

ଏକଥା ନିଶ୍ଚିତ ଯେ ବ୍ୟକ୍ତି ସ୍ତରରେ ମଣିଷର ଉପଯୁକ୍ତ କସଟି କେବେ ହୋଇଥାଏ, ଆପଣଙ୍କୁ ଭଳ ଭାବରେ ଜଣଶ ଥିବ କାରଣ ଆପଣ ସେହି ଯାଗାରେ ବସିଛନ୍ତି । ଅଭାବଗ୍ରସ୍ତ ଅବସ୍ଥା ଏହା ବ୍ୟକ୍ତିର ଉପଯୁକ୍ତ ମୂଲ୍ୟାଙ୍କନ କରେ ନାହିଁ । ପ୍ରଭାବଗ୍ରସ୍ତ ଅବସ୍ଥା ବ୍ୟକ୍ତିର ଉପଯୁକ୍ତ ମୂଲ୍ୟାଙ୍କନ କରିଥାଏ । ଆପଣଙ୍କ ପାଖରେ ସବୁ ଅଛି ହେଲେ ମଧ୍ୟ ଆପଣ ନିର୍ଲିପ୍ତ, ତେବେ ଯାଇ ଜଣା ପଡେ ଯେ ହଁ, ଏହା ହେଉଛି କିଛି କଥା । କିଛି ନାହିଁ ତ ଲାଗେ ସାଙ୍ଗ, ଠିକ୍ ଅଛି ଏହିଭଳି ବଂଚନ୍ତି; ତ କେହି ଦେଖନ୍ତି ହିଁ ନାହିଁ । ଏହାର କୌଣସି ମହତ୍ୱ ହିଁ ନାହିଁ । ଆପଣଙ୍କ ପାଖରେ ସବୁ ପ୍ରକାର ପ୍ରଭାବ ରହିଛି, ସମଗ୍ର ଶାସନ ବ୍ୟବସ୍ଥା ରହିଛି ଆପଣଙ୍କ ଆଙ୍ଗୁଠି ଉପରେ, ଆପଣଙ୍କ ଶବ୍ଦର ଶକ୍ତି ରହିଛି, ଆପଣ ଦସ୍ତଖତ କଲେ ତ କାହାର ଦୁନିଆ ଏପଟରୁ ସେପଟକୁ ବଦଳି ଯାଉଛି; ତେବେ ଯାଇ ଆପଣ କ’ଣ କରୁଛନ୍ତି ଏହା ହେଉଛି ଆପଣଙ୍କ କସଟି । ଆଉ ଏଥି ପାଇଁ ଅଭାବଗ୍ରସ୍ତ ଅବସ୍ଥାରେ ବ୍ୟକ୍ତିର ମୂଲ୍ୟାଙ୍କନ ସଫଳ ହୋଇ ନ ଥାଏ, ପ୍ରଭାବଗ୍ରସ୍ତ ଅବସ୍ଥାରେ ହୋଇଥାଏ ।

ସେହିପରି ପ୍ରଗତିରେ ଯୋଗଦାନ, ଅଳ୍ପ ବହୁତେ ଆମେ ଦେଶରେ ଏଭଳି ଏକ ସମୟ ଦେଇ ଗତି କରିଛୁ, ଆମମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଚିନ୍ତାଧାରା ଅଭାବ ମଧ୍ୟରେ କିଭଳି ରାସ୍ତା ଖୋଜିବା, ତାହା ରହିଛି । ବିପୁଳତା ମଧ୍ୟରେ କିଭଳି କାମ କରିବା, ଏହା ଅଳ୍ପ ବହୁତେ ଆମର ବହୁତ ବଡ଼ ଶ୍ରେଣୀ ଅଟେ ଯାହାର ଚିନ୍ତାଧାରାରେ ନ ଥାଏ । ତାକୁ ଏହା ତ ଜଣା ଥିଲା ଯେ ମରୁଡି ହେଲା ତ କିଭଳି ସଠିକ ପରିଚାଳନା କରିବ ବିନ୍ତୁ ତାକୁ ଏହା ଜଣା ନ ଥିଲା ଯେ ଭରପୁର ଫସଲ ଅମଳ ହେଲେ ତ କିଭଳି ପରିଚାଳନା କରିବାକୁ ହେବ, ସେଠାରେ ପୁଣି ସେ ବିଫଳ ହୋଇଥାଏ । ତାକୁ ଏହାତ ଜଣାଥିଲା କି ଇଂଜିନୟରିଂ କଲେଜରେ ସ୍ଥାନ ଖାଲି ହେଲେ ତ ଲୋକମାନଙ୍କୁ କିଭଳି ନାମଲେଖାର ସୁଯୋଗ ଦିଆଯିବ, କିନ୍ତୁ ଯେବେ ସ୍ଥାନ କମ୍ ହେବ ଏବଂ ବିଦ୍ୟାର୍ଥୀମାନଙ୍କ ସଂଖ୍ୟା ବଢିଯିବ ସେତେବେଳେ କିଭଳି ପରିଚାଳନା କରାଯିବ, ତାହେଲେ ସେ ସଂକଟରେ ପଡିଯାଏ ।

ଯେଉଁଭଳି ଭାବରେ ଦେଶ ବଢି ଚାଲିଛି, ଯେଉଁଭଳି ଭାବେ ଦେଶରେ ସାଧାରଣ ଜନତାଙ୍କର ଅଭିବ୍ୟକ୍ତି ସହିତ ତାହାର ପରିଶ୍ରମ ଯୋଡି ହେଉଛି, ତ ବିପୁଳତାର ମଧ୍ୟ ଦର୍ଶନ ହେଉଅଛି । କମ୍ ପାଣି ଅଛି ତ କିଭଳି ଗାଧୋଇବା ତାହା ଆସିଯାଉଛି କିନ୍ତୁ ଝରଣା ଉପରେ ବହୁଛି ଆଉ କମ୍ ପାଣିରେ ଗାଧୋଇବାର ସୂଚନା ଆସେ ତ କଥାଟିକୁ ଅନୁସରଣ କରିବା ଅସୁବିଧା ହୋଇଯାଉଛି । ଆମେ ବିପୁଳତା ମଧ୍ୟରେ, ଯେଉଁଠି ଯେଉଁଠି ବିପୁଳତାର ସମ୍ଭବନା ଦେଖାଯାଉଛି, କିମ୍ବା ବିପୁଳତାକୁ ଆମେ ଆମ ଆଖି ସାମ୍ନାରେ ଦେଖୁଅଛେ, ସେଥିପାଇଁ ଆମର ଯୋଜନାକୁ ବଦଳେଇ ପାରିବା କି? ଆମେ ନିଜର ମାନସିକତା ବଦଳେଇ ପାରିବା କି? ନ ହେଲେ ଆମେ ବଡ଼ ହୋଇ ପାରିବା ନାହିଁ ଆଜ୍ଞା । ଆମର ଚିନ୍ତାଧାରାର ସୀମା ସେହିଠାରେ ରହିଯିବ ଆଜ୍ଞା । ଆମେ ସେହି ଆହ୍ୱାନଗୁଡିକୁ ସ୍ୱୀକାର କରି କରି ଆଗକୁ ବଢିବାକୁ ଚିନ୍ତା କରିଛୁ ଆଜ୍ଞା ।

ଯେମିତି ମୁଁ ଆରମ୍ଭରୁ କହିଥିଲି ଆମର ନିଜ ନିଜ ଭିତରେ ଥିଲା, ଦ୍ୱିତୀୟ ଜିଲ୍ଳା ସହିତ ପ୍ରତିଦ୍ୱନ୍ଦିତା ନ ଥିଲା । ଇଏ ଯେଉଁ ଜିଲ୍ଲା ଅଛି ସେଠାରେ ପାଣି ଅଛି ଏଥିପାଇଁ ଭଲ ଚାଷ ହେଉଛି, ସେଠାରେ ମରୁଡି ପଡିଛି ଏଥିପାଇଁ ଚାଷ ହେଉନାହିଁ; ହୋଇଥାଏ, ହୋଇଥାଏ, ମୁଁ, ମୋ ପୂର୍ବଜମାନେ ମଧ୍ୟ ଏହା କରିଛନ୍ତି, ଏମିତି ଥିଲା । ଏବେ ଖାଲି ଜିଲ୍ଲା ନୁହେଁ, ଦୁନିଆ ଏତେ ବଦଳି ଯାଇଛି କି ଏବେ ରାଜ୍ୟ, ରାଜ୍ୟ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି, ଏବେ ଦେଶ ଆଉ ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । କାଲି ଆଉ ଆଜି ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି । ପ୍ରତ୍ୟେକ କ୍ଷଣରେ ଆମେ ଏହି ପ୍ରଥାର ଆହ୍ୱାନଗୁଡିକ ମଧ୍ୟରେ ନିଜକୁ ନିଜେ ଉପରକୁ ଉଠାଇବାର ଅଛି ଆଉ ବୈଶ୍ୱିକ ସନ୍ଦର୍ଭରେ ମଧ୍ୟ କରିବାର ଆବଶ୍ୟକତା ଅଛି ।

ପ୍ରଶାସନିକ ସେବାର ଆଉ ଏକ ଶକ୍ତି, ଆଉ ମୁଁ ମାନୁଛି ତାହାର ଶକ୍ତି ମଧ୍ୟ ଅଛି ତାହାର ଧର୍ମ ମଧ୍ୟ ଅଛି, ପ୍ରଶାସନିକ ସେବାର ବ୍ୟକ୍ତିଙ୍କୁ ସେହି ଧର୍ମରେ ଚାଲିବାର କୌଣସି ଅଧିକାର ନାହିଁ; ଆଉ ସେ ହେଉଛନ୍ତି, ସେ ଜିଲ୍ଲାରେ ବସିଥାନ୍ତୁ, ତହସିଲରେ ବସିଥାନ୍ତୁ, କିମ୍ବା ଶେଷ କର୍ତ୍ତୃପକ୍ଷ ଭାବରେ ବସିଥାନ୍ତୁ; ତାହାର ଦାୟିତ୍ୱ ହୋଇଥାଏ, ପ୍ରତ୍ୟେକ ପ୍ରସ୍ତାବକୁ, ପ୍ରତ୍ୟେକ ଘଟଣାକୁ, ପ୍ରତ୍ୟେକ ନିଷ୍ପତିକୁ ରାଷ୍ଟ୍ରହିତର ତରାଜୁରେ  ହିଁ ତଉଲୁ ଥାଏ, ତାକୁ ଖଣ୍ଡ ଖଣ୍ଡ କରି ଦେଖିବାର ଅଧିକାର ନାହିଁ । ଏହି ନିର୍ଣ୍ଣୟ ମୁଁ ଏଠାରେ କରୁଛି କିନ୍ତୁ ମୋ ଦେଶର କେଉଁ କୋଣରେ ନକରାତ୍ମକ ପ୍ରଭାବ ତ ଆସିବ ନାହିଁ? ମୋର ତ ଏଠି କାମ ଚଳିଯିବ, ମୋ ପାଇଁ ତ ଗୌହାଟୀ ହୋଇଯିବ, କିନ୍ତୁ ମୋର ଏହି ନିର୍ଣ୍ଣୟ ମୋ ଦେଶର କେଉଁ କୋଣରେ ତ ପ୍ରଭାବ ପକାଇବ ନାହିଁ; ଏହି ତରାଜୁ ପ୍ରଶାସନିକ ସେବା ପାଖରେ ଅଛି । ତାଙ୍କର ତାଲିମ ହିଁ ସେହି ପ୍ରକାରରେ ହୋଇଛି, ସେଥିରେ କେବେହେଲେ ମଧ୍ୟ କମ୍ ହେବାକୁ ଦେବେ ନାହିଁ । ସରକାର ଆସିବେ, ଯିବେ, ନେତା ଆସିବେ, ଯିବେ; ଏହି ବ୍ୟବସ୍ଥା କିନ୍ତୁ ହେଉଛି ଅଜର-ଅମର । ଆଉ ଏହି ବ୍ୟବସ୍ଥା ମୌଳିକ ଧର୍ମ ପ୍ରତିଟି ନିର୍ଣ୍ଣୟକୁ ରାଷ୍ଟ୍ରହିତର ତରାଜୁରେ ତଉଲିବା । ଆଉ ଭବିଷ୍ୟତରେ କ’ଣ ପ୍ରଭାବ ରହିବ, ତାକୁ ମଧ୍ୟ ତାହା ଦେଖିବାକୁ ପଡିବ । ଯଦି ଭବିଷ୍ୟତରେ ତାହାର ପ୍ରଭାବ ବିଷୟରେ ଚିନ୍ତା ନ କରିବା ତାହାଲେ ମଧ୍ୟ ଚଳିବ ନାହିଁ । ଆଉ ଏଥିପାଇଁ ପ୍ରଶାସନିକ ସେବାରେ ଆମେ ଯେଉଁ ପ୍ରଶିକ୍ଷଣ ପାଇଛୁ, ପରିବର୍ତ୍ତିତ ଯୁଗକୁ ବୁଝି, ଆମେ ସେଥିରେ ନିଜକୁ ନିଜେ କିଭଳି ଯୋଗ୍ୟ କରିପାରିବା । ପରିବର୍ତ୍ତିତ ଦୁନିଆରେ ଯଦି ଆମେ ଅଯୋଗ୍ୟ ହୋଇଯିବା ତ ବୋଧ ହୁଏ ସ୍ଥିତି କେଉଁଠାରୁ କେଉଁଠିକୁ ପହଁଚିଯିବ, ଆମେ  କେଉଁଠାର ହୋଇ ରହିବା ନାହିଁ । ଆଉ ଏଥିପାଇଁ ଆମର ଆନୁଷ୍ଠାନିକ ଅଭିବୃଦ୍ଧି, ଆନୁଷ୍ଠାନିକ ବିକାଶ, ଆନୁଷ୍ଠାନିକ ତନ୍ତ୍ର, ଏହାକୁ ଆମକୁ ଲଗାତାର ପରୀକ୍ଷା ନିରୀକ୍ଷା କରିବାକୁ ପଡିବ, ପିଚ୍ଛିଳକରଣ  କରିବାର ଆବଶ୍ୟକତା ରହିଛି ।

ହଁ ଏଠାରେ ମାନବ ସମ୍ବଳର କଥା ହୋଇଛି, ବହୁତ ମାତ୍ରାରେ, ମତେ ଜଣା ନାହିଁ ଏଥିରେ ପିଚ୍ଛିଳକରଣ ବିଷୟ ଆସିଛି କି ଆସି ନାହିଁ । କ’ଣ କାରଣ ଅଛି ଆମେ ସବୁ ହେଉଛୁ ପ୍ରଶାସନିକ ସେବାର ଲୋକ, 25ବର୍ଷ ପୁରୁଣା ମାମଲା ଲଟକି ରହିଛି, 30 ବର୍ଷ ପୁରୁଣା ମାମଲା ଲଟକି ରହିଛି, ନେତୃତ୍ୱ ନିର୍ଣ୍ଣୟର ଅଭାବରେ ନୁହେଁ, ବିଭାଗର, ଦୁଇଟି ବିଭାଗ ମଧ୍ୟର ଫାଇଲ ଗୁଡିକ ମଧ୍ୟରେ ଲଟକି ପଡି ରହିଛି, କ’ଣ କାରଣ ଅଛି? ଆଉ ସେହି ପ୍ରସଙ୍ଗ ଯେବେ ଭାରତର ପ୍ରଧାନମନ୍ତ୍ରୀ ପ୍ରଗତି କାର୍ଯ୍ୟକ୍ରମ କରିବେ ଆଉ ଏମିତି ହିଁ ପ୍ରଗତି କାର୍ଯ୍ୟକ୍ରମରେ ତାଲିକାଭୁକ୍ତ ହୋଇଯିବ ଯେ ଏତିକି ଜିନିଷରେ ପ୍ରଗତି କାର୍ଯ୍ୟକ୍ରମରେ ଦେଖିବାକୁ ହେବ ଏବଂ ତୁରନ୍ତ 24 ଘଂଟା ମଧ୍ୟରେ ନିଷ୍ପତି ହୋଇଯିବ । ସବୁ ସମାଧାନ ମିଳିଯିବ, ଆଉ ପ୍ରକଳ୍ପ ସମାଧାନ ହୋଇଯିବ, 8-9 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ହୋଇଗଲା, କ’ଣ କାରଣ ଥିଲା? ପ୍ରଗତି ସଫଳ ହେଲେ ମୁଁ ଜୟ ଜୟକାର କରିପାରିବି ଯେ ଦେଶର ଏଭଳି ଏକ ପ୍ରଧାନମନ୍ତ୍ରୀ ଅଛନ୍ତି ଯିଏ ଟେକ୍ନୋଲଜିର ଉପଯୋଗ କରି ଅଟକି ପଡିଥିବା କେତେ ସମସ୍ୟା ଗୁଡିକର ସମାଧାନ କରୁଛନ୍ତି । ମୋ ପାଇଁ ତାହା ସନ୍ତୋଷର ବିଷୟ ନୁହେଁ, ମୋ ପାଇଁ ସେଥିରେ ଶିକ୍ଷଣୀୟ ବିଷୟ ଅଛି ଆଉ ଶିକ୍ଷଣୀୟ ବିଷୟ ଏହି ଯେ ମୋର ସମସ୍ତ ସାଥୀ ଏହା ଭାବନ୍ତୁ କ’ଣ କାରଣ ଅଛି ଯେ ଯେଉଁ ନିଷ୍ପତି ଆପଣ 24 ଘଂଟାରେ କଲେ, ତାହା 15 ବର୍ଷ ଧରି କାହିଁକି ଅଟକି ପଡିଥିଲା । ରାସ୍ତା ତିଆରି ହେଉଛି ଲୋକମାନଙ୍କର ଆବଶ୍ୟକତା ଅଛି କିନ୍ତୁ ଜଙ୍ଗଲ ବିଭାଗ ଅଟକାଇ ଦେଇଛି, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଗଲା, ଏଭଳି ପରିସ୍ଥିତି ଭଲ ନୁହେଁ । ପ୍ରଗତିର ସଫଳତା ପାଇଁ ମୋଦିର ଜୟ ଜୟକାର ହୋଇଯାଉ ସେଥିରେ ଦେଶର ଭଲ ହେବ ନାହିଁ, ତାହା ଏକ ଅସ୍ଥାୟୀ ଜିନିଷ ଅଟେ । ଦେଶର ଭଲ ଏଇଥିରେ ଅଛି କି ମୋର ବ୍ୟବସ୍ଥା ସୁଚାରୂ ରୂପେ ଚାଲିଥାଏ, ପ୍ରତ୍ୟେକ ଅଫିସରଙ୍କ ମଧ୍ୟରେ ଏକ ପିଚ୍ଛିଳକରଣ ବ୍ୟବସ୍ଥା ହେବା ଦରକାର ଆଜ୍ଞା, ପିଚ୍ଛିଳକରଣ ସହଯୋଗ ହେବା ଦରକାର । ଘର୍ଷଣ ଶକ୍ତିକୁ ବ୍ୟୟ କରିଥାଏ ଆଜ୍ଞା, ପିଚ୍ଛିଳକରଣ ଶକ୍ତିକୁ ମସୃଣ କରି ଦେଇଥାଏ ଆଜ୍ଞା । କ’ଣ  ଆମେ ସେହି ଦିଗରେ ଚିନ୍ତା କରୁଛେ କି? ଏବେ ବି ମୁଁ ବୁଝି ପାରୁ ନାହିଁ ଆଜ୍ଞା । ସରକାରଙ୍କର ଦୁଇଟି ବିଭାଗ କୋର୍ଟରେ କାହିଁକି ଝଗଡା କରୁଛନ୍ତି ମୁଁ ବୁଝି ପାରୁ ନାହିଁ । ଅଦାଲତ ଭିତରେ ଦୁଇଟି ଅଲଗା ଅଲଗା ବିଭାଗ, ଅଲଗା ଅଲଗା ମତ, ସରକାର ଗୋଟିଏ । କ’ଣ ଆମେ ଗୋଟିଏ ସର୍ବଭାରତୀୟ ପ୍ରଶାସନିକ ସେବା ହିସାବରେ ଆମର ଦୁର୍ବଳତା ସ୍ୱୀକାର କରୁଛେ? କ’ଣ କେହି ଦାୟିତ୍ୱ ପାଇଁ ବ୍ୟସ୍ତ ହେଉଛି? ଦାୟିତ୍ୱରୁ  ପଳାୟନ କରୁଛି? ନା କେଉଁଠାରେ ଅହଂ ମଝିରେ ଆସିଯାଉଛି । ମୁଁ ଚାହିଁବି ପ୍ରଶାସନିକ ସେବା ଦିବସରେ ଏହା ଆମର ଆତ୍ମଚିନ୍ତନର ଅବସର ମଧ୍ୟ ହେବା ଦରକାର । ଦେଶର ଅଦାଲତ ଗୁଡିକର କେତେ ସମୟ ଯାଉଛି, ଦେଶର ସାଧାରଣ ଲୋକର ଯେଉଁ ଆବଶ୍ୟକତା ଅଛି ସେଥିରେ କେତେ ପ୍ରତିବନ୍ଧକ ଆସୁଛି । ଆଉ ମୋକଦ୍ଦମା ହାରିବା-ଜିଣିବାର କାରଣ କ’ଣ ହେଉଛି, ଜଣେ ଅଫିସର ସଂପୂର୍ଣ୍ଣ ଚିନ୍ତା ନ କରି ଯଦି ଗୋଟିଏ ଧାଡି ଫାଇଲରେ ଲେଖିଦେଲେ, ଏବଂ କୌଣସି ସ୍ୱାର୍ଥଜଡିତ ଗୋଷ୍ଠୀ ସେହି ଫାଇଲକୁ ହାତେଇ ନେଲେ, ମାମଲା ବିଗିଡି ଯାଇଥାଏ । ମିଳିମିଶି କରି, କଥାବାର୍ତ୍ତା କରି କରି ଏବଂ ଏହା ଭାବିବାର ଆବଶ୍ୟକତା ନାହିଁ ଯେ କେହି ନିର୍ଣ୍ଣୟ ଶୀଘ୍ର କରିଥାଏ ତ ଆଉ କେହି ଖରାପ ଉଦ୍ଦେଶ୍ୟରେ କରିଥାଏ । ଏଭଳି ଅଭିଯୋଗ କରୁଥିବା ଲୋକଙ୍କର ଏ ପର୍ଯ୍ୟନ୍ତ କୌଣସି ଅଭିଯୋଗ ପ୍ରମାଣିତ ହୋଇ ନାହିଁ । ଆଉ ଏଥିପାଇଁ ମନରେ ସଂକୋଚ ରଖିବାର ଆବଶ୍ୟକତା ରହିଛି, ଯଦି ସତ୍ୟନିଷ୍ଠା ଦ୍ୱାରା, ସଚ୍ଚେଟତା ଦ୍ୱାରା ଜନ ସାଧାରଣଙ୍କର ହିତ ପାଇଁ କରିଛନ୍ତି ତ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ଖରାପ ଦର୍ଶାଇ ପାରିବେ ନାହିଁ । କ୍ଷଣକ ପାଇଁ କିଛି ହୋଇଗଲେ, ହୋଇଗଲେ, ଦେଖାଯିବ, ମୁଁ ଆପଣଙ୍କ ସହିତ ଠିଆ ହୋଇଛି ।

ସତ୍ୟନିଷ୍ଠା ସହିତ କାମ ହେବା ଦରକାର, କିଏ ରୋକିଛି ଆଜ୍ଞା । ଆଉ ଆଜି ଏକ ଅବସର ଆସିଛି ସାହସର ସହିତ ନିଷ୍ପତି ନେବାର, ଆଜି ଏକ ଅବସର ଆସିଛି ଖୋଳ ଭିତରୁ ବାହାରି ଚିନ୍ତା କରିବାର, ଆଜି ଏକ ଅବସର ଆସିଛି ନିର୍ଦ୍ଧାରିତ ମାର୍ଗରୁ ବାହାରି ନୂତନ ମାର୍ଗରେ ପାଦ ରଖି ପରିସ୍ଥିତି ଗୁଡିକୁ ବଦଳାଇବାର ଅବସର ଆସିଛି ଆଉ ମୁଁ ମାନୁଛି ମୋ ସହିତ କାମ କରୁଥିବା ପ୍ରତ୍ୟେକ ସାଥୀଙ୍କୁ ଏଭଳି ଅବସର ତାଙ୍କ ଜୀବନରେ ବହୁତ କମ୍ ଆସିଥିବ ଯାହା ଆଜି ଆସିଛି । କାରଣ ମୁଁ ହେଉଛି ଏହି ଚିନ୍ତାଧାରାର ବ୍ୟକ୍ତି ।

ଏଠାରେ ସଂସ୍କାର, ପ୍ରଦର୍ଶନ, ପରିଣତ କରିବାର କଥା ହେଉଅଛି । ରାଜନୀତିରେ ଇଚ୍ଛା ଶକ୍ତି ନିର୍ଭର କରେ ସଂସ୍କାର ପାଇଁ କିନ୍ତୁ ଆପଣଙ୍କ କର୍ତବ୍ୟ ଶକ୍ତି ନିର୍ଭର କରେ ପ୍ରଦର୍ଶନ ପାଇଁ । ରାଜନୀତିରେ ଇଚ୍ଛା ଶକ୍ତି ସଂସ୍କାର କରିପାରେ କିନ୍ତୁ ଯଦି ଏହି, ଯଦି ଏହି ଦଳର କର୍ତବ୍ୟ ଶକ୍ତି କମ୍ ହୋଇଯିବ ତାହେଲେ ପ୍ରଦର୍ଶନ ହୁଏ ନାହିଁ, ଆଉ ଜନ ଭାଗିଦାରୀ ହୁଏ ନାହିଁ ତ ପରିଣତ ହୁଏ ନାହିଁ । ତ ଏହି ତିନୋଟି ଜିନିଷ ରାଜନୈତିକ ଇଚ୍ଛା ଶକ୍ତି ଏହା ସଂସ୍କାର କରିପାରେ, କିନ୍ତୁ ଅମଲାତାନ୍ତ୍ରିକ ବ୍ୟବସ୍ଥା, ଶାସନ, ଏହା ପ୍ରଦର୍ଶନ କରେ । ଆଉ ଜନ ଭାଗିଦାରୀ ପରିଣତ କରିଥାଏ । ଆମକୁ ଏହି ତିନୋଟିକୁ ଏକ ତରଙ୍ଗ ଦୈର୍ଘ୍ୟରେ ଚଲାଇବା ବହୁତ ଜରୁରୀ ଅଟେ । ଯେବେ ଆମେ ତିନୋଟିକୁ ଗୋଟିଏ ତରଙ୍ଗ ଦୈର୍ଘ୍ୟରେ ଚଳାଉଛେ ତ ଆମକୁ ଇଚ୍ଛିତ ପରିଣାମ ମିଳେ ।

ମୁଁ ଚାହିଁବି କି ପ୍ରଶାସନିକ ସେବା ଦିବସରେ ଆମେ ନିମିତ ମାତ୍ର ଆତ୍ମଚିନ୍ତନ କରିବାରେ କୌଣସି କାର୍ପଣ୍ୟ ନ କରୁ । ଭାବନ୍ତୁ, ଯେଉଁ ଦିନ ପ୍ରଶାସନିକ ସେବା ପାଇଁ ଆପଣ ମନୋନୀତ ହୋଇଥିବେ, ଆପଣଙ୍କ ମାଆ-ବାପା ଆପଣଙ୍କୁ କେଉଁ ରୂପରେ ଦେଖିଥିବେ, ଆପଣଙ୍କ ସାଙ୍ଗ ସାଥୀ କିଭଳି ଦେଖିଥିବେ, ଆଉ ଆପଣ ଯେବେ ଘରୁ ଯାଇଥିବେ, ସେହି କ୍ଷଣକୁ ମନେ ପକାନ୍ତୁ । ମୁଁ ଭାବୁଛି ସେହି କ୍ଷଣ ହିଁ, ତା ଠାରୁ ବଡ଼, ସର୍ବୋତମ ମାର୍ଗ ଦର୍ଶକ ଆପଣଙ୍କ ପାଇଁ ହୋଇ ନ ପାରେ, ଯାହା ଜୀବନର ସେହି ପ୍ରଥମ କ୍ଷଣ ଥିଲା । ତାହା ହିଁ ହେଉଛି ଆପଣଙ୍କ ଜୀବନର ଶକ୍ତି । ଯଦି ଅନ୍ୟ କିଛି ଅଛି ତ ଆପଣ ଲକ୍ଷ୍ୟଭ୍ରଷ୍ଟ ହୋଇଛନ୍ତି, ଯଦି ତାହା ଏ ପର୍ଯ୍ୟନ୍ତ ସ୍ଥିର ଅଛି ତାହେଲେ ଆପଣ ସତ୍ୟମାର୍ଗରେ, ନା ମୋର ଶବ୍ଦ ଗୁଡିକୁ ମନେ ରଖିବାର ଆବଶ୍ୟକତା ଅଛି, ନା ହିନ୍ଦୁସ୍ଥାନର କେତେ ଆପଣଙ୍କ ବରିଷ୍ଠ ଲୋକ ଆପଣଙ୍କୁ କହିଥିବେ ଯେ କାହାକୁ ମନେ ରଖିବା ପାଇଁ, କେବଳ ନିଜକୁ ନିଜେ ଯେଉଁ ଦିନ ଆପଣ ପ୍ରଶାସନିକ ସେବା ପାଇଁ ମନୋନୀତ ହୋଇଥିଲେ ସେହି କ୍ଷଣ ଆପଣଙ୍କ ମନରେ ଯେଉଁ ବିଚାର ଆସିଥିଲା ତାହାହିଁ ଆପଣଙ୍କ ପ୍ରେରଣା ହୋଇ ରହିବ; ମୁଁ ମାନୁ ନାହିଁ ଏହି ଦେଶର କୌଣସି କ୍ଷତି ହେବ । କେହି ବାହାରୁ ଆବଶ୍ୟକ ନୁହେଁ ଆଜ୍ଞା । ତାହାକୁ ମନେ ପକାନ୍ତୁ, ବାରମ୍ବାର ମନେ ପକାନ୍ତୁ, ପ୍ରଶାସନିକ ସେବା ଦିବସକୁ ମନେ ପକାନ୍ତୁ; ପୁଣି ଥରେ ଟିକେ 30-40 ବର୍ଷ 25 ବର୍ଷ ପଛକୁ ଚାଲି ଯାଆନ୍ତୁ ଟିକେ ସେହି କ୍ଷଣକୁ ମନେ ପକାନ୍ତୁ, ଯେବେ ମାଆ-ବାପାଙ୍କୁ ଜଣା ପଡିଥିବ ଯେ ଆପଣ UPSC ପାସ କରି, ଆଇଏଏସ୍ ହୋଇ ଏବେ ଆପଣ ଆଗକୁ ବଢୁଛନ୍ତି, ଏବେ ମସୁରୀ ପାଇଁ ବାହାରୁଛନ୍ତି । ସେହି କ୍ଷଣକୁ ମନେ ପକାନ୍ତୁ, ରେଳ ଷ୍ଟେସନକୁ ଆପଣଙ୍କ ମାଆ-ବାପା ଛାଡିବାକୁ ଆସିଥିବେ, ସେହି କ୍ଷଣକୁ ମନେ ପକାନ୍ତୁ । ବସ ଷ୍ଟେସନକୁ ଆପଣଙ୍କ ସାଙ୍ଗମାନେ ଛାଡିବାକୁ ଆସିଥିବେ ସେହି କ୍ଷଣକୁ ମନେ ପକାନ୍ତୁ । ସେହି ପ୍ରଥମ 24, 48 ଘଂଟାକୁ ସେହି କ୍ଷଣକୁ ମନେ ପକାନ୍ତୁ, ଜୀବନରେ କେଉଁ ଭଳି ସ୍ୱପ୍ନ ନେଇ ବାହାରିଥିଲୁ, କ’ଣ କେଉଁଠି ସେଥିରେ ପାଣିଚିଆ ଭାବ, ଦିଗହରା ଭାବ ତ ଆସିନାହିଁ? ଅନ୍ୟ କାହାର ଉପଦେଶର ଆବଶ୍ୟକତା ନାହିଁ, କୌଣସି ପ୍ରେରକ କଥାର ଆବଶ୍ୟକତା ନାହିଁ, ଏହା ନିଜେ ହେଉଛି ନିଜ ମଧ୍ୟରେ ବହୁତ ବଡ଼ ଶକ୍ତି ।

ସରକାରଙ୍କର ଏକ ସ୍ୱଭାବ ଥାଏ, ଏଥିରେ ବହୁତ ବଡ଼ ପରିବର୍ତ୍ତନର ଆବଶ୍ୟକତା ଅଛି, ଆଉ ସେହି ଲକ୍ଷ୍ୟ ପୂରା ହୋଇଛି । କଣ ସତରେ ସଂଖ୍ୟାର ଖେଳରେ ପରିବର୍ତ୍ତନ ଆସେ କି? ଆପଣମାନଙ୍କ ମଧ୍ୟରେ ଗୋଟିଏ କଥା ବହୁତ ପ୍ରଚଳିତ ଅଛି, ବୋଧହୁଏ ଆପଣମାନେ ଜାଣିଛନ୍ତି କିମ୍ବା ଆମେ ଶୁଣୁଛୁ, ଜଣା ନାହିଁ କିଏ କିଏ ଭାବୁଛନ୍ତି । ଗୋଟିଏ ବଗିଚାରେ କିଛି ଲୋକ କାମ କରୁଥିଲେ । ଜଣେ ବରିଷ୍ଠ ବ୍ୟକ୍ତି ଦେଖିଲେ । ଏହି ଦୁଇଜଣ ଲୋକ ବହୁତ ପରିଶ୍ରମ କରୁଛନ୍ତି, ଝାଳ ବୁହାଉ ଛନ୍ତି । ଜଣେ ଗାତ ଖୋଳୁଛି ଆଉ ଅନ୍ୟ ଜଣେ ମାଟି ଭରୁଛି । ତ’ ତାକୁ ବଡ଼ କୌତୁହଳ ଲାଗିଲା, ଟିକେ ଜାଗ୍ରତ ନାଗରିକ ଥିଲା । ସେ ଯାଇ ପଚାରିଲା ଭାଇ ଏ କ’ଣ କରୁଛନ୍ତି? ଆପଣ ଏଠି ଦୁଇଜଣ, କହିଲେ ନା, ଦୁଇ ନୁହେଁ ଆମେ ହେଉଛୁ ତିନିଜଣ, ପଚାରିଲେ, ତିନିଜଣ? କହିଲେ ନା ତୃତୀୟ ଲୋକ ଆଜି ଆସି ନାହିଁ । ତ କହିଲେ କ’ଣ କାମ କରୁଛ? ତ କହିଲେ ମୋ ଦାୟିତ୍ୱ ହେଉଛି ଗାତ କରିବା, ଯିଏ ଆଜି ଆସିନାହିଁ ତା କାମ ହେଉଛି ଗଛ ଲଗାଇବା ଆଉ ଏହି ଲୋକର କାମ ହେଉଛି ମାଟି ପକାଇବା । କିନ୍ତୁ ସେ ଆସି ନାହିଁ, କିନ୍ତୁ ଆମ କାମ ଚାଲୁ ରହିଛି । ସେ ଗାତ ଖୋଳୁ ଅଛି, ମୁଁ , ସେ ଆସି ନାହିଁ । କାମ ହେଲା? ହେଲା, ଯେତେ ଘଂଟା କରିବାର ଥିଲା କଲେ, ଯେତେ ମାଟି ବାହାର କରିବାର ଥିଲା, ବାହାର କଲେ, ଯେତେ ପକାଇବାର ଥିଲା, ପକାଇଲେ; ଦେଶର କ’ଣ ଲାଭ ହେଲା? କାହିଁକି? କାରଣ ଜଣେ ଉହ୍ୟ ଥିଲା ।

ପରିଣାମ କେନ୍ଦ୍ର, ଆମକୁ ପ୍ରତ୍ୟେକଟି ଜିନିଷକୁ ତଉଲିବା ଦରକାର ଆଉ ଏଥର ପ୍ରଥମ ଥର ପାଇଁ ବଡ଼ ସାହସ କରିଛି, ଗତ ବର୍ଷ ବଜେଟ ସହିତ ଗୋଟିଏ ପରିଣାମ ସଂପର୍କିତ ତଥ୍ୟ ବଜେଟ ସହିତ ଦିଆ ଯାଏ, ବହୁତ କମ୍ ଲୋକ ଏହାକୁ ଅଧ୍ୟୟନ କରିଥିବେ । ପ୍ରଥମଥର ହିନ୍ଦୁସ୍ଥାନରେ ବଜେଟ ସହିତ ତଥ୍ୟ ଭିତିକ      ପରିଣାମ ଦିଆଯାଏ । ଆମେ ତଳସ୍ତର ପର୍ଯ୍ୟନ୍ତ ଏହି କଥାକୁ ଆମର ଏକ ପରମ୍ପରା ଭାବେ ପ୍ରଚଳିତ କରିବା ଯେ ପ୍ରତ୍ୟେକ ଜିନିଷକୁ ପରିଣାମର ତରାଜୁରେ ତଉଲିବାକୁ ହେବ, ପରିଣାମ ବା ଫଳାଫଳ ର  ତରାଜୁରେ ନୁହେଁ । ପରିଣାମ, ସିଏଜି ପାଇଁ ଠିକ୍ ଅଛି, ପରିଣାମ ଏକ ପଦକ୍ଷେପ ସିଏଜି +1 ବାଲା ଅଟେ, ଆଉ ତାହା ହେଉଛି ଦେଶର ଲୋକତନ୍ତ୍ର; ଯାହା ହେଉଛି ସିଏଜି ଠାରୁ ମଧ୍ୟ ଦୁଇ ପାଦ ଆଗକୁ । ଆଉ ଏଥିପାଇଁ ଆମେ ସିଏଜି କେନ୍ଦ୍ରୀତ ପରିଣାମ ଦେଖିବା ତ ଦେଶରେ ପରିବର୍ତ୍ତନ ବୋଧହୁଏ ଦେଖି ପାରିବା ନାହିଁ, କିନ୍ତୁ ସିଏଜି+ ର  ଚିନ୍ତାଧାରା ନେଇ କରିବା, ପରିଣାମ ସହିତ, ତ ଆମେ ଦେଶ ପାଇଁ କିଛି ଦେଇ ଯିବା ।

ସ୍ୱାଧୀନତାର 70 ବର୍ଷ ପରେ ପ୍ରଥମ ଥର ସବୁ ପ୍ରକ୍ରିୟା ଗୁଡିକ ଶତ ପ୍ରତିଶତ  ସଂପୂର୍ଣ୍ଣ କରି ଦେଶର ବଜେଟ 31 ମାର୍ଚ୍ଚରେ ସବୁ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଯିବ ଏବଂ 1 ଅପ୍ରେଲରେ ନୂଆ ବଜେଟ, ନୂଆ ଧନ ଖର୍ଚ୍ଚ କରିବା ଆରମ୍ଭ ହେବ, ସ୍ୱାଧୀନତାର 70 ବର୍ଷ ପରେ ପ୍ରଥମ ଥର, ପ୍ରଥମ ଥର ହେଲା । ଆପଣମାନେ ହେଉଛନ୍ତି ସେହି ଲୋକ, ଏହା ହେଉଛି ଆପଣମାନଙ୍କର ଚମତ୍କାରିତା ଆଜ୍ଞା, ଆପଣ ହିଁ କରି ଦେଖାଇଲେ । ଏହାର ଅର୍ଥ ଏ ହେଲା ଯେ ଆଜି ମଧ୍ୟ ଆମ ସାଥୀମାନଙ୍କ ମଧ୍ୟରେ ଏହା, ମୋର ଏହି ସେନା ଯାହା ସ୍ଥିର କରନ୍ତି ତାହା କରି ଦେଖାଇବାର ଦମ୍ ଅଛି, ଏହା ମୁଁ ଅନୁଭବ କରୁଛି । ଆଉ ଏଥିପାଇଁ ମୋର ବିଶ୍ୱାସ ଅନେକ ଗୁଣ ଅଧିକ ଅଛି । ଲୋକ କେବେ ନିରାଶର କଥା କୁହନ୍ତି, ମୁଁ ଆପଣମାନଙ୍କୁ ମନେ ପକାଉଛି, ଆପଣମାନଙ୍କ କର୍ତ୍ତବ୍ୟକୁ ମନେ ପକାଉଛି, ନିରାଶା ନାମକ କୌଣସି ଜିନିଷ ମତେ ଭୟଭୀତ କରେ ନାହିଁ ଆଜ୍ଞା, ମୋତେ ଛୁଇଁ ପାରେ ନାହିଁ ।

ବିଗତ ତିନି ବର୍ଷରେ ମୁଁ ଅନୁଭବ କରିଛି, ମୋର ଗୁଜରାଟର ଅନୁଭବ ହେଉଛି ଗଭୀର କିନ୍ତୁ ଏଠାରେ ମୋର ତିନି ବର୍ଷର ଅନୁଭବ ଅଛି; ତିନି ବର୍ଷରେ ମୁଁ ଅନୁଭବ କରିଛି ଯେ କୌଣସି ଏକ ବିଚାର ମୁଁ ରଖିଛି ଆଉ ମୋତେ ତାହାର ପରିଣାମ ନ ମିଳିଛି, ଏଭଳି କୌଣସି ଘଟଣା ମୋ ସାମ୍ନାରେ ମୋର ମନେ ପଡୁ ନାହିଁ, କିଏ କଲା? ଆଉ ଏଥି ପାଇଁ ସଂସ୍କାର କରିବା ପାଇଁ ରାଜନୈତିକ ଇଚ୍ଛା ଶକ୍ତି ଦରକାର, ମୋର ସେ ଅସୁବିଧା ନାହିଁ; ବୋଧହୁଏ କିଛି ମାତ୍ରାରେ ଅଧିକ ଅଛି । କିନ୍ତୁ ପ୍ରଦର୍ଶନ ପାଇଁ କର୍ତବ୍ୟ ବହୁତ ଆବଶ୍ୟକ । ଆଉ ଏ କାମ କିଏ କରେ, ମୋତେ ଜଣାନ୍ତୁ? ପ୍ରଧାନମନ୍ତ୍ରୀ କହିଲେ ଯେ ଭାଇ ଏଭଳି ଏକ ବିଚାର ମୋ ମନରେ ଆସିଛି, ସେହି କଳ୍ପନାକୁ ନୀତିରେ କିଏ ପରିବର୍ତ୍ତିତ କରେ? ଆପଣମାନେ କରନ୍ତି । ଯୋଜନାରେ କିଏ ପରିବର୍ତ୍ତିତ କରେ? ଆପଣମାନେ କରନ୍ତି । ଦାୟିତ୍ୱ କିଏ ବଂଟନ କରେ? ଆପଣମାନେ କରନ୍ତି । ସଂସାଧନ କେଉଁଠାରୁ ବାହାରେ? ଆପଣମାନେ କରନ୍ତି । ସ୍ଥିର କରିବା ପରେ ଅନୁଧ୍ୟାନ କିଏ କରେ? ଆପଣମାନେ କରନ୍ତି । ତ୍ରୁଟି କେଉଁଠାରେ ରହିଲା ତାହା ଖୋଜେ କିଏ? ଆପଣ ହିଁ ଖୋଜନ୍ତି । ଭୁଲ କ’ଣ ହେଲା, କିଏ ଖୋଜେ? ଆପଣ ହିଁ ଖୋଜନ୍ତି । ସବୁ ଜିନିଷ, ବାହାରର ବ୍ୟକ୍ତି ଯେବେ ଦେଖିବ ତ ତାକୁ ଆଶ୍ଚର୍ଯ୍ୟ ଲାଗିବ ଯେ ଏ ଲୋକମାନେ ନିଜର ତ୍ରୁଟି ମଧ୍ୟ ଖୋଜନ୍ତି! ଏ ଲୋକ ନିଜର ଭୁଲ ମଧ୍ୟ ଖୋଜନ୍ତି! ଏ ହେଉଛନ୍ତି ସେହି ଲୋକ ତାକୁ ସୁଧାରିବା ପାଇଁ ଚେଷ୍ଟା କରନ୍ତି! ଏଭଳି ସ୍ୱଜାତୀୟ ବ୍ୟବସ୍ଥା, ଏହା ଦେଶ ପାଇଁ ବହୁତ ବଡ଼ ଅବଦାନ ସର୍ବ ଭାରତୀୟ ପ୍ରଶାସନିକ ସେବା, ଆଉ ଏଥିପାଇଁ ଆଜିର ଦିନ ଏଥିପାଇଁ ଦେଶ ନିମନ୍ତେ ମଧ୍ୟ ହେଉଛି ବଡ଼ ମହତ୍ୱପୂର୍ଣ୍ଣ ଯେ ଏହା ହେଉଛି ଏକ ବ୍ୟବସ୍ଥା ଯେଉଁ ବ୍ୟବସ୍ଥା ଦେଶକୁ ଏହି ପ୍ରକାରରେ ଦେଶକୁ ପ୍ରତ୍ୟେକ ଥର ନିଜର କସଟିରେ କସି-କସି, ନିଜକୁ ଠିକ୍ ଠାକ୍ କରି, ହୋଇପାରେ ଆଶାରୁ ବୋଧହୁଏ ଦୁଇପାଦ ପଛକୁ ରହୁଥିବା, କିନ୍ତୁ ଚେଷ୍ଟା ରହେ ଆଶା ଗୁଡିକୁ ପୂର୍ଣ୍ଣ କରିବାର, ଏହାତ ଦଳ କରିଥାଏ; ଏହି ଟିମ୍ ପ୍ରତି ଦେଶବାସୀଙ୍କର ଆଦର ଭାବନା କିଭଳି ବଢିବ? ସାଧାରଣ ମଣିଷ ମନରେ ଏ ଭାବନା କିଭଳି ସୃଷ୍ଟି ହୋଇଛି? କେବେ ଆପଣ ମଧ୍ୟ ଆତ୍ମଚିନ୍ତନ କରନ୍ତୁ; ଆପଣ ଖରାପ ଲୋକ ନୁହନ୍ତି, ଆପଣ କିଛି ଖରାପ କରି ନାହାନ୍ତି, ଆପଣ ଖରାପ କରିବା ପାଇଁ ବାହାରି ନାହାନ୍ତି, ପୁଣି ମଧ୍ୟ ଜନ ସାଧାରଣଙ୍କ ମନରେ ଆପଣଙ୍କ ପ୍ରତି ଭାବ ରହିବା ବଦଳରେ ଅଭାବ କାହିଁକି ଅଛି? କାରଣ କ’ଣ? ଏହି ଆତ୍ମଚିନ୍ତନ ଆମେମାନେ କରିବା ଦରକାର । ଆଉ ଆତ୍ମଚିନ୍ତନ କରିବା ତ ମୁଁ ମାନୁ ନାହିଁ ଯେ କୌଣସି ବଡ଼ ପରିବର୍ତ୍ତନର ଆବଶ୍ୟକତା ପଡିବ । ସାମାନ୍ୟ କିଛି ବିଷୟ ଥାଏ ଯାହାକୁ ସମ୍ଭାଳିବାକୁ ପଡିଥାଏ । ଯଦି ଏହା ଆମେ ସମ୍ଭାଳି ନେଲୁ ତ ମନକୁ ମନ ଅଭାବ, ଭାବରେ ପରିବର୍ତ୍ତିତ ହୋଇଯାଏ ।

କାଶ୍ମୀରରେ ବନ୍ୟା ଆସେ, ଆଉ ଯେବେ ସେନାର ଲୋକମାନେ କାହାର ମଧ୍ୟ ଜୀବନ ବଂଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି, ତ ସେହି ଲୋକ ତାଙ୍କ ପାଇଁ ତାଳି ମଧ୍ୟ ବଜାନ୍ତି, ହୁଏତ ପରେ ପଥର ମାରନ୍ତି; କିନ୍ତୁ ଗୋଟିଏ କ୍ଷଣ ପାଇଁ ତ’ ତା ମନକୁ ମଧ୍ୟ ଛୁଇଁ ଯାଏ, ଏ ହେଉଛନ୍ତି ମୋ ପାଇଁ ପ୍ରାଣ ଦେଲାବାଲା ଲୋକ । ଏହି ଶକ୍ତି ଆପଣଙ୍କ ପାଖରେ ଅଛି, ଏ ଶକ୍ତି ଆପଣଙ୍କ ପାଖରେ ଅଛି । ଏଭଳି ଉଜ୍ଜ୍ୱଳ ଅତୀତ ସହିତ ଆମେ ହେଉଛୁ ଆଗକୁ ଚାଲିଲାବାଲା ଲୋକ ।

ମୁଁ ଆପଣମାନଙ୍କ ଠାରୁ ଚାହିଁବି, 2022, ସ୍ୱାଧୀନତାର 75 ବର୍ଷ ହେଉଅଛି । ଆମକୁ ଖଣ୍ଡ ଖଣ୍ଡରେ ଦେଶକୁ ଚଲାଇବାର ନାହିଁ, ଆମକୁ ଗୋଟିଏ ସ୍ୱପ୍ନ ସହିତ ଦେଶକୁ ଯୋଡିବା ଦରକାର । ପ୍ରତ୍ୟେକ ସ୍ୱପ୍ନକୁ ସଂକଳ୍ପ ରୂପରେ ପରିବର୍ତ୍ତିତ କରିବା ପାଇଁ ଆମକୁ ଉତପ୍ରେରକ ଏଜେଂଟ ଭାବେ ଭୁମିକା ତୁଲାଇବା ଦରକାର । ଶହେ ପଚିଶ କୋଟି ଦେଶବାସୀଙ୍କ ମନରେ ଏ ଭାବନା କାହିଁକି ନ ଜାଗ୍ରତ ହେବ? 2022, ସ୍ୱାଧୀନତା ପ୍ରେମୀ ପାଗଳମାନେ ଯେଉଁ ସ୍ୱପ୍ନ ଦେଖିଥିଲେ ଆଉ ଯାହା କାରଣରୁ  ଆମକୁ ସ୍ୱାଧୀନତା ମିଳିଲା; ଆଉ ଯାହା କାରଣରୁ ଆମେ ଏହି ଅବସ୍ଥାରେ ପହଁଚିଲେ ସେମାନଙ୍କ ସ୍ୱପ୍ନକୁ ପୂରା କରିବା ପାଇଁ ଆମର ମଧ୍ୟ କୌଣସି ସଂକଳ୍ପ ହେବା ଦରକାର । ଆମର ମଧ୍ୟ  ତ କୌଣସି ମନ୍ଥନ ହେବା ଦରକାର । ଯେଉଁ ଏକକକୁ ମୁଁ ଦେଖୁଛି ସେହି ଏକକର ନିଜର ସଂକଳ୍ପ ଥିବ କି ନ ଥିବ? ଯେଉଁ ଲୋକମାନଙ୍କ ସହିତ ମୁଁ କାରବାର କରୁଛି ସେମାନଙ୍କ ସହିତ, ମୋର ସେ ସ୍ୱପ୍ନ ସହିତ ମୁଁ ସେମାନଙ୍କୁ ମଧ୍ୟ ଟାଣିବି କି ଟାଣିବି ନାହିଁ? ମୋ ସହିତ ନେବି କି ନେବି ନାହିଁ? ଯଦି 2022 ଭାରତର ସ୍ୱାଧୀନତାର 75 ବର୍ଷ, ଏହା ଭାରତ ସରକାରରେ ଥିବା ଛୋଟରୁ ବଡ଼ ପ୍ରତ୍ୟେକ କର୍ମଚାରୀର ଯଦି ସ୍ୱପ୍ନ ନ ହୁଏ ତା ହେଲେ ସ୍ୱାଧୀନତାର ସେହି ସ୍ୱାଧୀନତା ପ୍ରେମୀ ପାଗଳମାନଙ୍କ ପ୍ରତି ଆମେ ଅନ୍ୟାୟ କରିଦେବୁ, ଯିଏ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ଏହା ଆମ ସମସ୍ତଙ୍କର ସଂକଳ୍ପ ହେବା ଆବଶ୍ୟକ ଆଜ୍ଞା ।

ଗଙ୍ଗା ସଫେଇର କଥା ଆମେ କହୁଛେ, କୌଣସି ନା କୌଣସି ପ୍ରଶାସନିକ ସେବାରେ ଥିବା ବ୍ୟକ୍ତି ତ ଥିବେ ଯିଏ ଗଙ୍ଗା କୂଳର କୌଣସି ନା କୌଣସି ଗାଁ ତାଙ୍କ ଦାୟିତ୍ୱରେ ଥିବ? ଏମିତି କୌଣସି ଗାଁ ଗଙ୍ଗା କୂଳରେ ନ ଥିବ ଯାହା କୌଣସି ନା କୌଣସି ପ୍ରଶାସନିକ ସେବା ଅଧିକାରୀଙ୍କ ସହିତ ଯୋଡି ହୋଇ ନ ଥିବ । ରାଜୀବ ଗାନ୍ଧୀଙ୍କ ସମୟରୁ ଗଙ୍ଗା ସଫାଇ କଥା ଚାଲୁ ରହିଛି, ସେହି କୂଳରେ ଯେଉଁ ଗାଁ ଅଛି ତା’ ଉପରେ କୌଣସି ନା କୌଣସି ପ୍ରଶାସନିକ ସେବା ଅଧିକାରୀଙ୍କ ଦାୟିତ୍ୱ ରହିଥିବ । ସେ ଜିଲ୍ଲାରେ ଯେବେ ରହିଥିବେ ସେ ଗାଁ ତାଙ୍କ ଅଧିନରେ ଆସିଥିବ, ସେ ତହସିଲରେ ଥିବେ ତେବେ ମଧ୍ୟ ଆସିଥିବ । ଯଦି ମୁଁ ପ୍ରଶାସନିକ ସେବାରେ ଅଛି, ଦେଶ ଗଙ୍ଗା ସଫାଇ ଚାହୁଁଛି, ଭାରତ ସରକାରଙ୍କର ହେଉଛି ଗଙ୍ଗା ସଫାଇ  କାର୍ଯ୍ୟକ୍ରମ, ଅତି କମରେ ମୁଁ ଗଙ୍ଗା କୂଳର ସେହି ଗାଁର ଅଳିଆ ଆବର୍ଜନାକୁ  ଗଙ୍ଗାରେ ଯିବାକୁ ଦେବି ନାହିଁ, ଏତିକି ସଂକଳ୍ପ ମୋ ସାଥୀ କରିପାରିବେ ନାହିଁ କି? ଥରେ ସେଠାରେ ଦାୟିତ୍ୱରେ ଥିବା ମୋର ଅଫିସର ସ୍ଥିର କରିବେ, ମୁଁ ଯେଉଁ ଗାଁର ଦାୟିତ୍ୱରେ ଅଛି, ଏଠାରୁ କୌଣସି ଆବର୍ଜନା ଏବେ ଗଙ୍ଗାକୁ ଯିବ ନାହିଁ, କିଏ କହୁଛି ଯେ ଗଙ୍ଗା ସଫା ହୋଇ ପାରିବ ନାହିଁ? କରିବାର ଉପାୟ ଏହିଠାରେ ପ୍ରସ୍ତୁତ କରିବାକୁ ହେବ । ଆମର ସ୍ୱପ୍ନ ଏବଂ ସଂକଳ୍ପ ଗୁଡିକ ଅଣୁ ସ୍ତର ପର୍ଯ୍ୟନ୍ତ କିପରି ପରିଚାଳନା କରାଯିବ, ତା ସହିତ ଆମକୁ ନିଜକୁ ଯୋଡିବାକୁ ପଡିବ । ଦାୟିତ୍ୱ ନେବାକୁ ପଡିବ, ମାଲିକାନାର ଭାବ ନେଇ ଯଦି ଆମେ ଏହି ଜିନିଷ ଗୁଡିକୁ କରୁଛୁ ତେବେ ଆମେ ପରିବର୍ତ୍ତନ ଆଣି ପାରିବା ଆଜ୍ଞା । ଆଉ ଏହା ମାନି ଚାଲିନ୍ତୁ ଦୁନିଆ ଭାରତ ପ୍ରତି ଏକ ବହୁତ ବଡ଼ ଆଶାର ଦୃଷ୍ଟିରେ ଦେଖୁ ଅଛି । ଭାରତର ଗଣତାନ୍ତ୍ରିକ ମୂଲ୍ୟବୋଧ ବଦଳି ବିଶ୍ୱରେ ଭାରତକୁ ଏକ ଅଲଗା ଦୃଷ୍ଟିକୋଣରୁ ଦୁନିଆ ଦେଖୁଛି । କାଲି ପର୍ଯ୍ୟନ୍ତ ଆମେ ନିଜ ଗୁଜରାଣ ମେଂଟାଇବା ପାଇଁ ଯାହା ମଧ୍ୟ କରୁଥିଲୁ  କିନ୍ତୁ 2022 ପୂର୍ବରୁ ଆମକୁ ସ୍ୱପ୍ନ ଦେଖିବା ଦରକାର ଯେ ବିଶ୍ୱରେ ମଧ୍ୟ ଭାରତ ଏକ ଶକ୍ତି ରୂପରେ କିଭଳି ବାହାରୁ, ଏ ସ୍ୱପ୍ନ ଦେଖି ଆମକୁ ଚାଲିବା ଦରକାର । ଆଉ ଏହା ନିର୍ବାଚିତ ଲୋକମାନଙ୍କର ହିଁ କେବଳ କର୍ତ୍ତବ୍ୟ ନୁହେଁ, ସାର୍ବଜନିକ ଜୀବନରେ କାମ କରୁଥିବା ଲୋକଙ୍କର କର୍ତ୍ତବ୍ୟ ନୁହେଁ, ଶାସନ ବ୍ୟବସ୍ଥାରେ ବଞ୍ଚୁଥିବା ଲୋକଙ୍କର ହେଉଛି ଅଧିକ କର୍ତ୍ତବ୍ୟ । ଏହା ଯଦି ଥିବ ଏବଂ ପ୍ରଶାସକ ହୁଅନ୍ତୁ ଅବା ଶାସକ ହୁଅନ୍ତୁ, ପ୍ରତ୍ୟେକଙ୍କ ଯଦି ଗୋଟିଏ ଦିଗରେ ଚାଲିବାର ହେବ Wavelength ଏକ ହେବ, ମୋର ମନର ବିଶ୍ୱାସ ହେଉଛି ଯେ ଆମେ ନିଶ୍ଚିତ ପରିଣାମ ପ୍ରାପ୍ତ କରି ପାରିବା ।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଆମେ ସବୁବେଳେ ମନେ ପକାଉଛୁ । ଏହି ବ୍ୟବସ୍ଥାକୁ ଭାରତୀୟ ସନ୍ଦର୍ଭରେ ବିକଶିତ କରିବାର କାମ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ୱପ୍ନ ଅନୁକୂଳ କରିବାର କାମ ପ୍ରତ୍ୟେକ ପ୍ରୟାସ କଲେ । ଏବେ ଆମମାନଙ୍କର ଦାୟିତ୍ୱ ହେଉଛି କି ପରିବର୍ତ୍ତିତ ଯୁଗରେ, ଆହ୍ୱାନର ସମୟରେ, ପ୍ରତିଦ୍ୱନ୍ଦିତାର ବାତାବରଣରେ, ଆମେ ନିଜକୁ ନିଜେ କିଭଳି ସିଦ୍ଧ କରିବା, ଆଉ ସାଧାରଣ ମଣିଷର ସ୍ୱପ୍ନକୁ ସାକାର କରିବା ପାଇଁ ଚେଷ୍ଟା କରିବା ।

ମୁଁ ପୁଣି ଥରେ ଆପଣଙ୍କୁ ଏହି ପ୍ରଶାସନିକ ସେବା ଦିବସରେ ସାରା ଦେଶରେ ଏବଂ ଦୁନିଆର ପ୍ରତିଟି କୋଣରେ ବସିଥିବା ଏହି କ୍ଷେତ୍ରର ଆମ ସାଥୀମାନଙ୍କୁ ହୃଦୟରୁ ବହୁତ ବହୁତ ଶୁଭକାମନା ଦେଉଛି, ଆଉ ଦେଶକୁ ଏ ପର୍ଯ୍ୟନ୍ତ ପହଁଚାଇବାରେ ଆପଣଙ୍କ ଯେତେ ପିଢି କାମ କରିଛନ୍ତି, ସେ ସମସ୍ତଙ୍କ ନିକଟରେ ଆଜି ତାଙ୍କର ଋଣ ସ୍ୱୀକାର କରୁଛି, ତାଙ୍କୁ ଧନ୍ୟବାଦ ଜଣାଉଛି, ଆପଣ ସମସ୍ତଙ୍କୁ ଶୁଭକାମନା ଦେଉଛି ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From Macron To Busch, What European Leaders' Big Presence At AI Impact Summit 2026 Means For India

Media Coverage

From Macron To Busch, What European Leaders' Big Presence At AI Impact Summit 2026 Means For India
NM on the go

Nm on the go

Always be the first to hear from the PM. Get the App Now!
...
Visit of HSH Prince Alois, Hereditary Prince of Principality of Liechtenstein to India
February 20, 2026

At the invitation of Prime Minister Shri Narendra Modi, HSH Prince Alois, Hereditary Prince of Principality of Liechtenstein paid a visit to India to participate in the AI Impact Summit, 2026 being held at New Delhi.

Prime Minister Shri Narendra Modi met with HSH Prince Alois on 20 February 2026 on the sidelines of the Summit. The two leaders reaffirmed that India and Liechtenstein enjoy cordial and friendly bilateral relations.

Welcoming the entry into force of the India–TEPA Free Trade Agreement in October 2025, the leaders expressed confidence that the agreement would provide fresh impetus to bilateral economic engagement. Both leaders noted that the TEPA will facilitate US$100 billion of investment into India over next 15 years. They agreed to deepen cooperation, particularly in high-value manufacturing, advanced technologies, and innovation-driven sectors.

The meeting marked an important step toward further strengthening the India–Liechtenstein partnership, and reaffirmed the shared commitment of both countries to expanding mutually beneficial collaboration.