ମହାମହିମାନେ ରାଷ୍ଟ୍ରପତି ସିରିଲ ରାମାଫୋସା,

ରାଷ୍ଟ୍ରପତି ତେମର,

ରାଷ୍ଟ୍ରପତି ପୁଟିନ,

ରାଷ୍ଟ୍ରପତି ସି ଜିନପିଂଗ,

ଆଜି ସଂସାର ଅନେକ ପ୍ରକାର ପରିବର୍ତ୍ତନ ମଞ୍ଚରେ ପହଂଚିଛି  ।

ନୂତନ ଔଦ୍ୟୋଗିକ ଜ୍ଞାନ କୌଶଳ ଏବଂ ଡିଜିଟାଲ ଇଣ୍ଟରଫେସ ଯେଉଁ ନୂତନ ଦୁନିଆର ନିର୍ମାଣ କରୁଛି, ତାହା ଏକ ସୁଯୋଗ ମଧ୍ୟ, ଏବଂ ଏକ ଆହ୍ୱାନ ମଧ୍ୟ  ।

ନୂତନ ପ୍ରଣାଳୀଗୁଡିକ ଏବଂ ଉତ୍ପାଦଗୁଡିକରୁ ଅର୍ଥନୈତିକ ପ୍ରଗତିର ନୂତନ ରାସ୍ତା ଉନ୍ମୁକ୍ତ ହେବ  ।

ବିକାଶ ଏବଂ ପ୍ରଗତିର କେନ୍ଦ୍ରରେ ସର୍ବଦା ଲୋକ ଏବଂ ମାନବୀୟ ମୂଲ୍ୟବୋଧ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।ଏଥିପାଇଁ ଜ୍ଞାନ କୌଶଳର ସଂସାରରେ ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତିର ପରିଣାମଗୁଡିକ ଉପରେ ମଧ୍ୟ ଆମକୁ ଗମ୍ଭୀର ଭାବେ ବିଚାର କରିବାର ଆବଶ୍ୟକତା ରହିଛି, ଯାହା ଆମ ଭଳି ଦେଶଗୁଡିକର ଜନସାଧାରଣ ଏବଂ ଅର୍ଥବ୍ୟବସ୍ଥା ଉପରେ ଅଧିକ ପ୍ରଭାବ ପକାଇବ ।

ଚତୁର୍ଥ ପିଢିର ଶିଳ୍ପର ଏକ ସ୍ୱାଗତଯୋଗ୍ୟ ପରିଣାମ ହେବ ଅଧିକ ନିକଟତର ସଂପର୍କ । ବିଶ୍ଵର ବିସ୍ତାର ହେବ ।  ଯିଏ ଏହାର ଲାଭ ଉଠାଇପାରିବ ସେ ହିଁ ଅଧିକ ପ୍ରଗତିଶୀଳ ହେବ  । ଅନେକ ବଂଚିତ ବର୍ଗ,ଜ୍ଞାନ କୌଶଳ ଏବଂ ବିକାଶର ଅନେକ ସ୍ଥିତିଗୁଡିକୁ ପାର କରି ବହୁଦୂର ପର୍ଯ୍ୟନ୍ତ ଲମ୍ପ ପ୍ରଦାନ କରିପାରିବେ  ।

କିନ୍ତୁ, ବୃଦ୍ଧି ପାଉଥିବା ଅସମାନତାଗୁଡିକ ଏବଂ ଦୃତ ପରିବର୍ତ୍ତନଗୁଡିକର ସମାଜ ଉପରେ ଏବଂ ମାନବୀୟ ମୂଲ୍ୟବୋଧ ଉପରେ କି ପ୍ରଭାବ ପକାଇବ, ଏହା କହିବା ସମ୍ଭବ ନୁହେଁ ।

ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତିରେ ପୁଂଜି ଠାରୁ ଅଧିକ ଗୁରୁତ୍ୱ ପ୍ରତିଭାକୁ ପ୍ରଦାନ କରାଯିବ  । ଉଚ୍ଚ ଦକ୍ଷତା କିନ୍ତୁ ଅସ୍ଥାୟୀ କର୍ମଚାରୀ ରୋଜଗାରର ନୂତନ ଦୃଷ୍ଟିଭଙ୍ଗୀ ହେବ  ।

ଔଦ୍ୟୋଗିକ ଉତ୍ପାଦନ, ଡିଜାଇନ ଏବଂ ବିନିର୍ମାଣରେ ମୌଳିକ ପରିବର୍ତ୍ତନ ହେବ  । ଡିଜିଟାଲ ପ୍ଲାଟଫର୍ମ, ସ୍ୱଚାଳନ ଏବଂ ଡାଟା-ଫ୍ଲୋ ରୁ ଭୌଗଳିକ ଦୂରତ୍ୱର ମହତ୍ୱ ହ୍ରାସ ହେବ  । ଡିଜିଟାଲ ପ୍ଲାଟଫର୍ମ, ଇ-କମର୍ସ ଏବଂ ବଜାର ବ୍ୟବସ୍ଥା ଯେତେବେଳେ ଏହିଭଳି ଜ୍ଞାନ କୌଶଳ ସହିତ ସଂଯୁକ୍ତ ହେବେ ସେତେବେଳେ ଏକ ନୂତନ ପ୍ରକାରର ଉଦ୍ୟୋଗ ଏବଂ ବ୍ୟାପାର ନେତୃତ୍ୱ ସମ୍ମୁଖକୁ ଆସିବ  ।

ସେ ଯେଉଁଭଳି ଭାବେ ଏବଂ ଯେତେ ଦୃତ ଗତିରେ ଯେତେ ସଂପତ୍ତି, ସଂଶାଧନ ଏବଂ ବିଚାରଧାରାରେ ନିୟନ୍ତ୍ରଣ କରିପାରିବେ, ବା ନିୟନ୍ତ୍ରଣ ହରାଇବେ, ତାହା ମନୁଷ୍ୟର ଇତିହାସରେ କେବେ ସମ୍ଭବ ନ ଥିଲା  । ଆମେ ଏହା ଜାଣିନାହୁଁ ଯେ ଏହାର ପରିଣାମ କଣ ହେବ, କିନ୍ତୁ ଏହା ସ୍ପଷ୍ଟ ଯେ ଯାହା ବି ହେବ ଗଭୀର ଏବଂ ଗମ୍ଭୀର ଭାବେ ହେବ  ।

ଏହିଭଳି ସ୍ଥିତିରେ, ମୁଁ ଭାବୁଛି ଯେ ବ୍ରିକ୍ସ ବ୍ୟବସ୍ଥାରେ ଆମର ଆଲୋଚନା ଆମକୁ ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତି ପାଇଁ ପ୍ରସ୍ତୁତ ହେବାରେ ସହଯୋଗ କରିବ  ।

ଆମକୁ ଏହି ବିଷୟ ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି ଆମେ ଆଗାମୀ ଦିନ ପାଇଁ ନିଜକୁ କିଭଳି ଉତ୍ତମ ଭାବେ ପ୍ରସ୍ତୁତି କରିପାରିବା  ।

ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରୋଜଗାରର ପ୍ରକାର ଏବଂ ସୁଯୋଗର ହେବ  । ଯେ ପର୍ଯ୍ୟନ୍ତ ଆମେ ଦେଖିପାରିବା, ପାରମ୍ପରିକ ବିନିର୍ମାଣ ଆମ ଯୁବଗୋଷ୍ଠିଙ୍କ ପାଇଁ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ହୋଇପାରିବ । ଅନ୍ୟପକ୍ଷରେ, ଆମ କର୍ମଚାରୀମାନଙ୍କ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ହେବ ଯେ ସେମାନେ ନିଜ ଦକ୍ଷତାରେ ପରିବର୍ତ୍ତନ ଆଣିପାରିବେ  ।

ସେଥିପାଇଁ, ଶିକ୍ଷା ଏବଂ କୌଶଳ ବିକାଶ ପାଇଁ ଆମ ଦୃଷ୍ଟିଭଙ୍ଗୀ ଏବଂ ନୀତିଗୁଡିକରେ ଦୃତ ପରିବର୍ତ୍ତନ ଆଣିବାକୁ ହେବ  ।

ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମକୁ ଏଭଳି ଭାବେ ପ୍ରସ୍ତୁତ କରାଯିବ ଯାହାଦ୍ୱାରା ଆମ ଯୁବଗୋଷ୍ଠି ଭବିଷ୍ୟତ ପାଇଁ ପ୍ରସ୍ତୁତ ହୋଇପାରିବେ  । ଆମକୁ ସତର୍କ ରହିବାକୁ ପଡିବ ଯେ ଜ୍ଞାନ କୌଶଳ କ୍ଷେତ୍ରରେ ହେବାକୁ ଥିବା ଦୃତ ପରିବର୍ତ୍ତନ ଅତି କମରେ ସେହି କ୍ରମରେ ପାଠ୍ୟକ୍ରମରେ ସ୍ଥାନ ପାଇପାରୁ  । 

ଭାରତରେ, ଏହି ଉଦ୍ଦେଶ୍ୟ ପାଇଁ ରାଷ୍ଟ୍ରୀୟ ଦକ୍ଷତା ବିକାଶ ମିଶନର ଆରମ୍ଭ କରାଯାଇଛି  । ଏହାର ଉଦ୍ଦେଶ୍ୟ ଆମ ଯୁବଗୋଷ୍ଠିଙ୍କୁ ପ୍ରାସଙ୍ଗିକ ଜ୍ଞାନ କୌଶଳ ଏବଂ ଧନ୍ଦାମୂଳକ ଦକ୍ଷତା ପ୍ରଦାନ କରିବା  ।

ଆମ ସରକାର ଏହା ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି ଯେ ଶସ୍ତା ଏବଂ ଗୁଣାତ୍ମକ ବୈଷୟିକ,ଧନ୍ଦାମୂଳକ ତଥା ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ମହିଳାମାନଙ୍କୁ, ପୁରୁଷମାନଙ୍କୁ ଏବଂ ସମାଜର ସମସ୍ତ ବର୍ଗ ସମାନ ଭାବେ ପହଂଚିପାରୁଥିବାର ସୁବିଧା ପ୍ରାପ୍ତ କରୁଥିବେ  ।

ମହାମହିମମଣ୍ଡଳୀ,

ନୂତନ ସୁଯୋଗ ଗୁଡିକର ସଠିକ ଉପଯୋଗ ଗୋଟିଏ ପଟେ ରୋଜଗାର ଖୋଜୁଥିବା ଲୋକମାନଙ୍କୁ ରୋଜଗାର ପ୍ରଦାନକାରୀ କରିପାରିବ  । ଅନ୍ୟପକ୍ଷରେ ରୋଜଗାର ବିହୀନଙ୍କ ପାଇଁ ସାମାଜିକ ସୁରକ୍ଷା ର ଶସକ୍ତ ବ୍ୟବସ୍ଥା ବାଧ୍ୟତାମୂଳକ ହେବ  ।

ସାମାଜିକ ସୁରକ୍ଷା ଲାଭର ପରିପ୍ରସାରରୁ ଡିଜିଟାଲ ଯୁଗରେ କୁଶଳୀ କର୍ମଚାରୀଙ୍କ ଆସିବା-ଯିବାସୁନିଶ୍ଚିତ କରାଯିବ  ।

ମହାମହିମମଣ୍ଡଳୀ,

ଉତ୍ତମ ସେବା ସୁବିଧା ପ୍ରଦାନ, ଉତ୍ପାଦକତା ସ୍ତର ବୃଦ୍ଧି କରିବା ଏବଂ ଶ୍ରମଜନିତ ସମସ୍ୟାର ଉତ୍ତମ ପରିଚାଳନା ପାଇଁ ବୈଷୟିକ ନବସୃଜନ ସହଯୋଗ କରିପାରିବ  ।

ଭାରତରେ ଆମ ଅନୁଭୂତି ଏହି ବିଷୟରେ ବହୁତ ସକାରାତ୍ମକ ରହିଛି  । ଶ୍ରମ ଆଇନର ଅନୁପାଳନ,ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ବୀମା ଏବଂ ଅନେକ ସରକାରୀ ଯୋଜନାଗୁଡିକର ହିତାଧିକାରୀମାନଙ୍କୁ ସିଧାସଳଖ ଭାବେ ଦେୟ ପ୍ରଦାନ ଜ୍ଞାନ କୌଶଳ ଦ୍ୱାରା ଉତ୍ତମ ଆବଣ୍ଟନର ଉଦାହରଣ  ।

ସାଂପ୍ରତିକ ସମୟରେ ଜ୍ଞାନ କୌଶଳ ସବୁଠାରୁ ବଡ ଉଦବେଳନକାରୀ ଭାବେ ଉଭା ହୋଇଛି  ।ଚତୁର୍ଥ ପିଢି ଶିଳ୍ପର ପରିଣାମଗୁଡିକର କଳ୍ପନା କରିବା ମଧ୍ୟ ସମ୍ଭବ ନୁହେଁ  ।

ଏହି ଭଳି ଉଦ୍ବେଳନ ଯୋଗୁଁ ବୈଶ୍ୱିକରଣ ଏବଂ ପ୍ରବାସନକୁ ଉତ୍ତମ ବହୁପକ୍ଷୀୟ ସଂଯୋଜନା ଏବଂସହଭାଗିତା ଜରିଆରେ ପରିଚାଳନା କରିବାକୁ ହେବ  ।

ବିଶେଷଭାବେ ଅଣ ସଂଗଠିତ କ୍ଷେତ୍ରରେ କୁଶଳୀ, ଅର୍ଦ୍ଧ-କୁଶଳୀ ଏବଂ ଅଣ-କୁଶଳୀ, ସମସ୍ତ କର୍ମକର୍ତ୍ତାଙ୍କୁ ସାମାଜିକ ସୁରକ୍ଷା ଉପଲବ୍ଧ କରାଇବା ଆହୁରୀ ଗୁରୁତ୍ୱପୂର୍ଣ୍ଣ ହୋଇଯିବ  ।

ସାଇବର ନିରାପତ୍ତାର ଆହ୍ୱାନଗୁଡିକ ମଧ୍ୟରେ ଏବଂ ସେଗୁଡିକର ସମାଧାନ ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାର ମହତ୍ତ୍ଵ ସହିତ ଆମେମାନେ ବେଶ୍ ପରିଚିତ  । ଚତୁର୍ଥ ପିଢି ଶିଳ୍ପାୟନର ଏହି ଆହ୍ୱାନଗୁଡିକ ଏବଂ ଆବଶ୍ୟକତାଗୁଡିକୁ ଆହୁରୀ ବୃଦ୍ଧି କରିବ  ।

ଭାରତ ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତି ବିଷୟ ଉପରେ ବ୍ରିକ୍ସ ଦେଶଗୁଡିକ ସହିତ ମିଶି କାମ କରିବାକୁ ଆଗ୍ରହୀ  । ଏହି ବିଷୟରେ ଆମକୁ ଏକଜୁଟ ହୋଇ ଉତ୍ତମ କାର୍ଯ୍ୟପଦ୍ଧତି ଏବଂ ନୀତିଗୁଡିକ ପରସ୍ପରକୁ ଜଣାଇବାର ଆବଶ୍ୟକତା ରହିଛି  ।

ବ୍ରିକ୍ସ ରାଷ୍ଟ୍ରସମୂହ ଏବଂ ପୂରା ଦୁନିଆ ପାଇଁ ବର୍ତ୍ତମାନ ହେଉଥିବା ଏବଂ ଭବିଷ୍ୟତରେ ହେବାକୁ ଥିବା ଜ୍ଞାନ କୌଶଳରେ ପରିବର୍ତ୍ତନର ମହତ୍ତ୍ୱକୁ ଦୃଷ୍ଟିରେ ରଖି ମୁଁ ଏହି ମତ ରଖିବାକୁ ଚାହିଁବି ଯେ ଆମ ମନ୍ତ୍ରୀମାନେ ଏହି ବିଷୟରେ ଆହୁରୀ ବିସ୍ତୃତ ଭାବେ ବିଚାରବିମର୍ଶ କରନ୍ତୁ ଏବଂ ଆବଶ୍ୟକତା ଅନୁସାରେ ବିଶେଷଜ୍ଞମାନଙ୍କର ସହଯୋଗ ମଧ୍ୟ ନିଅନ୍ତୁ  ।

ଆପଣ ସମସ୍ତଙ୍କୁ ଧନ୍ୟବାଦ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘PM Modi is so popular’: Malaysian PM on Modi’s international appeal’

Media Coverage

‘PM Modi is so popular’: Malaysian PM on Modi’s international appeal’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on the Parkash Purab of Sri Guru Granth Sahib Ji
September 12, 2026

The Prime Minister, Shri Narendra Modi, extended greetings on the occasion of the Parkash Purab of Sri Guru Granth Sahib Ji.

The Prime Minister said that for centuries, Sri Guru Granth Sahib Ji has shown humanity the way of selfless service, human dignity and togetherness.

Shri Modi expressed hope that the sacred occasion would inspire everyone to deepen these values in society and build a more compassionate and harmonious world.

The Prime Minister wrote on X;

“Greetings on the Parkash Purab of Sri Guru Granth Sahib Ji.

For centuries, it has shown humanity the way of selfless service, human dignity and togetherness.

May this sacred occasion inspire us to deepen these values in our society and build a more compassionate and harmonious world.”