କାରିଆପ୍ପା ଗ୍ରାଉଣ୍ଡ ଏନ୍‍ସିସି ରାଲିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଭାରତର ସାମାଜିକ ଜୀବନରେ ଶୃଙ୍ଖଳାଭାବ ଉଦ୍ରେକ କରିବାରେ ଏନ୍‍ସିସିର ପ୍ରମୁଖ ଭୂମିକା ରହିଛି: ପ୍ରଧାନମନ୍ତ୍ରୀ
ଭାରତ ପ୍ରତିରକ୍ଷା ସାମଗ୍ରୀର ବଜାର ପରିବର୍ତ୍ତେ ଏକ ବୃହତ୍‍ ଉତ୍ପାଦକଭାବେ ଆତ୍ମପ୍ରକାଶ କରିବ: ପ୍ରଧାନମନ୍ତ୍ରୀ
ସୀମାନ୍ତ ଓ ତଟରେଖାରେ 1 ଲକ୍ଷ କ୍ୟାଡେଟଙ୍କୁ ସ୍ଥଳ, ନୌ ଓ ବାୟୁସେନା ତାଲିମ ପ୍ରଦାନ କରୁଛି; ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା କ୍ୟାଡେଟ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର କାରିଆପ୍ପା ଗ୍ରାଉଣ୍ଡରେ ଆଜି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍‍ସିସିର ଏକ ସମାବେଶରେ ଉଦ୍‍ବୋଧନ ଦେଇଛନ୍ତି। ଏଥିରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, ଚିଫ୍‍ ଅଫ୍‍ ଡିଫେନ୍ସ ଷ୍ଟାଫ୍‍, ତିନି ବାହିନୀର ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ସମର୍ଥ ଶିକ୍ଷାର୍ଥୀ ବାହିନୀର ବିଭିନ୍ନ ଦଳ ପକ୍ଷରୁ ଆୟୋଜିତ ମାର୍ଚ୍ଚଫାଷ୍ଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ ।

ଏହି ଅବସରରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାମାଜିକ ଜୀବନରେ ଉଚ୍ଚ ଶୃଙ୍ଖଳାଭାବ ଥିବା ଦେଶ ସବୁ କ୍ଷେତ୍ରରେ ଆଗକୁ ବଢିଥାଏ । ଏନସିସି ଭାରତର ସାମାଜିକ ଜୀବନରେ ଶୃଙ୍ଖଳାର ଭାବନା ସୃଷ୍ଟି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏକ ସର୍ବବୃହତ୍‍ ଯୁବ ସମର ଶିକ୍ଷାର୍ଥୀ ପ୍ରତିଷ୍ଠାନ ହିସାବରେ ଏନ୍‍ସିସି ଦିନକୁ ଦିନ ତାହାର ମର୍ଯ୍ୟାଦା ବଢାଉଛି । ଯେଉଁଠି ଭାରତର ସୌର୍ଯ୍ୟର ପରମ୍ପରା ଏବଂ ସେବାର ଆବଶ୍ୟକତା ପଡୁଛି ଏନ୍‍ସିସି କ୍ୟାଡେଟମାନେ ସେଠି ଉପସ୍ଥିତ ରହିବା ସହ ଲୋକଙ୍କ ମଧ୍ୟରେ ସାମ୍ବିଧାନିକ ସଚେତନତା ସୃଷ୍ଟି କରୁଛନ୍ତି । ପରିବେଶ କିମ୍ବା ଜଳ ସଂରକ୍ଷଣଠାରୁ ଆରମ୍ଭ କରି ଯେକୌଣସି ପ୍ରକଳ୍ପରେ ଏନ୍‍ସିସି ସାମିଲ ହେଉଛି । କରୋନା ଭଳି ପ୍ରାକୃତିକ ବିପଦ ସମୟରେ ଏନ୍‍ସିସି କ୍ୟାଡେଟମାନଙ୍କର ଭୂମିକା ଓ ଅବଦାନକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ । ନାଗରିକ ଏବଂ ନାଗରିକ ସମାଜ ଯେତେବେଳେ ଏହି ଦାୟିତ୍ୱ ନିର୍ବାହ କରିବେ ସେତେବେଳେ ଅନେକ ଆହ୍ୱାନର ମୁକାବିଲା ସଫଳତାର ସହିତ କରାଯାଇପାରିବ । ଶ୍ରୀ ମୋଦୀ କହିଛନ୍ତି ଯେ ଏହିଭଳି କର୍ତ୍ତବ୍ୟର ବିଚାର ଓ ଆହ୍ୱାନ ଦ୍ୱାରା ନାଗରିକଙ୍କ ମଧ୍ୟରେ ସାହସିକତା ସଞ୍ଚରିତ ହୋଇଥାଏ ଏବଂ ସେମାନେ ନିରାପତ୍ତାବାହିନୀ ଭଳି କାର୍ଯ୍ୟ କରିଥାନ୍ତି । ସମାନ ଭାବନା ନେଇ ଆମ ଦେଶର ନାଗରିକମାନେ ବିଭିନ୍ନ ନକ୍ସଲବାଦୀ ଓ ମାଓବାଦୀ ଅଞ୍ଚଳରେ କାମ କରି ସେମାନଙ୍କୁ ଦମନ କରିବାରେ ସଫଳ ହୋଇଛନ୍ତି । ଏବେ ନକ୍ସଲବାଦୀଙ୍କ ଉପଦ୍ରବ ଯଥେଷ୍ଟ କମିଯାଇଛି ଏବଂ ଦେଶରେ ଖୁବ୍‍ କମ ଇଲାକାରେ ଏହା ଏବେ ରହିଛି । ଯେଉଁ ଯୁବକଯୁବତୀମାନେ ଏକଦା ଏହିସବୁ ସଂଗଠନ ସହ ସଂପୃକ୍ତ ଥିଲେ ସେମାନେ ହିଂସା ପରିହାର କରି ବିକାଶର ମୁଖ୍ୟଧାରାରେ ସାମିଲ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ସମୟ ବେଶ୍‍ ଆହ୍ୱାନମୂଳକ ଥିଲା । ତେବେ ଏହା ଦେଶ ପାଇଁ ଅଭୂତପୂର୍ବ କାର୍ଯ୍ୟ କରିବାକୁ ସୁଯୋଗ ସୃଷ୍ଟି କରିଥିଲା । ଏହା ଦେଶର ଦକ୍ଷତା ବୃଦ୍ଧି କରିବା ସହ ଏହାକୁ ଆତ୍ମନିର୍ଭର ଏବଂ ସାଧାରଣରୁ ଶ୍ରେଷ୍ଠତମ ହେବାକୁ ସୁଯୋଗ ଦେଇଛି । ଏଥିରେ ଯୁବ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଶର ସୀମାନ୍ତ ଏବଂ ଊପକୂଳବର୍ତ୍ତୀ ଅଞ୍ଚଳରେ ଏନ୍‍ସିସିର ସଂପ୍ରସାରଣ ଯୋଜନା ସଂପର୍କରେ ଏହି ଅବସରରେ କହିଥିଲେ । ଅଗଷ୍ଟ 15ରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣକୁ ପୁନଃସ୍ମରଣ କରି କହିଥିଲେ ଯେ ଦେଶର 175ଟି ଜିଲାରେ ଏନ୍‍ସିସିକୁ ନୂଆ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ କହିଥିଲେ ଯେ ପ୍ରାୟ 1 ଲକ୍ଷ କ୍ୟାଡେଟଙ୍କୁ ସ୍ଥଳସେନା, ବାୟୁସେନା ଓ ନୌସେନା ପକ୍ଷରୁ ତାଲିମ ଦିଆଯାଉଛି । ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ମହିଳା । ଏନ୍‍ସିସି ପାଇଁ ତାଲିମ ଭିତ୍ତିଭୂମିକୁ ମଜଭୁତ କରାଯାଉଛି । ଆଗରୁ ସେମାନଙ୍କ ପାଇଁ ମାତ୍ର ଗୋଟିଏ ଫାଇରିଂ ସିମୁଲେଟର ଥିବାବେଳେ ଏବେ 98ଟି ପ୍ରତିଷ୍ଠା କରାଯାଉଛି । ମାଇକ୍ରୋ ଫ୍ଲାଇଟ ସିମୁଲେଟର ସଂଖ୍ୟା ମଧ୍ୟ 5ରୁ 44କୁ ଏବଂ ରୋଇଂ ସିମୁଲେଟର ସଂଖ୍ୟା 11ରୁ 60କୁ ବୃଦ୍ଧି କରାଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଫିଲ୍ଡ ମାର୍ଶାଲ କାରିଆପ୍ପାଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ ଏବଂ କହିଥିଲେ ଯେ ତାଙ୍କ ସମ୍ମାନାର୍ଥେ ଏହି ପଡିଆର ନାମ କାରିଆପ୍ପା ଗ୍ରାଉଣ୍ଡ ରଖାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମହିଳା କ୍ୟାଡେଟମାନଙ୍କ ପାଇଁ ପ୍ରତିରକ୍ଷା ବାହିନୀରେ ନୂଆ ସୁଯୋଗ ଆସୁଛି । ଏନ୍‍ସିସିରେ ଏବେ ଝିଅଙ୍କ ସଂଖ୍ୟା ବଢି 35 ଶତାଂଶରେ ପହଞ୍ଚିବା ଘେନି ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ସେ ମଧ୍ୟ ଏହି ଅବସରରେ 1971ରେ ବାଂଲାଦେଶ ଯୁଦ୍ଧରେ ଭାରତର ବିଜୟର 50 ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତିରକ୍ଷା ବାହିନୀକୁ ଅଭିନନ୍ଦନ ଜଣାଇଥିଲେ ।

ଜାତୀୟ ଯୁଦ୍ଧ ସ୍ମାରକ ପରିଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ କ୍ୟାଡେଟମାନଙ୍କୁ ପରାମର୍ଶ ଦେବା ସହ ପୁନର୍ବିନ୍ୟସ୍ଥ ସାହସିକତା ପୁରସ୍କାର ପୋର୍ଟାଲ ସହ ସଂଯୁକ୍ତ ହେବାକୁ କହିଥିଲେ । ସେ ଆହୁରି କହିଥିଲେ ଯେ ଏନ୍‍ସିସି ଡିଜିଟାଲ ପ୍ଲାଟଫର୍ମ ଦ୍ରୁତଗତିରେ ଆଗକୁ ବଢୁଛି ଏବଂ ଏହା ଆଇଡିଆ ସେୟାରିଂର ଏକ ପ୍ଲାଟଫର୍ମ ପାଲଟିଛି ।

ବର୍ଷପୂର୍ତ୍ତି ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଚଳିତବର୍ଷ ଭାରତ ସ୍ୱାଧୀନତାର 75 ବର୍ଷରେ ପଦାର୍ପଣ କରିବ । ଦେଶ ମଧ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 125ତମ ଜୟନ୍ତୀ ପାଳନ କରୁଛି । ନେତାଜୀଙ୍କ ଗୌରବ ମଣ୍ଡିତ ଜୀବନୀରୁ ପ୍ରେରଣା ନେବାକୁ ସେ ମଧ୍ୟ କ୍ୟାଡେଟମାନଙ୍କୁ ପରାମର୍ଶ ଦେଇଥିଲେ । ଆସନ୍ତା 25-26 ବର୍ଷ ମଧ୍ୟରେ ଭାରତ ସ୍ୱାଧୀନତାର ଶତବାର୍ଷିକ ପାଳନ କରିବାକୁ ଯାଉଥିବାରୁ ସେ ସଂପର୍କରେ ସଚେତନ ରହିବାକୁ ସେ କ୍ୟାଡେଟମାନଙ୍କୁ ପରାମର୍ଶ ଦେଇଥିଲେ ।

ପ୍ରତିରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ଥିବା ଆହ୍ୱାନର ମୁକାବିଲା କରିବା ପାଇଁ ଭାରତର ଦକ୍ଷତା ସଂପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । କରୋନା ଭୂତାଣୁର ମୁକାବିଲା ପାଇଁ ସେ ମଧ୍ୟ ଭାରତର ଦକ୍ଷତା ଓ ସାମର୍ଥ୍ୟ ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ସେ ଜୋର୍‍ ଦେଇ କହିଥିଲେ ଯେ ଭାରତ ସାମରିକ ଦୃଷ୍ଟିରୁ ବିଶ୍ୱର ଅନ୍ୟତମ ଏକ ଶ୍ରେଷ୍ଠ ସମର୍ଥ ଓ କୁଶଳୀ ରାଷ୍ଟ୍ର । ଏବେ ନୂଆ ରାଫେଲ ଯୁଦ୍ଧ ବିମାନକୁ ସଂଯୁକ୍ତ ଆରବ ଏମିରେଟ୍ସର ସହାୟତାରେ ଆକାଶ ମାର୍ଗରେ କିପରି ଇନ୍ଧନ ଯୋଗାଇ ଦିଆଗଲା ତାହା ସେ ଉଲ୍ଲେଖ କରିଥିଲେ । ସାଉଦି ଆରବ ଓ ଗ୍ରୀସ ସହିତ ସଂପର୍କ ବୃଦ୍ଧି, ଉପସାଗରୀୟ ରାଷ୍ଟ୍ରଗୁଡିକ ସହ ସଂପର୍କ ସୁଦୃଢ କରିବାର ଉଦାହରଣ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ ଯେ ଦେଶରେ 100ରୁ ଅଧିକ ପ୍ରତିରକ୍ଷା ସାମଗ୍ରୀ ତିଆରି କରିବାକୁ ଭାରତ ନିଷ୍ପତ୍ତି ଗ୍ରହଣ କରିଛି । ଏହା ସହିତ ବାୟୁସେନା 80ଟି ତେଜସ୍‍ ଲଢୁଆ ବିମାନ ପାଇଁ ଯେଉଁ ବରାଦ ଦେଇଛି ସେ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସଭିତ୍ତିକ ଯୁଦ୍ଧ ପାଇଁ ଭାରତ ଅଗ୍ରାଧିକାର ଦେଉଛି । ଏଥିରୁ ସୂଚୀତ ହେଉଛି ଯେ ଭାରତ ପ୍ରତିରକ୍ଷାର ଏକ ବଜାରରେ ପରିଣତ ହେବା ପରିବର୍ତ୍ତେ ଏକ ପ୍ରମୁଖ ସାମରିକ ଉପକରଣ ଉତ୍ପାଦନକାରୀ ରାଷ୍ଟ୍ରଭାବେ ମୁଣ୍ଡଟେକୁଛି ।

ଭୋକାଲ ଫର୍‍ ଲୋକାଲକୁ ଗୁରୁତ୍ୱ ଦେବା ପାଇଁ ସେ କ୍ୟାଡେଟମାନଙ୍କୁ ଆହ୍ୱାନ ଜଣାଇଥିଲେ । ସେ କହିଥିଲେ ଯେ ଯୁବକ ଯୁବତୀଙ୍କ ମଧ୍ୟର ଖଦୀ ବସ୍ତ୍ର ବ୍ୟବହାର ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ଅତଏବ ଫେସନ, ବିବାହ ଉତ୍ସବ, ପର୍ବପର୍ବାଣୀ ଓ ଅନ୍ୟାନ୍ୟ କ୍ଷେତ୍ରରେ ଦେଶୀ ବ୍ରାଣ୍ଡର ବହୁଳ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ଆତ୍ମନିର୍ଭର ଯୁବକ ଯୁବତୀ ଆତ୍ମନିର୍ଭର ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ସରକାର ଫିଟ୍‍ନେସ, ଶିକ୍ଷା ଏବଂ କୌଶଳ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି । ଦକ୍ଷତା ବିକାଶ ପାଇଁ ଆଧୁନିକ ଶିକ୍ଷାନୁଷ୍ଠାନଗୁଡିକରେ ଅଟଳ ଟିଙ୍କରିଂ ଲ୍ୟାବ କିପରି କାର୍ଯ୍ୟ କରୁଛି ସେ ତାହାର ଉଦାହରଣ ଦେବା ସହ ସ୍କିଲ ଇଣ୍ଡିଆ ଓ ମୁଦ୍ରା ସ୍କିମ ସଂପର୍କରେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଫିଟ୍‍ ଇଣ୍ଡିଆ ଓ ଖେଲୋ ଇଣ୍ଡିଆ ଆନ୍ଦୋଳନ ମାଧ୍ୟମରେ ଦେଶରେ ଫିଟ୍‍ନେସ ଓ କ୍ରୀଡାକୁ ଅଭୂତପୂର୍ବ ପ୍ରୋତ୍ସାହନ ଦିଆଯାଉଛି । ସେହିଭଳି ଏନ୍‍ସିସିରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସେ କହିଛନ୍ତି ଯେ ନୂଆ ଶିକ୍ଷାନୀତି ସମଗ୍ର ବ୍ୟବସ୍ଥାକୁ ଛାତ୍ର କୈନ୍ଦ୍ରିକ କରିବା ପାଇଁ ଉଦ୍ଦିଷ୍ଟ । ଏଥିରେ ପାଠ୍ୟକ୍ରମ ବାଛିବାରେ କୋହଳ ବ୍ୟବସ୍ଥା କରାଯାଇଛି । ନିଜର ଆବଶ୍ୟକତା ଏବଂ ଆଗ୍ରହ ଅନୁସାରେ ଯେକୌଣସି ଛାତ୍ରଛାତ୍ରୀ ନିଜର ବିଷୟବସ୍ତୁ ବାଛି ତାହା ପଢିପାରିବେ । ବିଭିନ୍ନ ପ୍ରକାର ସଂସ୍କାର ଦ୍ୱାରା ସରକାର ଯେଉଁସବୁ ସୁଯୋଗ ସୃଷ୍ଟି କରିଛନ୍ତି ତାହାର ଉପଯୋଗ କରି ଯୁବ ସମାଜ ଆଗକୁ ବଢିଲେ ଦେଶର ପ୍ରଗତି ସମ୍ଭବ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security

Media Coverage

India-New Zealand elevate ties to strategic partnership; Scripts 2030 roadmap, $20bn investment & Indo-Pacific security
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the passing of Father Amir of State of Qatar HH Sheikh Hamad bin Khalifa Al Thani
July 12, 2026

The Prime Minister, Shri Narendra Modi, has expressed deep grief over the passing of the Father Amir of the State of Qatar, HH Sheikh Hamad bin Khalifa Al Thani.

The Prime Minister described him as a visionary leader who led Qatar to great levels of development and prosperity. Shri Modi also remembered him as a true friend whom he had the honour of meeting during his visit to Qatar in February 2024.

The Prime Minister conveyed his sincere condolences to the Amir of Qatar, HH Sheikh Tamim bin Hamad Al Thani, the entire royal family and the people of Qatar.

The Prime Minister wrote on X;

“We deeply mourn the passing of Father Amir of State of Qatar, HH Sheikh Hamad bin Khalifa Al Thani. A visionary leader who led Qatar to great levels of development and prosperity, we remember him also as a true friend whom I had the honour of meeting during my last visit to Qatar in February 2024. I convey my sincere condolences to the Amir of Qatar, HH Sheikh Tamim bin Hamad Al Thani and the entire royal family and people of Qatar. May the departed soul rest in eternal peace.

@TamimBinHamad”