"ରାଜନୈତିକ ନେତୃତ୍ୱ, ଜନସାଧାରଣଙ୍କ ଅର୍ଥ, ଭାଗିଦାରୀତା ଏବଂ ଜନସାଧାରଣଙ୍କ ଅଂଶୀଦାରୀ -ଏହି 4ପି ମାଧ୍ୟମରେ ବିଶ୍ୱକୁ ସ୍ୱଚ୍ଛ କରିହେବ :ପ୍ରଧାନମନ୍ତ୍ରୀ "
"ସ୍ୱାଧୀନତା ଆନ୍ଦୋଳନରେ ସଂଗ୍ରାମରତ ଥିବାବେଳେ ଗାନ୍ଧୀଜୀ ଥରେ କହିଥିଲେ ଯେ ସ୍ୱାଧୀନତା ଓ ସ୍ୱଚ୍ଛତା ମଧ୍ୟରୁ ସେ ସ୍ୱଚ୍ଛତାକୁ ଅଗ୍ରପ୍ରାଧାନ୍ୟ ଦିଅନ୍ତି #SwachhBharat :ପ୍ରଧାନମନ୍ତ୍ରୀ ମୋଦୀ "
"#SwacchBharat ମିଶନ ପାଇଁ ମତେ ପୂଜ୍ୟ ବାପୁଙ୍କଠାରୁ ପ୍ରେରଣା ମିଳିଛି ଏବଂ ଆନ୍ଦୋଳନ ଆରମ୍ଭ କରିବା ସମୟରେ ତାଙ୍କର ନିର୍ଦେଶାନାମା ପାଳନ କରିଛି :ପ୍ରଧାନମନ୍ତ୍ରୀ ମୋଦୀ "
ମୁଁ ଆଜି ଗର୍ବ ଅନୁଭବ କରୁଛି ଯେ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗରେ ଅଗ୍ରସର ହୋଇ 125 କୋଟି ଭାରତବାସୀ ସ୍ୱଚ୍ଛ ଭାରତ ଅଭିଯାନକୁ ବିଶ୍ୱର ସର୍ବବୃହତ୍‌ ଜନ ଆନ୍ଦୋଳନରେ ପରିଣତ କରିପାରିଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ
ସ୍ୱଚ୍ଛତା ଅଭିଯାନ ପାଇଁ ଅନେକ ଦେଶ ମିଳିତ ଅଗ୍ରସର ହେଉଛନ୍ତି : ମହାତ୍ମା ଗାନ୍ଧୀ ଅନ୍ତର୍ରାଷ୍ଟ୍ରୀୟ ପରିମଳ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ #Gandhi150

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ମଙ୍ଗଳବାର) ନୂଆଦିଲ୍ଲୀଠାରେ ମହାତ୍ମା ଗାନ୍ଧୀ ଅନ୍ତର୍ରାଷ୍ଟ୍ରୀୟ ପରିମଳ ସମ୍ମିଳନୀର ଅନ୍ତିମ ଅଧିବେଶନକୁ ସମ୍ବୋଧିତ କରିଥିଲେ । ଏହି ଚାରି ଦିବସୀୟ ଅନ୍ତର୍ରାଷ୍ଟ୍ରୀୟ ସମ୍ମିଳନୀରେ ବିଶ୍ୱର ବିଭିନ୍ନ ସ୍ଥାନରୁ ପରିମଳ ମନ୍ତ୍ରୀ ଏବଂ WASH (ଜଳ, ପରିମଳ ଏବଂ ସ୍ଵାସ୍ଥ୍ୟରକ୍ଷା) ସହ ଜଡିତ ଅନ୍ୟ ନେତାମାନେ ଏକତ୍ରିତ ହୋଇଥିଲେ ।

ଆମେରିକାର ସେକ୍ରେଟାରୀ ଜେନେରାଲ ମିଷ୍ଟର ଆଣ୍ଟୋନିଓ ଗୁଟେରସଙ୍କ ସହ ପ୍ରଧାନମନ୍ତ୍ରୀ ଏହି ଅବସରରେ ଏକ ଡିଜିଟାଲ ପ୍ରଦର୍ଶନୀର ପରିଦର୍ଶନ କରିଥିଲେ । ମଂଚରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଡାକ ଟିକଟ ଏବଂ ମହାତ୍ମା ଗାନ୍ଧୀଙ୍କର ପ୍ରିୟ ଭଜନ ‘ବୈଷ୍ଣବ ଜନ ତୁ’ ଉପରେ ଆଧାରିତ ଏକ ସିଡିର ଉନ୍ମୋଚନ କରିଥିଲେ । ଏହି ଅବସରରେ ସ୍ୱଚ୍ଛ ଭାରତ ପୁରସ୍କାର ମଧ୍ୟ ବିତରଣ କରାଯାଇଥିଲା ।

 

 

 

ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ ମହାତ୍ମା ଗାନ୍ଧୀ ସ୍ୱଚ୍ଛତା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଥିଲେ । 1945 ମସିହାରେ ଛପାଯାଇଥିବା ମହାତ୍ମା ଗାନ୍ଧୀଙ୍କର ‘ଗଠନମୂଳକ କାର୍ଯ୍ୟକ୍ରମ’ ପୁସ୍ତକ ଯେଉଁଥିରେ ଗ୍ରାମୀଣ ପରିମଳ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ତାକୁ ସ୍ମରଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅପରିସ୍କାର ପରିବେଶକୁ ଯଦି ପରିସ୍କାର ନ କରାଯାଏ, ତେବେ ଜଣଙ୍କୁ ସେହି ପରିସ୍ଥିତିକୁ ଗ୍ରହଣ କରିବାକୁ ହୋଇଥାଏ । ସେହିଭଳି ଯଦି ଜଣେ ଅପରିସ୍କାରକୁ ନିଜ ଆଖପାଖ ଅଂଚଳରେ ସଫା କରିଥାଏ ତେବେ ତାକୁ ସ୍ୱଚ୍ଛତାର ଅନୁଭୂତି ହେବା ସହିତ ପ୍ରତିକୂଳ ସ୍ଥିତିର ସମ୍ମୁଖୀନ ହେବାକୁ ପଡିନଥାଏ ।

ସେ କହିଥିଲେ ଯେ ସ୍ୱଚ୍ଛ ଭାରତ ମିଶନ ହେଉଛି ମହାତ୍ମା ଗାନ୍ଧୀଙ୍କର ପ୍ରୋତ୍ସାହନ । ମହାତ୍ମା ଗାନ୍ଧୀଙ୍କର ପ୍ରୋତ୍ସାହନ ଯୋଗୁ ହିଁ ସ୍ୱଚ୍ଛ ଭାରତ ମିଶନକୁ ବିଶ୍ୱର ସର୍ବାଧିକ ଜନ ଆନ୍ଦୋଳନରେ ପରିବର୍ତ୍ତିତ କରାଯାଇପାରିଛି ବୋଲି ସେ କହିଥିଲେ । ସେ କହିଥିଲେ ଯେ ଗ୍ରାମୀଣ ପରିମଳ, ଯାହା 2014 ମସିହାରେ 38 ପ୍ରତିଶତ ରହିଥିଲା ବର୍ତ୍ତମାନ ଏହା 94 ପ୍ରତିଶତରେ ପହଂଚିପାରିଛି । 5 ଲକ୍ଷରୁ ଅଧିକ ଗ୍ରାମ ବର୍ତ୍ତମାନ ଖୋଲା ଶୌଚ ମୁକ୍ତ ହୋଇସାରିଲାଣି । 

ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ଭାରତର ଜନସାଧାରଣଙ୍କ ଜୀବନଶୈଳୀରେ ଆସିଥିବା ପରିବର୍ତ୍ତନକୁ ନେଇ ସେ ଅତ୍ୟନ୍ତ ଆନନ୍ଦିତ । ସେ କହିଥିଲେ ଯେ ଭାରତ ଏବେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ଦିଗରେ ସଠିକ ମାର୍ଗରେ କାର୍ଯ୍ୟ କରୁଛି । 4ଟି ପି-ରାଜନୈତିକ ନେତୃତ୍ୱ, ଜନସାଧାରଣଙ୍କ ଅର୍ଥ, ଭାଗିଦାରୀତା ଏବଂ ଜନସାଧାରଣଙ୍କ ଅଂଶୀଦାରୀର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଚାରୋଟି ମାଧ୍ୟମରେ ବିଶ୍ୱକୁ ସ୍ୱଚ୍ଛ କରିହେବ ।

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
E-Samudra: India’s digital push to reshape maritime governance

Media Coverage

E-Samudra: India’s digital push to reshape maritime governance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 11, 2026
August 11, 2026

Champions on the Podium, Capital Unlocked, Digital Seas Opened: New India’s Winning Streak Under PM Modi