The thoughts of Mahatma Gandhi have the power to mitigate the challenges the world is facing today, says PM Modi
Swacchata' must become a 'Swabhav' of every Indian: Prime Minister
We are a land of non violence. We are the land of Mahatma Gandhi, says PM Modi
Killing people in the name of Gau Bhakti is not acceptable: Prime Minister
Let us work together and create India of Mahatma Gandhi's dreams: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସାବରମତୀ ଆଶ୍ରମର ଶତବାର୍ଷିକୀ ସମାରୋହରେ ଯୋଗ ଦେଇଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ସେ କହିଥିଲେ ଯେ ଆଜି ସମଗ୍ର ବିଶ୍ୱ ସମ୍ମୁଖିନ ହେଉଥିବା ଆହ୍ୱାନଗୁଡ଼ିକୁ ମୁକାବିଲା କରିବାର ଶକ୍ତି ମହାତ୍ମାଗାନ୍ଧୀଙ୍କ ବିଚାରରେ ରହିଛି ।  

ସେ କହିଥିଲେ ଯେ ଇତିହାସ ସହିତ ଯୋଡ଼ି ହୋଇ ରହିବା ଏକ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ । ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ 150ତମ ଜନ୍ମବାର୍ଷିକୀରେ ତାଙ୍କ ଯୋଗଦାନର ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଜୀବନୀ ଏବଂ ବିଚାରଧାରା ଉପରେ ଅଧିକ ଶୈକ୍ଷିକ ଅନୁସନ୍ଧାନ କରିବା ଲାଗି ଆହ୍ୱାନ କରିଥିଲେ ।

ସ୍ୱଚ୍ଛତା ସମ୍ପର୍କରେ ମତବ୍ୟକ୍ତ କରି ଶ୍ରୀ ମୋଦି କହିଥିଲେ ଏହା ଆମ ସମସ୍ତଙ୍କ ଅଭ୍ୟାସ ହେବା ଉଚିତ୍ । ଏହା 2019ରେ ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମବାର୍ଷିକୀରେ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ ।

ସେ ସାରା ବିଶ୍ୱର ଜନସାଧାରଣଙ୍କୁ ସାବରମତୀ ଆଶ୍ରମକୁ ଆସିବା ଲାଗି ଆମନ୍ତ୍ରଣ ଜଣାଇଥିଲେ ।

ତଥାକଥିତ ଗୋ-ରକ୍ଷକଙ୍କ ପ୍ରତି କଠୋର ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, “ଆମେ ଅହିଂସାର ମାଟିରେ ରହୁଛୁ । ଆମେ ଗାନ୍ଧୀଙ୍କ ଭୂମିରେ ରହୁଛୁ ।

 ଗୋରକ୍ଷା ପାଇଁ ମହାତ୍ମା ଗାନ୍ଧୀ ଏବଂ ଆଚାର୍ଯ୍ୟ ବିନେବା ଭାବେଙ୍କ ଛଡ଼ା ଅନ୍ୟ କେହି ସେତେଟା ଉଦ୍ୟମ କରିନଥିବେ । ହଁ । ଏହା ହେବା ଉଚିତ୍” ।  

ତେବେ ଗୋ-ଭକ୍ତି ନାମରେ ଲୋକଙ୍କ ହତ୍ୟା କଦାପି ଗ୍ରହଣୀୟ ନୁହେଁ ବୋଲି ସେ ମତବ୍ୟକ୍ତ କରିଥିଲେ । ମହାତ୍ମା ଗାନ୍ଧୀ ହୁଏତ ଏହାକୁ ଗ୍ରହଣ କରିପାରିନଥାନ୍ତେ ବୋଲି ସେ ମତପ୍ରକାଶ କରିଥିଲେ । ଆମ ସମାଜରେ ହିଂସାର ସ୍ଥାନ ନାହିଁ; ଦେଶର କୌଣସି ଜଣେ ବ୍ୟକ୍ତି ଆଇନ ନିଜ ହାତକୁ ନେଇପାରିବେ ନାହିଁ ବୋଲି ସେ ମତପ୍ରକାଶ କରିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's data centre boom could create 1 lakh engineering jobs by 2030

Media Coverage

India's data centre boom could create 1 lakh engineering jobs by 2030
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays homage to Thiru K. Kamaraj Ji on his birth anniversary
July 15, 2026

Prime Minister Shri Narendra Modi today, paid homage to Thiru K. Kamaraj Ji on his birth anniversary, remembering him as a stalwart of India's freedom movement and an exceptional public figure who dedicated his life to nation-building. Shri Modi said that Thiru K. Kamaraj Ji's unwavering commitment to education, inclusive development and the welfare of the underprivileged continues to inspire generations.

Shri Modi posted on X;

Remembering Thiru K. Kamaraj Ji on his birth anniversary. A stalwart of India’s freedom movement and an exceptional public figure, he dedicated his life to nation-building. His unwavering commitment to areas like education, inclusive development and the welfare of the underprivileged continues to guide generations.