We want to make India a hub of heritage tourism: PM Modi
Five iconic museums of the country will be made of international standards: PM Modi
Long ago, Swami Vivekananda, at Michigan University, had said that 21st century would belong to India. We must keep working hard to make sure this comes true: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାରେ ପୁନରୁଦ୍ଧାର କରାଯାଇଥିବା 4ଟି ଐତିହାସିକ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥିରେ ଓଲ୍ଡ କରେନ୍ସିଂ ବିଲ୍ଡିଂ, ବେଲଭେଡିଅର ହାଉସ, ଭିକ୍ଟୋରିଆ ମେମୋରିଆଲ ହଲ ଏବଂ ମେଟକାଫେ ହାଉସ ସାମିଲ ରହିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଦିନ ହେଉଛି ଏକ ବିଶେଷ ଅବସର କାରଣ ଆଜିଠାରୁ ଦେଶର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣର ଦେଶବ୍ୟାପୀ ପ୍ରଚାର ସହିତ ଏହିସବୁ ଐତିହ୍ୟର ମହତ୍ୱକୁ ପୁନଶ୍ଚ ବୁଝିବା, ଏଗୁଡ଼ିକୁ ନୂତନ ପରିଚୟ ପ୍ରଦାନ କରିବା ଏବଂ ନୂତନ ରୂପ ଦେବାର କାର୍ଯ୍ୟ ଆରମ୍ଭ ହେଉଛି ।

ବିଶ୍ୱ ପାଇଁ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତକୁ ସବୁବେଳେ ଏହାର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ଏବଂ ଏଗୁଡ଼ିକୁ ଆଧୁନିକ ରୂପ ପ୍ରଦାନ କରିବାର ଇଚ୍ଛା ରହିଛି । ଏହି ଭାବନା ସହିତ କେନ୍ଦ୍ର ସରକାର ବିଶ୍ୱରେ ଭାରତକୁ ଐତିହ୍ୟ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ କରିବାର ଯୋଜନା କରିଛନ୍ତି ।

ସେ କହିଲେ ଯେ ସରକାର ଦେଶର ପାଞ୍ଚଟି ସଂଗ୍ରହାଳୟକୁ ଆନ୍ତର୍ଜାତିକ ସ୍ତରର କରିବା ପାଇଁ ଏଗୁଡ଼ିକର ଆଧୁନିକୀକରଣ କରିବାର ଯୋଜନା କରିଛନ୍ତି । ଏହି କାମକୁ କୋଲକାତାରେ ବିଶ୍ୱର ସବୁଠାରୁ ପୁରାତନ ସଂଗ୍ରହାଳୟ ମଧ୍ୟରୁ ଗୋଟିଏ ଭାରତୀୟ ସଂଗ୍ରହାଳୟ ତରଫରୁ ଆରମ୍ଭ କରାଯାଇଛି । ସେ କହିଲେ ଯେ ଏହି କାମ ପାଇଁ ସମ୍ବଳ ଏକାଠି କରିବା ଏବଂ ରାଷ୍ଟ୍ରୀୟ ମହତ୍ୱର ଏହି ଐତିହାସିକ ଅଟ୍ଟାଳିକାର ପରିଚାଳନା ପାଇଁ ସରକାର ଭାରତୀୟ ଐତିହ୍ୟ ସଂରକ୍ଷଣ ସଂସ୍ଥାନ ପ୍ରତିଷ୍ଠା କରିବାର ଯୋଜନା କରିଛନ୍ତି ଯାହାକୁ ଡିମଡ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଓଲ୍ଡ କରେନ୍ସିଂ ବିଲ୍ଡିଂ, ବେଲଭେଡିଅର ହାଉସ, ଭିକ୍ଟୋରିଆ ମେମୋରିଆଲ ହଲ ଏବଂ ମେଟକାଫେ ହାଉସ ଭଳି ଐତିହାସିକ ଭବନ ମାନଙ୍କର ନବୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି । ଏଥିମଧ୍ୟରୁ ବେଲଭେଡିଅର ହାଉସକୁ ସରକାର ଏବ ବିଶ୍ୱସ୍ତରୀୟ ସଂଗ୍ରହାଳୟରେ ପରିଣତ କରିବା ନେଇ ପ୍ରୟାସ କରୁଛନ୍ତି ।

ବିପ୍ଳବୀ ଭାରତ

ପ୍ରଧାନମନ୍ତ୍ରୀ କହିଲେ ଯେ ଭିକ୍ଟୋରିଆ ସ୍ମାରକୀର 5ଟି ଗ୍ୟାଲେରୀ ମଧ୍ୟରୁ  3ଟି ଗ୍ୟାଲେରୀ ଦୀର୍ଘ ସମୟ ଧରି ବନ୍ଦ ପଡିଛି ଏବଂ ଏଗୁଡ଼ିକ ଭଲ ସ୍ଥିତିରେ ନାହିଁ । ଆମେ ଏହାକୁ ପୁନର୍ବାର ଖୋଲିବାର ପ୍ରୟାସ କରୁଛୁ । ମୁଁ ଚାହୁଁଛି ଯେ ଏଥିରୁ କିଛି ସ୍ଥାନ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଯୋଗଦାନକୁ  ପ୍ରଦର୍ଶିତ କରିବା ପାଇଁ ପ୍ରଦାନ କରିବା ଆବଶ୍ୟକ ଏବଂ ଏହାକୁ “ବିପ୍ଳବୀ ଭାରତ” ନାମ ଦିଆଯିବା ଆବଶ୍ୟକ । ଏଠାରେ ଆମେ ସୁଭାଷ ଚନ୍ଦ୍ର ବୋଷ, ଅରବିନ୍ଦ ଘୋଷ, ରାସ ବିହାରୀ ବୋଷଙ୍କ ପରି ମହାନ ନେତା ମାନଙ୍କର ଏବଂ ଖୁଦିରାମ ବୋଷ, ବାଘା ଜତୀନ, ବିନୟ, ବାଦଲ ଓ ଦିନେଶଙ୍କ ପରି କ୍ରାନ୍ତିକାରୀଙ୍କ ସମ୍ବନ୍ଧରେ ଅନେକ କିଛି ପ୍ରଦର୍ଶିତ କରିପାରିବା ।

ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶରେ ନେତାଜୀଙ୍କୁ ନେଇ ଦଶନ୍ଧି ଧରି ଜଡିତ ଥିବା ଜନଭାବନାକୁ ଧ୍ୟାନରେ ରଖି ଦିଲ୍ଲୀର ଲାଲକୀଲ୍ଲା ଓ ଆଣ୍ଡାମାନ ନିକୋବର ଦ୍ୱୀପ ସମୂହରେ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ଏକ ସ୍ଵତନ୍ତ୍ର ସଂଗ୍ରହାଳୟର ନିର୍ମାଣ କରାଯାଇଛି ।

ବଙ୍ଗର ପ୍ରତିଷ୍ଠିତ ନେତୃବୃନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି

ପ୍ରଧାନମନ୍ତ୍ରୀ ବଙ୍ଗର ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ବନ୍ଧରେ କହିଥିଲେ ଯେ ପଶ୍ଚିମବଙ୍ଗ ମାଟିରେ ଜନ୍ମ ନେଇଥିବା ଏବଂ ଦେଶ ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିଥିବା ମହାନ ନେତାଙ୍କୁ ଆଜି ପ୍ରକୃତ ଶ୍ରଦ୍ଧାଞ୍ଜଳି ଓ ଉଚିତ ସମ୍ମାନ ପ୍ରଦାନ କରିବାର ସମୟ ଆସିଛି । ସେ କହିଲେ ଯେ ଏହି ସମୟରେ ଯେତେବେଳେ କି ଆମେ ଶ୍ରୀ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ 200ତମ ଜୟନ୍ତୀ ପାଳନ କରୁଛୁ ଏବଂ ଭାରତ ଏହାର ସ୍ୱାଧୀନତାର 75ତମ ବାର୍ଷିକୀ ପାଳନ କରିବାକୁ ଯାଉଛି ସେତେବେଳେ ପ୍ରସିଦ୍ଧ ସମାଜ ସଂସ୍କାରକ ଓ ଶିକ୍ଷାବିତ ଶ୍ରୀ ରାଜା ରାମମୋହନ ରାୟଙ୍କ 250ତମ ଜୟନ୍ତୀ ମଧ୍ୟ ପଡିବ । ଆମକୁ ଦେଶର ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ଯୁବକ, ମହିଳା ଓ କନ୍ୟା ମାନଙ୍କ କଲ୍ୟାଣ ପାଇଁ ସେମାନଙ୍କ ପ୍ରୟାସକୁ ସ୍ମରଣ କରିବାର ଆବଶ୍ୟକତା ରହିଛି । ଆମକୁ ଏହି ଭାବନା ସହିତ ତାଙ୍କର 250ତମ ଜୟନ୍ତୀ ପାଳନ କରିବା ଆବଶ୍ୟକ ।

ଭାରତୀୟ ଇତିହାସର ସଂରକ୍ଷଣ

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତୀୟ ଐତିହ୍ୟ, ଭାରତର ମହାନ ନେତାଙ୍କ ସଂରକ୍ଷଣ, ଭାରତର ଇତିହାସ ରାଷ୍ଟ୍ରର ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ ଦିଗ ।

ଭାରତୀୟ ଇତିହାସର ସଂରକ୍ଷଣ

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତୀୟ ଐତିହ୍ୟ, ଭାରତର ମହାନ ନେତାଙ୍କ ସଂରକ୍ଷଣ, ଭାରତର ଇତିହାସ ରାଷ୍ଟ୍ରର ନିର୍ମାଣ କ୍ଷେତ୍ରରେ ଏକ ପ୍ରମୁଖ ଦିଗ ।

“ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ବ୍ରିଟିଶ ଶାସନ ସମୟରେ ଲେଖା ଯାଇଥିବା ଭାରତର ଇତିହାସ ଏହାର ଅନେକ ମହତ୍ୱପୂର୍ଣ୍ଣ ଦିଗକୁ ଛାଡି ଦେଇଥିଲା । ମୁଁ 1903ରେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ୱାରା ଲେଖାଯାଇଥିବା ବିଷୟକୁ ଉଦ୍ଧୃତ କରିବାକୁ ଚାହିଁବି – “ଭାରତର ଇତିହାସ ତାହା ନୁହେଁ ଯାହାକୁ ପଢି ଆମେ ପରୀକ୍ଷା ପାଇଁ ମନେ ରଖୁ । ଏହା କେବଳ ସେହି ବିଷୟରେ କହିଥାଏ ଯେ ବାହାର ଲୋକମାନେ କିଭଳି ଆମ ଉପରେ ବିଜୟ ହାସଲ କଲେ, ସନ୍ତାନମାନେ ସେମାନଙ୍କ ପିତାଙ୍କୁ ମାରିବାକୁ ଚେଷ୍ଟା କରିଥିଲେ ଏବଂ କିପରି ଭାଇମାନଙ୍କ ମଧ୍ୟରେ କ୍ଷମତା ପାଇଁ ଲଢ଼େଇ ହୋଇଥିଲା । ଭାରତୀୟ ନାଗରିକଙ୍କ ସମ୍ପର୍କରେ ଓ ସେମାନେ କିଭଳି ଭାବେ ବଂଚୁଥିଲେ ତାହା ଏପ୍ରକାରର ଇତିହାସରେ ନଥାଏ । ଏଥିରେ ସେମାନଙ୍କୁ କୌଣସି ପ୍ରକାରର ଗୁରୁତ୍ୱ ପ୍ରଦାନ କରାଯାଇ ନାହିଁ” ।

ଗୁରୁଦେବ ମଧ୍ୟ କହିଥିଲେ ଯେ, “ଝଡର ଶକ୍ତି ଯାହା ହେଇଥାଉ ନା କାହିଁକି, ଅଧିକ ମହତ୍ୱପୂର୍ଣ୍ଣ ହେଉଛି ଯେଉଁ ଲୋକମାନେ ଏହାର ସମ୍ମୁଖୀନ ହୁଅନ୍ତି, ସେମାନେ କିପରି ଭାବେ ଏହାର ମୁକାବିଲା କରୁଛନ୍ତି” ।

ବନ୍ଧୁଗଣ, ଗୁରୁଦେବଙ୍କ ଏହି ଉଦ୍ଧୃତି ସ୍ମରଣ କରାଇଥାଏ ଯେ ସେହି ଐତିହାସିକମାନେ ଝଡକୁ କେବଳ ବାହାରୁ ଦେଖିଛନ୍ତି । ସେମାନେ ସେହି ଲୋକମାନଙ୍କ ଘର ଭିତରକୁ ଯାଇନାହାନ୍ତି ଯେଉଁମାନେ ଝଡର ସାମନା କରୁଥିଲେ । ଯେଉଁମାନେ ଏହାକୁ ବାହାରୁ ଦେଖନ୍ତି ସେମାନେ ବୁଝିପାରିନଥାନ୍ତି ଯେ ସେ ସମୟରେ ସେହି ଲୋକମାନେ ଏହାର ମୁକାବିଲା କିପରି ଭାବେ କରୁଥିଲେ । ଦେଶର ଏହିପରି ଅନେକ ବିଷୟକୁ ସେହି ଐତିହାସିକମାନେ ଛାଡି ଦେଇଥିଲେ, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସେ କହିଥିଲେ ଯେ, ଅସ୍ଥିରତା ଓ ଯୁଦ୍ଧର ସେହି ସମୟରେ, ଯେଉଁମାନେ ଦେଶର ଅନ୍ତରାତ୍ମାକୁ ଧରି ରଖିଥିଲେ, ଯେଉଁମାନେ ଆମର ମହାନ ପରମ୍ପରାକୁ ଆଗାମୀ ପିଢ଼ି ପାଖରେ ପହଁଚାଉ ଥିଲେ । ଏହା ଆମର କଳା, ଆମ ସାହିତ୍ୟ, ଆମ ସଂଗୀତ, ଆମ ସନ୍ଥ ଓ ଭିକ୍ଷୁମାନଙ୍କ ଦ୍ୱାରା କରାଯାଇଥିଲା ।

ଭାରତୀୟ ପରମ୍ପରା ଓ ସଂସ୍କୃତିର ପ୍ରସାର

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ସମସ୍ତ କୋଣରେ ବିଭିନ୍ନ ପ୍ରକାରର କଳା ଓ ସଂଗୀତର ସ୍ଵତନ୍ତ୍ର ପରମ୍ପରା ଦେଖାଯାଇ ଥାଏ । ଏହିପରି ଭାବେ ଭାରତର ସମସ୍ତ କ୍ଷେତ୍ରରେ ବୁଦ୍ଧିଜୀବୀ ଓ ସନ୍ଥମାନଙ୍କର ପ୍ରଭାବ ମଧ୍ୟ ଦେଖାଯାଇଥାଏ । ଏହି ବ୍ୟକ୍ତିମାନେ, ସେମାନଙ୍କ ବିଚାର, କଳା ଓ ସାହିତ୍ୟର ବିଭିନ୍ନ ରୂପ ଇତିହାସକୁ ସମୃଦ୍ଧ କରିଛି । ଇତିହାସର ଏହି ମହାପୁରୁଷମାନେ ଭାରତ ଇତିହାସର କେତେକ ବୃହତ ସାମାଜିକ ସୁଧାରର ନେତୃତ୍ୱ ନେଇଛନ୍ତି । ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଏବେ ବି ଆମକୁ ଅନୁପ୍ରାଣିତ କରୁଛି ।

ଭାରତୀୟ ପରମ୍ପରା ଓ ସଂସ୍କୃତିର ପ୍ରସାର

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ସମସ୍ତ କୋଣରେ ବିଭିନ୍ନ ପ୍ରକାରର କଳା ଓ ସଂଗୀତର ସ୍ଵତନ୍ତ୍ର ପରମ୍ପରା ଦେଖାଯାଇ ଥାଏ । ଏହିପରି ଭାବେ ଭାରତର ସମସ୍ତ କ୍ଷେତ୍ରରେ ବୁଦ୍ଧିଜୀବୀ ଓ ସନ୍ଥମାନଙ୍କର ପ୍ରଭାବ ମଧ୍ୟ ଦେଖାଯାଇଥାଏ । ଏହି ବ୍ୟକ୍ତିମାନେ, ସେମାନଙ୍କ ବିଚାର, କଳା ଓ ସାହିତ୍ୟର ବିଭିନ୍ନ ରୂପ ଇତିହାସକୁ ସମୃଦ୍ଧ କରିଛି । ଇତିହାସର ଏହି ମହାପୁରୁଷମାନେ ଭାରତ ଇତିହାସର କେତେକ ବୃହତ ସାମାଜିକ ସୁଧାରର ନେତୃତ୍ୱ ନେଇଛନ୍ତି । ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ଏବେ ବି ଆମକୁ ଅନୁପ୍ରାଣିତ କରୁଛି ।

ସେ ଆହୁରି କହିଥିଲେ ଯେ, ଭକ୍ତି ଆନ୍ଦୋଳନକୁ ଅନେକ ସମାଜ ସୁଧାରକମାନଙ୍କ ଗୀତ ଓ ବିଚାର ସମୃଦ୍ଧ କରିଛି । ସନ୍ଥ କବୀର, ତୁଳସୀଦାସ ଏବଂ ଆହୁରି ଅନେକ ବ୍ୟକ୍ତି ସମାଜକୁ ଜାଗ୍ରତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ, “ସ୍ୱାମୀ ବିବେକାନନ୍ଦ ମିସିଗାନ ବିଶ୍ୱବିଦ୍ୟାଳୟରେ ଯାହା କହିଥିଲେ ତାହା ଆମକୁ ସ୍ମରଣ ରଖିବା ଆବଶ୍ୟକ-‘ବର୍ତ୍ତମାନର ଶତାବ୍ଦୀ ଆପଣ ମାନଙ୍କର ହୋଇପାରେ, ମାତ୍ର ଏକବିଂଶ ଶତାବ୍ଦୀ ଭାରତର ହେବ ।’ ତାଙ୍କର ପରିକଳ୍ପନାକୁ ପୂର୍ଣ୍ଣ କରିବା ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡିବ ।

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways takes up 764 km of new lines to boost connectivity in Bihar’s Seemanchal region

Media Coverage

Indian Railways takes up 764 km of new lines to boost connectivity in Bihar’s Seemanchal region
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 07, 2026
August 07, 2026

Viksit Bharat Accelerating: 4x Data Centres, Record EV Sales, Ethanol Validation & Northeast Connectivity Under PM Modi’s Watch