India & Portugal have built modern bilateral partnership on the foundation of a shared historical connect: PM
Our partnership is also strengthened by a strong convergence on global issues, including at the United Nations: PM
Expansion and deepening of trade, investment and business partnerships between India-Portugal is our shared priority: PM
Partnership being forged between Start-up Portugal and Start-up India will help us in our mutual quest to innovate and progress: PM
PM Modi thanks PM Antonio Costa of Portugal for consistent support for India’s permanent membership of the UN Security Council

 

ମହାମହିମ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା,

ବିଶିଷ୍ଟ ପ୍ରତିନିଧିବୃନ୍ଦ

ଗଣମାଧ୍ୟମର ସଦସ୍ୟ

ବନ୍ଧୁଗଣ, ସମସ୍ତଙ୍କୁ ଶୁଭ ସନ୍ଧ୍ୟା

ମହାମହିମ, ଆପଣ ଓ ଆପଣଙ୍କ ପ୍ରତିନିଧିଦଳକୁ ଭାରତରେ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ଏହା ଅବଶ୍ୟ ଭାରତକୁ ଆପଣଙ୍କ ପ୍ରଥମ ସରକାରୀ ଗସ୍ତ । କିନ୍ତୁ ଆପଣ ଭାରତ ପାଇଁ ଅଜଣା ନୁହଁନ୍ତି କିମ୍ବା ଭାରତ ମଧ୍ୟ ଆପଣଙ୍କ ପ୍ରତି ଅପରିଚିତ ନୁହେଁ । ଏହି ଶୀତୁଆ ସନ୍ଧ୍ୟାରେ ଆପଣଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇବା ଅବସରରେ ଆହୁରି ମଧ୍ୟ କହିବାକୁ ଚାହୁଁଛି କି ‘ପୁନଃ ସ୍ୱାଗତ’ । ବାଙ୍ଗାଲୁରୁରେ ପ୍ରବାସୀ ଭାରତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ଆମର ନିମନ୍ତ୍ରଣ ରକ୍ଷା କରିଥିବାରୁ ଆମେ ଗୌରବାନ୍ୱିତ ଅନୁଭବ କରୁଛୁ । ଜଣେ ପ୍ରତିଷ୍ଠିତ ନେତା ଭାବେ ଆପଣଙ୍କ ଉଲ୍ଲେଖନୀୟ ସଫଳତାକୁ ଆସନ୍ତାକାଲି ଆମେ ପାଳନ କରିବାର ସୁଯୋଗ ପାଇବୁ, ଯାହାଙ୍କ ପରିବାରର ମୂଳଦୂଆ ଭାରତ ସହ ଜଡ଼ିତ । ଆପଣଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ପର୍ତ୍ତୁଗାଲ ଅନେକ ସଫଳତା ହାସଲ କରିଥିବା ଯୋଗୁ ମୁଁ ଅଭିନନ୍ଦନ ଜଣାଉଛି । ଆପଣଙ୍କ ନେତୃତ୍ୱରେ ପର୍ତ୍ତୁଗୀଜ ଅର୍ଥ ବ୍ୟବସ୍ଥା ସ୍ଥିର ଓ ସଠିକ୍ ଦିଗରେ ଗତି କରୁଛି ।

ବନ୍ଧୁଗଣ,

ଭାରତ ଓ ପର୍ତ୍ତୁଗାଲ ନିଜର ଐତିହାସିକ ମୂଳଦୁଆ କାରଣରୁ ଏକ ଆଧୁନିକ ଦ୍ୱିପାକ୍ଷିକ ସହଯୋଗୀ ହୋଇପାରିଛନ୍ତି । ଜାତିସଂଘ ସମେତ ଆନ୍ତର୍ଜାତିକ ପ୍ରସଙ୍ଗରେ ଦୃଢ଼ ଏକାଭିମୁଖିତା ଯୋଗୁ ଆମର ଭାଗିଦାରୀ ସୁଦୃଢ଼ ହୋଇଛି । ପ୍ରଧାନମନ୍ତ୍ରୀ କୋଷ୍ଟାଙ୍କ ସହ ଆଜି ମୋର ବିସ୍ତୃତ ଆଲୋଚନା ବେଳେ ଭାରତ-ପର୍ତ୍ତୁଗୀଜ ସମ୍ପର୍କର ଆମେ ବିଭିନ୍ନ କ୍ଷେତ୍ରର ସମୀକ୍ଷା କରିଥିଲୁ । ଆମର ଭାଗିଦାରୀରେ ଅର୍ଥବ୍ୟବସ୍ଥାର ସମ୍ଭାବନାର ସୁଯୋଗକୁ ଖୋଜିବା ପାଇଁ ଦୁଇ ଦେଶ ନିଶ୍ଚିତ ଭାବେ ଫଳାଫଳକେନ୍ଦ୍ରିତ ଆଭିମୁଖ୍ୟ ଉପରେ ଧ୍ୟାନ ଦେବାକୁ ସହମତ ହୋଇଛନ୍ତି । ଆମ ଭାଗିଦାରୀର ସଂକଳ୍ପକୁ ଦର୍ଶାଇବାକୁ ଆଜି ସ୍ୱାକ୍ଷର ହୋଇଥିବା ବୁଝାମଣା କେବଳ ଏହାର ଗୋଟିଏ ସଙ୍କେତ ।

ବନ୍ଧୁଗଣ

ଆମ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ ଓ କାରବାରର ଭାଗିଦାରୀକୁ ବ୍ୟାପକ ତଥା ନିବିଡ଼ କରିବା ପାଇଁ ପ୍ରାଥମିକତା ଦେବାକୁ ଦୁଇ ଦେଶ ସହମତ ହୋଇଛନ୍ତି । ଭିତ୍ତିଭୂମି, ଆବର୍ଜନା ଓ ଜଳ ପରିଚାଳନା, ସୌର ଓ ପବନ ଶକ୍ତି, ଉଦ୍ଭାବନ କ୍ଷେତ୍ରରେ ଦୁଇ ଅର୍ଥ ବ୍ୟବସ୍ଥା ମଧ୍ୟରେ ସୁଦୃଢ଼ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ପାଇଁ ପୂର୍ଣ୍ଣ ସୁଯୋଗ ରହିଛି । ଆମ ସାମ୍ପ୍ରତିକ ଅର୍ଥ ବ୍ୟବସ୍ଥା ପାଇଁ ଷ୍ଟାର୍ଟ-ଅପ୍ ଗଠନ କରିବାର ଅନୁଭବ ଆମ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମର ସବୁଠୁ ରୋମାଞ୍ଚକର କ୍ଷେତ୍ର । ଏହା ଆମର ଯୁବ ଉଦ୍ୟୋଗୀଙ୍କ ମଧ୍ୟରେ ଭାଗିଦାରୀ ଗଠନ ପାଇଁ ଅପୂର୍ବ ସୁଯୋଗ ପ୍ରଦାନ କରୁଛି ଯାହା ଆମ ଉଭୟ ସମାଜ ପାଇଁ ମୂଲ୍ୟବୋଧ ଓ ସମ୍ବଳ ସୃଷ୍ଟି କରିବ । ମୁଁ ନିଶ୍ଚିତ ଯେ ଷ୍ଟାର୍ଟ-ଅପ୍ ପର୍ତ୍ତୁଗୀଜ ଓ ଷ୍ଟାର୍ଟ-ଅପ୍ ଇଣ୍ଡିଆ ମଧ୍ୟରେ ଆରମ୍ଭ ହୋଇଥିବା ଭାଗିଦାରୀ ମାଧ୍ୟମରେ ଉଦ୍ଭାବନ ଓ ପ୍ରଗତି ପାଇଁ ଆମର ପାରସ୍ପରିକ ଅନ୍ୱେଷଣ ସହାୟକ ହେବ । ପ୍ରଧାନମନ୍ତ୍ରୀ କୋଷ୍ଟା ଓ ମୁଁ ମଧ୍ୟ ନିରାପତ୍ତା ଓ ରକ୍ଷା କ୍ଷେତ୍ରରେ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ସହମତ ହୋଇଛୁ । ରକ୍ଷା ସହଯୋଗ ପାଇଁ ଆଜି ସ୍ୱାକ୍ଷରିତ ହୋଇଥିବା ବୁଝାମଣା ଦ୍ୱାରା ଏ କ୍ଷେତ୍ରରେ ଆମର ପାରସ୍ପରିକ ହିତକୁ ସୁଦୃଢ଼ ଓ ସମୃଦ୍ଧ କରିବ । କ୍ରୀଡ଼ା ହେଉଛି ଅନ୍ୟ ଏକ କ୍ଷେତ୍ର ଯାହା ଆମର ଦ୍ୱିପାକ୍ଷିକ ସମ୍ପର୍କରେ ଆଉ ଏକ ପ୍ରତିଶ୍ରୁତି । ଆମେ ଜାଣିଛୁ, ମହାମହିମ ଆପଣ ହେଉଛନ୍ତି ଜଣେ ଦୃଢ଼ ଫୁଟବଲ ପ୍ରଶଂସକ । ଫୁଟବଲ ଖେଳରେ ପର୍ତ୍ତୁଗାଲର ସାମର୍ଥ୍ୟ ଓ ଭାରତରେ ଏହି କ୍ରୀଡ଼ାର ଦ୍ରୁତ ବିକାଶ ଯୋଗୁ ଏହା କ୍ରୀଡ଼ା କ୍ଷେତ୍ରରେ ସମ୍ଭାବନାମୟ ଭାଗିଦାରୀ ଗଠନ କରିପାରିବ ।

ବନ୍ଧୁଗଣ

ଭାରତ ଓ ପର୍ତ୍ତୁଗାଲ ଅନେକ ଆନ୍ତର୍ଜାତିକ ପ୍ରସଙ୍ଗରେ ସମାନ ମତ ଉପସ୍ଥାପନ କରିଛନ୍ତି । ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ପାଇଁ ନିରନ୍ତର ସମର୍ଥନ ଦେଉଥିବାରୁ ପ୍ରଧାନମନ୍ତ୍ରୀ କୋଷ୍ଟାଙ୍କୁ ଧନ୍ୟବାଦ ଦେଉଛି । ମିସାଇଲ୍ ଟେକ୍ନୋଲୋଜି କଂଟ୍ରୋଲ ରେଜିମ୍ ରେ ଭାରତର ସଦସ୍ୟତା ଓ ନ୍ୟୁକ୍ଲିୟର ସପ୍ଲାଏର୍ସ ଗ୍ରୁପ୍ ରେ ଭାରତର ସଦସ୍ୟତା ନିମନ୍ତେ ପର୍ତ୍ତୁଗାଲ ଦେଇଥିବା ସମର୍ଥନ ପାଇଁ ଆମେ କୃତଜ୍ଞ । ଦ୍ରୁତ ଗତିରେ ଓ ବ୍ୟାପକ ଭାବେ ବୃଦ୍ଧି ପାଉଥିବା ହିଂସା ଓ ଆତଙ୍କର ବିପଦ ବିରୋଧରେ ବିଶ୍ୱ ସମୁଦାୟ ଦ୍ୱାରା ଦୃଢ଼ ଓ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପ୍ରସଙ୍ଗରେ ଆମେ ଆଲୋଚନା କରିଛୁ ।

ମହାମହିମ,

ଭାରତ ଓ ପର୍ତ୍ତୁଗାଲରେ ଏକ ସମାନ ସାଂସ୍କୃତିକ କାନଭାସ୍ ରହିଛି । ଗୋଆ ଓ ଭାରତ-ପର୍ତ୍ତୁଗୀଜ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଆପଣଙ୍କ ପିତା ଓର୍ଲାଁ କୋଷ୍ଟାଙ୍କ ଅବଦାନକୁ ଆମେ ଗଭୀର ଭାବେ ପ୍ରଶଂସା କରୁଛୁ । ଆଜି ଆମେ ଦୁଇଟି ନୃତ୍ୟକୁ ସ୍ମାରକ ଡାକଟିକେଟ୍ ମାଧ୍ୟମରେ ଉନ୍ମୋଚନ କରିଛୁ । ଏହି ଦୁଇ ନୃତ୍ୟରେ ଗୋଟିଏ ପର୍ତ୍ତୁଗୀଜ ଓ ଅନ୍ୟଟି ଭାରତୀୟ । ଯାହା ଆମର ସାଂସ୍କୃତିକ ସମାନତାର ଅଦ୍ଭୂତ ଉଦାହରଣ ।

ମହାମହିମ

ଆଗାମୀ କିଛିଦିନ ପାଇଁ ଭାରତରେ ଆପଣଙ୍କ ଗସ୍ତ ଓ କାର୍ଯ୍ୟକ୍ରମର ଆକର୍ଷଣୀୟ ଏଜେଣ୍ଡା ରହିଛି । ମୁଁ ଆଶା କରୁଛି ଆପଣ ଓ ଆପଣଙ୍କ ପ୍ରତିନିଧି ଦଳର ବାଙ୍ଗାଲୁରୁ, ଗୁଜରାଟ ଓ ଗୋଆରେ ରହଣୀ ଅନୁଭୂତି ଅତ୍ୟନ୍ତ ଭଲ ରହିବ । ବିଶେଷକରି ଗୋଆକୁ ସ୍ମରଣୀୟ ଗସ୍ତ ଦ୍ୱାରା ନିଜର ପୂର୍ବଜଙ୍କ ସହ ପୁଣି ଯୋଡ଼ି ହୋଇପାରିବେ ବୋଲି ଆଶା କରୁଛି ।

ଧନ୍ୟବାଦ,

ବହୁତ ବହୁତ ଧନ୍ୟବାଦ

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Shortcuts will cut you short’: PM Modi’s message for youngsters at former President Kovind’s autobiography launch

Media Coverage

‘Shortcuts will cut you short’: PM Modi’s message for youngsters at former President Kovind’s autobiography launch
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 13, 2026
August 13, 2026

Aatmanirbhar in Motion: Solar Homes, Made-in-India Containers, Record Exports & a Rising Global Footprint Under the Leadership of PM Modi