ASEAN is central to India's 'Act East' policy: PM Modi
Our engagement is driven by common priorities, bringing peace, stability and prosperity in the region: PM at ASEAN
Enhancing connectivity central to India's partnership with ASEAN: PM Modi
Export of terror, growing radicalisation pose threat to our region: PM Modi at ASEAN summit

ମହାମହିମ ପ୍ରଧାନମନ୍ତ୍ରୀ ଥଙ୍ଗଲୌନ ଶିଶୋଲିଥ,

ଅନ୍ୟ ମହାନୁଭବମାନେ,

ଏହା ମୋର ତୃତୀୟ ଭାରତ-ଆସିଆନ ଶିଖର ବୈଠକ । ଗତ କିଛି ବର୍ଷ ହେଲା ଆସିଆନ ରାଷ୍ଟ୍ରଗୋଷ୍ଠୀ ସହ ଭାରତର କ୍ରମବର୍ଦ୍ଧିଷ୍ଣୁ ବନ୍ଧୁତା ଏବଂ ଏହାକୁ ଆଗକୁ ନେବାରେ ଆମର ପ୍ରୟାସ ହେତୁ ମୁଁ ବହୁତ ଆନନ୍ଦିତ । ଆମ୍ଭମାନଙ୍କୁ ଭବ୍ୟ ସ୍ଵାଗତ ଓ ଆତିଥ୍ୟ ପ୍ରଦାନ ସହ ଏତେ ସୁନ୍ଦର ଆୟୋଜନ କରିଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ।

ଭିଏଣ୍ଟିଆନେ ଏକ ସୁନ୍ଦର ଓ ଆକର୍ଷଣୀୟ ଐତିହ୍ୟ ନଗରୀ ଯାହାରକି ଭାରତ ସହିତ ଐତିହାସିକ ଓ ଗଭୀର ସାଂସ୍କୃତିକ ସମ୍ବନ୍ଧ ରହିଛି । ଆସିଆନ-ଭାରତ ସମ୍ବନ୍ଧକୁ ରାଷ୍ଟ୍ର ସଂଯୋଜକ ଭାବେ ଉତ୍ତମ ନେତୃତ୍ଵ ଦେବାରେ ଭିଏତନାମର ଭୂମିକାକୁ ମୁଁ ପ୍ରଶଂସା କରୁଛି ।

ମହାନୁଭବ,

ଆସିଆନ ରାଷ୍ଟ୍ରଗୋଷ୍ଠୀ ସହ ଭାରତର ଯୋଗସୂତ୍ର ଏବଂ ସମ୍ବନ୍ଧ କେବଳ ସଭ୍ୟତାଗତ ଐତିହ୍ୟ ଉପରେ ପର୍ଯ୍ୟବସିତ ନୁହେଁ । ଏହି ଅଞ୍ଚଳରେ ଶାନ୍ତି, ସମୃଦ୍ଧି, ସ୍ଥିରତା ଆଣିବା ଏବଂ ଆମ୍ଭମାନଙ୍କ ସମାଜକୁ ସୁରକ୍ଷିତ ରଖିବା ଦିଗରେ ଆମର ମିଳିତ ରଣନୀତିକ ପ୍ରାଥମିକତା ସମସ୍ତଙ୍କୁ ଏକାଠି କରିପାରିଛି । ଭାରତର ପ୍ରାଚ୍ୟମୁଖୀ ନୀତି (Act East Policy)ର କେନ୍ଦ୍ରବିନ୍ଦୁ ହେଉଛି ଆସିଆନ । ଏଣୁ ଏହି ଅଞ୍ଚଳରେ ସୁସଙ୍ଗତି ଓ ଶକ୍ତି ଭାରସାମ୍ୟ ପ୍ରତିଷ୍ଠା ଦିଗରେ ଆମର ସମ୍ପର୍କ ଉତ୍ସ ସଦୃଶ୍ୟ ।

ମହାନୁଭବ,

ଭାରତ-ଆସିଆନ ରଣନୀତିକ ଭାଗିଦାରୀତାର ତିନୋଟି ପ୍ରମୁଖ ଉପାଦାନ ହେଲା – ସୁରକ୍ଷା, ଆର୍ଥିକ ଓ ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ । ଆମର ରଣନୀତିକ ଭାଗିଦାରୀତାର ଉଦ୍ଦେଶ୍ୟ ପୂରଣ ଦିଗରେ 2016-2020 ଅବଧି ପାଇଁ ପ୍ରସ୍ତୁତ ଆସିଆନ-ଭାରତ କାର୍ଯ୍ୟ।ନ୍ଵୟନ ଯୋଜନା ଉପକାରସିଦ୍ଧ ହୋଇଛି । ଏହି ଯୋଜନାର ଅଂଶସ୍ଵରୂପ 130 ଟି କାର୍ଯ୍ୟକ୍ରମ ମଧ୍ୟରୁ 54 ଟି କୁ ଆମେ ରୂପାୟନ କରିସାରିଛୁ ।

ମହାନୁଭବ,

ଆସିଆନ ରାଷ୍ଟ୍ରଗୋଷ୍ଠୀ ସହ ଭାରତର ରଣନୀତିକ ଭାଗିଦାରୀତାର କେନ୍ଦ୍ରବିନ୍ଦୁରେ ରହିଛି ପରିବର୍ଦ୍ଧିତ ସାମଗ୍ରିକ ସଂଯୋଗୀକରଣ ଯାହାକି ଭୌତିକ, ଡିଜିଟାଲ, ଆର୍ଥିକ, ପ୍ରତିଷ୍ଠାନଗତ ଓ ସାଂସ୍କୃତିକ ସଂଯୋଗକୁ ଦର୍ଶାଇଥାଏ । ଆମର ଆର୍ଥିକ ସଫଳତା ଏବଂ ସାଧାରଣ ବିକାଶ ଅନୁଭୂତିକୁ ଆସିଆନ ଗୋଷ୍ଠୀ ବିଶେଷକରି CLMV ରାଷ୍ଟ୍ରମାନଙ୍କ ସହ ସଂଯୋଜିତ କରିବାର ଆଗ୍ରହ ପରସ୍ପର ମଧ୍ୟରେ ସମ୍ବନ୍ଧକୁ ଆହୁରି ଦୃଢୀଭୂତ କରୁଛି ।

ମହାନୁଭବ,

ସାମ୍ପ୍ରତିକ ବର୍ଦ୍ଧିତ ପାରମ୍ପରିକ ଓ ଅଣ-ପାରମ୍ପରିକ ଆହ୍ଵାନର ପ୍ରେକ୍ଷାପଟରେ ରାଜନୈତିକ-ସୁରକ୍ଷାଗତ ସହଯୋଗ ଆମର ସମ୍ପର୍କର ସୁଦୃଢ ସ୍ତମ୍ଭ ରୂପେ ଉଭା ହୋଇଛି । ଆତଙ୍କବାଦର କ୍ରମ ପ୍ରସାର, ଘୃଣା ପରିପୂର୍ଣ୍ଣ ମୌଳବାଦ ଆଦର୍ଶର ବିସ୍ତାର ଏବଂ କ୍ରମବର୍ଦ୍ଧିଷ୍ଣୁ ହିଂସା ଆମ ସମାଜ ପ୍ରତି ସୃଷ୍ଟି ହୋଇଥିବା ଏକ ବ୍ୟାପକ ସୁରକ୍ଷାତ୍ମକ ବିପଦକୁ ଦୃଶ୍ୟମାନ କରାଉଛି । ବିପଦ ଏକକାଳୀନ ସ୍ଥାନୀୟ, ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ସ୍ତରର । ତେବେ ଏହି ବିପଦ ପ୍ରତି ଆମର ଉଚିତ ଜବାବ ହେଉଛି ଆସିଆନ ସହିତ ଆମ ସମ୍ପର୍କର ଉତ୍ତମ ସଂଯୋଜନା, ସହଯୋଗ ଏବଂ ବିଭିନ୍ନ ସ୍ତରରେ ଅନୁଭୂତିର ଆଦାନ-ପ୍ରଦାନ ।

ମହାନୁଭବ,

ଆସନ୍ତା ବର୍ଷ ହେଉଛି ଆମ ସମ୍ବନ୍ଧର ଏକ ଐତିହାସିକ ମାଇଲଖୁଣ୍ଟ । ଆଲୋଚନା ଭାଗିଦାରୀତାର 25 ବର୍ଷ, ଶିଖର ବୈଠକ ସ୍ତରର କଥାବାର୍ତ୍ତାକୁ 15 ବର୍ଷ ଏବଂ ରଣନୀତିକ ଭାଗିଦାରୀତାର 5 ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି ।

2017ରେ ଅନୁଷ୍ଠିତ ହେବାକୁ ଥିବା ଆସିଆନ-ଭାରତ ବିଦେଶ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଏହି ଐତିହାସିକ ଉତ୍ସବ ଆରମ୍ଭ କରାଯିବ । ଆମେ ଆମର ମିଳିତ ମୂଲ୍ୟବୋଧ ଏବଂ ଭାଗ୍ୟ ଉପରେ ଆଧାରିତ ଏକ ସ୍ମାରକୀ ଶିଖର ବୈଠକ ଆୟୋଜନ ପାଇଁ ମନସ୍ଥ କରିଛୁ । କେବଳ ସେତିକି ନୁହଁ – ଏକ ବ୍ୟବସାୟୀକ ଶିଖର ବୈଠକ, CEO ମଞ୍ଚ, ମୋଟର ରାଲି, ନୌଯାତ୍ରା ଏବଂ ସାଂସ୍କୃତିକ ମହୋତ୍ସବ ଆୟୋଜନର ମଧ୍ୟ ପରିକଳ୍ପନା କରାଯାଇଛି । ଏହି ସ୍ମାରକୀ ଉତ୍ସବକୁ ସଫଳ କରିବା ପାଇଁ ମୁଁ ଆପଣମାନଙ୍କ ସହଯୋଗକୁ ଉତ୍କଣ୍ଠାର ସହ ଅପେକ୍ଷା କରିବି ।

ଧନ୍ୟବାଦ,

ଆପଣମାନଙ୍କୁ ବିଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India among Asia's fastest-growing green economies with $110 billion revenue in 2025: LSEG

Media Coverage

India among Asia's fastest-growing green economies with $110 billion revenue in 2025: LSEG
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Abelardo de la Espriella on his victory in the Colombian presidential elections
June 26, 2026

Prime Minister Shri Narendra Modi congratulated Abelardo de la Espriella on his victory in the Colombian presidential elections.

The Prime Minister noted that India deeply values its close friendship with Colombia which continues to grow in all areas. “I convey my best wishes for a successful tenure and look forward to working together to further deepen our bilateral relations in the years ahead”, Shri Modi added.

Shri Modi posted on X;

Heartiest congratulations, Abelardo de la Espriella, on your victory in the Colombian presidential elections.

India values its close friendship with Colombia which continues to grow in all areas. I convey my best wishes for a successful tenure and look forward to working together to further deepen our bilateral relations in the years ahead.

@ABDELAESPRIELLA