PM Modi flags off 'Run for Unity’

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଶ୍ରୀ ଏମ॰ଭେଙ୍କେୟା ନାଇଡୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ନୂଆଦିଲ୍ଲୀର ପଟେଲ ଚୌକଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

ପରେ ପ୍ରଧାନମନ୍ତ୍ରୀ ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡ଼ିୟମରେ ପତାକା ଦେଖାଇ ‘ଏକତା ଦୌଡ’ର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ, ବିଶେଷ କରି ଦେଶର ଏକତ୍ରୀକରଣ କ୍ଷେତ୍ରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଯୋଗଦାନ ବିଷୟରେ ସ୍ମରଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ କହିଥିଲେ ଯେ ଭାରତର ଯୁବ ସମାଜ ସର୍ଦ୍ଦାର ପଟେଲଙ୍କୁ ଏବଂ ଦେଶ ଗଠନରେ ତାଙ୍କର ଯୋଗଦାନକୁ ସବୁବେଳେ ସ୍ମରଣ ଓ ସମ୍ମାନିତ କରି ଆସିଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଏହାର ବିବିଧତା ପାଇଁ ଗର୍ବିତ ଏବଂ ‘ଏକତା ପାଇଁ ଦୌଡ’ ଭଳି ଅବସର ଏହି ଗରିମା ଏବଂ ଏକତ୍ୱର ଭାବନାକୁ ଆହୁରି ଦୃଢ଼ୀଭୁତ କରିଥାଏ ।

ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏହି ଅବସରରେ ସ୍ମରଣ କରିଥିଲେ, ଯାହାଙ୍କ ପୁଣ୍ୟତିଥି ମଧ୍ୟ ଆଜି ପାଳନ କରାଯାଉଛି ।

ଏକତା ଦୌଡର ଅଂଶଗ୍ରହଣକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଶପଥ ପାଠ କରାଇଥିଲେ ।

  

Click here to read full text of speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi inaugurates Northeast’s first Emergency Landing Facility in Moran. Why it matters?

Media Coverage

PM Modi inaugurates Northeast’s first Emergency Landing Facility in Moran. Why it matters?
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 15, 2026
February 15, 2026

Visionary Leadership in Action: From AI Global Leadership to Life-Saving Reforms Under PM Modi