ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 15 ରେ ଐତିହାସିକ ଲାଲକିଲ୍ଲାର ପ୍ରାଚୀର ଉପରୁ 72ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରଦାନ କରିଥିବା ଅଭିଭାଷଣର ମୁଖ୍ୟାଂଶ –

• ଆଜି ଦେଶ ସଂପୂର୍ଣ୍ଣ ରୂପେ ଆତ୍ମନିର୍ଭରଶୀଳ ହୋଇପାରିଛି । ରାଷ୍ଟ୍ର ଏବେ ନୂତନ ଶୀର୍ଷ ଆରୋହଣ ପାଇଁ ପ୍ରୟାସୀ ଏବଂ ଏହି ଶୀର୍ଷ ସୋପାନ ହାସଲ କରିବା ସକାଶେ କଠିନ ଶ୍ରମ ସ୍ୱୀକାର କରୁଛି ।

• ଆମେ ଆଜି ସ୍ୱାଧୀନତାର ଉତ୍ସବ ପାଳନ କରୁଛୁ ଯେତେବେଳେ ଆମର ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମଣିପୁର, ତେଲଙ୍ଗାନା ଓ ଆନ୍ଧ୍ର ପ୍ରଦେଶର କନ୍ୟାମାନେ ସାତ ସମୁଦ୍ରକୁ ପ୍ରଦକ୍ଷିଣ କରି ସଫଳତାର ସହ ସ୍ୱଦେଶକୁ ଫେରିଆସିଛନ୍ତି । ସେମାନେ ଆମମାନଙ୍କ ନିକଟକୁ ପୁଣି ଲେଉଟି ଆସିଛନ୍ତି । ଏଥିସହ ସାତ ସମୁଦ୍ରରେ ତ୍ରିରଙ୍ଗା ଉଡ଼ାଇ ଏହାର ଜଳକୁ ରଙ୍ଗୀନ କରିପାରିଛନ୍ତି ।

• ଆମର ଜନଜାତି ବର୍ଗର ପିଲାମାନେ, ଯେଉଁମାନେ କି ବଣ ଜଙ୍ଗଲରେ ଦୂର ଦୂରାନ୍ତରେ ବସବାସ କରନ୍ତି, ସେମାନେ ତ୍ରିରଙ୍ଗାର ମହତ୍ୱକୁ ଗୌରବାନ୍ୱିତ କରିଛନ୍ତି ଏବଂ ଏଭରେଷ୍ଟ ଗିରିଶୃଙ୍ଗ ଉପରେ ତ୍ରିରଙ୍ଗା ଉଡ଼ାଇଛନ୍ତି ।

• ସେ ଜଣେ ଅନୁସୂଚୀତ ବର୍ଗର ହୋଇଥାନ୍ତୁ, ଅଥବା ଅନ୍ୟ କୌଣସି ବର୍ଗର, ତାଙ୍କୁ ଯଦି ଦଣ୍ଡିତ କରାଯାଇଥିବ ଅଥବା ଶୋଷଣ କରାଯାଇଥିବ କିମ୍ବା କୌଣସି ବ୍ୟକ୍ତି ଅଥବା ମହିଳା କେଉଁଥିରୁ ବଂଚିତ ହୋଇଥିବେ, ତେବେ ଆମର ସଂସଦ ସାମାଜିକ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରି ସେମାନଙ୍କର ସ୍ୱାର୍ଥ ରକ୍ଷା ସକାଶେ ସଦା ତତ୍ପର ରହିଛି ।

• ଓବିସି କମିଶନଙ୍କୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ଦାବି ବର୍ଷ ବର୍ଷ ଧରି କରାଯାଇ ଆସୁଥିଲା । ଚଳିତ ଥର ଆମ ସଂସଦ ପଛୁଆ ବର୍ଗଙ୍କ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ସକାଶେ ପ୍ରୟାସ କରିଛି । ତେଣୁ ପଛୁଆ ବର୍ଗର ଲୋକମାନଙ୍କୁ ସୁରକ୍ଷିତ ରଖିବା ଦିଗରେ ଓବିସି କମିଶନଙ୍କୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରାଯାଇଛି ।

• ମୁଁ ଦେଶର ଜନସାଧାରଣଙ୍କୁ ଆଶ୍ୱାସନା ସହ ଭରସା ଦେବାକୁ ଚାହେଁ ଯେ ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି ଏବଂ ଦେଶର ବିଭିନ୍ନ ଭାଗରେ ସଂଘଟିତ ପ୍ରଳୟଙ୍କରୀ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ ସକାଶେ ସଂପୂର୍ଣ୍ଣ ଉଦ୍ୟମ କରାଯାଉଛି । ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ହାର୍ଦ୍ଦିକ ସମବେଦନା ରହିଛି ।

• ଆସନ୍ତା ବର୍ଷ ଜାଲିଆନାୱାଲାବାଗ ଗଣହତ୍ୟାକୁ 100 ବର୍ଷ ପୁରିବ । ଦେଶର ସ୍ୱାଧୀନତା ପାଇଁ ସେଠାରେ ସାଧାରଣ ଜନତା ସେମାନଙ୍କର ପ୍ରାଣବଳି ଦେଇଥିଲେ ଏବଂ ଲୋକମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ସୀମା ଟପିଥିଲା । ଜାଲିଆନାୱାଲାବାଗ ଘଟଣା ଆମକୁ ଚରମ ବଳିଦାନ ପାଇଁ ପ୍ରେରଣା ଯୋଗାଏ ଏବଂ ଦେଶର ମହାନ ଯୋଦ୍ଧାମାନେ ସେହିଭଳି ବଳିଦାନ ଦେଇଥିଲେ । ମୁଁ ଆଜି ସେହି ମହାନ ଦେଶପ୍ରେମୀ ଯୋଦ୍ଧାମାନଙ୍କୁ ମୋର ହୃଦୟ କନ୍ଦରରୁ ନମସ୍କାର କରୁଛି ।

• ଭାରତ ଏବେ ବିଶ୍ୱର ଷଷ୍ଠ ବୃହତମ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । 

• ଆଜି ଦେଶବାସୀଙ୍କ ତରଫରୁ ମୁଁ ମୋର ହୃଦୟ କନ୍ଦରରୁ ସେହି ବୀର ସେନାନୀମାନଙ୍କୁ ପ୍ରଣାମ କରୁଛି । ଆମର ସୈନିକ, ଅର୍ଦ୍ଧସାମରିକ ବଳ, ପୁଲିସ ବଳ ଦେଶର ଜନସାଧାରଣଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବା ସକାଶେ ସେମାନଙ୍କର ଜୀବନ ବଳି ଦେଉଛନ୍ତି ଏବଂ ତାହା ପୁଣି ଅହୋରାତ୍ର ସଜାଗ ରହି । ସେମାନେ ଜାତୀୟ ପତାକାର ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସକାଶେ ଶତତ ବ୍ରତୀ ।

• ଦେଶ ସ୍ୱାଧୀନତା ଲାଭ କରିବା ପରେ, ଏକ ଅତି ଉଚ୍ଚକୋଟୀର ସମାବେଶୀ ସମ୍ବିଧାନ ରଚନା କରାଯାଇଥିଲା ଏବଂ ତାହାର ନେତୃତ୍ୱ ନେଇଥିଲେ ବାବା ସାହେବ ଆମ୍ବେଦକର । ଏହା ଏକ ନୂତନ ଭାରତ ନିର୍ମାଣ ସକାଶେ ସଂକଳ୍ପ ଗ୍ରହଣ କରିଥିଲା ।

• ଭାରତ ଏକ ଆତ୍ମନିର୍ଭରଶୀଳ, ସୁଦୃଢ଼ ଏବଂ ସଦାସର୍ବଦା ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଥିବା ଏକ ରାଷ୍ଟ୍ରରେ ପରିଣତ ହେବା ଜରୁରୀ ।  ଭାରତ ପାଇଁ କେବଳ ଏକ ପ୍ରତ୍ୟୟ ନୁହେଁ, ଆମେ ସଭିଏଁ ଆଶାକରୁ ଯେ ଭାରତ ବିଶ୍ୱର ସବୁଠାରୁ ସଫଳ ରାଷ୍ଟ୍ର ଭାବେ ମୁଣ୍ଡ ଟେକିବା ଆବଶ୍ୟକ । ଆମେ ସେହିଭଳି ଏକ ଭାରତ ଗଠନ କରିବାକୁ ସଂକଳ୍ପବଦ୍ଧ ।

• ଯେତେବେଳେ 125 କୋଟି ଭାରତବାସୀଙ୍କ ସ୍ୱପ୍ନ, କଠିନ ପରିଶ୍ରମ ଓ ଆଶା ଆକାଂକ୍ଷା ଏକତ୍ର ଭାବେ କାର୍ଯ୍ୟ କରିବ, ଏଭଳି ଲକ୍ଷ୍ୟ ହାସଲ କରିବାରେ କାହିଁକି ବା ସନ୍ଦେହ ରହିବ?

• 125 କୋଟି ଭାରତୀୟ କେବଳ 2014 ମସିହାରେ ଏକ ସରକାର ଗଠନ କରି ନିଶ୍ଚିନ୍ତ ମନରେ ରହିନାହାନ୍ତି । ବରଂ ସେମାନେ ନିରବଚ୍ଛିନ୍ନ ଭାବେ ଦେଶକୁ ସବୁଦୃଷ୍ଟିରୁ ଏକ ଉତ୍ତମ ରାଷ୍ଟ୍ରରେ ପରିଣତ କରିବାକୁ କାର୍ଯ୍ୟରତ । ଏହା ହେଉଛି ଭାରତର ଅସଲ ସାମର୍ଥ୍ୟ ।

• ଗତ ଚାରି ବର୍ଷ ମଧ୍ୟରେ ଯେତେସବୁ କାର୍ଯ୍ୟ ସଂପାଦନ ହୋଇଛି ତାହାର ଯଦି ଆପଣମାନେ ହିସାବ କରନ୍ତି, ତେବେ ଯେଉଁ ବେଗରେ ଆମେ ପ୍ରଗତି କରୁଛେ ଏବଂ ଯେଉଁଭଳି ଭାବେ ଆମେ ସଫଳତା ହାସଲ କରୁଛେ ତାହା ଆପଣମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିବ ।

• 2013 ମସିହା ବେଗରେ ଯଦି ଆମେମାନେ କାର୍ଯ୍ୟ କରିବା ଆରମ୍ଭ କରିଥାନ୍ତେ, ତେବେ ଆମକୁ ଏତିକି ସାଫଲ୍ୟ ହାସଲ କରିବା ଲାଗି ଗୋଟିଏ ଶତାବ୍ଦୀ ଲାଗିଯାଇଥାନ୍ତା । ଭାରତକୁ ଖୋଲା-ମଳତ୍ୟାଗମୁକ୍ତ ରାଷ୍ଟ୍ରରେ ପରିଣତ କରିବା ସକାଶେ କିମ୍ବା ଦେଶର ପ୍ରତ୍ୟେକ ଭାଗକୁ ବିଜୁଳି ଯୋଗାଣ ଅଥବା ଗ୍ରାମାଂଚଳ ଓ ସହରାଂଚଳର ପ୍ରତ୍ୟେକ ମହିଳାଙ୍କୁ ଏଲପିଜି ଯୋଗାଣ କଦାପି ସମ୍ଭବପର ହୋଇନଥାନ୍ତା । 2013 ମସିହା ଗତିରେ କାର୍ଯ୍ୟ କରିଥିଲେ ସମଗ୍ର ଦେଶକୁ ଅପ୍ଟିକାଲ ଫାଇବର ଯୋଗେ ସଂଯୋଗ କରିବା ସମ୍ଭବପର ହୋଇନଥାନ୍ତା । କିନ୍ତୁ ଆମେ ଏବେ କ୍ଷିପ୍ର ଗତିରେ ପ୍ରଗତି ପଥରେ ଧାବମାନ ଏବଂ ଏହି ବେଗରେ କାର୍ଯ୍ୟକରି ଆମେ ଆମର ଲକ୍ଷ୍ୟ ନିଶ୍ଚତ ଭାବେ ହାସଲ କରିବୁ ।

• ବିଗତ ଚାରି ବର୍ଷ ମଧ୍ୟରେ ରାଷ୍ଟ୍ର ପରିବର୍ତ୍ତନର ଅବହାୱାକୁ ଭଲ ଭାବେ ଅନୁଭବ କରିପାରିଛି । ଏକ ନୂତନ ଉତ୍ସାହ, ଉଦ୍ଦୀପନା ଓ ସାହସର ସହ ଭାରତ ପ୍ରଗତିଶୀଳ । ଆଜି ଦେଶ ଦୁଇଗୁଣ ହାରରେ ଜାତୀୟ ରାଜପଥ ନିର୍ମାଣ କରୁଛି ଏବଂ ଗ୍ରାମାଂଚଳରେ ଚାରିଗୁଣ ବେଗରେ ବାସଗୃହ ନିର୍ମାଣ କରାଯାଉଛି ।

• ଦେଶରେ ଏବେ ରେକର୍ଡ଼ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦିତ ହେଉଛି ଏବଂ ମୋବାଇଲ ଫୋନ୍ନିର୍ମାଣରେ ଏକ ରେକର୍ଡ଼ ସୃଷ୍ଟି କରିଛି । ଦେଶରେ ଟ୍ରାକ୍ଟର ବିକ୍ରୀ ନୂତନ କୀର୍ତ୍ତିମାନ ହାସଲ କରିପାରିଛି ।

• ଦେଶ ସ୍ୱାଧୀନ ପରଠାରୁ ଅଧୁନା ଭାରତ ସର୍ବାଧିକ ସଂଖ୍ୟକ ବିମାନ କ୍ରୟ କରୁଛି ।

• ଦେଶର ବିଭିନ୍ନ ଭାଗରେ ନୂଆ ନୂଆ ଆଇଆଇଟି, ଆଇଆଇଏମ ଏବଂ ଏମ୍ସମାନ ପ୍ରତିଷ୍ଠ କରାଯାଉଛି ।

• କୌଶଳ ବିକାଶ ଅଭିଯାନ ମାଧ୍ୟମରେ ଦେଶର ଛୋଟ ଛୋଟ ସ୍ଥାନରେ ସୁଦ୍ଧା ଏଭଳି କେନ୍ଦ୍ରମାନ ସ୍ଥାପନ କରାଯିବାକୁ ପ୍ରୋତ୍ସାହନ ଯୋଗାଇ ଦିଆଯଉଛି ।

• ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରମାନଙ୍କରେ ଷ୍ଟାର୍ଟ-ଅପମାନ ଛତୁଫୁଟିବା ପରି ଏବେ ମୁଣ୍ଡ ଟେକିଛନ୍ତି ।

• ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସକାଶେ ଏକ “ସମାନ ଚିହ୍ନ”ଯୁକ୍ତ ଅଭିଧାନ ସଂକଳନ କରିବା ଲାଗି ପ୍ରୟାସ କରାଯାଉଛି ।

• କୃଷି କ୍ଷେତ୍ରରେ ପ୍ରଯୁକ୍ତି ଓ ଆଧୁନିକତା ପହଂଚିଛି । ଆମର କୃଷକମାନେ ସୂକ୍ଷ୍ମ ଜଳସେଚନ, ବୁନ୍ଦା ଜଳସେଚନ ଏବଂ ସିଂଚନ ଜଳସେଚନ ପ୍ରଣାଳୀରେ ସେମାନଙ୍କର କୃଷିକାର୍ଯ୍ୟ ସଂପାଦନ କରୁଛନ୍ତି ।

• ଅନ୍ୟପକ୍ଷରେ, ଆମର ବୀର ସୈନିକମାନେ ଯେଉଁମାନେ ସକଳ ପ୍ରକାର ପ୍ରତିକୂଳ ପରିସ୍ଥିତିରେ ପୂର୍ବରୁ କାର୍ଯ୍ୟକରି ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ ସେମାନେ ସର୍ଜିକାଲ ଷ୍ଟ୍ରାଇକ୍ ସଂପାଦନ କରି ଶତ୍ରୁପକ୍ଷଙ୍କ ମନୋବଳ ଭାଙ୍ଗିଦେବାକୁ ସକ୍ଷମ ହୋଇଛନ୍ତି ।

• ଆମକୁ ସଦାବେଳେ ନୂତନ ଲକ୍ଷ୍ୟ ନେଇ ପ୍ରଗତି ପଥରେ ଅଗ୍ରସର ହେବାକୁ ପଡିବ । ଯେତେବେଳପର୍ଯ୍ୟନ୍ତ ଆମର ଲକ୍ଷ୍ୟ ସ୍ପଷ୍ଟ ଓ ସ୍ଥିର ନୁହେଁ, ପ୍ରଗତି ସମ୍ଭବପର ହେବନାହିଁ । ଆମେ ନାନାପ୍ରକାର ସମସ୍ୟାର ସମାଧାନ ପାଇଁ କଦାପି ଅନେକ ବର୍ଷର ସମୟ ନେଇପାରିବା ନାହିଁ ।

• ଆମେ ସାହସର ସହ ସ୍ଥିର କରିଛୁ ଯେ କୃଷକମାନଙ୍କୁ ସେମାନଙ୍କର କୃଷି ଉତ୍ପାଦନର ଆକର୍ଷଣୀୟ ମୂଲ୍ୟ ପ୍ରଦାନ କରିବୁ । ଅନେକ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ଘଟାଯାଇଛି ଏବଂ ତାହା ଉତ୍ପାଦନ ଖର୍ଚ୍ଚର 1.5ଗୁଣ ଅଧିକ ।

• କ୍ଷୁଦ୍ର ବ୍ୟବସାୟୀଙ୍କ ସହାୟତାରେ, ସେମାନଙ୍କର ମୁକ୍ତ ମନୋଭାବ ଓ ସେମାନଙ୍କର ଆଗ୍ରହ ନୂତନ ବ୍ୟବସ୍ଥାକୁ ଗ୍ରହଣ କରିବାରେ ସହାୟକ ହୋଇପାରିଛି । ସେମାନଙ୍କ ସହଯୋଗରେ ହିଁ ଦେଶରେ ବସ୍ତୁ ଓ ସେବା କର – ଜିଏସଟି ପ୍ରବର୍ତ୍ତିତ ହୋଇପାରିଛି । ଏହା ବ୍ୟବସାୟୀମାନଙ୍କ ମନରେ ନୂତନ ଆଶା ଓ ଦୃଢ଼ ବିଶ୍ୱାସ ସୃଷ୍ଟି କରିଛି ।

• ବେନାମୀ ସମ୍ପତ୍ତି ଆଇନ ବେଶ୍ ସାହସର ସହ ଏବଂ ଦେଶର କଲ୍ୟାଣ ସକାଶେ ଆମେ ପ୍ରବର୍ତନ କରିବାରେ ସକ୍ଷମ ହୋଇଛୁ ।

• ଏପରି ଏକ ସମୟ ଥିଲା ଯେତେବେଳେ ବିଶ୍ୱ ସମୁଦାୟ ଭାରତର ଅର୍ଥବ୍ୟବସ୍ଥାକୁ ରିସ୍କି ବା ଆପଦପୂର୍ଣ୍ଣ ବୋଲି ବିବେଚନା କରୁଥିଲେ । କିନ୍ତୁ, ଆଜି, ସେହି ଲୋକମାନେ ସେହିସବୁ ଅନୁଷ୍ଠାନମାନେ ଭାରତୀୟ ଆର୍ଥିକ ସଂସ୍କାରର ବେଗକୁ ଦେଖି, ପ୍ରଗତିକୁ ଲକ୍ଷ୍ୟକରି ଏହାର ମୌଳିକ ସୁଦୃଢ଼ ସ୍ଥିତି ଉପରେ ଗଭୀର ଆସ୍ଥା ପ୍ରକଟ କରିଛନ୍ତି ।

• ଦିନ ଥିଲା ଯେତେବେଳେ ବିଶ୍ୱ ରେଡ଼ ଟେପ୍ ନେଇ କଥାବାର୍ତ୍ତା ହେଉଥିଲେ । କିନ୍ତୁ ଆଜି “ରେଡ଼ ଟେପ୍” ପ୍ରସଙ୍ଗ ଆଲୋଚନା ହେଉଛି ସତ କିନ୍ତୁ ଆମେ ସମଗ୍ର ବିଶ୍ୱରେ “ଇଜ୍ ଅଫ ଡ଼ୁଇଂ ବିଜିନେସ”ତାଲିକାରେ 100ତମ ସ୍ଥାନରେ ପହଂଚିପାରିଛୁ । ଆଜି ସାରା ବିଶ୍ୱ ଆମଆଡ଼କୁ ଗର୍ବର ସହ ଚାହୁଁଛି ।

• ଏପରି ଏକ ସମୟ ଥିଲା ଯେତେବେଳେ ବିଶ୍ୱ ପାଇଁ ଭାରତର ଅର୍ଥ ଥିଲା- “ନୀତି ସ୍ଥାଣୁତା” ଏବଂ“ବିଳମ୍ବିତ ସଂସ୍କାର”ର ଭୂମି । କିନ୍ତୁ, ଆଜି ଭାରତକୁ –“ସଂସ୍କାର, କାର୍ଯ୍ୟଦକ୍ଷତା ଓ ପରିବର୍ତ୍ତନ”ର କ୍ଷେତ୍ର ଭାବେ ସଭିଏଁ ପ୍ରଶଂସା କରୁଛନ୍ତି ।

• ଦିନ ଥିଲା ଯେତେବେଳେ ବିଶ୍ୱ ନେତୃବର୍ଗ ଭାରତକୁ “Fragile Five” ମଧ୍ୟରୁ ଗୋଟିଏ ରାଷ୍ଟ୍ର ବୋଲି ହେତୁ କରୁଥିଲେ । କିନ୍ତୁ, ଆଜି ବିଶ୍ୱ କହୁଛି ଯେ ଭାରତ ଏବେ ପୃଥିବୀରେ ମଲଟି-ଟ୍ରିଲିୟନ୍ ଡ଼ଲାର ନିବେଶର ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି ।

• ଭାରତର ଅର୍ଥବ୍ୟବସ୍ଥା ସଂପର୍କରେ କୁହାଯାଇ ଆସୁଥିଲା ଯେ ଏହା ହେଉଛି ଏକ “ନିଦ୍ରିତ ହସ୍ତୀ” ।କିନ୍ତୁ ସେହି ନିଦ୍ରିତ ହସ୍ତୀ ଏବେ ଜାଗିଉଠିଛି ଏବଂ କ୍ଷିପ୍ର ଗତିରେ ଧାବମାନ । ବିଶ୍ୱର ମାନ୍ୟଗଣ୍ୟ ଅର୍ଥଶାସ୍ତ୍ରୀ ଓ ଅନୁଷ୍ଠାନମାନେ ଆଗାମୀ ତିନି ଦଶନ୍ଧି ସକାଶେ ଭାରତର ଆର୍ଥିକ ପ୍ରଗତି ସଂପର୍କରେ ସୁନିଶ୍ଚିତ ମତ ପୋଷଣ କରିପାରୁଛନ୍ତି । ବିଶ୍ୱ ଅର୍ଥବ୍ୟବସ୍ଥାକୁ ଗତି ଦେବାରେ ଭାରତର ବ୍ୟବସ୍ଥା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେମାନଙ୍କର ଦୃଢ଼ ମତ ।

• ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଭାରତର ମର୍ଯ୍ୟାଦା ଏବେ ଯଥେଷ୍ଟ ବୃଦ୍ଧି ପାଇଛି । ଅନେକ ବିଶ୍ୱସ୍ତରୀୟ ଅନୁଷ୍ଠାନମାନଙ୍କରେ ଭାରତ ତାର ମତ ଅତି ଦୃଢ଼ ସ୍ୱରରେ ବ୍ୟକ୍ତ କରିପାରୁଛି

• ପୂର୍ବରୁ ଭାରତକୁ ବିଭିନ୍ନ ଆନ୍ତର୍ଜାତିକ ଅନୁଷ୍ଠାନରେ ସଦସ୍ୟତା ପାଇଁ ଗୋଡ଼ଭାଙ୍ଗି ଅପେକ୍ଷା କରିବାକୁ ପଡ଼ୁଥିଲା । ଅଧୁନା, ଅସଂଖ୍ୟ ଏଭଳି ଅନୁଷ୍ଠାନ ଭାରତକୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ନିଜଆଡ଼ୁ ପ୍ରସ୍ତାବ ଦେଇ ଆଗେଇ ଆସୁଛନ୍ତି । ବିଶ୍ୱ ତାପନ ଦୃଷ୍ଟିରୁ ଯେଉଁଭଳି ଉଦ୍ବେଗ ପ୍ରକାଶ ପାଇଆସୁଛି ସେଥିରେ ଭାରତ ଅନ୍ୟରାଷ୍ଟ୍ରମାନଙ୍କ ପାଇଁ ଆଶା ଓ ଆକାଂକ୍ଷାର ଭୂମିରେ ପରିଣତ ହୋଇଛି ।  ଆନ୍ତର୍ଜାତିକ ସୌର ସଂଗଠନକୁ ବିଶ୍ୱବ୍ୟାପୀ ସ୍ୱାଗତ କରାଯାଇଛି ।

• ଆଜି କ୍ରୀଡ଼ାରେ ଦେଶର ଉତ୍ତର-ପୂର୍ବାଂଚଳ କ୍ଷେତ୍ରର ଚିତ୍ତାକର୍ଷକ ସାଫଲ୍ୟକୁ ଆମେ ଲକ୍ଷ୍ୟ କରିପାରୁଛୁ ।

• ଉତ୍ତର-ପୂର୍ବାଂଚଳ କ୍ଷେତ୍ରର ସୁଦୂର ଏବଂ ଶେଷ ଗ୍ରାମକୁ ସୁଦ୍ଧା ବିଜୁଳିଶକ୍ତି ଯୋଗାଯାଇପାରିଛି ।

• ଆମେ ଏବେ ଉତ୍ତର-ପୂର୍ବାଂଚଳରେ ଜାତୀୟ ରାଜପଥ, ରେଳବାଇ, ବିମାନସେବା, ଜଳପଥ ଓ ସୂଚନାପଥ (ଆଇ-ୱେଜ୍) କ୍ଷେତ୍ରରେ ପ୍ରଗତିଶୀଳ ଖବରମାନ ପାଇପାରୁଛୁ ।

• ଆମର ଉତ୍ତର-ପୂର୍ବାଂଚଳ କ୍ଷେତ୍ରର ଯୁବକଯୁବତୀମାନେ ସେମାନଙ୍କ ନିଜ ନିଜ କ୍ଷେତ୍ରରେ ବିପିଓମାନ ସ୍ଥାପନ କରିବାକୁ ସକ୍ଷମ ହୋଇଛନ୍ତି ।

• ଉତ୍ତର-ପୂର୍ବାଂଚଳ କ୍ଷେତ୍ର ଜୈବ କୃଷି ଦିଗରୁ ଏକ ନୂତନ ପେଣ୍ଠସ୍ଥଳୀରେ ପରିଣତ ହୋଇଛି । ଏହି କ୍ଷେତ୍ରରେ ଦେଶର ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।

• ଏପରି ଏକ ସମୟ ଥିଲା ଯେତେବେଳେ ଉତ୍ତର-ପୂର୍ବାଂଚଳ କ୍ଷେତ୍ର ଦିଲ୍ଲୀ ଠାରୁ ଏକ ଦୂରନ୍ତ ସ୍ଥାନ ବୋଲି ପ୍ରତୀୟମାନ ହେଉଥିଲା । କିନ୍ତୁ ଗତ ଚାରି ବର୍ଷ ମଧ୍ୟରେ ଆମେ ଉତ୍ତର-ପୂର୍ବାଂଚଳକୁ ଦିଲ୍ଲୀର ଦ୍ୱାରଦେଶରେ ପହଂଚାଇବାକୁ ସକ୍ଷମ ହୋଇପାରିଛୁ ।

• ଆମ ଦେଶର ମୋଟ ଜନସଂଖ୍ୟାର ଶତକଡ଼ା 65 ଭାଗ ଯୁବଶକ୍ତି ଏବଂ ସେମାନଙ୍କର ବୟସ 35 ବର୍ଷ ଭିତରେ । କର୍ମନିଯୁକ୍ତି କ୍ଷେତ୍ରରେ ଆମର ଯୁବଶକ୍ତି ଏକ ବୈପ୍ଳବିକ ପରିବର୍ତ୍ତନ ଘଟାଇ ପାରିଛନ୍ତି । ତାହା ଷ୍ଟାର୍ଟ ଅପ୍ ହୋଇଥାଉ କିମ୍ବା ବିପିଓ ଅଥବା ଇ-କମର୍ସ ବା ଚଳମାନତା କ୍ଷେତ୍ରରେ ହୋଇଥାଉ,ଆମର ଯୁବଶକ୍ତି ଏକ ନୂତନ କ୍ଷେତ୍ରରେ ପହଂଚି ପାରିଛନ୍ତି । ଅଧୁନା ସେମାନେ ଦେଶକୁ ଆଉ ଏକ ନୂଆ ଶୀର୍ଷରେ ପହଂଚାଇବାକୁ ସଂକଳ୍ପବଦ୍ଧ ।

• ଦେଶର 13 କୋଟି ଜନତା ମୁଦ୍ରା ଋଣ ନେଇଛନ୍ତି, ଯାହା ଏକ ବିରାଟ ସଫଳତା ଓ ଉପଲବ୍ଧି । ସେମାନଙ୍କ ମଧ୍ୟରୁ ଚାରି କୋଟି ହେଉଛନ୍ତି ଯୁବକଯୁବତୀ, ଯେଉଁମାନେ ଜୀବନରେ ପ୍ରଥମଥର ସକାଶେ ଋଣ ନେଇଛନ୍ତି ଓ ଆତ୍ମନିଯୁକ୍ତି ଜରିଆରେ ଜୀବନରେ ସ୍ୱାଧୀନ ଭାବେ ପ୍ରଗତି କରିବାକୁ ସଂକଳ୍ପବଦ୍ଧ । ଏହାକୁ ପରିବର୍ତ୍ତନର ଏକ ନୂତନ ବାତାବରଣ ବୋଲି କୁହାଯାଇପାରେ । ଆମର ଯୁବଶକ୍ତି ଦେଶର ତିନିଲକ୍ଷ ଗ୍ରାମରେ ସାଧାରଣ ସେବା କେନ୍ଦ୍ର ପରିଚାଳନା କରି ଆସୁଛନ୍ତି ଏବଂ ସେମାନେ ଏହା କରିବା ଦ୍ୱାରା ପ୍ରତ୍ୟେକ ଗ୍ରାମକୁ ଦେଶ ସହ ଏବଂ ସମଗ୍ର ଦୁନିଆ ସହ ସଂଯୋଗ କରୁଛନ୍ତି । ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରି ମୁହୂର୍ତ୍ତକ ମଧ୍ୟରେ ସେମାନେ ଜନ ଜନ ମଧ୍ୟରେ ଓ ବାହାର ଦୁନିଆ ସହ ସେମାନଙ୍କର ଗ୍ରାମକୁ ଯୋଡ଼ୁଛନ୍ତି ।

• ଅଭିନବତ୍ୱ ଭାବନାରେ ଉଦବୁଦ୍ଧ ହୋଇ ଆମର ବୈଜ୍ଞାନିକମାନେ ଏବେ “ନାଭିକ୍”ର ସଫଳ ଉତକ୍ଷେପଣ କରିପାରିଛନ୍ତି ଯାହା ଦେଶର ମତ୍ସ୍ୟଜୀବୀମାନଙ୍କ ଠାରୁ ନେଇ ଅନ୍ୟ ବହୁଲୋକଙ୍କ ହିତ ସାଧନ କରିପାରିବ ।

• 2022 ମସିହା ସୁଦ୍ଧା ଭାରତ ମହାକାଶକୁ ମାନବଚାଳିତ ମହାକାଶ ଯାନ ପ୍ରେରଣ କରିବାକୁ ସଂକଳ୍ପବଦ୍ଧ । ଏହି ସଫଳତା ହାସଲ କଲେ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ୍ରର ମାନ୍ୟତା ଲାଭ କରିପାରିବ ।

• ଅଧୁନା କୃଷି କ୍ଷେତ୍ରରେ ବିଜ୍ଞାନ ଓ ପ୍ରଯୁକ୍ତର ପ୍ରୟୋଗ ସକାଶେ ଆମେ କାର୍ଯ୍ୟକରୁଛୁ । ତାହା ଆଧୁନିକତାକୁ ପ୍ରୋତ୍ସାହନ ପ୍ରଦାନ କରିବ । ତେଣୁ ଭାରତ ସ୍ୱାଧୀନତାର 75ତମ ବର୍ଷରେ ଆମେ ଦେଶର କୃଷକମାନଙ୍କ ରୋଜଗାରକୁ ଦ୍ୱିଗୁଣିତ କରିବା ସକାଶେ ପ୍ରତିଶ୍ରୁତିବଦ୍ଧ ।

• ଆମେ ଆଧୁନିକତା ମାଧ୍ୟମରେ କୃଷିକ୍ଷେତ୍ରର ଦିଗବଳୟକୁ ସଂପ୍ରସାରିତ କରିବାକୁ ଯୋଜନା କରିଛୁ । ତେଣୁ “ବୀଜ ଠାରୁ ବଜାର” ପର୍ଯ୍ୟନ୍ତ ଆମେ ସବୁ ସ୍ତରକୁ ମୂଲ୍ୟଯୁକ୍ତ କରିବାକୁ ଚାହୁଁ । ପ୍ରଥମ ଥର ପାଇଁ ଆମେ କୃଷି ରପ୍ତାନି ନୀତି ଦିଗରେ ପ୍ରଗତି କରିଛୁ । ତଦ୍ୱାରା ବିଶ୍ୱ ବଜାରରେ ଭାରତୀୟ କୃଷକମାନେ ବେଶ୍ ଶକ୍ତିଶାଳୀ ବୋଲି ନିଜକୁ ପ୍ରମାଣିତ କରିପାରିବେ ।

• ଏବେ ଜୈବ କୃଷି, ନୀଳ ବିପ୍ଳବ, ମଧୁର ବିପ୍ଳବ, ସୌର ଫାର୍ମିଂ ଦେଶରେ ମୁଣ୍ଡ ଟେକିଛି ଏବଂ ଏଥିପାଇଁ ନୂଆ ନୂଆ ମାର୍ଗ ଉନ୍ମୋଚିତ ହୋଇଛି । ଏହି ଦିଗରେ ଆମେ ଅଗ୍ରସର ହେବାକୁ ପ୍ରତିଶ୍ରୁତିବଦ୍ଧ ।

• ମତ୍ସ୍ୟଚାଷ କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତମ ରାଷ୍ଟ୍ରରେ ପରିଣତ ହୋଇସାରିଛି ।

• ଏବେ ବିଦେଶକୁ ମହୁ ରପ୍ତାନି ଦ୍ୱିଗୁଣିତ ହୋଇଛି ।

• ଆଖୁଚାଷୀମାନଙ୍କ ସକାଶେ ସବୁଠାରୁ ବଳି ସୁଖବର ଯେ ସେମାନଙ୍କର ଦୋରୁଅ ଉତ୍ପାଦନ ପରିମାଣ ତିନିଗୁଣ ବୃଦ୍ଧିପାଇଛି ।

• ଗ୍ରାମୀଣ ଅର୍ଥବ୍ୟବସ୍ଥା, ଯାହାକି ଦେଶର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସେକ୍ଟର ଭାବେ ସୁପରିଚିତ । ତେଣୁ ଆମେ ଗ୍ରାମାଂଚଳ କ୍ଷେତ୍ରର ସଂପଦ ଉପରେ ପ୍ରାଧାନ୍ୟ ଆରୋପ କରୁଛୁ । ସେହି ଦୃଷ୍ଟିରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନ ଗଠନ କରାଯାଉଛି ଓ ସେମାନଙ୍କୁ ଶହ ଶହ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଉଛି । ଆମେ ଦେଶର ପ୍ରତ୍ୟେକ ଗ୍ରାମର ଆର୍ଥିକ ସକ୍ରିୟତା ଓ ଉନ୍ନତି ଚାହୁଁ ଏବଂ ସେହି ଦିଗରେ ଆମେ କାର୍ଯ୍ୟରତ ।

• ଏବେ ଦେଶ ଓ ବିଦେଶରେ ଖଦି ବିକ୍ରି ଦ୍ୱିଗୁଣିତ ହୋଇଛି ।

• ଆମର କୃଷକମାନେ ଏବେ ସୌର ଫାର୍ମିଂ ଉପରେ ଗୁରୁତ୍ୱ ଆରୋପ କରୁଛନ୍ତି । ସେଥିପାଇଁ ସେମାନେ କୃଷିକୁ ଅଧିକ ଅବଦାନ ପ୍ରଦାନ କରିପାରିବେ । ଏହା ବ୍ୟତୀତ ସେମାନେ ସୌରଶକ୍ତିକୁ ବିକ୍ରିକରି ଅଧିକ ଅର୍ଥ ମଧ୍ୟ ରୋଜଗାର କରିପାରିବେ ।

• ଆର୍ଥିକ ପ୍ରଗତି ଓ ବିକାଶ ସହ ଆମେ ମଧ୍ୟ ସାଧାରଣ ଜନତାଙ୍କ ଜୀବନ ଧାରଣ ମାନରେ ଉନ୍ନତି ଘଟାଇବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହା ଉପରେ ଆମେ ସର୍ବାଧିକ ଗୁରୁତ୍ୱ ଆରୋପ କରୁ ।  ଆମେ ପ୍ରଚଳିତ ସମସ୍ତ ପ୍ରକାର କଲ୍ୟାଣକାରୀ ଯୋଜନାକୁ ଜାରି ରଖିବା ସହ ସାଧାରଣ ଲୋକଙ୍କ ଜୀବନରେ ଆତ୍ମସମ୍ମାନ, ମର୍ଯ୍ୟାଦା ଓ ଗୌରବ ଆଣିବା ଲାଗି ଅନେକ ନୂତନ ଯୋଜନା କାର୍ଯ୍ୟକାରୀ ମଧ୍ୟ କରୁଛୁ ।

• ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ- ଡ଼ବ୍ଲୁଏଚଓର ରିପୋର୍ଟ ଅନୁସାରେ ସ୍ୱଚ୍ଛତା ଅଭିଯାନ ଯୋଗୁ ଦେଶର 3 ଲକ୍ଷ ଶିଶୁଙ୍କ ଜୀବନ ବଂଚାଯାଇପାରିଛି ।

• ଗାନ୍ଧୀଜୀ ଯିଏକି ସତ୍ୟାଗ୍ରହକୁ ଅସ୍ତ୍ରରୂପେ ବ୍ୟବହାର କରୁଥିଲେ, ତାଙ୍କରି ଚିନ୍ତନରେ ଅନୁପ୍ରେରିତ ହୋଇ ଆମେ “ସ୍ୱେଚ୍ଛାଗ୍ରହୀ”ଙ୍କୁ ପ୍ରୋତ୍ସାହିତ କରିପାରିଛୁ । ଗାନ୍ଧୀଜୀଙ୍କ 150ତମ ଜୟନ୍ତୀ ପାଳନ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ଦିଗରେ ଦେଶର କୋଟି କୋଟି ସ୍ୱଚ୍ଛାଗ୍ରହୀ ସେମାନଙ୍କର ଏ ଦିଗରେ ଅବଦାନ କାର୍ଯ୍ୟକ୍ରମରେ ସାମିଲ ହେବେ ।

• ଦେଶର ଦରିଦ୍ରତମ ଜନତାଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ସକାଶେ, ଭାରତ ସରକାର ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଯେକୌଣସି ବ୍ୟକ୍ତି କୌଣସି ରୋଗ ପାଇଁ ଦେଶର ଯେକୌଣସି ଉତମ ହସପିଟାଲକୁ ଯାଇ ଚିକିତ୍ସିତ ହୋଇପାରିବ ।

• ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ଦେଶର 10 କୋଟି ପରିବାରଙ୍କୁ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦିଆଯିବ । ଏହା ଅର୍ଥ ପ୍ରାୟ 50 କୋଟି ନାଗରିକ ଏଥିରେ ଉପକୃତ ହୋଇପାରିବେ । ତଦନୁସାରେ ପ୍ରତ୍ୟେକ ବୀମାଭୁକ୍ତ ପରିବାର ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ସୁବିଧା ଲାଭ କରିପାରିବେ ।

• ପ୍ରଯୁକ୍ତି ଓ ସ୍ୱଚ୍ଛତା ଉପରେ ଆମେ ସର୍ବାଧିକ ଗୁରୁତ୍ୱ ଆରୋପ କରିଆସୁଛୁ । ପ୍ରଯୁକ୍ତିର ଉପଯୋଗ ସାଧାରଣ ଲୋକମାନଙ୍କ ନାନା ସମସ୍ୟା ସମାଧାନ ଦିଗରେ ସହାୟକ ହୋଇପାରିବ । ଏହା ଦ୍ୱାରା ସେମାନେ ବିଭିନ୍ନ ସୁବିଧା ହାସଲ କରିପାରିବେ । ଏହି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ପ୍ରଯୁକ୍ତି ସାଧନକୁ ଗ୍ରହଣ କରାଯାଇଛି ।

• 2018 ମସିହା ସେପ୍ଟେମ୍ବର 25 ତାରିଖ ଦିନ ଦେଶରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନ ଆରମ୍ଭ କରାଯିବ । ଫଳରେ ଏବେଠାରୁ ସାଧାରଣ ଲୋକ ଯେ କୌଣସି ପ୍ରକାର ଦୁରରୋଗରେ ପୀଡ଼ିତ ହେଲେ ସୁଦ୍ଧା ସେମାନଙ୍କୁ ଗୁଣାତ୍ମକ ଚିକିତ୍ସାସେବା ଉପଲବ୍ଧ ହୋଇପାରିବ ।

• ସମାଜର ମଧ୍ୟମ ବର୍ଗ ଓ ଯୁବକମାନଙ୍କ ସକାଶେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ନୂଆ ମାର୍ଗ ଉନ୍ମୋଚିତ ହେଉଛି । ଦେଶର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀୟ ସହରମାନଙ୍କରେ ନୂଆ ନୂଆ ହସପିଟାଲମାନ ସ୍ଥାପନ କରାଯାଉଛି । ମେଡ଼ିକାଲ କର୍ମଚାରୀମାନଙ୍କୁ ସେଠାରେ ବିପୁଳ ସଂଖ୍ୟାରେ ନିଯୁକ୍ତି ଦିଆଯାଉଛି । ଆଗାମୀ ବର୍ଷମାନଙ୍କରେ ସେହିସବୁ କ୍ଷେତ୍ରରେ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

• ବିଗତ ଚାରି ବର୍ଷ ମଧ୍ୟରେ ଆମେ ଦେଶର ଗରିବ ଲୋକମାନଙ୍କୁ ସଶକ୍ତ କରିବା ଦିଗରେ ପ୍ରୟାସ କରିଆସିଛୁ । ଗୋଟିଏ ଆନ୍ତର୍ଜାତିକ ଅନୁଷ୍ଠାନର ରିପୋର୍ଟ ଅନୁସାରେ ବିଗତ ଦୁଇ ବର୍ଷ ଭିତରେ,ପାଂଚକୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠି ପାରିଛନ୍ତି । ଗରିବ ଲୋକମାନଙ୍କୁ ସଶକ୍ତ କରିବା ସକାଶେ ଅନେକ ଯୋଜନା ପ୍ରବର୍ତ୍ତନ କରାଯାଇଛି । ହେଲେ ମଧ୍ୟସ୍ଥିମାନେ ସେସବୁର ସୁଫଳକୁ ବାଟମାରଣା କରୁଥିଲେ ଏବଂ ଗରିବ ଲୋକମାନେ ସେଥିରୁ ଆବଶ୍ୟକ ସୁଫଳ ପାଇପାରୁନଥିଲେ । ଏବେ ତାହାକୁ ରୋକାଯାଇ ପାରିଛି ।

• ଏଭଳି ବାଟମାରଣାକୁ ସଂପୂର୍ଣ୍ଣ ରୂପେ ରୋକିବା ଲାଗି ସରକାର ସକଳ ପ୍ରକାର ପ୍ରୟାସ କରୁଛନ୍ତି । ଦୁର୍ନୀତି ଓ କଳାଟଙ୍କାକୁ ରୋକିବା ସକାଶେ ଆମେ ସଂକଳ୍ପବଦ୍ଧ । ଏଭଳି ସବୁ କାର୍ଯ୍ୟକ୍ରମ ଯୋଗ ଆମେ ସରକାରୀ ତହବିଲର ପ୍ରାୟ 90,000 କୋଟି ଟଙ୍କା ବଂଚାଇବାକୁ ସକ୍ଷମ ହୋଇଛୁ ।

• ସଚ୍ଚୋଟ କରଦାତାମାନେ ସେମାନଙ୍କର ଟିକସ ନିୟମିତ ଭାବେ ଭରଣା କରି ଆସୁଛନ୍ତି । ସେମାନଙ୍କର ଏହି କର ପ୍ରଦାନ ଯୋଗୁ ବିଭିନ୍ନ ପ୍ରକାର ଯୋଜନା ପ୍ରବର୍ତନ ସମ୍ଭବପର ହୋଇପାରିଛି । ତେଣୁ ଯୋଜନାର ସଫଳତାର ଶ୍ରେୟ ସରକାରଙ୍କୁ ନୁହେଁ, ସେହିସବୁ କରଦାତାଙ୍କୁ ଯାଉଛି ।

• 2013 ମସିହା ପର୍ଯ୍ୟନ୍ତ, ବିଗତ 70 ବର୍ଷ ଧରି ପ୍ରତ୍ୟକ୍ଷ କରଦାତାମାନଙ୍କ ସଂଖ୍ୟା ମାତ୍ର ଚାରି କୋଟି ଥିଲା । ଏବେ ସେହି ସଂଖ୍ୟା 7.25 କୋଟିରେ ପହଂଚିଛି ।

• 70 ବର୍ଷ ଧରି, ଅପ୍ରତ୍ୟକ୍ଷ କର ଅସୁଲକାରୀ ଅଧିକାରୀମାନେ କେବଳ 70 ଲକ୍ଷ ବ୍ୟବସାୟ ପ୍ରତିଷ୍ଠାନଙ୍କ ଠାରୁ ରାଜସ୍ୱ ସଂଗ୍ରହ କରିପାରିଥିଲେ । ଜିଏସଟି ପ୍ରବର୍ତ୍ତନ ଯୋଗୁ ହେଉ ପଛେ, ମାତ୍ର ଗୋଟିଏ ବର୍ଷ ମଧ୍ୟରେ 1.16 କୋଟି ଉଦ୍ୟୋଗରୁ ରାଜସ୍ୱ ସଂଗ୍ରହ କରାଯାଇପାରିଛି ।

• ଆମେ କଳା ଟଙ୍କା ଓ ଦୁର୍ନୀତିକୁ ସହ୍ୟ କରିପାରିବୁ ନାହିଁ । ଏ ଦିଗରେ ଅନେକ ପ୍ରତିବନ୍ଧକ ରହିଛି । କିନ୍ତୁ ତାହାକୁ ଆମେ କଦାପି ଛାଡ଼ିଦେଇ ପାରିବୁନାହିଁ । ଏବେ ଦିଲ୍ଲୀର ରାଜରାସ୍ତାରେ ଆଉ ପାୱାରବ୍ରୋକରମାନଙ୍କୁ ଦେଖିବାକୁ ମିଳୁନାହିଁ ।

• ସବୁ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସକାଶେ ଆମେ ଅନ ଲାଇନ ପଦ୍ଧତି ଆପଣାଇଛୁ । ସେହି ଦୃଷ୍ଟିରୁ ଆମେ ସୂଚନା ପ୍ରଯୁକ୍ତିର ସର୍ବାଧିକ ଉପଯୋଗ କରୁଛୁ ।

• ଭାରତୀୟ ସେନାର ସର୍ଟ ସର୍ଭିସ କମିଶନରେ ଆମେ ମହିଳା ଅଧିକାରୀମାନଙ୍କୁ ନିଯୁକ୍ତି ଦେବାକୁ ସ୍ଥିର କରିଛୁ । ଏହି ପ୍ରକ୍ରିୟାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯିବ । ମହିଳା ଅଧିକାରୀମାନେ ସେମାନଙ୍କର ପୁରୁଷ ଅଧିକାରୀମାନଙ୍କ ଭଳି ସମସ୍ତ ପ୍ରକାର ସମାନତା ପ୍ରାପ୍ତ ହେବେ ।

• ଦୁଷ୍କର୍ମ ନିଶ୍ଚିତ ଭାବେ ଲଜ୍ଜାଜନକ ଘଟଣା । ଏଭଳି ଭୟାବହ କାଣ୍ଡକୁ ଅଙ୍ଗେ ନିଭେଇଥିବା ପୀଡ଼ିତା ଯନ୍ତ୍ରଣା ଜର୍ଜ୍ଜରିତ ଅବଶ୍ୟ । ଏହାକୁ ଦେଶର ପ୍ରତ୍ୟେକ ନାଗରିକ ମର୍ମେ ମର୍ମେ ଅନୁଭବ କରିବା ଉଚିତ। ଏଭଳି ଯନ୍ତ୍ରଣାକୁ ପ୍ରତ୍ୟେକ ନାଗରିକ ନିଜ ଭିତରେ ଅନୁଭବ କରିବା ବାଂଛନୀୟ ।

• ଏଭଳି ପୈଶାଚିକ ମନୋଭାବ କବଳରୁ ଆମକୁ ଦେଶକୁ ଓ ସମାଜକୁ ମୁକ୍ତ କରିବାକୁ ପଡ଼ିବ ।  ଆଇନ ତ ତା’ କାର୍ଯ୍ୟ କରିବ ହିଁ କରିବ ।  ଏଭଳି ମନୋଭାବ ବିରୋଧରେ ଆମକୁ ମଧ୍ୟ ଆମ କର୍ତ୍ତବ୍ୟ ସଂପାଦନ କରିବାକୁ ହେବ । ଏଭଳି ଚିନ୍ତନ ବିରୋଧରେ ଆମକୁ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ । ଏଭଳି ଭ୍ରଷ୍ଟ ଚିନ୍ତନକୁ ସମାଜରୁ ଦୂର କରିବାକୁ ପଡ଼ିବ ।

• ତିନି ତଲାକ ବ୍ୟବସ୍ଥା ମୁସଲମାନ ସଂପ୍ରଦାୟର ମହିଳାମାନଙ୍କ ଜୀବନକୁ ଦୁର୍ବିସହ କରିପକାଇଛି । ଯେଉଁମାନେ ତଲାକ (ଛାଡ଼ପତ୍ର) ପାଇନାହାନ୍ତି ସେମାନେ ମଧ୍ୟ ଏକାପ୍ରକାର ଦୁଶ୍ଚିନ୍ତା ମଧ୍ୟରେ କାଳାତିପାତ କରନ୍ତି । ଆମେ ମୁସଲମାନ ମହିଳାମାନଙ୍କ ଏଭଳି ଦୁଃଖ ଦୂରକରିବା ସକାଶେ ପ୍ରୟାସ କରିଛୁ । ମୌସୁମୀ ଅଧିବେଶନ କାଳରେ ଏ ଦିଗରେ ସଂସଦରେ ଏକ ବିଧେୟକ ଆଣିଛୁ । କିନ୍ତୁ ଏବେ ସୁଦ୍ଧା କିଛି ଲୋକ ଅଛନ୍ତି ଯେଉଁମାନେ ଚାହାନ୍ତି ଯେ ତାହା ଗୃହିତ ନ ହେଉ ।

• ସୁରକ୍ଷା ବଳଙ୍କ ଉଦ୍ୟମ, ରାଜ୍ୟ ସରକାରମାନଙ୍କ ପ୍ରୟାସ ଏବଂ ସର୍ବୋପରି କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ବିଭିନ୍ନ ଲୋକକଲ୍ୟାଣକାରୀ ଯୋଜନା ପ୍ରବର୍ତ୍ତନ ଓ ସେଥିରେ ଜନଭାଗିଦାରୀତା ଦ୍ୱାରା, ତ୍ରିପୁରା ଓ ମେଘାଳୟକୁ ସଶକ୍ତ ସେନାବଳ ସ୍ୱତନ୍ତ୍ର କ୍ଷମତା ଆଇନ କବଳରୁ ମୁକ୍ତ କରାଯାଇପାରିଛି ।

• ଜାମ୍ମୁ ଓ କାଶ୍ମୀର ସମସ୍ୟାର ସମାଧାନ ସକାଶେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗ ହିଁ ପ୍ରକୃଷ୍ଟ ମାର୍ଗ । ଆମେ ସେହି ପଥରେ ଆଗକୁ ଅଗ୍ରସର ହେବାକୁ ଚାହୁଁ । ଆମେ କୌଣସି ପ୍ରକାର ବନ୍ଧୁକ ଚାଳନା କିମ୍ବା ଗାଳିମନ୍ଦର ମାର୍ଗରେ ବିଶ୍ୱାସୀ ନୋହୁ । ଆମେ କାଶ୍ମୀରର ଦେଶପ୍ରେମୀ ଜନତାଙ୍କୁ ଆଲିଙ୍ଗନ କରିବାକୁ ଚାହୁଁ ଏବଂ ଶାନ୍ତି ପ୍ରତିଷ୍ଠା ଦିଗରେ ଆଗକୁ ଅଗ୍ରସର ହେବାକୁ ଇଚ୍ଛୁକ ।

• ଆଗାମୀ ମାସମାନଙ୍କରେ, ଜାମ୍ମୁ କାଶ୍ମୀରର ଗ୍ରାମାଂଳରେ ବସବାସ କରୁଥିବା ଜନସାଧାରଣ ସେମାନଙ୍କର ଅଧିକାରକୁ ଉପଲବ୍ଧି କରିପାରିବେ । ସେମାନେ ନିଜର ଯତ୍ନ ନିଜେ ନେଇପାରିବେ । ଭାରତ ସରକାର ଗ୍ରାମ ପଂଚାୟତମାନଙ୍କୁ ପର୍ଯ୍ୟାପ୍ତ  ଅର୍ଥ ପ୍ରଦାନ କରିଛନ୍ତି, ଯାହା ସେମାନଙ୍କ ବିକାଶ ପାଇଁ ବିଶେଷ ସହାୟକ ହୋଇପାରିବ । ତେଣୁ ଆମେ ପଂଚାୟତ ଓ ସ୍ଥାନୀୟ ଅନୁଷ୍ଠାନମାନଙ୍କ ନିର୍ବାଚନ ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ । ଏହି ଦିଗରେ ଆମେ ଆଗକୁ ଅଗ୍ରସର ହେଉଛୁ ।

• ପ୍ରତ୍ୟେକ ଭାରତୀୟଙ୍କର ଏହା ସ୍ୱପ୍ନ ଯେ ନିଜର ଏକ ବାସଗୃହ ହେଉ । ତେଣୁ ଆମେ “ସମସ୍ତଙ୍କ ପାଇଁ ବାସଗୃହ” ଯୋଜନା କରୁଛୁ । ପ୍ରତ୍ୟେକ ନାଗରିକ ଚାହାନ୍ତି ଯେ ତାଙ୍କ ଘରେ ବିଜୁଳିଶକ୍ତି ଥାଉ,ତେଣୁ ଆମେ ଦେଶର ପ୍ରତ୍ୟେକ ଗ୍ରାମରେ ବିଜୁଳି ପହଂଚାଇଛୁ । ପ୍ରତ୍ୟେକ ଭାରତୀୟ ଚାହାନ୍ତି ଯେ ତାଙ୍କଘରେ ଧୂମହୀନ ଚୂଲା ଥାଉ । ସେଇଥିପାଇଁ ଆମେ ସମସ୍ତଙ୍କୁ ରନ୍ଧନ ଗ୍ୟାସ ଯୋଗାଇ ଦେଉଛୁ  ।  ପ୍ରତ୍ୟେକ ଭାରତୀୟ ନିରାପଦ ପାନୀୟଜଳ ଆଶା କରନ୍ତି । ସେଥି ନିମନ୍ତେ ଆମେ ସମସ୍ତଙ୍କ ସକାଶେ ପାନୀୟଜଳ ଉପଲବ୍ଧ କରାଉଛୁ । ସମସ୍ତ ଭାରତୀୟ ନିଜର ଏକ ଶୌଚାଳୟ ଆଶା କରନ୍ତି,ତେଣୁ ଆମେ ସମସ୍ତଙ୍କ ପାଇଁ ପରିମଳ ସୁବିଧା ଉପଲବ୍ଧ କରିବା ଦିଗରେ କାର୍ଯ୍ୟ କରୁଛୁ ।  ପ୍ରତ୍ୟେକ ଭାରତୀୟ କୁଶଳୀ ହେବାକୁ ପ୍ରୟାସୀ । ତେଣୁ ସମସ୍ତଙ୍କ ପାଇଁ କୌଶଳ ବିକାଶ ଉପଲବ୍ଧ କରାଯାଉଛି । ପ୍ରତ୍ୟେକ ଭାରତୀୟ ନାଗରିକ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଆଶା କରନ୍ତି । ତେଣୁ, ଆମର ପ୍ରୟାସ ଯେ ସମସ୍ତଙ୍କୁ ଏଭଳି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଉପଲବ୍ଧ ହେଉ । ସବୁ ଭାରତୀୟ ନାଗରିକ ଚାହାନ୍ତି ନିଜର ନିରାପତା  ଯାହାକି ସ୍ୱାସ୍ଥ୍ୟବୀମାରେ ସାମିଲ ଦ୍ୱାରା ସାକାର କରାଯାଇପାରିବ । ଜନସାଧାରଣଙ୍କର ଏହି ଆବଶ୍ୟକତା ପୂରଣ ସକାଶେ, ଆମେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟବୀମା ଉପଲବ୍ଧ କରାଉଛୁ । ସମସ୍ତ ଭାରତୀୟ ଭାଇ ଓ ଭଉଣୀ ଇଂଟରନେଟ ସୁବିଧା ଚାହାନ୍ତି । ତେଣୁ ଆମେ ପ୍ରୟାସୀ ଯେ ସମସ୍ତଙ୍କ ନିକଟରେ ଏହି ସଂଯୋଗ ପହଂଚାଇବୁ । ସଂଯୋଗର ମନ୍ତ୍ରରେ ଦୀକ୍ଷିତ ହୋଇ ଆମେ ବିକାଶ ପଥରେ ଦେଶକୁ ଆଗେଇ ନେବାଲାଗି କାର୍ଯ୍ୟ କରୁଛୁ ।

• ଆମେ କୌଣସି ପ୍ରକାର ବିବାଦର ପଥରେ ବିଶ୍ୱାସୀ ନୋହୁ । ଆମେ ରାସ୍ତାରୋକ ମଧ୍ୟ ଚାହୁଁନା । ଆମେ କାହାରି ନିକଟରେ ଆମର ମଥାନତ କରିବାକୁ ଇଚ୍ଛୁକ ନୋହୁ । ଦେଶ କଦାପି ଅଟକି ଯିବନାହିଁ, କାହାରି ନିକଟରେ ମୁଣ୍ଡ ପାତିବନାହିଁ କି କେତେବେଳେ କ୍ଳାନ୍ତ ହୋଇପଡ଼ିବ ନାହିଁ । ଆମକୁ ନୂତନ ଶୀର୍ଷ ହାସଲ କରିବାର ଅଛି । ଏହା ଆମର ଲକ୍ଷ୍ୟ ଯେ ଆଗାମୀ ବର୍ଷମାନଙ୍କରେ ଆମେ ଆହୁରି ଅନେକ ପ୍ରଗତି ହାସଲ କରିବୁ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Mutual fund SIP inflows rise by Rs 827 crore to 3-month high of Rs 31,781 crore in June

Media Coverage

Mutual fund SIP inflows rise by Rs 827 crore to 3-month high of Rs 31,781 crore in June
NM on the go

Nm on the go

Always be the first to hear from the PM. Get the App Now!
...
Text of Prime Minister's Address at the India-New Zealand Business Event
July 11, 2026

Your Excellency, Prime Minister क्रिस्टोफर लक्सन,

भारत और न्यूज़ीलैंड के business leaders,

नमस्कार

किया ओरा

ऑकलैंड में आप सबके बीच आकर मुझे बहुत प्रसन्नता हो रही है। मैं प्रधानमंत्री लक्सन का, उनके सकारात्मक विचारों और भारत के प्रति उनकी गहरी प्रतिबद्धता के लिए विशेष आभार व्यक्त करता हूँ।

आप सभी की उपस्थिति न्यूज़ीलैंड की innovation, enterprise और future-oriented सोच का प्रतीक है। भारत की ओर से, मैं 140 करोड़ लोगों की aspirations और ambitions का संदेश लेकर आया हूँ।

Friends,

यह बैठक ऐसे समय में हो रही है जब भारत और न्यूज़ीलैंड के संबंध एक turning point पर हैं। आज हम अपने संबंधों को Strategic Partnership के सूत्र में बांध रहे हैं। यह केवल एक diplomatic milestone नहीं है। यह हमारे साझा भविष्य का एक नया संकल्प है।

इस वर्ष दोनों देशों के बीच नौ महीनों के रिकॉर्ड समय में Free Trade Agreement किया गया। यह आप सभी के लिए market access, investment, services, technology और talent mobility के नए अवसर लेकर आएगा। मुझे विश्वास है कि नए जोश और उत्साह के साथ काम करते हुए हम 2030 तक द्विपक्षीय व्यापार को दोगुना बढ़ाएंगे।

न्यूज़ीलैंड द्वारा अगले पंद्रह वर्षों में भारत में बीस बिलियन डॉलर का investment commitment किया गया है। यह केवल निवेश का ही नहीं, बल्कि भारत की विकास यात्रा में सहभागी बनने का भी commitment है।

Friends,

आज भारत दुनिया की fastest-growing major economy है। हमारी बढ़ती मिडल क्लास, large scale digital adoption और इंफ्रास्ट्रक्चर push, भारत को एक unique growth story बनाते हैं।

भारत में हमने reform, perform और transform को governance का आधार बनाया है। आज भारत में policy stability है, political stability है, और growth की continuity है।

इसलिए आज विश्व को हमारा संदेश है: India is not only a market; India is a launchpad for global growth.

भारत में बन रहे इन अवसरों का लाभ उठाने के लिए मैं कुछ उदाहरण आपके सामने रखना चाहूँगा। भारत में manufacturing को बढ़ावा देने के लिए हमने Production Linked Incentive scheme शुरू की है। इसके अंतर्गत food processing से लेकर textiles जैसे 14 sectors में लगभग बीस बिलियन डॉलर का सपोर्ट दिया जा रहा है। मैं आप सभी को इस manufacturing momentum का हिस्सा बनने के लिए आमंत्रित करता हूँ।

भारत में airports, regional connectivity, air cargo और टुरिज़म तेज़ी से बढ़ रहे हैं। भारत आज दुनिया का तीसरा सबसे बड़ा domestic aviation market है। हम मिलकर cargo corridors, flight connectivity और joint tourism packages बना सकते हैं।

Kiwi, apples, honey और seafood के लिए perishable cargo solutions विकसित किए जा सकते हैं। न्यूज़ीलैंड के पास horticulture, dairy science, और forestry में विशाल एक्स्पर्टीज़ है। भारत के पास consumer market, food parks और agri-tech talent की ताकत है। हम मिलकर farm-to-market value chains और global export platforms बना सकते हैं।

Fin Tech में आज भारत global leader है। आज दुनिया की पचास प्रतिशत real time digital payments भारत में होती हैं। हम digital payments के साथ साथ green bonds और blended finance में आगे बढ़ सकते हैं।

हमने space sector को private participation के लिए खोल दिया है। आज भारत में 400 से अधिक space start-ups है और अब तो एक यूनिकॉर्न भी बन गई है। दोनों देशों की कम्पनियां भारत के space ecosystem के साथ मिलकर small satellites, remote sensing और ocean monitoring में काम कर सकती हैं।

भारत में Smart Cities Mission के अंतर्गत 100 cities में 8,000 से अधिक projects पर काम हो रहा है। हम मिलकर urban mobility, water management, waste management जैसे क्षेत्रों में काम कर सकते हैं।

Friends,

मैं माओरी business leaders का विशेष अभिनंदन करता हूँ। भारत की सभ्यता और माओरी tradition, दोनों में प्रकृति, समुदाय और सस्टेनेबिलिटी के प्रति गहरा सम्मान है। हमारे FTA में भी माओरी बिजनेसस के लिए अवसरों को विशेष स्थान दिया गया है। हमारी इन साझा मूल्यों को जोड़कर हम inclusive and sustainable trade का नया model बना सकते हैं।

Friends,

मेरा सुझाव है कि हम मिलकर एक बहुत ही ambitious Business Roadmap बनाएं। अपनी strengths को जोड़ते हुए हम कम से कम पाँच flagship प्रोजेक्ट्स की पहचान करें, और उन्हें समयबद्ध तरीके से पूरा करने के लिए review मेकनिज़म बनाएं। तभी हम अपने संबंधों के पूरे potential को realise कर सकेंगे, और दोनों देशों के लोगों की आकांक्षाओं और अपेक्षाओं पर खरे उतर सकेंगे।

मैं आप सभी को इस यात्रा में कंधे से कंधा मिलाकर चलने के लिए आमंत्रित करता हूँ।

Let us make our partnership a platform for prosperity, a bridge for innovation, and a force for global good.

और मैं चाहता हूँ की भारत और नई ज़ीलैण्ड मिल कर के एक नयी शक्ति के रूप में उभरें।

और मेरा एक और आग्रह है। जैसे अभी आपने बताया कि खेल के हमारे संबंधों के सौ साल हो रहे हैं। यह बड़ा महत्वपूर्ण इवेंट है।

इसको तो हम मनाएंगे ही मनाएंगे। लेकिन क्या हम यह सोच सकते हैं, की 35 से कम उम्र के Businessmen, ऐसा एक बड़ा डेलीगेशन भारत आएं, और भारत से भी 35 से नीचे की उम्र का एक बिज़नेस डेलीगेशन New Zealand आये?

ताकि हम एक नयी पीढ़ी को हम तैयार करें ? इसी एक शुभकामना के साथ आप सब का बहुत-बहुत धन्यवाद।