We remember the great women and men who worked hard for India's freedom: PM Modi
We have to take the country ahead with the determination of creating a 'New India': PM Modi
In our nation, there is no one big or small...everybody is equal. Together we can bring a positive change in the nation: PM
We have to leave this 'Chalta Hai' attitude and think of 'Badal Sakta Hai': PM Modi
Security of the country is our priority, says PM Modi
GST has shown the spirit of cooperative federalism. The nation has come together to support GST: PM Modi
There is no question of being soft of terrorism or terrorists: PM Modi
India is about Shanti, Ekta and Sadbhavana. Casteism and communalism will not help us: PM
Violence in the name of 'Astha' cannot be accepted in India: PM Modi

71 ତମ ସ୍ୱାଧୀନତା ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାର ପ୍ରାଚୀର ଉପରୁ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ସେହି ମହାନ ପୁରୁଷ/ମହିଳାମାନଙ୍କୁ ମନେ ପକାଇଥିଲେ, ଯେଉଁମାନେ କି ଦେଶର ସ୍ୱାଧୀନତା ପାଇଁ ବହୁ କଷ୍ଟ ସ୍ୱୀକାର କରିଥିଲେ । ସେ କହିଲେ ଯେ ଭାରତର ଜନସାଧାରଣ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କ ପାଇଁ ଏବଂ ଗୋରଖପୁରର ବିପଦ ବେଳେ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଚଳିତ ବର୍ଷର ସ୍ୱାଧୀନତା ଦିବସ ସ୍ୱତନ୍ତ୍ର, କାରଣ ଏହା ଭାରତ ଛାଡ଼ ଆନ୍ଦୋଳନର 75 ତମ ବାର୍ଷିକୀ, ଚମ୍ପାରଣ ସତ୍ୟାଗ୍ରହର ଶତବାର୍ଷିକୀ ଏବଂ ବାଲ ଗଙ୍ଗାଧର ତିଳକଙ୍କ ପ୍ରେରଣାରେ ଆରମ୍ଭ ହୋଇଥିବା ‘ସାର୍ବଜନୀନ ଗଣେଶ ଉତ୍ସବ’ର 125 ତମ ବାର୍ଷିକୀ ଅବସରରେ ପାଳନ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ, ଦେଶବାସୀ 1942 ରୁ 1947 ମସିହା ମଧ୍ୟରେ ସାମୂହିକ ଦୃଢ଼ତା ପ୍ରଦର୍ଶନ କରିଥିଲେ, ଯାହାକି ଭାରତର ସ୍ୱାଧୀନତା ଆଣିଥିଲା । ଆମେ ଏବେ ସେହିଭଳି ସାମୂହିକ ଦୃଢ଼ତା ଦେଖାଇବା ସହ 2022 ମସିହା ସୁଦ୍ଧା ନୂଆ ଭାରତ ଗଠନର ପ୍ରସ୍ତାବ ଆଣିବା ଉଚିତ । ଆମ ଦେଶରେ ସମସ୍ତେ ସମାନ ଏବଂ ଏକତ୍ର ଆମେ ଏକ ଗୁଣାତ୍ମକ ପରିବର୍ତ୍ତନ ଆଣିପାରିବା ବୋଲି ସେ ଗୁରୁତ୍ୱ ଦେଇଥିଲେ ।
 
‘ଚଲତା ହୈ’ (ଚଳେଇନେବା) ଆତ୍ମସନ୍ତୁଷ୍ଟିର ମନୋଭାବକୁ ପରିତ୍ୟାଗ କରି ‘ବଦଲ ସକତା ହୈ’ (ବଦଳା ଯାଇପାରିବ)ର ସକରାତ୍ମକ ପରିବର୍ତ୍ତନ ମନୋଭାବ ଆଣିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଭାରତର ନିରାପତ୍ତା ଆମର ପ୍ରାଥମକିତା ଏବଂ ସର୍ଜିକାଲ ଷ୍ଟ୍ରାଇକ ଏହାକୁ ସ୍ପଷ୍ଟ ସୂଚାଉଛି । ସେ ପୁଣି କହିଥିଲେ ଯେ, ବିଶ୍ୱରେ ଭାରତର ପ୍ରତିଷ୍ଠା ବୃଦ୍ଧି ପାଉଛି ଏବଂ ଆତଙ୍କବାଦ ବିରୋଧରେ ଲଢ଼େଇ କ୍ଷେତ୍ରରେ ଅନେକ ଦେଶ ଆମକୁ ସହଯୋଗ କରୁଛନ୍ତି । ବିମୁଦ୍ରୀକରଣ ପ୍ରସଙ୍ଗରେ ସେ କହିଲେ ଯେ, ଯେଉଁମାନେ ଦେଶକୁ ଲୁଟ୍ କରୁଥିଲେ ଏବଂ ଗରିବ ଶାନ୍ତିରେ ଶୋଇ ପାରୁନଥିଲେ । ଏବେ ସଚ୍ଚୋଟତାର ଉତ୍ସବ ପାଳନ କରାଯାଉଛି । କଳାଧନ ବିରୋଧରେ ଲଢ଼େଇ ଜାରି ରହିବ ବୋଲି ସେ ପ୍ରତିଶ୍ରୁତି ଦେବା ସହ ପ୍ରଯୁକ୍ତି ବିଦ୍ୟା ସ୍ୱଚ୍ଛତା ଆଣିବ ବୋଲି କହିଥିଲେ । ଡିଜିଟାଲ ଦେଣନେଣକୁ ପ୍ରୋତ୍ସାହିତ କରିବାକୁ ସେ ଲୋକଙ୍କୁ ଉତ୍ସାହିତ କରିଥିଲେ ।

ଜିଏସଟି ପ୍ରଣୟନ ସମବାୟ ସଂଘୀୟବାଦର ଏକ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ । ଆର୍ଥିକ ଅନ୍ତର୍ଭୂକ୍ତିକରଣ ପଦକ୍ଷେପ ଯୋଗୁ ଗରିବମାନେ ଏବେ ମୁଖ୍ୟଧାରାରେ ସାମିଲ ହେଉଛନ୍ତି ବୋଲି ସେ କହିଥିଲେ । ପ୍ରକ୍ରିୟାର ତୀବ୍ରତା ଏବଂ ସରଳୀକରଣ ହିଁ ଉତ୍ତମ ପ୍ରଶାସନ ବୋଲି ସେ ଗୁରୁତ୍ୱ ଦେଇଥିଲେ । ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗାଳି କିମ୍ବା ଗୁଳି ନୁହେଁ ବରଂ ଆଲିଙ୍ଗନ ଦ୍ୱାରା ରାଜ୍ୟର ସମସ୍ୟା ସମାଧାନ ହେବ ।

ନୂତନ ଭାରତ ସମ୍ପର୍କରେ ତାଙ୍କ ଦୃଷ୍ଟିକୋଣ ଉଲ୍ଲେଖ କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନସାଧାରଣ ହିଁ ଏହାର ଅଗ୍ରଣୀ ଶକ୍ତି ହେବେ । ତନ୍ତ୍ରରେ ଲୋକ ନୁହେଁ ବରଂ ଲୋକରେ ତନ୍ତ୍ର ଚାଲିବ ।
 
ଚଳିତ ବର୍ଷ ରେକର୍ଡ ପରିମାଣର ଶସ୍ୟ ଉତ୍ପାଦନ ପାଇଁ ପ୍ରଧାନମନ୍ତ୍ରୀ କୃଷକ ଓ କୃଷି ବିଜ୍ଞାନୀମାନଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ସରକାର ଚଳିତ ବର୍ଷ 16 ଲକ୍ଷ ଟନ୍ ତୈଳବୀଜ ସଂଗ୍ରହ କରିଛନ୍ତି, ଯାହାକି ପୂର୍ବବର୍ଷ ତୁଳନାରେ ବହୁ ଅଧିକ ।

ପ୍ରଧାନମନ୍ତ୍ରୀ କହିଲେ ଯେ, ପ୍ରଯୁକ୍ତି ବିଦ୍ୟାର ପରିବର୍ତ୍ତନଶୀଳ ଗୁଣ ଯୋଗୁ ନିଯୁକ୍ତି କ୍ଷେତ୍ରରେ ବିଭିନ୍ନ ଦକ୍ଷତାର ଆବଶ୍ୟକ ପଡ଼ୁଛି । ସେ କହିଲେ ଯେ, ଯୁବପିଢ଼ି ଏବେ ନିଯୁକ୍ତି ଆଶାୟୀ ବଦଳରେ ନିଯୁକ୍ତି ସୃଷ୍ଟିକର୍ତ୍ତା ହେଉଛନ୍ତି ।

ଟ୍ରିପଲ ତଲାକ୍ ଯୋଗୁ ମହିଳାମାନେ ଦୁଃଖ ପାଉଥିବା ଉଲ୍ଲେଖ କରି ସେ କହିଥିଲେ ଯେ ଏହି ପ୍ରଥା ବିରୋଧରେ ଛିଡ଼ା ହୋଇଥିବା ମହିଳାମାନଙ୍କ ସାହସକୁ ସେ ପ୍ରଶଂସା କରୁଛନ୍ତି ଏବଂ ଦେଶ ଏହି ଲଢ଼େଇରେ ସେମାନଙ୍କ ସହ ଛିଡ଼ା ହୋଇଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ, ଭାରତ ଶାନ୍ତି, ଏକତା ଏବଂ ଐକ୍ୟବଦ୍ଧତାର ଏକ ଛବିଳ ପ୍ରତିଫଳନ । ଜାତିବାଦ କିମ୍ବା ସାମ୍ପ୍ରଦାୟିକତା ଆମକୁ ସହାୟତା କରିବ ନାହିଁ ବୋଲି ସେ କହିଲେ । ଆସ୍ଥା ନାମରେ ଚାଲିଥିବା ହିଂସାକୁ ସେ ଦୃଢ଼ ସ୍ୱରରେ ନିନ୍ଦା କରିବା ସହ ଏହା ଭାରତରେ ଗ୍ରହଣୀୟ ନୁହେଁ ବୋଲି କହିଥିଲେ । ସେ କହିଲେ ଯେ, ଭାରତ ଛାଡ଼ ଆନ୍ଦୋଳନରେ ‘ଭାରତ ଛୋଡ଼ୋ’ ଡାକରା ଦିଆଯାଇଥିଲା, କିନ୍ତୁ ଏବେ ସ୍ଲୋଗାନ ଦିଆଯାଉଛି ‘ଭାରତ ଯୋଡ଼ୋ’ ।

ଦେଶର ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳର ବିକାଶ ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସେ କହିଥିଲେ । ଉନ୍ନତିର ଗତିକୁ ମନ୍ଥର ନକରି ସରକାର ଦେଶକୁ ବିକାଶର ନୂଆ ରାସ୍ତାରେ ନେବାରେ ସଫଳ ହୋଇଛନ୍ତି ବୋଲି ସେ କହିଥିଲେ ।

ଧର୍ମଶାସ୍ତ୍ରର ବାଣୀକୁ ଉଲ୍ଲେଖ କରି ସେ କହିଥିଲେ ଯେ, ଉଚିତ ସମୟରେ ଉଚିତ ପଦକ୍ଷେପ ନ ନେଲେ ଆମେ ଆକାଂକ୍ଷିତ ଫଳ ପାଇପାରିବାନି । ‘ନୂତନ ଭାରତ’ ପ୍ରସ୍ତାବ ଗ୍ରହଣ କରିବାକୁ ‘ଟିମ୍ ଇଣ୍ଡିଆ’ ପାଇଁ ଏହା ହିଁ ଉଚିତ ସମୟ ବୋଲି ସେ କହିଥିଲେ । ସେ ଏକ ନୂତନ ଭାରତ ପାଇଁ ଆହ୍ୱାନ ଦେଇଥିଲେ, ଯେଉଠାରେ କି ଗରିବଙ୍କର ବାସଗୃହ ଥିବ, ଜଳ ଓ ବିଦ୍ୟୁତ ପାଇପାରୁଥିବେ; କୃଷକର ଦୁଃଖ ନଥିବ ଏବଂ ଆଜି ତୁଳନାରେ ଦୁଇଗୁଣ ରୋଜଗାର କରିବାରେ ସକ୍ଷମ ହେଉଥିବ; ଯୁବପିଢ଼ି ଓ ମହିଳାମାନେ ସେମାନଙ୍କ ସ୍ୱପ୍ନ ପୂରଣ କରିବାକୁ ଯଥେଷ୍ଟ ସୁଯୋଗ ପାଇପାରୁଥିବେ; ଆତଙ୍କବାଦ, ସାମ୍ପ୍ରଦାୟିକତା, ଜାତିବାଦ, ଭ୍ରଷ୍ଟାଚାର, ଏବଂ ପ୍ରିୟାପ୍ରୀତି ତୋଷଣ ମୁକ୍ତ ଭାରତ; ଏକ ଭାରତ ଯାହାକି ସ୍ୱଚ୍ଛ ଓ ସୁସ୍ଥ ଥିବ ।

ସାହସିକତା ପୁରସ୍କାର ପାଇଥିବା ବୀରମାନଙ୍କ ସମ୍ମାନରେ ଏକ ୱେବସାଇଟ ଉନ୍ମୋଚନ ହୋଇଥିବା ବିଷୟ ପ୍ରଧାନମନ୍ତ୍ରୀ ଏହି ଅବସରରେ ଘୋଷଣା କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Bharat Innovates' Bridge Between India’s Talented Youth And European Expertise: PM Modi

Media Coverage

'Bharat Innovates' Bridge Between India’s Talented Youth And European Expertise: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the role of diversity in innovation and entrepreneurship
June 15, 2026

The Prime Minister, Shri Narendra Modi said that in the fields of innovation and entrepreneurship, every individual has a distinct way of thinking and a unique creative vision, and it is this diversity that gives rise to new possibilities. He noted that just as every source of water has a different taste, every talent possesses its own unique identity and contribution. The Prime Minister added that innovation and progress become possible through the convergence of diverse ideas and capabilities.

The Prime Minister shared a Sanskrit Subhashitam-

“पिण्डे पिण्डे मतिर्भिन्ना कुण्डे कुण्डे नवं पयः।

जातौ जातौ नवाचाराः नवा वाणी मुखे मुखे॥”

The Subhashitam conveys that in the field of innovation and enterprise, each person has a different way of thinking and a unique creative vision, and this diversity gives rise to new possibilities. Just as the taste of water differs from one source to another, every talent has its own distinct identity and contribution. It is through the combination of these different ideas and abilities that innovation and progress become possible.

The Prime Minister wrote on X;

“पिण्डे पिण्डे मतिर्भिन्ना कुण्डे कुण्डे नवं पयः।

जातौ जातौ नवाचाराः नवा वाणी मुखे मुखे॥”