Time has come for the whole world to take concrete steps and stand united against all forms of terrorism and its perpetrators: PM
India and Argentina have decided to elevate our ties to a strategic partnership and to promote peace, stability, economic progress and prosperity: PM
India and Argentina are complementary to each other in many ways and both the countries must take advantage of the shared ties: PM

ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରି ଏବଂ ଆର୍ଜେଣ୍ଟିନାରୁ ଆସିଥିବା ସମସ୍ତ ମାନ୍ୟଗଣ୍ୟ ଅତିଥି,

ଅଭିନନ୍ଦନ, (ନମସ୍କାର)

ମାନ୍ୟବର ରାଷ୍ଟ୍ରପତି, ତାଙ୍କ ପରିବାର ବର୍ଗ ଏବଂ ସମସ୍ତ ପ୍ରତିନିଧିମାନଙ୍କୁ ମୁଁ ସ୍ୱାଗତ କରୁଛି । ଏହା ଖୁବ ଆନନ୍ଦର ବିଷୟ ଯେ ବୁଏନୋସ ଆଇରିସଠାରେ ଆମ ବୈଠକ ହେବାର ଦୁଇ ମାସ ପରେ, ଆଜି ଭାରତରେ ଆପଣମାନଙ୍କୁ ସ୍ୱାଗତ କରିବା ପାଇଁ ମୋତେ ଏହି ସୁଯୋଗ ମିଳୁଛି । 2018ରେ G-28 ସମ୍ମିଳନୀର ସଫଳ ଏବଂ ସମର୍ଥ ଆୟୋଜନ କରିବା ନେଇ ମୁଁ ଏହି ଅବସରରେ ରାଷ୍ଟ୍ରପତି ମାକ୍ରି ଏବଂ ତାଙ୍କ ଟିମକୁ ଆଉ ଥରେ ଶୁଭେଚ୍ଛା ଜଣାଉଛି । ସମ୍ମିଳନୀର ସଫଳ ଆୟୋଜନ ପାଇଁ ରାଷ୍ଟ୍ରପତି ମାକ୍ରିଙ୍କର ନେତୃତ୍ୱ ଗୁରୁତ୍ୱପୂର୍ଣ୍ଣ ଥିଲା । ବୁଏନୋସ ଆଇରିସଠାରେ ଆୟୋଜିତ G-20 ସମ୍ମିଳନୀ ସମୟରେ ରାଷ୍ଟ୍ରପତି ମାକ୍ରି ଏକ ଆନନ୍ଦଦାୟକ ଘୋଷଣା କରିଥିଲେ ଯେ 2022ରେ ଭାରତର ସ୍ୱାଧୀନତା ଦିବସର 75ତମ ବର୍ଷ ପାଳନ ଅବସରରେ ଭାରତ ଜି-20 ସମ୍ମିଳନୀର ଆୟୋଜନ କରିବ । ଏଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି ।

ବନ୍ଧୁଗଣ,

ଆଜି ରାଷ୍ଟ୍ରପତି ମାକ୍ରିଙ୍କ ସହିତ ମୋର ପଞ୍ଚମ ବୈଠକ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଦ୍ରୂତ ତଥା ବୃଦ୍ଧି ପାଉଥିବା ଗୁରୁତ୍ୱକୁ ପ୍ରତିଫଳିତ କରୁଛି । ଆମେ ପ୍ରମାଣିତ କରିଛୁ କି ଉଭୟ ଦେଶ ମଧ୍ୟରେ ଥିବା 15,000 କିଲୋମିଟରର ଦୂରତ୍ୱ ହେଉଛି କେବଳ ଏକ ସଂଖ୍ୟା । ଏକ ବିଶେଷ ବର୍ଷରେ ରାଷ୍ଟ୍ରପତି ମାକ୍ରିଙ୍କ ଗସ୍ତ ହୋଇଛି; ଏହା ହେଉଛି ଉଭୟ ଦେଶ ମଧ୍ୟରେ କୁଟନୈତିକ ସମ୍ପର୍କ ପ୍ରତିଷ୍ଠାର 70ତମ ବର୍ଷ । ମାତ୍ର ଆମ ଜନସାଧାରଣଙ୍କ ପାରସ୍ପରିକ ସମ୍ପର୍କ ଏହାଠାରୁ ପୁରୁଣା । 1924ରେ ଗୁରୁଦେବ ରବିନ୍ଦ୍ରନାଥ ଟାଗୋର ଆର୍ଜେଣ୍ଟିନା ଗସ୍ତ କରିଥିଲେ । ତାଙ୍କ ସୃଷ୍ଟି ମାଧ୍ୟମରେ ଏହି ଗସ୍ତର ଗଭୀର ପ୍ରଭାବ ଅମର ହୋଇ ରହିଛି । ଆମର ମିଳିତ ମୂଲ୍ୟବୋଧ, ଶାନ୍ତିର ପ୍ରସାର ପାଇଁ ଆମର ଆଗ୍ରହ, ସ୍ଥାୟୀତ୍ୱ, ଅର୍ଥନୈତିକ ପ୍ରଗତି ଏବଂ ସମୃଦ୍ଧି ପାଇଁ ଉଭୟ ଦେଶ ସେମାନଙ୍କର ସମ୍ପର୍କକୁ ଏକ ରଣନୈତିକ ଭାଗୀଦାରିତାର ସ୍ଥିତି ପ୍ରଦାନ କରିଛନ୍ତି । ବୈଶ୍ୱିକ ଶାନ୍ତି ଏବଂ ସ୍ଥାୟୀତ୍ୱ ପାଇଁ ସନ୍ତ୍ରାସବାଦ ଏକ ଗୁରୁତର ବିପଦ ବୋଲି ମୁଁ ଏବଂ ରାଷ୍ଟ୍ରପତି ଏକମତ ହୋଇଛୁ । ପୁଲୱାମାରେ ଯେଉଁ ବର୍ବରୋଚିତ ଆକ୍ରମଣ ହୋଇଛି ତାହା ସୂଚାଉଛି ଯେ ଆଲୋଚନାର ସମୟ ଏବେ ଶେଷ ହୋଇଛି । ସମ୍ପ୍ରତି ସମଗ୍ର ବିଶ୍ୱ ଏବେ ମିଳିତ ଭାବେ ସନ୍ତ୍ରାସବାଦ ଏବଂ ଏହାର ସମର୍ଥକଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି । ସନ୍ତ୍ରାସବାଦୀ ତଥା ସେମାନଙ୍କର ଅମାନବୀୟ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦ୍ୱିଧାବୋଧ ପ୍ରକାଶ କରିବାର ଅର୍ଥ ସନ୍ତ୍ରାସବାଦକୁ ପ୍ରସାର କରିବା ସହିତ ସମାନ । G-20 ଦେଶଭାବେ ସନ୍ତ୍ରାସବାଦର ମୁକାବିଲା କରିବା ନେଇ ଆମକୁ ‘ହାମବର୍ଗ ନେତୃବୃନ୍ଦଙ୍କ ବିବୃତି’ର 11ଟି କାର୍ଯ୍ୟସୂଚୀକୁ କାର୍ଯ୍ୟକାରୀ କରିବା ଗୁରୁତ୍ୱପୂର୍ଣ୍ଣ । ଏ ପ୍ରସଙ୍ଗରେ ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆମେ ଉଭୟ ଦେଶ ଆଜି ଆମର ଆଲୋଚନା ପରେ ସନ୍ତ୍ରାସବାଦ ବିରୋଧରେ ଏକ ସ୍ୱତନ୍ତ୍ର ଘୋଷଣା କରିବା । ମହାକାଶ କ୍ଷେତ୍ରରେ ଏବଂ ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ବ୍ୟବହାର କ୍ଷେତ୍ରରେ ଆମର ସହଯୋଗ ନିୟମିତ ଭାବେ ବୃଦ୍ଧି ପାଉଛି । ପ୍ରତିରକ୍ଷା ସହଯୋଗକୁ ନେଇ ଆଜି ସ୍ୱାକ୍ଷରିତ ହୋଇଥିବା ବୁଝାମଣା ପତ୍ର ପ୍ରତିରକ୍ଷା କ୍ଷେତ୍ରରେ ଆମର ସହଯୋଗକୁ ଏକ ନୂତନ ଦିଗ ପ୍ରଦାନ କରିବ ।

 

ବନ୍ଧୁଗଣ,

ଅନେକ ଦିଗରେ ଭାରତ ଏବଂ ଆର୍ଜେଣ୍ଟିନା ପରସ୍ପରର ପରିପୂରକ । ଆମର ପାରସ୍ପରିକ ଲାଭ ପାଇଁ ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇବା ପାଇଁ ଆମେ ପ୍ରୟାସ କରୁଛୁ । ଆର୍ଜେଣ୍ଟିନା ହେଉଛି କୃଷିର ଏକ ପାୱାର ହାଉସ । ଭାରତ ଏହାର ଖାଦ୍ୟ ସୁରକ୍ଷା ପାଇଁ ଏହି ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ ବିବେଚନା କରେ । ଆଜି ଆମମାନଙ୍କ ମଧ୍ୟରେ କୃଷି-ଶିଳ୍ପ ସହଯୋଗ କାର୍ଯ୍ୟାନ୍ୱୟନ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଇସିଟି କ୍ଷେତ୍ର ବିଶେଷ କରି ଜେଏଏମ ବା ଜନଧନ-ଆଧାର-ମୋବାଇଲ ତ୍ରୟ ଏବଂ ଡିଜିଟାଲ ଦେୟ ଭିତ୍ତିଭୂମିରେ ଭାରତର ସଫଳତାକୁ ଆମେ ଆର୍ଜେଣ୍ଟିନା ସହିତ ବାଣ୍ଟିବା ପାଇଁ ଆମେ ପ୍ରସ୍ତୁତ । ଆମେ ଭାରତରେ ଏକ ଲକ୍ଷ୍ୟ ପ୍ରସ୍ତୁତ କରିଛୁ ଯେ 2030 ସୁଦ୍ଧା ଅତିକମରେ ଆମର ଶତକଡା 30 ପ୍ରତିଶତ ଯାନ ବାହାନ ବୈଦ୍ୟୁତିକ ବ୍ୟାଟେରୀରେ ଚାଲିବେ । ଆର୍ଜେଣ୍ଟିନା ହେଉଛି ଲିଥିୟମ ତ୍ରିଭୂଜର ଅଂଶବିଶେଷ ଏବଂ ବିଶ୍ୱର ଲିଥିୟମ ଭଣ୍ଡାରର ପାଖାପାଖି ଶତକଡା 54 ପ୍ରତିଶତ ଏଠାରେ ମହଜୁଦ ରହିଛି । ଖଣି କ୍ଷେତ୍ରରେ ସହଯୋଗ ପାଇଁ ଆମର ଯୁଗ୍ମ ଅଭିଯାନ ‘କାବିଲ’ ଆର୍ଜେଣ୍ଟିନା ସହିତ ଆଲୋଚନା ଆରମ୍ଭ କରିଛି ।

ବନ୍ଧୁଗଣ,

ଗତ 10 ବର୍ଷ ମଧ୍ୟରେ ଆମର ଦ୍ୱିପାକ୍ଷିକ ସମ୍ପର୍କ ଦୁଇ ଗୁଣରୁ ଅଧିକ ହୋଇଛି ଏବଂ 3 ମିଲିଅନ ଆମେରିକୀୟ ଡଲାରରୁ ବୃଦ୍ଧି ପାଇଛି । କୃଷି, ଧାତୁ ଏବଂ ଧାତବ, ତୈଳ, ଗ୍ୟାସ, ଫାର୍ମାସ୍ୟୁଟିକାଲ, ରସାୟନ, ମୋଟର ଯାନ ଏବଂ ସେବା ଆଦି ଅନେକ କ୍ଷେତ୍ରରେ ଅନେକ କିଛି ବୃ୍ଦ୍ଧି ହେବାର ସମ୍ଭାବନା ରହିଛି । ସମ୍ପ୍ରତି ଆମ ବ୍ୟବସାୟିକ ସମ୍ପର୍କ ବୃଦ୍ଧି କରିବା ପାଇଁ ଆମେ ଅନେକ ସ୍ୱତନ୍ତ୍ର ପଦ୍ଧତିକୁ ଚିହ୍ନଟ କରିଛୁ । ଆମେ ଆନନ୍ଦିତ ଯେ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଜେଣ୍ଟିନା କମ୍ପାନୀର ପ୍ରତିନିଧି ରାଷ୍ଟ୍ରପତି ମାକ୍ରିଙ୍କ ସହ ଆସିଛନ୍ତି । ମୁଁ ଦୃଢ଼ ବିଶ୍ୱାସୀ ଯେ ଦିଲ୍ଲୀ ଏବଂ ମୁମ୍ବାଇରେ ବ୍ୟବସାୟିକ ନେତୃବୃନ୍ଦଙ୍କ ସହ ସେମାନଙ୍କ ଆଲୋଚନା ଫଳପ୍ରଦ ହେବ । 2004ରେ ମେରକୋସୁର ସହିତ ପ୍ରିଫରେନ୍ସିଆଲ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିତ କରିବାରେ ଭାରତ ହେଉଛି ପ୍ରଥମ ଦେଶ । ଆର୍ଜେଣ୍ଟିନାର ବର୍ତ୍ତମାନର ପ୍ରେସିଡେନ୍ସି ସମୟରେ, ଆଜି ଆମେ ଭାରତ-ମେର୍କୋସୁର ଟ୍ରେଡର ପ୍ରସାରଣ ପାଇଁ ଅନେକ ପଦକ୍ଷେପ ସମ୍ବନ୍ଧରେ ଆଲୋଚନା କଲୁ ।

ବନ୍ଧୁଗଣ,

ଆର୍ଜେଣ୍ଟିନାରେ ଭାରତୀୟ କଳା, ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ଭାରତରେ ଆର୍ଜେଣ୍ଟିନାର ଟ୍ୟାଙ୍ଗୋ ନୃତ୍ୟ ଏବଂ ଫୁଟବଲ ଅନେକ ପ୍ରସିଦ୍ଧି ହାସଲ କରିଛି । ଜନସାଧାରଣଙ୍କୁ ନିକଟତର କରିବା ପାଇଁ, ସାଂସ୍କୃତିକ କାର୍ଯ୍ୟକ୍ରମର ଆଦାନ ପ୍ରଦାନ ଏବଂ ସହଯୋଗ ପାଇଁ ପର୍ଯ୍ୟଟନ ଏବଂ ସାର୍ବଜନୀନ ପ୍ରସାରଣ ଏଜେନ୍ସିମାନଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।

ବନ୍ଧୁଗଣ

ଆନ୍ତର୍ଜାତିକ ଫୋରମମାନଙ୍କରେ ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଉତ୍ତମ ସହଯୋଗ ରହିଛି । ବୈଶ୍ୱିକ ଶାନ୍ତି ଓ ସୁରକ୍ଷା ଏବଂ ସମସ୍ତ ଜନସାଧାରଣଙ୍କ ଅର୍ଥନୈତିକ ଏବଂ ସାମାଜିକ ବିକାଶ ପାଇଁ ଆମେ ସଂସ୍କାରମୂଳକ ବିବିଧତାର ଆବଶ୍ୟକତାକୁ ଗ୍ରହଣ କରୁଛୁ । କ୍ଷେପଣାସ୍ତ୍ର ବୈଷୟିକ ଜ୍ଞାନ ନିୟନ୍ତ୍ରଣ ରେଜିମି, ୱାସେନାର ଆୟୋଜନ, ଅଷ୍ଟ୍ରେଲିଆ ଗ୍ରୁପ ଏବଂ ଆଣିବିକ ଯୋଗାଣ ଗ୍ରୁପରେ ଭାରତର ସଦସ୍ୟତାକୁ ଆର୍ଜେଣ୍ଟିନା ଦୃଢ଼ ଭାବେ ସମର୍ଥନ କରିଛି । ଦକ୍ଷିଣ-ଦକ୍ଷିଣ ସହଯୋଗ ଆମ ପାଇଁ ଅନେକ ପରିମାଣରେ ଗୁରୁତ୍ୱପୂର୍ଣ୍ଣ । ମୁଁ ଏକଥା ଘୋଷଣା କରି ଖୁବ ଆନନ୍ଦିତ ଯେ 2019ରେ ବୁଏନୋସ ଆଇରିସଠାରେ ଦକ୍ଷିଣ-ଦକ୍ଷିଣ ସହଯୋଗକୁ ନେଇ ଆମେରିକାର ଦ୍ୱିତୀୟ ଉଚ୍ଚସ୍ତରୀୟ ସମ୍ମିଳନୀରେ ଭାରତ ସକ୍ରିୟତାର ସହ ଅଂଶଗ୍ରହଣ କରିବ । ପାଣିପାଗ ପରିବର୍ତ୍ତନ ବିରୋଧରେ ହେଉଥିବା ସଂଗ୍ରାମକୁ ନେଇ ଆମ ମତ ମଧ୍ୟ ସମାନ । ଆନ୍ତର୍ଜାତିକ ସୌର ଗଠବନ୍ଧନ (ISA)ରେ ଆର୍ଜେଣ୍ଟିନାକୁ ଏକ ନୂତନ ସଦସ୍ୟ ଭାବେ ସ୍ୱାଗତ କରିବା ନେଇ ମୁଁ ଆନନ୍ଦିତ ।

ମହାଭାଗ,

ଭାରତ ଗସ୍ତ ନେଇ ମୋର ନିମନ୍ତ୍ରଣ ସ୍ୱୀକାର କରିଥିବାରୁ ମୁଁ ପୁଣିଥରେ ମୋର କୃତଜ୍ଞତା ଜଣାଉଛି । ମୁଁ ଆଶାପ୍ରକାଶ କରୁଛି ଯେ ଏହି ଯାତ୍ରା ଆପଣ ଏବଂ ଆପଣଙ୍କ ପରିବାର ବର୍ଗଙ୍କ ପାଇଁ ଉପଭୋଗ୍ୟ ହେବ ।

ଧନ୍ୟବାଦ

ମୁଚାସ ଗ୍ରାସିଆସ

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership