ମହାମହିମ, ପ୍ରଧାନମନ୍ତ୍ରୀ

ମୋର ବନ୍ଧୁ

ମାର୍କ ରୁଟ୍ଟ

ସମ୍ମାନିତ ପ୍ରତିନିଧିଗଣ

ଗଣମାଧ୍ୟମର ସଦସ୍ୟ

ପ୍ରଧାନମନ୍ତ୍ରୀ ମାର୍କ

ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧିମଣ୍ଡଳୀକୁ ଭାରତରେ ହାର୍ଦ୍ଦିକ ସ୍ୱାଗତ । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ପ୍ରଧାନମନ୍ତ୍ରୀ ମାର୍କଙ୍କ ସହିତ ତାଙ୍କର 4 ଜଣ କ୍ୟାବିନେଟ ସହଯୋଗୀ, ହେଗ୍ ର ମେୟର ଏବଂ 200ରୁ ଊଦ୍ଧ୍ଵ ବ୍ୟବସାୟୀ ପ୍ରତିନିଧି ମଧ୍ୟ ଭାରତ ଆସିଛନ୍ତି । ନେଦରଲାଣ୍ଡସରୁ ଭାରତ ଆସିଥିବା ଏହା ସବୁଠୁ ବଡ଼ ବ୍ୟବସାୟିକ ପ୍ରତିନିଧିମଣ୍ଡଳ ଅଟେ । ତେଣୁ ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ଆମର ବାଣିଜ୍ୟ ଏବଂ ନିବେଶ ସମ୍ପର୍କରେ କେତେ ଗତି ରହିଛି । କେତେ ସମ୍ଭାବନା ରହିଛି । 2015ରେ ପ୍ରଧାନମନ୍ତ୍ରୀ ରୁଟ୍ଟ ପ୍ରଥମ ଥର ଲାଗି ଭାରତ ଆସିଥିଲେ । 2017ରେ ମୁଁ ନେଦରଲାଣ୍ଡସ ଯାଇଥିଲି । ଏବଂ ଆମର ତୃତୀୟ ଶିଖର ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଛି । ଏପରି ଖୁବ କମ ଦେଶ ଅଛି, ଯାହା ସହିତ ଆମ ସମ୍ପର୍କରେ ଉଚ୍ଚସ୍ତରୀୟ ଗସ୍ତର ଏ ପ୍ରକାରର ସ୍ଥିତି ରହିଛି ଏବଂ ମୁଁ ଏହି ସ୍ଥିତି ପାଇଁ, ଭାରତ ସହିତ ସମ୍ପର୍କକୁ ବ୍ୟକ୍ତିଗତ ଭାବେ ପ୍ରାଥମିକତା ଦେବା ଲାଗି, ମୁଁ ମୋର ମିତ୍ର ମାର୍କଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ।

 

ବନ୍ଧୁଗଣ,

ଆଜି ଆମେ ଦୁହେଁ ନିଜ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତିର ସମୀକ୍ଷା କରିଥିଲୁ । କ୍ଷେତ୍ରୀୟ ଏବଂ ବିଶ୍ୱସ୍ତରୀୟ ବିକାଶ ବିଷୟରେ ନିଜ ନିଜ ଅନୁମାନ ପରସ୍ପର ଆଗରେ ବ୍ୟକ୍ତ କରିଥିଲୁ । ଏବଂ ଆମେ ଦୁଇ ଦେଶର ପ୍ରମୁଖ ସିଇଓମାନଙ୍କୁ ମଧ୍ୟ ଭେଟିଲୁ । ଗତବର୍ଷ ଯେତେବେଳେ ମୁଁ ନେଦରଲାଣ୍ଡସ ଯାଇଥିଲି, ମୁଁ ମାର୍କଙ୍କୁ ଅନୁରୋଧ କରିଥିଲି ଯେ ସେ ଅନ୍ତର୍ଜାତୀୟ ସୌର ମେଣ୍ଟର ସଦସ୍ୟ ହେବା ଲାଗି ସକାରାତ୍ମକ ଭାବେ ବିଚାର କରନ୍ତୁ । ସୌର ଶକ୍ତି କ୍ଷେତ୍ରରେ ନେଦରଲାଣ୍ଡସ ପାଖରେ ଯେଉଁ ପ୍ରଯୁକ୍ତି ରହିଛି, ଯେଉଁ ଅଭିଜ୍ଞତା ରହିଛି ଏବଂ ଯେଉଁ ସାମର୍ଥ୍ୟ ରହିଛି, ତା’ର ଲାଭ ସାରା ବିଶ୍ୱକୁ ମିଳିବା ଉଚିତ । ଆହୁରି ମୁଁ ଆନନ୍ଦିତ ଯେ ଆଜି ନେଦରଲାଣ୍ଡସ ଅନ୍ତର୍ଜାତୀୟ ସୌର ମେଣ୍ଟର ସଦସ୍ୟ ହୋଇସାରିଛି । ଏହି ନିଷ୍ପତ୍ତି ଲାଗି ମୁଁ ପ୍ରଧାନମନ୍ତ୍ରୀ ରୁଟ୍ଟଙ୍କ ପ୍ରତି କୃତଜ୍ଞତା ଜଣାଉଛି । ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଠାରୁ ଆରମ୍ଭ କରି ବହୁପକ୍ଷୀୟ ରପ୍ତାନି ନିୟନ୍ତ୍ରଣ ପ୍ରଣାଳୀ ପର୍ଯ୍ୟନ୍ତ, ଭାରତ ଏବଂ ନେଦରଲାଣ୍ଡସ ମଧ୍ୟରେ ଖୁବ ଭଲ ଏବଂ ନିବିଡ଼ ସହଯୋଗ ଓ ସମନ୍ୱୟ ରହିଛି । ଏବେ ଅନ୍ତର୍ଜାତୀୟ ସୌର ମେଣ୍ଟ ଅନ୍ତର୍ଜାତୀୟ ମଞ୍ଚରେ ଆମର ସୁଦୃଢ଼ ସହଯୋଗର ଏକ ନୂଆ ଦିଗ ହେବ ।

ବନ୍ଧୁଗଣ,

ଭାରତ ଡଚ କମ୍ପାନୀଗୁଡ଼ିକ ପାଇଁ ନୂଆ ନୁହେଁ । ଅନେକ ବର୍ଷ ଧରି ଶତାଧିକ ଡଚ କମ୍ପାନୀ ଭାରତରେ କାମ କରୁଛନ୍ତି । ନେଦରଲାଣ୍ଡସ ଭାରତରେ ବର୍ତ୍ତମାନ ସୁଦ୍ଧା ହୋଇଥିବା ପ୍ରତ୍ୟକ୍ଷ ବିଦେଶୀ ନିବେଶ ଲାଗି ପଞ୍ଚମ ସବୁଠୁ ବଡ଼ ସ୍ରୋତ ଅଟେ । ଏବଂ ଗତ କିଛି ଦିନ ହେବ ତୃତୀୟ ସବୁଠୁ ବଡ଼ ସ୍ରୋତ ଭାବେ ଉଭା ହୋଇଛି । ସେହିପରି ଭାରତୀୟ କମ୍ପାନୀଗୁଡ଼ିକର ନିବେଶ ଲାଗି ମଧ୍ୟ ନେଦରଲାଣ୍ଡସ ଅତ୍ୟନ୍ତ ଆକର୍ଷଣୀୟ ଲକ୍ଷ୍ୟସ୍ଥଳ ଅଟେ । ଏବଂ ସେଥିପାଇଁ, ଉଭୟ ଦେଶର ସିଇଓମାନଙ୍କ ସହିତ ସାକ୍ଷାତ ଆଲୋଚନା ବେଶ ଉପଯୋଗୀ । ମୁଁ ଆନନ୍ଦିତ ଯେ ନେଦରଲାଣ୍ଡସର ବ୍ୟବସାୟୀ ଗୋଷ୍ଠୀ ଭାରତରେ ସୃଷ୍ଟି ହେଉଥିବା ସୁଯୋଗ ପ୍ରତି ଉତ୍ସାହପୂର୍ଣ୍ଣ ମନୋଭାବ ରଖିଛନ୍ତି । ମୁଁ ମଧ୍ୟ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ଭାରତରେ ଅର୍ଥନୈତିକ ସଂସ୍କାର ପ୍ରତି ମୋର ଦୃଢ଼ ସମର୍ପଣ ବଜାୟ ରହିବ । କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଭାରତ ଲାଗି ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ । ଏହି ପ୍ରସଙ୍ଗ ଆମ ଖାଦ୍ୟ ସୁରକ୍ଷା ସହ ଜଡ଼ିତ । ଏଥିସହିତ, ଭାରତର କୃଷକମାନଙ୍କ ଆୟ ଦୁଇ ଗୁଣା କରିବା ଲାଗି ଲକ୍ଷ୍ୟ ନିମନ୍ତେ ମଧ୍ୟ ଏହାର ଗୁରୁତ୍ୱ ରହିଛି । ଏହି କ୍ଷେତ୍ରରେ ନେଦରଲାଣ୍ଡସ ଉଚ୍ଚକୋଟ୍ଟୀର ସଫଳତା ପାଇଛି । ଗତ ବର୍ଷ ବିଶ୍ୱ ଫୁଡ ଇଣ୍ଡିଆରେ ନେଦରଲାଣ୍ଡସ ଦୃଷ୍ଟିଆକର୍ଷଣକାରୀ ଦେଶ ଭାବେ ଭାଗ ନେଇଥିଲା । ଏବଂ ମୋର ବିଶ୍ୱାସ ରହିଛି ଯେ 2019ରେ ଏହାର ପରବର୍ତ୍ତୀ ସଂସ୍କରଣରେ ନେଦରଲାଣ୍ଡସର ଭାଗିଦାରୀ ଆହୁରି ଅଧିକ ହେବ । ମୁଁ ଆନନ୍ଦିତ ଯେ ବାରାମତିରେ ପରିବା ଲାଗି ପ୍ରଥମ ଇଣ୍ଡୋ-ଡଚ ଉତ୍କର୍ଷ କେନ୍ଦ୍ର ଆରମ୍ଭ ହୋଇସାରିଛି । ଏହିପରି ଅନ୍ୟ କେନ୍ଦ୍ର ଉପରେ ମଧ୍ୟ ଆମେ ମିଳିମିଶି କାମ କରୁଛୁ । ଏହିପରି ସହରୀ ବିକାଶରେ ମଧ୍ୟ ଆମର ସହଯୋଗ ଗତିଶୀଳ ହେଉଛି । ବଡ଼ୋଦରା ଏବଂ ଦିଲ୍ଲୀରେ ବର୍ଜ୍ୟ ଜଳ ପରିଚାଳନା ପ୍ରକଳ୍ପ ଉତ୍ତମ ପ୍ରଗତି କରୁଛି । ବିଜ୍ଞାନ ଏବଂ ପ୍ରଯୁକ୍ତିରେ ଆମର ସହଯୋଗକୁ 10 ବର୍ଷ ପୂରଣ ହେଉଛି, ଏବଂ 2019ରେ ଭାରତରେ ଆୟୋଜିତ ହେବାକୁ ଥିବା ଟେକ ସମ୍ମିଳନୀରେ ନେଦରଲାଣ୍ଡସ ଭାଗିଦାରୀ ରାଷ୍ଟ୍ର ରୂପେ ଭାଗ ନେବା ଏହି ସଫଳ ସହଭାଗିତାକୁ ଆହୁରି ସୁଦୃଢ଼ କରିବ ।

ବନ୍ଧୁଗଣ,

ମୋ ସରକାରର ବୈଦେଶିକ ନୀତିର ଏକ ବଡ଼ ପ୍ରାଥମିକତା ହେଉଛି ବିଦେଶରେ ରହୁଥିବା ଭାରତୀୟ ସମାଜ ପ୍ରତି ଆମର ବିଶେଷ ଧ୍ୟାନ । ସେପ୍ଟେମ୍ବର 2017ରେ ସେଣ୍ଟ ମାର୍ଟନରେ ଆସିଥିବା ଝଡ଼ ସମୟରେ ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ଲାଗି ମିଳିଥିବା ସହଯୋଗ ନିମନ୍ତେ ମୁଁ ପ୍ରଧାନମନ୍ତ୍ରୀ ରୁଟ୍ଟ ଏବଂ ନେଦରଲାଣ୍ଡସର ସରକାରଙ୍କୁ ବିଶେଷ ଭାବେ ଅଭିନନ୍ଦନ ଜଣାଉଛି ।

ମହାମହିମ,

ମୁଁ ପୁଣିଥରେ ଭାରତରେ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧିମାନଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଅଛି ।

ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Paltano Dorkar!’ PM Modi Predicts TMC Rout In Bengal, Says ‘Goons Won’t Find Space To Hide After May 4’

Media Coverage

‘Paltano Dorkar!’ PM Modi Predicts TMC Rout In Bengal, Says ‘Goons Won’t Find Space To Hide After May 4’
NM on the go

Nm on the go

Always be the first to hear from the PM. Get the App Now!
...
Members of the Governing Body of Shri Ram College of Commerce meets the Prime Minister
April 25, 2026

A delegation comprising members of the Governing Body of Shri Ram College of Commerce, met the Prime Minister, Shri Narendra Modi, today. Shri Modi noted that this year marks the centenary of the institution, a significant milestone in its illustrious journey of academic excellence and nation-building. He lauded the college’s long-standing contribution to higher education and its role in nurturing generations of leaders across diverse fields.

On the occasion, a commemorative stamp marking the centenary year of Shri Ram College of Commerce was also released.

The Prime Minister posted on X:

"Met a delegation consisting of the Governing Body of the Shri Ram College of Commerce, one of India’s most reputed educational institutions. This year, we are marking the centenary of this institution. A commemorative stamp was released too. My best wishes to this institution."