I am glad that Indo-Nepal cooperation is being expanded to a greater extent: PM Modi
The launch of this pipeline as a first in South Asia is very satisfying and reaffirms our commitment to expand our relations with our neighbours even more: PM Modi
As Mr Oli has said, the consumers on both sides are set to benefit from the reduction in costs once this pipeline becomes operational: PM Modi

ଭିଡିଓ କନଫରେନ୍ସ ଜରିଆରେ ଭାରତର ମୋତିହାରିରୁ ନେପାଳର ଅମଲେଖଗଞ୍ଜ ପର୍ଯ୍ୟନ୍ତ ଦକ୍ଷିଣ

ଏସିଆର ପ୍ରଥମ ସୀମାପାର ପେଟ୍ରୋଲିୟମ ଉତ୍ପାଦ ପାଇପଲାଇନକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେପାଳ ପ୍ରଧାନମନ୍ତ୍ରୀ ଶ୍ରୀ କେପି ଶର୍ମା ଓଲି ମିଳିତ ଭାବେ ଉଦଘାଟନ କରିଛନ୍ତି ।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଧାର୍ଯ୍ୟ ସମୟର ଯଥେଷ୍ଟ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଓଲି ସନ୍ତୋଷ ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ 69 କିମି ଲମ୍ବ ମୋତିହାରି-ଅମଲେଖଗଞ୍ଜ ପାଇପଲାଇନର ବାର୍ଷିକ କ୍ଷମତା 2 ମିଲିୟନ ମେଟ୍ରିକ ଟନ । ଏହା ନେପାଳର ଲୋକମାନଙ୍କୁ ସୁଲଭ ଦରରେ ସ୍ୱଚ୍ଛ ପେଟ୍ରୋଲିୟମ ଉତ୍ପାଦ ଯୋଗାଇ ଦେବ । ନେପାଳରେ ପେଟ୍ରୋଲିୟମ ଉତ୍ପାଦ ଦର ଲିଟର ପିଛା 2 ଟଙ୍କା କମାଇବା ଲାଗି ପ୍ରଧାନମନ୍ତ୍ରୀ ଓଲି କରିଥିବା ଘୋଷଣାକୁ ସେ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଉଚ୍ଚ ରାଜନୈତିକ ସ୍ତରରେ ନିୟମିତ ସମ୍ପର୍କ ସ୍ଥାପନ ଫଳରେ ଭାରତ-ନେପାଳ ଭାଗିଦାରୀ ଅଧିକ ସମ୍ପ୍ରସାରିତ ହେବାର ମାର୍ଗ ପ୍ରଶସ୍ତ ହୋଇଛି । ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ନିବିଡ଼ ତଥା ବିବିଧ କ୍ଷେତ୍ରକୁ ସମ୍ପ୍ରସାରିତ ହେବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେପାଳ ଗସ୍ତ ଲାଗି ପ୍ରଧାନମନ୍ତ୍ରୀ ଓଲି ଆମନ୍ତ୍ରଣ କରିଥିଲେ, ଯାହାକୁ ପ୍ରଧାନମନ୍ତ୍ରୀ ମୋଦୀ ଗ୍ରହଣ କରିଥିଲେ ।

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
99.92% villages in India covered with banking outlets within 5 km radius: Govt

Media Coverage

99.92% villages in India covered with banking outlets within 5 km radius: Govt
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 31, 2026
March 31, 2026

 Building a Resilient Bharat: Record Progress in Banking, Infrastructure, EVs, and Conservation Under PM Modi