ଭାରତରେ କରୋନା ମହାମାରୀର ସଫଳ ନିୟନ୍ତ୍ରଣ ମାନବ ସମାଜକୁ ଏକ ବିରାଟ ବିପତ୍ତିରୁ ରକ୍ଷା କରିପାରିଛି: ପ୍ରଧାନମନ୍ତ୍ରୀ
ଆତ୍ମନିର୍ଭର ଭାରତ ଆନ୍ଦୋଳନ ବିଶ୍ୱ ସାମଗ୍ରୀ ଓ ବୈଶ୍ୱିକ ଯୋଗାଣ ଚେନ୍‍ ପ୍ରତି ସଂକଳ୍ପବଦ୍ଧ: ପ୍ରଧାନମନ୍ତ୍ରୀ
ଭାରତ ଏଫଡ଼ିଆଇ ଟିକସ ବ୍ୟବସ୍ଥା ନିମନ୍ତେ ଏକ ଆକଳନଯୋଗ୍ୟ ଓ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ପ୍ରଦାନ କରେ: ପ୍ରଧାନମନ୍ତ୍ରୀ
ଦେଶର ଡିଜିଟାଲ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ପରିବର୍ତ୍ତନ ଘଟିଛି: ପ୍ରଧାନମନ୍ତ୍ରୀ
ଭାରତ ଏବେ ପୋଷଣୀୟ ସହରୀକରଣ ଉପରେ ଗୁରୁତ୍ୱ ଆରୋପ କରେ ଏବଂ ଏଥିସହ ଇଜ୍‍ ଅଫ ଲିଭିଂ, ଇଜ୍‍ ଅଫ୍‍ ଡୁଇଂ ବିଜିନେସ ଓ ଜଳବାୟୁ ସମ୍ବେଦନୀ ବିକାଶ ପ୍ରତି ସଚେତନ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ବିଶ୍ୱ ଆର୍ଥିକ ଫୋରମର ଡାଭୋସ ଆଲୋଚନାକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ “ଚତୁର୍ଥ ଶିଳ୍ପ ବିପ୍ଳବ- ମାନବ ସମାଜର କଲ୍ୟାଣ ସାଧନ ନିମନ୍ତେ ପ୍ରଯୁକ୍ତିର ଉପଯୋଗ” ଶୀର୍ଷକ ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ ସଂସ୍ଥାର ସିଇଓମାନଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି ।

ଏହି ସମ୍ମିଳନୀରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ, ଏଭଳି ଏକ ଆଶଙ୍କା କାଳରେ 130 କୋଟି ଭାରତୀୟଙ୍କ ଆତ୍ମବିଶ୍ୱାସ, ସକାରାତ୍ମକ ଭାବନା ଏବଂ ଆଶାର ବାର୍ତ୍ତା ନେଇ ସେ ଏହି ସମ୍ମିଳନୀରେ ଉପସ୍ଥିତ ହୋଇଛନ୍ତି । ସେ କହିଲେ ଯେ, କରୋନା ମହାମାରୀର ପ୍ରାରମ୍ଭିକ ଅବସ୍ଥାରେ ଭାରତ ଏହି ବିପତ୍ତିକୁ କିଭଳି ଭାବେ ମୁକାବିଲା କରିବ ସେଥିନେଇ ନାନା ଆଶଙ୍କା ବ୍ୟକ୍ତ କରାଯିବା ସତ୍ତ୍ୱେ ଭାରତ ସକାରାତ୍ମକ ମାନସିକତାର ସହ ଏବଂ ଜନଭାଗୀଦାରିତାକୁ ନେଇ ଆଗକୁ ଅଗ୍ରସର ହୋଇଥିଲା ଏବଂ ଦେଶରେ କୋଭିଡ଼ ମହାମାରୀ ମୁକାବିଲା ଜନିତ ସ୍ୱାସ୍ଥ୍ୟ ଭିତ୍ତିଭୂମି ନିର୍ମାଣ କରିଥିଲା । ଏଥି ସହ ମାନବ ସମ୍ବଳକୁ ମଧ୍ୟ ମହାମାରୀ ମୁକାବିଲା ସକାଶେ ତାଲିମ ପ୍ରଦାନ କରିଥିଲା ଏବଂ ସର୍ବୋପରି କରୋନା ସଂକ୍ରମିତଙ୍କୁ ଟ୍ରାକିଂ କରି ସେମାନଙ୍କର ନମୁନା ପରୀକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲା । ଭାରତର କରୋନା ବିରୋଧୀ ସଂଗ୍ରାମ ଖୁବ୍‍ ଶୀଘ୍ର ଏକ ଜନ ଆନ୍ଦୋଳନରେ ପରିଣତ ହୋଇଥିଲା ଏବଂ ସେହି କାରଣରୁ ଭାରତ ନିଜର ସର୍ବାଧିକ ଲୋକଙ୍କ ଜୀବନକୁ ବଞ୍ଚାଇବାକୁ ସକ୍ଷମ ହୋଇପାରିଥିଲା । ଭାରତର ଏହି ସଫଳତା ବିଶ୍ୱ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥିଲା । କାରଣ, ଭାରତରେ ବିଶ୍ୱର ମୋଟ ଜନସଂଖ୍ୟାର 18 ପ୍ରତିଶତ ଲୋକ ବସବାସ କରନ୍ତି । ତେଣୁ ଭାରତରେ କରୋନାର ନିୟନ୍ତ୍ରଣ ମାନବ ସମାଜକୁ ଏକ ବିରାଟ ବିପତ୍ତିରୁ ରକ୍ଷା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିଶ୍ୱର ସର୍ବବୃହତ୍‍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଯାହାକି ଏବେ ଭାରତରେ କାର୍ଯ୍ୟକାରୀ କରାଯାଉଛି ସେ ସଂପର୍କରେ ନିଜର ମତ ରଖି କହିଲେ ଯେ ଏହି ମହାମାରୀ ବିରୋଧରେ ଭାରତର ଏହା ବୈଶ୍ୱିକ ପ୍ରୟାସ । ଯେତେବେଳେ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଆକାଶ ସୀମା ବନ୍ଦ ହୋଇ ଯାଇଥିଲା ସେତେବେଳେ ଭାରତ ଲକ୍ଷାଧିକ ଲୋକଙ୍କୁ ନିଜ ନିଜ ଦେଶରେ ପହଞ୍ଚାଇପାରିଥିଲା ଏବଂ 150ରୁ ଅଧିକ ଦେଶକୁ ଅତ୍ୟାବଶ୍ୟକ ଔଷଧ ଯୋଗାଇଥିଲା । ଆଜି ଭାରତ ଅନେକ ରାଷ୍ଟ୍ରଙ୍କୁ ଏହି ଦିଗରେ ଅନଲାଇନ ତାଲିମ ପ୍ରଦାନ କରୁଛି ଓ ପାରମ୍ପରିକ ଜ୍ଞାନ, ପ୍ରତିଷେଧକ ଟିକା ଓ ଟିକାକରଣ ସଂସାଧନ ଯୋଗାଇ ଆସୁଛି । ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ ଭାରତ ଦ୍ୱାରା ପ୍ରସ୍ତୁତ ଦୁଇଟି ପ୍ରତିଷେଧକ ଟିକା ବ୍ୟତୀତ ଅଧିକ ଟିକା ଖୁବ୍‍ ଶୀଘ୍ର ଉପଲବ୍ଧ ହେବାର ସମ୍ଭାବନା ରହିଛି ଯାହା ଫଳରେ ଭାରତ ସମଗ୍ର ବିଶ୍ୱକୁ ଅଧିକ ମାତ୍ରାରେ ଟିକା ଯୋଗାଇବାକୁ ସକ୍ଷମ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିଶ୍ୱ ଆର୍ଥିକ ଫୋରମ ମଞ୍ଚକୁ ଆହୁରି ସୂଚୀତ କରି କହିଲେ ଯେ ଆର୍ଥିକ କ୍ଷେତ୍ରରେ ମଧ୍ୟ ଭାରତ ଅନେକ ପଦକ୍ଷେପ ଗ୍ରହଣ କରିଛି । ଭାରତ କରୋନା ମହାମାରୀ କାଳରେ ଶହ ଶହ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ କରିଛି ଏବଂ ଗରିବ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବା ସକାଶେ ବିଶେଷ ଯୋଜନାମାନ ରୂପାୟନ କରିଛି । ପୂର୍ବରୁ ଆମେ ଲୋକମାନଙ୍କ ଜୀବନ ରକ୍ଷା ଉପରେ ଗୁରୁତ୍ୱ ଆରୋପ କରୁଥିଲୁ କିନ୍ତୁ ଏବେ ଆମର ଦୃଷ୍ଟି ଦେଶର ଅଭିବୃଦ୍ଧି ଉପରେ କେନ୍ଦ୍ରୀତ ବୋଲି ସୂଚାଇ ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର ଆତ୍ମନିର୍ଭର ମହତ୍ତ୍ୱାକାଂକ୍ଷା ବିଶ୍ୱବାଦକୁ ଏକ ନୂତନ ଦିଗଦର୍ଶନ ଦେବା ସହିତ ଏହାକୁ ସୁଦୃଢ଼ କରିବ ଏବଂ ଶିଳ୍ପ ବିପ୍ଳବ 4.0 କୁ ମଧ୍ୟ ସହାୟକ ହୋଇପାରିବ ।

ପ୍ରଧାନମନ୍ତ୍ରୀ ଦୃଢ଼ତା ବ୍ୟକ୍ତ କରି କହିଲେ ଯେ ଭାରତ 4.0 ଶିଳ୍ପ ବିପ୍ଳବର ଚାରୋଟିଯାକ ମୁଖ୍ୟ ଦିଗ- ଯୋଗାଯୋଗ, ଅଟୋମେସନ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅଥବା ମେସିନ୍‍ ଲର୍ଣ୍ଣିଂ ଏବଂ ରିଅଲ ଟାଇମ ଡାଟା ଉପରେ ସମାନ ଭାବେ କାର୍ଯ୍ୟ କରୁଛି । ଭାରତ ସେହିସବୁ ରାଷ୍ଟ୍ରମାନଙ୍କ ମଧ୍ୟରୁ ଅନ୍ୟତମ ଯେଉଁଠାରେ ଡାଟା ଚାର୍ଜ ସବୁଠାରୁ ସୁଲଭ ମୂଲ୍ୟରେ ଉପଲବ୍ଧ ଏବଂ ଦେଶରେ ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠାରେ ମୋବାଇଲ ସଂଯୋଗ ଓ ସ୍ମାର୍ଟ ଫୋନ୍‍ ସେବା ଉପଲବ୍ଧ । ଭାରତର ଅଟୋମେସନ୍‍ ଡିଜାଇନ ଏକ୍ସପାର୍ଟ ପୁଲ୍‍ ଯେତିକି ବ୍ୟାପକ, ଦେଶ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମେସିନ୍‍ ଲର୍ଣ୍ଣିଂ କ୍ଷେତ୍ରରେ ସେତିକି ପ୍ରଗତି ହାସଲ କରିଛି । ଡିଜିଟାଲ ସଂସାଧନର ବିକାଶ ଏବେ ଲୋକମାନଙ୍କ ଦୈନନ୍ଦିନ ଜୀବନର ସମସ୍ୟାବଳୀର ମଧ୍ୟ ଡ଼ିଜିଟାଲ ସମାଧାନ କରିବାରେ ସକ୍ଷମ ହୋଇଛି । ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଭାରତର ୧୩୦ କୋଟି ନାଗରିକଙ୍କ ନିକଟରେ ୟୁଆଇଡ଼ି (ୟୁନିଭର୍ସାଲ ଆଇଡେଣ୍ଟିଟି କାର୍ଡ଼) ଉପଲବ୍ଧ ହୋଇପାରିଛି ଯାହାକି ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଏବଂ ସ୍ମାର୍ଟ ଫୋନ୍‍ ସହ ସଂଯୋଗ କରାଯାଇଛି । କେବଳ ଡିସେମ୍ବର ମାସରେ ୟୁପିଆଇ ମାଧ୍ୟମରେ ଦେଶରେ 4 ଟ୍ରିିଲିଅନ ଟଙ୍କା ମୂଲ୍ୟର ଡିଜିଟାଲ କାରବାର ହୋଇଛି ବୋଲି ସୂଚାଇ ପ୍ରଧାନମନ୍ତ୍ରୀ କହିଲେ ଯେ କରୋନା ମହାମାରୀ କାଳରେ ସରକାର ଦେଶର 76 କୋଟି ଲୋକଙ୍କ ଜମାଖାତାକୁ ସିଧାସଳଖ ଭାବେ 1.8 ଟ୍ରିିଲିଅନ ଟଙ୍କା ସହଜରେ ହସ୍ତାନ୍ତରଣ କରିପାରିଛନ୍ତି । ଡିଜିଟାଲ ସଂସାଧନ ସର୍ବସାଧାରଣ ଯୋଗାଣ ବ୍ୟବସ୍ଥାକୁ ଯେତିକି ସକ୍ରିୟ କରିଛି ତାହା ସେତିକି ମାତ୍ରାରେ ସ୍ୱଚ୍ଛ ହୋଇପାରିଛି । ଭାରତ ଏବେ ଏହାର ନାଗରିକମାନଙ୍କୁ ସହଜରେ ସ୍ୱାସ୍ଥ୍ୟ ସେବା ଯୋଗାଣ ଦିଗରେ କାର୍ଯ୍ୟ ଆରମ୍ଭ କରିଛି ଏବଂ ସେଥିପାଇଁ ଲୋକମାନଙ୍କୁ ୟୁନିକ୍‍ ସ୍ୱାସ୍ଥ୍ୟ କାର୍ଡ଼ ଯୋଗାଇ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଫୋରମକୁ ନିର୍ଭର ଆଶ୍ୱାସନା ଦେଇ କହିଲେ ଯେ ଭାରତର ଆତ୍ମନିର୍ଭର ଭାରତ ଆନ୍ଦୋଳନ ବିଶ୍ୱ ସାମଗ୍ରୀ ଓ ବୈଶ୍ୱିକ ଯୋଗାଣ ଚେନ୍‍କୁ ସୁଦୃଢ଼ କରିବା ନିମନ୍ତେ ଉଦ୍ଦିଷ୍ଟ ଏବଂ ଯେହେତୁ ଭାରତର ଏହି କ୍ଷମତା, ଦକ୍ଷତା ଓ ନିର୍ଭରଯୋଗ୍ୟତା ରହିଛି ସେଥିରୁ ସମସ୍ତେ ସୁବିଧା ପାଇପାରିବେ ଏବଂ ବିଶ୍ୱ ଯୋଗାଣ ଚେନ୍‍ ସୁଦୃଢ଼ ହୋଇପାରିବ । ଭାରତର ବିଶାଳ ଉପଭୋକ୍ତା ବେସ୍‍ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧି ଦିଗରେ ଅଧିକ ସହାୟକ ହୋଇପାରିବ ବୋଲି ସେ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ନିଜର ସକଳ ପ୍ରକାର ସମ୍ଭାବନାରେ ଭରପୂର ରହିଛି ଏବଂ ଏହା ଆତ୍ମବିଶ୍ୱାସରେ ଭରପୂର । କାରଣ ଦେଶରେ ବ୍ୟାପକ ସଂସ୍କାର ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି ଏବଂ ସହାୟତା ପ୍ରଦାନ ଭିତ୍ତିକ ପ୍ରୋତ୍ସାହନକୁ ମଧ୍ୟ ଅଗ୍ରାଧିକାର ପ୍ରଦାନ କରାଯାଉଛି । କରୋନା ମହାମାରୀ କାଳରେ ଦେଶରେ ଅନେକ ପ୍ରକାର ଢାଞ୍ଚାଗତ ସଂସ୍କାର କାର୍ଯ୍ୟକାରୀ ହୋଇଛି ଯାହାକି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ବ୍ୟବସ୍ଥାକୁ ସହାୟକ ହୋଇପାରିଛି । ଭାରତ ଇଜ୍‍ ଅଫ୍‍ ଡୁଇଂ ବିଜିନେସକୁ ଏତେ ସହଜସାଧ୍ୟ କରିଛି ଯଦ୍ୱାରା ଦେଶରେ ଏକ ଆକଳନଯୋଗ୍ୟ ତଥା ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରିଛି । ତାହା ଏବେ ଟିକସ ବ୍ୟବସ୍ଥା ଠାରୁ ପ୍ରତ୍ୟକ୍ଷ ବିଦେଶୀ ପୁଂଜି ନିବେଶ କ୍ଷେତ୍ର ପର୍ଯ୍ୟନ୍ତ ସର୍ବତ୍ର ଦୃଶ୍ୟମାନ । ଏବଂ ସର୍ବୋପରି ଭାରତ ତା’ର ବିକାଶ ଲକ୍ଷ୍ୟ ସହିତ ଜଳବାୟୁ ପରିବର୍ତ୍ତନ ସର୍ତ୍ତାବଳୀ ଓ ଲକ୍ଷ୍ୟକୁ ମଧ୍ୟ ସମାନ୍ତରାଳ ଭାବେ ଅବଲମ୍ବନ କରିଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମସ୍ତଙ୍କୁ ସତର୍କ କରାଇ କହିଲେ ଯେ ପ୍ରଯୁକ୍ତି ଇଜ୍‍ ଅଫ୍‍ ଲିଭିଂର ଏକ ସାଧନ ହେବା ଆବଶ୍ୟକ, ଆମମାନଙ୍କୁ ଏହା କବଳିତ କରିବା ଅନୁଚିତ । ଏହାକୁ ଆମକୁ ସଭିଙ୍କୁ ସ୍ମରଣ ରଖିବାକୁ ପଡ଼ିବ । କରୋନା ମହାମାରୀ ସଂକଟ ଆମମାନଙ୍କୁ ଏହି ମହାଶିକ୍ଷା ଦେଇଛି ଓ ସମସ୍ତଙ୍କୁ ମାନବିକତାର ମୂଲ୍ୟବୋଧ ସଂପର୍କରେ ଚେତାଇଛି ବୋଲି ସେ କହିଥିଲେ ।

ଏହି ଅବସରରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ସିଏମେନ୍ସ କମ୍ପାନୀର ଅଧ୍ୟକ୍ଷ ତଥା ସିଇଓ ଜୋ କାଇଜରଙ୍କୁ କହିଥିଲେ ଯେ ଆତ୍ମନିର୍ଭର ଭାରତ ଅଭିଯାନର ମୂଳ ଆଧାର ହେଉଛି ସମସ୍ତଙ୍କ ପାଇଁ ସକଳ ପ୍ରକାର ସୁବିଧା ଓ ସୁଯୋଗ ପ୍ରଦାନ କରିବା । ଏହା ଦ୍ୱାରା ଭାରତ ଉତ୍ପାଦନ ଓ ରପ୍ତାନୀର ପେଣ୍ଠସ୍ଥଳ ହେବା ହେଉଛି ଏହାର ପରିକଳ୍ପନାର ଅଂଶବିଶେଷ । ତେଣୁ ବିଶ୍ୱର ବଡ଼ ବଡ଼ କମ୍ପାନୀମାନେ ଏହାର ଫାଇଦା ନେବାକୁ ସେ ଆହ୍ୱାନ ଜଣାଇଥିଲେ । ଏହା ଏବେ 26 ବିଲିଅନ୍‍ ଡଲାର ମୂଲ୍ୟର ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାରେ ପରିଣତ ହୋଇଛି । ଏବିବିର ସିଇଓ ବିଓନ୍‍ ରୋଜେନଗ୍ରେନଙ୍କ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ ଦେଶରେ ଏବେ କାର୍ଯ୍ୟକାରୀ ହେଉଥିବା ଭିତ୍ତିଭୂମି ପ୍ରକଳ୍ପର ଏକ ତାଲିକା ଉପସ୍ଥାପନ କରିଥିଲେ ଏବଂ ସୂଚାଇଥିଲେ ଯେ ଜାତୀୟ ଭିତ୍ତିଭୂମି ପାଇପଲାଇନ ଅଧୀନରେ ୧.୫ ଟ୍ରିିଲିଅନ୍‍ ଆମେରିକୀୟ ଡ଼ଲାର ମୂଲ୍ୟର ପ୍ରକଳ୍ପ ଆଗାମୀ ପାଞ୍ଚବର୍ଷ ମଧ୍ୟରେ ପ୍ରବର୍ତ୍ତନ କରାଯିବ । ମାଷ୍ଟରକାର୍ଡ଼ର ସିଇଓ ଅଜୟ ଏସ ବାଙ୍ଗାଙ୍କ ଏକ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେଯେ ବ୍ୟାପକ ଆର୍ଥିକ ସମାଯୋଜନ କାର୍ଯ୍ୟକ୍ରମ ଏବେ ଦେଶରେ ପ୍ରବର୍ତ୍ତନ କରାଯାଉଛି ଏବଂ ଭାରତର ଏମଏସଏମଇ କ୍ଷେତ୍ରକୁ ସୁଦୃଢ଼ କରିବା ନିମନ୍ତେ ସରକାର ବିଶେଷ ଭାବେ ଯତ୍ନଶୀଳ ହୋଇଛନ୍ତି । ଆଇବିଏମର ଅରବିନ୍ଦ କ୍ରିଷ୍ଣନ୍‍ଙ୍କ ଏକ ପ୍ରଶ୍ନ ସଂପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ଯେ ଡିଜିଟାଲ ଇଣ୍ଡିଆ ଉପରେ ସରକାର ଗୁରୁତ୍ୱାରୋପ କରନ୍ତି । ଦେଶର ଡିିଜିଟାଲ କାର୍ଯ୍ୟକ୍ରମରେ ଆମୂଳଚୂଳ ପରିବର୍ତ୍ତର ଘଟିସାରିଛି । ସରକାର ଏବେ ସମସ୍ତଙ୍କ ପାଇଁ ଡିଜିଟାଲ ସଂସାଧନ ଉପଲବ୍ଧ କରାଇବା,ସେଥିରେ ସମସ୍ତଙ୍କୁ ସମାବେଶୀ ତଥା ସଶକ୍ତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏପରିକି ଡିଜିଟାଲ ବ୍ୟବସ୍ଥାର ବ୍ୟବହାରକାରୀମାନଙ୍କ ବ୍ୟକ୍ତିଗତ ଡାଟା ସୁରକ୍ଷା ପାଇଁ ମଧ୍ୟ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉଛି । ଏନଇସି କର୍ପୋରେସନ ବୋର୍ଡର ଅଧ୍ୟକ୍ଷ ମୋବୁହିରୋ ଇଣ୍ଡୋଙ୍କ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଘଟୁଥିବା ସହରୀକରଣ ସମସ୍ତଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି । ଦେଶ ଅଧୁନା ପୋଷଣୀୟ ସହରୀକରଣ ଉପରେ ଗୁରୁତ୍ୱ ଆରୋପ କରୁଛି ଏବଂ ଇଜ୍‍ ଅଫ୍‍ ଲିଭିଂ, ଇଜ୍‍ ଅଫ୍‍ ଡୁଇଂ ବିଜିନେସ୍‍ ତଥା ଜଳବାୟୁ ସଂବେଦନୀ ବିକାଶ କାର୍ଯ୍ୟକ୍ରମକୁ ଅଗ୍ରପ୍ରାଧାନ୍ୟ ଦେଉଛି । ଏଭଳି ପ୍ରତିବଦ୍ଧତା ଯୋଗୁ ସହରାଞ୍ଚଳ ଭାରତ କାର୍ଯ୍ୟକ୍ରମରେ 2014 ଠାରୁ 2020 ମଧ୍ୟରେ 150 ବିଲିଅନ ଡଲାର ମୂଲ୍ୟର ପୁଂଜି ନିବେଶ ସମ୍ଭବପର ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From welfare to opportunity: How DPI 2.0 and AI will unlock India’s productivity

Media Coverage

From welfare to opportunity: How DPI 2.0 and AI will unlock India’s productivity
NM on the go

Nm on the go

Always be the first to hear from the PM. Get the App Now!
...
State Visit of Prime Minister to Seychelles
June 28, 2026

As part of Prime Minister Shri Narendra Modi’s State Visit to Seychelles from 27-29 June 2026, Prime Minister and the President of Seychelles, H.E. Dr. Patrick Herminie today held official talks at the State House in Victoria, Mahe.

The talks covered the full spectrum of bilateral relations, with the leaders agreeing to further strengthen cooperation in health, education, capacity building, digital transformation, sustainable development, social infrastructure, renewable energy, maritime security and defence. They also exchanged views on regional and global developments, including challenges in the Indian Ocean region, such as illegal fishing, drug trafficking and piracy. Both leaders expressed satisfaction at the progress made in the implementation of projects and initiatives under the Special Economic Package announced by India. Prime Minister reaffirmed India’s commitment to supporting the development priorities of Seychelles and to further deepen the close and enduring partnership between the two countries.

Following the official talks, both leaders released a joint commemorative logo marking 50 years of the establishment of diplomatic relations between the two countries. Several MoUs/agreements in the fields of Capacity Building, UPI, Health, Agriculture, Shipping, Space, Extradition and Line of Credit were exchanged thereafter. The amount of the Line of Credit stands at INR 1250 crores. The full list of MoUs/agreements may be seen here [link]. In addition, several announcements in the fields of food security, infrastructure, health, vocational training, maritime security and defence were made in support of the development needs of Seychelles. The details of these announcements may be seen here [link]. Seychelles also announced that it is joining the Coalition for Disaster Resilient Infrastructure [CDRI].

Later in the day, Prime Minister addressed an Extraordinary Sitting of the National Assembly of Seychelles, becoming the first Indian Prime Minister to do so. In his address, he highlighted the historical bonds of friendship between India and Seychelles and underscored the shared values of democracy, rule of law and people-centric governance that guide the two countries. He noted that mutual trust and close cooperation have shaped a robust partnership spanning development cooperation, maritime security, technology, innovation, health and capacity building. Prime Minister also called for enhanced parliamentary exchanges between the two democracies. The full address of Prime Minister may be seen here [link]

The Leader of Opposition of Seychelles, H.E. Mr. Bernard Georges, also called on Prime Minister. The two leaders discussed India-Seychelles bilateral ties and conveyed their strong support to further build the special friendship between the two countries.