PM Modi reviews flood relief operations in Gujarat, chairs high level meeting
Flood relief operations: PM calls for immediate restoration of water supply, electricity and communication links
Special teams be set up for repair of damaged roads, restoration of power and for health related assistance in flood affected areas: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆକାଶମାର୍ଗରୁ ଗୁଜରାଟର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଏହାପରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ବିମାନ ବନ୍ଦରରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ରିଲିଫ ପରିଚାଳନା କାର୍ଯ୍ୟର ସମୀକ୍ଷା କରିଥିଲେ । ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ରାଜ୍ୟ ସରକାର ଏବଂ ବିପର୍ଯ୍ୟୟ ପରିଚାଳନା ସଂସ୍ଥାମାନଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଗୁଜରାଟରେ ବନ୍ୟା ଯୋଗୁଁ ଘଟିଥିବା କ୍ଷୟ କ୍ଷତି ଏବଂ ପ୍ରଭାବିତ ଅଂଚଳରେ ଚାଲିଥିବା ରିଲିଫ କାର୍ଯ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଏହି ସମୀକ୍ଷା ବୈଠକରେ ଅବଗତ କରାଯାଇଥିଲା ।

ଭାରତୀୟ ବାୟୁସେନା ସମେତ ରିଲିଫ କାର୍ଯ୍ୟରେ ନିୟୋଜିତ ସବୁ ଏଜେନ୍ସୀକୁ ପ୍ରଧାନମନ୍ତ୍ରୀ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଭାବିତ ଅଂଚଳରେ ସ୍ୱାସ୍ଥ୍ୟ ସେବା, ପରିମଳ ଓ ସ୍ୱଚ୍ଛତା ରକ୍ଷା ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ ।

ପ୍ରଭାବିତ ଅଂଚଳରେ ବିଭିନ୍ନ ସମ୍ପତ୍ତିର କ୍ଷୟ କ୍ଷତି ଏବଂ ଫସଲ କ୍ଷତିର ଆକଳନ ତୁରନ୍ତ କରିବା ଲାଗି ସମ୍ପୃକ୍ତ ବିଭାଗ ଏବଂ ବୀମା ସଂସ୍ଥାଗୁଡିକୁ ନିର୍ଦ୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀ ରାଜ୍ୟ ପ୍ରଶାସନକୁ ପରାମର୍ଶ ଦେଇଥିଲେ । କ୍ଷୟ କ୍ଷତିର ଆକଳନ ପରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ କ୍ଷତି ପୁରଣ ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ବନ୍ୟା ପ୍ରଭାବିତ ଅଂଚଳରେ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ଓ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଲାଗି ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଭାବିତ ଅଂଚଳରେ କ୍ଷତିଗ୍ରସ୍ତ ହୋଇଥିବା ସଡକ, ଶକ୍ତି, ସ୍ୱାସ୍ଥ୍ୟକେନ୍ଦ୍ର, ସାମାଜିକ ଭିତ୍ତିଭୂମିର ତୁରନ୍ତ ମରାମତି ଲାଗି ସ୍ୱତନ୍ତ୍ର ଦଳ ଗଠନ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଅହମ୍ମଦାବାଦ ବିମାନ ବନ୍ଦରରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ସପ୍ତାହେ ହେଲା ଗୁଜରାଟରେ ଭୀଷଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆସନ୍ତା କାଲି ଆଉ 10ଟି ହେଲିକେପ୍ଟରକୁ ଉଦ୍ଧାର କାର୍ଯ୍ୟରେ ଲଗାଯିବ । ରିଲିଫ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯିବ । ବନ୍ୟା ପ୍ରଭାବିତ ଗ୍ରାମାଂଚଳ ଓ ସହରାଂଚଳରେ କ୍ଷୟ କ୍ଷତି ତୁରନ୍ତ ଆକଳନ କରାଯିବ । କ୍ଷତିଗ୍ରସ୍ତ ଅଂଚଳରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଲାଗି ସ୍ୱଳ୍ପ ଓ ଦୀର୍ଘମିଆଦୀ ପଦକ୍ଷେପମାନ ନିଆଯିବ । ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ବେଶ ପସନ୍ଦ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଗସ୍ତ କାଳରେ ବନ୍ୟାରେ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ 2 ଲକ୍ଷ ଟଙ୍କା ଏବଂ ଗୁରୁତର ଭାବେ ଆହତଙ୍କ ପାଇଁ 50 ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ରିଲିଫ ପାଣ୍ଠି ବାବଦକୁ ତକ୍ରାଳ 500 କୋଟି ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବା ବିଷୟ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ବନ୍ୟା ପରିସ୍ଥିତିର ସଫଳ ମୁକାବିଲା କରିବାରେ ରାଜ୍ୟ ସରକାର ସଫଳ ହେବେ ଏବଂ ଏଭଳି ବିପର୍ଯ୍ୟୟରୁ ରାଜ୍ୟ ଖୁବ ଶୀଘ୍ର ମୁକ୍ତିଲାଭ କରି ଆହୁରି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ଆଶା ପୋଷଣ କରିଥିଲେ । ଏହି ଘଡିସନ୍ଧି ମୁହୂର୍ତ୍ତରେ କେନ୍ଦ୍ର ସରକାର ରାଜ୍ୟର ଜନସାଧାରଣଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ।

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's electronics production rises 6-fold, exports jump 8-fold since 2014: Ashwini Vaishnaw

Media Coverage

India's electronics production rises 6-fold, exports jump 8-fold since 2014: Ashwini Vaishnaw
NM on the go

Nm on the go

Always be the first to hear from the PM. Get the App Now!
...
Prime Minister chairs the National Conference of Chief Secretaries
December 27, 2025

The Prime Minister, Shri Narendra Modi attended the National Conference of Chief Secretaries at New Delhi, today. "Had insightful discussions on various issues relating to governance and reforms during the National Conference of Chief Secretaries being held in Delhi", Shri Modi stated.

The Prime Minister posted on X:

"Had insightful discussions on various issues relating to governance and reforms during the National Conference of Chief Secretaries being held in Delhi."