Swami Vivekananda said that only rituals will not connect an individual to divinity. He said Jan Seva is Prabhu Seva: PM
More than being in search of a Guru, Swami Vivekananda was in search of truth: PM Modi
Swami Vivekananda had given the concept of 'One Asia.' He said that the solutions to the world's problems would come from Asia: PM
There is no life without creativity. Let our creativity strengthen our nation and fulfil the aspirations of our people: PM
India is changing. India's standing at the global stage is rising and this is due to Jan Shakti: PM

ଛାତ୍ର ସଂସଦ ନିର୍ବାଚନରେ ସ୍ୱଚ୍ଛତା ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ;

 ବିଶ୍ୱବିଦ୍ୟାଳୟ ପ୍ରତ୍ୟୁତ୍ପନ୍ନମତି ଓ ସୃଜନାତ୍ମକ ଚିନ୍ତାଧାରାର କେନ୍ଦ୍ର ହେଉ;

 ବିଶାଳ ଜନଶକ୍ତି ଯୋଗୁ ବିଶ୍ୱ ଦରବାରରେ ଭାରତର ଗରିମା ବଢିଛି : ପ୍ରଧାନମନ୍ତ୍ରୀ

ସେପ୍ଟେମ୍ବର 11 ତାରିଖ ଅନେକ ମହତ୍ୱ ବହନ କରେ । 1893 ମସିହା ଆଜିର ଦିନରେ ସ୍ନେହ, ପ୍ରେମ, ସମ୍ପ୍ରିତି ଓ ଭାତୃତ୍ୱଭାବର ବାର୍ତ୍ତା ସାରା ବିଶ୍ୱରେ ପ୍ରସାରିତ ହୋଇଥିଲା । 125 ବର୍ଷ ପୂର୍ବେ ମହାନ ତପସ୍ୱୀ ସ୍ୱାମୀ ବିବେକାନନ୍ଦ ଯୁବ ବୟସରେ ବିଶ୍ୱକୁ ଏକାତ୍ମବାଦର ବାର୍ତ୍ତା ଦେଇ ବିଶ୍ୱବାସୀଙ୍କ ହୃଦୟ ଜୟ କରିଥିଲେ । ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାବେଶରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି ।

ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ବକ୍ତୃତାର 125 ତମ ବର୍ଷ ପୂର୍ତ୍ତି ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଶତବାର୍ଷିକୀ ସମାରୋହ ପାଳନ ପାଇଁ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଏହି ସମାବେଶ ଆୟୋଜିତ ହୋଇଥିଲା । 

ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ୱାମୀ ବିବେକାନନ୍ଦ ଆମ ସମାଜରେ ବସା ବାନ୍ଧିଥିବା କୁସଂସ୍କାର ଓ କୁପ୍ରଥା ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ । ସ୍ୱାମୀ ବିବେକାନନ୍ଦ କହିଥିଲେ ଯେ, କେବଳ ପୂଜା ପଦ୍ଧତିରେ ମଣିଷ ପରମାତ୍ମାଙ୍କର ନିକଟବର୍ତ୍ତୀ ହୋଇନଥାଏ । ଜନସେବା ହିଁ ପ୍ରଭୁ ସେବା ।

ସ୍ୱାମୀ ବିବେକାନନ୍ଦ କେବେ ହେଲେ ପ୍ରଚାର ଏବଂ ପ୍ରବଚନରେ ବିଶ୍ୱାସ କରୁନଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତାଙ୍କ ମତ, ଆଦର୍ଶ ଓ ବାଣୀର ରୂପକୁ ସାକାର କରି ଆଜି ରାମକୃଷ୍ଣ ମିଶନ ଭଳି ଅନୁଷ୍ଠାନ ଗଢ଼ିଉଠିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଭାରତକୁ ସବୁ ଦିଗରୁ ସ୍ୱଚ୍ଛ ରଖିବା ପାଇଁ ଅବିରାମ ଗତିରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଓ ଅନୁଷ୍ଠାନ ହିଁ ବନ୍ଦେ ମାତରମ୍ ଭଳି ଉତ୍ସାହ, ଉଦ୍ଦୀପନା ଓ ବୈଶିଷ୍ଟ୍ୟର ପ୍ରକୃତ ପ୍ରତିଫଳନ ।  ଏବେ ବିଶ୍ୱବିଦ୍ୟାଳୟ ଗୁଡିକରେ ହେଉଥିବା ଛାତ୍ର ସଂସଦ ନିର୍ବାଚନରେ ପ୍ରଚାର ଅଭିଯାନ ବେଳେ ଛାତ୍ର ସଂଗଠନଗୁଡିକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ସ୍ୱଚ୍ଛତା ରକ୍ଷା ପ୍ରସଙ୍ଗ ଉପରେ  ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଥିଲେ । ମହିଳାମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ବ୍ୟକ୍ତି ହିଁ ବାସ୍ତବରେ ବିବେକାନନ୍ଦଙ୍କ ସମ୍ବୋଧନ - “ଆମେରିକାର ଭାଇ ଓ ଭଉଣୀମାନେ” ଭଳି ଶବ୍ଦରୁ ଗୌରବ ଅନୁଭବ କରିପାରିବେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାମୀ ବିବେକାନନ୍ଦ ଏବଂ ଜାମସେଦଜୀ ଟାଟାଙ୍କ ମଧ୍ୟରେ ହୋଇଥିବା ପତ୍ରାଳାପରୁ ସ୍ୱାମୀଜୀ ଭାରତର ସ୍ୱାବଲମ୍ବନଶୀଳତା ପାଇଁ କେତେ ଉଦବିଗ୍ନ ଥିଲେ ତାହା ଜଣାପଡେ । ରାଷ୍ଟ୍ର ଗଠନ ପାଇଁ ଜ୍ଞାନ ସହ କୌଶଳର ସମାନ ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ଜନସାଧାରଣ ଏକବିଂଶ ଶତାବ୍ଦୀକୁ ଏସିଆର ଶତାବ୍ଦୀ ବୋଲି କହୁଛନ୍ତି । କିନ୍ତୁ ଅନେକ ବର୍ଷ ପୂର୍ବେ ସ୍ୱାମୀ ବିବେକାନନ୍ଦ “ଏକ ଏସିଆ”  ଭାବନାର ବାର୍ତ୍ତା ପ୍ରଚାର କରିବା ସହିତ ବିଶ୍ୱର ବିଭିନ୍ନ ସମସ୍ୟାର ସମାଧାନ ଲାଗି ଏସିଆ ମହାଦେଶ ରାହା ଦେଖାଇବ ବୋଲି କହିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟୁତ୍ପନ୍ନମତି ଭାବନା ଓ ସୃଜନାତ୍ମକ ଚିନ୍ତାଧାରାର ପ୍ରକୃତ ସ୍ଥାନ ହେଉଛି ବିଶ୍ୱବିଦ୍ୟାଳୟ । “ଏକ ଭାରତ ଶ୍ରେଷ୍ଠ ଭାରତ” ଭଳି ଉତ୍ସାହକୁ ଦୃଢ଼ିଭୂତ କରିବା ନିମନ୍ତେ ବିଶ୍ୱବିଦ୍ୟାଳୟ ପରିସରରେ ବିଭିନ୍ନ ରାଜ୍ୟର ଭାଷା ଓ ସଂସ୍କୃତିର ସୁରକ୍ଷା ଲାଗି ସମାବେଶମାନ ଆୟୋଜନ କରାଯିବାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆହ୍ୱାନ ଦେଇଥିଲେ ।

ସେ କହିଥିଲେ ଯେ ଭାରତ ବଦଳୁଛି । ବିଶ୍ୱ ଦରବାରରେ ଭାରତର ଗରିମା ଓ ଛବି ଉଜ୍ଜଳ ହେଉଛି । ବିଶାଳ ଜନଶକ୍ତି ଯୋଗୁଁ ଦେଶର ସୁନାମ ବଢ଼ୁଛି । ଏଣୁ ନୀତି-ନିୟମ ଓ ଆଦର୍ଶ ମଧ୍ୟରେ ଚଳିଲେ ଭାରତ ବିଶ୍ୱରେ ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

Click here to read the full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends greetings on National Sports Day
August 29, 2026

The Prime Minister, Shri Narendra Modi has extended his greetings to all sports lovers on National Sports Day. Shri Modi said that the dedication, passion and determination of sportspersons make the entire nation proud.

The Prime Minister also paid homage to the legendary Major Dhyan Chand Ji, whose brilliance and contribution to Indian hockey continue to inspire generations.

Shri Modi posted on X:

“To every sports lover…your dedication, passion and determination make everyone proud.

We also pay homage to the legendary Major Dhyan Chand Ji, whose brilliance inspires generations.

#NationalSportsDay”