Kolkata port represents industrial, spiritual and self-sufficiency aspirations of India: PM
I announce the renaming of the Kolkata Port Trust to Dr. Shyama Prasad Mukherjee Port: PM Modi
The country is greatly benefitting from inland waterways: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତା ବନ୍ଦର ଟ୍ରଷ୍ଟର 150ତମ ଜୟନ୍ତୀ ଅବସରରେ ଆୟୋଜିତ ଭବ୍ୟ ଉତ୍ସବରେ ଯୋଗଦାନ କରିଥିଲେ ।

କୋଲକାତା ବନ୍ଦର ଟ୍ରଷ୍ଟ୍ (KOPT)ର 150ତମ ଜୟନ୍ତୀର ସ୍ମାରକୀ ସ୍ୱରୂପ ପ୍ରଧାନମନ୍ତ୍ରୀ ମୂଳ ବନ୍ଦର ଜେଟ୍ଟି ସ୍ଥଳରେ ଏକ ଫଳକର ଉନ୍ମୋଚନ କରିଥିଲେ । ଦେଶର ଜଳଶକ୍ତିର ଏକ ଐତିହାସିକ ପ୍ରତୀକ ଭାବେ ଜଣାଶୁଣା କେଓପିଟିର 150ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ଯୋଗଦାନ କରି ସେ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ଶ୍ରୀ ମୋଦୀ ପ୍ରକାଶ କରିଥିଲେ ।

“ବିଦେଶୀ ଶାସନ କବଳରୁ ଭାରତ ସ୍ୱାଧୀନତା ଲାଭ କରିଥିବା ଭଳି ଅନେକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେଉଛି ଏହି ବନ୍ଦର । ସତ୍ୟାଗ୍ରହରୁ ଆରମ୍ଭ କରି ସ୍ୱେଚ୍ଛାଗ୍ରହ ପର୍ଯ୍ୟନ୍ତ ଦେଶରେ ଅନେକ ପରିବର୍ତ୍ତନ ଦେଖିଛି ଏହି ବନ୍ଦର । ଏହି ବନ୍ଦର କେବଳ ମାଲ ପ୍ରେରକ ନୁହେଁ ବରଂ ଜ୍ଞାନର ବାହକ ମଧ୍ୟ ଦେଖିଛି ଯେଉଁମାନେ କି ଦେଶରେ ତଥା ସମଗ୍ର ବିଶ୍ୱରେ ସେମାନଙ୍କ ଛାପ ଛାଡ଼ିଛନ୍ତି । କୋଲକାତାର ଏହି ବନ୍ଦର ଏକ ପ୍ରକାର ଔଦ୍ୟୋଗିକ, ଆଧ୍ୟାତ୍ମିକ ଏବଂ ଆତ୍ମନିର୍ଭରତା ପାଇଁ ଭାରତର ଆକାଂକ୍ଷାର ପ୍ରତୀକ,” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ବନ୍ଦର ସଂଗୀତର ମଧ୍ୟ ଶୁଭାରମ୍ଭ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁଜୁରାଟର ଲୋଥାଲ ବନ୍ଦରରୁ କୋଲକାତା ବନ୍ଦର ପର୍ଯ୍ୟନ୍ତ ଭାରତର ଦୀର୍ଘ ତଟୀୟ କ୍ଷେତ୍ର କେବଳ ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଲାଗି ନଥିଲା ବରଂ ସମଗ୍ର ବିଶ୍ୱରେ ସଭ୍ୟତା ଓ ସଂସ୍କୃତିର ପ୍ରସାର କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରି ଆସିଛି ।

“ଆମ ସରକାର ମନେ କରୁଛନ୍ତି କି ଆମର ତଟ ଗୁଡିକ ହେଉଛନ୍ତି ବିକାଶର ଦ୍ୱାର । ଏହି କାରଣରୁ ସରକାର ମୌଳିକ ଢାଞ୍ଚାର ଆଧୁନିକୀକରଣ ଏବଂ ବନ୍ଦର ମାନଙ୍କୁ ଯୋଡିବା କାମରେ ସୁଧାର ପାଇଁ ସାଗରମାଳା ପରିଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ 6 ଲକ୍ଷ କୋଟି ଟଙ୍କାରୁ ଅଧିକ 3600 ପରିଯୋଜନା ଗୁଡ଼ିର ଚିହ୍ନଟ କରାଯାଇଛି । ଏଥିମଧ୍ୟରୁ 3 ଲକ୍ଷ କୋଟିରୁ ଅଧିକ 200ରୁ ଅଧିକ ପରିଯୋଜନା ଚାଲୁ ରହିଛି ଏବଂ ପାଖାପାଖି 125 ପରିଯୋଜନା ସମ୍ପୂର୍ଣ୍ଣ ହୋଇ ସାରିଛି । ନଦୀ ଜଳମାର୍ଗ ନିର୍ମାଣ କାରଣରୁ କୋଲକାତା ବନ୍ଦର ପୂର୍ବ ଭାରତର ଔଦ୍ୟୋଗିକ କେନ୍ଦ୍ର ଗୁଡ଼ିକ ସହିତ ଜଡିତ ରହିଛି । ଏହା ଫଳରେ ନେପାଳ, ବାଂଲାଦେଶ, ଭୂଟାନ ଏବଂ ମିଆଁମାର ପରି ଦେଶମାନଙ୍କ ସହିତ ବ୍ୟବସାୟ କରିବା ସହଜ ହୋଇଯାଇଛି,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦର ଟ୍ରଷ୍ଟ

କୋଲକାତା ବନ୍ଦର ଟ୍ରଷ୍ଟକୁ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । “ବେଙ୍ଗଲର ପୁଅ ଡଃ ମୁଖାର୍ଜୀ ଦେଶରେ ଔଦ୍ୟୋଗୀକରଣର ମୂଳଦୁଆ ରଖିଥିଲେ ଓ ଚିତ୍ତରଞ୍ଜନ ଲୋକୋମୋଟିଭ କାରଖାନା, ହିନ୍ଦୁସ୍ଥାନ ଏୟାରକ୍ରାଫ୍ଟ କାରଖାନା, ସିନ୍ଦ୍ରୀ ସାରଖାନା ଏବଂ ଦାମୋଦର ଉପତ୍ୟାକା କର୍ପୋରେସନ ଭଳି ପରିଯୋଜନାର ବିକାଶରେ ଅନେକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବାବା ସାହେବଙ୍କୁ ମଧ୍ୟ ମୁଁ ସ୍ମରଣ କରୁଛି । ଡଃ ମୁଖାର୍ଜୀ ଓ ବାବା ସାହେବ ସ୍ୱାଧୀନତା ପରେ ଭାରତକୁ ଏକ ନୂତନ ଦୃଷ୍ଟିକୋଣ ପ୍ରଦାନ କରିଛନ୍ତି,” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

କୋଲକାତା ବନ୍ଦର ଟ୍ରଷ୍ଟର ପେନସନ ଧାରକ ମାନଙ୍କ କଲ୍ୟାଣ

କୋଲକାତା ବନ୍ଦର ଟ୍ରଷ୍ଟ୍ର ସେବାନିବୃତ୍ତ ଏବଂ ମହଜୁଦ କର୍ମଚାରୀ ମାନଙ୍କ ପେନସନ ଅନୁଦାନ ରାଶିରେ ହ୍ରାସକୁ ପୂର୍ଣ୍ଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନ୍ତିମ କିସ୍ତି ରୂପେ 501 କୋଟି ଟଙ୍କାର ଚେକ୍ ମଧ୍ୟ ପ୍ରଦାନ କରିଥିଲେ ।

କୋଲକାତା ବନ୍ଦର ଟ୍ରଷ୍ଟ୍ର ସବୁଠାରୁ ପୁରୁଣା ପେନସନ ଧାରକ ଶ୍ରୀ ନାଗିନା ଭଗତ (105 ବର୍ଷ) ଓ ଶ୍ରୀ ନରେଶ ଚନ୍ଦ୍ର ଚର୍କବର୍ତ୍ତୀ (100 ବର୍ଷ)ଙ୍କୁ ପ୍ରଧାନମନ୍ତ୍ରୀ ମଧ୍ୟ ସମ୍ବର୍ନ୍ଧିତ କରିଥିଲେ ।

ପ୍ରଧାନମନ୍ତ୍ରୀ ସୁନ୍ଦରବନର 200 ଆଦିବାସୀ ଛାତ୍ରୀମାନଙ୍କ ପାଇଁ କୌଶଳ ବିକାଶ କେନ୍ଦ୍ର ଏବଂ ପ୍ରୀତିଲତା ଛାତ୍ରାବାସର ଶୁଭାରମ୍ଭ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ କେନ୍ଦ୍ର ସରକାର ପଶ୍ଚିମବଙ୍ଗର ଓ ବିଶେଷ କରି ଗରିବ, ଅବହେଳିତ ଓ ଶୋଷିତ ବ୍ୟକ୍ତି ମାନଙ୍କର ବିକାଶ ପାଇଁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି । ସେ କହିଲେ ଯେ ପଶ୍ଚିମବଙ୍ଗ ରାଜ୍ୟ ସରକାର ଆୟୁଷ୍ମାନ ଭାରତ ଯୋଜନା ଏବଂ ପିଏମ କିଷାନ ନିଧି ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିବା ମାତ୍ରେ, ଏଠାକାର ଜନ ସାଧାରଣଙ୍କୁ ମଧ୍ୟ ଏହି ଯୋଜନା ଗୁଡିକର ଲାଭ ମିଳିବା ଆରମ୍ଭ ହେବ ।

ପ୍ରଧାନମନ୍ତ୍ରୀ ମଧ୍ୟ ନେତାଜୀ ସୁବାଷ ଡ୍ରାଏ ଡକ କୋଚିନ କୋଲକାତା ଜାହାଜ ମରାମତି ୟୁନିଟ ଉନ୍ନତ ଜାହାଜ ମରାମତି ସୁବିଧାକୁ ମଧ୍ୟ ଉଦଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ଫୁଲ ରେକ୍ ହ୍ୟାଣ୍ଡଲିଂ ଫ୍ୟାସିଲିଟିର ଉଦଘାଟନ କରିଥିଲେ ଏବଂ ସୂଚାର ଜାହାଜ ମାଲ ପରିବହନ ଓ ଜାହାଜ ଉପରେ ମାଲ ଲଦିବା ଏବଂ କାଢ଼ିବା ପ୍ରକ୍ରିୟାରେ ଲାଗୁଥିବା ସମୟକୁ ହ୍ରାସ କରିବା ପାଇଁ କୋଲକାତାର ଡକ୍ ପ୍ରକ୍ରିୟାର ଉନ୍ନତ ରେଳ ଭିତ୍ତିଭୂମିକୁ ସମର୍ପିତ କରିଥିଲେ ।

କୋଲକାତା ବନ୍ଦର ଟ୍ରଷ୍ଟ୍ର ହଳଦିଆ ଡକ୍ କମ୍ପ୍ଳେକ୍ସର ବର୍ଥ ନଂ.3ର ଯାନ୍ତ୍ରିକୀକରଣ ଏବଂ ପ୍ରସ୍ତାବିତ ରିଭରଫ୍ରଣ୍ଟ ବିକାଶ ଯୋଜନାର ମଧ୍ୟ ଶୁଭାରମ୍ଭ କରିଥିଲେ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The entrepreneurs building a self-reliant India

Media Coverage

The entrepreneurs building a self-reliant India
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 21, 2026
July 21, 2026

Self-Reliance Is No Longer a Slogan — It’s Happening Across Engines, UPI, Vaccines & FDI Under the Leadership of PM Modi