We are developing North East India as the gateway to South East Asia: PM
We are working towards achieving goals that used to appear impossible to achieve: PM
India is the world's biggest democracy and this year, during the elections, people blessed even more than last time: PM

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ବ୍ୟାଂକକ ଠାରେ ଆୟୋଜିତ ‘ସାୱସ୍ଦୀ ପିଏମ ମୋଦୀ’ ସମୁଦାୟିକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ସମଗ୍ର ଥାଇଲାଣ୍ଡର ହଜାର ହଜାର ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଭାରତ-ଥାଇଲାଣ୍ଡ ଐତିହାସିକ ସମ୍ପର୍କ

ବିଭିନ୍ନ ଭାରତୀୟ ଭାଷାଭାଷୀ ଦର୍ଶକଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ, ଯାହାକି ଥାଇଲାଣ୍ଡରେ ପ୍ରବାସୀ ଭାରତୀୟଙ୍କ ବିବିଧତାକୁ ଦର୍ଶାଉଥିଲା । ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ-ଆସିଆନ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଏହା ହେଉଛି ଏହି ଦେଶକୁ ତାଙ୍କର ପ୍ରଥମ ଆନୁଷ୍ଠାନିକ ଗସ୍ତ । ସେ ଭାରତ ଓ ଥାଇଲାଣ୍ଡ ମଧ୍ୟରେ ବହୁ ବର୍ଷ ଧରି ରହିଆସିଥିବା ପୁରାତନ ଐତିହାସିକ ସମ୍ପର୍କ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ, ଯାହାକି ଭାରତର ଉପକୂଳବର୍ତ୍ତୀ ରାଜ୍ୟ ଓ ଦକ୍ଷିଣ-ପୂର୍ବ ଏସିଆ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ମାଧ୍ୟମରେ ହଜାର ହଜାର ବର୍ଷ ଧରି ଗଢ଼ି ଉଠିଥିଲା । ସମୟ ଅନୁସାରେ ଏହି ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି ଏବଂ ଏହା ଉଭୟ ଦେଶର ସାଂସ୍କୃତିକ ଏବଂ ଜୀବନଶୈଳୀରେ ଥିବା ସମାନତା ଦ୍ଵାରା ପ୍ରତିଫଳିତ ହୋଇଥାଏ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସେ ଯେଉଁ ଦେଶକୁ ଯାତ୍ରା କରନ୍ତି ସେଠାକାର ଭାରତୀୟ ସମ୍ପ୍ରଦାୟଙ୍କୁ ଭେଟିବାକୁ ଉଦ୍ୟମ କରନ୍ତି । ଭାରତୀୟ ସଂସ୍କୃତି ଓ ପରମ୍ପରାର ଶ୍ରେଷ୍ଠ ରାଷ୍ଟ୍ରଦୂତ ହୋଇଥିବାରୁ ସେ ଉପସ୍ଥିତ ଜନତାକୁ ପ୍ରଶଂସା କରିଥିଲେ ।

ତିରୁକ୍କୁରାଲର ଅନୁବାଦ ଓ ଗୁରୁ ନାନକଙ୍କ 550ତମ ଜୟନ୍ତୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ଉନ୍ମୋଚିତ

ଥିରୁଭଲ୍ଲୁଭରଙ୍କ କାଳଜୟୀ ତାମିଲ ପୁସ୍ତକ ‘ତିରୁକ୍କୁରାଲ’ର ଥାଇ ଅନୁବାଦକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ । ସେ କହିଲେ ଜୀବନ ଧାରଣ ପାଇଁ ଏହି ପୁସ୍ତକ ହେଉଛି ଏକ ଆଲୋକବର୍ତ୍ତୀକା । ସେ ମଧ୍ୟ ଗୁରୁ ନାନକଙ୍କ 550ତମ ଜୟନ୍ତୀ ଉପଲକ୍ଷେ ସ୍ମାରକୀ ମୁଦ୍ରା ଉନ୍ମୋଚନ କରି କହିଥିଲେ ଯେ ଗୁରୁ ନାନକଙ୍କ ଶିକ୍ଷା ସମସ୍ତ ମାନବତା ପାଇଁ ଏକ ଐତିହ୍ୟ । ସେ କହିଲେ ଯେ ନଭେମ୍ବର 9 ଦିନ କର୍ତ୍ତାରପୁର କରିଡରକୁ କର୍ତ୍ତାରପୁର ସାହିବ ମାଧ୍ୟମରେ ସିଧାସଳଖ ସଂଯୋଗ ପ୍ରତିଷ୍ଠା କରାଯିବ ଏବଂ ଏଠାକୁ ଯାତ୍ରା କରିବା ପାଇଁ ସମସ୍ତଙ୍କୁ ସ୍ୱାଗତ କରିଥିଲେ ।

ପର୍ଯ୍ୟଟନକୁ ପ୍ରୋତ୍ସାହନ ଓ ଆକ୍ଟ ଇଷ୍ଟ ନୀତି ପାଇଁ ସଂକଳ୍ପବଦ୍ଧତା

ପର୍ଯ୍ୟଟନର ପ୍ରସାର ପାଇଁ ବୁଦ୍ଧ ସର୍କିଟର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ । ଗତ 4 ବର୍ଷ ମଧ୍ୟରେ ଟ୍ରାଭେଲ ଆଣ୍ଡ ଟୁରିଜିମ ଗ୍ଲୋବାଲ ଇଣ୍ଡେକ୍ସରେ ଭାରତ 18ଟି ସ୍ଥାନକୁ ଉନ୍ନୀତ ହୋଇଥିବା ନେଇ ସେ ଆଲୋକପାତ କରିଥିଲେ । ସେ ମଧ୍ୟ ଦର୍ଶାଇଥିଲେ ଯେ ପର୍ଯ୍ୟଟନର ବିକାଶ ପାଇଁ ସଂଯୋଗ ଭିତ୍ତିଭୂମିର ବିକାଶ ସହିତ ଐତିହ୍ୟ, ଆଧ୍ୟାତ୍ମିକତା ଓ ଚିକିତ୍ସା ପର୍ଯ୍ୟଟନର ପ୍ରସାର ପାଇଁ ସରକାର ବିଶେଷ ଧ୍ୟାନ ଦେଉଛନ୍ତି ।

ଭାରତର ଆକ୍ଟ-ଇଷ୍ଟ ନୀତିର ରୂପରେଖ ସମ୍ବନ୍ଧରେ ଉଲ୍ଲେଖ କରି ସେ କହିଲେ ଯେ ଥାଇଲାଣ୍ଡ ସହିତ ଉତର-ପୂର୍ବାଞ୍ଚଳର ସଂଯୋଗକୁ ଗଭୀର କରିବାକୁ ଭାରତ ଗୁରୁତ୍ୱ ପ୍ରଦାନ କରୁଛି । ଏହି ଅଞ୍ଚଳକୁ ଦକ୍ଷିଣ-ପୂର୍ବ ଏସିଆର ଏକ ଗେଟୱେ ଭାବେ ବିକଶିତ କରିବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ପୁନଶ୍ଚ କହିଲେ ଯେ ଭାରତ-ମିଆଁମାର-ଥାଇଲାଣ୍ଡ ତ୍ରିପାକ୍ଷିକ ରାଜପଥ ନିର୍ମାଣ ହେବା ଦ୍ୱାରା ଏହି ଦେଶମାନଙ୍କ ମଧ୍ୟରେ ନିରବିଚ୍ଛିନ୍ନ ଭାବେ ସଂଯୋଗ ବ୍ୟବସ୍ଥା ସୃଷ୍ଟି କରାଯାଇ ପାରିବ ଯାହାଫଳରେ ସମଗ୍ର ଅଞ୍ଚଳରେ ବିକାଶ ବୃଦ୍ଧି ପାଇବ ।

ଜନସାଧାରଣଙ୍କ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ

ଗଣତନ୍ତ୍ର ପ୍ରତି ସରକାରଙ୍କ ସଂକଳ୍ପବଦ୍ଧତା ସମ୍ବନ୍ଧରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ 2019ର ଐତିହାସିକ ସାଧାରଣ ନିର୍ବାଚନ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ ଯାହାକି ଆହୁରି ଏକ ବଡ ବ୍ୟବଧାନରେ ତାଙ୍କ ସରକାରଙ୍କୁ ଦ୍ୱିତୀୟ ଥର ପାଇଁ କ୍ଷମତା ପ୍ରଦାନ କରିଥିଲା ।

ଧାରା 370ର ଉଚ୍ଛେଦ ସମେତ ପ୍ରଧାନମନ୍ତ୍ରୀ ସରକାର ଏଇ ନିକଟରେ ଗ୍ରହଣ କରିଥିବା କେତେକ ପ୍ରମୁଖ ନିଷ୍ପତ୍ତି ଓ ସଫଳତାର ତାଲିକା ପ୍ରଦାନ କରିଥିଲେ । ସେ କହିଲେ ଯେ ଗତ ତିନି ବର୍ଷ ମଧ୍ୟରେ 8 କୋଟି ଗୃହକୁ ଏଲପିଜି ସଂଯୋଗ ପ୍ରଦାନ କରାଯାଇଛି । ଏହାର ହିତାଧିକାରୀମାନଙ୍କ ସଂଖ୍ୟା ସମଗ୍ର ଥାଇଲାଣ୍ଡର ଜନସଂଖ୍ୟାଠାରୁ ଅଧିକ । 50 କୋଟିରୁ ଊର୍ଦ୍ଧ୍ଵ ଭାରତୀୟଙ୍କୁ ସ୍ୱାସ୍ଥ୍ୟସେବାର ଲାଭ ପ୍ରଦାନ କରିବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରାଯାଇଛି । ସେ ପୁନଶ୍ଚ କହିଲେ ଯେ 2022 ସୁଦ୍ଧା ସମସ୍ତଙ୍କୁ ପାନୀୟ ଜଳ ଏବଂ ଗୃହ ଉପଲବ୍ଧ କରାଇବା ପାଇଁ ସରକାର ସଂକଳ୍ପବଦ୍ଧ ।

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi At SRCC:

Media Coverage

PM Modi At SRCC: "Those Who Pushed India Into 'Fragile 5' Can't Digest 7.8%"
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares moments from his metro journey to and from the SRCC programme
September 05, 2026

Prime Minister Shri Narendra Modi today shared glimpses of his metro journey while traveling to and from the SRCC programme.

In a post on X, the Prime Minister shared:

"Metro moments…

On the way to the SRCC programme and back."