PM Modi campaigns in Hardoi & Barabanki, urges people to elect a BJP Govt
SP, BSP and the Congress never thought welfare of people and always focused on political gains: PM
What is the reason that Uttar Pradesh tops the chart in the entire nation in crime rates? This must change: PM
Our Govt is committed to empower the poor: PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ହରଦୋଇ ଏବଂ ବାରବାଙ୍କିରେ ଜନସଭାକୁ ସମ୍ବୋଧିତ କଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଲେ ଯେପର୍ଯ୍ୟନ୍ତ ସପା,ବସପା ଏବଂ କଂଗ୍ରେସ ହଟାଯାଇ ନାହିଁ ସେବେ ଯାଏଁ ରାଜ୍ୟର ବିକାଶ ସମ୍ଭବ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ବିଜେପି ଗରୀବାଙ୍କୁ ସଶକ୍ତିକରଣ କରିବା ପାଇଁ ପ୍ରତିବଦ୍ଧ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଲେ ଯେପର୍ଯ୍ୟନ୍ତ ସପା,ବସପା ଏବଂ କଂଗ୍ରେସ ହଟାଯାଇ ନାହିଁ ସେବେ ଯାଏଁ ରାଜ୍ୟର ବିକାଶ ସମ୍ଭବ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ବିଜେପି ଗରୀବାଙ୍କୁ ସଶକ୍ତିକରଣ କରିବା ପାଇଁ ପ୍ରତିବଦ୍ଧ । ସେ କହିଲେ କେନ୍ଦ୍ର ସରକାରଙ୍କ ଦ୍ଵାରା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ଉଦ୍ଦେଶ୍ୟ ଉଠାଯାଇଥିବା ବ୍ୟାପକ ପଦକ୍ଷେପ ଏବଂ ଯୋଜନା ବିଷୟରେ ଚର୍ଚ୍ଚା କରିଥିଲେ । ସେ ସମାଜବାଦୀ ପାର୍ଟି ଉପରେ ଆରୋପ ଲଗାଇ କହିଲେ ସରକାର ରାଜ୍ୟରେ ଅପରାଧ ଏବଂ ଭ୍ରଷ୍ଟାଚାର ବୃଦ୍ଧି କରିବାରେ ଲାଗିଥିଲେ । ଉତ୍ତରପ୍ରଦେଶରେ କ୍ରମବର୍ଦ୍ଧିଷ୍ଣୁ ଅପରାଧ ହାର ପ୍ରତି ରାଜ୍ୟ ସରକାର କେବେ ସାମାନ୍ୟ ଦୃଷ୍ଟି ଦେଇଛନ୍ତି ? ସଞ୍ଜ ନଇଁଲେ ମହିଳାମାନେ ଘରୁ ବାହାରିବା ସୁରକ୍ଷିତ ମଣୁନାହାନ୍ତି । ସଚ୍ଚୋଟ ଲୋକଙ୍କୁ ହଇରାଣ କରାଯାଉଛି । ଦେଶର ଅପରାଧ ତାଲିକା ଶୀର୍ଷରେ ରହିଛି ଉତ୍ତରପ୍ରଦେଶ । ଏହି ସ୍ଥିତି ବଦଳାଇବାକୁ ପଡିବ ।

କହିଲେ କେନ୍ଦ୍ରର ଏନଡିଏ ସରକାର ସର୍ବାଦ ଚାଷୀଙ୍କ କଲ୍ୟାଣ ଚାହିଁଛନ୍ତି ଏବଂ ସାରଜାତୀୟ ପଦାର୍ଥର ମୂଲ୍ୟ ହ୍ରାସ କରିଛନ୍ତି । ଶ୍ରୀ ମୋଦୀ କହିଲେ 'ଯେବେ ଚୌଧରୀ ଚରଣ ସିଂ ଜି ସେଠାରେ ଥିଲେ ସେ ସାରଜାତୀୟ ପଦାର୍ଥର ମୂଲ୍ୟ ହ୍ରାସ କରିଥିଲେ ,ତାଙ୍କଠାରୁ ପ୍ରଭାବିତ ହୋଇ ସର୍ବାଦ କୃଷକଙ୍କ କଲ୍ୟାଣ ଦିଗକୁ ଗୁରୁତ୍ୱ ଦେଇ କାମ କରିଆସୁଛୁ ଏବଂ ସାରଜାତୀୟ ପଦାର୍ଥର ମୂଲ୍ୟ ହ୍ରାସ କରିଛୁ । ଶ୍ରୀ ମୋଦୀ ଏହା ମଧ୍ୟ କହିଲେ କି ,ଯଦି ଉତ୍ତରପ୍ରଦେଶରେ ବିଜେପି ସରକାର ଆସେ ତେବେ ଉତ୍ତରପ୍ରଦେଶର ପ୍ରତ୍ୟକ ଜିଲ୍ଲାରେ ଚୌଧରୀ ଚରଣ ସିଂ କଲ୍ୟାଣ କୋଷ ଗଠନ କରାଯିବ ।

ଶ୍ରୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବିଷୟରେ କହିଲେ କୃଷକମାନଙ୍କ ପାଇଁ ଏହା ମାଧ୍ୟମରେ ଅତି କମ ପ୍ରିମିୟମରେ ଅଧିକତମ ବୀମା ସୁନିଶ୍ଚିତ ହେଉଛି । ସେ ଏହା ମଧ୍ୟ କହିଲେ ଚାଷୀଙ୍କ ପାଇଁ ଚୌଧାରୀ ଚରଣ ସିଂ କୃଷକ କଲ୍ୟାଣ କୋଷର ସ୍ଥାପନ କରାଯିବ ।

ଶ୍ରୀ ମୋଦୀ କହିଲେ ଉତ୍ତରପ୍ରଦେଶରେ ନିଜର ଆଉ ଏକ ଜାତି ବିଶେଷ ରେ ଯେଉଁଭଳି ଭାବେ ଚାକିରୀର ଦୁରୂପଯୋଗ ହେଉଛି,ସେହି ଭ୍ରଷ୍ଟାଚାର ଉପରେ ଲଗାମ ଲଗାଯିବ ଏବଂ ଗ୍ରୁପ 3 ଓ ଗ୍ରୁପ 4 ରେ ଇଣ୍ଟେରଭିୟୁ ସମାପ୍ତ କରି କେବଳ ମେରିଟ ଆଧାରରେ ଚାକିରୀ ଦିଆଯିବ । ତା'ସହିତ ସେ କହିଲେ ରେଳବାଇରେ ଇଣ୍ଟେରଭିୟୁ ସମାପ୍ତ କରି କେବଳ ମେରିଟ ଆଧାରରେ ଏକ ଲକ୍ଷ ଲୋକଙ୍କୁ ଚାକିରୀ ଦିଆଯାଇଛି । ସେ କହିଲେ ବର୍ତମାନ ସିଆଇଏଫଏଫ ଏବଂ ବିଏସଏଫ ରେ ମଧ୍ୟ ହଜାର ଯବାନଙ୍କ ଚାକିରୀ ବିନା ଇଣ୍ଟରଭିୟୁରେ ହେବ ।

ଉତ୍ତରପ୍ରଦେଶର ଲୋକେ ଭାରି ପରିଶ୍ରମୀ କିନ୍ତୁ ଲୋକଙ୍କୁ ରୋଜଗାର ସୁଯୋଗ ମିଳୁନି । କୌଣସି ଦଳ - ସମାଜବାଦୀ ପାର୍ଟି ହେଉ,ବହୁଜନ ସମାଜବାଦୀ ପାର୍ଟି, କି କଂଗ୍ରେସ କେବେ ବି ଉତ୍ତରପ୍ରଦେଶର ବିକାଶ ପାଇଁ ଧ୍ୟାନ ଦେଇ ନାହାନ୍ତି । କେବଳ ଭୋଟ ବେଙ୍କ ରାଜନୀତିରେ ମାତିଥିଲେ । ଉତ୍ତରପ୍ରଦେଶର ସରକାର କହନ୍ତୁ ବୁଣାକାର ଏବଂ ଚାଷୀଙ୍କ ପାଇଁ କ'ଣ କରିଛନ୍ତି । ଯଦି ଆମେ ନିର୍ବାଚିତ ହେଉ, ଛୋଟ ଚାଷୀଙ୍କ ଋଣ ଛାଡ କରିବୁ । ଆମର କ୍ଷମତା ଲାଳସା ନାହିଁ କିନ୍ତୁ ଜନ କଲ୍ୟାଣ ପାଇଁ କାମ କରିବାକୁ ଚାହୁଁ ।

 

Click here to read full text speech at Hardoi

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi’s FTA push: Why India’s MSMEs now have a bigger export opportunity

Media Coverage

PM Modi’s FTA push: Why India’s MSMEs now have a bigger export opportunity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 17, 2026
August 17, 2026

India Ascendant: Citizens Hail PM Modi's Vision and India’s Multi-Sectoral Growth