ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ, ଆସାମ ଏବଂ ତ୍ରିପୁରାକୁ ଗସ୍ତ କାଳରେ ଗୌହାଟୀରେ ପହଁଚିଥିଲେ । ସେ ଉତ୍ତର-ପୂର୍ବ ଗ୍ୟାସ ଗ୍ରୀଡର ଶିଳାନ୍ୟାସ କରିଥିଲେ । ପ୍ରଧାନମନ୍ତ୍ରୀ ରାଜ୍ୟର ଅନ୍ୟ କେତେକ ବିକାଶମୂଳକ ପ୍ରକଳ୍ପର ଅନାବରଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ଆଜି ଉତ୍ତର-ପୂର୍ବାଂଚଳରେ ଏକ ନୂତନ ଅଧ୍ୟାୟ ଲେଖାଯାଉଛି । ଏହି କ୍ଷେତ୍ରର ଦ୍ରୁତ ବିକାଶ ଆମ ସରକାରର ପ୍ରାଥମିକତା ରହିଆସିଛି । ଆସାମ ବିକାଶ ମାର୍ଗରେ ଆଗକୁ ବଢ଼ୁଛି । ସେ କହିଥିଲେ ଯେ ଉତ୍ତର ପୂର୍ବାଂଚଳ ପ୍ରତି ଆମର ସମର୍ପଣ ବଜେଟରେ ଉତ୍ତର ପୂର୍ବାଂଚଳ ପାଇଁ କରାଯାଇଥିବା ଆବଂଟନ ଦ୍ୱାରା ପ୍ରମାଣିତ ହେଉଛି । ଏହାକୁ 21 ପ୍ରତିଶତ ବୃଦ୍ଧି କରାଯାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ତାଙ୍କ ସରକାର ଉତ୍ତର-ପୂର୍ବାଂଚଳ ରାଜ୍ୟର ସର୍ବାଙ୍ଗୀନବିକାଶ ଲାଗି ପ୍ରତିବଦ୍ଧ । ସେ ଲୋକମାନଙ୍କୁ ଭରସା ଦେଇ କହିଥିଲେ ଯେ ତାଙ୍କ ସରକାର ଉତ୍ତର-ପୂର୍ବାଂଚଳ ରାଜ୍ୟର ସଂସ୍କୃତି, ସମ୍ବଳ ଏବଂ ଭାଷାକୁ ସୁରକ୍ଷା ପ୍ରଦାନ କରିବ । ନାଗରିକତ୍ୱ ଆଇନ ବିଲ ବିଷୟରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଆହ୍ୱାନ କରିଥିଲେ ଯେ ସେମାନେ ଗୁଜବ ଉପରେ ଧ୍ୟାନ ଦେବା ଉଚିତ ନୁହେଁ । 36 ବର୍ଷ ବିତିବା ପରେ ମଧ୍ୟ ଆସାମ ଚୁକ୍ତିକୁ ଲାଗୁ କରାଯାଇନାହିଁ । କେବଳ ମୋଦୀଙ୍କ ନେତୃତ୍ୱାଧୀନ ସରକାର ଏହାକୁ ପୂରଣ କରିବ । ପ୍ରଧାନମନ୍ତ୍ରୀ ରାଜନୈତିକ ଦଳଗୁଡ଼ିକୁ ଆହ୍ୱାନ କରିଥିଲେ ଯେ ସେମାନେ ରାଜନୈତିକ ଲାଭ ଏବଂ ଭୋଟ ବ୍ୟାଙ୍କ ପାଇଁ ଆସାମର ଲୋକମାନଙ୍କ ଭାବନା ସହିତ ଖେଳ ଖେଳିବା ବନ୍ଦ କରନ୍ତୁ । ସେ ଲୋକମାନଙ୍କୁ ଆଶ୍ୱାସନା ଦେଇଥିଲେ ଯେ ନାଗରିକତ୍ୱ ଆଇନ ଦ୍ୱାରା ଉତ୍ତର ପୂର୍ବାଂଚଳ ରାଜ୍ୟରଗୁଡ଼ିକୁ କୌଣସି କ୍ଷତି ହେବ ନାହିଁ । ଆମେ ଆସାମ ଚୁକ୍ତିକୁ ଲାଗୁ କରିବା ପାଇଁ ଆପଣମାନଙ୍କ ଦାବି ପୂରଣ କରିବୁ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦୁର୍ନୀତି ବିଷୟରେ କହିଥିଲେ ଯେ ଚୌକିଦାର ଦୁର୍ନୀତିଗସ୍ତ ଲୋକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ପୂର୍ବ ସରକାରରେ ଦୁର୍ନୀତିକୁ ସାଧାରଣ ଗତିବିଧି ଭାବେ ଗ୍ରହଣ କରାଯାଉଥିଲା । କିନ୍ତୁ ଆମେ ସମାଜର ଏହି ବିପଦକୁ ମୂଳରୁ ଶେଷ କରୁଛୁ ।

ଉତ୍ତର ପୂର୍ବ ଗ୍ୟାସ ଗ୍ରିଡ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ । ଏହି ଗ୍ରିଡ ଦ୍ୱାରା ସମ୍ପୂର୍ଣ୍ଣ କ୍ଷେତ୍ରରେ ପ୍ରାକୃତିକ ଗ୍ୟାସର ଉପଲବ୍ଧତା ସୁନିଶ୍ଚିତ ହେବ ଏବଂ ଶିଳ୍ପ ବିକାଶକୁ ପ୍ରୋତ୍ସାହନ ମିଳିବ । ସେ ତିନସୁକିଆରେ ହୋଲାଙ୍ଗ ମଡ୍ୟୁଲାର ଗ୍ୟାସ ପ୍ରକ୍ରିୟାକରଣ ପ୍ଲାଂଟର ଉଦଘାଟନ କରିଥିଲେ ଯାହା ଆସାମରେ ମୋଟ ଉତ୍ପାଦିତ ଗ୍ୟାସର 15 ପ୍ରତିଶତ ଯୋଗାଣ କରିବ । ପ୍ରଧାନମନ୍ତ୍ରୀ ଉତ୍ତର ଗୌହାଟୀରେ ଷ୍ଟୋରେଜ ଭେସେଲର ଏଲପିଜି କ୍ଷମତା ବୃଦ୍ଧି ବ୍ୟବସ୍ଥାକୁ ମଧ୍ୟ ଉଦଘାଟନ କରିଥିଲେ ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ ନୁମାଲିଗଡ଼ରେ ଏନଆରଏଲ ବାୟୋ-ରିଫାଇନାରୀ ଏବଂ 729 କିମି ଲମ୍ବ ବରୌନୀ-ଗୌହାଟୀ ଗ୍ୟାସ ପାଇପ ଲାଇନର ଶିଳାନ୍ୟାସ କରିଥିଲେ । ଏହି ପାଇପ ଲାଇନ ବିହାର, ପଶ୍ଚିମବଙ୍ଗ, ସିକ୍କିମ ଏବଂ ଆସାମ ଦେଇ ଗତି କରିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ ଯେ ସାରା ଦେଶରେ 12ଟି ବାୟୋଗ୍ୟାସ ରିଫାଇନାରୀ ନିର୍ମାଣ କରାଯିବ । ଏଥିମଧ୍ୟରୁ ନୁମାଲିଗଡ଼ ସବୁଠୁ ବଡ଼ ବାୟୋ-ରିଫାଇନାରୀ ହେବ । ଏହି ସୁବିଧା ଦ୍ୱାରା ଆସାମ ଏକ ତୈଳ ଏବଂ ପ୍ରାକୃତିକ ଗ୍ୟାସ ହବ୍ ରୂପରେ ପରିବର୍ତ୍ତିତ ହୋଇପାରିବ । ଏହାଦ୍ୱାରା ଦେଶର ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ମିଳିବ । ସେ କହିଥିଲେ ଯେ ସରକାର 10 ପ୍ରତିଶତ ପର୍ଯ୍ୟନ୍ତ ଇଥାନଲ ମିଳାଇବାର ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ କାମରୂପ, କାଚେର, ହାଇଲାକାଣ୍ଡି ଏବଂ କରୀମଗଞ୍ଜ ଜିଲ୍ଲାରେ ସହରାଂଚଳ ଗ୍ୟାସ ବିତରଣ ନେଟୱାର୍କର ଏହି ଅବସରରେ ଶିଳାନ୍ୟାସ କରିଥିଲେ । ସେ କହିଥିଲେ ଯେ 2014ରେ 25 ଲକ୍ଷ ପିଏନଜି କନେକସନ ଥିଲା, ଯାହା 4 ବର୍ଷରେ ବୃଦ୍ଧି ପାଇ 46ଲକ୍ଷ ହୋଇଯାଇଛି । ଏହି ଅବଧି ସମୟରେ ସିଏନଜି ଷ୍ଟେସନର ସଂଖ୍ୟା 950ରୁ ବୃଦ୍ଧି ପାଇ 1500 ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବ୍ରହ୍ମପୁତ୍ର ନଦୀରେ 6 ଲେନ ବିଶିଷ୍ଟ ସେତୁର ଶିଳାନ୍ୟାସ କରିଥିଲେ । ସେ କହିଥିଲେ ଯେ ଆଜି ଠାରୁ ବ୍ରହ୍ମପୁତ୍ରରେ 6 ଲେନ ବିଶିଷ୍ଟ ରାଜପଥର କାର୍ଯ୍ୟ ଆରମ୍ଭ ହେଉଛି । ଏହାଦ୍ୱାରା ନଦୀର ଉଭୟ ପାଶ୍ୱର୍କୁ ଯାତ୍ରା ସମୟ 1.30 ଘଂଟା କମ ହୋଇ ମାତ୍ର 15 ମିନିଟ ରହିଯିବ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଗୋପିନାଥ ବୋରଦୋଲୋଇ ଏବଂ ଭୂପେନ ହଜାରିକାଙ୍କୁ ତାଙ୍କ ସରକାର ଭାରତ ରତ୍ନ ଦେଇଥିବା ନେଇ ସେ ଗର୍ବିତ । ସେ କହିଥିଲେ ଯେ ଭୂପେନ ହଜାରିକା ଏହି ପୁରସ୍କାର ପାଇବା ଲାଗି ଜୀବିତ ନଥିଲେ । କିନ୍ତୁ ଏହା ପୂର୍ବରୁ ହୋଇପାରୁନଥିଲା କାରଣ ଜନ୍ମ ହେବା ପରଠାରୁ କିଛି ଲୋକଙ୍କ ପାଇଁ ଭାରତ ରତ୍ନ ସୁରକ୍ଷିତ ରଖାଯାଉଥିଲା, ହେଲେ ଯେଉଁମାନେ ରାଷ୍ଟ୍ରକୁ ସମ୍ମାନ ପ୍ରଦାନ କରିବା ଲାଗି ନିଜର ଜୀବନ ବିତାଇଥିଲେ ସେମାନଙ୍କୁ ସମ୍ମାନିତ କରିବା ଲାଗି ଦଶନ୍ଧି ଲାଗି ଯାଉଥିଲା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership