Our traditions have for long stressed the importance of living in harmony with nature: PM Modi
India is the fastest growing economy in the world today. We are committed to raising the standards of living of our people: PM
40 million new cooking gas connections in the last two years has freed rural women from the misery of poisonous smoke and eliminated their dependence on firewood: PM
We have targeted generation of 175 Giga Watts of solar and wind energy by 2022: PM Modi
We are reducing dependence on fossil fuels. We are switching sources of fuel where possible: PM Modi
Plastic now threatens to become a menace to humanity: PM Modi
Environmental degradation hurts the poor and vulnerable, the most: PM Modi
Let us all join together to beat plastic pollution and make this planet a better place to live: PM Modi

ମନ୍ତ୍ରୀମଣ୍ଡଳରେ ମୋର ସହକର୍ମୀ ଡଃ ହର୍ଷ ବର୍ଦ୍ଧନ, ଡଃ ମହେଶ ଶର୍ମା ଓ ଶ୍ରୀ ମନୋଜ ସିହ୍ନା,

କାର୍ଯ୍ୟକାରୀ ନିର୍ଦ୍ଦେଶକ, ଜାତିସଂଘର ପରିବେଶ କାର୍ଯ୍ୟକ୍ରମ,

ସଚିବ, କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ

ଭାରତ ଓ ବିଦେଶର ଅନ୍ୟାନ୍ୟ ମାନ୍ୟଗଣ୍ୟ ପ୍ରତିନିଧି ।

ବନ୍ଧୁଗଣ

ଭାରତର 130 କୋଟି ଜନ ସାଧାରଣଙ୍କ ତରଫରୁ ମୁଁ ଆପଣମାନଙ୍କୁ ନୂଆଦିଲ୍ଲୀଠାରେ ସ୍ୱାଗତ କରି ଅତ୍ୟନ୍ତ ଆନନ୍ଦିତ ।

ଏହି କାର୍ଯ୍ୟକ୍ରମ ସରିବା ପରେ ମୁଁ ଆଶାପ୍ରକାଶ କରୁଛି ଯେ ଆମ ସହିତ ଯୋଗ ଦେଇଥିବା ବିଦେଶରୁ ଆସିଥିବା ପ୍ରତିନିଧିମାନଙ୍କ ପାଖରେ ଦିଲ୍ଲୀର ଐତିହାସିକ କିର୍ତ୍ତୀରାଜି ଦେଖିବା ପାଇଁ କିଛି ସମୟ ଥିବ ।

ବିଶ୍ୱ ପରିବେଶ ଦିବସ, 2018 ପାଇଁ ବିଶ୍ୱକୁ ଆତିଥ୍ୟ ପ୍ରଦାନ କରିବା ନେଇ ଆମେ ଗର୍ବିତ ।

ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ଦିବସ ପାଳନ କରିବା ଅବସରରେ, ଆମେ ବିଶ୍ୱ ଭ୍ରାତୃତ୍ୱବାଦର ଲୋକାଚାରକୁ ମନେପକାଇବା ।

ଲୋକପ୍ରିୟ ସଂସ୍କୃତ ଖଣ୍ଡବାକ୍ୟରେ ଏହାର ବର୍ଣ୍ଣନା ରହିଛି – ବସୁଧୈବ କୁଟୁମ୍ବକମ – ସାରା ବିଶ୍ୱ ହେଉଛି ଏକ ପରିବାର ।

ମାଲିକାନା ସ୍ଵତ୍ତ୍ଵକୁ ନେଇ ମହାତ୍ମାଗାନ୍ଧୀଙ୍କର ବକ୍ତବ୍ୟରେ ମଧ୍ୟ ଏହି ଲୋକାଚାରର ପ୍ରତିଫଳନ ମିଳିଥାଏ । ସେ କହିଥିଲେ ଯେ ‘ସମସ୍ତଙ୍କର ଆବଶ୍ୟକତାକୁ ସନ୍ତୁଷ୍ଟ କରିବା ପାଇଁ ବିଶ୍ୱ ଯଥେଷ୍ଟ ପ୍ରଦାନ କରିଥାଏ, ମାତ୍ର ପ୍ରତ୍ୟେକଙ୍କ ଲୋଭକୁ ପୁରଣ କରିବା ପାଇଁ ଏହା ଯଥେଷ୍ଟ ନୁହେଁ ।’

ପ୍ରକୃତି ସହ ସମନ୍ୱୟ ରକ୍ଷା କରି ଚଳିବା ପାଇଁ ଆମ ପରମ୍ପରା ଦୀର୍ଘ ସମୟ ଧରି ଗୁରୁତ୍ୱ ପ୍ରଦାନ କରିଆସିଛି ।

ପ୍ରକୃତିର ବିଭିନ୍ନ ଉପାଦାନକୁ ଆମେ ସମ୍ମାନ ପ୍ରଦର୍ଶିତ କରିବାରେ ଏହା ପ୍ରତିଫଳିତ ହୋଇଥାଏ । ଆମ ପର୍ବପର୍ବାଣୀ ଏବଂ ଆମ ପ୍ରାଚୀନ ଲେଖାରେ ଏହା ପ୍ରତିଫଳିତ ହୋଇଥାଏ ।

ବନ୍ଧୁଗଣ

ଆଜି ଭାରତ ହେଉଛି ବିଶ୍ୱରେ ଦ୍ରୂତଗତିରେ ଆଗକୁ ବଢ଼ୁଥିବା ଅର୍ଥବ୍ୟବସ୍ଥା । ଆମ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲାଗି ଆମେ ସଂକଳ୍ପବଦ୍ଧ ।

ଦୀର୍ଘସ୍ଥାୟୀ ଓ ପରିବେଶ ଅନୁକୂଳତା ମାଧ୍ୟମରେ ଏହା ନିଶ୍ଚିତ କରିବା ଲାଗି ଆମେ ସଂକଳ୍ପବଦ୍ଧ ।

ଏ ଦିଗରେ ଗତ ଦୁଇ ବର୍ଷ ମଧ୍ୟରେ ଆମେ 40 ନିୟୁତ ନୂତନ ରନ୍ଧନ ଗ୍ୟାସ ପ୍ରଦାନ କରିଛୁ ।

ଏହା ଗ୍ରାମୀଣ ମହିଳାଙ୍କୁ ବିଷାକ୍ତ ଧୂଆଁର କୁପ୍ରଭାବରୁ ମୁକ୍ତ କରିଛି ।

ଏହାଦ୍ୱାରା ମଧ୍ୟ ଜାଳେଣି ଉପରେ ସେମାନଙ୍କ ନିର୍ଭରତା ଦୂର ହୋଇଛି ।

ଏହି ସଂକଳ୍ପବଦ୍ଧତା ଜରିଆରେ ଭାରତବ୍ୟାପୀ 300 ନିୟୁତ ଏଲଇଡି ବଲ୍ବ ଲଗାଯାଇଛି । ବିଦ୍ୟୁତଶକ୍ତି ସଂଚୟ କରାଯିବା ସହ ଏହାଫଳରେ ବାୟୁମଣ୍ଡଳକୁ ଅନେକ ପରିମାଣର ଅତିରିକ୍ତ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନକୁ ରୋକାଯାଇ ପାରିଛି ।

ଅକ୍ଷୟ ଉର୍ଜା ଉତ୍ପାଦନ କରିବା ନେଇ ଆମେ ଗୁରୁତ୍ୱର ସହ କାର୍ଯ୍ୟ କରୁଛୁ । 2022 ସୁଦ୍ଧା 171 ଗିଗାୱାଟ ସୌର ଏବଂ ପବନ ଉର୍ଜା ଉତ୍ପାଦନ କରିବା ପାଇଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରିଛୁ ।

ବିଶ୍ୱରେ ଆମେ ହେଉଛୁ ପଞ୍ଚମ ସର୍ବାଧିକ ସୌର ଶକ୍ତି ଉତ୍ପାଦନ କରୁଥିବା ରାଷ୍ଟ୍ର । କେବଳ ଏହା ନୁହେଁ ଆମେ ମଧ୍ୟ ହେଉଛୁ ବିଶ୍ୱର ଷଷ୍ଠ ସର୍ବାଧିକ ଅକ୍ଷୟ ଉର୍ଜା ଉତ୍ପାଦନ କରୁଥିବା ରାଷ୍ଟ୍ର ।

ପ୍ରତ୍ୟେକ ଗୃହକୁ ବିଦ୍ୟୁତ ସଂଯୋଗ ପ୍ରଦାନ କରିବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ଯାହାଫଳରେ କି ପୁନଶ୍ଚ ପରିବେଶକୁ ନଷ୍ଟ କରୁଥିବା ଜାଳେଣି ଉପରୁ ନିର୍ଭରତା ହ୍ରାସ ପାଇବ ।

ଜୀବାଷ୍ମ ଇନ୍ଧନ ଉପରୁ ଆମେ ନିର୍ଭରତା ହ୍ରାସ କରୁଛୁ । ଯେଉଁଠାରେ ସମ୍ଭବ ଆମେ ଇନ୍ଧନର ନୂତନ ଉତ୍ସ ସୃଷ୍ଟି କରୁଛୁ । ସହର ଏବଂ ଜନସାଧାରଣଙ୍କ ଗମନାଗମନକୁ ଆମେ ରୂପାନ୍ତରିତ କରୁଛୁ ।

ଆମେ ହେଉଛୁ ଏକ ଯୁବବର୍ଗଙ୍କ ରାଷ୍ଟ୍ର । ନିଯୁକ୍ତି ସୃଷ୍ଟି କରିବା ପାଇଁ ଭାରତକୁ ଏକ ବିଶ୍ୱ ନିର୍ମାଣକାରୀ ପେଣ୍ଠସ୍ଥଳରେ ପରିଣତ କରିବା ନେଇ ଆମେ କାର୍ଯ୍ୟକରୁଛୁ ।

ଆମେ ମେକ ଇନ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛୁ । ଏହା କରିବା ସାଙ୍ଗରେ ଆମେ ନିର୍ମାଣ ସମୟରେ ଏହାର ବିନା କୌଣସି କୁପ୍ରଭାବ ଓ ଦୁର୍ବଳତା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରୁଛୁ । ଏହାର ଅର୍ଥ ହେଉଛି ବିନା ଦୁର୍ବଳତା ଥିବା ନିର୍ମାଣ କାର୍ଯ୍ୟ ଯାହାର କୌଣସି କୁପ୍ରଭାବ ଯେପରି ପରିବେଶ ଉପରେ ପଡିବ ନାହିଁ ।

ଜାତୀୟ ସ୍ଥିରୀକୃତ ଯୋଗଦାନର ଅଂଶବିଶେଷ ସ୍ୱରୂପ ଭାରତ 2005ରୁ 2030 ମଧ୍ୟରେ ଏହାର ମୋଟ ଘରୋଇ ଉତ୍ପାଦର ଶତକଡା 33ରୁ 35 ପ୍ରତିଶତ ନିର୍ଗମନ ଘନତ୍ୱ ହ୍ରାସ କରିବା ନେଇ ସଂକଳ୍ପବଦ୍ଧ । 2030 ଜାତୀୟ ସ୍ଥିରୀକୃତ ଯୋଗଦାନ ସ୍ତରରେ ପହଂଚିବା ଲାଗି ଆମେ ସଠିକ ମାର୍ଗରେ ରହିଛୁ ।

ୟୁଏନଇପି ଗ୍ୟାପ ରିପୋର୍ଟ ଅନୁଯାୟୀ ଭାରତ ଏହାର କୋପେନହେଗେନ ସଂକଳ୍ପକୁ ହାସଲ କରିବା ନେଇ ସଠିକ ମାର୍ଗରେ ରହିଛି । ଆମେ 2010 ସୁଦ୍ଧା ଭାରତର ମୋଟ ଘରୋଇ ଉତ୍ପାଦନରେ ନିର୍ଗମନ ଘନତ୍ୱକୁ ଶତକଡା 20ରୁ 25 ପ୍ରତିଶତକୁ ହ୍ରାସ କରିବୁ ।

ଆମର ଏକ ବଳିଷ୍ଠ ଜାତୀୟ ଜୈବ ବିବିଧତା ରଣନୀତି ରହିଛି । ବିଶ୍ୱର ମାତ୍ର ଦୁଇରୁ 4 ପ୍ରତିଶତ ସ୍ଥଳଭାଗ ଥିବା ଭାରତ ରେକର୍ଡ ସଂଖ୍ୟକ ଶତକଡା 7ରୁ 8 ପ୍ରତିଶତ ପ୍ରାଣୀ ବିବିଧତାକୁ ସ୍ଥାନ ଦେଇଛି । ଏଥିସହିତ ଭାରତ ବିଶ୍ୱ ଜନସଂଖ୍ୟାର ପ୍ରାୟ ଶତକଡା 18 ପ୍ରତିଶତକୁ ସ୍ଥାନ ଦେଇଛି । ଆମର ବୃକ୍ଷ ଏବଂ ଜଙ୍ଗଲର ଘନତ୍ୱରେ ମଧ୍ୟ ଗତ ଦୁଇ ବର୍ଷ ମଧ୍ୟରେ ଶତକଡା ଏକ ପ୍ରତିଶତ ବୃଦ୍ଧି ହୋଇଛି ।

ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ମଧ୍ୟ ଆମେ ଭଲ କରିଛୁ । ବାଘ, ହାତୀ, ସିଂହ, ଗଣ୍ଡା ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ ସଂଖ୍ୟାରେ ବୃଦ୍ଧି ଘଟୁଛି ।
ଆମେ ମଧ୍ୟ ଜଳ ଉପଲବ୍ଧିର ସମସ୍ୟା ଦିଗରେ ସମାଧାନ କରିବାର ଆବଶ୍ୟକତାକୁ ଅନୁଭବ କରିଛୁ, ଯାହାକି ଭାରତ ବ୍ୟାପୀ ଏକ ପ୍ରମୁଖ ଆହ୍ୱାନ ଭାବରେ ଦେଖାଦେଇଛି । ଆମେ ନମାମି ଗଙ୍ଗେ ନାମରେ ଏକ ବିରାଟ ପଦକ୍ଷେପ ଆରମ୍ଭ କରିଛୁ । ଏହି କାର୍ଯ୍ୟକ୍ରମ ଫଳାଫଳ ପ୍ରଦାନ କରିବା ଆରମ୍ଭ କରିଛି ଏବଂ ଏହା ଦ୍ୱାରା ଆମର ସବୁଠାରୁ ପବିତ୍ର ନଦୀ ଗଙ୍ଗା ପୁନର୍ଜୀବିତ ହୋଇପାରିବ ।

ଭାରତ ହେଉଛି ମୁଖ୍ୟତଃ ଏକ କୃଷି ପ୍ରଧାନ ଦେଶ । କୃଷି ପାଇଁ ନିୟମିତ ଭାବେ ଜଳ ଉପଲବ୍ଧ ହେବା ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ କୃଷି କ୍ଷେତ୍ରକୁ ଜଳସେଚନ ନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା ଆରମ୍ଭ କରାଯାଇଛି । ଆମର ଲକ୍ଷ୍ୟ ରହିଛି ‘ପ୍ରତି ଜଳବିନ୍ଦୁ ପିଛା ଅଧିକ ଶସ୍ୟ ଉତ୍ପାଦନ’ ।

ଆମେ ମଧ୍ୟ ଏକ ବିରାଟ ଅଭିଯାନ ଆରମ୍ଭ କରିଛୁ ଯାହାଦ୍ୱାରା କି ଏହା ନିଶ୍ଚିତ କରାଯାଇ ପାରିବ ଯେ କୃଷକମାନେ ସେମାନଙ୍କ କୃଷିଜାତ ଅଦରକାରୀ ପଦାର୍ଥକୁ ନପୋଡି ଯେପରି ମୂଲ୍ୟବାନ ପୋଷକରେ ପରିବର୍ତ୍ତିତ କରିବେ ।

ବନ୍ଧୁଗଣ

ଯେତେବେଳେ ସାରା ବିଶ୍ୱ ଅସୁବିଧାଜନକ ସତ୍ୟ ଉପରେ ଧ୍ୟାନ ନିବଦ୍ଧ କରିଛି, ଆମେ ସେତେବେଳେ ସୁବିଧାଜନକ କାର୍ଯ୍ୟଧାରା ଗ୍ରହଣ କରିଛୁ ।

‘Convenient Action’ ର ଆହ୍ୱାନ ଭାରତକୁ ଫ୍ରାନ୍ସ ସହ ମିଶି ଆନ୍ତର୍ଜାତିକ ସୌର ମେଣ୍ଟ ଗଠନ କରିବା ପାଇଁ ବାଟ ଦେଖାଇଲା । ପ୍ୟାରିସ ସମ୍ମିଳନୀ ପରେ ଏହା ହେଉଛି ବୋଧହୁଏ ପରିବେଶ ସୁରକ୍ଷା ଦିଗରେ ଅନ୍ୟ ଏକ ପ୍ରମୁଖ ବୈଶ୍ୱିକ ଉନ୍ନୟନ କାର୍ଯ୍ୟକ୍ରମ ।

ପ୍ରାୟ ତିନି ମାସ ପୂର୍ବରୁ ଆନ୍ତର୍ଜାତିକ ସୌର ଗଠବନ୍ଧନର ପ୍ରତିଷ୍ଠା ସମ୍ମିଳନୀ ପାଇଁ 45ଟି ଦେଶର ପ୍ରମୁଖ ଏବଂ ବିଭିନ୍ନ ଆନ୍ତର୍ଜାତିକ ସଙ୍ଗଠନର ପ୍ରମୁଖ ନୂଆଦିଲ୍ଲୀଠାରେ ଏକତ୍ର ହୋଇଥିଲେ ।

ଆମର ଅନୁଭବ ହେଉଛି କି ଉନ୍ନୟନକୁ ପରିବେଶର ଅନୁକୂଳ କରାଯାଇପାରିବ । ସବୁଜ ସମ୍ପଦର ବିନାଶକୁ ନେଇ ଏହା ଘଟିବା ଜରୁରୀ ନୁହେଁ ।

ବନ୍ଧୁଗଣ

ବିଶ୍ୱ ପରିବେଶ ଦିବସ ଚଳିତ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମାଧାନ କରିବାର ଅପେକ୍ଷା ରଖେ ।

ସମ୍ପ୍ରତି ପ୍ଲାଷ୍ଟିକ ମନୁଷ୍ୟ ସଭ୍ୟତା ପାଇଁ ଏକ ବଡ ବିପଦ ଭାବେ ଦେଖାଦେଇଛି । ଏଥିମଧ୍ୟରୁ ଅଧିକାଂଶ ପୁନଃଚକ୍ରଣ/ପ୍ରକ୍ରିୟାକୃତ ହୋଇପାରନ୍ତି ନାହିଁ । ଆହୁରି ଚିନ୍ତାର ବିଷୟ ହେଲା ଏଥିମଧ୍ୟରୁ ଅଧିକାଂଶ ପାରିବେଶିକ ବିଘଟନକ୍ଷମ ନୁହନ୍ତି ।

ପ୍ଲାଷ୍ଟିକ ପ୍ରଦୂଷଣ ଆମ ସାମୁଦ୍ରୀକ ପରିସ୍ଥାନ ଉପରେ ମଧ୍ୟ ଭୟଙ୍କର ପ୍ରଭାବ ପକାଉଛି । ବୈଜ୍ଞାନିକ ଏବଂ ମତ୍ସ୍ୟଜୀବୀମାନେ ଏନେଇ ସମଭାବରେ ବିଭିନ୍ନ ଅସୁବିଧା ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି । ଏଥିରେ ସମ୍ମିଳିତ ରହିଛି ମାଛଧରା କମିବା, ସମୁଦ୍ରର ତାପମାତ୍ରା ବୃଦ୍ଧି ଏବଂ ବାସସ୍ଥାନ ସଂକୁଚିତ ହେବା ।

ସମୁଦ୍ରରେ ଫୋପଡା ଯାଉଥିବା ଛୋଟ ପ୍ଲାଷ୍ଟିକ ସମୁଦ୍ରର ସାମଗ୍ରୀକ ସୀମା କ୍ଷେତ୍ରରେ ଏକ ବଡ ସମସ୍ୟା । ସମୁଦ୍ର ସ୍ୱଚ୍ଛତା ଅଭିଯାନରେ ସାମିଲ ହେବା ପାଇଁ ଭାରତ ପ୍ରସ୍ତୁତ ହେଉଛି ଏବଂ ଆମ ସମୁଦ୍ର ସୁରକ୍ଷା ଦିଗରେ ଏହାର ଯୋଗଦାନ କରୁଛି ।

ପ୍ଲାଷ୍ଟିକ ପ୍ରଦୂଷଣ ଏବେ ଆମ ଖାଦ୍ୟ ଶୃଙ୍ଖଳ ମଧ୍ୟରେ ପ୍ରବେଶ କରୁଛି । ବାସ୍ତବରେ ଅତି କ୍ଷୁଦ୍ର ପ୍ଲାଷ୍ଟିକ ଏବେ ଲୁଣ, ବୋତଲ ପାଣି ଏବଂ ପାଇପ ପାଣି ଭଳି କେତେକ ମୂଳ ଖାଦ୍ୟ ମଧ୍ୟରେ ପ୍ରବେଶ କରିଛି ।

ବନ୍ଧୁଗଣ

ବିକଶିତ ରାଷ୍ଟ୍ରର ଅନେକ ଅଂଚଳ ତୁଳତାରେ ଭାରତରେ ମୁଣ୍ଡପିଛା ପ୍ଲାଷ୍ଟିକ ବ୍ୟବହାର ହାର ଅତ୍ୟନ୍ତ କମ ।

ସ୍ୱଚ୍ଛତା ଓ ଆରୋଗ୍ୟ କ୍ଷେତ୍ରରେ ଆମର ଜାତୀୟ ମିଶନ-ସ୍ୱଚ୍ଛ ଭାରତ ଅଭିଯାନ ‘ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା’ ଉପରେ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଇଥାଏ ।

କିଛି ଦିନ ପୂର୍ବେ ମୁଁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀରେ ଯୋଗଦେଇଥିଲି । ଏହା ଆମର କେତେକ ସଫଳ କାହାଣୀକୁ ପ୍ରଦର୍ଶିତ କରିଥିଲା । ଏଠାରେ ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଥିଲେ ଜାତିସଂଘ, କେନ୍ଦ୍ର ଓ ରାଜ୍ୟ ସରକାର, ବିଭିନ୍ନ ଉଦ୍ୟୋଗ ଏବଂ ଅଣସରକାରୀ ସଂଗଠନ । ମୁଁ ଆଶା କରୁଛି ଯେ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ନେଇ ସେମାନେ ଉଦାହରଣଯୋଗ୍ୟ କାର୍ଯ୍ୟ କରିବା ଚାଲୁ ରଖନ୍ତୁ ।

ବନ୍ଧୁଗଣ

ପରିବେଶ ପ୍ରଦୂଷିତ ହେବା ଦ୍ୱାରା ଗରିବ ଓ ଦୁର୍ବଳ ବର୍ଗର ଜନସାଧାରଣ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଥା’ନ୍ତି ।

ବସ୍ତୁଗତ ସମୃଦ୍ଧି ପାଇଁ ଆମେ ଯେପରି ଆମ ପରିବେଶ ସହିତ ବୁଝାମଣା ନକରୁ ତାହା ନିଶ୍ଚିତ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ।

ଦୀର୍ଘସ୍ଥାୟୀ ଉନ୍ନୟନ ପାଇଁ 2030 କାର୍ଯ୍ୟସୂଚୀ ଅଧୀନରେ ଭାରତ ‘କାହାକୁ ନଛାଡିବା’ ବିଷୟକୁ ସମର୍ଥନ କରିଛି । ପ୍ରକୃତି ମାତା (Mother Earth) ଆମକୁ ଯାହା ପ୍ରଦାନ କରିଛି ତାର ସୁରକ୍ଷା ନିଶ୍ଚିତ କରିବା ନେଇ ଆମେ ସମସ୍ତେ ଆଗେଇ ନଆସିଲେ ଏହା ସମ୍ଭବ ନୁହେଁ ।

ବନ୍ଧୁଗଣ

ଏହା ହେଉଛି ଭାରତୀୟ ଢଙ୍ଗ । ବିଶ୍ୱ ପରିବେଶ ଦିବସର ପବିତ୍ର ଅବସରରେ ଆନ୍ତର୍ଜାତିକ ସମ୍ପ୍ରଦାୟ ମଧ୍ୟରେ ଏହାକୁ ଆଉଥରେ ବାଂଟିବା ପାଇଁ ଆମେ ଖୁବ ଆନନ୍ଦିତ ।

ଶେଷରେ ବିଶ୍ୱ ପରିବେଶ ଦିବସ 2018ର ଆୟୋଜକ ହିସାବରେ ଦୀର୍ଘସ୍ଥାୟୀ ବିକାଶ ନେଇ ମୁଁ ଆମର ସଂକଳ୍ପବଦ୍ଧତାକୁ ଦୋହରାଉଛି ।
ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ପ୍ଲାଷ୍ଟିକ ପ୍ରଦୂଷଣକୁ ଦୂର କରିବା ଏବଂ ଏହି ବିଶ୍ୱକୁ ଏକ ଉନ୍ନତ ବାସପଯୋଗୀ ସ୍ଥାନରେ ପରିଣତ କରିବା ।

ଆଜି ଆମେ ଯେଉଁ ଚୟନ କରିବା ତାହା ଆମର ମିଳିତ ଭବିଷ୍ୟତକୁ ସୁଦୃଢ଼ କରିବ । ଆମର ପସନ୍ଦ ସହଜ ହୋଇନପାରେ । ମାତ୍ର ମୁଁ ନିଶ୍ଚିତ ଯେ ଉପଯୁକ୍ତ ସଚେତନତା, ବୈଷୟିକ ଜ୍ଞାନ ଏବଂ ଯଥାର୍ଥ ବୈଶ୍ୱିକ ଭାଗିଦାରୀତା ବଳରେ ଆମେ ଉପଯୁକ୍ତ ଚୟନ କରିପାରିବା ।
ଧନ୍ୟବାଦ ।

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Paltano Dorkar!’ PM Modi Predicts TMC Rout In Bengal, Says ‘Goons Won’t Find Space To Hide After May 4’

Media Coverage

‘Paltano Dorkar!’ PM Modi Predicts TMC Rout In Bengal, Says ‘Goons Won’t Find Space To Hide After May 4’
NM on the go

Nm on the go

Always be the first to hear from the PM. Get the App Now!
...
Shri Ashok Kumar Lahiri meets the Prime Minister
April 25, 2026

Shri Ashok Kumar Lahiri met the Prime Minister, Shri Narendra Modi at New Delhi, today. Shri Modi conveyed his best wishes on his appointment as the Vice Chairman of NITI Aayog. The Prime Minister noted that Shri Lahiri’s rich experience in the fields of economics and public policy will significantly strengthen India’s reform journey and contribute to the nation’s vision of becoming a Viksit Bharat.

The Prime Minister posted on X:

“Met Shri Ashok Kumar Lahiri Ji and conveyed my best wishes on his being appointed as the Vice Chairman of NITI Aayog. His rich experience in economics and public policy will greatly strengthen India’s reform journey and the journey towards becoming a Viksit Bharat. I am confident his efforts will further energise policymaking in our nation. My best wishes for a fruitful tenure.”

@ashoklahiribjp

“শ্রী অশোক কুমার লাহিড়ী জির সঙ্গে সাক্ষাৎ করলাম এবং নীতি আয়োগের ভাইস চেয়ারম্যান নিযুক্ত হওয়ায় তাঁকে আমার শুভকামনা জানালাম। অর্থনীতি এবং জননীতিতে তাঁর সমৃদ্ধ অভিজ্ঞতা ভারতের সংস্কারের পথ এবং ‘বিকশিত ভারত’ হয়ে ওঠার যাত্রাপথকে আরো শক্তিশালী করবে। আমি আত্মবিশ্বাসী যে তাঁর প্রচেষ্টা আমাদের দেশের নীতি নির্ধারণকে আরও গতিশীল করবে। তাঁর ফলপ্রসূ কার্যকালের জন্য আমার অনেক শুভকামনা রইল।“