ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୁରଟରେ ନିଉ ଇଣ୍ଡିଆ ଯୁବ ସମ୍ମିଳନୀରେ ଯୁବ ବ୍ୟବସାୟୀମାନଙ୍କ ସହିତ ବାର୍ତ୍ତାଳାପ କରିଥିଲେ । ଟାଉନ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଯୁବକମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଦେଶ ବଦଳୁଛି ଏବଂ ଏହା ଏଥିପାଇଁ ସମ୍ଭବ ହେଉଛି କାରଣ ଲୋକମାନେ ଉନ୍ନତ ଭାରତ ଲାଗି ଏକ ପରିବର୍ତ୍ତନ ଆଣିବା ସକାଶେ ନିଷ୍ପତ୍ତି ନେଇଛନ୍ତି । ସୁରଟରେ ଆଜି ଜାତୀୟ ଯୁବ ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ଲୋକମାନେ ଏହା ଭାବୁଥିଲେ ଯେ କିଛି ହୋଇପାରିବ ନାହିଁ ଏବଂ କିଛି ବଦଳିବ ନାହିଁ କିନ୍ତୁ ଲୋକମାନଙ୍କ ଚିନ୍ତାଧାରାରେ ଏବେ ପରିବର୍ତ୍ତନ ଆସିଛି ଏବଂ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି । ସେ କହିଥିଲେ, "ଏକ ସମୟରେ ଲୋକମାନଙ୍କ ଚିନ୍ତାଧାରା ଏପରି ଥିଲା ଯେ କିଛି ବି ବଦଳିପାରିବ ନାହିଁ ଆମେ ଆସିଲୁ ଏବଂ ଆମେ ସର୍ବପ୍ରଥମେ ଲୋକମାନଙ୍କ ଚିନ୍ତାଧାରାକୁ ବଦଳାଇଲୁ – ଏବେ ସବୁକିଛି ବଦଳିପାରିବ । ଭାରତ ବଦଳୁଛି କାରଣ ଭାରତୀୟମାନେ ବଦଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।''

ଭାରତର ଶକ୍ତି ବିଷୟରେ ବାର୍ତ୍ତାଳାପ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଆତଙ୍କବାଦୀମାନେ ମୁମ୍ବାଇ ଉପରେ ଆକ୍ରମଣ କଲେ, ତା'ପରେ କ'ଣ ହେଲା? ଆମ ସରକାର ସମୟରେ ଉରୀରେ ସେପରି ହେଲା, ତା'ପରେ କ'ଣ ହେଲା? ଏହା ହିଁ ପରିବର୍ତ୍ତନ ।  ଆମ ଯବାନଙ୍କ ହୃଦୟରେ ଯେଉଁ ନିଆଁଜଳୁଥିଲା, ସେହି ନିଆଁ ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ମଧ୍ୟ ଲାଗିଥିଲା । ସର୍ଜିକାଲ ଷ୍ଟ୍ରାଇକ ଏହାର ପରିଣାମ ଥିଲା । ଉରୀ ଆତଙ୍କବାଦୀ ଆକ୍ରମଣ ମୋତେ ଶୋଇବାକୁ ଦେଇନଥିଲା ଏବଂ ଏହାପରେ କ'ଣ ହେଲା ସମସ୍ତେ ଜାଣନ୍ତି । ଏହା ହିଁ ପରିବର୍ତ୍ତନ'' ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କଳାଧନ ବିରୋଧରେ ସରକାରଙ୍କ ଅଭିଯାନ ଏକ ସାହସିକ ଏବଂ ନିର୍ଣ୍ଣାୟକ ପଦକ୍ଷେପ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିମୁଦ୍ରୀକରଣ ପରେ ତିନି ଲକ୍ଷ କମ୍ପାନୀ ବନ୍ଦ ହୋଇଯାଇଥିଲା ଏବଂ କେହି ସୁଦ୍ଧା ଭାବି ନଥିଲେ ଯେ କଳାଧନ ଉପରେ ଏପରି ଅଙ୍କୁଶ ଲଗାଯାଇପାରିବ ।

 

 

ସେ କହିଥିଲେ ଯେ ଭାରତୀୟଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି ଏବଂ ଏହାଦ୍ୱାରା ଦେଶ ମଧ୍ୟ ବଦଳିବ, ଏଥିପ୍ରତି ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ପୂର୍ବରୁ ଲୋକମାନେ ଭାବୁଥିଲେ ଯେ ସବୁକିଛି କିଛି ଲୋକଙ୍କ ଦ୍ୱାରା କରାଯିବ କିନ୍ତୁ ଆମେ ଏହାକୁ ବଦଳାଇଲୁ । ଆମ ସମସ୍ତଙ୍କ ଠାରୁ ଦେଶ ବଡ଼ ।

 

ପରିବେଶ ତଥା ବାତାବରଣକୁ ହାଲୁକା କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଦିନରେ ଏହା ତାଙ୍କର ଚତୁର୍ଥ ସର୍ବସାଧାରଣ କାର୍ଯ୍ୟକ୍ରମ । ସେ ଥକି ଯାଇନାହାନ୍ତି ବରଂ ସେ ଲୋକମାନଙ୍କୁ ପ୍ରଶ୍ନ କରିଥିଲେ ଯେ ସେମାନେ ଥକି ଯାଇଛନ୍ତି କି ଯାହାର ଉତ୍ତର ତାଙ୍କୁ ‘ନା’ ରେ ମିଳିଥିଲା ।

ପ୍ରଧାନମନ୍ତ୍ରୀ ଦିନିକିଆ ଗୁଜରାଟ ଗସ୍ତରେ ଯାଇ ସୁରଟ ବିମାନ ବନ୍ଦର ଟର୍ମିନାଲ କୋଠା ସମ୍ପ୍ରସାରଣ ଲାଗି ଶିଳାନ୍ୟାସ କରିଛନ୍ତି ଏବଂ ସୁରଟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିଥିଲେ । ସେ ସୁରଟରେ ଅତ୍ୟାଧୁନିକ ରସିଲାବେନ ସେୱନ୍ତିଲାଲ ଶାହ ଭେନସ ହସପିଟାଲକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ । ସେ ମଧ୍ୟ ଦାଣ୍ଡିଠାରେ ଲବଣ ସତ୍ୟାଗ୍ରହ ସ୍ମାରକୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
EPFO settles 8.3 crore claims in FY26; cheque leaf upload reform benefits 7 crore members, says govt

Media Coverage

EPFO settles 8.3 crore claims in FY26; cheque leaf upload reform benefits 7 crore members, says govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives in a mishap in Chamba, Himachal Pradesh
August 08, 2026

The Prime Minister, Shri Narendra Modi, condoled loss of lives due to a mishap in Chamba, Himachal Pradesh. "My thoughts are with the families who have lost their loved ones. May those injured recover at the earliest", Shri Modi stated.

The Prime Minister posted on X:

The loss of lives due to a mishap in Chamba, Himachal Pradesh, is deeply saddening. My thoughts are with the families who have lost their loved ones. May those injured recover at the earliest: PM @narendramodi