Constructive criticism is something I greatly look forward to: PM
New India is not about the voice of a select few. It is about the voice of each and every of the 130 crore Indians: PM
PM Modi calls for using language as a tool to unite India

କୋଚିଠାରେ ଅନୁଷ୍ଠିତ ମାଲାୟାଲା ମନୋରମା ସମ୍ମେଳନ-2019ରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦବୋଧନ ଦେଇଛନ୍ତି ।

କେରଳର ଲୋକମାନଙ୍କୁ ଅଧିକ ସଚେତନ କରିବା ଏବଂ ଭାରତର ସ୍ୱାଧୀନତା ସଂଗ୍ରାମରେ ସହଯୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ମାଲାୟାଲା ମନୋରାମାର ଯୋଗଦାନକୁ ପ୍ରଶଂସା କରିଥିଲେ ।

ନ୍ୟୁ ଇଣ୍ଡିଆର ମୂଳରେ ରହିଛି ସାମୂହିକ ଆକାଂକ୍ଷା

ସମ୍ମେଳନର ବିଷୟବସ୍ତୁ –“ନ୍ୟୁ ଇଣ୍ଡିଆ” ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ବ୍ୟକ୍ତିଗତ ଆକାଂକ୍ଷା, ସାମୂହିକ ପ୍ରୟାସ ତଥା ଜାତୀୟ ପ୍ରଗତି ଲାଗି ଦାୟିତ୍ୱ ନେବାର ଭାବନା ନ୍ୟୁ ଇଣ୍ଡିଆର ମୂଳରେ ରହିଛି । ନୂତନ ଭାରତ ସହଭାଗୀ ଗଣତନ୍ତ୍ର, ନାଗରିକ କୈନ୍ଦ୍ରିକ ସରକାର ଏବଂ ନାଗରିକମାନଙ୍କ ସକ୍ରିୟତା ଉପରେ ଆଧାରିତ ବୋଲି ସେ ଜୋର ଦେଇ କହିଥିଲେ । ସେ କହିଥିଲେ ଯେ ନୂତନ ଭାରତ ଉତ୍ତରଦାୟୀ ଜନସାଧାରଣ ଏବଂ ଉତ୍ତରଦାୟୀ ସରକାରଙ୍କ ସମୟ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାରତର ଭାବନା କ୍ରୀଡ଼ାଠାରୁ ଆରମ୍ଭ କରି ଷ୍ଟାର୍ଟଅପ ଇକୋ ସିଷ୍ଟମ ପର୍ଯ୍ୟନ୍ତ ଏବେ ବିଭିନ୍ନ କ୍ଷେତ୍ରରେ ଦୃଶ୍ୟମାନ ହେଉଛି । ସେ ଉଲ୍ଲେଖ କରିଥିଲେ ଯେ ଛୋଟ ସହର ଏବଂ ଗ୍ରାମାଂଚଳର ସାହସୀ ଯୁବକମାନେ ସେମାନଙ୍କ ଆକାଂକ୍ଷାକୁ ଉତ୍କର୍ଷରେ ପରିଣତ କରି ଦେଶ ପାଇଁ ଗୌରବ ଆଣୁଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଥିଲେ, “ଏହା ହେଉଛି ମୋ ପାଇଁ ନୂତନ ଭାରତର ଉତ୍ସାହ । ଏହା ଏପରି ଏକ ଭାରତ ଯେଉଁଠି ସାଙ୍ଗିଆ କୌଣସି ଗୁରୁତ୍ୱ ବହନ କରୁନାହିଁ । ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାର ସାମର୍ଥ୍ୟ ହିଁ ଏଠାରେ ଅଧିକ ଗୁରୁତ୍ୱ ରଖୁଛି । ଯେକୌଣସି ବ୍ୟକ୍ତି ହେଉ ପଛେ ଏହା ଏପରି ଏକ ଭାରତ ଯେଉଁଠି ଦୁର୍ନୀତି ଆଉ ଏକ ବିକଳ୍ପ ହୋଇନାହିଁ । ଏଠି କେବଳ ପ୍ରତିଦ୍ୱନ୍ଦ୍ୱିତା ହିଁ ଏକମାତ୍ର ସର୍ତ୍ତ । ସେ ଜୋର ଦେଇ କହିଥିଲେ ଯେ ନୂତନ ଭାରତ ହେଉଛି ସମସ୍ତ 130 କୋଟି ଭାରତୀୟଙ୍କ ସ୍ୱର । ଜନସାଧାରଣଙ୍କ ସ୍ୱର ଶୁଣିବା ଗଣମାଧ୍ୟମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ ।

ସରକାରଙ୍କ କାର୍ଯ୍ୟ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ବିଭିନ୍ନ ପଦକ୍ଷେପ ଯେପରିକି ସହଜ ଜୀବନ ଧାରଣ, ଦରଦାମ ନିୟନ୍ତ୍ରଣରେ ରଖିବା, ପାଞ୍ଚ ବର୍ଷରେ 1.25 କୋଟି ଆବାସ ନିର୍ମାଣ, ସବୁ ଗାଁକୁ ବିଦ୍ୟୁତ ସଂଯୋଗ, ପ୍ରତ୍ୟେକ ପରିବାରକୁ ପାନୀୟ ଜଳ ଯୋଗାଣ ଏବଂ ସ୍ୱାସ୍ଥ୍ୟ ତଥା ଶିକ୍ଷାର ମୌଳିକ ଭିତ୍ତିଭୂମିରେ ଆସିଥିବା ସୁଧାର ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ 36କୋଟି ବ୍ୟାଙ୍କ ଖାତା ଖୋଲାଯାଇଛି,20 କୋଟି କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଋଣ ଦିଆଯାଇଛି । 8 କୋଟିରୁ ଅଧିକ ଗ୍ୟାସ ସଂଯୋଗ ଫଳରେ ଧୂଆଁ ମୁକ୍ତ ରୋଷେଇ ସୁନିଶ୍ଚିତ ହୋଇଛି ଏବଂ ସଡ଼କ ନିର୍ମାଣର ଗତି ଦ୍ୱିଗୁଣିତ ହୋଇଛି ।

ଆମେ କରି ପାରିବା କିରୁ ଆମେ କରିବା” ପର୍ଯ୍ୟନ୍ତ

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ ଲୋକମାନଙ୍କ ଚିନ୍ତାଧାରା କିପରି ବଦଳିଛି କେବଳ ଦୁଇଟି ଶବ୍ଦରେ ସେ ବିଷୟରେ ଉଲ୍ଲେଖ କରାଯାଇପାରେ । ପାଞ୍ଚ ବର୍ଷ ପୂର୍ବରୁ ଲୋକମାନେ ପଚାରୁଥିଲେ, ଆମେ କ’ଣ କରିପାରିବା? ଆମେ କ’ଣ ଅସ୍ୱଚ୍ଛତାରୁ ମୁକ୍ତ ହୋଇପାରିବା? କ’ଣ ଆମେ ନୀତିଗତ ନିଷ୍କ୍ରିୟତାକୁ ଦୂର କରିପାରିବା? ଆମେ କ’ଣ କେବେ ଦୁର୍ନୀତି ଦୂର କରିପାରିବା? ଏବେ କହୁଛନ୍ତି ଯେ ଆମେ କରିବୁ, ଆମେ ଭାରତକୁ ସ୍ୱଚ୍ଛ କରିବୁ, ଆମେ ଦୁର୍ନୀତିମୁକ୍ତ ରାଷ୍ଟ୍ର ହେବୁ, ଆମେ ସୁଶାସନକୁ ଜନ ଆନ୍ଦୋଳନରେ ପରିଣତ କରିବୁ । ପୂର୍ବରୁ ‘କରିବା’ ଶବ୍ଦ ନିରାଶାବାଦୀ ବାର୍ତ୍ତା ଦେଉଥିଲା ଏବେ ଏହି ଶବ୍ଦ ଯୁବ ରାଷ୍ଟ୍ରର ଆଶାବାଦୀ ଭାବନାକୁ ବ୍ୟକ୍ତ କରୁଛି।”

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ନୂତନ ଭାରତ ନିର୍ମାଣ ଲାଗି ସାମଗ୍ରିକ ଭାବେ କାର୍ଯ୍ୟ କରୁଛନ୍ତି । ଏ ସନ୍ଦର୍ଭରେ ସେ ଗରିବ ଲୋକମାନଙ୍କ ଲାଗି 1.5 କୋଟି ଆବାସ ନିର୍ମାଣରେ ସରକାରଙ୍କ ଦୃଷ୍ଟିକୋଣ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ସାମଗ୍ରିକ ଦୃଷ୍ଟିକୋଣ ଗ୍ରହଣ କରାଯାଇଛି- ଅଧିକ ସୁବିଧା ଦିଆଯାଇଛି, ଅଧିକ ମୂଲ୍ୟ ପ୍ରଦାନ କରାଯାଇଛି, କମ ସମୟରେ ସୁବିଧା ଦିଆଯାଇଛି ଏବଂ ସୁବିଧା ପ୍ରଦାନ କରିବାରେ କୌଣସି ପ୍ରକାରର ଅତିରିକ୍ତ ଖର୍ଚ୍ଚ ହୋଇନାହିଁ । ସେ କହିଥିଲେ ଯେ ଲୋକମାନଙ୍କର ଆବଶ୍ୟକତାକୁ ଶୁଣାଯାଇଛି, ସ୍ଥାନୀୟ କାରୀଗରମାନଙ୍କୁ ସାମିଲ କରାଯାଇଛି ଏବଂ ପ୍ରଯୁକ୍ତିକୁ ଏହି ଯୋଜନାର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାରତରେ ଆମର ସଂକଳ୍ପରେ କେବଳ ଦେଶ ଭିତରେ ରହୁଥିବା ଲୋକମାନଙ୍କୁ ସାମିଲ କରାଯାଇନାହିଁ ବରଂ ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ଭାରତର ଆର୍ଥିକ ପ୍ରଗତିରେ ଯୋଗଦାନ କରୁଥିବା ଭାରତୀୟ ବଂଶୋଦ୍ଭବମାନେ ମଧ୍ୟ ଆମେ ପାଇଁ ଗୌରବ ।

ପ୍ରଧାନମନ୍ତ୍ରୀ ତାଙ୍କର ସଦ୍ୟ ବାହାରିନ ଗସ୍ତ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ତାଙ୍କୁ ବାହାରିନ ଯାଇଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ମିଳିଥିଲା । ସେ କହିଥିଲେ ଯେ ତାଙ୍କର ଏହି ଗସ୍ତର ପ୍ରମୁଖ ଆକର୍ଷଣ ହେଉଛି ସେଠାକାର ଜେଲରେ ବନ୍ଦୀ ଥିବା 250 ଭାରତୀୟଙ୍କୁ କ୍ଷମାଦାନ ଦେବା ଲାଗି ରାଜ ପରିବାରର ନିଷ୍ପତ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ସଂଯୁକ୍ତ ଆରବ ଅମୀରତନ୍ତ୍ର (ୟୁଏଇ)ରେ ରୁପେ କାର୍ଡର ପ୍ରଚଳନ କରାଯିବା ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହାଦ୍ୱାରା ଉପସାଗରୀୟ ଦେଶରେ କାମ କରି ସ୍ୱଦେଶକୁ ଟଙ୍କା ପଠାଉଥିବା ଲକ୍ଷାଧିକ ଲୋକ ଉପକୃତ ହୋଇପାରିବେ ।

ସ୍ୱଚ୍ଛ ଭାରତ, ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ ଉପଯୋଗ ବନ୍ଦ କରିବା, ଜଳ ସଂରକ୍ଷଣ, ଫିଟ ଇଣ୍ଡିଆ ଭଳି ପ୍ରମୁଖ ଆନ୍ଦୋଳନର ପ୍ରଚାର ପ୍ରସାର କ୍ଷେତ୍ରରେ ଗଣମାଧ୍ୟମର ସାର୍ଥକ ଭୂମିକା ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ଭାଷା ନିକଟରେ ଏକତାର ଶକ୍ତି ରହିଛି

ଭାରତକୁ ଏକତା ସୂତ୍ରରେ ବାନ୍ଧିବାରେ ଭାଷାର ଶକ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ ଯେ ବିଭିନ୍ନ ଭାଷାଭାଷୀ ଲୋକମାନଙ୍କୁ ଏକତା ସୂତ୍ରରେ ବାନ୍ଧିବା ଲାଗି ଗଣମାଧ୍ୟମ ସେତୁ ଭାବେ କାମ କରୁ । ସେ ପରାମର୍ଶ ଦେଇଥିଲେ ଯେ ଗଣମାଧ୍ୟମ ଗୋଟିଏ ଶବ୍ଦକୁ 10-12ଟି ଭାଷାରେ ପ୍ରକାଶ କରିପାରିବ । ଏହାକୁ ପଢ଼ି ଜଣେ ବ୍ୟକ୍ତି ବର୍ଷକୁ ବିଭିନ୍ନ ଭାଷାରେ 300ଟି ଶବ୍ଦ ଶିଖିପାରିବ । ଥରେ ଜଣେ ବ୍ୟକ୍ତି ଅନ୍ୟ ଭାଷା ଶିଖିନେଲେ ସେ ସାଧାରଣ ସୂତ୍ରକୁ ଜାଣିପାରିବ ଓ ଭାରତୀୟ ସଂସ୍କୃତିର ଏକାତ୍ମତାକୁ ପ୍ରଶଂସା କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ପୂର୍ବପୁରୁଷଙ୍କ ସ୍ୱପ୍ନକୁ ପୂରଣ କରିବା ଆମର କର୍ତ୍ତବ୍ୟ । ତେଣୁ ଆମେ ଏପରି ଏକ ଭାରତର ନିର୍ମାଣ କରିବା ଯାହା ଆମ ପୂର୍ବଜଙ୍କୁ ଗୌରବାନ୍ୱିତ କରିବ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 4, 2026
May 04, 2026

Green Roads, Smart Tolls, Trillion-Dollar Dreams: How PM Modi's Policies are Supercharging a Modern India