PM Modi inaugurates Dickoya hospital constructed with India’s assistance in Sri Lanka
Matter of pride that several people in the region speak Sinhala, one of the oldest-surviving classical languages in the world: PM
The Government and people of India are with people of Sri Lanka in their journey towards peace and greater prosperity: PM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କାର କେନ୍ଦ୍ରୀୟ ପ୍ରଦେଶର ଡିକୋୟାଠାରେ ଭାରତ ସହାୟତାରେ ନିର୍ମିତ ହସ୍ପିଟାଲକୁ ଉଦ୍ଘାଟନ କରିଛନ୍ତି  । ବହୁତ ସଂଖ୍ୟାରେ ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତା କଡ଼ରେ ଠିଆ ହୋଇଥିଲେ । ପରେ ପ୍ରଧାନମନ୍ତ୍ରୀ ଶ୍ରୀଲଙ୍କାର ରାଷ୍ଟ୍ରପତି, ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଏବଂ ବିଭିନ୍ନ ସମୁଦାୟର ନେତାଙ୍କ ଉପସ୍ଥିତିରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିବା ଭାରତୀୟ ବଂଶୋଦ୍ଭବ ତାମିଲ ସମୁଦାୟକୁ ଉଦ୍ବୋଧନ ଦେଇଥିଲେ  । ନିଜ ଉଦ୍ବୋଧ ସମୟରେ ସେ ଭାରତୀୟ ବଂଶୋଦ୍ଭବ ତାମିଲ ସମୁଦାୟର ଶ୍ରୀଲଙ୍କାକୁ ଅବଦାନ ବିଷୟରେ କହିଥିଲେ  ଏବଂ  ଭାରତ ଓ ଶ୍ରୀଲଙ୍କାର ଦୀର୍ଘ ଦିନର ଗୌରବମୟ ପରମ୍ପରା ବିଷୟରେ  ଭାବ ବିନିମୟ କରିଥିଲେ  ।

 

ପ୍ରଧାନମନ୍ତ୍ରୀ ସିଲୋନ ୱାରକର୍ସ କଂଗ୍ରେସର ପ୍ରତିନିଧି ଏବଂ ତାମିଲ  ପ୍ରଗତିଶୀଳ ସାମୁଖ୍ୟର ପ୍ରତିନିଧି ମାନଙ୍କୁ ସାକ୍ଷାତ କରିଥିଲେ  ।

 

କେନ୍ଦ୍ରୀୟ ଶ୍ରୀଲଙ୍କାରେ ପ୍ରାୟ 30,000 ଭାରତୀୟ ବଂଶୋଦ୍ଭବ ତାମିଲ ସମୁଦାୟକୁ ପ୍ରଧାନମନ୍ତ୍ରୀ ଦେଇଥିବା ଉଦ୍ବୋଧନର କିୟଦଂଶ....

ଆଜି ଏଠାକୁ ଆସିବା ମୋ ପାଇଁ ଆନନ୍ଦର ବିଷୟ  ।

ଆଉ, ମୁଁ ଆପଣମାନଙ୍କର ଭବ୍ୟ ଓ ଉତ୍ସାହଜନକ ସ୍ୱାଗତ ପାଇଁ ଆପଣମାନଙ୍କ ନିକଟରେ କୃତଜ୍ଞ  ।

ଶ୍ରୀଲଙ୍କାର ଏହି ସୌନ୍ଦର୍ଯ୍ୟମୟ ଅଂଚଳକୁ ପରିଦର୍ଶନ କରିବାକୁ ଆସିଥିବା ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଏହା ବହୁତ ସମ୍ମାନଜନକ  ।

କିନ୍ତୁ, ଆପଣମାନଙ୍କ ସହିତ କଥା ହେବା ପାଇଁ ସୁଯୋଗ ପାଇବା ହେଉଛି ଆଉ ଏକ ବଡ଼ ସମ୍ମାନ  ।

ଏହି ଉର୍ବର ମାଟିରେ ଉତ୍ପାଦିତ ପ୍ରସିଦ୍ଧ ସିଲୋନ ଚା’ସହିତ ସାରା ଦୁନିଆର ଲୋକେ ପରିଚିତ  ।

ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପସନ୍ଦର ଗାଢା ସିଲୋନ ଚା’ ଆପଣମାନଙ୍କର ସ୍ୱେଦ ଓ ପରିଶ୍ରମର ଫଳ ବୋଲି ବହୁତ କମ୍ ଲୋକ ଜାଣନ୍ତି  ।

ଆପଣମାନଙ୍କର କଠିନ ପରିଶ୍ରମ ଯୋଗୁ ଆଜି ଶ୍ରୀଲଙ୍କା ତୃତୀୟ ବୃହତମ ଚା’ ରପ୍ତାନୀକାରୀ ଦେଶ ହୋଇ ପାରିଛି  ।

ଏହା ହେଉଛି ଆପଣଙ୍କ ଶ୍ରମ ପ୍ରତି ଭଲ ପାଇବା, ଯାହା ଫଳରେ ଶ୍ରୀଲଙ୍କା ବିଶ୍ୱର ପାଖାପାଖି୧୭ % ଚା’ର ଆବଶ୍ୟକତା ପୂରଣ କରିପାରୁଛି ଏବଂ ୧.୫ ଶହ କୋଟି ଆମେରିକୀୟ ଡଲାର ବୈଦେଶିକ ମୁଦ୍ରା ରୋଜଗାର କରୁଛି  ।

ଆପଣ ହେଉଛନ୍ତି ଉନ୍ନତ ଶ୍ରୀଲଙ୍କା ଚା’ ଉଦ୍ୟୋଗର ଅପରିହାର୍ଯ୍ୟ  ମେରୁଦଣ୍ଡ ଯେଉଁଥି ପାଇଁ  ବିଶ୍ୱସ୍ତରରେ ଶିଖରରେ ପହଂଚିବାର ସଫଳତା ନିମନ୍ତେ ଶ୍ରୀଲଙ୍କା ଗର୍ବିତ  ।

ଆପଣଙ୍କ ଯୋଗଦାନ ସଂପୂର୍ଣ୍ଣ ଶ୍ରୀଲଙ୍କା ଏବଂ ତା ଠାରୁ ଆଗକୁ ପରିବ୍ୟାପ୍ତ  ।

ମୁଁ ବାସ୍ତବରେ ଆପଣଙ୍କର କଠିନ ପରିଶ୍ରମକୁ ପ୍ରଶଂସା କରୁଛି  ।

ଆପଣ ଏବଂ ମୋ ମଧ୍ୟରେ କିଛି ସମାନତା ରହିଛି  ।

ଯେପରି ଆପଣମାନେ ମୋ ବିଷୟରେ କିଛି ଶୁଣିଥିବେ, ମୋର ଚା’ ସହିତ ଏକ ବିଶେଷ ସଂଯୋଗ ରହିଛି  ।

ଚାଏ ପେ ଚର୍ଚ୍ଚା, କିମ୍ବା ଚା’ ପିଇବା ସହିତ ଆଲୋଚନା ଏହା କେବଳ ଏକ ସ୍ଳୋଗାନ ନୁହେଁ  ।

ବରଂ ଆମ ସଚ୍ଚୋଟ ଶ୍ରମିକ ମାନଙ୍କ ମର୍ଯ୍ୟାଦା ଓ ଅଖଣ୍ଡତା ପାଇଁ ଗଭୀର ସମ୍ମାନର ଚିହ୍ନ  ।

ଆଜି, ଆମେ ଆପଣଙ୍କ ପୂର୍ବ ପୁରୁଷମାନଙ୍କୁ ମନେ ପକାଉଛୁ  ।

 

ସେହି ପୁରୁଷ ଓ ମହିଳାମାନଙ୍କର ଦୃଢ ଇଚ୍ଛା ଶକ୍ତି ଏବଂ ସାହସ, ଯାହା ତାଙ୍କର ଜୀବନ ଯାତ୍ରାକୁ ଭାରତରୁ ସେତେବେଳର ସିଲୋନ ପର୍ଯ୍ୟନ୍ତ ନେଇ ଯାଇଥିଲା  ।

ତାଙ୍କର ଯାତ୍ରା ହୁଏତ ଖୁବ୍ କଠିନ ଓ ସଂଘର୍ଷମୟ ଥିଲା, କିନ୍ତୁ ସେମାନେ କେବେ ପଛଘୁଂଚା ଦେଇ ନ ଥିଲେ  ।

ଆଜି, ଆମେ ସେମାନଙ୍କର ଉତ୍ସାହକୁ ମନେପକାଉଛୁ ଏବଂ ସାଲ୍ୟୁଟ କରୁଛୁ  ।

ଆପଣଙ୍କ ପିଢ଼ୀକୁ ମଧ୍ୟ  କଠୋର ସମସ୍ୟାର ସାମ୍ନା କରିବାକୁ ପଡ଼ିଲା  ।

ଆପଣଙ୍କୁ ଏକ ନୂତନ ସ୍ୱତନ୍ତ୍ର ରାଷ୍ଟ୍ରରେ ନିଜର  ପଦଚିହ୍ନ ଏବଂ ପରିଚୟ ତିଆରି କରିବା ପାଇଁ ଏକ ଦୃଢ଼ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଲା  ।

କିନ୍ତୁ, ସାହାସର ସହିତ ଆପଣ ତା’କୁ ସାମ୍ନା କଲେ; ଆପଣ ନିଜ ଅଧିକାର ପାଇଁ ଲଢ଼େଇ କଲେ, ଶାନ୍ତିପୂର୍ଣ୍ଣ ଭାବେ କଲେ  ।

ଆମେ ସୌମ୍ୟମୁର୍ତ୍ତି ଥୋଣ୍ଡାମାନ୍ ଯିଏ ଆପଣମାନଙ୍କ ଅଧିକାର, ଉତ୍ଥାନ ଓ ଆର୍ଥିକ ସମୃଦ୍ଧି ପାଇଁ କଠୋର ପରିଶ୍ରମ କରିଥିଲେ, ତାଙ୍କୁ କେବେ ଭୁଲି ପାରିବା ନାହିଁ  ।

କନିୟାନ୍ ପୁଙ୍ଗୁର୍ଣ୍ଣାର୍ ଜଣେ ତାମିଲ ବିଦ୍ୱାନ୍ ଦୁଇ ହଜାର ବର୍ଷ ପୂର୍ବେ ଘୋଷଣା କରିଥିଲେ କି ୟାଥୁମ ଓରେ; ୟବରମ୍ କେଲର, ଯାହାର ଅର୍ଥ ହେଉଛି “ପ୍ରତ୍ୟେକ ସହର, ନିଜସ୍ୱ ଗୃହ, ସହର ଏବଂ ସମସ୍ତ ଲୋକ ହେଉଛନ୍ତି ଆମର ନିଜ ପରିଜନ”  ।

ଆଉ ଆପଣମାନେ ସେହି ବାଣୀର ସତ୍ୟ ଭାବନା ସହ ତାହାକୁ ଧରି ରଖିଛନ୍ତି  ।

ଆପଣମାନେ ଶ୍ରୀଲଙ୍କାକୁ ନିଜର ଘର କରି ନେଇଛନ୍ତି  । ଆପଣମାନେ ହେଉଛନ୍ତି ଏହି ସୁନ୍ଦର ରାଷ୍ଟ୍ରର ଏକ ଆନ୍ତରିକ ଅଂଶ । ଆପଣମାନେ ଏହାକୁ  ସାମାଜିକ ସୂତ୍ରରେ ଜଡ଼ାଇ ରଖିଛନ୍ତି  ।

ଆପଣମାନେ ତାମିଲ୍ ଥାଇଙ୍କ ସନ୍ତାନ,

ଆପଣମାନେ ଦୁନିଆର ସବୁଠାରୁ ପୁରୁଣା ଜୀବନ୍ତ ଶାସ୍ତ୍ରୀୟ ଭାଷାରେ କଥା ହେଉଛନ୍ତି   ।

ଏହା ମଧ୍ୟ ହେଉଛି ଗର୍ବର କଥା ଯେ ଆପଣମାନଙ୍କ ମଧ୍ୟରୁ ଅନେକ ସିଂହଳୀ ମଧ୍ୟ କହୁଛନ୍ତି  ।

ଆଉ ଭାଷା ହେଉଛି ଯୋଗାଯୋଗ ପାଇଁ ଏକ ଉପକରଣ ଠାରୁ ବହୁତ ଅଧିକ  ।

ଏହା ଏକ ସଂସ୍କୃତିକୁ ପରିଭାଷିତ କରିଥାଏ, ସଂପର୍କ ନିର୍ମାଣ କରିଥାଏ, ସମୁଦାୟକୁ ଯୋଡ଼ିଥାଏ ଆଉ ଏକ ମଜବୁତ ଏକାଗ୍ରତା ଶକ୍ତି ଭାବେ କାର୍ଯ୍ୟ କରିଥାଏ  ।

 

ଶାନ୍ତି ଏବଂ ଏକତାର ସହିତ ରହୁଥିବା ବହୁଭାଷୀ ସମାଜର ତୁଳନା ଏହି ଦୃଷ୍ଟିରୁ କୌଣସି ଅଧିକ ନୁହେଁ  ।

ଉତ୍ସବ ପାଇଁ ବିବିଧତାର ଆହ୍ୱାନ; ଆଉ ମୁହାଁ ମୁହିଁ ହେବାନାହିଁ  ।

ଆମର ଅତୀତ ସବୁବେଳେ ସଂଯମତା ପୂର୍ବକ ଛନ୍ଦାଛନ୍ଦି ହୋଇ ରହିଛି  ।

ଅନେକ ବୌଦ୍ଧଗ୍ରନ୍ଥ ଯେପରିକି ଜାତକ କଥାରେ ସନ୍ଥ ଅଗସ୍ତ୍ୟଙ୍କର ଉଲ୍ଲେଖ ରହିଛି, ଯାହାଙ୍କୁ କେତେକ ଲୋକ ତାମିଲ ଭାଷାର ପିତା ବୋଲି ମାନନ୍ତି  ।

କ୍ୟାଣ୍ଡିର ସିଂହଳି ନାୟକ ରାଜା ମଦୁରାଇ ଆଉ ତାଞ୍ଜୌର ନାୟକ ରାଜାଙ୍କ ସହିତ ବୈବାହିକ ସଂପର୍କ ସ୍ଥାପିତ ହୋଇଥିଲା  ।

ସିଂହଳି ଆଉ ତାମିଲ ହେଉଛନ୍ତି ଅଦାଲତର ଭାଷା,

ହିନ୍ଦୁ ଆଉ ବୌଦ୍ଧ ମନ୍ଦିର ଗୁଡ଼ିକ ଉଭୟଙ୍କୁ ସମ୍ମାନ ଏବଂ ମର୍ଯ୍ୟାଦା ଦିଆଯାଉଥିଲା  ।

ଆମକୁ ଏକତା ଆଉ ସଦ୍ଭାବ ଏହି ଦୁଇ ସୂତ୍ରକୁ ଅଲଗା ନକରି ମଜବୁତ କରିବାର ଆବଶ୍ୟକତା ଅଛି  ।

ଆଉ ଆପଣ ବୋଧହୁଏ ଏଭଳି ପ୍ରୟାସର ନେତୃତ୍ୱ ନେବାରେ ଆପଣଙ୍କ ଯୋଗଦାନ ସର୍ବଶ୍ରେଷ୍ଠ ସ୍ଥାନରେ ଅଛି  ।

ମୁଁ ଭାରତର ଗୁଜୁରାଟ ରାଜ୍ୟରୁ ଆସିଛି, ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ  ।

ପାଖାପାଖି ୯୦ ବର୍ଷ ପୂର୍ବେ ସେ ଶ୍ରୀଲଙ୍କାର ଏହି ସୁନ୍ଦର କ୍ୟାଣ୍ଡି, ନୁୱାରା ଏଲିୟା, ମଟାଲେ, ବଡ଼ୁଲା ଏବଂ ବନ୍ଦରୱେଲ ଏବଂ ହାର୍ଟନ୍ ଆଦି ସ୍ଥାନ ବୁଲିଥିଲେ  ।

ଗାନ୍ଧିଜୀଙ୍କର ପ୍ରଥମ ଆଉ ଏକମାତ୍ର ଶ୍ରୀଲଙ୍କା ଗସ୍ତ ସାମାଜିକ-ଆର୍ଥିକ ବିକାଶର ବାର୍ତ୍ତା ପ୍ରସାରିତ କରିଥିଲା  ।

ସେହି ଐତିହାସିକ ଯାତ୍ରାର ସ୍ମୃତିରେ 2015ରେ ମଟାଲେରେ ଭାରତ ସରକାରଙ୍କ ସହାୟତାରେ ମହାତ୍ମା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ କେନ୍ଦ୍ରର ସ୍ଥାପନା କରାଯାଇଥିଲା  ।

ପରବର୍ତ୍ତୀ ବର୍ଷ ମାନଙ୍କରେ ଭାରତର ଆଉ ଜଣେ ଜାତୀୟ ନେତୃତ୍ୱ, ପୁରଚୀ ଥଲାଇଭାର ଏମଜିଆଙ୍କ ଜନ୍ମ ଏହି ମାଟିରେ ହୋଇଥିଲା, ଯିଏ ଜୀବନବ୍ୟାପୀ ସମ୍ବନ୍ଧ ସ୍ଥାପନ କରିଯାଇଛନ୍ତି  ।

ଆଉ ସଂପ୍ରତି ଆପଣମାନେ କ୍ରିକେଟ୍ କୁ ବିଶ୍ୱର ସର୍ବଶ୍ରେଷ୍ଠ ସ୍ପିନର୍ ଉପହାର ଭାବେ ଦେଇଛନ୍ତି, ମୁଥେୟା ମୁରଲୀଧରନ୍  ।

ଆପଣଙ୍କ ପ୍ରଗତି ହେଉଛି ଆମର ଗର୍ବ  ।

 

ଜୀବନର ବିଭିନ୍ନ କ୍ଷେତ୍ରରେ ଆପଣମାନଙ୍କର ଉପଲବ୍ଧି ଆମକୁ ବହୁତ ଖୁସି ଦେଇଥାଏ  ।

ଭାରତୀୟ ବଂଶୋଦ୍ଭବ ଡାୟସ୍ପୋରାର ସଫଳତା ପାଇଁ ଆମେ ଆନନ୍ଦିତ ହେଉ କାରଣ ସେମାନେ ସାରା ଦୁନିଆରେ, ପାଖରେ ଏବଂ ଦୂରରେ ଏକ ଚିହ୍ନ  ଛାଡି ଯାଇଛନ୍ତି  ।

ମୁଁ ଆଗକୁ ଅନେକ କିଛି ଉଜ୍ଜ୍ୱଳ ସଫଳତା ଆଶା କରୁଛି  ।

ଆପଣ ହେଉଛନ୍ତି ଭାରତ ଏବଂ ଶ୍ରୀଲଙ୍କା ସରକାର ଓ ଲୋକଙ୍କ ମଧ୍ୟରେ ଗୋଟିଏ ମହତ୍ୱପୂର୍ଣ୍ଣ ସଂପର୍କ   ।

ଆମେ ଏହି ସୁନ୍ଦର ଦେଶ ସହିତ ଆମର ସମ୍ବନ୍ଧକୁ ବାଧା ବିହୀନ ଏବଂ ନିରନ୍ତର ଅଂଶ ରୁପେ ଆପଣଙ୍କୁ ଦେଖୁ  ।

ଏହି ସଂପର୍କକୁ ଅତୁଟ ରଖିବା ହେଉଛି ମୋ ସରକାରର ପ୍ରାଥମିକତା  ।

ଆଉ, ଆମର ଭାଗିଦାରୀର ସ୍ୱରୂପ ଏବଂ ନିଯୁକ୍ତିକୁ ଏଭଳି ରୂପ ଦେବା ଯାହା ଦେଶରେ ସମସ୍ତ ଭାରତୀୟ ଏବଂ ସମସ୍ତ ଶ୍ରୀଲଙ୍କା ନାଗରିକଙ୍କ ପ୍ରଗତିରେ ଯୋଗଦାନ ଦେବ ଏବଂ ଆପଣଙ୍କ ଜୀବନକୁ ମଧ୍ୟ ଛୁଉଁଥିବ  ।

ଆପଣ ଭାରତୀୟଙ୍କ ସହିତ ନିଜର ବନ୍ଧନକୁ ଜୀବନ୍ତ ରଖିଛନ୍ତି  ।

ଆପଣଙ୍କ ପାଖରେ ଭାରତର ସାଙ୍ଗ ଏବଂ ସଂପର୍କୀୟ ଅଛନ୍ତି  ।

ଆପଣ ଭାରତୀୟ ପର୍ବ ପର୍ବାଣୀକୁ ନିଜେ ନିଜ ମୁତାବକ ପାଳନ କରୁଛନ୍ତି  ।

ଆପଣ ଆମ ସଂସ୍କୃତିକୁ ଆହରଣ କରିଛନ୍ତି ଏବଂ ଏହାକୁ ନିଜର କରିଛନ୍ତି  ।

ଭାରତ ଆପଣଙ୍କ ହୃଦୟରେ ସ୍ପନ୍ଦିତ ହେଉଛି  ।

ଆଉ, ମୁଁ  ଆପଣମାନଙ୍କୁ ଏହା ଜଣାଉଛି ଯେ ଭାରତ ଆପଣଙ୍କ ଭାବନାର ଉଷ୍ଣତାକୁ ସଂପୂର୍ଣ୍ଣ ବଦଳାଇ ଦେଉଛି  ।

ଆମେ ସବୁ ସମ୍ଭାବ୍ୟ ଉପାୟରେ ନିଜର ସାମାଜିକ - ଆର୍ଥିକ ଉତ୍ଥାନ ପାଇଁ ଅକ୍ଳାନ୍ତ ଚେଷ୍ଟା କରିବା  ।

ମୁଁ ଜାଣିଛି ଯେ ଶ୍ରୀଲଙ୍କା ସରକାର ଆପଣଙ୍କ ୫ - ବର୍ଷୀୟ ରାଷ୍ଟ୍ରୀୟ କାର୍ଯ୍ୟ ଯୋଜନା ସହିତ  ନିଜର ଜୀବିତ ସର୍ତ ଗୁଡିକୁ ଉନ୍ନ୍ନତ କରିବା ପାଇଁ ସକ୍ରିୟ ପଦକ୍ଷେପ ଉଠାଉଛନ୍ତି  ।

ଭାରତ ସେହି ଦିଗରେ ସଂପୂର୍ଣ୍ଣ ଭାବେ ତାଙ୍କ ପ୍ରଚେଷ୍ଟାକୁ ସମର୍ଥନ କରିବ  ।

ଭାରତ ଆପଣଙ୍କ କଲ୍ୟାଣ ପାଇଁ କେତେକ ପରିଯୋଜନା ମଧ୍ୟ କରିଛି, ଶ୍ରୀଲଙ୍କା ସରକାରଙ୍କ ସହିତ ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମୁଦାୟିକ କ୍ଷେତ୍ରରେ କେତେକ ପରିଯୋଜନା ମଧ୍ୟ କରିଛନ୍ତି  ।

1947ରେ The Ceylon Estate Workers Education Trust  ର ପ୍ରତିଷ୍ଠା କରାଯାଇଛି ଫଳରେ ବିଦ୍ୟାର୍ଥୀ ମାନଙ୍କୁ ନିଜର ପାଠପଢା ଜାରି ରଖିବା ପାଇଁ ପ୍ରୋତ୍ସାହିତ କରାଯାଇ ପାରିବ  ।

ଏହା ମାଧ୍ୟମରେ ଆମେ ଶ୍ରୀଲଙ୍କା ଏବଂ ଭାରତରେ ପାଠ ପଢା ପାଇଁ ବାର୍ଷିକ ପାଖାପାଖି 700 ଛାତ୍ରବୃତ୍ତି ପ୍ରଦାନ କରୁଛୁ  ।

ଆପଣଙ୍କ ପିଲାମାନେ ଏହାଦ୍ୱାରା ଲାଭବାନ ହେଉଛନ୍ତି  ।

ଜୀବିକା ନିର୍ବାହ ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଆମେ ଉପଯୁକ୍ତ  ଧନ୍ଦାମୂଳକ ତାଲିମ କେନ୍ଦ୍ର ଏବଂ 10ଟି ଇଂରାଜୀ ଭାଷା ପ୍ରଶିକ୍ଷଣ କେନ୍ଦ୍ର ଓ ପ୍ରୟୋଗଶାଳା ପ୍ରତିଷ୍ଠା କରିଛୁ  ।

ଏହିଭଳି ଭାବରେ ଆମେ ବୃକ୍ଷ ରୋପଣ, ବିଦ୍ୟାଳୟରେ କମ୍ପ୍ୟୁଟର ଏବଂ ବିଜ୍ଞାନାଗାର ପ୍ରତିଷ୍ଠା କରିବାରେ ସାହାଯ୍ୟ କରିଛୁ  ।

ଆମେ କେତେକ ଉଦ୍ୟାନ ବିଦ୍ୟାଳୟକୁ ମଧ୍ୟ ଉନ୍ନତତର କରିଛୁ  ।

କିଛି କ୍ଷଣ ପୂର୍ବରୁ ରାଷ୍ଟ୍ରପତି ଶିରିସେନା, ପ୍ରଧାନମନ୍ତ୍ରୀ ରାନିଲ୍ ବିକ୍ରମସିଂହେ ଏବଂ ମୁଁ ଡିକୋୟାରେ ଗୋଟିଏ 150 ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପରିସର ଲୋକମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛୁ, ଯାହାକି ଭାରତର ସହାୟତାରେ ତିଆରି କରାଯାଇଛି  ।

ଏହାର ଅତ୍ୟାଧୁନିକ ସୁବିଧା ଏହି ଅଂଚଳର ସ୍ୱାସ୍ଥ୍ୟ ସେବାର ଆବଶ୍ୟକତା ପୂରଣ କରିବ  ।

ମୁଁ ଏହା ଘୋଷଣା କରି ଆନନ୍ଦ ଅନୁଭବ କରୁଛି ଯେ ଆମେ 1990ର ଜରୁରୀକାଳୀନ ଆମ୍ବୁଲାନ୍ସ ସେବାର ବିସ୍ତାର ପାଇଁ ନିର୍ଣ୍ଣୟ କରିଛୁ, ଯାହା ବର୍ତ୍ତମାନ ପଶ୍ଚିମ ଏବଂ ଦକ୍ଷିଣ ପ୍ରଦେଶ ପାଇଁ ଅଛି ତାହା ଅନ୍ୟ ପ୍ରଦେଶ ପାଇଁ ହେବ  ।

ଆମେ ଆପଣଙ୍କ ସହିତ ଭାରତର ପ୍ରାଚୀନ ସ୍ୱାସ୍ଥ୍ୟ ସେବା ପରମ୍ପରା ଯେପରି ଯୋଗ ଏବଂ ଆୟୁର୍ବେଦକୁ ସହଭାଗୀ କରି ଆନନ୍ଦିତ  ।

ଯେପରିକି ଆମେ ଆସନ୍ତା ମାସରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରିବାକୁ ଯାଉଛୁ, ଏହାର ବହୁମୁଖୀ ଲାଭକୁ ଲୋକପ୍ରିୟ କରିବା ପାଇଁ ଆପଣଙ୍କ ସକ୍ରିୟ ଭାଗିଦାରୀ ଆଶା କରୁଛୁ  ।

ଶ୍ରୀଲଙ୍କାରେ ଅଭିନବ ଭାରତୀୟ ଆବାସ ପରିଯୋଜନାର ଗୋଟିଏ ସ୍ୱରୂପ, ଯାହା ଦ୍ୱାରା ଉପକ୍ଷେତ୍ରୀୟ ଅଂଚଳରେ 4000 ଘର ନିର୍ମାଣ କରାଯାଉଛି  । ମୁଁ ଖୁସି ଯେ ପ୍ରଥମ ଥର ଲାଭାର୍ଥୀ ମାନଙ୍କୁ ଭୂମିର ମାଲିକାନା ଦିଆଯାଉଛି, ଯେଉଁଠାରେ ଘର ନିର୍ମାଣ କରାଯିବ  ।

ଏହି କ୍ଷେତ୍ରରେ ଆମର ପ୍ରତିବଦ୍ଧତାକୁ ଜାରି ରଖି ଅତିରିକ୍ତ 10 ହଜାର ଘର ଉପକ୍ଷେତ୍ର ଅଂଚଳରେ ନିର୍ମାଣ କରାଯିବା ନେଇ ଘୋଷଣା କରି ମୁଁ ଆନନ୍ଦିତ  ।

ଏହା ପୂର୍ବରୁ ଆଜି ମୁଁ କଲମ୍ବୋରୁ ବାରଣାସୀ ପର୍ଯ୍ୟନ୍ତ ସିଧାସଳଖ ବିମାନ ଚଳାଚଳର ଘୋଷଣା କରିଛି  ।

ଏହା ସହିତ ଆପଣ ସୁବିଧାରେ ବାରଣାସୀ ଯାଇ ପାରିବେ ଏବଂ ଭଗବାନ ଶିବଙ୍କର ଆଶୀର୍ବାଦ ଖୋଜି ପାଇପାରିବେ  ।

 ଭାରତ ସରକାର ଏବଂ ଭାରତର ଲୋକ ଆପଣଙ୍କ ସହିତ ଶାନ୍ତି ଏବଂ ସମୃଦ୍ଧି ଯାତ୍ରାରେ ଅଛନ୍ତି  ।

ଅତୀତରେ ଆପଣମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଗୁଡିକର ମୁକାବିଲା ପାଇଁ ଯେପରି ସାହାଯ୍ୟ କରିଥିଲୁ ଭବିଷ୍ୟତରେ ତାହା ମଧ୍ୟ ଅନୁଭବ କରିବେ  ।

ଯେଭଳି ମହାନ କବି ଥିରୁବଲ୍ଳୁବର କହିଥିଲେ “ଅକାଳ ଉର୍ଜ୍ଜା ଏବଂ ଚେଷ୍ଟା ପାଇଁ ଧନ ସ୍ୱୟଂ ନିଜର ରାସ୍ତା ଖୋଜି ନେବ  ।”

ମୋର ବିଶ୍ୱାସ ଯେ ଏହା ଏକ ଉଜ୍ଜ୍ୱଳ ଭବିଷ୍ୟତ ହେବ ଯାହା ଆପଣଙ୍କ ପିଲାମାନଙ୍କର ପରମ୍ପରାର ସ୍ୱପ୍ନ ଏବଂ କ୍ଷମତା ସହିତ ମେଳ ଖାଉଥିବ  ।

ଧନ୍ୟବାଦ ନନ୍ଦ୍ରୀ,

ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ  ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's 1 Trillion Retail Moment: Dawn of Retail Revenue Intelligence

Media Coverage

India's 1 Trillion Retail Moment: Dawn of Retail Revenue Intelligence
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Abelardo de la Espriella on his victory in the Colombian presidential elections
June 26, 2026

Prime Minister Shri Narendra Modi congratulated Abelardo de la Espriella on his victory in the Colombian presidential elections.

The Prime Minister noted that India deeply values its close friendship with Colombia which continues to grow in all areas. “I convey my best wishes for a successful tenure and look forward to working together to further deepen our bilateral relations in the years ahead”, Shri Modi added.

Shri Modi posted on X;

Heartiest congratulations, Abelardo de la Espriella, on your victory in the Colombian presidential elections.

India values its close friendship with Colombia which continues to grow in all areas. I convey my best wishes for a successful tenure and look forward to working together to further deepen our bilateral relations in the years ahead.

@ABDELAESPRIELLA