ଅଜି ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଟେକ୍ନୋଲଜି ସହିତ କୌଣସି ନା କୌଣସି ରୂପରେ ଯୋଡି ହୋଇଛି :ପ୍ରଧାନମନ୍ତ୍ରୀ ମୋଦୀ
ସରକାରୀ ସେବାଗୁଡ଼ିକୁ ପ୍ରଭାବଶାଳୀ ଢଙ୍ଗରେ ଶେଷ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଟେକ୍ନୋଲଜି ମାଧ୍ୟମରେ ସୁନିଶ୍ଚିତ କରାଯାଉଛି :ପ୍ରଧାନମନ୍ତ୍ରୀ ମୋଦୀ
ସମଗ୍ର ଦେଶରେ ଅଟଳ ନବୋନ୍ୱେଷ ପ୍ରୟୋଗଶାଳା ମାଧ୍ୟମରେ ସ୍କୁଲ ମାନଙ୍କରେ ନବସୃଜନ ପାଇଁ, ଭବିଷ୍ୟତର ଟେକ୍ନୋଲଜି ପାଇଁ ସ୍ୱଭାବ ବିକଶିତ କରାଯାଉଛି :ପ୍ରଧାନମନ୍ତ୍ରୀ
ବିଜ୍ଞାନ ହେଉଛି ୟୁନିଭର୍ସାଲ ,ପ୍ରଯୁକ୍ତିବିଦ୍ୟା ସ୍ଥାନୀୟ ହେବା ଉଚିତ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ମଙ୍ଗଳବାର) ନୂଆଦିଲ୍ଲୀଠାରେ ଆୟୋଜିତ ଭାରତ-ଇଟାଲୀ ପ୍ରଯୁକ୍ତି ବିଦ୍ୟା ଶିଖର ସମ୍ମିଳନୀକୁ ସମ୍ବୋଧନ କରିଥିଲେ  । ଏହି ଅବସରରେ ଇଟାଲୀର ପ୍ରଧାନମନ୍ତ୍ରୀ ଶ୍ରୀ ଜ୍ୟୁସେପେ କାଣ୍ଟେ ମଧ୍ୟ ଉପସ୍ଥିତ ଥିଲେ  ।

ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ଭାରତ-ଇଟାଲୀ ଔଦ୍ୟୋଗିକ ଅନୁସନ୍ଧାନ ଏବଂ ବିକାଶ ସହଯୋଗ କାର୍ଯ୍ୟକ୍ରମର ଆଗାମୀ ପର୍ଯ୍ୟାୟ ଶୁଭାରମ୍ଭ କରିବାର ଘୋଷଣା କରିଥିଲେ  । ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଆମ ଉଦ୍ୟୋଗ ଏବଂ ଅନୁସନ୍ଧାନ ସଂସ୍ଥାନ ନୂତନ ଉତ୍ପାଦଗୁଡିକୁ ବିକଶିତ କରିବାରେ ସମର୍ଥ ହୋଇପାରିବେ  ।

ପ୍ରଧାନମନ୍ତ୍ରୀ ପ୍ରଯୁକ୍ତି ବିଦ୍ୟାର ମୂଲ୍ୟ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ ଭାରତ ସାମାଜିକ ନ୍ୟାୟ, ଶସକ୍ତିକରଣ,  ସାମଗ୍ରିକ  ଏବଂ ପାରଦର୍ଶିତା ସୁନିଶ୍ଚିତ କରିବା ପାଇଁ ପ୍ରଯୁକ୍ତି ବିଦ୍ୟା ଏକ ମାଧ୍ୟମ ଭାବେ ଉଭା ହୋଇଛି  । ସେ କହିଥିଲେ ଯେ ସରକାର ଅନ୍ତିମ ଲୋକମାନଙ୍କ ପାଖରେ ଉତ୍ତମ ଢଙ୍ଗରେ ବା ପ୍ରଭାବଶାଳୀ ଭାବେ ସେବା ଯୋଗାଇଦେବାକୁ ସୁନିଶ୍ଚିତ କରିବା ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରୁଛନ୍ତି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଦେଶର ନାଗରିକମାନଙ୍କ ମଧ୍ୟରେ ବୈଜ୍ଞାନିକ କୌଶଳ ସହିତ ପ୍ରଯୁକ୍ତି ବିଦ୍ୟାର ବୃଦ୍ଧି କରିବା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଉଛନ୍ତି  । ଏହି ବିଷୟରେ ସେ ଅଟଳ ନବାଚାର ମିଶନ ଏବଂ ଉମଙ୍ଗ ଆପ ସହିତ ଦେଶରେ ଥିବା ତିନି ଲକ୍ଷ ସାଧାରଣ ସେବା କେନ୍ଦ୍ର (କମନ ସର୍ଭିସ ସେଣ୍ଟର)ର ମଧ୍ୟ ଉଲ୍ଲେଖ କରିଥିଲେ  । ସେ କହିଥିଲେ ଯେ ଏହି ପ୍ରଯୁକ୍ତି ବିଦ୍ୟାର ସମାଧାନଗୁଡିକ ଦ୍ୱାରା ସରକାରୀ ସେବାଗୁଡିକ ନାଗରିକମାନଙ୍କ ଘର ପର୍ଯ୍ୟନ୍ତ ଉପଲବ୍ଧ କରିହେଉଛି  ।

ଭାରତର ମହାକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉଚ୍ଚମାନ ସଂପନ୍ନ ସହିତ ନୂତନତ୍ୱର ଏକ ସଠିକ ଉଦାହରଣ  । ସେ କହିଥିଲେ ଯେ ଭାରତ ଏବେ ଇଟାଲୀ ସହିତ ଅନେକ ଦେଶର ଉପଗ୍ରହକୁ ମହାକାଶ ପଠାଇବାରେ ସମର୍ଥ ହୋଇପାରିଛି ଏବଂ ଏହା ସହିତ ଅତି କମ ଖର୍ଚ୍ଚରେ ଅଭିନବ ସମାଧାନ ମଧ୍ୟ କରିବା କ୍ଷେତ୍ରରେ ଭାରତର କ୍ଷମତାକୁ ପ୍ରଦର୍ଶୀତ କରୁଛି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲାଇଫ ଷ୍ଟାଇଲ ଆକ୍ସେସରୀଜ ଡିଜାଇନ କ୍ଷେତ୍ରରେ ଭାରତ ଏବଂ ଇଟାଲୀ ମଧ୍ୟରେ ସହଯୋଗ ବୃଦ୍ଧି ସନ୍ତୋଷଜନକ  । ସେ କହିଥିଲେ ଯେ ଚମଡା, ପରିବହନ ଏବଂ ଅଟୋମୋବାଇଲ ଡିଜାଇନ କ୍ଷେତ୍ରରେ ବିଶେଷ ଧ୍ୟାନ ଦିଆଯାଉଛି  ।

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Pvt investment in space sector crosses $618 million, 17 startups given nod for space activities: Minister Jitendra Singh to RS

Media Coverage

Pvt investment in space sector crosses $618 million, 17 startups given nod for space activities: Minister Jitendra Singh to RS
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlights the importance of fostering beneficial thoughts, words, and actions
July 24, 2026

Prime Minister Shri Narendra Modi shared a Sanskrit Subhashitam today, highlighting how continuous practice in thought, word, and action shapes one's character and direction in life.

The Prime Minister wrote on X;

"कर्मणा मनसा वाचा यदभीक्ष्णं निषेवते।

तदेवापहरत्येनं तस्मात् कल्याणमाचरेत्॥"

Whatever a person continuously practices through their actions, thoughts, and words ultimately shapes their personality and draws them in that very direction; therefore, one should always give space only to beneficial subjects in one's thoughts and conversations.