ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇକୋନମିକ ଟାଇମ୍ସ ବିଶ୍ୱ ବାଣିଜ୍ୟ ସମ୍ମିଳନୀରେ ଉଦ୍ବୋଧନ ଦେଇଛନ୍ତି । 2013-14ରୁ ଭାରତ ଅନିୟନ୍ତ୍ରିତ ମୁଦ୍ରାସ୍ଫୀତି, ଉଚ୍ଚ ବିତ୍ତୀୟ ନିଅଣ୍ଟ ଏବଂ ତ୍ରୁଟିପୂର୍ଣ୍ଣ ନୀତି ଭଳି ସମସ୍ୟା ଘେରରେ ରହିଥିବା ବେଳେ, ଏବେ ପରିବର୍ତ୍ତନ ସ୍ପଷ୍ଟ ଦୃଶ୍ୟମାନ ହେଉଛି ବୋଲି ସେ କହିଛନ୍ତି ।

ଦ୍ୱନ୍ଦ୍ୱ ଏବେ ଆଶାରେ ରୂପାନ୍ତରିତ ହୋଇଛି ଏବଂ ପ୍ରତିବନ୍ଧକ ଆଶାବାଦିତାରେ ପରିଣତ ହୋଇଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି 2014 ମସିହାରୁ ଭାରତ ପ୍ରାୟ ସମସ୍ତ ଆନ୍ତର୍ଜାତିକ ରାଙ୍କିଂ ଓ ସୂଚକାଙ୍କରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

ସେ କହିଛନ୍ତି, ଭାରତର ରାଙ୍କିଂ ବହୁତ ପଛରେ ପଡି ଯାଇଥିଲା ଯାହା କି ଢାଂଚାଗତ ପରିବର୍ତ୍ତନ ପରେ ବଦଳି ପାରିଛି । ଏହି ପରିପ୍ରେକ୍ଷୀରେ ସେ, ଇଜ ଅଫ ଡୁଇଙ୍ଗ ବିଜନେସର ଉଦାହରଣ ଦେଇଥିଲେ ଯେଉଁଥିରେ ବିଭିନ୍ନ ମାନଦଣ୍ଡରେ ଉନ୍ନତି ପରିଲକ୍ଷିତ ହୋଇଛି ।

ସେ କହିଛନ୍ତି, ଗ୍ଲୋବାଲ ଇନୋଭେସନ ସୂଚକାଙ୍କରେ ଭାରତର ରେଙ୍କ 2014 ମସିହାରେ 76 ଥିବାବେଳେ 2018ରେ 57ରେ ପହଂଚିଛି । ଯାହା ଏ କ୍ଷେତ୍ରରେ ହୋଇଥିବା ଉନ୍ନତିକୁ ସ୍ପଷ୍ଟ ଦର୍ଶାଉଛି ।

2014 ପୂର୍ବ ସମୟ ଏବଂ ବର୍ତ୍ତମାନ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ପ୍ରତିଯୋଗିତାର ବିଭିନ୍ନ ଦିଗ ମଧ୍ୟରେ ଥିବା ବ୍ୟବଧାନ ସଂପର୍କରେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଯେ, ପ୍ରତିଯୋଗିତା ଏବେ ଉନ୍ନୟନ ଏବଂ ସଂପୂର୍ଣ୍ଣ ସ୍ୱଚ୍ଛତା, ସଂପୂର୍ଣ୍ଣ ବିଦ୍ୟୁତକରଣ, ଉଚ୍ଚତର ନିବେଶ ଭଳି ମହତ୍ୱାକାଂକ୍ଷୀ ଲକ୍ଷ୍ୟ ହାସଲ ଉପରେ ପର୍ଯ୍ୟବସିତ । ତେବେ ପୂର୍ବରୁ ବିଳମ୍ବ ଓ ଦୁର୍ନୀତିକୁ ନେଇ ପ୍ରତିଯୋଗିତା ଚାଲୁଥିଲା ବୋଲି ସେ କହିଛନ୍ତି ।

କିଛି ନିର୍ଦ୍ଦିଷ୍ଟ ଜିନିଷ ଭାରତରେ ଅସମ୍ଭବ ବୋଲି ଥିବା ଧାରଣାକୁ ପ୍ରଧାନମନ୍ତ୍ରୀ ଦୃଢ଼ ନିନ୍ଦା କରିଛନ୍ତି ।

ଅସମ୍ଭବ ଏବେ ସମ୍ଭବ ହୋଇଛି ବୋଲି ସେ ଘୋଷଣା କରିବା ସହ ଭାରତକୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ କରିବାରେ ହୋଇଥିବା ଉନ୍ନତି ସଂପର୍କରେ କହିଛନ୍ତି । ପ୍ରଯୁକ୍ତିର ସଠିକ ବିନିଯୋଗ, ନୀତି ପ୍ରଣୟନରେ ମଧ୍ୟସ୍ଥତା ଓ ସ୍ୱତନ୍ତ୍ରତା ଦୂର ହୋଇଛି ବୋଲି କହିଛନ୍ତି ।

ସେ କହିଛନ୍ତି, ସରକାର କେବେ ବି ଏକ ସମୟରେ ବିକାଶ  ଓ ଦାରିଦ୍ର୍ୟ ଦୂରୀକରଣ କରିପାରିବ ନାହିଁ ବୋଲି ଥିବା ଧାରଣାକୁ ଭାରତର ଲୋକମାନେ ବଦଳାଇ ପାରିଛନ୍ତି ।

ସେ କହିଛନ୍ତି, 2014ରୁ 2019 ମଧ୍ୟରେ ଦେଶ 7.4 ପ୍ରତିଶତର ହାରାହାରି ଅଭିବୃଦ୍ଧି ହାସଲ କରିବ ଏବଂ ହାରାହାରି ମୁଦ୍ରାସ୍ଫୀତି ସାଢ଼େ ଚାରି ପ୍ରତିଶତରୁ କମ୍ ରହିବ । ଭାରତୀୟ ଅର୍ଥନୀତିର ଉଦାରୀକରଣ ପରେ ଯେକୌଣସି ସରକାରଙ୍କ କାର୍ଯ୍ୟକାଳରେ ଏହା ସର୍ବାଧିକ ଅଭିବୃଦ୍ଧି ହାର ହେବା ସହିତ ସର୍ବନିମ୍ନ ହାରାହାରି ମୁଦ୍ରାସ୍ଫୀତି ହାର ବୋଲି ସେ କହିଛନ୍ତି ।

ବିଗତ ଚାରି ବର୍ଷ ମଧ୍ୟରେ ଭାରତରେ ଯେତିକି ବିଦେଶୀ ପୁଞ୍ଜି ନିବେଶ ହୋଇଛି ତାହା 2014ର ସାତ ବର୍ଷ ପୂର୍ବରୁ ହୋଇଥିବା ସମସ୍ତ ପୁଞ୍ଜି ନିବେଶ ସହିତ ପ୍ରାୟ ସମାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଏହା ହାସଲ କରିବା ପାଇଁ ଭାରତ ପରିବର୍ତ୍ତନରେ ସୁଧାର ଆବଶ୍ୟକ କରୁଥିଲା । ଦେବାଳିଆପଣ କୋଡ୍, ଜିଏସଟି, ରିଅଲ ଇଷ୍ଟେଟ ଅଧିନିୟମ ଆଦି ମାଧ୍ୟମରେ ଦଶନ୍ଧି ଦଶନ୍ଧି ଦରି ଉଚ୍ଚ ଅଭିବୃଦ୍ଧିର ମୂଳଦୁଆ ପଡ଼ିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ 130 କୋଟି ଆଶାୟୀଙ୍କ ଦେଶ ଏବଂ ବିକାଶ ଓ ଅଭିବୃଦ୍ଧି ପାଇଁ ସାରା ଦେଶ ପାଇଁ ଗୋଟିଏ ଦୃଷ୍ଟିଭଙ୍ଗୀ ରହିପାରିବ ନାହିଁ । “ଆର୍ଥିକ ସ୍ଥିତି, ଜାତି, ବର୍ଣ୍ଣ, ଭାଷା ଓ ଧର୍ମ ନିର୍ବିଶେଷରେ ସମାଜର ସବୁ ବର୍ଗକୁ ନେଇ ନୂଆ ଭାରତ ଗଢ଼ିବା ଆମ ସ୍ୱପ୍ନ” ବୋଲି ସେ କହିଛନ୍ତି ।

ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ନୂଆ ଭାରତ ଗଢିବାର ଆମ ସ୍ୱପ୍ନରେ ଭବିଷ୍ୟତ ଆହ୍ୱାନର ମୁକାବିଲା କରିବା ସହ ଅତୀତ ସମସ୍ୟାର ସମାଧାନ ସାମିଲ ।” ଏହି ପରିପ୍ରେକ୍ଷୀରେ ସେ ନିମ୍ନଲିଖିତ ଉଦାହରଣଗୁଡିକ ଦେଇଛନ୍ତି ।

1.     ଭାରତ ଦ୍ରୁତଗାମୀ ଟ୍ରେନ ନିର୍ମାଣ କରିଥିବା ବେଳେ ସମସ୍ତ ଜଗୁଆଳୀବିହୀନ ରେଳବାଇ କ୍ରସିଂ ବ୍ୟବସ୍ଥାକୁ ଉଚ୍ଛେଦ କରିଛି ।

2.     ଭାରତ ଦ୍ରୁତ ଗତିରେ ଆଇଆଇଟି ଓ ଆଇଆଇଏମ ନିର୍ମାଣ କରୁଥିବା ବେଳେ ଦେଶର ସମସ୍ତ ସ୍କୁଲରେ ଶୈାଚାଳୟ ନିର୍ମାଣ କରୁଛି ।

3.     ଭାରତ ସାରା ଦେଶର ଶହେଟି ସ୍ମାର୍ଟ ସିଟି ନିର୍ମାଣ କରୁଥିବା ବେଳେ ଏହା ଏକ ଶହରୁ ଅଧିକ ଆଶାୟୀ ଜିଲ୍ଲାଗୁଡ଼ିକର ତ୍ୱରିତ ବିକାଶ ସୁନିଶ୍ଚିତ କରିଛି ।

4.     ଭାରତ ବିଦ୍ୟୁତ ନେଟ ରପ୍ତାନୀକାରୀ ଦେଶ ହୋଇ ପାରିଥିବା ବେଳେ ସ୍ୱାଧୀନତା ପରଠାରୁ ଅନ୍ଧାରରେ ରହି ଆସିଥିବା କୋଟି କୋଟି ପରିବାରକୁ ବିଦ୍ୟୁତ ସଂଯୋଗ ହୋଇପାରିଛି ।

ସାମାଜିକ କ୍ଷେତ୍ରରେ ସକାରାତ୍ମକ ହସ୍ତକ୍ଷେପ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତିବର୍ଷ 6 ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ମାଧ୍ୟମରେ ସରକାର 12 କୋଟି କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କ ନିକଟରେ ପହଞ୍ଚି ପାରିଛନ୍ତି । ଏହାଦ୍ୱାରା ଆଗାମୀ ଦଶ ବର୍ଷ ମଧ୍ୟରେ  କୃଷକମାନଙ୍କ ପାଖରେ 7.5 ଲକ୍ଷ କୋଟି ଟଙ୍କା କିମ୍ବା ପ୍ରାୟ ଏକ ବିଲିୟନ ଡଲାର ପହଂଚି ପାରିବ ବୋଲି ସେ କହିଛନ୍ତି ।

ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟ ଅପ ଇଣ୍ଡିଆ, ମେକ୍ ଇନ ଇଣ୍ଡିଆ ଏବଂ ଇନୋଭେଟିଭ ଇଣ୍ଡିଆ ଉପରେ ଆମ ଧ୍ୟାନର ଫଳାଫଳ ସ୍ୱରୂପ ଆମକୁ ଉଚ୍ଚ ଲାଭ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତରେପଞ୍ଜିକୃତ 44 ପ୍ରତିଶତ ଷ୍ଟାର୍ଟ ଅପ ଟାୟାର-2 ଓ ଟାୟାର-3 ସହରରୁ ଆସିଛି ବୋଲି ସେ କହିଛନ୍ତି । ଦେଶର ଥିଲାବାଲା ଓ ନଥିବା ବାଲାଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ପ୍ରଯୁକ୍ତି ଦୂର କରିପାରିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତକୁ ଦଶ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ବେଳେ ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବା ତଥା ବିଶ୍ୱରେ ବୈଦ୍ୟୁତିକ ଯାନବାହନ ଓ ଶକ୍ତି ସଂରକ୍ଷଣ ଯନ୍ତ୍ରାଂଶ ତିଆରି କରିବା କ୍ଷେତ୍ରରେ  ଅଗ୍ରଣୀ ଭୂମିକା ନେବାରେ ଭାରତକୁ ପ୍ରସ୍ତୁତ କରିବେ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Lakshadweep Tourist Numbers Soar After PM Modi’s Appeal, Maldives Sees Sharp Dip In Indian Visitors

Media Coverage

Lakshadweep Tourist Numbers Soar After PM Modi’s Appeal, Maldives Sees Sharp Dip In Indian Visitors
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 20, 2026
May 20, 2026

Strategic Diplomacy Meets Rural Power: PM Modi Forges Indo-Mediterranean Bonds While Empowering Village India