Our judiciary has always interpreted the Constitution positively and strengthened it: PM Modi
Be it safeguarding the rights of people or any instance of national interest needed to be prioritised, judiciary has always performed its duty: PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ହାଇକୋର୍ଟ ପ୍ରତିଷ୍ଠାର ହୀରକ ଜୟନ୍ତୀ ଉତ୍ସବରେ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଉଦ୍‍ବୋଧନ ଦେଇଛନ୍ତି । ଏହି ଅବସରରେ ଗୁଜରାଟ ହାଇକୋର୍ଟ ପ୍ରତିଷ୍ଠାର 60 ବର୍ଷ ପୂର୍ତ୍ତି ଅବସରରେ ସେ ଏକ ସ୍ମାରକ ଡାକଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି । କେନ୍ଦ୍ର ଆଇନ ଓ ନ୍ୟାୟ ବ୍ୟାପାର ମନ୍ତ୍ରୀ, ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତିଗଣ,  ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ବହୁ ଆଇନଜୀବି ଏହି ସମାବେଶରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍‍ବୋଧନରେ ହାଇକୋର୍ଟ ବାର୍‍ର ସଦସ୍ୟ ଏବଂ ବିଚାରପତିମାନଙ୍କୁ ଭାରତୀୟ ନ୍ୟାୟ ବ୍ୟବସ୍ଥା ଏବଂ ଗଣତାନ୍ତ୍ରିକ ବିଧିକୁ ସୁଦୃଢ କରିବାରେ ସେମାନଙ୍କର ଜ୍ଞାନ, ନିଷ୍ଠା ଓ ଶ୍ରମ ପାଇଁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଦୃଢତର ସହ କହିଛନ୍ତି ଯେ ସମ୍ବିଧାନର ଏକ ଜୀବନ ଶକ୍ତିଭାବେ ନ୍ୟାୟପାଳିକା ତାହାର ଦାୟିତ୍ୱ ନିର୍ବାହ କରିବାରେ ସଫଳ ହୋଇଛି । ସେ କହିଛନ୍ତି ଯେ ସମ୍ବିଧାନକୁ  ରଚନାତ୍ମକ ଓ ଗଠନମୂଳକଭାବେ ତର୍ଜମା କରି ନ୍ୟାୟପାଳିକା ସଦାସର୍ବଦା ଏହାକୁ ସୁଦୃଢ କରିଆସିଛି ।  ନାଗରିକର ଅଧିକାର ଏବଂ ସ୍ୱାଧୀନତା କ୍ଷେତ୍ରରେ ଏହା ଯଥାର୍ଥ ଦାୟିତ୍ୱ ନିର୍ବାହ କରି ଆଇନର ଶାସନ ପ୍ରତିଷ୍ଠା କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଆଇନର ଶାସନର ଏହି ବିଚାର ଆମ ସଭ୍ୟତା ଓ ସାମାଜିକ ଢାଞ୍ଚାର ଆଧାର ପାଲଟିଛି । ଏହା ମଧ୍ୟ ସୁଶାସନର ମାଧ୍ୟମ ହୋଇଛି । ଏହା ଆମ ସ୍ୱାଧୀନତା ସଂଗ୍ରାମରେ ନୈତିକ ସାହସ ସଞ୍ଚରିତ କରିଛି । ଭାରତୀୟ ସମ୍ବିଧାନ  ଆଇନର ଶାସନକୁ ସର୍ବୋଚ୍ଚ ସ୍ଥାନ ଦେଇଛି । ସମ୍ବିଧାନର ମୁଖବନ୍ଧରେ ଏହାର ଅଙ୍ଗୀକାର ଉଲ୍ଲେଖ କରାଯାଇଛି । ସେ କହିଛନ୍ତି ଯେ ନ୍ୟାୟପାଳିକା ସଦାସର୍ବଦା ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପର୍କରେ ଶକ୍ତି ଓ ଦିଗ୍‍ଦର୍ଶନ ଦେଇଆସିଛି । ନ୍ୟାୟର ମୌଳିକ ଲକ୍ଷ୍ୟ ପୂରଣ ପାଇଁ ହାଇକୋର୍ଟର ବାର୍‍ ଏବଂ ବିଚାରପତିଗଣ ଯେଉଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତାହାକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଦେଶରେ ଏକ ବିଶ୍ୱସ୍ତରୀୟ ନ୍ୟାୟିକ ବ୍ୟବସ୍ଥା ପ୍ରତିଷ୍ଠା କରିବା ଉଭୟ କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ମିଳିତ ଦାୟିତ୍ୱ । ଏହାଦ୍ୱାରା ସମାଜର ତଳସ୍ତରରେ ଥିବା ଲୋକଙ୍କୁ ଠିକ୍‍ ସମୟରେ ଉଚିତ ନ୍ୟାୟ ଯୋଗାଇ ଦେବା ପ୍ରକ୍ରିୟାକୁ ନିଶ୍ଚିତ କରାଯାଇପାରିବ ।

ପ୍ରଧାନମନ୍ତ୍ରୀ କରୋନା ମହାମାରୀ ଭଳି ଜଟିଳ ସମୟରେ ନ୍ୟାୟପାଳିକାର ତ୍ୟାଗକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଏ କ୍ଷେତ୍ରରେ ଗୁଜରାଟ ହାଇକୋର୍ଟ ପରିସ୍ଥିତି ସହ ଖାପଖୁଆଇ ଉତ୍ତମ କାର୍ଯ୍ୟ ପ୍ରଦର୍ଶନ କରିପାରିଛି । ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ହାଇକୋର୍ଟ ପକ୍ଷରୁ ମାମଲାଗୁଡିକର ସହଳ ଶୁଣାଣି କରାଯାଉଥିଲା । ଏହାଛଡା ମାମଲାର ସ୍ଥିତି, ପକ୍ଷଙ୍କୁ ସୂଚନା ପ୍ରଦାନ ଏବଂ ମାମଲା ରୁଜୁ ଆଦି କ୍ଷେତ୍ରରେ ଏସ୍‍ଏମ୍‍ଏସ କଲ୍‍ଆଉଟ, ଇ-ଫାଇଲିଂ, ଇ-ମେଲ- ମାଇଁ କେସ୍‍ ଷ୍ଟାଟସ୍‍ ଓ ଭିଡିଓ କନ୍‍ଫରେନସିଂର ବ୍ୟବସ୍ଥା କରାଯାଇଥିଲା ।  ଆହୁରି ମଧ୍ୟ ଏହି ହାଇକୋର୍ଟ ତାହାର ରାୟଗୁଡିକୁ ୟୁଟ୍ୟୁବ୍‍ରେ ଅପ୍‍ଲୋଡ କରିବା ସହ ୱେବସାଇଟରେ ମଧ୍ୟ ସ୍ଥାନିତ କରୁଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗୁଜରାଟ ହାଇକୋର୍ଟ ଦେଶର ପ୍ରଥମ ଅଦାଲତ ଯାହାକି କୋର୍ଟ କାର୍ଯ୍ୟର ସିଧାସଳଖ ପ୍ରସାରଣ ବ୍ୟବସ୍ଥା କରିଛି ।

ସେ କହିଛନ୍ତି ଯେ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଯେଉଁସବୁ ଡିଜିଟାଲ ଭିତ୍ତିଭୂମି ସୃଷ୍ଟି କରାଯାଇଛି ତାହା ବେଶ୍‍ ସନ୍ତୋଷଜନକ । ଏହା ମାଧ୍ୟମରେ ଇ-କୋର୍ଟସ୍‍ ଇଣ୍ଟିଗ୍ରେଟେଡ ମିସନ ମୋଡ୍‍ ପ୍ରକଳ୍ପ ଖୁବ୍‍ଶୀଘ୍ର କାର୍ଯ୍ୟକାରୀ ହୋଇପାରିଛି । ସେ ଆହୁରି କହିଛନ୍ତି ଯେ ଆଜିସୁଦ୍ଧା ଦେଶର 18 ହଜାରରୁ ଅଧିକ କୋର୍ଟ କଂପ୍ୟୁଟରୀକୃତ ହୋଇଛି । ଟେଲି କନ୍‍ଫରେନ୍ସିଂ ଏବଂ ଭିଡିଓ କନ୍‍ଫରେନ୍ସିଂକୁ ସୁପ୍ରିମକୋର୍ଟ ଆଇନଗତ ମାନ୍ୟତା ଦେବା ପରେ ଇ-ପ୍ରୋସିଡିଂ କ୍ଷେତ୍ରରେ ଏକ ନୂଆ ଉତ୍ସାହ ଆସିଛି । ଏହା ଏକ ଗର୍ବ ଓ ଗୌରବ ବିଷୟ ଯେ ଆମର ସୁପ୍ରିମକୋର୍ଟ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ବିଶ୍ୱର ସର୍ବାଧିକ ସଂଖ୍ୟକ ମାମଲାର ଶୁଣାଣି କରିଛନ୍ତି । ପୃଥିବୀର ଅନ୍ୟ କୌଣସି ହାଇକୋର୍ଟ ଏହି ବ୍ୟବସ୍ଥାରେ ଏତେ ମାମଲାର ଶୁଣାଣି କରିପାରି ନାହାନ୍ତି  ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ ମାମଲାର ଇ-ଫାଇଲିଂ କରିବା ଦ୍ୱାରା ନ୍ୟାୟର ସୁଗମ ଓ ସୁଲଭ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଏଥିରେ ୟୁଆଇସି ଏବଂ କ୍ୟୁଆର କୋଡ୍‍କୁ ମାମଲା ପାଇଁ ବ୍ୟବହାର କରାଯାଉଛି । ଏହା ମଧ୍ୟ ଜାତୀୟ ବିଚାର ବିଭାଗୟୀ ଡାଟା ଗ୍ରୀଡ ସ୍ଥାପନ କ୍ଷେତ୍ରରେ ମୁଖ୍ୟ ଭୂମିକା ନେଇଛି । ଏହି ଗ୍ରୀଡ ଉଭୟ ଆଇନଜୀବି ଏବଂ ମାଲିମକଦ୍ଦମାରେ ଲିପ୍ତ ପକ୍ଷଙ୍କୁ ସେମାନଙ୍କ ମାମଲାର ସ୍ଥିତି ଜାଣିବାରେ ସହାୟକ ହେବ । ନ୍ୟାୟପ୍ରାପ୍ତିର ଏହି ସୁଲଭ ବ୍ୟବସ୍ଥା ଫଳରେ ଜୀବନଯାପନ ପ୍ରକ୍ରିୟା କେବଳ ସହଜ ହେବ ନାହିଁ, ଏହା ମଧ୍ୟ ବେପାର ବଣିଜରେ ବିଶେଷ ସହାୟକ ହେବ । ବିଦେଶୀ ପୁଞ୍ଜି ନିବେଶକମାନେ ନିଜର ନ୍ୟାୟିକ ଅଧିକାରର ନିରାପତ୍ତା ବିଷୟରେ ଅବଗତ ହେବାରୁ ସେମାନଙ୍କର ଆତ୍ମବିଶ୍ୱାସ ବଢୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ ଜାତୀୟ ବିଚାର ବିଭାଗୀୟ ଡାଟା ଗ୍ରୀଡ ପ୍ରତିଷ୍ଠାକୁ ବିଶ୍ୱବ୍ୟାଙ୍କ ମଧ୍ୟ ପ୍ରଶଂସା କରିଛି । ସୁପ୍ରିମକୋର୍ଟର ଇ-କମିଟି ଏବଂ ଏନ୍‍ଆଇସି ଏକ  ନିରାପଦ କ୍ଲାଉଡବେସ୍‍ଡ  ଭିତ୍ତିଭୂମି ସୃଷ୍ଟି କରିଛନ୍ତି । ସେ ଆହୁରି କହିଛନ୍ତି ଯେ ଆମ ବିଚାର ବିଭାଗୀୟ ବ୍ୟବସ୍ଥାକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବ୍ୟବହାର କରିବାର ସମ୍ଭାବନାକୁ ବିଚାର କରି ଦେଖାଯାଉଛି । ଏହା ଫଳରେ ନ୍ୟାୟପାଳିକାର ଦକ୍ଷତା ଏବଂ ନ୍ୟାୟ ପ୍ରଦାନର ବେଗ ବୃଦ୍ଧି ପାଇବ ।

ଇ-ଲୋକ ଅଦାଲତ ବାବଦରେ ଶ୍ରୀ ମୋଦୀ କହିଛନ୍ତି ଯେ ପ୍ରାୟ 30-40 ବର୍ଷ ତଳେ ଜୁନାଗଡରେ ପ୍ରଥମ ଇ-ଲୋକ ଅଦାଲତ ଆୟୋଜିତ ହୋଇଥିଲା । ଏବେ ଇ-ଲୋକ ଅଦାଲତ ତୁରନ୍ତ ଓ ସହଜ ନ୍ୟାୟ ପ୍ରଦାନର ଉତ୍ସ ପାଲଟିଛି । ଏହା ମାଧ୍ୟମରେ ଦେଶର 24ଟି ରାଜ୍ୟରେ ଲକ୍ଷ ଲକ୍ଷ ମାମଲାର ଶୁଣାଣି କରାଯାଇଛି । ଏହି ବେଗ, ବିଶ୍ୱାସ ଏବଂ ସୁବିଧା ସୁଯୋଗ ଆଜିକାର ନ୍ୟାୟିକ ବ୍ୟବସ୍ଥାର ଚାହିଦା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural commercial vehicle retail sales growth outpaces urban: Fada data

Media Coverage

Rural commercial vehicle retail sales growth outpaces urban: Fada data
NM on the go

Nm on the go

Always be the first to hear from the PM. Get the App Now!
...
PM condoles loss of lives in firecracker factory mishap in Kaushambi
August 31, 2026
PM announces ex-gratia from Prime Minister’s National Relief Fund

The Prime Minister, Shri Narendra Modi has expressed deep sorrow over the loss of lives in a mishap at a firecracker factory in Kaushambi, Uttar Pradesh. Shri Modi conveyed his condolences to the bereaved families and prayed for the speedy recovery of the injured.

Shri Modi also announced an ex-gratia of ₹2 lakh from the Prime Minister’s National Relief Fund (PMNRF) to the next of kin of each deceased and ₹50,000 for the injured.

The Prime Minister posted on X;

Extremely saddened by the loss of lives due to a mishap at a firecracker factory in Kaushambi, Uttar Pradesh. My thoughts are with the bereaved families in this hour of grief. May the injured recover at the earliest.

An ex-gratia of Rs. 2 lakh from PMNRF would be given to the next of kin of each deceased. The injured would be given Rs. 50,000: PM @narendramodi