'Minimum Government, Maximum Governance' and 'Sabka Saath, Sabka Vikas' form the basis of New India: PM Modi
Our Government is keen to fulfil the aspirations of the people: PM Modi
A combination of technology and human sensitivities is ensuring greater 'ease of living': PM Modi

ନୂଆଦିଲ୍ଲୀରେ ସମ୍ବାଦପତ୍ର ‘ଦୈନିକ ଜାଗରଣ’ର 75ତମ ବାର୍ଷିକୀ ଉପଲକ୍ଷେ ଶୁକ୍ରବାର ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି ।

ତାଜ ପେଲେସ ହୋଟେଲରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ସମ୍ବାଦପତ୍ର ସହ ଜଡ଼ିତ ବିଭିନ୍ନ ବ୍ୟକ୍ତି, ବିଶେଷ କରି ହକରମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ପ୍ରତିଦିନ ଲୋକଙ୍କ ଘରେ ସମ୍ବାଦପତ୍ର ପହଞ୍ଚାଇବାରେ ହକର ମାନେ ହିଁ ମାଧ୍ୟମ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ, ଦୈନିକ ଜାଗରଣ ଲୋକଙ୍କୁ ସଚେତନ କରାଇବା ସହ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ନିଜ ଅନୁଭବକୁ ଆଧାର କରି ସେ ଉଲ୍ଲେଖ କରିଥିଲେ, ଏହି ସମ୍ବାଦପତ୍ର ଦେଶ ତଥା ସମାଜର ପରିବର୍ତ୍ତନ ପ୍ରକ୍ରିୟାକୁ ସଶକ୍ତ କରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଭାବେ ‘ବେଟୀ ବଚ୍ଚାଓ, ବେଟୀ ପଢ଼ାଓ’ ଏବଂ ‘ସ୍ୱଚ୍ଛ ଭାରତ ଅଭିଯାନ’ କଥା କହିଥିଲେ । ସେ କହିଥିଲେ ଗଣମାଧ୍ୟମର ଡିଜିଟାଲ ଆନ୍ଦୋଳନ ହିଁ ଦେଶକୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ।

ପ୍ରଧାନମନ୍ତ୍ରୀ କହିଲେ, ‘ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ’ ଏବଂ ‘ସବ୍କା ସାଥ୍ ସବ୍କା ବିକାଶ’ ନିଉଇଣ୍ଡିଆର ମୂଳ ଆଧାର । ବର୍ତ୍ତମାନର ଯୁବପିଢ଼ି ଏହା ଅନୁଭବ କରିପାରୁଛନ୍ତି ଯେ ସେମାନେ ଦେଶର ବିକାଶ ପ୍ରକ୍ରିୟାରେ ଭାଗିଦାର ହୋଇପାରିଛନ୍ତି ।

ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ, ସ୍ୱାଧୀନତାର ଦୀର୍ଘ ଦଶନ୍ଧି ପରେ ମଧ୍ୟ ଦେଶ କ’ଣ ପାଇଁ ପଛୁଆ ରହିଛି?କ’ଣ ପାଇଁ ଲୋକଙ୍କ ସମସ୍ୟା ଗୁଡ଼ିକର ସମାଧାନ ହୋଇପାରିନାହିଁ । ବିଗତ 70 ବର୍ଷ ଧରି ଯେଉଁ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହୋଇ ପାରିନଥିଲା ଏବେ ସେହି ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ହୋଇପାରିଛି ଏବଂ ରେଳ ନେଟୱର୍କ ମାନଚିତ୍ରରେ ନଥିବା ରାଜ୍ୟକୁ ରେଳପଥ ସଂଯୋଗ କରାଯାଇପାରିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ଗୁଡ଼ିଏ ତୁଳନାତ୍ମକ ତଥ୍ୟର ଅବତାରଣା କରିଥିଲେ । ସେ 67 ବର୍ଷ (ସ୍ୱାଧୀନତାରୁ 2014)ସହ ତାଙ୍କ କାର୍ଯ୍ୟକାଳର 4 ବର୍ଷ (2014-2018)ସହ ତୁଳନା କରିଥିଲେ ।

ସେ କହିଥିଲେ, ତାଙ୍କ କାର୍ଯ୍ୟକାଳରେ ଘରୋଇ ଶୌଚାଳୟ ସଂଖ୍ୟା 38%ରୁ ବୃଦ୍ଧି ପାଇ 95% ହୋଇପାରିଛି ।

ଗ୍ରାମାଞ୍ଚଳ ସଡ଼କ ସଂଯୋଗ 55%ରୁ 90% ହୋଇପାରିଛି ।

ଏଲପିଜି ସଂଯୋଗ ଗ୍ରାମାଞ୍ଚଳର 55% ପରିବାରରୁ ବୃଦ୍ଧି ପାଇ 90% ପରିବାରକୁ ମିଳିପାରିଛି ।

ବିଦ୍ୟୁତ ସଂଯୋଗ ଏବେ ଗ୍ରାମାଞ୍ଚଳର 95% ପରିବାରରେ ପହଞ୍ଚିପାରିଛି, ଯଦିଓ 4 ବର୍ଷ ପୂର୍ବେ ମାତ୍ର 70% ଘରେ ଏହା ପହଞ୍ଚିଥିଲା ।

ଚାରି ବର୍ଷ ପୂର୍ବେ ମାତ୍ର 50% ଲୋକଙ୍କର ବ୍ୟାଙ୍କ ଏକାଉଣ୍ଟ ଥିବା ବେଳେ ଏବେ ପ୍ରାୟ ସମସ୍ତଙ୍କୁ ବ୍ୟାଙ୍କ ସେବା ଉପଲବ୍ଧ ହୋଇପାରିଛି ।

2014 ମସିହା ସୁଦ୍ଧା ମାତ୍ର 4 କୋଟି ଲୋକ ଟିକସ ରିଟର୍ଣ୍ଣ ଦେଉଥିବା ବେଳେ ପରବର୍ତ୍ତୀ ଚାରି ବର୍ଷରେଟିକସ ନେଟୱର୍କରେ ଆଉ 3 କୋଟିରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଲେ, ଅନ୍ୟାନ୍ୟ ସମସ୍ତ ସ୍ଥିତି ସମାନ ଥିବା ବେଳେ ଏଭଳି ପରିବର୍ତ୍ତନ କିପରି ଆସିପାରିଲା?

ସେ କହିଲେ, ଥରେ ପଛୁଆ ଓ ଅନୁନ୍ନତ ଲୋକଙ୍କୁ ମୌଳିକ ସୁବିଧା ଉପଲବ୍ଧ ହୋଇଗଲେ ସେମାନେ ଆପେ ଆପେ ଦାରିଦ୍ର୍ୟରୁ ଉପରକୁ ଉଠିପାରିବେ ।  ସେ କହିଲେ ବିଗତ ଚାରି ବର୍ଷ ମଧ୍ୟରେ ଏହି ପରିବର୍ତ୍ତନ ଆସିଛି, ଯାହାକି ପରିସଂଖ୍ୟାନରୁ ସୂଚିତ ହୋଇପାରୁଛି ।

ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଯେ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସରକାର ଉଦ୍ୟମରତ । ଭାରତର ଟେକ୍ନୋଲଜି ବ୍ୟବହାର ବିକଶିତ ଦେଶଗୁଡ଼ିକ ପାଇଁ ଉଦାହରଣ ପାଲଟିଛି । ଟେକ୍ନୋଲଜି ଏବଂ ମାନବୀୟ ସମ୍ବେଦନା ମିଳିତ ଭାବେ ଜୀବନର ଚଳଣିକୁ ସୁଗମ କରିପାରିଛନ୍ତି ।

ଦେଶରେ ବିମାନ ଯାତ୍ରା ଏବଂ ଜଳପଥ ପରିବହନ କ୍ଷେତ୍ରରେ ହୋଇଥିବା ସଂସ୍କାର ଓ ପରିବର୍ତ୍ତନକୁ ସେ ଉଲ୍ଲେଖ କରିଥିଲେ । ରୋଷେଇ ଗ୍ୟାସ ସିଲିଣ୍ଡର ରିଫିଲିଙ୍ଗ ସମୟ ହ୍ରାସ, ଆୟକର ଫେରସ୍ତର ସମୟ ହ୍ରାସ ଏବଂ ପାସପୋର୍ଟ ସେବାରେ ହୋଇଥିବା ସୁଧାର ବିଷୟ ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ୱଳା ଏବଂ ସୌଭାଗ୍ୟ ଯୋଜନାର ସେବା ପାଇବାକୁ ଚାହୁଁଥିବା ଲୋକଙ୍କ ନିକଟରେ ସରକାର ନିଜେ ପହଞ୍ଚୁଛନ୍ତି । ଆୟୁଷ୍ମାନ ଭାରତ ଯୋଜନା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ । ଏହି ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରେ ମଜଦୁର, ଶ୍ରମିକ ଏବଂ କୃଷକ ସାମିଲ ଅଛନ୍ତି । ଗରିବମାନଙ୍କୁ ସଶକ୍ତ କରୁଥିବା ଏହି ଯୋଜନାଗୁଡ଼ିକୁ  ଭବିଷ୍ୟତରେ ଜାରି ରଖାଯିବ । ଭାରତର ଏହି ବିକାଶକୁ ବିଶ୍ୱ ଦେଖୁଛି ।

ପ୍ରଧାନମନ୍ତ୍ରୀ କହିଲେ, ଭାରତ ବିଶ୍ୱ ସମୁଦାୟ ନିକଟରେ ଏକ ପ୍ରସ୍ତାବ ରଖିଛି, ଯେଉଁଥିରେ କି ଆର୍ଥିକ ଅପରାଧୀମାନେ ବିଶ୍ୱର କୌଣସି ସ୍ଥାନରେ ଆଶ୍ରୟ ନେଇପାରିବେନି ବୋଲି ନିଶ୍ଚିତ କରାଯିବ । 

Click here to read full text of speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways plans four-laning of 11,000-km high-density network to boost train capacity

Media Coverage

Indian Railways plans four-laning of 11,000-km high-density network to boost train capacity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi