PM Modi attends Convocation of Sher-e-Kashmir University of Agricultural Sciences and Technology: PM Modi
There is a need to bring about a new culture in the agriculture sector by embracing technology: PM Modi
Policies and decisions of the Union Government are aimed at increasing the income of farmers: PM Modi
Farmers would benefit when traditional agricultural approach would be combined with latest techniques: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁଠାରେ ଶେର-ଇ-କାଶ୍ମୀର କୃଷି ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି । ଆଉ ଏକ ସମାରୋହରେ ସେ ପାକଲଦୁଲ ଶକ୍ତି ପ୍ରକଳ୍ପ, ଜାମ୍ମୁ ରିଙ୍ଗ ରୋଡର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗସ୍ତ କାଳରେ ସେ ତାରାକୋଟ ମାର୍ଗ ଓ ଶ୍ରୀ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ରୋପୱେ ମଧ୍ୟ ଉଦ୍ଘାଟନ କରିଥିଲେ ।

ଶେର-ଇ-କାଶ୍ମୀର ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏବେ ପ୍ରଯୁକ୍ତି ଜୀବନର ବିଭିନ୍ନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣୁଛି ଏବଂ ଯୁବକମାନେ ଏହି ପରିବର୍ତ୍ତନ ସହ ତାଳ ଦେଇ ଚାଲିଛନ୍ତି ।

ସେ କହିଥିଲେ ଯେ, ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ ମାଧ୍ୟମରେ କୃଷି କ୍ଷେତ୍ରରେ ମଧ୍ୟ ଏଭଳି ଏକ ନୂଆ ସଂସ୍କୃତିକୁ ବିକଶିତ କରିବାକୁ ପଡିବ, ଯାହା ଚାଷୀଙ୍କୁ ଲାଭ ପହଞ୍ଚାଇବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ନୀତି ଓ ନିଷ୍ପତ୍ତିଗୁଡିକ କୃଷକଙ୍କର ଆୟ ବଢାଇବା ପାଇଁ ଉଦ୍ଦିଷ୍ଟ ।

ସେ ଦୃଢ ଆଶାପୋଷଣ କରିଥିଲେ ଯେ, ବିଜ୍ଞାନସମ୍ମତ ଆଭିମୁଖ୍ୟ, ପ୍ରଯୁକ୍ତିଗତ ନବସୃଜନ, ଗବେଷଣା ଓ ବିକାଶ କାର୍ଯ୍ୟପଦ୍ଧତି ମାଧ୍ୟମରେ ସ୍ନାତକ ଛାତ୍ରମାନେ କୃଷିକୁ ଏକ ଲାଭଦାୟକ ବେଉସାରେ ପରିଣତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ।

ପାକୁଲଦୁଲ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜିର ଦିନଟି ଏକ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ଦିବସ ଯେତେବେଳେ କି ଗୋଟିଏ ଜଳବିଦ୍ୟୁତ ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପିତ ହେଉଛି ଏବଂ ଆଉ ଗୋଟିକର ଆଧାରଶିଳା ରଖାଯାଇଛି । ସେ କହିଥିଲେ ଯେ, ଦେଶର ଅନଗ୍ରସର ଅଞ୍ଚଳଗୁଡିକର ସମତୁଲ ବିକାଶ ପାଇଁ ଭାରତ ସରକାର “ଏକୁଟିଆ ଭାବରୁ ସମନ୍ଵୟ” ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଛନ୍ତି ।

ସେ ଆହୁରି କହିଥିଲେ ଯେ, ତାରାକୋଟ ମାର୍ଗ ମାତା ବୈଷ୍ଣୋ ଦେବୀଙ୍କ ପୀଠରେ ପହଞ୍ଚିବା ଲାଗି ବିକଳ୍ପ ରାସ୍ତା ପ୍ରଦାନ ସହ ତୀର୍ଥ ଯାତ୍ରୀଙ୍କ ପାଇଁ ସୁବିଧା ଆଣିଦେବ । ପ୍ରଧାନମନ୍ତ୍ରୀ କହିଥିଲେ ପର୍ଯ୍ୟଟନ କ୍ଷେତ୍ର ବିଶେଷକରି ଆଧ୍ୟାତ୍ମିକ ପର୍ଯ୍ୟଟନ ଜାମୁ-କାଶ୍ମୀର ରାଜ୍ୟର ରାଜସ୍ୱ ବୃଦ୍ଧି କରିବା ଦିଗରେ ଏକ ବଡ ଉତ୍ସ ହୋଇପାଇବ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Mutual fund SIP inflows rise by Rs 827 crore to 3-month high of Rs 31,781 crore in June

Media Coverage

Mutual fund SIP inflows rise by Rs 827 crore to 3-month high of Rs 31,781 crore in June
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 10, 2026
July 10, 2026

Building Viksit Bharat: PM Modi Accelerating India's Growth at Home and Across the World