Swami Pranavananda connected his disciples to service and spirituality: PM
During several natural disasters, BSS teams have served people with great dedication: PM Modi
Societal development through 'Bhakti', 'Shakti' and 'Jan Shakti' was achieved by Swami Pranavananda: PM
Swami Pranavananda never liked social divisions and inequalities: PM
In the last three years, the development of the Northeast has become a priority. Focus is on connectivity and infrastructure: PM

( ଭିଡ଼ିଓ କନ୍ଫରେନ୍ସ ଜରିଆରେ)

 

ଦିଲ୍ଲୀ ଏବଂ ଶିଲଂ ମଧ୍ୟରେ ଦୂରତା ପାଖାପାଖି ୨ ହଜାର କିଲୋମିଟର । କିନ୍ତୁ ବୈଷୟିକ ଜ୍ଞାନ ଏହି ଦୂରତାକୁ କମ୍ କରି ଦେଇଛି । ଗତ ବର୍ଷ ମେ’ମାସରେ ହିଁ ମୁଁ ଶିଲଂ ଯାଇଥିଲି ।

ଆଜି ଯେବେ ଭିଡ଼ିଓ କନ୍ଫରେନ୍ସ ଜରିଆରେ ଆପଣ ସମସ୍ତଙ୍କ ସହିତ କଥାବର୍ତା ହେବାର ସୁଯୋଗ ମିଳିଛି, ତ କେତେ  ଗୁଡିଏ ସ୍ମୃତି ତାଜା ହୋଇ ଯାଉଛି ।

ଗୁଜୁରାଟରେ ମତେ ଭାରତ ସେବାଶ୍ରମ ସଂଘର ଅଧ୍ୟକ୍ଷ ଥିବା ସ୍ୱର୍ଗୀୟ ସ୍ୱାମୀ ଅକ୍ଷୟାନନ୍ଦଜୀ ମହାରାଜଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା ।

ମଞ୍ଚ ଉପରେ ଉପସ୍ଥିତ ସ୍ୱାମୀ ଅମ୍ବରିଶାନନ୍ଦଜୀ ମହାରାଜ ଜୀ ତ ଗୁଜୁରାଟ ଶାଖାର ଅଧ୍ୟକ୍ଷ ରହିଛନ୍ତି । ସ୍ୱାମୀ ଗଣେଶାନନ୍ଦଜୀଙ୍କ ଅନୁଭବରୁ ମଧ୍ୟ ମତେ ବହୁତ କିଛି ଶିଖିବାର ସୁଯୋଗ ମିଳିଛି ।

ଆଚାର୍ଯ୍ୟ ଶ୍ରୀମତ୍ ସ୍ୱାମୀ ପ୍ରଣବାନନ୍ଦଜୀ ମହାରାଜଙ୍କ ଦ୍ୱାରା ସ୍ଥାପିତ ଭାରତ ସେବାଶ୍ରମ ସଂଘ ଏଇ ବର୍ଷ ନିଜ ଯାତ୍ରାର ୧୦୦ ବର୍ଷ ପୂରଣ କରିଛି ।

ସେବା ଓ ଶ୍ରମକୁ ଭାରତ ନିର୍ମାଣ ପାଇଁ ସାଥୀରେ ନେଇ ଚାଲୁଥିବା ସଂଘର ସମସ୍ତ ସଦସ୍ୟଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭ କାମନା ।

କୌଣସି ସଂସ୍ଥା ପାଇଁ ଏହା ବହୁତ ଗୌରବର ବିଷୟ ଯେ ତାହାର ସେବାର ବିସ୍ତାର, ଶହେ ବର୍ଷ ପୂରଣ କରୁଅଛି । ବିଶେଷ କରି ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ଭାରତ ସେବାଶ୍ରମ ସଂଘର ଜନକଲ୍ୟାଣକାରୀ କାର୍ଯ୍ୟ ବହୁତ ପ୍ରଶଂସନୀୟ ରହିଆସିଛି ।

ବନ୍ୟା ହେଉ ବା ମରୁଡି, କିମ୍ବା ଭୂକମ୍ପ, ଭାରତ ସେବାଶ୍ରମ ସଂଘର ସଦସ୍ୟ ସଂପୂର୍ଣ୍ଣ ତନ୍ମୟତାର ସହ ପୀଡ଼ିତ ମାନଙ୍କୁ ରିଲିଫ୍ ପହଞ୍ଚାଇଥାନ୍ତି ।

ସଂକଟ ସମୟରେ ଯେବେ ମଣିଷକୁ ସାହାଯ୍ୟର ସବୁଠାରୁ ଅଧିକ ଆବଶ୍ୟକ ହୋଇଥାଏ, ସ୍ୱାମୀ ପ୍ରଣବାନନ୍ଦଙ୍କ ଶିଷ୍ୟ ସବୁକିଛି ଭୁଲି କେବଳ ଏବଂ କେବଳ ମାନବ ସେବାରେ ଲାଗିଯାଆନ୍ତି ।

ପୀଡିତ ମଣିଷର ସେବା ତ ଆମ ଶାସ୍ତ୍ରରେ ତୀର୍ଥ ଦର୍ଶନ ଭଳି ବିବେଚନା କରାଯାଇଛି ।

କୁହାଯାଇଛି-

ଏକତଃ କ୍ରତବଃ ସର୍ବ ସହସ୍ର ବରଦକ୍ଷିଣା ଅନ୍ୟତୋ ରୋଗ-ଭୀତାନାମ୍ ପ୍ରାଣୀନାମ୍ ପ୍ରାଣ ରକ୍ଷଣମ୍

ଅର୍ଥାତ୍- ଗୋଟିଏ ପଟେ ବିଧି ପୂର୍ବକ ସମସ୍ତଙ୍କୁ ଭଲ ଦକ୍ଷିଣା ଦେଇ କରାଯାଇଥିବା ଯଜ୍ଞ କର୍ମ ତଥା ଅନ୍ୟ ପଟେ ଦୁଃଖ ଏବଂ ରୋଗରେ ପୀଡ଼ିତ ମନୁଷ୍ୟର ସେବା କରିବା ଏହି ଦୁଇଟି ଯାକ କର୍ମ ହିଁ ପୁଣ୍ୟପ୍ରଦ ଅଟେ ।

ସାଥୀଗଣ,

ସ୍ୱାମୀ ପ୍ରଣବାନନ୍ଦଜୀ ନିଜର ଆଧ୍ୟାତ୍ମିକ ଯାତ୍ରାର ଶେଷ ସୀମାରେ ପହଞ୍ଚି କହିଥିଲେ ଯେ-

ଏ ସମୟ ମହାମିଳନ,

ମହା ଜାଗରଣ,

ମହା ମୁକ୍ତି ଏବଂ

ମହା ସମାନ ନ୍ୟାୟର ଅଟେ ।

ଏହା ପରେ ସେ ଭାରତ ସେବାଶ୍ରମ ସଂଘର ମୂଳଦୁଆ ରଖିଥିଲେ । 

1917ରେ ସ୍ଥାପନ କରିବା ପରେ ଯେଉଁ ସେବା ଭାବ ସହିତ ସଂସ୍ଥା କାମ ଆରମ୍ଭ କରିଥିଲା, ସେଥିରେ ବରୋଦାର ମହାରାଜା ସୟାଜୀରାଓ ଗାଏକ୍ୱାର୍ଡ ମଧ୍ୟ ବହୁତ ପ୍ରଭାବିତ ହୋଇଥିଲେ ।

ମହାରାଜା ସୟାଜୀରାଓ ଗାଏକ୍ୱାର୍ଡ ସ୍ୱୟଂ ଯେଉଁ ଅକ୍ଳାନ୍ତ ପରିଶ୍ରମ କରି ଲୋକମାନଙ୍କ ଉତ୍ଥାନ ପାଇଁ କାମ କରୁଥିଲେ, ତାହା ଜଗତ ଜାଣିଛି । ଲୋକ କଲ୍ୟାଣ କାର୍ଯ୍ୟର ଏକ ଭ୍ରାମ୍ୟମାଣ ସଂସ୍ଥାଭଳି ଥିଲେ । ତେଣୁ ଶ୍ରୀମତ୍ ସ୍ୱାମୀ ପ୍ରଣବାନନ୍ଦଜୀଙ୍କ ଦ୍ୱାରା ସାରା ଦେଶକୁ ପଠାଯାଇଥିବା ସେବା ଦୂତମାନଙ୍କୁ ସେ ତୃଣମୂଳ ସ୍ତରରେ କାମ କରୁଥିବାର ଦେଖିଲେ, ତ ସେମାନଙ୍କର ପ୍ରଶଂସା ନ କରି ରହି ପାରିଲେ ନାହିଁ ।

ଜନ ସଂଘର ସଂସ୍ଥାପକ, ଶ୍ରଦ୍ଧେୟ ଡାକ୍ତର ଶ୍ୟାମା ପ୍ରସାଦ ମୁଖାର୍ଜୀ ତ ସ୍ୱାମୀ ପ୍ରଣବାନନ୍ଦଜୀଙ୍କୁ ନିଜର ଗୁରୁ ଭଳି ମାନୁଥିଲେ । ଡାକ୍ତର ମୁଖାର୍ଜୀଙ୍କ ବିଚାରଧାରାରେ ସ୍ୱାମୀ ପ୍ରଣବାନନ୍ଦଜୀଙ୍କ ବିଚାରଧାରାର ଝଲକ୍ ମଧ୍ୟ ମିଳିଥାଏ ।

ରାଷ୍ଟ୍ର ନିର୍ମାଣର ଯେଉଁ ଦୃଷ୍ଟିକୋଣ ସହିତ ସ୍ୱାମୀ ପ୍ରଣବାନନ୍ଦଜୀ ନିଜ ଶିଷ୍ୟମାନଙ୍କୁ ଆଧ୍ୟାତ୍ମ ଏବଂ ସେବା ସହିତ ଯୋଡିଲେ,  ତାହା ଅତୁଳନୀୟ ।

ଯେବେ 1923ରେ ବଙ୍ଗଳାରେ ମରୁଡି ହେଲା,

ଯେବେ 1946ରେ ନୋଆଖଲିରେ ଦଙ୍ଗା ହେଲା,

ଯେବେ 1950ରେ ଜଲପାଇଗୁଡିରେ ବନ୍ୟା ହେଲା,

ଯେବେ 1956ରେ କଚ୍ଛରେ ଭୂକମ୍ପ ଆସିଲା, ଯେବେ 1977ରେ ଆନ୍ଧ୍ର ପ୍ରଦେଶରେ ଭୀଷଣ ବାତ୍ୟା ହେଲା,

ଯେବେ 1984ରେ ଭୋପାଳରେ ଗ୍ୟାସ ଦୁର୍ଘଟଣା ହେଲା, ଭାରତ ସେବାଶ୍ରମ ସଂଘର ଲୋକମାନେ ପୀଡ଼ିତଙ୍କ ପାଖରେ ରହି ସେମାନଙ୍କର ସେବା କରିଥିଲେ ।

ଆମକୁ ଧ୍ୟାନ ରଖିବାକୁ ହେବ ଯେ ଇଏ ସେହି ସମୟ ଥିଲା ଯେବେ ଦେଶରେ ବିପର୍ଯ୍ୟୟ ପରିଚାଳନାକୁ ନେଇ ସଂସ୍ଥାଗୁଡିକୁ ଏତେଟା ଅନୁଭବ ନ ଥିଲା ।

ପ୍ରାକୃତିକ ବିପତ୍ତି ହେଉ କିମ୍ବା ମଣିଷଙ୍କ ପାରସ୍ପରିକ ସଂଘର୍ଷରୁ ସୃଷ୍ଟି ହୋଇଥିବା ସଂକଟ,

ସବୁ ଅସୁବିଧା ସମୟରେ ଭାରତ ସେବାଶ୍ରମ ସଂଘ, ତାହାର ମୁକାବିଲା କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ।

ବିଗତ କିଛି ବର୍ଷର କଥା ଦେଖିବା ତ ଯେବେ 2001ରେ ଗୁଜୁରାଟରେ ଭୂକମ୍ପ ଆସିଲା,

2004ରେ ସୁନାମୀ ଆସିଲା,

2013ରେ ଉତ୍ତରାଖଣ୍ଡରେ ପ୍ରଳୟ ଆସିଲା,

2015ରେ ତାମିଲନାଡୁରେ ବନ୍ୟା ଆସିଲା, ତ ଭାରତ ସେବାଶ୍ରମର ସଦସ୍ୟ ସର୍ବ ପ୍ରଥମେ ପହଂଚିବା ଲୋକଙ୍କ ମଧ୍ୟରୁ ଜଣେ ଥିଲେ ।

ଭାଇ ଓ ଭଉଣୀମାନେ,

ସ୍ୱାମୀ ପ୍ରଣବାନନ୍ଦ କହୁଥିଲେ-

‘ଆଦର୍ଶ ବିନା ଜୀବନ ହେଉଛି ମୃତ୍ୟୁ ସହିତ ସମାନ ।

ନିଜ ଜୀବନରେ ଉଚ୍ଚ ଆଦର୍ଶ ସ୍ଥାପିତ କରି ହିଁ କୌଣସି ବ୍ୟକ୍ତି  ମାନବତାର ପ୍ରକୃତ ସେବା କରିପାରେ ।’

ଆପଣଙ୍କ ସଂସ୍ଥାର ସମସ୍ତ ସଦସ୍ୟମାନେ ଏହି କଥା ଗୁଡିକୁ ନିଜ ଜୀବନରେ ପ୍ରତିଫଳିତ କରିଛନ୍ତି ।

ଆଜି ସ୍ୱାମୀ ପ୍ରଣବାନନ୍ଦ ଯେଉଁଠାରେ ମଧ୍ୟ ଥିବେ, ମାନବତା ପାଇଁ ଆପଣଙ୍କର ପ୍ରୟାସ ଗୁଡିକୁ ଦେଖି ବହୁତ ଆନନ୍ଦିତ ହେଉଥିବେ ।

କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଭାରତ ସେବାଶ୍ରମର ସଦସ୍ୟ ଲୋକମାନଙ୍କୁ ରିଲିଫ୍ ଦେବାପାଇଁ ପହଂଚି ଯାଆନ୍ତି ।

ଏଥିପାଇଁ ଆପଣ ସମସ୍ତଙ୍କୁ ଯେତିକି ଅଭିନନ୍ଦନ ଦିଆଯାଏ, ତାହା କମ୍ ହେବ ।

ଆମ ଶାସ୍ତ୍ରରେ ମଧ୍ୟ କୁହାଯାଇଛି-

ଆତ୍ମାର୍ଥମ୍ ଜୀବଲୋକେ ଅସ୍ମୀନ କୋ ନ ଜୀବତି ମାନବଃ ।

ପରମ ପରୋପକାର ଆର୍ଥମ୍ ଯୋ ଜୀବତି ସ ଜୀବତି ।

ଅର୍ଥାତ ଏହି ସଂସାରରେ ନିଜ ପାଇଁ ନୁହେଁ , ଯାହାର ଜୀବନ ପରୋପକାର ପାଇଁ ଅଛି ତାହାର ହିଁ ଜୀବନ, ଜୀବନ ଅଟେ ।

ଏଥିପାଇଁ ପରୋପକାରର ଅନେକ ପ୍ରୟାସରେ ସୁଶୋଭିତ ଆପଣଙ୍କ ସଂସ୍ଥାର ଶହେ ବର୍ଷ ପୂର୍ଣ୍ଣ ହେଉଥିବାରୁ ପୁଣି ଥରେ ବଧାଇ ।

ସାଥୀଗଣ,

ବିଗତ କିଛି ଦଶକରେ ଦେଶରେ ଏକ କାଳ୍ପନିକ ପରିବେଶ ସୃଷ୍ଟି କରାଗଲା ଯେ ଆଧ୍ୟାତ୍ମ ଏବଂ ସେବାର ମାର୍ଗ ହେଉଛି ଅଲଗା ଅଲଗା ।

କିଛି ଲୋକଙ୍କ ଦ୍ୱାରା ଏହା ଜଣାଇବାର ପ୍ରୟାସ କରାଗଲା ଯେ ଯିଏ ଆଧ୍ୟାତ୍ମ ମାର୍ଗରେ ଅଛନ୍ତି, ସେ ହେଉଛନ୍ତି ସେବାର ରାସ୍ତାଠାରୁ ଅଲଗା ।

ଆପଣ ଏହି କାଳ୍ପନିକ କଥାକୁ ନା କେବଳ ଭୁଲ ପ୍ରମାଣିତ କଲେ ବରଂ ଆଧ୍ୟାତ୍ମ ଏବଂ ଭାରତୀୟ ମୂଲ୍ୟବୋଧ ଉପରେ ଆଧାରିତ ସେବାକୁ ଏହା ସହିତ ଆଗକୁ ବଢ଼ାଇଲେ ।

ଆଜି ସାରା ଦେଶରେ ଭାରତ ସେବାଶ୍ରମ ସଂଘର ଶହେରୁ ଅଧିକ ଶାଖା ଏବଂ ପାଞ୍ଚଶହରୁ ଅଧିକ ସ୍ୱାସ୍ଥ୍ୟସେବା ଶାଖା, ଶିକ୍ଷା ଏବଂ ଯୁବକ ମାନଙ୍କୁ ପ୍ରଶିକ୍ଷଣ ଦେବା କାର୍ଯ୍ୟରେ ଲାଗିଛି । ଭାରତ ସେବାଶ୍ରମ ସଂଘ ସାଧନା ଏବଂ ସମାଜ ସେବାର ସଂଯୁକ୍ତ ଉପକ୍ରମ ମାଧ୍ୟମରେ ଲୋକସେବାର ଏକ ମଡେଲ ବିକଶିତ କରିଛନ୍ତି ।

ଦୁନିଆର କେତେ ଦେଶରେ ଏହି ମଡେଲ ସଫଳତା ପୂର୍ବକ ଚାଲୁଅଛି । ସଂଯୁକ୍ତ ରାଷ୍ଟ୍ରରେ ମଧ୍ୟ ଭାରତ ସେବାଶ୍ରମ ସଂଘର କଲ୍ୟାଣକାରୀ କାର୍ଯ୍ୟର ପ୍ରଶଂସା ହୋଇଛି ।

ସ୍ୱାମୀ ପ୍ରଣବାନନ୍ଦଜୀ ମହାରାଜ ବିଗତ ଶତାବ୍ଦୀରେ ଦେଶର ଆଧ୍ୟାତ୍ମିକ ଚେତନାର ରକ୍ଷା କରିବାରେ, ତାକୁ ସ୍ୱାଧୀନତା ଆନ୍ଦୋଳନ ସହିତ ଯୋଡିବାରେ ଜଣେ ମହାନ ଅବତାରଙ୍କ ମଧ୍ୟରୁ ଜଣେ ଥିଲେ ।

ସ୍ୱାମୀ ବିବେକାନନ୍ଦ ଏବଂ ମହର୍ଷି ଅରବିନ୍ଦଙ୍କ ଭଳି ହିଁ ତାଙ୍କ ନାମ ବିଗତ ଶତାବ୍ଦୀର ମହାନ ସନ୍ଥମାନଙ୍କ ମଧ୍ୟରେ ଗଣାଯାଏ । ସ୍ୱାମୀଜୀ କହୁଥିଲେ- “ମନୁଷ୍ୟକୁ ନିଜର ଗୋଟିଏ ହାତରେ ଭକ୍ତି ଏବଂ ଅନ୍ୟ ହାତରେ ଶକ୍ତି ରଖିବା ଆବଶ୍ୟକ । ସେ ମାନୁଥିଲେ ଯେ ଶକ୍ତି ବିନା କୌଣସି ମନୁଷ୍ୟ ନିଜର ରକ୍ଷା କରିପାରିବ ନାହିଁ ଏବଂ ଭକ୍ତି ବିନା ସେ ନିଜେ ନିଜର ହିଁ ଭକ୍ଷକ ହୋଇଯିବାର ବିପଦ ରହିଥାଏ ।”

ସମାଜର ବିକାଶ ଲାଗି ଶକ୍ତି ଏବଂ ଭକ୍ତିକୁ ସାଥୀରେ ନେଇ ଜନଶକ୍ତିକୁ ଏକଜୁଟ୍ କରିବାର କାମ, ଜନଚେତନାକୁ ଜାଗ୍ରତ କରିବାର କାମ ସେ ନିଜର ବାଲ୍ୟ ଅବସ୍ଥାରୁ ହିଁ ଆରମ୍ଭ କରିଦେଇଥିଲେ ।

ନିର୍ବାଣ ଅବସ୍ଥାର ବହୁ ପୂର୍ବରୁ, ଯେବେ ସେ ସ୍ୱାମୀ ପ୍ରଣବାନନ୍ଦ ହୋଇ ନଥିଲେ, କେବଳ ‘ବିନୋଦ’ ଥିଲେ, ନିଜ ଗାଁରେ ଘର ଘର ଯାଇ ଚାଉଳ ଏବଂ ପରିବା ଏକାଠି କରୁଥିଲେ ଆଉ ପୁଣି ତାକୁ ଗରୀବମାନଙ୍କୁ ବାଣ୍ଟି ଦେଉଥିଲେ । ଯେବେ ସେ ଦେଖିଲେ ଯେ ଗାଁକୁ ପହଁଚିବା ପାଇଁ ସଡ଼କ ନାହିଁ ତ ସମସ୍ତଙ୍କୁ ପ୍ରେରିତ କରି ସେ ଗାଁ ପର୍ଯ୍ୟନ୍ତ ଗୋଟିଏ ସଡ଼କ ମଧ୍ୟ ନିର୍ମାଣ କରାଇଲେ ।

ଜାତି-ପ୍ରଥା, ଛୁଆଁ-ଅଛୁଆଁର ବିଷ କିଭଳି ସମାଜକୁ ବିଭକ୍ତ କରି ରଖିଛି, ଏହାର ଅନୁଭବ ତାଙ୍କୁ ବହୁ ପୂର୍ବରୁ ହୋଇଯାଇଥିଲା । ତେଣୁ ସମସ୍ତଙ୍କୁ ସମାନତାର ମନ୍ତ୍ର ଶିଖାଇ ସେ ଗାଁର ପ୍ରତିଟି ବ୍ୟକ୍ତିକୁ ସାଙ୍ଗରେ ବସାଇ ଈଶ୍ୱରଙ୍କ ପୂଜା କରୁଥିଲେ ।

ଉନ୍ନବିଂଶ ଶତାବ୍ଦୀର ଶେଷରେ ଏବଂ ବିଂଶ ଶତାବ୍ଦୀର ଆରମ୍ଭରେ ବଙ୍ଗଳା ଯେଭଳି ରାଜନୈତିକ ଗତିବିଧିର କେନ୍ଦ୍ର ସାଜିଥିଲା, ସେ ସମୟରେ ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବାରେ ସ୍ୱାମୀ ପ୍ରଣବାନନ୍ଦଜୀଙ୍କ ପ୍ରୟାସ ଆହୁରି ଅଧିକ ବଢ଼ିଗଲା ।

ବଙ୍ଗଳାରେ ହିଁ ସ୍ଥାପିତ ଅନୁଶୀଳନ ସମିତିର କ୍ରାନ୍ତିକାରୀଙ୍କୁ ସେ ଖୋଲାଖୋଲି ସମର୍ଥନ ଦେଉଥିଲେ । ଇଂରେଜଙ୍କ ବିରୁଦ୍ଧରେ ଲଢ଼ି ସେ ମଧ୍ୟ ଥରେ ଜେଲ ଯାଇଥିଲେ । ନିଜ କାର୍ଯ୍ୟ ଦ୍ୱାରା ସେ ପ୍ରମାଣ କରିଥିଲେ ଯେ ସାଧନା ପାଇଁ କେବଳ ଗୁମ୍ଫାରେ ରହିବାର ଆବଶ୍ୟକତା ନାହିଁ, ବରଂ ଜନଜାଗରଣ ଏବଂ ଜନଚେତନା ଜାଗ୍ରତ କରି ମଧ୍ୟ ସାଧନା କରାଯାଇପାରେ, ଈଶ୍ୱରଙ୍କୁ ପାଇ ହୁଏ ।

ଭାଇ ଓ ଭଉଣୀମାନେ,

ଆଜକୁ ଶହେ ବର୍ଷ ପୂର୍ବେ ଦେଶ ଯେଉଁ ମନୋବୃତି ଦେଇ ଗତି କରୁଥିଲା, ପରାଧିନତାର ଶୃଙ୍ଖଳରେ, ନିଜର ଦୋଷ ଦୁର୍ବଳତାରୁ ମୁକ୍ତି ପାଇବାକୁ ଚାହୁଁଥିଲା, ସେଥିରେ ଦେଶ ଅଲଗା ଅଲଗା ଭୂଭାଗରେ ଜନଶକ୍ତିକୁ ସଂଗଠିତ କରିବାର ପ୍ରୟାସ ଅନବରତ ଚାଲୁ ରହିଥିଲା ।

1917 ହିଁ ସେହି ବର୍ଷ ଥିଲା, ଯେବେ ମହାତ୍ମା ଗାନ୍ଧୀ ଚମ୍ପାରଣରେ ସତ୍ୟାଗ୍ରହ ଆନ୍ଦୋଳନର ବୀଜରୋପଣ କଲେ । ଆମ ସମସ୍ତଙ୍କ ପାଇଁ ଏହା ଏକ ସୁଖଦ ସଂଯୋଗ ଅଟେ ଯେ ଏ ବର୍ଷ ଦେଶ ଚମ୍ପାରଣରେ ସତ୍ୟାଗ୍ରହର ଶହେ ବର୍ଷର ପର୍ବ ମଧ୍ୟ ପାଳନ କରୁଛି ।

ସତ୍ୟାଗ୍ରହ ଆନ୍ଦୋଳନ ସହିତ ହିଁ ମହାତ୍ମା ଗାନ୍ଧୀ ଲୋକଙ୍କୁ ସ୍ୱଚ୍ଛତା ପ୍ରତି ମଧ୍ୟ ସଚେତନ କରିଥିଲେ । ଆପଣ ଜାଣିଥିବେ ଗତ ମାସରେ ଚମ୍ପାରଣରେ ସତ୍ୟାଗ୍ରହ ଭଳି ଦେଶରେ ସ୍ୱଚ୍ଛାଗ୍ରହ ଅଭିଯାନର ଶୁଭାରମ୍ଭ କରାଯାଇଛି । ସ୍ୱଚ୍ଛାଗ୍ରହ ଅର୍ଥାତ ସ୍ୱଚ୍ଛତା ପ୍ରତି ଆଗ୍ରହ । ଆଜିର ଏହି ଅବସରରେ ମୁଁ ସ୍ୱଚ୍ଛାଗ୍ରହକୁ ମଧ୍ୟ ଆପଣ ନିଜ ସାଧନାର ଅଭିନ୍ନ ଅଙ୍ଗ କରିବାକୁ ଅନୁରୋଧ କରିବାକୁ ଚାହୁଁଛି । ଏହାର ଏକ କାରଣ ମଧ୍ୟ ଅଛି ।

ଆପଣ ଦେଖିଥିବେ ଏବେ ତିନି-ଚାରି ଦିନ ପୂର୍ବେ ହିଁ ଏହି ବର୍ଷର ସ୍ୱଚ୍ଛ ସର୍ବେକ୍ଷଣରେ ସହର ଗୁଡ଼ିକର ରାଙ୍କିଙ୍ଗ ଘୋଷଣା କରାଯାଇଛି ।

ଉତ୍ତର-ପୂର୍ବର 12ଟି ସହର ମଧ୍ୟ ସର୍ଭେ କରାଯାଇଥିଲା । କିନ୍ତୁ ସ୍ଥିତି ବହୁତ ଭଲ ନାହିଁ । କେବଳ ଗ୍ୟାଙ୍ଗଟକ୍ ହେଉଛି ଏଭଳି ସହର ଯିଏ ପଚାଶତମ ସ୍ଥାନରେ ଆସିଛି । 4ଟି ସହରର ରାଙ୍କିଙ୍ଗ ଶହେରୁ ଦୁଇଶହ ମଝିରେ ଅଛି ଆଉ ବଳକା ସାତଟି ସହର 200 ରୁ 300 ରାଙ୍କିଙ୍ଗ ମଧ୍ୟରେ ଅଛି । ଶିଲଂ ଯେଉଁଠାରେ ଆପଣ ବସିଛନ୍ତି, ତାହା ମଧ୍ୟ ଦୁଇଶହ ତେସ୍ତରୀ (273)ନମ୍ବରରେ ଅଛି ।

ଏ ସ୍ଥିତି ଆମ ପାଇଁ, ରାଜ୍ୟ ସରକାରଙ୍କ ପାଇଁ ଏବଂ ଭାରତ ସେବାଶ୍ରମ ସଂଘ ଭଳି ସଂସ୍ଥାଗୁଡ଼ିକ ପାଇଁ ଆହ୍ୱାନ ଭଳି ଅଟେ । ସ୍ଥାନୀୟ ସଂସ୍ଥା ନିଜର କାମ କରୁଛନ୍ତି କିନ୍ତୁ ଏହା ସହିତ ପ୍ରତ୍ୟେକ ବ୍ୟକ୍ତିକୁ ଏହି ଅନୁଭବ କରାଇବା ନିହାତି ଦରକାର ଯେ ସେ ନିଜେ ହେଉଛି ସ୍ୱଚ୍ଛତା ମିଶନର ଗୋଟିଏ ସିପାହୀ । ପ୍ରତ୍ୟେକ ବ୍ୟକ୍ତିର ନିଜସ୍ୱ ଚେଷ୍ଟାରେ ହିଁ ସ୍ୱଚ୍ଛ ଭାରତ, ସ୍ୱଚ୍ଛ ଉତ୍ତର ଭାରତର ଲକ୍ଷ୍ୟ ହାସଲ କରା ଯାଇପାରିବ ।

ଭାଇ ଓ ଭଉଣୀମାନେ,

ସ୍ୱାମୀ ପ୍ରଣବାନନ୍ଦଜୀ ମହାରାଜ କହୁଥିଲେ-

“ଦେଶର ଅବସ୍ଥାକୁ ବଦଳେଇବା ପାଇଁ ଲକ୍ଷ ଲକ୍ଷ ନିଃସ୍ୱାର୍ଥ କର୍ମଯୋଗୀଙ୍କର ଆବଶ୍ୟକତା ରହିଛି । ଏହି ନିଃସ୍ୱାର୍ଥ କର୍ମଯୋଗୀ ଦେଶର ପ୍ରତ୍ୟେକ ନାଗରିକଙ୍କର ମନୋଭାବରେ ପରିବର୍ତନ କରିବେ ଆଉ ସେହି ପରିବର୍ତିତ ମନୋଭାବ ଫଳରେ ଏକ ନୂତନ ରାଷ୍ଟ୍ରର ନିର୍ମାଣ ହେବ ।”

ସ୍ୱାମୀ ପ୍ରଣବାନନ୍ଦଜୀଙ୍କ ଭଳି ମହାନ ଆତ୍ମାଙ୍କ ପ୍ରେରଣା ଫଳରେ ଦେଶରେ ଆପଣଙ୍କ ଭଳି କୋଟି କୋଟି ନିଃସ୍ୱାର୍ଥ କର୍ମଯୋଗୀ ଅଛନ୍ତି । କେବଳ ଆମ ସମସ୍ତଙ୍କୁ ମିଶି ନିଜ ଊର୍ଜ୍ଜାକୁ ସ୍ୱଚ୍ଛାଗ୍ରହର ଏହି ଆନ୍ଦୋଳନକୁ ସଫଳ କରିବାରେ ଲଗାଇବାର ଅଛି ।

ମୋତେ କୁହାଗଲା କି ଯେବେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା, ସେତେବେଳେ ଆପଣମାନେ ଉତ୍ତର ପୂର୍ବର ପଞ୍ଚୋଟି  ରେଳ ଷ୍ଟେସନର ଚୟନ କରିଥିଲେ ଯେ ସେହି ଷ୍ଟେସନମାନଙ୍କରେ ସଫେଇର ଦାୟିତ୍ୱ ନେବେ, ସେଠାରେ ପ୍ରତି ପନ୍ଦର ଦିନରେ ସ୍ୱଚ୍ଛତା ଅଭିଯାନ ଚଲାଯିବ । ଏବେ ଆପଣଙ୍କ ପ୍ରୟାସ ଗୁଡ଼ିକୁ ଆଉ ଅଧିକ ବଢ଼ାଇବାର ଆବଶ୍ୟକତା ରହିଛି ।

ଚଳିତ ବର୍ଷ ଯେବେ ଆପଣମାନେ ନିଜ ସଂସ୍ଥା ଗଠନର ଶହେ ବର୍ଷ ପାଳନ କରୁଥିବେ ତ ଏହି ମହତ୍ୱପୂର୍ଣ୍ଣ ବର୍ଷକୁ କ’ଣ ସଂପୂର୍ଣ୍ଣ ରୂପେ ସ୍ୱଚ୍ଛତା ଉପରେ କେନ୍ଦ୍ରିତ କରି ପାରିବେ ।

କ’ଣ ଆପଣଙ୍କ ସଂସ୍ଥା ଯେଉଁ ଅଂଚଳରେ କାମ କରୁଅଛି, ସେଠାରେ ପରିବେଶର ସୁରକ୍ଷା ପାଇଁ, ସଂପୂର୍ଣ୍ଣ ଅଂଚଳକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ କାମ କରି ପାରିବ । କ’ଣ ଲୋକମାନଙ୍କୁ ଜଳ ସଂରକ୍ଷଣ ଏବଂ ଜଳ ପ୍ରବନ୍ଧନର ଉପକାରିତା ବିଷୟରେ ସଚେତନ କରି ପାରିବ ।

କ’ଣ ନିଜ ଲକ୍ଷ୍ୟକୁ, ସଂସ୍ଥାର କିଛି କାର୍ଯ୍ୟକୁ ଆପଣ 2022 ସହିତ ମଧ୍ୟ ଯୋଡ଼ି ପାରିବେ । 2022ରେ ଭାରତ ନିଜ ସ୍ୱାଧୀନତାର 75 ତମ ବର୍ଷରେ ପ୍ରବେଶ କରୁଅଛି । ଏବେ ପାଞ୍ଚ ବର୍ଷର ସମୟ ଅଛି ଆଉ ଏହି ସମୟର ସଦୁପଯୋଗ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ସଂସ୍ଥା, ନିଜ ଆଖପାଖରେ ବ୍ୟାପିଥିବା ଖରାପ ଜିନିଷ ଗୁଡ଼ିକୁ ଶେଷ କରି, ପଛକୁ ଛାଡ଼ି ଆଗକୁ ବଢ଼ିବାର ପ୍ରୟାସ କରିବାକୁ ହେବ ।  

ସାଥୀଗଣ,

ଆପଣଙ୍କୁ ଜଣାଥିବ ଯେ 1924ରେ ସ୍ୱାମୀ ପ୍ରଣବାନନ୍ଦଜୀ ସାରା ଦେଶରେ ଥିବା ତୀର୍ଥସ୍ଥଳ ଗୁଡ଼ିକର ପୁନରୁଦ୍ଧାର କରାଇଥିଲେ ।

ତୀର୍ଥ ଶଙ୍କର ନାମରେ କାର୍ଯ୍ୟକ୍ରମ ଆରମ୍ଭ କରି, ସେହି ସମୟରେ ଆମ ତୀର୍ଥସ୍ଥଳ ସହ ଯୋଡ଼ି ହୋଇଥିବା ଦୁର୍ବଳତା ଗୁଡ଼ିକୁ ଦୂର କରିବା ପାଇଁ ସେ ଚେଷ୍ଟା କରିଥିଲେ । ଆଜି ଆମ ତୀର୍ଥସ୍ଥଳ ଗୁଡ଼ିକର ଏକ ବଡ଼ ଦୁର୍ବଳତା ହେଉଛି ଅସ୍ୱଚ୍ଛତା । କ’ଣ ଭାରତ ସେବାଶ୍ରମ ସଂଘ ତୀର୍ଥ ଶଙ୍କର କାର୍ଯ୍ୟକ୍ରମକୁ ସ୍ୱଚ୍ଛତା ସହ ଯୋଡ଼ି ନୂଆ ରୂପରେ ଆରମ୍ଭ କରିପାରିବ ।

ଏହିଭଳି ବିପର୍ଯ୍ୟୟ ପରିଚାଳନାର ନିଜସ୍ୱ ଅନୁଭବଗୁଡ଼ିକୁ ଭାରତ ସେବାଶ୍ରମ ସଂଘ କିଭଳି ଅଧିକରୁ ଅଧିକ ଲୋକଙ୍କ ପାଖକୁ ପହଁଚାଇ ପାରିବ, ସେ ବିଷୟରେ ମଧ୍ୟ ଚିନ୍ତା କରିବା ଦରକାର । ପ୍ରତି ବର୍ଷ ଦେଶରେ ହଜାର ହଜାର ଜୀବନ ପ୍ରାକୃତିକ ବିପଦ କାରଣରୁ ସଙ୍କଟରେ ପଡ଼ୁଛି । ପ୍ରାକୃତିକ ବିପଦ ସମୟରେ କିଭଳି କମ୍ ରୁ ଅତି କମ୍ କ୍ଷତି ହେଉ, ଏହାକୁ ଧ୍ୟାନରେ ରଖି ଗତ ବର୍ଷ ଦେଶରେ ପ୍ରଥମ ଥର ଜାତୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରା ଯାଇଛି । ସରକାର ବହୁତ ବଡ଼ ମାତ୍ରାରେ ଲୋକମାନଙ୍କୁ ସଚେତନ କରୁଛନ୍ତି, ଲୋକମାନଙ୍କୁ ଅଭ୍ୟାସ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ଉପାୟ ବିଷୟରେ ଜଣାଇ ଦିଆଯାଉଛି ।

ସାଥୀଗଣ,

ଆପଣଙ୍କ ଉତ୍ତର-ପୂର୍ବ ରାଜ୍ୟରେ ସକ୍ରିୟତା ଏବଂ ସଂଗଠନ ଶକ୍ତି ବିପର୍ଯ୍ୟୟ ପରିଚାଳନାରେ ବହୁତ ଉପଯୋଗୀ ହୋଇପାରିବ । ଆପଣଙ୍କ ସଂସ୍ଥା ବିପର୍ଯ୍ୟୟ ପରେ ଏବଂ ବିପର୍ଯ୍ୟୟ ପୂର୍ବରୁ, ଦୁଇଟି ଯାକ ପରିସ୍ଥିତିର ମୁକାବିଲା କରିବା ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିପାରିବ ।

ଏହିଭଳି ଭାବେ ଯେପରି ସ୍ୱାମୀ ପ୍ରଣବାନନ୍ଦଜୀ ସାରା ଦେଶରେ ପ୍ରବଚନ ଦଳ ପଠେଇ ଆଧ୍ୟାତ୍ମ ଏବଂ ସେବାର ସନ୍ଦେଶ ଦେଶ ବିଦେଶ ପର୍ଯ୍ୟନ୍ତ ପହଂଚାଇଥିଲେ, ସେହିଭଳିଭାବେ ଆପଣଙ୍କ ସଂସ୍ଥା ଉତ୍ତର ପୂର୍ବର କୋଣ ଅନୁକୋଣକୁ ଯାଇ, ଆଦିବାସୀ ଅଂଚଳକୁ ଯାଇ ଖେଳ ସହିତ ଯୋଡ଼ି ହୋଇଥିବା ପ୍ରତିଭା ଗୁଡ଼ିକୁ ଖୋଜିବାରେ ମୁଖ୍ୟ ଭୂମିକା ନେଇ ପାରନ୍ତି । ଏହି ଅଂଚଳରେ ଆଗରୁ ଆପଣଙ୍କର 12ଟିରୁ ଅଧିକ ସ୍କୁଲ ଚାଲୁ ଅଛି, ଆପଣ ତିଆରି କରିଥିବା ଛାତ୍ରାବାସରେ ଶହ ଶହ ଆଦିବାସୀ ପିଲା ରହୁଛନ୍ତି, ଏଥିପାଇଁ ଏ କାମ ଆପଣମାନଙ୍କ ପାଇଁ କଷ୍ଟ ହେବ ନାହିଁ ।

ଆପଣ ହେଉଛନ୍ତି ତଳ ସ୍ତର ସହିତ କାମ କରୁଥିବା ଲୋକ, ଲୋକଙ୍କ ମଧ୍ୟରେ କାମ କରୁଥିବା ଲୋକ, ଆପଣଙ୍କ ତୀକ୍ଷ୍ଣ ଦୃଷ୍ଟି ଖେଳ ପ୍ରତିଭାମାନଙ୍କୁ ଆଗକୁ ଆଣିବାରେ ସାହାଯ୍ୟ କରିପାରିବ ।

ସ୍ୱାମୀ ପ୍ରଣବାନନ୍ଦଜୀ କହୁଥିଲେ ଯେ ଦେଶର ଯୁବ ଶକ୍ତି ଜାଗ୍ରତ ନ ହେଲା, ତ ସବୁ ଚେଷ୍ଟା ବିଫଳ ହୋଇଯିବ ।

ପୁଣି ଥରେ ଅବସର ଆସିଛି, ସୁଦୂର ଉତ୍ତର-ପୂର୍ବରେ ଲୁଚି ରହିଥିବା ଏହି ଯୁବ ଶକ୍ତିକୁ, ଖେଳ ପ୍ରତିଭା ମାନଙ୍କୁ ମୁଖ୍ୟ ଧାରାକୁ ଆଣିବା ପାଇଁ । ଏଥିରେ ଆପଣଙ୍କ ସଂସ୍ଥାର ବଡ଼ ଭୂମିକା ହୋଇପାରେ ।

କେବଳ ମୋର ଇଚ୍ଛା ଯେ ଆପଣ ଏହି ସେବା ସାଧନ ପାଇଁ,

ଯାହା ମଧ୍ୟ ଲକ୍ଷ୍ୟ ସ୍ଥିର କରନ୍ତୁ,

ତାହା ପରିଣାମ ଆଧାରିତ ହେଉ,

ଅର୍ଥାତ୍ ଯେଉଁ ତଥ୍ୟ ଆଧାରରେ ସ୍ଥିର କରାଯାଇ ପାରୁଥାଉ ।

ସ୍ୱଚ୍ଛତା ପାଇଁ ଆପଣ ଉତ୍ତର ପୂର୍ବର 10ଟି ସହରରେ ପହଂଚିବେ ବା 1000 ଗାଁକୁ ପହଂଚିବେ, ଏହା ଆପଣ ନିଜେ ସ୍ଥିର କରନ୍ତୁ, ବିପର୍ଯ୍ୟୟ ପରିଚାଳନା ପାଇଁ 100 ଶିବିର କରିବେ କି ଏକ ହଜାର ଶିବିର କରିବେ,ଏହା ଆପଣ ନିଜେ ସ୍ଥିର କରନ୍ତୁ, କିନ୍ତୁ ମୋର ପୁଣି ଥରେ ଅନୁରୋଧ, ଯାହା ସ୍ଥିର କରିବେ ତାହା ପରିଣାମ ଆଧାରିତ ହେଉ ।

2022ପର୍ଯ୍ୟନ୍ତ ଭାରତ ସେବାଶ୍ରମ ସଂଘ ଏହା କହିବାର ସ୍ଥିତିରେ ଥାଉ ଯେ ଆମେ କେବଳ ଅଭିଯାନ ଚଳାଇ ନାହୁଁ,

ବରଂ 50 ହଜାର କିମ୍ବା ଏକ ଲକ୍ଷ ଲୋକଙ୍କୁ ଏଥିରେ ଯୋଡିଲୁ ।

ଯେମିତି ସ୍ୱାମୀ ପ୍ରଣବାନନ୍ଦଜୀ କହୁଥିଲେ ଯେ-

‘ସବୁବେଳେ ଗୋଟିଏ ଦିନଲିପିରେ ଲେଖି ରଖିବା ଦରକାର’

ସେମିତି ହିଁ ଆପଣ ମଧ୍ୟ ସଂସ୍ଥାର ଏକ ଦିନଲିପି ତିଆରି କରି ପାରିବେ ଯେଉଁଥିରେ ଲକ୍ଷ୍ୟ ମଧ୍ୟ ଲେଖାଯାଇଥିବ ଏବଂ ନିର୍ଦ୍ଧିଷ୍ଟ ବ୍ୟବଧାନରେ ଏହା ମଧ୍ୟ ଲେଖାଯାଉଥିବ ଯେ ସେହି ଲକ୍ଷ୍ୟକୁ କେତେ ପ୍ରାପ୍ତ କରାଯାଇଛି ।

ଆପଣଙ୍କର ଏହି ପ୍ରୟାସ,

ଆପଣଙ୍କର ଏହି ଶ୍ରମ,

ଦେଶର ନିର୍ମାଣ ପାଇଁ,

ନିଉ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବା ପାଇଁ ବହୁତ ମହତ୍ୱପୂର୍ଣ୍ଣ ଅଟେ ।

ଶ୍ରମକୁ ତ ଆମର ଏଠି ସବୁଠାରୁ ବଡ ଦାନ ବୋଲି ଧରାଯାଉଛି ଏବଂ ଆମର ଏଠି ସବୁ ପରିସ୍ଥିତିରେ ଦାନ ଦେବାର ପ୍ରେରଣା ଦିଆଯାଇଥାଏ ।

ଶ୍ରଦ୍ଧୟା ଦେୟମ୍, ଅଶ୍ରଦ୍ଧୟା ଦେୟମ୍,

ଶ୍ରିୟା ଦେୟମ୍, ହ୍ରିୟା ଦେୟମ୍, ଭିୟା ଦେୟମ୍, ସମ୍ବିଦା ଦେୟମ୍

ଅର୍ଥାତ ବ୍ୟକ୍ତିକୁ ଶ୍ରଦ୍ଧାରେ ଦାନ ଦେବା ଦରକାର ଆଉ ଯଦି ଶ୍ରଦ୍ଧା  ନ ଥାଏ ତଥାପି ମଧ୍ୟ ବିନା ଶ୍ରଦ୍ଧାରେ ଦାନ ଦେବା ଦରକାର ।

ଧନ ବୃଦ୍ଧି ହେଉ ତ ଦାନ ଦେବା ଦରକାର ଆଉ

ଯଦି ଧନ ବଢୁ ନାହିଁ ତ ପୁଣି ଲୋକ ଲଜ୍ଜ୍ୟା ପାଇଁ ଦେବା ଦରକାର ।

ଭୟରେ ଦେବା ଦରକାର ଅଥବା ପ୍ରେମରେ ଦାନ ଦେବା ଦରକାର ।

କହିବାର ତାତ୍ପର୍ଯ୍ୟ ଏହା ଯେ କି ପ୍ରତ୍ୟେକ ପରିସ୍ଥିତିରେ ମଣିଷକୁ ଦାନ ଦେବା ଦରକାର ।

ସାଥୀଗଣ,

 ଉତ୍ତର ପୂର୍ବକୁ ନେଇ ମୁଁ ଏଥିପାଇଁ ଅଧିକ ଗୁରୁତ୍ୱ ଦେଉଛି କାରଣ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଦେଶର ଏହି କ୍ଷେତ୍ରର ସନ୍ତୁଳିତ ବିକାଶ ହୋଇପାରିନାହିଁ ।

ଏବେ କେନ୍ଦ୍ର ସରକାର ଗତ ତିନି ବର୍ଷ ଧରି  ନିଜର ସଂପୂର୍ଣ୍ଣ ସାଧନ ମାଧ୍ୟମରେ,

ସଂସାଧନ ମାଧ୍ୟମରେ ଉତ୍ତର ପୂର୍ବର ସନ୍ତୁଳିତ ବିକାଶ ପାଇଁ ପ୍ରୟାସ କରୁଛନ୍ତି ।

ସମଗ୍ର ଅଂଚଳରେ ଯୋଗାଯୋଗ ବଢାଇବା ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

40 ହଜାର କୋଟିର ନିବେଶରେ ଉତ୍ତର ପୂର୍ବରେ ସଡକ ଭିତିଭୂମି ପ୍ରସ୍ତୁତ କରାଯାଉଛି । ରେଳବାଇ ସହିତ ଯୋଡି ହୋଇଥିବା 19 ବଡ଼ ପ୍ରକଳ୍ପ ଆରମ୍ଭ କରାଯାଇଛି, ବିଜୁଳିର ବ୍ୟବସ୍ଥାକୁ ସଜଡା ଯାଉଛି, ସମଗ୍ର ଅଂଚଳକୁ ପର୍ଯ୍ୟଟନ ଦୃଷ୍ଟି କୋଣରୁ ସୁଦୃଢ କରାଯାଉଛି ।

ଉତ୍ତର ପୂର୍ବର ଛୋଟ ବିମାନ ବନ୍ଦରଗୁଡିକର ମଧ୍ୟ ଆଧୁନିକୀକରଣ କରାଯାଉଛି । ଆପଣଙ୍କ ଶିଲଂ ବିମାନ ବନ୍ଦରରେ ମଧ୍ୟ ରନ୍-ୱେର ଦୂରତା ବଢାଇବା ପାଇଁ ମଞ୍ଜୁରୀ ଦେଇ ଦିଆଯାଇଛି ।

ବହୁତ ଶୀଘ୍ର ହିଁ ଉତ୍ତର ପୂର୍ବକୁ ‘ଉଡ଼ାଣ’ ଯୋଜନା ସହିତ ମଧ୍ୟ ଯୋଡା ଯିବ ।

ଏସବୁ ପ୍ରୟାସ ଉତ୍ତର ପୂର୍ବକୁ ଦକ୍ଷିଣ ପୂର୍ବ ଏସିଆର ପ୍ରବେଶ ଦ୍ୱାର କରିବାରେ ସାହାଯ୍ୟ କରିବ ।

ଦକ୍ଷିଣ ପୂର୍ବ ଏସିଆର ଏହି ସୁନ୍ଦର ପ୍ରବେଶ ଦ୍ୱାର ଯଦି ଅସ୍ୱଚ୍ଛ ହେବ, ଅସ୍ୱସ୍ଥ ହେବ, ଅଶିକ୍ଷିତ ହେବ, ଅସନ୍ତୁଳିତ ହେବ ତ ଦେଶ, ବିକାଶର ପ୍ରବେଶ ଦ୍ୱାରକୁ ଅତିକ୍ରମ କରିବାରେ ପଛରେ ରହିଯିବ । ସାଧନ ଏବଂ ସଂସାଧନରେ ଭରପୁର ଆମ ଦେଶରେ କୌଣସି ଏପରି କାରଣ ନାହିଁ ଯାହା ଫଳରେ ଆମେ ପଛୁଆ ରହିବା, ଗରିବ ରହିବା ।

ସମସ୍ତଙ୍କ ସହିତ-ସମସ୍ତଙ୍କ ବିକାଶର ମନ୍ତ୍ର ସହିତ ଆମକୁ ସମସ୍ତଙ୍କୁ ସଶକ୍ତ କରି ଆଗକୁ ବଢିବାର ଅଛି ।

ଆମ ସମାଜ- ସମନ୍ୱୟ, ସହଯୋଗ ଏବଂ ସୌହାର୍ଦ୍ଦ୍ୟ ଦ୍ୱାରା ସଶକ୍ତ ହେବ

ଆମ ଯୁବକ-ଚରିତ୍ର, ଚିନ୍ତନ ଏବଂ ଚେନତା ଦ୍ୱାରା ସଶକ୍ତ ହେବ

ଆମ ଦେଶ-ଜନଶକ୍ତି, ଜନ ସମର୍ଥନ ଏବଂ ଜନ ଭାବନା ଦ୍ୱାରା ସଶକ୍ତ ହେବ

ଏହି ପରିବର୍ତନ ପାଇଁ, ପରିସ୍ଥିତି ବଦଳାଇବା ପାଇଁ, ନିଉ ଇଣ୍ଡିଆ ଗଢ଼ିବା ପାଇଁ ଆମ ସମସ୍ତଙ୍କୁ, କୋଟି କୋଟି ନିଃସ୍ୱାର୍ଥ କର୍ମ ଯୋଗୀମାନଙ୍କୁ, ଭାରତ ସେବା ଶ୍ରମ ସଂଘ ଭଳି ଅନେକ ଅନେକ ସଂସ୍ଥାଗୁଡିକୁ ମିଶି କାମ କରିବାକୁ ହେବ । ଏହି ଆହ୍ୱାନ ସହିତ ମୁଁ ମୋର କଥା ସମାପ୍ତ  କରୁଛି ।

ପୁଣି ଥରେ ଭାରତ ସେବା ଶ୍ରମ ସଂଘର ସମସ୍ତ ସଦସ୍ୟଙ୍କୁ ବହୁତ ବହୁତ ଶୁଭ କାମନା ।

ବହୁତ ବହୁତ ଧନ୍ୟବାଦ !!!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Govt directs faster processing of city gas projects, hikes commercial LPG allocation to ease supply stress

Media Coverage

Govt directs faster processing of city gas projects, hikes commercial LPG allocation to ease supply stress
NM on the go

Nm on the go

Always be the first to hear from the PM. Get the App Now!
...
This is the New India that leaves no stone unturned for development: PM Modi
March 23, 2026
Today, India is moving forward with a new confidence; Now India faces challenges head-on: PM
From the Gulf to the Global West and from the Global South to neighbouring countries, India is a trusted partner for all: PM
What gets measured gets improved and ultimately gets transformed: PM
This is the new India, It is leaving no stone unturned for development: PM

नमस्कार!

पिछले कुछ समय में मुझे एक-दो बार टीवी9 भारतवर्ष देखने का मौका मिला है। नॉर्मली भी युद्धों और मिसाइलों पर आपका बहुत फोकस होता है और आजकल तो आपको कंटेंट की ओवरफीडिंग हो रही है। बड़े-बड़े देश टीवी9 को इतना सारा कंटेंट देने पर तुले हुए हैं, लेकिन On a Serious Note, आज विश्व जिन गंभीर परिस्थितियों से गुजर रहा है, वो अभूतपूर्व है और बेहद गंभीर है। और इन स्थितियों के बीच, आज टीवी-9 नेटवर्क ने विचारों का एक बेहद महत्वपूर्ण मंच बनाया है। आज इस समिट में आप सभी India and the world, इस विषय पर चर्चा कर रहे हैं। मैं आप सबको बधाई देता हूं। इस समिट के लिए अपनी शुभकामनाएं देता हूं। सभी अतिथियों का अभिनंदन करता हूं।

साथियों,

आज जब दुनिया, conflicts के कारण उलझी हुई है, जब इन conflicts के दुष्प्रभाव पूरी दुनिया पर दिख रहे हैं, तब India and the world की बात करना बहुत ही प्रासंगिक है। भारत आज वो देश है, जिसकी अर्थव्यवस्था तेजी से आगे बढ़ रही है। 2014 के पहले की स्थितियों को पीछे छोड़कर के आज भारत एक नए आत्मविश्वास के साथ आगे बढ़ रहा है। अब भारत चुनौतियों को टालता नहीं है बल्कि चुनौतियों से टकराता है। आप बीते 5-6 साल में देखिए, कोरोना की महामारी के बाद चुनौतियां एक के बाद एक बढ़ती ही गई हैं। ऐसा कोई साल नहीं है, जिसने भारत की, भारतीयों की परीक्षा न ली हो। लेकिन 140 करोड़ देशवासियों के एकजुट प्रयास से भारत हर आपदा का सामना करते हुए आगे बढ़ रहा है। इस समय युद्ध की परिस्थितियों में भी भारत की नीति और रणनीति देखकर, भारत का सामर्थ्य देखकर दुनिया के अनेकों देश हैरान हैं। हमारे यहां कहावत है, सांच को आंच नहीं। 28 फरवरी से दुनिया में जो उथल-पुथल मची है, इन कठोर विपरीत परिस्थितियों में भी भारत प्रगति के, विकास के, विश्वास के संकल्प के साथ आगे बढ़ रहा है। इन 23 दिनों में भारत ने अपनी Relationship Building Capacity दिखाई है, Decision Making Capacity दिखाई है और Crisis Management Capacity दिखाई है।

साथियों,

आज जब दुनिया इतने सारे खेमों में बंटी हुई है, भारत ने अभूतपूर्व और अकल्पनीय bridges बनाए हैं। Gulf से लेकर Global West तक, Global South से लेकर पड़ोसी देशों तक भारत सभी का trusted partner है। कुछ लोग पूछते हैं, हम किसके साथ हैं? तो उनको मेरा जवाब यही है कि हम भारत के साथ हैं, हम भारत के हितों के साथ हैं, शांति के साथ हैं, संवाद के साथ हैं।

साथियों,

संकट के इसी समय में जब global supply chains डगमगा रही हैं, भारत ने diversification और resilience का मॉडल पेश किया है। Energy हो, fertilizers हों या essential goods अपने नागरिकों को कम से कम परेशानी हो, इसके लिए भारत ने निरंतर प्रयास किया है और आज भी कर रहे है।

साथियों,

जब राष्ट्रनीति ही राजनीति का मुख्य आधार हो, तब देश का भविष्य सर्वोपरि होता है। लेकिन जब राजनीति में व्यक्तिगत स्वार्थ हावी हो जाता है, तब लोग देश के फ्यूचर के बजाय अपने फ्यूचर के बारे में सोचते हैं। आप ज़रा याद कीजिए 2004 से 2010 के बीच क्या हुआ था? तब कांग्रेस सरकार के समय पेट्रोल-डीजल और गैस की कीमतों का संकट आया था और तब कांग्रेस ने देश की नहीं बल्कि अपनी सत्ता की चिंता की। उस वक्त कांग्रेस ने एक लाख अड़तालीस हज़ार करोड़ रुपए के ऑयल बॉन्ड जारी किए थे और प्रधानमंत्री मनमोहन सिंह जी ने खुद कहा था कि वो आने वाली पीढ़ी पर कर्ज का बोझ डाल रहे हैं। यह जानते हुए भी कि ऑयल बॉन्ड का फैसला गलत है, जो रिमोट कंट्रोल से सरकार चला रहे थे, उन लोगों ने अपनी सत्ता बचाने के लिए यह गलत निर्णय किया क्योंकि जवाबदेही उस समय नहीं होनी थी, उस बॉन्ड पर री-पेमेंट 2020 के बाद होनी थी।

साथियों,

बीते 5-6 वर्षों में हमारी सरकार ने कांग्रेस सरकार के उस पाप को धोने का काम किया है, और इस धुलाई का खर्चा कम नहीं आया है, ऐसी लाँड्री आपने देखी नहीं होगी। 1 लाख 48 हज़ार करोड़ रुपए की जगह, देश को 3 लाख करोड़ रुपए से अधिक की पेमेंट करनी पड़ी क्योंकि इसमें ब्याज भी जुड़ गया था। यानी हमने करीब-करीब दोगुनी राशि चुकाने के लिए मजबूर हुए। आजकल कांग्रेस के जो नेता बयानों की मिसाइलें दाग रहे हैं, मिसाइल आई तो टीवी9 को मजा आएगा, उनकी इस विषय का जिक्र आते ही बोलती बंद हो जाती है।

साथियों,

पश्चिम एशिया में बनी परिस्थितियों पर मैंने आज लोकसभा में अपना वक्तव्य दिया है। दुनिया में जहां भी युद्ध हो रहे हैं, वो भारत की सीमा से दूर हैं। लेकिन आज की व्यवस्थाओं में कोई भी देश युद्धों से दुष्प्रभाव से दूर रहे, ऐसा संभव नहीं होता। अनेक देशों में तो स्थिति बहुत गंभीर हो चुकी है। और इन हालातों में हम देख रहे हैं कि राजनीतिक स्वार्थ से भरे कुछ लोग, कुछ दल, संकट के इस समय में भी अपने लिए राजनीतिक अवसर खोज रहे हैं। इसलिए मैं टीवी9 के मंच से फिर कहूंगा, यह समय संयम का है, संवेदनशीलता का है। हमने कोरोना महासंकट के दौरान भी देखा है, जब देशवासी एकजुट होकर संकट का सामना करते हैं, तो कितने सार्थक परिणाम आते हैं। इसी भाव के साथ हमें इस युद्ध से बनी परिस्थितियों का सामना करना है।

साथियों,

दुनिया की हर उथल-पुथल के बीच, भारत ने अपनी प्रगति की गति को भी बनाए रखा है। अगर मैं 28 फरवरी को युद्ध शुरू होने के बाद, बीते 23 दिनों का ही ब्यौरा दूं, तो पूरब से पश्चिम तक, उत्तर से दक्षिण तक देश में हजारों करोड़ के डेवलपमेंट प्रोजेक्ट्स का काम हुआ है। दिल्ली मेट्रो रेल के महत्वपूर्ण कॉरिडोर्स का लोकार्पण, सिलचर का हाई स्पीड कॉरिडोर का शिलान्यास, कोटा में नए एयरपोर्ट का शिलान्यास, मदुरै एयरपोर्ट को इंटरनेशनल एयरपोर्ट का दर्जा देना, ऐसे अनेक काम बीते 23 दिनों में ही हुए हैं। बीते एक महीने के दौरान ही औद्योगिक विकास को गति देने के लिए भव्य स्कीम को मंजूरी दी गई है। इसके तहत देशभर में 100 plug-and-play industrial parks विकसित किए जाएंगे। देश में Small Hydro Power Development Scheme को भी हरी झंडी दी गई है। इससे आने वाले वर्षों में 1,500 मेगावाट नई hydro power capacity जोड़ी जाएगी। इसी दौरान जल जीवन मिशन को साल 2028 तक बढ़ाने का निर्णय लिया गया है। किसानों के हित में भी अनेक बड़े निर्णय लिए गए हैं। बीते एक महीने में ही पीएम किसान सम्मान निधि के तहत 18 हजार करोड़ रुपए से अधिक सीधे किसानों के खातों में ट्रांसफर किए गए हैं। और जो हमारे MSMEs हैं, जो हमारे निर्यातक हैं, उनके लिए भी करीब 500 करोड़ रुपए के राहत पैकेज की भी घोषणा की गई है। यह सारे कदम इस बात का प्रमाण हैं कि विकसित भारत बनाने के लिए देश कितनी तेज गति से काम कर रहा है।

साथियों,

Management की दुनिया में एक सिद्धांत कहा जाता है - What gets measured, gets managed. लेकिन मैं इसमें एक बात और जोड़ना चाहता हूं, What gets measured, gets improved और ultimately, gets transformed. क्योंकि आकलन जागरूकता पैदा करता है। आकलन जवाबदेही तय करता है और सबसे महत्वपूर्ण आकलन संभावनाओं को जन्म देता है।

साथियों,

अगर आप 2014 से पहले के 10-11 साल और 2014 के बाद के 10-11 साल का आप आकलन करेंगे, तो यही पाएंगे कि कैसे इसी सिद्धांत पर चलते हुए, भारत ने हर सेक्टर को Transform किया है। जैसे पहले हाईवे बनते थे, करीब 11-12 किलोमीटर प्रति दिन की रफ्तार से, आज भारत करीब 30 किलोमीटर प्रतिदिन की स्पीड से हाईवे बना रहा है। पहले पोर्ट्स पर शिप का Turnaround Time, 5-6 दिन का होता था। आज वही काम, करीब-करीब 2 दिन से भी कम समय में पूरा हो रहा है। पहले Startup Culture के बारे में चर्चा ही नहीं होती थी। 2014 से पहले, हमारे देश में 400-500 स्टार्ट अप्स ही थे। आज भारत में 2 लाख से ज्यादा रजिस्ट्रर्ड स्टार्ट अप्स हैं। पहले मेडिकल education में सीटें भी सीमित थीं, करीब 50-55 हजार MBBS seats थीं, आज यह बढ़कर सवा लाख से ज्यादा हो चुकी हैं। पहले देश के Banking system से भी करोड़ों लोग बाहर थे। देश में सिर्फ 25 करोड़ के आसपास ही बैंक account थे। वहीं जनधन योजना के माध्यम से 55 करोड़ से ज्यादा बैंक अकाउंट खुले हैं। पहले हमारे देश में airports की संख्या भी 70 से कम थी। आज एयरपोर्ट्स की संख्या भी बढ़कर 160 से ज्यादा हो चुकी है।

साथियों,

पहले भी योजनाएं तो बनती थीं, लेकिन आज फर्क है, आज परिणाम दिखते हैं। पहले गति धीमी थी, आज भारत fastrack पर है। पहले संभावनाएं भी अंधकार में थीं, आज संकल्प सिद्धियों में बदल रहे हैं। इसलिए दुनिया को भी यह संदेश मिल रहा है कि यह नया भारत है। यह अपने विकास के लिए कोई कोर-कसर बाकी नहीं छोड़ रहा है।

साथियों,

आज हमारा प्रयास है कि अतीत में विकास का जो असंतुलन पैदा हो गया था, उसको अवसरों में बदला जाए। अब जैसे हमारा पूर्वी भारत है। हमारा पूर्वी भारत संसाधनों से समृद्ध है, दशकों तक वहां जिन्होंने सरकारें चलाई हैं, उनकी उपेक्षा ने पूर्वी भारत के विकास पर ब्रेक लगा दी थी। अब हालात बदल रहे हैं। जिस असम में कभी गोलियों की आवाज सुनाई देती थी, आज वहां सेमीकंडक्टर यूनिट बन रही है। ओडिशा में सेमीकंडक्टर से लेकर पेट्रोकेमिकल्स तक अनेक नए-नए सेक्टर का विकास हो रहा है। जिस बिहार में 6-7 दशक में गंगा जी पर एक बड़ा पुल बन पाया था एक, उस बिहार में पिछले एक दशक में 5 से ज्यादा नए पुल बनाए गए हैं। यूपी में कभी कट्टा मैन्युफैक्चरिंग की कहानियां कही जाती थीं, आज यूपी, मोबाइल फोन मैन्युफैक्चरिंग में दुनिया में अपनी पहचान बना रहा है।

साथियों,

पूर्वी भारत का एक और बड़ा राज्य पश्चिम बंगाल है। पश्चिम बंगाल, एक समय में भारत के कल्चर, एजुकेशन, इंडस्ट्री और ट्रेड का हब होता था। बीते 11 वर्षों में केंद्र सरकार ने पश्चिम बंगाल के विकास के लिए बड़ी मात्रा में निवेश किया है। लेकिन दुर्भाग्य से, आज वहां एक ऐसी निर्मम सरकार है, जो विकास पर ब्रेक लगाकर बैठी है। TV9 बांग्ला के जो दर्शक हैं, वो जानते हैं कि बंगाल में आयुष्मान योजना पर निर्मम सरकार ने ब्रेक लगाया हुआ है। पीएम सूर्यघर मुफ्त बिजली योजना पर ब्रेक लगाया हुआ है। पीएम आवास योजना पर ब्रेक लगाया हुआ है। चाय बागान श्रमिकों के लिए शुरू हुई योजना के लिए ब्रेक लगाया हुआ है। यानी विकास और जनकल्याण से ज्यादा प्राथमिकता निर्मम सरकार अपने राजनीतिक स्वार्थ को दे रही है।

साथियों,

देश में इस तरह की राजनीति की शुरुआत जिस दल ने की है, वो अपने गुनाहों से बच नहीं सकती और वो पार्टी है - कांग्रेस। कांग्रेस पार्टी की राजनीति का एक ही लक्ष्य रहा है, किसी भी तरह विकास का विरोध और कांग्रेस यह तब से कर रही है, जब मैं गुजरात में था। गुजरात में वर्षों तक जनता ने हमें आशीर्वाद दिया, तो कांग्रेस ने उस जनादेश को स्वीकार नहीं किया। उन्होंने गुजरात की छवि पर सवाल उठाए, उसकी प्रगति को कटघरे में खड़ा किया और जब यही विश्वास पूरे देश में दिखाई दिया, तो कांग्रेस का विरोध भी रीजनल से नेशनल हो गया।

साथियों,

जब राजनीति में विरोध, विकास के विरोध में बदल जाए, जब आलोचना देश की उपलब्धियों पर सवाल उठाने लगे, तब यह सिर्फ सरकार का विरोध नहीं रह जाता, यह देश की प्रगति से असहज होने की मानसिकता बन जाती है। आज कांग्रेस इसी मानसिकता की गुलाम बन चुकी है। आज स्थिति यह है कि देश की हर सफलता पर प्रश्न उठाया जाता है, हर उपलब्धि में कमी खोजी जाती है और हर प्रयास के असफल होने की कामना की जाती है। कोविड के समय, देश ने अपनी वैक्सीन बनाई, तो कांग्रेस ने उस पर भी संदेह जताया। Make in India की बात हुई, तो कहा गया कि यह सफल नहीं होगा, बब्बर शेर कहकर इसका मजाक उड़ाया गया। जब देश में डिजिटल इंडिया अभियान शुरू हुआ, तो उसका मजाक उड़ाया गया। लेकिन हर बार यह कांग्रेस का दुर्भाग्य और देश का सौभाग्य रहा कि भारत ने हर चुनौती को सफलता में बदला। आज भारत दुनिया की सबसे बड़ी वैक्सीनेशन ड्राइव का उदाहरण है। भारत डिजिटल पेमेंट्स में दुनिया का अग्रणी देश है। भारत मैन्युफैक्चरिंग और स्टार्टअप्स में नई ऊंचाइयों को छू रहा है।

साथियों,

लोकतंत्र में विरोध जरूरी होता है। लेकिन विरोध और विद्वेष के बीच एक रेखा होती है। सरकार का विरोध करना लोकतांत्रिक अधिकार है। लेकिन देश को बदनाम करना, यह कांग्रेस की नीयत पर सवाल खड़ा करता है। जब विरोध इस स्तर तक पहुंच जाए कि देश की उपलब्धियां भी असहज करने लगें, तो यह राजनीति नहीं, यह दृष्टिकोण की समस्या है। अभी हमने ग्लोबल AI समिट में भी देखा है। जब पूरी दुनिया भारत में जुटी हुई थी, तो कांग्रेस के लोग कपड़े फाड़ने वहां पहुंच गए थे। इन लोगों को देश की इज्जत की कितनी परवाह है, यह इसी से पता चलता है। इसलिए आज आवश्यकता है कि देशहित को, दलहित से ऊपर रखा जाए क्योंकि अंत में राजनीति से ऊपर, राष्ट्र होता है, राष्ट्र का विकास होता है।

साथियों,

आज का यह दिन भी हमें यही प्रेरणा देता है। आज के ही दिन शहीद भगत सिंह, शहीद राजगुरु और शहीद सुखदेव ने देश के लिए सर्वोच्च बलिदान दिया था। आज ही, समाजवादी आंदोलन के प्रखर आदर्श डॉ. राम मनोहर लोहिया जी की जयंती भी है। यह वो प्रेरणाएं हैं, जिन्होंने देश को हमेशा स्व से ऊपर रखा है। देशहित को सबसे ऊपर रखने की यही प्रेरणा, भारत को विकसित भारत बनाएगी। यही प्रेरणा भारत को आत्मनिर्भर बनाएगी। मुझे पूरा विश्वास है कि टीवी9 की यह समिट भी भारत के आत्मविश्वास और दुनिया के भरोसे पर, भारतीयों पर जो भरोसा है, उस भरोसे को और सशक्त करेगी। आप सभी को मेरी तरफ से बहुत-बहुत शुभकामनाएं हैं और आपके बीच आने का अवसर दिया, आप सबसे मिलने का मौका लिया, इसलिए बहुत-बहुत धन्यवाद!

नमस्‍कार!