ସେୟାର
 
Comments
Swami Pranavananda connected his disciples to service and spirituality: PM
During several natural disasters, BSS teams have served people with great dedication: PM Modi
Societal development through 'Bhakti', 'Shakti' and 'Jan Shakti' was achieved by Swami Pranavananda: PM
Swami Pranavananda never liked social divisions and inequalities: PM
In the last three years, the development of the Northeast has become a priority. Focus is on connectivity and infrastructure: PM

( ଭିଡ଼ିଓ କନ୍ଫରେନ୍ସ ଜରିଆରେ)

 

ଦିଲ୍ଲୀ ଏବଂ ଶିଲଂ ମଧ୍ୟରେ ଦୂରତା ପାଖାପାଖି ୨ ହଜାର କିଲୋମିଟର । କିନ୍ତୁ ବୈଷୟିକ ଜ୍ଞାନ ଏହି ଦୂରତାକୁ କମ୍ କରି ଦେଇଛି । ଗତ ବର୍ଷ ମେ’ମାସରେ ହିଁ ମୁଁ ଶିଲଂ ଯାଇଥିଲି ।

ଆଜି ଯେବେ ଭିଡ଼ିଓ କନ୍ଫରେନ୍ସ ଜରିଆରେ ଆପଣ ସମସ୍ତଙ୍କ ସହିତ କଥାବର୍ତା ହେବାର ସୁଯୋଗ ମିଳିଛି, ତ କେତେ  ଗୁଡିଏ ସ୍ମୃତି ତାଜା ହୋଇ ଯାଉଛି ।

ଗୁଜୁରାଟରେ ମତେ ଭାରତ ସେବାଶ୍ରମ ସଂଘର ଅଧ୍ୟକ୍ଷ ଥିବା ସ୍ୱର୍ଗୀୟ ସ୍ୱାମୀ ଅକ୍ଷୟାନନ୍ଦଜୀ ମହାରାଜଙ୍କ ସହିତ କାମ କରିବାର ସୁଯୋଗ ମିଳିଥିଲା ।

ମଞ୍ଚ ଉପରେ ଉପସ୍ଥିତ ସ୍ୱାମୀ ଅମ୍ବରିଶାନନ୍ଦଜୀ ମହାରାଜ ଜୀ ତ ଗୁଜୁରାଟ ଶାଖାର ଅଧ୍ୟକ୍ଷ ରହିଛନ୍ତି । ସ୍ୱାମୀ ଗଣେଶାନନ୍ଦଜୀଙ୍କ ଅନୁଭବରୁ ମଧ୍ୟ ମତେ ବହୁତ କିଛି ଶିଖିବାର ସୁଯୋଗ ମିଳିଛି ।

ଆଚାର୍ଯ୍ୟ ଶ୍ରୀମତ୍ ସ୍ୱାମୀ ପ୍ରଣବାନନ୍ଦଜୀ ମହାରାଜଙ୍କ ଦ୍ୱାରା ସ୍ଥାପିତ ଭାରତ ସେବାଶ୍ରମ ସଂଘ ଏଇ ବର୍ଷ ନିଜ ଯାତ୍ରାର ୧୦୦ ବର୍ଷ ପୂରଣ କରିଛି ।

ସେବା ଓ ଶ୍ରମକୁ ଭାରତ ନିର୍ମାଣ ପାଇଁ ସାଥୀରେ ନେଇ ଚାଲୁଥିବା ସଂଘର ସମସ୍ତ ସଦସ୍ୟଙ୍କୁ ମୋ ତରଫରୁ ବହୁତ ବହୁତ ଶୁଭ କାମନା ।

କୌଣସି ସଂସ୍ଥା ପାଇଁ ଏହା ବହୁତ ଗୌରବର ବିଷୟ ଯେ ତାହାର ସେବାର ବିସ୍ତାର, ଶହେ ବର୍ଷ ପୂରଣ କରୁଅଛି । ବିଶେଷ କରି ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ଭାରତ ସେବାଶ୍ରମ ସଂଘର ଜନକଲ୍ୟାଣକାରୀ କାର୍ଯ୍ୟ ବହୁତ ପ୍ରଶଂସନୀୟ ରହିଆସିଛି ।

ବନ୍ୟା ହେଉ ବା ମରୁଡି, କିମ୍ବା ଭୂକମ୍ପ, ଭାରତ ସେବାଶ୍ରମ ସଂଘର ସଦସ୍ୟ ସଂପୂର୍ଣ୍ଣ ତନ୍ମୟତାର ସହ ପୀଡ଼ିତ ମାନଙ୍କୁ ରିଲିଫ୍ ପହଞ୍ଚାଇଥାନ୍ତି ।

ସଂକଟ ସମୟରେ ଯେବେ ମଣିଷକୁ ସାହାଯ୍ୟର ସବୁଠାରୁ ଅଧିକ ଆବଶ୍ୟକ ହୋଇଥାଏ, ସ୍ୱାମୀ ପ୍ରଣବାନନ୍ଦଙ୍କ ଶିଷ୍ୟ ସବୁକିଛି ଭୁଲି କେବଳ ଏବଂ କେବଳ ମାନବ ସେବାରେ ଲାଗିଯାଆନ୍ତି ।

ପୀଡିତ ମଣିଷର ସେବା ତ ଆମ ଶାସ୍ତ୍ରରେ ତୀର୍ଥ ଦର୍ଶନ ଭଳି ବିବେଚନା କରାଯାଇଛି ।

କୁହାଯାଇଛି-

ଏକତଃ କ୍ରତବଃ ସର୍ବ ସହସ୍ର ବରଦକ୍ଷିଣା ଅନ୍ୟତୋ ରୋଗ-ଭୀତାନାମ୍ ପ୍ରାଣୀନାମ୍ ପ୍ରାଣ ରକ୍ଷଣମ୍

ଅର୍ଥାତ୍- ଗୋଟିଏ ପଟେ ବିଧି ପୂର୍ବକ ସମସ୍ତଙ୍କୁ ଭଲ ଦକ୍ଷିଣା ଦେଇ କରାଯାଇଥିବା ଯଜ୍ଞ କର୍ମ ତଥା ଅନ୍ୟ ପଟେ ଦୁଃଖ ଏବଂ ରୋଗରେ ପୀଡ଼ିତ ମନୁଷ୍ୟର ସେବା କରିବା ଏହି ଦୁଇଟି ଯାକ କର୍ମ ହିଁ ପୁଣ୍ୟପ୍ରଦ ଅଟେ ।

ସାଥୀଗଣ,

ସ୍ୱାମୀ ପ୍ରଣବାନନ୍ଦଜୀ ନିଜର ଆଧ୍ୟାତ୍ମିକ ଯାତ୍ରାର ଶେଷ ସୀମାରେ ପହଞ୍ଚି କହିଥିଲେ ଯେ-

ଏ ସମୟ ମହାମିଳନ,

ମହା ଜାଗରଣ,

ମହା ମୁକ୍ତି ଏବଂ

ମହା ସମାନ ନ୍ୟାୟର ଅଟେ ।

ଏହା ପରେ ସେ ଭାରତ ସେବାଶ୍ରମ ସଂଘର ମୂଳଦୁଆ ରଖିଥିଲେ । 

1917ରେ ସ୍ଥାପନ କରିବା ପରେ ଯେଉଁ ସେବା ଭାବ ସହିତ ସଂସ୍ଥା କାମ ଆରମ୍ଭ କରିଥିଲା, ସେଥିରେ ବରୋଦାର ମହାରାଜା ସୟାଜୀରାଓ ଗାଏକ୍ୱାର୍ଡ ମଧ୍ୟ ବହୁତ ପ୍ରଭାବିତ ହୋଇଥିଲେ ।

ମହାରାଜା ସୟାଜୀରାଓ ଗାଏକ୍ୱାର୍ଡ ସ୍ୱୟଂ ଯେଉଁ ଅକ୍ଳାନ୍ତ ପରିଶ୍ରମ କରି ଲୋକମାନଙ୍କ ଉତ୍ଥାନ ପାଇଁ କାମ କରୁଥିଲେ, ତାହା ଜଗତ ଜାଣିଛି । ଲୋକ କଲ୍ୟାଣ କାର୍ଯ୍ୟର ଏକ ଭ୍ରାମ୍ୟମାଣ ସଂସ୍ଥାଭଳି ଥିଲେ । ତେଣୁ ଶ୍ରୀମତ୍ ସ୍ୱାମୀ ପ୍ରଣବାନନ୍ଦଜୀଙ୍କ ଦ୍ୱାରା ସାରା ଦେଶକୁ ପଠାଯାଇଥିବା ସେବା ଦୂତମାନଙ୍କୁ ସେ ତୃଣମୂଳ ସ୍ତରରେ କାମ କରୁଥିବାର ଦେଖିଲେ, ତ ସେମାନଙ୍କର ପ୍ରଶଂସା ନ କରି ରହି ପାରିଲେ ନାହିଁ ।

ଜନ ସଂଘର ସଂସ୍ଥାପକ, ଶ୍ରଦ୍ଧେୟ ଡାକ୍ତର ଶ୍ୟାମା ପ୍ରସାଦ ମୁଖାର୍ଜୀ ତ ସ୍ୱାମୀ ପ୍ରଣବାନନ୍ଦଜୀଙ୍କୁ ନିଜର ଗୁରୁ ଭଳି ମାନୁଥିଲେ । ଡାକ୍ତର ମୁଖାର୍ଜୀଙ୍କ ବିଚାରଧାରାରେ ସ୍ୱାମୀ ପ୍ରଣବାନନ୍ଦଜୀଙ୍କ ବିଚାରଧାରାର ଝଲକ୍ ମଧ୍ୟ ମିଳିଥାଏ ।

ରାଷ୍ଟ୍ର ନିର୍ମାଣର ଯେଉଁ ଦୃଷ୍ଟିକୋଣ ସହିତ ସ୍ୱାମୀ ପ୍ରଣବାନନ୍ଦଜୀ ନିଜ ଶିଷ୍ୟମାନଙ୍କୁ ଆଧ୍ୟାତ୍ମ ଏବଂ ସେବା ସହିତ ଯୋଡିଲେ,  ତାହା ଅତୁଳନୀୟ ।

ଯେବେ 1923ରେ ବଙ୍ଗଳାରେ ମରୁଡି ହେଲା,

ଯେବେ 1946ରେ ନୋଆଖଲିରେ ଦଙ୍ଗା ହେଲା,

ଯେବେ 1950ରେ ଜଲପାଇଗୁଡିରେ ବନ୍ୟା ହେଲା,

ଯେବେ 1956ରେ କଚ୍ଛରେ ଭୂକମ୍ପ ଆସିଲା, ଯେବେ 1977ରେ ଆନ୍ଧ୍ର ପ୍ରଦେଶରେ ଭୀଷଣ ବାତ୍ୟା ହେଲା,

ଯେବେ 1984ରେ ଭୋପାଳରେ ଗ୍ୟାସ ଦୁର୍ଘଟଣା ହେଲା, ଭାରତ ସେବାଶ୍ରମ ସଂଘର ଲୋକମାନେ ପୀଡ଼ିତଙ୍କ ପାଖରେ ରହି ସେମାନଙ୍କର ସେବା କରିଥିଲେ ।

ଆମକୁ ଧ୍ୟାନ ରଖିବାକୁ ହେବ ଯେ ଇଏ ସେହି ସମୟ ଥିଲା ଯେବେ ଦେଶରେ ବିପର୍ଯ୍ୟୟ ପରିଚାଳନାକୁ ନେଇ ସଂସ୍ଥାଗୁଡିକୁ ଏତେଟା ଅନୁଭବ ନ ଥିଲା ।

ପ୍ରାକୃତିକ ବିପତ୍ତି ହେଉ କିମ୍ବା ମଣିଷଙ୍କ ପାରସ୍ପରିକ ସଂଘର୍ଷରୁ ସୃଷ୍ଟି ହୋଇଥିବା ସଂକଟ,

ସବୁ ଅସୁବିଧା ସମୟରେ ଭାରତ ସେବାଶ୍ରମ ସଂଘ, ତାହାର ମୁକାବିଲା କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି ।

ବିଗତ କିଛି ବର୍ଷର କଥା ଦେଖିବା ତ ଯେବେ 2001ରେ ଗୁଜୁରାଟରେ ଭୂକମ୍ପ ଆସିଲା,

2004ରେ ସୁନାମୀ ଆସିଲା,

2013ରେ ଉତ୍ତରାଖଣ୍ଡରେ ପ୍ରଳୟ ଆସିଲା,

2015ରେ ତାମିଲନାଡୁରେ ବନ୍ୟା ଆସିଲା, ତ ଭାରତ ସେବାଶ୍ରମର ସଦସ୍ୟ ସର୍ବ ପ୍ରଥମେ ପହଂଚିବା ଲୋକଙ୍କ ମଧ୍ୟରୁ ଜଣେ ଥିଲେ ।

ଭାଇ ଓ ଭଉଣୀମାନେ,

ସ୍ୱାମୀ ପ୍ରଣବାନନ୍ଦ କହୁଥିଲେ-

‘ଆଦର୍ଶ ବିନା ଜୀବନ ହେଉଛି ମୃତ୍ୟୁ ସହିତ ସମାନ ।

ନିଜ ଜୀବନରେ ଉଚ୍ଚ ଆଦର୍ଶ ସ୍ଥାପିତ କରି ହିଁ କୌଣସି ବ୍ୟକ୍ତି  ମାନବତାର ପ୍ରକୃତ ସେବା କରିପାରେ ।’

ଆପଣଙ୍କ ସଂସ୍ଥାର ସମସ୍ତ ସଦସ୍ୟମାନେ ଏହି କଥା ଗୁଡିକୁ ନିଜ ଜୀବନରେ ପ୍ରତିଫଳିତ କରିଛନ୍ତି ।

ଆଜି ସ୍ୱାମୀ ପ୍ରଣବାନନ୍ଦ ଯେଉଁଠାରେ ମଧ୍ୟ ଥିବେ, ମାନବତା ପାଇଁ ଆପଣଙ୍କର ପ୍ରୟାସ ଗୁଡିକୁ ଦେଖି ବହୁତ ଆନନ୍ଦିତ ହେଉଥିବେ ।

କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଭାରତ ସେବାଶ୍ରମର ସଦସ୍ୟ ଲୋକମାନଙ୍କୁ ରିଲିଫ୍ ଦେବାପାଇଁ ପହଂଚି ଯାଆନ୍ତି ।

ଏଥିପାଇଁ ଆପଣ ସମସ୍ତଙ୍କୁ ଯେତିକି ଅଭିନନ୍ଦନ ଦିଆଯାଏ, ତାହା କମ୍ ହେବ ।

ଆମ ଶାସ୍ତ୍ରରେ ମଧ୍ୟ କୁହାଯାଇଛି-

ଆତ୍ମାର୍ଥମ୍ ଜୀବଲୋକେ ଅସ୍ମୀନ କୋ ନ ଜୀବତି ମାନବଃ ।

ପରମ ପରୋପକାର ଆର୍ଥମ୍ ଯୋ ଜୀବତି ସ ଜୀବତି ।

ଅର୍ଥାତ ଏହି ସଂସାରରେ ନିଜ ପାଇଁ ନୁହେଁ , ଯାହାର ଜୀବନ ପରୋପକାର ପାଇଁ ଅଛି ତାହାର ହିଁ ଜୀବନ, ଜୀବନ ଅଟେ ।

ଏଥିପାଇଁ ପରୋପକାରର ଅନେକ ପ୍ରୟାସରେ ସୁଶୋଭିତ ଆପଣଙ୍କ ସଂସ୍ଥାର ଶହେ ବର୍ଷ ପୂର୍ଣ୍ଣ ହେଉଥିବାରୁ ପୁଣି ଥରେ ବଧାଇ ।

ସାଥୀଗଣ,

ବିଗତ କିଛି ଦଶକରେ ଦେଶରେ ଏକ କାଳ୍ପନିକ ପରିବେଶ ସୃଷ୍ଟି କରାଗଲା ଯେ ଆଧ୍ୟାତ୍ମ ଏବଂ ସେବାର ମାର୍ଗ ହେଉଛି ଅଲଗା ଅଲଗା ।

କିଛି ଲୋକଙ୍କ ଦ୍ୱାରା ଏହା ଜଣାଇବାର ପ୍ରୟାସ କରାଗଲା ଯେ ଯିଏ ଆଧ୍ୟାତ୍ମ ମାର୍ଗରେ ଅଛନ୍ତି, ସେ ହେଉଛନ୍ତି ସେବାର ରାସ୍ତାଠାରୁ ଅଲଗା ।

ଆପଣ ଏହି କାଳ୍ପନିକ କଥାକୁ ନା କେବଳ ଭୁଲ ପ୍ରମାଣିତ କଲେ ବରଂ ଆଧ୍ୟାତ୍ମ ଏବଂ ଭାରତୀୟ ମୂଲ୍ୟବୋଧ ଉପରେ ଆଧାରିତ ସେବାକୁ ଏହା ସହିତ ଆଗକୁ ବଢ଼ାଇଲେ ।

ଆଜି ସାରା ଦେଶରେ ଭାରତ ସେବାଶ୍ରମ ସଂଘର ଶହେରୁ ଅଧିକ ଶାଖା ଏବଂ ପାଞ୍ଚଶହରୁ ଅଧିକ ସ୍ୱାସ୍ଥ୍ୟସେବା ଶାଖା, ଶିକ୍ଷା ଏବଂ ଯୁବକ ମାନଙ୍କୁ ପ୍ରଶିକ୍ଷଣ ଦେବା କାର୍ଯ୍ୟରେ ଲାଗିଛି । ଭାରତ ସେବାଶ୍ରମ ସଂଘ ସାଧନା ଏବଂ ସମାଜ ସେବାର ସଂଯୁକ୍ତ ଉପକ୍ରମ ମାଧ୍ୟମରେ ଲୋକସେବାର ଏକ ମଡେଲ ବିକଶିତ କରିଛନ୍ତି ।

ଦୁନିଆର କେତେ ଦେଶରେ ଏହି ମଡେଲ ସଫଳତା ପୂର୍ବକ ଚାଲୁଅଛି । ସଂଯୁକ୍ତ ରାଷ୍ଟ୍ରରେ ମଧ୍ୟ ଭାରତ ସେବାଶ୍ରମ ସଂଘର କଲ୍ୟାଣକାରୀ କାର୍ଯ୍ୟର ପ୍ରଶଂସା ହୋଇଛି ।

ସ୍ୱାମୀ ପ୍ରଣବାନନ୍ଦଜୀ ମହାରାଜ ବିଗତ ଶତାବ୍ଦୀରେ ଦେଶର ଆଧ୍ୟାତ୍ମିକ ଚେତନାର ରକ୍ଷା କରିବାରେ, ତାକୁ ସ୍ୱାଧୀନତା ଆନ୍ଦୋଳନ ସହିତ ଯୋଡିବାରେ ଜଣେ ମହାନ ଅବତାରଙ୍କ ମଧ୍ୟରୁ ଜଣେ ଥିଲେ ।

ସ୍ୱାମୀ ବିବେକାନନ୍ଦ ଏବଂ ମହର୍ଷି ଅରବିନ୍ଦଙ୍କ ଭଳି ହିଁ ତାଙ୍କ ନାମ ବିଗତ ଶତାବ୍ଦୀର ମହାନ ସନ୍ଥମାନଙ୍କ ମଧ୍ୟରେ ଗଣାଯାଏ । ସ୍ୱାମୀଜୀ କହୁଥିଲେ- “ମନୁଷ୍ୟକୁ ନିଜର ଗୋଟିଏ ହାତରେ ଭକ୍ତି ଏବଂ ଅନ୍ୟ ହାତରେ ଶକ୍ତି ରଖିବା ଆବଶ୍ୟକ । ସେ ମାନୁଥିଲେ ଯେ ଶକ୍ତି ବିନା କୌଣସି ମନୁଷ୍ୟ ନିଜର ରକ୍ଷା କରିପାରିବ ନାହିଁ ଏବଂ ଭକ୍ତି ବିନା ସେ ନିଜେ ନିଜର ହିଁ ଭକ୍ଷକ ହୋଇଯିବାର ବିପଦ ରହିଥାଏ ।”

ସମାଜର ବିକାଶ ଲାଗି ଶକ୍ତି ଏବଂ ଭକ୍ତିକୁ ସାଥୀରେ ନେଇ ଜନଶକ୍ତିକୁ ଏକଜୁଟ୍ କରିବାର କାମ, ଜନଚେତନାକୁ ଜାଗ୍ରତ କରିବାର କାମ ସେ ନିଜର ବାଲ୍ୟ ଅବସ୍ଥାରୁ ହିଁ ଆରମ୍ଭ କରିଦେଇଥିଲେ ।

ନିର୍ବାଣ ଅବସ୍ଥାର ବହୁ ପୂର୍ବରୁ, ଯେବେ ସେ ସ୍ୱାମୀ ପ୍ରଣବାନନ୍ଦ ହୋଇ ନଥିଲେ, କେବଳ ‘ବିନୋଦ’ ଥିଲେ, ନିଜ ଗାଁରେ ଘର ଘର ଯାଇ ଚାଉଳ ଏବଂ ପରିବା ଏକାଠି କରୁଥିଲେ ଆଉ ପୁଣି ତାକୁ ଗରୀବମାନଙ୍କୁ ବାଣ୍ଟି ଦେଉଥିଲେ । ଯେବେ ସେ ଦେଖିଲେ ଯେ ଗାଁକୁ ପହଁଚିବା ପାଇଁ ସଡ଼କ ନାହିଁ ତ ସମସ୍ତଙ୍କୁ ପ୍ରେରିତ କରି ସେ ଗାଁ ପର୍ଯ୍ୟନ୍ତ ଗୋଟିଏ ସଡ଼କ ମଧ୍ୟ ନିର୍ମାଣ କରାଇଲେ ।

ଜାତି-ପ୍ରଥା, ଛୁଆଁ-ଅଛୁଆଁର ବିଷ କିଭଳି ସମାଜକୁ ବିଭକ୍ତ କରି ରଖିଛି, ଏହାର ଅନୁଭବ ତାଙ୍କୁ ବହୁ ପୂର୍ବରୁ ହୋଇଯାଇଥିଲା । ତେଣୁ ସମସ୍ତଙ୍କୁ ସମାନତାର ମନ୍ତ୍ର ଶିଖାଇ ସେ ଗାଁର ପ୍ରତିଟି ବ୍ୟକ୍ତିକୁ ସାଙ୍ଗରେ ବସାଇ ଈଶ୍ୱରଙ୍କ ପୂଜା କରୁଥିଲେ ।

ଉନ୍ନବିଂଶ ଶତାବ୍ଦୀର ଶେଷରେ ଏବଂ ବିଂଶ ଶତାବ୍ଦୀର ଆରମ୍ଭରେ ବଙ୍ଗଳା ଯେଭଳି ରାଜନୈତିକ ଗତିବିଧିର କେନ୍ଦ୍ର ସାଜିଥିଲା, ସେ ସମୟରେ ରାଷ୍ଟ୍ରୀୟ ଚେତନା ଜାଗ୍ରତ କରିବାରେ ସ୍ୱାମୀ ପ୍ରଣବାନନ୍ଦଜୀଙ୍କ ପ୍ରୟାସ ଆହୁରି ଅଧିକ ବଢ଼ିଗଲା ।

ବଙ୍ଗଳାରେ ହିଁ ସ୍ଥାପିତ ଅନୁଶୀଳନ ସମିତିର କ୍ରାନ୍ତିକାରୀଙ୍କୁ ସେ ଖୋଲାଖୋଲି ସମର୍ଥନ ଦେଉଥିଲେ । ଇଂରେଜଙ୍କ ବିରୁଦ୍ଧରେ ଲଢ଼ି ସେ ମଧ୍ୟ ଥରେ ଜେଲ ଯାଇଥିଲେ । ନିଜ କାର୍ଯ୍ୟ ଦ୍ୱାରା ସେ ପ୍ରମାଣ କରିଥିଲେ ଯେ ସାଧନା ପାଇଁ କେବଳ ଗୁମ୍ଫାରେ ରହିବାର ଆବଶ୍ୟକତା ନାହିଁ, ବରଂ ଜନଜାଗରଣ ଏବଂ ଜନଚେତନା ଜାଗ୍ରତ କରି ମଧ୍ୟ ସାଧନା କରାଯାଇପାରେ, ଈଶ୍ୱରଙ୍କୁ ପାଇ ହୁଏ ।

ଭାଇ ଓ ଭଉଣୀମାନେ,

ଆଜକୁ ଶହେ ବର୍ଷ ପୂର୍ବେ ଦେଶ ଯେଉଁ ମନୋବୃତି ଦେଇ ଗତି କରୁଥିଲା, ପରାଧିନତାର ଶୃଙ୍ଖଳରେ, ନିଜର ଦୋଷ ଦୁର୍ବଳତାରୁ ମୁକ୍ତି ପାଇବାକୁ ଚାହୁଁଥିଲା, ସେଥିରେ ଦେଶ ଅଲଗା ଅଲଗା ଭୂଭାଗରେ ଜନଶକ୍ତିକୁ ସଂଗଠିତ କରିବାର ପ୍ରୟାସ ଅନବରତ ଚାଲୁ ରହିଥିଲା ।

1917 ହିଁ ସେହି ବର୍ଷ ଥିଲା, ଯେବେ ମହାତ୍ମା ଗାନ୍ଧୀ ଚମ୍ପାରଣରେ ସତ୍ୟାଗ୍ରହ ଆନ୍ଦୋଳନର ବୀଜରୋପଣ କଲେ । ଆମ ସମସ୍ତଙ୍କ ପାଇଁ ଏହା ଏକ ସୁଖଦ ସଂଯୋଗ ଅଟେ ଯେ ଏ ବର୍ଷ ଦେଶ ଚମ୍ପାରଣରେ ସତ୍ୟାଗ୍ରହର ଶହେ ବର୍ଷର ପର୍ବ ମଧ୍ୟ ପାଳନ କରୁଛି ।

ସତ୍ୟାଗ୍ରହ ଆନ୍ଦୋଳନ ସହିତ ହିଁ ମହାତ୍ମା ଗାନ୍ଧୀ ଲୋକଙ୍କୁ ସ୍ୱଚ୍ଛତା ପ୍ରତି ମଧ୍ୟ ସଚେତନ କରିଥିଲେ । ଆପଣ ଜାଣିଥିବେ ଗତ ମାସରେ ଚମ୍ପାରଣରେ ସତ୍ୟାଗ୍ରହ ଭଳି ଦେଶରେ ସ୍ୱଚ୍ଛାଗ୍ରହ ଅଭିଯାନର ଶୁଭାରମ୍ଭ କରାଯାଇଛି । ସ୍ୱଚ୍ଛାଗ୍ରହ ଅର୍ଥାତ ସ୍ୱଚ୍ଛତା ପ୍ରତି ଆଗ୍ରହ । ଆଜିର ଏହି ଅବସରରେ ମୁଁ ସ୍ୱଚ୍ଛାଗ୍ରହକୁ ମଧ୍ୟ ଆପଣ ନିଜ ସାଧନାର ଅଭିନ୍ନ ଅଙ୍ଗ କରିବାକୁ ଅନୁରୋଧ କରିବାକୁ ଚାହୁଁଛି । ଏହାର ଏକ କାରଣ ମଧ୍ୟ ଅଛି ।

ଆପଣ ଦେଖିଥିବେ ଏବେ ତିନି-ଚାରି ଦିନ ପୂର୍ବେ ହିଁ ଏହି ବର୍ଷର ସ୍ୱଚ୍ଛ ସର୍ବେକ୍ଷଣରେ ସହର ଗୁଡ଼ିକର ରାଙ୍କିଙ୍ଗ ଘୋଷଣା କରାଯାଇଛି ।

ଉତ୍ତର-ପୂର୍ବର 12ଟି ସହର ମଧ୍ୟ ସର୍ଭେ କରାଯାଇଥିଲା । କିନ୍ତୁ ସ୍ଥିତି ବହୁତ ଭଲ ନାହିଁ । କେବଳ ଗ୍ୟାଙ୍ଗଟକ୍ ହେଉଛି ଏଭଳି ସହର ଯିଏ ପଚାଶତମ ସ୍ଥାନରେ ଆସିଛି । 4ଟି ସହରର ରାଙ୍କିଙ୍ଗ ଶହେରୁ ଦୁଇଶହ ମଝିରେ ଅଛି ଆଉ ବଳକା ସାତଟି ସହର 200 ରୁ 300 ରାଙ୍କିଙ୍ଗ ମଧ୍ୟରେ ଅଛି । ଶିଲଂ ଯେଉଁଠାରେ ଆପଣ ବସିଛନ୍ତି, ତାହା ମଧ୍ୟ ଦୁଇଶହ ତେସ୍ତରୀ (273)ନମ୍ବରରେ ଅଛି ।

ଏ ସ୍ଥିତି ଆମ ପାଇଁ, ରାଜ୍ୟ ସରକାରଙ୍କ ପାଇଁ ଏବଂ ଭାରତ ସେବାଶ୍ରମ ସଂଘ ଭଳି ସଂସ୍ଥାଗୁଡ଼ିକ ପାଇଁ ଆହ୍ୱାନ ଭଳି ଅଟେ । ସ୍ଥାନୀୟ ସଂସ୍ଥା ନିଜର କାମ କରୁଛନ୍ତି କିନ୍ତୁ ଏହା ସହିତ ପ୍ରତ୍ୟେକ ବ୍ୟକ୍ତିକୁ ଏହି ଅନୁଭବ କରାଇବା ନିହାତି ଦରକାର ଯେ ସେ ନିଜେ ହେଉଛି ସ୍ୱଚ୍ଛତା ମିଶନର ଗୋଟିଏ ସିପାହୀ । ପ୍ରତ୍ୟେକ ବ୍ୟକ୍ତିର ନିଜସ୍ୱ ଚେଷ୍ଟାରେ ହିଁ ସ୍ୱଚ୍ଛ ଭାରତ, ସ୍ୱଚ୍ଛ ଉତ୍ତର ଭାରତର ଲକ୍ଷ୍ୟ ହାସଲ କରା ଯାଇପାରିବ ।

ଭାଇ ଓ ଭଉଣୀମାନେ,

ସ୍ୱାମୀ ପ୍ରଣବାନନ୍ଦଜୀ ମହାରାଜ କହୁଥିଲେ-

“ଦେଶର ଅବସ୍ଥାକୁ ବଦଳେଇବା ପାଇଁ ଲକ୍ଷ ଲକ୍ଷ ନିଃସ୍ୱାର୍ଥ କର୍ମଯୋଗୀଙ୍କର ଆବଶ୍ୟକତା ରହିଛି । ଏହି ନିଃସ୍ୱାର୍ଥ କର୍ମଯୋଗୀ ଦେଶର ପ୍ରତ୍ୟେକ ନାଗରିକଙ୍କର ମନୋଭାବରେ ପରିବର୍ତନ କରିବେ ଆଉ ସେହି ପରିବର୍ତିତ ମନୋଭାବ ଫଳରେ ଏକ ନୂତନ ରାଷ୍ଟ୍ରର ନିର୍ମାଣ ହେବ ।”

ସ୍ୱାମୀ ପ୍ରଣବାନନ୍ଦଜୀଙ୍କ ଭଳି ମହାନ ଆତ୍ମାଙ୍କ ପ୍ରେରଣା ଫଳରେ ଦେଶରେ ଆପଣଙ୍କ ଭଳି କୋଟି କୋଟି ନିଃସ୍ୱାର୍ଥ କର୍ମଯୋଗୀ ଅଛନ୍ତି । କେବଳ ଆମ ସମସ୍ତଙ୍କୁ ମିଶି ନିଜ ଊର୍ଜ୍ଜାକୁ ସ୍ୱଚ୍ଛାଗ୍ରହର ଏହି ଆନ୍ଦୋଳନକୁ ସଫଳ କରିବାରେ ଲଗାଇବାର ଅଛି ।

ମୋତେ କୁହାଗଲା କି ଯେବେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା, ସେତେବେଳେ ଆପଣମାନେ ଉତ୍ତର ପୂର୍ବର ପଞ୍ଚୋଟି  ରେଳ ଷ୍ଟେସନର ଚୟନ କରିଥିଲେ ଯେ ସେହି ଷ୍ଟେସନମାନଙ୍କରେ ସଫେଇର ଦାୟିତ୍ୱ ନେବେ, ସେଠାରେ ପ୍ରତି ପନ୍ଦର ଦିନରେ ସ୍ୱଚ୍ଛତା ଅଭିଯାନ ଚଲାଯିବ । ଏବେ ଆପଣଙ୍କ ପ୍ରୟାସ ଗୁଡ଼ିକୁ ଆଉ ଅଧିକ ବଢ଼ାଇବାର ଆବଶ୍ୟକତା ରହିଛି ।

ଚଳିତ ବର୍ଷ ଯେବେ ଆପଣମାନେ ନିଜ ସଂସ୍ଥା ଗଠନର ଶହେ ବର୍ଷ ପାଳନ କରୁଥିବେ ତ ଏହି ମହତ୍ୱପୂର୍ଣ୍ଣ ବର୍ଷକୁ କ’ଣ ସଂପୂର୍ଣ୍ଣ ରୂପେ ସ୍ୱଚ୍ଛତା ଉପରେ କେନ୍ଦ୍ରିତ କରି ପାରିବେ ।

କ’ଣ ଆପଣଙ୍କ ସଂସ୍ଥା ଯେଉଁ ଅଂଚଳରେ କାମ କରୁଅଛି, ସେଠାରେ ପରିବେଶର ସୁରକ୍ଷା ପାଇଁ, ସଂପୂର୍ଣ୍ଣ ଅଂଚଳକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ କାମ କରି ପାରିବ । କ’ଣ ଲୋକମାନଙ୍କୁ ଜଳ ସଂରକ୍ଷଣ ଏବଂ ଜଳ ପ୍ରବନ୍ଧନର ଉପକାରିତା ବିଷୟରେ ସଚେତନ କରି ପାରିବ ।

କ’ଣ ନିଜ ଲକ୍ଷ୍ୟକୁ, ସଂସ୍ଥାର କିଛି କାର୍ଯ୍ୟକୁ ଆପଣ 2022 ସହିତ ମଧ୍ୟ ଯୋଡ଼ି ପାରିବେ । 2022ରେ ଭାରତ ନିଜ ସ୍ୱାଧୀନତାର 75 ତମ ବର୍ଷରେ ପ୍ରବେଶ କରୁଅଛି । ଏବେ ପାଞ୍ଚ ବର୍ଷର ସମୟ ଅଛି ଆଉ ଏହି ସମୟର ସଦୁପଯୋଗ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ସଂସ୍ଥା, ନିଜ ଆଖପାଖରେ ବ୍ୟାପିଥିବା ଖରାପ ଜିନିଷ ଗୁଡ଼ିକୁ ଶେଷ କରି, ପଛକୁ ଛାଡ଼ି ଆଗକୁ ବଢ଼ିବାର ପ୍ରୟାସ କରିବାକୁ ହେବ ।  

ସାଥୀଗଣ,

ଆପଣଙ୍କୁ ଜଣାଥିବ ଯେ 1924ରେ ସ୍ୱାମୀ ପ୍ରଣବାନନ୍ଦଜୀ ସାରା ଦେଶରେ ଥିବା ତୀର୍ଥସ୍ଥଳ ଗୁଡ଼ିକର ପୁନରୁଦ୍ଧାର କରାଇଥିଲେ ।

ତୀର୍ଥ ଶଙ୍କର ନାମରେ କାର୍ଯ୍ୟକ୍ରମ ଆରମ୍ଭ କରି, ସେହି ସମୟରେ ଆମ ତୀର୍ଥସ୍ଥଳ ସହ ଯୋଡ଼ି ହୋଇଥିବା ଦୁର୍ବଳତା ଗୁଡ଼ିକୁ ଦୂର କରିବା ପାଇଁ ସେ ଚେଷ୍ଟା କରିଥିଲେ । ଆଜି ଆମ ତୀର୍ଥସ୍ଥଳ ଗୁଡ଼ିକର ଏକ ବଡ଼ ଦୁର୍ବଳତା ହେଉଛି ଅସ୍ୱଚ୍ଛତା । କ’ଣ ଭାରତ ସେବାଶ୍ରମ ସଂଘ ତୀର୍ଥ ଶଙ୍କର କାର୍ଯ୍ୟକ୍ରମକୁ ସ୍ୱଚ୍ଛତା ସହ ଯୋଡ଼ି ନୂଆ ରୂପରେ ଆରମ୍ଭ କରିପାରିବ ।

ଏହିଭଳି ବିପର୍ଯ୍ୟୟ ପରିଚାଳନାର ନିଜସ୍ୱ ଅନୁଭବଗୁଡ଼ିକୁ ଭାରତ ସେବାଶ୍ରମ ସଂଘ କିଭଳି ଅଧିକରୁ ଅଧିକ ଲୋକଙ୍କ ପାଖକୁ ପହଁଚାଇ ପାରିବ, ସେ ବିଷୟରେ ମଧ୍ୟ ଚିନ୍ତା କରିବା ଦରକାର । ପ୍ରତି ବର୍ଷ ଦେଶରେ ହଜାର ହଜାର ଜୀବନ ପ୍ରାକୃତିକ ବିପଦ କାରଣରୁ ସଙ୍କଟରେ ପଡ଼ୁଛି । ପ୍ରାକୃତିକ ବିପଦ ସମୟରେ କିଭଳି କମ୍ ରୁ ଅତି କମ୍ କ୍ଷତି ହେଉ, ଏହାକୁ ଧ୍ୟାନରେ ରଖି ଗତ ବର୍ଷ ଦେଶରେ ପ୍ରଥମ ଥର ଜାତୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରା ଯାଇଛି । ସରକାର ବହୁତ ବଡ଼ ମାତ୍ରାରେ ଲୋକମାନଙ୍କୁ ସଚେତନ କରୁଛନ୍ତି, ଲୋକମାନଙ୍କୁ ଅଭ୍ୟାସ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ବିପର୍ଯ୍ୟୟ ପରିଚାଳନାର ବିଭିନ୍ନ ଉପାୟ ବିଷୟରେ ଜଣାଇ ଦିଆଯାଉଛି ।

ସାଥୀଗଣ,

ଆପଣଙ୍କ ଉତ୍ତର-ପୂର୍ବ ରାଜ୍ୟରେ ସକ୍ରିୟତା ଏବଂ ସଂଗଠନ ଶକ୍ତି ବିପର୍ଯ୍ୟୟ ପରିଚାଳନାରେ ବହୁତ ଉପଯୋଗୀ ହୋଇପାରିବ । ଆପଣଙ୍କ ସଂସ୍ଥା ବିପର୍ଯ୍ୟୟ ପରେ ଏବଂ ବିପର୍ଯ୍ୟୟ ପୂର୍ବରୁ, ଦୁଇଟି ଯାକ ପରିସ୍ଥିତିର ମୁକାବିଲା କରିବା ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିପାରିବ ।

ଏହିଭଳି ଭାବେ ଯେପରି ସ୍ୱାମୀ ପ୍ରଣବାନନ୍ଦଜୀ ସାରା ଦେଶରେ ପ୍ରବଚନ ଦଳ ପଠେଇ ଆଧ୍ୟାତ୍ମ ଏବଂ ସେବାର ସନ୍ଦେଶ ଦେଶ ବିଦେଶ ପର୍ଯ୍ୟନ୍ତ ପହଂଚାଇଥିଲେ, ସେହିଭଳିଭାବେ ଆପଣଙ୍କ ସଂସ୍ଥା ଉତ୍ତର ପୂର୍ବର କୋଣ ଅନୁକୋଣକୁ ଯାଇ, ଆଦିବାସୀ ଅଂଚଳକୁ ଯାଇ ଖେଳ ସହିତ ଯୋଡ଼ି ହୋଇଥିବା ପ୍ରତିଭା ଗୁଡ଼ିକୁ ଖୋଜିବାରେ ମୁଖ୍ୟ ଭୂମିକା ନେଇ ପାରନ୍ତି । ଏହି ଅଂଚଳରେ ଆଗରୁ ଆପଣଙ୍କର 12ଟିରୁ ଅଧିକ ସ୍କୁଲ ଚାଲୁ ଅଛି, ଆପଣ ତିଆରି କରିଥିବା ଛାତ୍ରାବାସରେ ଶହ ଶହ ଆଦିବାସୀ ପିଲା ରହୁଛନ୍ତି, ଏଥିପାଇଁ ଏ କାମ ଆପଣମାନଙ୍କ ପାଇଁ କଷ୍ଟ ହେବ ନାହିଁ ।

ଆପଣ ହେଉଛନ୍ତି ତଳ ସ୍ତର ସହିତ କାମ କରୁଥିବା ଲୋକ, ଲୋକଙ୍କ ମଧ୍ୟରେ କାମ କରୁଥିବା ଲୋକ, ଆପଣଙ୍କ ତୀକ୍ଷ୍ଣ ଦୃଷ୍ଟି ଖେଳ ପ୍ରତିଭାମାନଙ୍କୁ ଆଗକୁ ଆଣିବାରେ ସାହାଯ୍ୟ କରିପାରିବ ।

ସ୍ୱାମୀ ପ୍ରଣବାନନ୍ଦଜୀ କହୁଥିଲେ ଯେ ଦେଶର ଯୁବ ଶକ୍ତି ଜାଗ୍ରତ ନ ହେଲା, ତ ସବୁ ଚେଷ୍ଟା ବିଫଳ ହୋଇଯିବ ।

ପୁଣି ଥରେ ଅବସର ଆସିଛି, ସୁଦୂର ଉତ୍ତର-ପୂର୍ବରେ ଲୁଚି ରହିଥିବା ଏହି ଯୁବ ଶକ୍ତିକୁ, ଖେଳ ପ୍ରତିଭା ମାନଙ୍କୁ ମୁଖ୍ୟ ଧାରାକୁ ଆଣିବା ପାଇଁ । ଏଥିରେ ଆପଣଙ୍କ ସଂସ୍ଥାର ବଡ଼ ଭୂମିକା ହୋଇପାରେ ।

କେବଳ ମୋର ଇଚ୍ଛା ଯେ ଆପଣ ଏହି ସେବା ସାଧନ ପାଇଁ,

ଯାହା ମଧ୍ୟ ଲକ୍ଷ୍ୟ ସ୍ଥିର କରନ୍ତୁ,

ତାହା ପରିଣାମ ଆଧାରିତ ହେଉ,

ଅର୍ଥାତ୍ ଯେଉଁ ତଥ୍ୟ ଆଧାରରେ ସ୍ଥିର କରାଯାଇ ପାରୁଥାଉ ।

ସ୍ୱଚ୍ଛତା ପାଇଁ ଆପଣ ଉତ୍ତର ପୂର୍ବର 10ଟି ସହରରେ ପହଂଚିବେ ବା 1000 ଗାଁକୁ ପହଂଚିବେ, ଏହା ଆପଣ ନିଜେ ସ୍ଥିର କରନ୍ତୁ, ବିପର୍ଯ୍ୟୟ ପରିଚାଳନା ପାଇଁ 100 ଶିବିର କରିବେ କି ଏକ ହଜାର ଶିବିର କରିବେ,ଏହା ଆପଣ ନିଜେ ସ୍ଥିର କରନ୍ତୁ, କିନ୍ତୁ ମୋର ପୁଣି ଥରେ ଅନୁରୋଧ, ଯାହା ସ୍ଥିର କରିବେ ତାହା ପରିଣାମ ଆଧାରିତ ହେଉ ।

2022ପର୍ଯ୍ୟନ୍ତ ଭାରତ ସେବାଶ୍ରମ ସଂଘ ଏହା କହିବାର ସ୍ଥିତିରେ ଥାଉ ଯେ ଆମେ କେବଳ ଅଭିଯାନ ଚଳାଇ ନାହୁଁ,

ବରଂ 50 ହଜାର କିମ୍ବା ଏକ ଲକ୍ଷ ଲୋକଙ୍କୁ ଏଥିରେ ଯୋଡିଲୁ ।

ଯେମିତି ସ୍ୱାମୀ ପ୍ରଣବାନନ୍ଦଜୀ କହୁଥିଲେ ଯେ-

‘ସବୁବେଳେ ଗୋଟିଏ ଦିନଲିପିରେ ଲେଖି ରଖିବା ଦରକାର’

ସେମିତି ହିଁ ଆପଣ ମଧ୍ୟ ସଂସ୍ଥାର ଏକ ଦିନଲିପି ତିଆରି କରି ପାରିବେ ଯେଉଁଥିରେ ଲକ୍ଷ୍ୟ ମଧ୍ୟ ଲେଖାଯାଇଥିବ ଏବଂ ନିର୍ଦ୍ଧିଷ୍ଟ ବ୍ୟବଧାନରେ ଏହା ମଧ୍ୟ ଲେଖାଯାଉଥିବ ଯେ ସେହି ଲକ୍ଷ୍ୟକୁ କେତେ ପ୍ରାପ୍ତ କରାଯାଇଛି ।

ଆପଣଙ୍କର ଏହି ପ୍ରୟାସ,

ଆପଣଙ୍କର ଏହି ଶ୍ରମ,

ଦେଶର ନିର୍ମାଣ ପାଇଁ,

ନିଉ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବା ପାଇଁ ବହୁତ ମହତ୍ୱପୂର୍ଣ୍ଣ ଅଟେ ।

ଶ୍ରମକୁ ତ ଆମର ଏଠି ସବୁଠାରୁ ବଡ ଦାନ ବୋଲି ଧରାଯାଉଛି ଏବଂ ଆମର ଏଠି ସବୁ ପରିସ୍ଥିତିରେ ଦାନ ଦେବାର ପ୍ରେରଣା ଦିଆଯାଇଥାଏ ।

ଶ୍ରଦ୍ଧୟା ଦେୟମ୍, ଅଶ୍ରଦ୍ଧୟା ଦେୟମ୍,

ଶ୍ରିୟା ଦେୟମ୍, ହ୍ରିୟା ଦେୟମ୍, ଭିୟା ଦେୟମ୍, ସମ୍ବିଦା ଦେୟମ୍

ଅର୍ଥାତ ବ୍ୟକ୍ତିକୁ ଶ୍ରଦ୍ଧାରେ ଦାନ ଦେବା ଦରକାର ଆଉ ଯଦି ଶ୍ରଦ୍ଧା  ନ ଥାଏ ତଥାପି ମଧ୍ୟ ବିନା ଶ୍ରଦ୍ଧାରେ ଦାନ ଦେବା ଦରକାର ।

ଧନ ବୃଦ୍ଧି ହେଉ ତ ଦାନ ଦେବା ଦରକାର ଆଉ

ଯଦି ଧନ ବଢୁ ନାହିଁ ତ ପୁଣି ଲୋକ ଲଜ୍ଜ୍ୟା ପାଇଁ ଦେବା ଦରକାର ।

ଭୟରେ ଦେବା ଦରକାର ଅଥବା ପ୍ରେମରେ ଦାନ ଦେବା ଦରକାର ।

କହିବାର ତାତ୍ପର୍ଯ୍ୟ ଏହା ଯେ କି ପ୍ରତ୍ୟେକ ପରିସ୍ଥିତିରେ ମଣିଷକୁ ଦାନ ଦେବା ଦରକାର ।

ସାଥୀଗଣ,

 ଉତ୍ତର ପୂର୍ବକୁ ନେଇ ମୁଁ ଏଥିପାଇଁ ଅଧିକ ଗୁରୁତ୍ୱ ଦେଉଛି କାରଣ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଦେଶର ଏହି କ୍ଷେତ୍ରର ସନ୍ତୁଳିତ ବିକାଶ ହୋଇପାରିନାହିଁ ।

ଏବେ କେନ୍ଦ୍ର ସରକାର ଗତ ତିନି ବର୍ଷ ଧରି  ନିଜର ସଂପୂର୍ଣ୍ଣ ସାଧନ ମାଧ୍ୟମରେ,

ସଂସାଧନ ମାଧ୍ୟମରେ ଉତ୍ତର ପୂର୍ବର ସନ୍ତୁଳିତ ବିକାଶ ପାଇଁ ପ୍ରୟାସ କରୁଛନ୍ତି ।

ସମଗ୍ର ଅଂଚଳରେ ଯୋଗାଯୋଗ ବଢାଇବା ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

40 ହଜାର କୋଟିର ନିବେଶରେ ଉତ୍ତର ପୂର୍ବରେ ସଡକ ଭିତିଭୂମି ପ୍ରସ୍ତୁତ କରାଯାଉଛି । ରେଳବାଇ ସହିତ ଯୋଡି ହୋଇଥିବା 19 ବଡ଼ ପ୍ରକଳ୍ପ ଆରମ୍ଭ କରାଯାଇଛି, ବିଜୁଳିର ବ୍ୟବସ୍ଥାକୁ ସଜଡା ଯାଉଛି, ସମଗ୍ର ଅଂଚଳକୁ ପର୍ଯ୍ୟଟନ ଦୃଷ୍ଟି କୋଣରୁ ସୁଦୃଢ କରାଯାଉଛି ।

ଉତ୍ତର ପୂର୍ବର ଛୋଟ ବିମାନ ବନ୍ଦରଗୁଡିକର ମଧ୍ୟ ଆଧୁନିକୀକରଣ କରାଯାଉଛି । ଆପଣଙ୍କ ଶିଲଂ ବିମାନ ବନ୍ଦରରେ ମଧ୍ୟ ରନ୍-ୱେର ଦୂରତା ବଢାଇବା ପାଇଁ ମଞ୍ଜୁରୀ ଦେଇ ଦିଆଯାଇଛି ।

ବହୁତ ଶୀଘ୍ର ହିଁ ଉତ୍ତର ପୂର୍ବକୁ ‘ଉଡ଼ାଣ’ ଯୋଜନା ସହିତ ମଧ୍ୟ ଯୋଡା ଯିବ ।

ଏସବୁ ପ୍ରୟାସ ଉତ୍ତର ପୂର୍ବକୁ ଦକ୍ଷିଣ ପୂର୍ବ ଏସିଆର ପ୍ରବେଶ ଦ୍ୱାର କରିବାରେ ସାହାଯ୍ୟ କରିବ ।

ଦକ୍ଷିଣ ପୂର୍ବ ଏସିଆର ଏହି ସୁନ୍ଦର ପ୍ରବେଶ ଦ୍ୱାର ଯଦି ଅସ୍ୱଚ୍ଛ ହେବ, ଅସ୍ୱସ୍ଥ ହେବ, ଅଶିକ୍ଷିତ ହେବ, ଅସନ୍ତୁଳିତ ହେବ ତ ଦେଶ, ବିକାଶର ପ୍ରବେଶ ଦ୍ୱାରକୁ ଅତିକ୍ରମ କରିବାରେ ପଛରେ ରହିଯିବ । ସାଧନ ଏବଂ ସଂସାଧନରେ ଭରପୁର ଆମ ଦେଶରେ କୌଣସି ଏପରି କାରଣ ନାହିଁ ଯାହା ଫଳରେ ଆମେ ପଛୁଆ ରହିବା, ଗରିବ ରହିବା ।

ସମସ୍ତଙ୍କ ସହିତ-ସମସ୍ତଙ୍କ ବିକାଶର ମନ୍ତ୍ର ସହିତ ଆମକୁ ସମସ୍ତଙ୍କୁ ସଶକ୍ତ କରି ଆଗକୁ ବଢିବାର ଅଛି ।

ଆମ ସମାଜ- ସମନ୍ୱୟ, ସହଯୋଗ ଏବଂ ସୌହାର୍ଦ୍ଦ୍ୟ ଦ୍ୱାରା ସଶକ୍ତ ହେବ

ଆମ ଯୁବକ-ଚରିତ୍ର, ଚିନ୍ତନ ଏବଂ ଚେନତା ଦ୍ୱାରା ସଶକ୍ତ ହେବ

ଆମ ଦେଶ-ଜନଶକ୍ତି, ଜନ ସମର୍ଥନ ଏବଂ ଜନ ଭାବନା ଦ୍ୱାରା ସଶକ୍ତ ହେବ

ଏହି ପରିବର୍ତନ ପାଇଁ, ପରିସ୍ଥିତି ବଦଳାଇବା ପାଇଁ, ନିଉ ଇଣ୍ଡିଆ ଗଢ଼ିବା ପାଇଁ ଆମ ସମସ୍ତଙ୍କୁ, କୋଟି କୋଟି ନିଃସ୍ୱାର୍ଥ କର୍ମ ଯୋଗୀମାନଙ୍କୁ, ଭାରତ ସେବା ଶ୍ରମ ସଂଘ ଭଳି ଅନେକ ଅନେକ ସଂସ୍ଥାଗୁଡିକୁ ମିଶି କାମ କରିବାକୁ ହେବ । ଏହି ଆହ୍ୱାନ ସହିତ ମୁଁ ମୋର କଥା ସମାପ୍ତ  କରୁଛି ।

ପୁଣି ଥରେ ଭାରତ ସେବା ଶ୍ରମ ସଂଘର ସମସ୍ତ ସଦସ୍ୟଙ୍କୁ ବହୁତ ବହୁତ ଶୁଭ କାମନା ।

ବହୁତ ବହୁତ ଧନ୍ୟବାଦ !!!

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
'ପରିକ୍ଷା ପେ ଚର୍ଚ୍ଚା 2022' ରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ
Explore More
ଉତରପ୍ରଦେଶର ବାରଣାସୀରେ କାଶୀ ବିଶ୍ୱନାଥ ଧାମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଲୋକପ୍ରିୟ ଅଭିଭାଷଣ

ଉତରପ୍ରଦେଶର ବାରଣାସୀରେ କାଶୀ ବିଶ୍ୱନାଥ ଧାମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
PM Modi is the world's most popular leader, the result of his vision and dedication to resolve has made him known globally

Media Coverage

PM Modi is the world's most popular leader, the result of his vision and dedication to resolve has made him known globally
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 28, 2022
January 28, 2022
ସେୟାର
 
Comments

Indians feel encouraged and motivated as PM Modi addresses NCC and millions of citizens.

The Indian economy is growing stronger and greener under the governance of PM Modi.