"ପର୍ଯ୍ୟାବରଣକୁ ସଂରକ୍ଷିତ ରଖି କିପରି ବିକାଶ କରାଯାଇ ପାରେ, ତାହାର ଏକ ଜୀବନ୍ତ ଉଦାହରଣ ଗୁଜରାଟରେ ଦେଖିବାକୁ ମିଳୁଛି : ପ୍ରଧାନମନ୍ତ୍ରୀ ମୋଦୀ "
"ଅଣୁ ଜଳସେଚନ ଯୋଗୁଁ ବୁନ୍ଦା ଜଳସେଚନ ଯୋଗୁଁ ଗୁଜରାଟରେ ଜଳ ସଂଚୟ ହୋଇପାରିଛି : ପ୍ରଧାନମନ୍ତ୍ରୀ ମୋଦୀ "
"ସର୍ଦ୍ଦାର ପଟେଲଙ୍କ ଦୂରଦର୍ଶୀ ନେତୃତ୍ୱ ଭାରତକୁ ଏକଜୁଟ କରିବାରେ ସାହାଯ୍ୟ କରିଛି : ପ୍ରଧାନମନ୍ତ୍ରୀ ମୋଦୀ "

ଗୁଜରାଟର କେୱଡିଆଠାରେ ଆୟୋଜିତ ‘ନମାମି ନର୍ମଦା’ ପର୍ବରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି । କେୱଡିଆ ନଦୀବନ୍ଧର ସଂପୂର୍ଣ୍ଣ ଜଳଧାରଣ କ୍ଷମତା 138.68 ମିଟର ପର୍ଯ୍ୟନ୍ତ ଜଳପୂର୍ଣ୍ଣ ହେବା ଅବସରରେ ଗୁଜରାଟ ସରକାରଙ୍କ ଦ୍ୱାରା ଏହି ପର୍ବ ପାଳନ କରାଯାଉଛି । 2017ରେ ଏହି ନଦୀବନ୍ଧର ଉଚ୍ଚତା ବୃଦ୍ଧି କରାଯାଇଥିଲା । ଏହାପରେ ପ୍ରଥମ ଥର ଲାଗି 16 ସେପ୍ଟେମ୍ବରରେ ଏହି ନଦୀବନ୍ଧ ସମ୍ପୂର୍ଣ୍ଣ ଜଳଧାରଣ କ୍ଷମତା ହାସଲ କରିଛି । ଗୁଜରାଟର ଜୀବନଧାରା କୁହାଯାଉଥିବା ନର୍ମଦା ନଦୀର ଜଳକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ନଦୀବନ୍ଧ ନିକଟରେ ପ୍ରଧାନମନ୍ତ୍ରୀ ମଧ୍ୟ ପୂଜାର୍ଚ୍ଚନା କରିଥିଲେ ।

ଏହାପରେ, ପ୍ରଧାନମନ୍ତ୍ରୀ କେୱଡିଆରେ ଥିବା ଖାଲଭାନି ଇକୋ-ଟୁରିଜିମ କ୍ଷେତ୍ର ଏବଂ ଏକ କ୍ୟାକଟସ ଉଦ୍ୟାନ ପରିଦର୍ଶନ କରିଥିଲେ । କେୱଡିଆରେ ଥିବା ପ୍ରଜାପତି ଉଦ୍ୟାନରେ ପ୍ରଧାନମନ୍ତ୍ରୀ ଗୋଟିଏ ବାକ୍ସରେ ଭର୍ତ୍ତି ପ୍ରଜାପତିଙ୍କୁ ଉଦ୍ୟାନରେ ମୁକ୍ତଭାବେ ଉଡ଼ାଇ ଦେଇଥିଲେ । ସେ ମଧ୍ୟ ଷ୍ଟାଚ୍ୟୁ ଅଫ ୟୁନିଟି ନିକଟରେ ଥିବା ଏକତା ନର୍ସରୀ ପରିଦର୍ଶନ କରିଥିଲେ । ପରେ ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଉଦବୋଧନ ଦେଇଥିଲେ ।

 

ପ୍ରଧାନମନ୍ତ୍ରୀ କହିଥିଲେ, ସର୍ଦ୍ଦାର ସରୋବର ନଦୀବନ୍ଧର ଜଳଧାରଣ ସ୍ତର 138 ମିଟରରୁ ଉର୍ଦ୍ଧ୍ଵକୁ ଯାଇଥିବା ଦେଖି ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି । ଗୁଜରାଟର ଲୋକମାନଙ୍କ ପାଇଁ ସର୍ଦ୍ଦାର ସରୋବର ନଦୀ ବନ୍ଧ ହେଉଛି ଆଶାର ଆଲୋକ । ଲକ୍ଷାଧିକ ପରିଶ୍ରମୀ କୃଷକଙ୍କ ପାଇଁ ଏହା ଏକ ବରଦାନ ।

ଷ୍ଟାଚ୍ୟୁ ଅଫ ଲିବର୍ଟି ସହ ଷ୍ଟାଚ୍ୟୁ ଅଫ ୟୁନିଟିକୁ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟାର ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉନ୍ମୋଚନ ହେବାର 11 ମାସ ମଧ୍ୟରେ ଷ୍ଟାଚ୍ୟୁ ଅଫ ୟୁନିଟି ଦେଖିବା ଲାଗି ଯେତେ ସଂଖ୍ୟକ ପର୍ଯ୍ୟଟକ ଆସିଛନ୍ତି ତାହା 133 ବର୍ଷ ପୁରୁଣା ଷ୍ଟାଚ୍ୟୁ ଅଫ ଲିବର୍ଟି ସହିତ ପ୍ରାୟତଃ ସମାନ । ଷ୍ଟାଚ୍ୟୁ ଅଫ ୟୁନିଟି କାରଣରୁ ଗୁଜରାଟ ଏବଂ କେୱଡିଆ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି । ଗତ 11 ମାସ ମଧ୍ୟରେ ଦେଶ ତଥା ସାରା ବିଶ୍ୱରୁ 23 ଲକ୍ଷରୁ ଅଧିକ ପର୍ଯ୍ୟଟକ ଏହି ସ୍ଥାନକୁ ଆସିଥିବା ମୁଁ ଜାଣିବାକୁ ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ଦିନକୁ ହାରାହାରି 10 ହଜାର ପର୍ଯ୍ୟଟକ ଷ୍ଟାଚ୍ୟୁ ଅଫ ଲିବର୍ଟି ଦେଖିବାକୁ ଆସିଥାନ୍ତି । କିନ୍ତୁ ଆପଣମାନଙ୍କୁ ଏହା ଧ୍ୟାନରେ ରଖିବାକୁ ହେବ ଯେ ତାହା 133 ବର୍ଷ ପୁରୁଣା । ଅନ୍ୟପକ୍ଷରେ ଷ୍ଟାଚ୍ୟୁ ଅଫ ୟୁନିଟି ମାତ୍ର 11 ମାସ ପୁରୁଣା । ଏହାସତ୍ୱେ ଦିନକୁ ହାରାହାରି 8,500 ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । ଏହା ଚମତ୍କାର ବୋଲି ସେ କହିଥିଲେ ।

ଦେଶର ପ୍ରଥମ ସ୍ୱରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅକ୍ଟୋବର 31, 2018ରେ ଷ୍ଟାଚ୍ୟୁ ଅଫ ୟୁନିଟିକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା ।

ପ୍ରଧାନମନ୍ତ୍ରୀ ସର୍ଦ୍ଦାର ପଟେଲଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କରି କହିଥିଲେ ଗତ ମାସରେ ଜମ୍ମୁ ଓ କଶ୍ମୀର ଉପରେ ସରକାର ନେଇଥିବା ନିଷ୍ପତ୍ତି ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଦ୍ୱାରା ଅନୁପ୍ରାଣିତ । ସର୍ଦ୍ଦାର ପଟେଲଙ୍କ ଦୂରଦୃଷ୍ଟି ଦ୍ୱାରା ଅନୁପ୍ରାଣିତ ହୋଇ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶରେ ବିଭାଜିତ କରିବା ଲାଗି ନିଷ୍ପତି ନିଆଯିବା ଦ୍ୱାରା ଦଶନ୍ଧି ପୁରୁଣା ସମସ୍ୟା ସମାଧାନ ହୋଇଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିଜର ଲକ୍ଷାଧିକ ସହଯୋଗୀଙ୍କ ସକ୍ରିୟ ସମର୍ଥନ ସହିତ ସେ ଜମ୍ମୁ ଓ କଶ୍ମୀର ଏବଂ ଲଦାଖରେ ସମୃଦ୍ଧି ଓ ବିଶ୍ୱାସ ଫେରାଇ ଆଣିବେ ବୋଲି ତାଙ୍କର ବିଶ୍ୱାସ ରହିଛି । 100 ଦିନ ମଧ୍ୟରେ ଆମେ ଏହି ପ୍ରତିବଦ୍ଧତାକୁ ଦୃଢ଼ କରିଛୁ ଏବଂ ନୂଆ ସରକାର ପୂର୍ବାପେକ୍ଷା ବଡ଼ ଲକ୍ଷ୍ୟ ହାସଲ ଲାଗି ଆହୁରି ଅଧିକ ଦ୍ରୁତ ଗତିରେ କାମ କରିବେ ବୋଲି ସେ କହିଥିଲେ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi at BRICS summit: Dismantle ‘pyramid of privilege’ to make Global South a ‘rule-shaper’

Media Coverage

PM Modi at BRICS summit: Dismantle ‘pyramid of privilege’ to make Global South a ‘rule-shaper’
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Indian Junior Men’s Hockey Team on winning Asia Cup
September 13, 2026

The Prime Minister, Shri Narendra Modi, has congratulated the Indian Junior Men’s Hockey Team on winning the Asia Cup with an emphatic 4-1 victory in the final.

The Prime Minister described the achievement as remarkable and said that the feat reflects the immense talent of the young players.

Shri Modi extended his best wishes to the entire team.

The Prime Minister wrote on X;

“Congratulations to our Junior Men’s Hockey Team on winning the Asia Cup with an emphatic 4-1 win in the final. It is indeed a remarkable achievement.

This feat reflects the immense talent of our young players. Best wishes to the entire team!”