"ଭୂମି ପୁନରୁଦ୍ଧାର ସମେତ ବହୁମୁଖୀ ପ୍ରୟୋଗ ପାଇଁ ରିମୋଟ ସେନ୍ସିଂ ଓ ମହାକାଶ ପ୍ରଯୁକ୍ତିର ଉପଯୋଗ କରିବା ଭାରତ ପାଇଁ ଗୌରବର ବିଷୟ : ପ୍ରଧାନମନ୍ତ୍ରୀ ମୋଦୀ "
" ପ୍ରତି ଜଳ ବିନ୍ଦୁ ପିଛା ଅଧିକ ଫସଲର ଲକ୍ଷ୍ୟ ନେଇ ଆମେ କାର୍ଯ୍ୟ କରୁଛୁ । ଅନୁରୂପ ଭାବେ ଆମେ ଶୂନ ଖର୍ଚ୍ଚରେ ପ୍ରାକୃତିକ କୃଷି ଉପରେ ଗୁରୁତ୍ୱାରୋପ କରୁଛୁ :ପ୍ରଧାନମନ୍ତ୍ରୀ ମୋଦୀ "
ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଏବଂ ଭୂକ୍ଷରଣ ପ୍ରସଙ୍ଗର ମୁକାବିଲା ଲାଗି ବ୍ୟାପକ ଦକ୍ଷିଣ-ଦକ୍ଷିଣ ସହଯୋଗ ନିମନ୍ତେ ପ୍ରସ୍ତାବ ଦେବା ଲାଗି ଭାରତ ଆନନ୍ଦର ସହ ଆଗେଇ ଆସିବ : ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାଠାରେ ଚାଲିଥିବା “ଅନୁର୍ବରତା ସମସ୍ୟାର ମୁକାବିଲା ପାଇଁ ମିଳିତ ଜାତିସଂଘ ସମ୍ମେଳନର 14ତମ କନଫରେନ୍ସ ଅଫ ପାର୍ଟିଜ (ସିଓପି-14)” ସମ୍ମିଳନୀର ଉଚ୍ଚସ୍ତରୀୟ ଅଧିବେଶନରେ ଉଦବୋଧନ ଦେଇଛନ୍ତି ।

 

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଦୁଇ ବର୍ଷ ପାଇଁ ସହ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଥିବାରୁ ଏ ପ୍ରସଙ୍ଗରେ ପ୍ରଭାବୀ ଯୋଗଦାନ ଦେବା ଲାଗି ଆମେ ଆଗ୍ରହୀ ଅଛୁ । ପ୍ରାଚୀନ କାଳରୁ ଆମେ ଭାରତବାସୀ ଭୂମିକୁ ଉଚ୍ଚ ମାନ୍ୟତା ଦେଇ ଆସିଛୁ । ଭାରତୀୟ ସଂସ୍କୃତିରେ ପୃଥବୀକୁ ପବିତ୍ର ଏବଂ ମା’ ସମାନ ମର୍ଯ୍ୟାଦା ଦିଆଯାଇଥାଏ ।

“ଆପଣମାନେ ଜାଣି ଆଚମ୍ବିତ ହେବେ ଯେ ଅନୁର୍ବରତା ସମସ୍ୟା ଦ୍ୱାରା ବିଶ୍ୱର ଦୁଇ ତୃତୀୟାଂଶ ଭାଗ ପ୍ରଭାବିତ । ତେଣୁ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏଥିସହିତ ପୃଥବୀରେ ଦେଖାଦେଇଥିବା ଜଳ ସଂକଟର ସମାଧାନ ମଧ୍ୟ ଜରୁରି । କାରଣ ଆମେ ଭୂକ୍ଷରଣ ସମସ୍ୟାର ମୁକାବିଲା କରିବା ସମୟରେ ଜଳ ସଂକଟର ସମାଧାନ ପ୍ରସଙ୍ଗ ମଧ୍ୟ ଆଗକୁ ଆସିଥାଏ । ଜଳଯୋଗାଣରେ ବୃଦ୍ଧି, ଜଳଧାରଣ କ୍ଷମତା ବୃଦ୍ଧି, ଜଳ ଅପଚୟ ରୋକିବା ଏବଂ ମୃର୍ତ୍ତିକାରେ ଆର୍ଦ୍ରତା ବଜାୟ ରଖିବା ଆଦି ସାମଗ୍ରୀକ ଭୂମି ଓ ଜଳ ରଣନୀତିର ଅଂଶବିଶେଷ । ଭୂମି କ୍ଷରଣ ନିରାକରଣ ରଣନୀତିର କେନ୍ଦ୍ରରେ ଏକ ବୈଶ୍ୱିକ ଜଳ ସଂରକ୍ଷଣ ଏଜେଣ୍ଡା ସୃଷ୍ଟି କରିବା ଲାଗି ମୁଁ ୟୁଏନସିସିଡି ନେତୃବର୍ଗଙ୍କୁ ଆହ୍ୱାନ କରୁଛି”, ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, “ୟୁଏନଏଫସିସିସି ଠାରେ ପ୍ୟାରିସ ସିଓପିରେ ଭାରତ ଦେଇଥିବା ସଂକେତକୁ ମୁଁ ମନେ ପକାଇଦେବାକୁ ଚାହେଁ । ଭୂମି, ଜଳ, ବାୟୁ, ବୃକ୍ଷ ଏବଂ ସମସ୍ତ ଜୀବଜଗତ ମଧ୍ୟରେ ସୁସ୍ଥ ସନ୍ତୁଳନ ବଜାୟ ରଖିବା ଲାଗି ଭାରତର ଗଭୀର ସାଂସ୍କୃତିକ ମୂଳଦୁଆ ଉପରେ ଏଥିରେ ଆଲୋକପାତ କରାଯାଇଥିଲା । ବନ୍ଧୁଗଣ, ଆପଣମାନେ ଜାଣି ଖୁସି ହେବେ ଯେ ଭାରତ ନିଜ ଭୂଖଣ୍ଡରେ ବୃକ୍ଷର ଘନତ୍ୱ ବୃଦ୍ଧି କରିବାରେ ସଫଳ ହୋଇଛି । 2015ରୁ 2017 ମଧ୍ୟରେ ଭାରତର ବୃକ୍ଷ ଏବଂ ଜଙ୍ଗଲ ଘନତ୍ୱ 0.8 ହେକ୍ଟର ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।”
ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଫସଲ ଉତ୍ପାଦନ ବଢ଼ାଇ କୃଷକଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ଭାରତ ସରକାର ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏଥିମଧ୍ୟରେ ସାମିଲ ରହିଛି ଭୂମି ପୁନରୁଦ୍ଧାର ଏବଂ କ୍ଷୁଦ୍ର ଜଳସେଚନ । ପ୍ରତି ଜଳ ବିନ୍ଦୁ ପିଛା ଅଧିକ ଫସଲର ଲକ୍ଷ୍ୟ ନେଇ ଆମେ କାର୍ଯ୍ୟ କରୁଛୁ । ଆମେ ଅଧିକ ଜୈବିକ ସାର ଉପଯୋଗ କରୁଛୁ ଏବଂ କୀଟନାଶକ ଓ ରାସାୟନିକ ସାର ଉପଯୋଗ ହ୍ରାସ କରିଛୁ । ସାମଗ୍ରୀକ ଭାବେ ଜଳ ସଂକଟ ସମସ୍ୟାର ମୁକାବିଲା ଲାଗି ଆମେ ଜଳ ଶକ୍ତି ମନ୍ତ୍ରଣାଳୟ ଗଠନ କରିଛୁ । ଆଗାମୀ ଦିନରେ ଥରେ ବ୍ୟବହୃତ ହୋଇପାରୁଥିବା ପ୍ଲାଷ୍ଟିକ ଆବର୍ଜନା ଭାରତରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ, “ବନ୍ଧୁଗଣ, ପରିବେଶର ସ୍ଥିତି ସହିତ ମାନବ ସଶକ୍ତିକରଣ ନିବିଡ଼ ଭାବେ ଜଡ଼ିତ । ଜଳସମ୍ପଦର ସୁବିନିଯୋଗ ହେଉ କିମ୍ବା ଥରେ ବ୍ୟବହୃତ ହୋଇପାରୁଥିବା ପ୍ଲାଷ୍ଟିକର ଉପଯୋଗ ବନ୍ଦ କରିବା ହେଉ, ଏସବୁ ପାଇଁ ଅଭ୍ୟାସ ପରିବର୍ତ୍ତନର ଆବଶ୍ୟକତା ରହିଛି । ସମାଜର ସବୁବର୍ଗ କିଛି ହାସଲ କରିବାକୁ ନିଷ୍ପତ୍ତି ନେଲେ ଆମେ ଆଶାନୁରୂପ ଫଳ ପାଇପାରିବା । ଆମେ ଯେତେ ସଂଖ୍ୟକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କଲେ ବି ବାସ୍ତବ ପରିବର୍ତ୍ତନ କେବଳ ତୃଣମୂଳସ୍ତରରେ ଦଳଗତ ପ୍ରୟାସ ଦ୍ୱାରା ହିଁ ସମ୍ଭବ ହୋଇପାରିବ । ଭାରତ ଏହା ସ୍ୱଚ୍ଛ ଭାରତ ମିଶନ କ୍ଷେତ୍ରରେ ଦେଖିଛି । ସମାଜର ସବୁ ବର୍ଗର ଲୋକ ଅଂଶଗ୍ରହଣ କରି ସ୍ୱଚ୍ଛତାର ପ୍ରସାରକୁ ବୃଦ୍ଧି କରିଛନ୍ତି, ଯାହା 2014ରେ ମାତ୍ର 38 ପ୍ରତିଶତ ଥିଲା ତାହା ଏବେ 99 ପ୍ରତିଶତକୁ ବୃଦ୍ଧି ପାଇଛି ।”

 

 

ବୈଶ୍ୱିକ ଭୂମି ଏଜେଣ୍ଡା ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ । “ଭାରତରେ ସଫଳ ହୋଇଥିବା ଭୂମି କ୍ଷରଣ ନିରାକରଣ (ଏଲଡିଏନ) ରଣନୀତିକୁ ବୁଝିବା ଏବଂ ଆପଣାଇବାକୁ ଚାହୁଁଥିବା ଦେଶଗୁଡ଼ିକୁ ସହାୟତା କରିବା ଲାଗି ଭାରତ ପ୍ରସ୍ତୁତ । ଏହି ମଂଚରୁ ମୁଁ ଘୋଷଣା କରିବାକୁ ଚାହେଁ ଯେ ଏବେଠାରୁ 2030 ମଧ୍ୟରେ ଭୂକ୍ଷରଣ ସ୍ଥିତିରେ ଥିବା ଜମିର ପୁନରୁଦ୍ଧାର ଲାଗି ଭାରତ ନିଜ ଲକ୍ଷ୍ୟକୁ 21 ମିଲିୟନ ହେକ୍ଟରରୁ 26 ମିଲିୟନ ହେକ୍ଟରକୁ ବଢ଼ାଇବା ଲାଗି ଚାହୁଁଛି,” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭୂକ୍ଷରଣ ପ୍ରସଙ୍ଗରେ ବୈଜ୍ଞାନିକ ଆଭିମୁଖ୍ୟ ବିକଶିତ କରିବା ଏବଂ ପ୍ରଯୁକ୍ତିର ଉପଯୋଗ କରିବା ନିମନ୍ତେ ଆମେ ଭାରତୀୟ ବନ୍ୟ ଗବେଷଣା ଓ ଶିକ୍ଷା ପରିଷଦ ଠାରେ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ଲାଗି ନିଷ୍ପତ୍ତି ନେଇଛୁ । ଭୂକ୍ଷରଣ ସମସ୍ୟାର ମୁକାବିଲା ଲାଗି ଜ୍ଞାନ, ପ୍ରଯୁକ୍ତି ଓ ମାନବ ସମ୍ବଳର ପ୍ରଶିକ୍ଷଣ ଚାହୁଁଥିବା ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗକୁ ପ୍ରୋତ୍ସାହନ ଲାଗି ଏହା ସକ୍ରିୟ ଭାବେ ସମ୍ପୃକ୍ତ ରହିବ ।

“ଓମଧ୍ୟୌଃ ଶାନ୍ତି : ଅନ୍ତରିକ୍ଷଂ ଶାନ୍ତିଃ” ବୋଲି ଉଚ୍ଚାରଣ କରି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷ କରିଥିଲେ । ଏହାର ଅର୍ଥ ବର୍ଣ୍ଣନା କରି ସେ କହିଥିଲେ, ଏଠାରେ ଶାନ୍ତିର ଅର୍ଥ ହିଂସାରୁ ମୁକ୍ତି ନୁହେଁ । ଏଠାରେ ଶାନ୍ତିର ଅର୍ଥ ସମୃଦ୍ଧି । ପ୍ରତ୍ୟେକଙ୍କର ବଂଚିବାର ଏକ ଉଦ୍ଦେଶ୍ୟ ରହିଛି ଏବଂ ପ୍ରତ୍ୟେକଙ୍କୁ ଏହି ଉଦ୍ଦେଶ୍ୟ ପୂରଣ କରିବାକୁ ହୋଇଥାଏ । ଏହି ଉଦ୍ଦେଶ୍ୟର ପୂରଣ ହେଉଛି ସମୃଦ୍ଧି । ତେଣୁ, ଏଠାରେ କୁହାଯାଉଛି- ଆକାଶ, ସ୍ୱର୍ଗ ଓ ମହାକାଶ ସମୃଦ୍ଧ ହେଉ ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Two-wheeler exports seen rising up to 20% as Africa demand recovers: Ind-Ra

Media Coverage

Two-wheeler exports seen rising up to 20% as Africa demand recovers: Ind-Ra
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the importance of enthusiasm and steadfastness
August 20, 2026

The Prime Minister, Shri Narendra Modi, shared a Sanskrit Subhashitam highlighting that wise and resolute people do not lose their enthusiasm even during times of adversity and difficult circumstances.

The Prime Minister has shared a Sanskrit Subhashitam-

“आपत्काले च कष्टेऽपि नोत्साहस्त्यज्यते बुधैः।
इति प्रबोधितस्तेन कथञ्चिद् दृढबुद्धिना।। ”

The Subhashitam conveys that wise people with steady and resolute minds understand that truly intelligent people never lose their enthusiasm, even in times of adversity and difficult circumstances.

Shri Modi said in a X post;

“आपत्काले च कष्टेऽपि नोत्साहस्त्यज्यते बुधैः।

इति प्रबोधितस्तेन कथञ्चिद् दृढबुद्धिना।।”