ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମକୃଷ୍ଣ ସଂପ୍ରଦାୟର ମାସିକ ପ୍ରତିକା ‘ପ୍ରବୁଦ୍ଧ ଭାରତ’ର 125 ତମ ପ୍ରତିଷ୍ଠା ଦିବସରେ ଉଦ୍‍ବୋଧନ ଦେଇଛନ୍ତି । ଏହି ପତ୍ରିକା ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ।

ଏହି ଅବସରରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦ ଏହି ପତ୍ରିକାର ନାମ ‘ପ୍ରବୁଦ୍ଧ ଭାରତ’ ରଖିବା ପଛରେ ଆମ ରାଷ୍ଟ୍ରୀୟ ଚେତନା ପରିପ୍ରକାଶର ଲକ୍ଷ୍ୟ ଥିଲା । ସ୍ୱାମୀଜୀ ଏକ ଜାଗ୍ରତ ଭାରତ, ରାଜନୈତିକ ଓ ଭୌଗୋଳିକ ପରିସର ବାହାରେ ତିଆରି କରିବାକୁ ଚାହିଁଥିଲେ । ସ୍ୱାମୀ ବିବେକାନନ୍ଦ ଶତାବ୍ଦୀ ଶତାବ୍ଦୀ ଧରି ବଞ୍ଚି ରହିଥିବା ଭାରତକୁ ଏକ ସାଂସ୍କୃତିକ ଚେତନାଭାବେ ଦେଖିଥିଲେ ।

ସ୍ୱାମୀ ରାମକୃଷ୍ଣାନନ୍ଦ ଏବଂ ମହୀଶୂରର ମହାରାଜାଙ୍କୁ ସ୍ୱାମୀଜୀ ଲେଖିଥିବା ଚିଠି ସଂପର୍କରେ ଉଲ୍ଲେଖକରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଥିରେ ତାଙ୍କର ଦରିଦ୍ରଙ୍କୁ ସଶକ୍ତ କରିବାର ଆଭିମୁଖ୍ୟର ସ୍ପଷ୍ଟ ସୂଚନା ମିଳେ । ସେ ପ୍ରଥମେ ଚାହିଁଥିଲେ ଯେ ଗରିବ ଯଦି ନିଜେ ସଶକ୍ତ ନ ହୋଇପାରିଲେ ସେମାନଙ୍କୁ ସବଳ କରିବାକୁ ପଡିବ । ଦ୍ୱିତୀୟରେ ସେ ଭାରତର ଦରିଦ୍ରଙ୍କ ସଂପର୍କରେ କହିବାକୁ ଯାଇ ଏଥିରେ ଉଲ୍ଲେଖ କରିଥିଲେ, ‘ସେମାନଙ୍କୁ ବୁଦ୍ଧି ଓ ବିଚାର ଦେବାକୁ ପଡିବ, ସେମାନଙ୍କ ଆଖି ଖୋଲିବାକୁ ହେବ ଏବଂ ସେମାନଙ୍କ ଚାରିପଟେ ଦୁନିଆରେ ଯାହା ସବୁ ଘଟୁଛି ସେମାନଙ୍କୁ ସେ ବିଷୟରେ ଅବଗତ କରାଇବାକୁ ପଡିବ । ତେବେ ଯାଇ ସେମାନେ ନିଜର ମୁକ୍ତି ପାଇଁ ଉଦ୍ୟମ କରିବେ ।’

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଏହି ଆଭିମୁଖ୍ୟ ନେଇ ଭାରତ ଆଜି ଆଗକୁ ବଢୁଛି । ଯଦି ଗରିବମାନେ ବ୍ୟାଙ୍କ ସୁବିଧା ନ ପାଇବେ, ତେବେ ବ୍ୟାଙ୍କଗୁଡିକୁ ସେମାନଙ୍କ ପାଖରେ ପହଞ୍ଚିବାକୁ ହେବ । ଜନଧନ ଯୋଜନାରେ ଠିକ୍‍ ଏହି କାର୍ଯ୍ୟ କରାଯାଇଛି । ଯଦି ଗରିବ ଲୋକେ ବୀମା ସୁବିଧା ପାଇବେ ନାହିଁ, ତାହାହେଲେ ବୀମା ବ୍ୟବସ୍ଥାକୁ ସେମାନଙ୍କ ପାଖରେ ପହଞ୍ଚିବାକୁ ପଡିବ । ଜନସୁରକ୍ଷା ଯୋଜନାରେ ଠିକ୍‍ ଏହି କାର୍ଯ୍ୟ କରାଯାଇଛି । ସେହିଭଳି ଗରିବଙ୍କୁ ଯଦି ସ୍ୱାସ୍ଥ୍ୟସେବା ନ ମିଳିବ, ତାହାହେଲେ ଆମକୁ ସେମାନଙ୍କ ପାଖରେ ତାହା ପହଞ୍ଚାଇବାକୁ ହେବ । ଆୟୁଷ୍ମମାନ ଭାରତ ଯୋଜନାରେ ଏକଥା କରାଯାଇଛି । ସଡ଼କ, ଶିକ୍ଷା, ବିଜୁଳି ଓ ଇଣ୍ଟରନେଟ ସଂଯୋଗ ଆଦି କାର୍ଯ୍ୟ ଦେଶର ପ୍ରତ୍ୟେକ କୋଣଅନୁକୋଣରେ ପହଞ୍ଚାଯାଉଛି ଏବଂ ଏଥିରେ ଗରିବଙ୍କୁ ଅଗ୍ରାଧିକାର ଦିଆଯାଉଛି । ଏହା ଫଳରେ ଗରିବଙ୍କ ମଧ୍ୟରେ ଆଶା ଓ ଆକାଂକ୍ଷା ଉଦ୍ରେକ ହେଉଛି । ଏହି ଆକାଂକ୍ଷା ହିଁ ଦେଶର ଅଭିବୃଦ୍ଧିକୁ ଆଗେଇ ନେଉଛି ବୋଲି ପ୍ରଧାନମନ୍ତ୍ରୀ ଦୃଢତାର ସହ କହିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ କରୋନା ମହାମାରୀ ସମୟରେ ଭାରତର ସକ୍ରିୟ ପଦକ୍ଷେପରେ ସ୍ୱାମୀଜୀଙ୍କ ବିଚାର ଓ ଆଭିମୁଖ୍ୟ ପ୍ରତିଫଳିତ ହୋଇଛି । ସ୍ୱାମୀଜୀଙ୍କ ବିଚାର ଥିଲା ସଂକଟକାଳରେ ଅସହାୟ ହେବା ଅନୁଚିତ । ସେହିଭଳି ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟା ସଂପର୍କରେ ଅଭିଯୋଗ କରିବା ପରିବର୍ତ୍ତେ ଭାରତ ଏହାର ସମାଧାନ ସୂତ୍ର ବାହାର କରିବା ପାଇଁ ଆନ୍ତର୍ଜାତିକ ସୌରମେଣ୍ଟ ଗଠନ କରିଛି । ଏହା ହିଁ ସ୍ୱାମୀ ବିବେକାନନ୍ଦଙ୍କ ଦିବ୍ୟଦୃଷ୍ଟି ଓ ବିଚାର ଉପରେ ଆଧାରିତ ଥିଲା ; ଯାହା ଏବେ ତିଆରି ହେଉଛି । ଏହା ଏକ ଭାରତ; ଯାହା ବିଶ୍ୱ ସମସ୍ୟାକୁ ସମାଧାନର ବାଟ ଦେଖାଉଛି । ସ୍ୱାମୀ ବିବେକାନନ୍ଦ ଭାରତ ପାଇଁ ଯେଉଁ ବିରାଟ ସ୍ୱପ୍ନ ଦେଖିଥିଲେ ଏବଂ ଏହାର ଯୁବଶକ୍ତି ଉପରେ ଯେଉଁ ପ୍ରଚଣ୍ଡ ବିଶ୍ୱାସ ରଖିଥିଲେ ସେ ନେଇ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏହା ଏବେ ଭାରତରେ ପ୍ରତିଫଳିତ ହେଉଛି । ଭାରତର ବିଜିନେସ୍‍ ଲିଡର, କ୍ରୀଡାବିତ୍‍, ଟେକ୍‍ନୋକ୍ରାଟ, ବୈଜ୍ଞାନିକ, ଇନୋଭେଟର ଓ ପ୍ରଫେସନାଲ ଆଦି ସ୍ୱାମୀଜୀଙ୍କ ସ୍ୱପ୍ନକୁ ସାକାର କରୁଛନ୍ତି । ସ୍ୱାମୀଜୀ ବାସ୍ତବ ବେଦାନ୍ତ ଉପରେ ଯେଉଁ ଭାଷଣ ଦେଇଥିଲେ ତାହାକୁ ପାଥେୟ କରି ଯୁବସମାଜ ଆଗକୁ ବଢିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବା ସହିତ ବାଧା ଓ ପ୍ରତିବନ୍ଧକକୁ ଅତିକ୍ରମ କରି ଜୀବନରେ ଏହାକୁ ଶିକ୍ଷାର ଏକ ଅଂଶଭାବେ ବିଚାର କରି ଆଗକୁ ବଢିବାକୁ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ସ୍ୱାମୀଜୀ ଯେଉଁ ଦ୍ୱିତୀୟ ବିଷୟଟିକୁ ଗୁରୁତ୍ୱ ଦେଉଥିଲେ ତାହା ଥିଲା ଭୟ ଶୂନ୍ୟତା । ଲୋକଙ୍କ ମନରେ ଏହି ନିର୍ଭୀକତା ବିଚାର ପ୍ରବେଶ କରାଇବା ପାଇଁ ସେ ଗୁରୁତ୍ୱ ଦେଉଥିଲେ । ତାଙ୍କର ବାର୍ତ୍ତା ଥିଲା ନିର୍ଭୟ ଏବଂ ସଂପୂର୍ଣ୍ଣଭାବେ ଆତ୍ମବିଶ୍ୱାସୀ ହୁଅ । ସ୍ୱାମୀଜୀଙ୍କ ଏହି ଶିକ୍ଷା ଯୁବ ସମାଜ ଓ ଜନସାଧାରଣଙ୍କ ଧ୍ୟେୟ ହେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ ବିଶ୍ୱ ପାଇଁ କିଛି ମୂଲ୍ୟବୋଧ ସୃଷ୍ଟି କରି ସ୍ୱାମୀଜୀ ଅମର ହୋଇଛନ୍ତି । ତେଣୁ ଯୁବ ସମାଜ ଏଥିରୁ ଶିଖିବାର ଯଥେଷ୍ଟ କିଛି ରହିଛି । ସେ କହିଛନ୍ତି ସ୍ୱାମୀଜୀ ଆଧ୍ୟାତ୍ମିକ ଓ ଅର୍ଥନୈତିକ ବିକାଶକୁ ପାରସ୍ପରିକ ଦୃଷ୍ଟିକୋଣରୁ ସ୍ୱତନ୍ତ୍ରଭାବେ ବିଚାର କରୁ ନ ଥିଲେ । ଉଭୟ ପରସ୍ପରର ପରିପୂରକ ଏକଥା ବିବେକାନନ୍ଦ ଦେଖିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ସ୍ୱାମୀଜୀ ଦାରିଦ୍ର‌୍ୟକୁ ରୋମାଣ୍ଟିକ କରିବା ନୀତିକୁ ବିରୋଧ କରୁଥିଲେ । ସେ ଜଣେ ମହାନ୍‍ ଆଧ୍ୟାତ୍ମିକ ସନ୍ଥ ଓ ଜଣେ ଉନ୍ନୀତ ଆତ୍ମା ଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାମୀଜୀ କେବେ ଗରିବଙ୍କ ଆର୍ଥିକ ପ୍ରଗତିର ବିଚାରକୁ ପରିହାର କରି ନ ଥିଲେ ।

ପ୍ରଧାନମନ୍ତ୍ରୀ ତାଙ୍କର ଭାଷଣର ଉପସଂହାରରେ କହିଥିଲେ ‘ପ୍ରବୁଦ୍ଧ ଭାରତ’ ପତ୍ରିକା 125 ବର୍ଷ ଧରି ପ୍ରକାଶିତ ହୋଇ ସ୍ୱାମୀଜୀଙ୍କ ବିଚାରକୁ ପ୍ରଚାରିତ କରୁଛି । ସ୍ୱାମୀଜୀଙ୍କ ବାର୍ତ୍ତା, ଉଦ୍ଦେଶ୍ୟ, ଲକ୍ଷ୍ୟ ପ୍ରସାର ମଧ୍ୟରେ ଯୁବ ସମାଜର ଶିକ୍ଷା ଏବଂ ରାଷ୍ଟ୍ରର ଜାଗରଣକୁ ଯଥୋଚିତଭାବେ ଗୁରୁତ୍ୱ ଦେଇଆସୁଛି । ଏହି ପତ୍ରିକା ସ୍ୱାମୀଜୀଙ୍କ ବିଚାରକୁ ଶାଶ୍ୱତ କରିବା ପାଇଁ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଛି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership