‘ବୀର ବାଲ ଦିବସ’ ଘୋଷଣା କରିବା ମାଧ୍ୟମରେ ଚାର୍‌ ସାହିବଜାଦେମାନଙ୍କ ପ୍ରତି ସମ୍ମାନ ଜଣାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଶିଖ୍‌ ସମୁଦାୟ
‘ବୀର ବାଲ ଦିବସ’ ଦେଶର କୋଣଅନୁକୋଣରେ ପିଲାମାନଙ୍କୁ ଚାର୍‌ ସାହିବଜାଦେମାନଙ୍କର ଯୋଗଦାନ ଏବଂ ବଳିଦାନ ସମ୍ପର୍କରେ ଅବଗତ କରାଇବ : ପ୍ରଧାନମନ୍ତ୍ରୀ
ଶିଖ ସମୁଦାୟର ସେବା ଭାବନାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ; କହିଲେ ଯେ, ସମଗ୍ର ବିଶ୍ୱ ଏ ସମ୍ପର୍କରେ ଅଧିକରୁ ଅଧିକ ଜାଣିବାର ଆବଶ୍ୟକତା ରହିଛି
ଶିଖ ସମୁଦାୟଙ୍କ କଲ୍ୟାଣ ପାଇଁ ମୋ ସରକାର ସମ୍ପୂର୍ଣ୍ଣ ଭାବେ ସଂକଳ୍ପବଦ୍ଧ : ପ୍ରଧାନମନ୍ତ୍ରୀ
ଶିଖ୍‌ ସମୁଦାୟଙ୍କ କଲ୍ୟାଣ ପାଇଁ ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରତିନିଧି ମଣ୍ଡଳୀ; କହିଲେ ଯେ, ଏହାଦ୍ୱାରା ତାଙ୍କ ମନରେ ଶିଖମାନଙ୍କ ପ୍ରତି ରହିଥିବା ସ୍ନେହ ପ୍ରତିଫଳିତ ହୋଇଛି
 
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନରେ ୭ ଲୋକ କଲ୍ୟାଣ ମାର୍ଗ ଠାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିଖ୍‌ ସମ୍ପ୍ରଦାୟର ପ୍ରମୁଖ ବ୍ୟକ୍ତିବିଶେଷମାନଙ୍କୁ ସାକ୍ଷାତ କରିଛନ୍ତି । ଶିଖ୍‌ ସମୁଦାୟଙ୍କ କଲ୍ୟାଣ ପାଇଁ ନିରନ୍ତର ପଦକ୍ଷେପ ଗ୍ରହଣ କରୁଥିବାରୁ ଏହି ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ବିଶେଷ କରି, ଚାର୍‌ ସାହିବଜାଦେ (ଚାରି ଜଣ ସାହିବଜାଦା) ମାନଙ୍କର ସ୍ମୃତିରେ ଡିସେମ୍ବର ୨୬ ତାରିଖକୁ ବୀର ବାଲ ଦିବସ ଭାବେ ପାଳନ କରିବା ଲାଗି ଘୋଷଣା କରିଥିବାରୁ ପ୍ରମୁଖ ଶିଖ୍‌ ନେତାମାନେ କୃତଜ୍ଞତା ପ୍ରକଟ କରିଥିଲେ। ଏହି ପ୍ରତିନିଧି ଦଳର ପ୍ରତ୍ୟେକ ସଦସ୍ୟ ପ୍ରଧାନମନ୍ତ୍ରୀଙ୍କୁ ‘ସିରୋପାଓ’ ଏବଂ ‘ସିରି ସାହିବ’ ଦେଇ ସମ୍ମାନିତ କରିଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର ଅଧିକାଂଶ ଭାଗର ଲୋକମାନେ ଚାର୍‌ ସାହିବଜାଦେଙ୍କ ଯୋଗଦାନ ଏବଂ ବଳିଦାନ ବିଷୟରେ ଜାଣନ୍ତି ନାହିଁ। ସେ ନିଜର ଅନୁଭୂତି ସମ୍ପର୍କରେ ସ୍ମୃତିଚାରଣ କରି କହିଥିଲେ ଯେ, ବିଦ୍ୟାଳୟରେ ଏବଂ ପିଲାମାନଙ୍କ ସମ୍ମୁଖରେ ତାଙ୍କୁ ବକ୍ତବ୍ୟ ରଖିବାର ସୁଯୋଗ ମିଳିଲେ ସେ ସବୁବେଳେ ଚାର୍‌ ସାହିବଜାଦେମାନଙ୍କ ବିଷୟରେ କହିଥାନ୍ତି । ଡିସେମ୍ବର ୨୬ ତାରିଖକୁ ବୀର ବାଲ ଦିବସ ଭାବେ ପାଳନ କରାଯିବା ଫଳରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଦେଶର କୋଣଅନୁକୋଣରେ ପିଲାମାନେ ସେମାନଙ୍କ ସମ୍ପର୍କରେ ଅବଗତ ହୋଇପାରିବେ।

ତାଙ୍କ ସହ ସାକ୍ଷାତ କରିଥିବାରୁ ପ୍ରଧାନମନ୍ତ୍ରୀ ଶିଖ ସମୁଦାୟର ନେତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ କହିଥିଲେ ଯେ ତାଙ୍କ ଦ୍ୱାର ସବୁବେଳେ ଶିଖ୍‌ମାନଙ୍କ ପାଇଁ ଖୋଲା ରହିଛି । ପଞ୍ଜାବରେ ରହଣି ସମୟରେ ସେମାନଙ୍କ ସହିତ ତାଙ୍କର ସମ୍ପର୍କ ଏବଂ ମିଳିତ ଭାବେ ବିତାଇଥିବା ସମୟର ସ୍ମୃତିଚାରଣ କରିଥିଲେ।

ପ୍ରଧାନମନ୍ତ୍ରୀ ଶିଖ ସମୁଦାୟମାନଙ୍କର ସେବା ଭାବନାକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ବିଶ୍ୱ ଏ ସମ୍ପର୍କରେ ଅଧିକରୁ ଅଧିକ ଜାଣିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ସରକାର ଶିଖ ସମୁଦାୟଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ଭାବେ ସମର୍ପିତ ରହିଛି । ଏ ଦିଗରେ ତାଙ୍କ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦଷେପ ସମ୍ପର୍କରେ ସେ ଆଲୋଚନା କରିଥିଲେ। ସମ୍ପୂର୍ଣ୍ଣ ସମ୍ମାନର ସହିତ ଆଫଗାନିସ୍ତାନରୁ ଗୁରୁ ଗ୍ରନ୍ଥ ସାହିବ ଆଣିବା ଲାଗି ହୋଇଥିବା ବିଶେଷ ବ୍ୟବସ୍ଥା ସମ୍ପର୍କରେ ସେ ଆଲୋଚନା କରିଥିଲେ । ଶିଖ ଯାତ୍ରୀମାନଙ୍କ ପାଇଁ କର୍ତାରପୁର ସାହିବ କରିଡର ପୁଣି ଥରେ ଖୋଲିବା ଲାଗି କୂଟନୈତିକ ମାଧ୍ୟମରେ ତାଙ୍କ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ସେ ଆଲୋଚନା କରିଥିଲେ।

ଶ୍ରୀ ମନଜୀନ୍ଦର ସିଂ ସିର୍ସା କହିଥିଲେ ଯେ ବୀର ବାଲ ଦିବସ ପାଳନ କରିବା ଲାଗି ଗ୍ରହଣ କରାଯାଇଥିବା ନିଷ୍ପତ୍ତି ସାରା ଦେଶର ପିଲାମାନଙ୍କୁ ଚାର୍‌ ସାହିବଜାଦେମାନଙ୍କ ସମ୍ପର୍କରେ ଅବଗତ କରାଇବ । କର୍ତାରପୁର ସାହିବ କରିଡରକୁ ପୁନର୍ବାର ଖୋଲିବା ଏବଂ ଲଙ୍ଗର ଉପରୁ ଜିଏସଟି ଛାଡ଼ କରିବା ଭଳି ପଦକ୍ଷେପ ପାଇଁ ଶ୍ରୀ ପାଟନା ସାହିବ ଜଥେଦାର ତଖ୍‌ତ୍‌ର ସିଂ ସାହିବ ଗ୍ୟାନି ରଞ୍ଜିତ ସିଂ ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ । ସେ ଆହୁରି କହିଥିଲେ ଯେ, ଶିଖ୍‌ ସମୁଦାୟଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏକାଧିକ ପଦକ୍ଷେପ ଦର୍ଶାଉଛି ଯେ ଶିଖ୍‌ମାନଙ୍କ ପାଇଁ ତାଙ୍କ ମନରେ ଅପାର ସ୍ନେହ ରହିଛି । ଜାତୀୟ ସଂଖ୍ୟାଲଘୁ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ତର୍ଲୋଚନ ସିଂ କହିଥିଲେ ଯେ, ବିଭାଜନ ସମୟରେ ବହୁସଂଖ୍ୟାରେ ପ୍ରାଣବଳି ଦେଇଥିବା ଶିଖ ସମୁଦାୟର ଯୋଗଦାନକୁ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ମାନ୍ୟତା ମିଳିପାରିଛି । ଶିଖ ସମୁଦାୟର ଯୋଗଦାନକୁ ବିଶ୍ୱସ୍ତରରେ ଉପସ୍ଥାପନ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
From conflict to progress: Remote Irpanar village in Chhattisgarh gets electricity

Media Coverage

From conflict to progress: Remote Irpanar village in Chhattisgarh gets electricity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 27, 2026
April 27, 2026

Sabka Saath, Sabka Vikas 2.0: PM Modi Delivers Self-Reliance, Global Trade & National Pride